text
stringlengths
0
9.1k
ଆଗରୁ ସେ ପ୍ରଧାନମନ୍ତ୍ରୀ ଜନ-ଔଷଧିଯୋଜନା ସମ୍ପର୍କରେ ଜାଣି ନଥିଲେ ।
କିନ୍ତୁ ଏବେ ଏହି ଜନ-ଔଷଧି କେନ୍ଦ୍ର ସମ୍ପର୍କରେ ଜାଣିବା ପରେ ସେଠାରୁ ଔଷଧ କିଣିବାରୁ ତାଙ୍କ ଔଷଧ ଖର୍ଚ୍ଚ 75 ପ୍ରତିଶତ କମିଗଲା ।
ମୁଁ ଜାଣିବାକୁ ପାଇଲି ଯେ, ଅକୋଲାର ନାଗରିକମାନେ “ସ୍ୱଚ୍ଛ ଭାରତ ଅଭିଯାନ” ଅନ୍ତର୍ଗତ ମୋର୍ନା ନଈକୁ ନିର୍ମଳ କରିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରିଥିଲେ ।
ମୋର୍ନା ନଈ ଆଗରୁ ଚିରସ୍ରୋତା ଥିଲା କିନ୍ତୁ ଏବେ ଏହା ଝର Seasonal ହୋଇଯାଇଛି ।
ଆଉ ଏକ କଷ୍ଟଦାୟକ କଥା ହେଲା ଯେ, ଏହି ନଈଟି ସମ୍ପୂର୍ଣ୍ଣ ଭାବେ ଜଙ୍ଗଲୀ ଘାସ ଓ ଦଳରେ ପରିପୂର୍ଣ୍ଣ ହୋଇଯାଇଥିଲା ।
ସୁଭାସିନୀ ମିସ୍ତ୍ରୀ ଏପରି ଜଣେ ମହିଳା ଯିଏକି ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ଅନ୍ୟମାନଙ୍କ ଘରେ ବାସନ ମାଜିଲେ, ପରିବା ବିକ୍ରିକଲେ ।
ନମସ୍କାର ।
ମୋର ପ୍ରିୟ ଦେଶବାସୀଗଣ, ଚଳିତବର୍ଷ ଗୁରୁ ଗୋବିନ୍ଦ ସିଂଙ୍କର 350ତମ ପ୍ରକାଶ ପର୍ବର ବର୍ଷ ମଧ୍ୟ ଥିଲା ।
ଜଣେ ଗୁରୁ, କବି, ଦାର୍ଶନିକ, ମହାନ ଯୋଦ୍ଧା ଭାବେ ଗୁରୁ ଗୋବିନ୍ଦ ସିଂ ଏହି ସମସ୍ତ ଭୂମିକାରେ ଲୋକମାନଙ୍କୁ ପ୍ରେରଣା ଯୋଗାଇବାର କାର୍ଯ୍ୟ କରିଛନ୍ତି ।
ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ଗ୍ରହଣ କରିବା ଏବଂ ଗୁରୁ ଗୋବିନ୍ଦ ସିଂଙ୍କର ମହାନ ଶିକ୍ଷା ଏବଂ ପ୍ରେରଣାଦାୟୀ ଜୀବନରୁ ଶିକ୍ଷାଗ୍ରହଣ କରି ତଦନୁଯାୟୀ ନିଜ ଜୀବନକୁ ଗଢ଼ି ତୋଳିବାର ପ୍ରଚେଷ୍ଟା କରିବା ।
ନୂତନ ଭାରତରେ ଶାନ୍ତି, ଏକତା ଓ ସଦ୍ଭାବନା ଆମର ମାର୍ଗଦର୍ଶୀ ବଳ ହେଉ ।
ମୋ’ ନାମ ସତୀଶ ବେୱାନୀ ।
କିନ୍ତୁ ଏବେ ଗୋଟିଏ ସ୍ୱତନ୍ତ୍ର ପାଇପଲାଇନ୍ ନିର୍ମାଣ କରାଗଲା ।
ବାସ୍ତବରେ ଏହାହିଁ ନୂଆ ଭାରତ, ଯାହାକୁ ଆମେ ସମସ୍ତେ ମିଳିମିଶି ନିର୍ମାଣ କରୁଛୁ ।
