text
stringlengths
0
9.1k
ଆପଣମାନେ ଜାଣନ୍ତି ଯେ ଏହି ଦିନଟି ଚାରିବର୍ଷରେ ଥରେ ପଡ଼େ ।
ସେ ଏହି ଦୁର୍ଲ୍ଲଭ ଚିତ୍ରକଳାକୁ ଆଧୁନିକ ଯୁବପିଢ଼ି ସହିତ ସଂଯୁକ୍ତ କରି ଏକ ବଡ଼ କାମ କରିଛନ୍ତି ।
ମୁଁ ଅନୁଭବ କଲି ଯେ ଗରିବ ଲୋକଟିର ଜୀବନରେ ଏହି ଯୋଜନା ଦ୍ୱାରା କେତେବଡ଼ ପରିବର୍ତ୍ତନ ଆସିପାରୁଛି ।
ଏହି ଜାନୁୟାରୀ ଚବିଶ ତାରିଖ ଦିନ ଆମ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ “କଲାମ ସେଟ’’ ପ୍ରକ୍ଷେପଣକରାଗଲା ।
ସେ ନିଜର ପରିବାର ସହିତ ଗୋଟିଏ ପାର୍କିଂ ଜାଗାରେ ରହନ୍ତି ।
ଆସାନସୋଲର 10 ବର୍ଷୀୟ ଅଭିନବ ସା’ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ସବୁଠାରୁ କମ୍ ବୟସର ପଦକ ବିଜେତା ।
କର୍ଣ୍ଣାଟକର ଜଣେ କୃଷକଙ୍କ ଝିଅ ଅକ୍ଷତା ବାସୱାନୀ କମ୍ତି ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ।
ହଁ, ଅନେକ ପରିବାର ପାଇଁ ବର୍ଷର ପ୍ରଥମ ଭାଗ ପରୀକ୍ଷାର ଋତୁ ହୋଇଥାଏ ।
ଏହି“ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ ପରୀକ୍ଷା ସମ୍ପର୍କିତ ସମସ୍ତ ଦିଗ ବିଶେଷ କରି ଚାପମୁକ୍ତ ପରୀକ୍ଷା ସଂପର୍କରେ ମୋର ଯୁବବନ୍ଧୁମାନଙ୍କ ସହ ସବିସ୍ତାର ଆଲୋଚନା କରିବି ।
ଏଥିପାଇଁ ନିଜ ନିଜର ଅଭିମତ ଓ ପ୍ରସ୍ତାବ ପଠାଇବା ପାଇଁ ମୁଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲି ଏବଂ ଖୁସିର କଥା ଯେyGov ମାଧ୍ୟମରେ ଅନେକ ଲୋକ ସେମାନଙ୍କ ମତାମତ ଜଣାଇଛନ୍ତି ।
ଅଣ୍ଡର-19 କ୍ରିକେଟ ବିଶ୍ୱକପ ଏବଂ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପରେ ଭାରତ ବିଜୟଲାଭ କଲା ।
ମୋର ପ୍ରିୟ ଦେଶବାସୀଗଣ, ଏହି ଡିସେମ୍ବରରେ ଆମେ କିଛି ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ହରାଇଛୁ ।
ଡିସେମ୍ବର 19 ତାରିଖ ଦିନ ଚେନ୍ନାଇର ଡକ୍ଟର ଜୟାଚନ୍ଦ୍ରନଙ୍କ ପରଲୋକ ହୋଇଗଲା ।
ଚଳିତ ବର୍ଷ ଆରମ୍ଭରୁ ତାଙ୍କୁ “ପଦ୍ମଶ୍ରୀ”ରେ ସମ୍ମାନିତ କରାଯାଇଥିଲା ।
ସେ 159 ଦିନ ଧରି ପ୍ରତିଦିନ ପ୍ରାୟ 300 କିଲୋମିଟର ସାଇକେଲ ଚଳାଉଥିଲା ।