ଆପଣମାନେ ଏହାଜାଣି ଆଶ୍ଚର୍ଯ୍ୟ ହେବେ ଯେ 1990 ମସିହାରେ ଆତଙ୍କବାଦୀମାନେ ତାଙ୍କର ପୈତୃକ ଘରକୁ ଜଳାଇ ଦେଇଥିଲେ ।
ସେଠାରେ ଆତଙ୍କବାଦ ଓ ହିଂସା ଏତେ ଅଧିକ ଥିଲା ଯେ ତାଙ୍କ ପରିବାରକୁ ନିଜ ପୈତୃକ ଭୂମି ଛାଡ଼ି ବାହାରକୁ ଯିବାକୁ ପଡ଼ିଥିଲା ।
ଅଞ୍ଜୁମ ଏହା ପ୍ରମାଣିତ କରିଛନ୍ତି ଯେ ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି, ସକାରାତ୍ମକ କାର୍ଯ୍ୟ ଦ୍ୱାରା ନିରାଶାର କଳାବାଦଲକୁ ପ୍ରତିହତ କରାଯାଇପାରେ ।
ଏବେ ଗତ ସପ୍ତାହରେ ମୋତେ ଜାମ୍ମୁ-କାଶ୍ମୀରର କିଛି ଝିଅମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା ।
ଅଗଷ୍ଟ 2017 ପର୍ଯ୍ୟନ୍ତ ଭାରତୀୟ ସୈନ୍ୟମାନେ ସାରା ବିଶ୍ୱରେ ମିଳିତ ଜାତିସଂଘର 71 ଟି ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ପ୍ରାୟ 50ଟିରେ ନିଜର ସେବା ପ୍ରଦାନ କରିଛନ୍ତି ।
ଭାରତୀୟ ସୈନ୍ୟମାନେ ବିଭିନ୍ନ ଦେଶମାନଙ୍କରେ କେବଳ ସେଠାକାର ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ତାହାନୁହେଁ ବରଂ ଲୋକାଭିମୁଖୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଲୋକମାନଙ୍କ ହୃଦୟକୁ ଜୟ କରିଛନ୍ତି ।
ଭାରତୀୟ ମହିଳାମାନେ ଶାନ୍ତି ସ୍ଥାପନା କାର୍ଯ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ।
ବହୁତ କମ ଲୋକ ଏକଥା ଜାଣିଥିବେ ଯେ ଲାଇବେରିଆରେ ମିଳିତ ଜାତିସଂଘର ଶାନ୍ତି ଅଭିଯାନ ମିଶନରେ ମହିଳା ପୋଲିସ୍ ୟୁନିଟ୍ ପଠାଇବାରେ ଭାରତ ହେଉଛି ପ୍ରଥମ ଦେଶ ।
ଆଉ ଦେଖନ୍ତୁ, ଭାରତର ଏହି ପଦକ୍ଷେପ ବିଶ୍ୱର ସମସ୍ତ ଦେଶ ପାଇଁ ପ୍ରେରଣାର ସ୍ରୋତ ପାଲଟିଗଲା ।
ମହାତ୍ମାଗାନ୍ଧୀ ଓ ଗୌତମ ବୁଦ୍ଧଙ୍କର ଏହି ଭୂମିରୁ ଆମ ବୀର ଶାନ୍ତିରକ୍ଷକ(Peace-keepers) ସାରା ବିଶ୍ୱରେ ଶାନ୍ତି ଏବଂ ସଦ୍ଭାବର ବାର୍ତ୍ତା ପହଂଚାଇଛନ୍ତି ।
ଶାନ୍ତି ଦୂତ ଭାବରେ ଭାରତ ସର୍ବଦା ସମଗ୍ର ବିଶ୍ୱରେ ଶାନ୍ତି, ଐକ୍ୟ ଓ ସଦ୍ଭାବନାର ସନ୍ଦେଶ ଦେଇଆସୁଛି ।
ମୋର ବିଶ୍ୱାସ, ସମସ୍ତେ ଶାନ୍ତି ଓ ସଦ୍ଭାବର ସହିତ ବଂଚନ୍ତୁ ତଥା ଏକ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତର ନିର୍ମାଣ ଦିଗରେ ଆଗକୁ ବଢ଼ନ୍ତୁ ।
ndia” – ଏଠାରେ ଭଗିନୀ ନିବେଦିତା ବିଶ୍ରାମ କରୁଅଛନ୍ତି ଯିଏ ନିଜର ସର୍ବସ୍ୱ ଭାରତକୁ ସମର୍ପିତ କରିଦେଲେ ।
ଆପଣଙ୍କର ଚିନ୍ତା ଠିକ୍ ଯେ ପୂର୍ବେ ଯେଉଁ ରୋଗଗୁଡ଼ିକ ଅଧିକ ବୟସରେ, ଜୀବନର ଶେଷ ପର୍ଯ୍ୟାୟରେ ଦେଖାଯାଉଥିଲା ତାହା ଆଜିକାଲି ପିଲାମାନଙ୍କଠାରେ ମଧ୍ୟ ଦେଖାଦେଲାଣି ।
ଗୁରୁ ନାନକ ଦେବ ଖାଲି ଶିଖମାନଙ୍କର ପ୍ରଥମ ଗୁରୁ ନୁହଁନ୍ତି ସେ ଜଗଦଗୁରୁ ଅଟନ୍ତି ।
ସେ ଲୋକମାନଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ଲୋକଙ୍କୁ ସତ୍ୟ, ତ୍ୟାଗ ଏବଂ କର୍ମ ଓ ନିଷ୍ଠାର ପଥ ପ୍ରଦର୍ଶନ କରିଥିଲେ ।
ସେ ସମାଜକୁ ସମାନତାର ବାର୍ତ୍ତା ଦେଇଥିଲେ ଏବଂ ଖାଲି କଥାରେ ନ କହି ନିଜ କର୍ମରେ ମଧ୍ୟ କରି ଦେଖାଇଥିଲେ ।
ଗୁରୁ ନାନକ ଦେବ ସାର୍ଥକ ଜୀବନ ପାଇଁ ତିନୋଟି ଉପଦେଶ ଦେଇଛନ୍ତି – ପରମାତ୍ମାଙ୍କର ନାମ ଜପକର, ପରିଶ୍ରମ କରି କାମ କର, ଏବଂ ଦୁଃଖୀରଙ୍କିମାନଙ୍କୁ ସାହାଯ୍ୟ କର ।
ଗୁରୁ ନାନକ ଦେବ ନିଜ କଥା କହିବା ପାଇଁ ‘ଗୁରୁବାଣୀ’ ରଚନା କଲେ ।
ଆସନ୍ତା ଦୁଇହଜାର ଉଣେଇଶ ମସିହାରେ ଆମେ ଗୁରୁ ନାନକ ଦେବଙ୍କର ପାଂଚଶହ ପଚାଶତମ ଜୟନ୍ତୀ ପାଳନ କରିବାକୁ ଯାଉଛେ ।
ଆସନ୍ତୁ ଆମେ ତାଙ୍କଦ୍ୱାରା ପ୍ରଚାରିତ ଶିକ୍ଷା ଏବଂ ଆଦର୍ଶ ପଥରେ ଚାଲିବାକୁ ଚେଷ୍ଟା କରିବା ।
ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ପରେ ଅକ୍ଟୋବର 31 ତାରିଖ ଦିନ ଆମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମ ଜୟନ୍ତୀ ପାଳନ କରିବା ।
ଆମେ ସମସ୍ତେ ଜାଣୁ ଯେ ସେ ହିଁ ଆଧୁନିକ ଅଖଣ୍ଡ ଭାରତର ମୂଳଦୁଆ ପକାଇଥିଲେ ।
ଭାରତମାତାଙ୍କର ସେହି ମହାନ୍ ସନ୍ତାନଙ୍କର ଅସାଧାରଣ ଜୀବନରୁ ଆମେ ବହୁତ କିଛି ଶିଖିପାରିବା ।
ଏହାର ଫଳସ୍ୱରୂପ ସରକାରରେ ମଧ୍ୟ ସମ୍ବେଦନଶୀଳତା, ସୁଦୂର ସମାଜରେ କିଭଳି ଶକ୍ତି ପଡ଼ି ରହିଛି ସେଗୁଡ଼ିକ ପ୍ରତି ସରକାରଙ୍କ ଧ୍ୟାନ ଯିବା, ସହଜରେ ଅନୁଭୂତ ହେଉଛି ।
ତେଣୁ “ମନ୍ କି ବାତ୍”ର ତିନିବର୍ଷର ଏହି ଯାତ୍ରା ଦେଶବାସୀଙ୍କ ଭାବନାର, ଅନୁଭୂତିର ଏକ ଯାତ୍ରା ।
ଗତମାସରେ “ମନ୍ କି ବାତ୍”ରେ ହିଁ ଆମେ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲୁ ଏବଂ ସ୍ଥିର କରିଥିଲୁ ଯେ, ଆମେ ଗାନ୍ଧୀ ଜୟନ୍ତୀ ପୂର୍ବରୁ 15 ଦିନ ଧରି ସମଗ୍ର ଦେଶରେ ସ୍ୱଚ୍ଛତାର ଉତ୍ସବ ପାଳନ କରିବା ।
ମୁଁ ଦେଖିଛି କିଛି ଲୋକ ଲଗାତାର ଭାବରେ କାମ କରିଚାଲିଛନ୍ତି ।
ଏହି ଅକ୍ଟୋବର ମାସଟି ଆମର ଅନେକ ମହାପୁରୁଷଙ୍କୁ ସ୍ମରଣ କରିବାର ମାସ ।
ଆପଣମାନେ ଅନୁମାନ କରିପାରନ୍ତି ଯେ ଏତେ ଅଳ୍ପ ବୟସରେ ଯେତେବେଳେ ସେମାନଙ୍କର ଘର-ସଂସାର ଉଜୁଡ଼ିଗଲା, ସେମାନଙ୍କର ମାନସିକ ସ୍ଥିତି କ’ଣ ହୋଇଥିବ?
କିନ୍ତୁ ଶହୀଦ କର୍ଣ୍ଣଲ୍ ସନ୍ତୋଷ ମହାଦିକଙ୍କ ପତ୍ନୀ ସ୍ୱାତି ମହାଦିକ ଜୀବନର ଏହି କଠିନ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଦୃଢ଼ ନିଶ୍ଚିତ ହେଲେ ତଥା ଭାରତୀୟ ସେନାରେ ଯୋଗଦେଲେ ।
ଏଗାର ମାସକାଳ ଅକ୍ଲାନ୍ତ ପରିଶ୍ରମ କରି ପ୍ରଶିକ୍ଷଣ ନେଲେ ତଥା ନିଜ ସ୍ୱାମୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପ୍ରତିଜ୍ଞା ନେଲେ ।
ଦେଶର ଏକତା ପାଇଁ ପ୍ରାଣପଣେ ଲାଗିପଡ଼ିଥିବା ସର୍ଦ୍ଦାର ପଟେଲଙ୍କ ଦେଶ ।
ଶହ ଶହ ବର୍ଷଧରି ଆମର ପୂର୍ବପୁରୁଷମାନେ ଯେଉଁ ସାର୍ବଜନୀନ ଜୀବନର ମୂଲ୍ୟକୁ, ଅହିଂସାକୁ, ସମାଦରକୁ ସ୍ୱୀକାର କରିଛନ୍ତି, ତାହା ଆମ ଆତ୍ମାରେ ସମାହିତ ହୋଇରହିଛି ।
ଅହିଂସା ପରମୋ ଧର୍ମଃ – ଏହା ଆମେ ପିଲାଦିନୁ ଶୁଣିଆସିଛୁ, କହିଆସିଛୁ ।
ମୁଁ ଲାଲକିଲ୍ଲାରୁ ମଧ୍ୟ କହିଥିଲି, ଆସ୍ଥା ନାମରେ ହିଂସାକୁ ବରଦାସ୍ତ କରାଯିବ ନାହିଁ, ତାହା ସାମ୍ପ୍ରଦାୟିକ ଆସ୍ଥା ହେଉ, ତାହା ରାଜନୈତିକ ଚିନ୍ତାଧାରା ପ୍ରତି ଆସ୍ଥା ହେଉ, ତାହା ବ୍ୟକ୍ତି ପ୍ରତି ଆସ୍ଥା ହେଉ, କିମ୍ବା ପରମ୍ପରା ପ୍ରତି ଆସ୍ଥା ହେଉ ।
ମୁଁ ଦେଶବାସୀଙ୍କୁ ଭରସା ଦେବାକୁ ଚାହୁଁଛି ଯେ ଆଇନକୁ ନିଜ ହାତକୁ ନେଉଥିବା, ହିଂସାପଥରେ ଗତି କରୁଥିବା କୌଣସି ବ୍ୟକ୍ତି ହେଉ, ତାଙ୍କୁ ନା ଏ ଦେଶ କେବେ ବରଦାସ୍ତ କରିବ ଆଉ ନା କୌଣସି ସରକାର ବରଦାସ୍ତ କରିବ ।
ସାର୍ବଜନୀନ ରୂପରେ ସ୍ୱଚ୍ଛତା ପାଇଁ ଆଗ୍ରହ କେବଳ ଘରେ ନୁହେଁ, ଆମର ସାରା ଗାଁରେ, ସାରା ନଗରରେ, ସାରା ସହରରେ, ଆମ ରାଜ୍ୟରେ, ଆମ ଦେଶରେ – ସ୍ୱଚ୍ଛତା ଏହି ପର୍ବପର୍ବାଣୀର ଅଭିନ୍ନ ଅଙ୍ଗ ହେବା ଦରକାର ।
ଏଭଳି ସମୟରେ ଗୁଜରାଟର ବନାସକାଁଠା ଜିଲ୍ଲାର ଧାନେରାଠାରେ ଜାମିୟାତ୍ ଉଲେମା-ଏ-ହିନ୍ଦ୍ ର କର୍ମକର୍ତ୍ତାମାନେ ବନ୍ୟା ପ୍ରଭାବିତ 22ଟି ମନ୍ଦିର ଏବଂ 3ଟି ମସଜିଦ୍ କୁ ଯୋଜନାବଦ୍ଧ ଢଙ୍ଗରେ ସଫାସୁତୁରା କଲେ ।
in ରେ ଗୋଟିଏ ସେକ୍ସନ ସୃଷ୍ଟି କରିଛନ୍ତି, ଯେଉଁଠି ଶୌଚାଳୟ ନିର୍ମାଣ ପରେ ଆପଣ ନିଜର ନାମ ଏବଂ ସେହି ପରିବାରର ନାମ ଲେଖିପାରନ୍ତି, ଯାହାକୁ ଆପଣ ସାହାଯ୍ୟ କରିଛନ୍ତି ।
ଅଧିକରୁ ଅଧିକ ଆପଣମାନଙ୍କର କଥାକୁ ନିଜେ ଦେଖିବା, ଶୁଣିବା, ପଢ଼ିବା ପାଇଁ ମୋର ପ୍ରୟାସ ରହିଥାଏ ।
ସେମାନଙ୍କ ମଧ୍ୟରୁ କିଛି ଝିଅ ତ ହିମାଳୟରେ ଜନ୍ମ ହୋଇଥିଲେ, ଯେଉଁମାନଙ୍କର ସମୁଦ୍ର ସହିତ କିଛି ସମ୍ପର୍କ ହିଁ ନ ଥିଲା ।
NS-Tarini) ନାମକ ଗୋଟିଏ ଛୋଟ ଯାନ୍ତ୍ରିକ ଡଙ୍ଗାରେ ସମୁଦ୍ରପଥରେ ବିଶ୍ଵ ପରିକ୍ରମାରେ ବାହାରିପଡ଼ିବେ ।
ଆଉ ମୁଁ ସେମାନଙ୍କୁ କହିଛି ଯେ – ସେମାନେ ନିଜର ଏହି ଅନୁଭବକୁ ସାରା ଦେଶକୁ ଜାଣିବାକୁ ଦିଅନ୍ତୁ ।
ମୁଁ ମଧ୍ୟ ନରେନ୍ଦ୍ର ମୋଦୀ ଆପ୍ (NarendraodiApp) ରେ ଏମାନଙ୍କ ଅନୁଭୂତିକୁ ଆପଣମାନଙ୍କ ସହିତ ବାଣ୍ଟିବାର ସ୍ୱତନ୍ତ୍ର ବ୍ୟବସ୍ଥା କରିବି । ଯାହାଫଳରେ ଆପଣମାନେ ତା’କୁ ପଢ଼ିପାରିବେ ।
କାରଣ ଏହା ଏକ ପ୍ରକାର ସାହସ ଆଉ ସ୍ୱଅନୁଭବର କଥାହେବ ।
ସେ ସଦାସର୍ବଦା ଜଣେ ଶିକ୍ଷକ ଭାବେ ବଞ୍ଚିବାକୁ ପସନ୍ଦ କରୁଥିଲେ ।
ଯଦି ଆମେ ସାମୁହିକ ପ୍ରୟାସ କରିବା ତେବେ ଏହା ରାଷ୍ଟ୍ରର ପରିବର୍ତ୍ତନରେ ମଧ୍ୟ ବହୁତ ବଡ଼ ଅବଦାନ ହୋଇପାରିବ ।
ଆସନ୍ତୁ “ପରିବର୍ତ୍ତନ ପାଇଁ ଶିକ୍ଷା” ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିବା ।
ପଶୁପକ୍ଷୀ, ବୃକ୍ଷଲତା, ପ୍ରକୃତି ସମସ୍ତେ ବର୍ଷାକାଳର ଆଗମନରେ ପ୍ରଫୁଲ୍ଲିତ ହୋଇଉଠନ୍ତି ।
କିନ୍ତୁ ବେଳେବେଳେ ବର୍ଷା ଯେତେବେଳେ ବିକଟାଳ ରୂପ ଧାରଣ କରେ, ସେତେବେଳେ ତା'ର ବିନାଶକାରୀ ଶକ୍ତିର ପରିଚୟ ମିଳେ ।
ସାମାଜିକ ସଂଗଠନ, ସାଂସ୍କୃତିକ ସଂଗଠନ ତଥା ସେବାଭାବରେ ପ୍ରେରିତ ନାଗରିକମାନେ ମଧ୍ୟ ଏ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯଥେଷ୍ଟ ଉଦ୍ୟମ କରୁଛନ୍ତି ।
ମୁଁ ଯେତେବେଳେ "ମନ୍ କି ବାତ୍” ପାଇଁ ପ୍ରସ୍ତୁତ ହେଉଛି – ମୁଁ ଦେଖୁଛି ଦେଶର ନାଗରିକମାନେ ମୋ'ଠାରୁ ଅଧିକ ପ୍ରସ୍ତୁତି କରୁଛନ୍ତି ।
ଗୋଟିଏ ଫୋନକଲ୍ ମୁଁ ଆପଣମାନଙ୍କୁ ଶୁଣାଉଛି – "ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ଗୁରଗାଓଁରୁ ନୀତୁ ଗର୍ଗ କହୁଛି ।
ମୁଁ Chartered Accountants Day ରେ ଆପଣଙ୍କ ଭାଷଣ ଶୁଣିଛି ଆଉ ବିଶେଷ ଭାବେ ପ୍ରଭାବିତ ହୋଇଛି ।
ଏହିଭଳି ଭାବରେ ଗତମାସ ଆଜିର ତାରିଖରେ Goods and Services Tax - GST ର ପ୍ରଚଳନ ହୋଇଛି ।
ଯେତେବେଳେ ଉତ୍ତର-ପୂର୍ବାଞ୍ଚଳ, ଦୂର ଦୂରାନ୍ତର ପାହାଡ଼ ଜଙ୍ଗଲରେ ବାସ କରୁଥିବା କୌଣସି ବ୍ୟକ୍ତି ଲେଖୁଛି ଯେ, ପ୍ରଥମେ ପ୍ରଥମେ ଡର ଲାଗୁଥିଲା କେଜାଣି କ'ଣ ହେବ କିନ୍ତୁ ଏବେ ତାକୁ ବୁଝିବାକୁ ଚେଷ୍ଟାକରି ଜାଣୁଛି ଯେ ପୂର୍ବ ଅପେକ୍ଷା କାମ ସହଜ ହୋଇଗଲା, ସେତେବେଳେ ଖୁସି ଲାଗେ ।
ଆଉ ମୁଁ କେବେ କେବେ ଭାବେ, ଯଦି ଇତିହାସର ପୃଷ୍ଠାଗୁଡ଼ିକ ଏକାଠି କରି ଦେଖିବା – ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ 1857ରେ ହୋଇଥିଲା ।
ଏ ପାଞ୍ଚବର୍ଷ ନିର୍ଣ୍ଣାୟକ ଥିଲା ।
ଏବେ ମୁଁ ଆପଣଙ୍କୁ ଏହି ଗଣିତ ସହ ଯୋଡ଼ିବାକୁ ଚାହୁଁଛି ।
ପ୍ରାୟ 70 ବର୍ଷ ହେଲା ।
ସେମାନଙ୍କ ସ୍ୱପ୍ନକୁ ଶବ୍ଦର ରୂପ ଦେବାକୁ ଚେଷ୍ଟା ହୋଇଥାଏ । ଲଗାତାର ଭାବେ ବିଗତ ତିନିବର୍ଷ ଧରି ଅଗଷ୍ଟ 15 ଦିନ ମୋର କ'ଣ କହିବା ଉଚିତ ସେ ନେଇ ଦେଶର କୋଣ ଅନୁକୋଣରୁ ମୋ ପାଖକୁ ପ୍ରସ୍ତାବମାନ ଆସୁଛି, ସେଥିପାଇଁ ମୁଁ ଆନନ୍ଦିତ ।
ସେମାନେ ଅନୁରୋଧ କରିଛନ୍ତି ଯେ, ଗଣେଶ ଚତୁର୍ଥୀରେ ପରିବେଶଧର୍ମୀ Eco-friendly ଗଣେଶଙ୍କ ପୂଜା କଥା ଆପଣ ଆଗରୁ କହି ଦିଅନ୍ତୁ ।
ଲୋକମାନ୍ୟ ତିଳକ ଏହି ମହାନ ପରମ୍ପରାକୁ ଆରମ୍ଭ କରିଥିଲେ ।
ଶହେ ପଚିଶ ବର୍ଷ ଏବଂ ଶହେ ପଚିଶ କୋଟି ଦେଶବାସୀ ଲୋକମାନ୍ୟ ତିଳକ ଯେଉଁ ମୂଳ ଭାବନା ସହ ସମାଜର ଏକତା ଏବଂ ସମାଜରେ ସଚେତନତା ପାଇଁ, ସାମୂହିକତାର ସଂସ୍କାର ପାଇଁ ସାର୍ବଜନୀନ ଗଣେଶୋତ୍ସବ ଆରମ୍ଭ କରିଥିଲେ ।
ମୁଁ ସମସ୍ତ ଦେଶବାସୀଙ୍କୁ ଆଗାମୀ ପର୍ବପର୍ବାଣୀଗୁଡ଼ିକ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ଲଗାତାର ଭାବେ ଦେଖୁଛୁ ଯେ, ଶିକ୍ଷା କ୍ଷେତ୍ର ହେଉ, ଆର୍ଥିକ କ୍ଷେତ୍ର ହେଉ, ସାମାଜିକ କ୍ଷେତ୍ର ହେଉ, କ୍ରୀଡ଼ାକ୍ଷେତ୍ର ହେଉ - ଆମର ଝିଅମାନେ ଦେଶ ପାଇଁ ସୁନାମ ଅର୍ଜନ କରି ଚାଲିଛନ୍ତି । ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରୁଛନ୍ତି ।
ଆସନ୍ତୁ ଆମେ ସମସ୍ତେ ମିଶିକରି ଚାଲିବା, କିଛି ନା କିଛି କରି ଚାଲିବା ।
ଦେଶର ଭାଗ୍ୟ, ଭବିଷ୍ୟତ ନିଶ୍ଚୟ ଉତ୍ତମ ହେବ ।
ଆମେ ସମସ୍ତେ ଜାଣିଛୁ ଯେ, ଜୀବନରେ ଯେତେ କର୍ମ ଚଞ୍ଚଳତା ଥାଉ, ଯେତେ ମାନସିକ ଚାପ ଥାଉ, ତାହା ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ଜୀବନରେ ହେଉ, ବର୍ଷାର ଆଗମନ ମନର ସ୍ଥିତିକୁ ବଦଳାଇ ଦିଏ ।
ଇଦ-ଉଲ୍-ଫିତର ଅବସରରେ ମୋ ତରଫରୁ ସମସ୍ତଙ୍କୁ ଇଦ୍ ର ଅନେକ ଅନେକ ଶୁଭେଚ୍ଛା ।
ଆସନ୍ତୁ, ଆମେ ସମସ୍ତେ ମିଶି ଏହି ପବିତ୍ର ଉତ୍ସବରୁ ପ୍ରେରଣା ଲାଭକରି ଖୁସିର ଭଣ୍ଡାରକୁ ବାଣ୍ଟି ଚାଲିବା, ଦେଶକୁ ଆଗକୁ ବଢ଼ାଇ ଚାଲିବା ।
ରମଜାନର ଏହି ପବିତ୍ର ମାସରେ ଉତ୍ତରପ୍ରଦେଶର ବିଜନୌରର ମୁବାରକପୁର ଗାଁର ଗୋଟିଏ ଖୁବ୍ ପ୍ରେରଣାଦାୟକ ଘଟଣା ମୋ ଦୃଷ୍ଟିକୁ ଆସିଛି ।
ଏହି ରମଜାନରେ ଗ୍ରାମବାସୀ ମିଶି ଶୌଚାଳୟ ତିଆରି କରିବାର ନିଷ୍ପତ୍ତି ନେଲେ ।
ଯଦି ଆମ ହାତଲେଖା ଖରାପ, ତା'ହେଲେ ତାକୁ ସୁଧାରିବା ପାଇଁ ଦୀର୍ଘ ଦିନ ଧରି ଖୁବ୍ ସତର୍କତାର ସହିତ ଚେଷ୍ଟା କରିବାକୁ ପଡ଼େ ।
ପରିଶ୍ରମ ଦ୍ୱାରା ହିଁ ଶରୀର ଏବଂ ମନର ଅଭ୍ୟାସରେ ପରିବର୍ତ୍ତନ ହୁଏ ।
ସ୍ୱଚ୍ଛତାର ବିଷୟ ମଧ୍ୟ ଏହିଭଳି ।
ସେତେବେଳେ ଅଟଳ ବିହାରୀ ବାଜପେୟୀ ଜୀ ମଧ୍ୟ ଜେଲ୍ ରେ ଥିଲେ ।
କିନ୍ତୁ ପ୍ରଥମଥର ମୋତେ ବର୍ଷାରେ ଯୋଗ କରିବାର ସୌଭାଗ୍ୟ ମିଳିଲା ।
ଆମର ସୈନିକମାନେ, ଯେଉଁଠି ତାପମାତ୍ରା ବିଯୁକ୍ତ (minus) 20, 25, 40, ଡିଗ୍ରୀ ସେଲସିଅସ ହୋଇଥାଏ, ସେହି ସିଆଚିନରେ ମଧ୍ୟ ଯୋଗାଭ୍ୟାସ କଲେ ।
ଏଇ ଭିତରେ ମୁଁ ଜାଣିଲି ଯେ ଭାରତ ସରକାର Government E-arketplace ନାମରେ ଯୋଜନାଟିଏ ଆରମ୍ଭ କରିଛନ୍ତି ।
ମୁଁ ନିଶ୍ଚିତ ଭାବରେ ଚାହିଁବି ଯେ ଯେଉଁମାନେ ସରକାରଙ୍କୁ ନିଜର ମାଲ୍ ବିକିବାକୁ ଚାହାଁନ୍ତି, ସେମାନେ ଏହା ସହିତ ଅଧିକରୁ ଅଧିକ ସଂଯୁକ୍ତ ହୁଅନ୍ତୁ ।
ଆମର ମନେଅଛି, ଇସ୍ରୋ କିଛିଦିନ ପୂର୍ବେ GSAT-19 ର ସଫଳ ପ୍ରକ୍ଷେପଣ କରିଥିଲା ।
ଏହି ଉପଲବ୍ଧି ପାଇଁ ମୁଁ ତାଙ୍କୁ ତଥା ତାଙ୍କର କୋଚ୍ ଙ୍କୁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବର୍ଷାଋତୁ, ଲଗାତାର ଉତ୍ସବର ପରିବେଶ, ଏ ସମୟର ଅନୁଭୂତିରେ ଏକ ନୂତନତ୍ୱ ଥାଏ ।
ଆଜି ମୁଁ ଆପଣମାନଙ୍କ ସହ କଥା ହେଲା ବେଳକୁ ପବିତ୍ର ରମଜାନ୍ ମାସ ଆରମ୍ଭ ହୋଇସାରିଛି ।