ପ୍ରୟାଗରାଜର ଲୋକମାନେ କୁମ୍ଭ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି ।
ତାଙ୍କୁ ଏତେବର୍ଷ ଜେଲରେ କାଟିବାର ସହନଶକ୍ତି ଏବଂ ପ୍ରେରଣା ପୂଜ୍ୟ ବାପୁଙ୍କଠାରୁ ହିଁ ମିଳିଥିଲା ।
ଏ ନମ୍ବରରେ କଲ୍ କରି ଲୋକମାନେ ନିଜ ନିଜର ସନ୍ଦେଶ ନିଜ ସ୍ୱରରେ ରେକର୍ଡ ବି କରାନ୍ତି ।
ସେ ଚିଠି ମୋ’ ପାଇଁ କେବଳ ଏକ କାଗଜ ଖଣ୍ଡ ହୋଇନଥାଏ ।
ମୁଁ ପ୍ରାୟ 40-45 ବର୍ଷ ନିରବଚ୍ଛିନ୍ନ ଭାବରେ ଜଣେ ପରିବ୍ରାଜକର ଜୀବନ ଅତିବାହିତ କରିଛି ଏବଂ ଦେଶର ଅଧିକାଂଶ ଜିଲ୍ଲାକୁ ଯାତ୍ରା କରିଛି ତଥା ଦେଶର ଦୂର-ଦୂରାନ୍ତ ଜିଲ୍ଲାଗୁଡ଼ିକରେ ମୁଁ ବହୁତ ସମୟ ଅତିବାହିତ କରିଛି ।
ଯଦି ଆମେ ଅନ୍ୟମାନଙ୍କର ଅଧିକାରକୁ ସମ୍ମାନ ଦେବା ତେବେ ଆମ ଅଧିକାରର ରକ୍ଷା ସ୍ୱତଃ ହୋଇଯିବ ।
2020 ମସିହାରେ ଆମେ ଏକ ଗଣତନ୍ତ୍ର ଭାବରେ 70 ବର୍ଷ ପୂର୍ଣ୍ଣ କରିବା ଏବଂ 2022ରେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ଣ୍ଣ ହେବ ।
ଆସନ୍ତୁ, ଆମେ ସମସ୍ତେ ଆମ ସମ୍ବିଧାନର ମୂଲ୍ୟବୋଧକୁ ଆଗକୁ ବଢ଼ାଇବା ଏବଂ ଆମ ଦେଶରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ।
ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ବାବାସାହେବଙ୍କୁ ପ୍ରଣାମ ଜଣାଉଛି ଯିଏକି କୋଟି କୋଟି ଭାରତୀୟଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ଦେଇଛନ୍ତି ।
ଗଣତନ୍ତ୍ର କ’ଣ, ସଂସଦୀୟ ବ୍ୟବସ୍ଥା କ’ଣ – ଏସବୁ ଭାରତ ପାଇଁ କିଛି ନୂଆ କଥାନୁହେଁ ।
ପୂଜ୍ୟ ବାବାସାହେବଙ୍କୁ ପୁନଶ୍ଚ ଶ୍ରଦ୍ଧାଞ୍ଜଳି ଜଣାଉଛି ।
ଏକଥା ବ୍ୟାପକ ଭାବେ ଶୁଣି ମୁଁ ବହୁତ ସନ୍ତୋଷ ଲାଭ କଲି । ମୋତେ ଲାଗିଲା ଯେ, ମୁଁ ଆପଣଙ୍କର, ଆପଣମାନଙ୍କ ମଧ୍ୟରୁ ଜଣେ, ଆପଣଙ୍କ ଗହଣରେ ରହିଛି, ଆପଣମାନେ ହିଁ ମୋତେ ବଡ଼ କରିଛନ୍ତି ।
ଆସନ୍ତୁ ଏହି ଯାତ୍ରାକୁ ଆମେ ଆହୁରି ଆଗକୁ ନେବା ।
ଆପଣମାନଙ୍କ ମନେଥିବ ଯେ, ଏଥର ଏସୀୟ କ୍ରୀଡାରେ ମଧ୍ୟ ଭାରତର ପ୍ରଦର୍ଶନ ଖୁବ୍ ଭଲ ଥିଲା ।
ଅନାଥାଶ୍ରମ ଛାଡ଼ିବା ପରେ ନିଜର ଜୀବିକା ଅର୍ଜନ ପାଇଁ ଦିଲ୍ଲୀ ପରିବହନ ନିଗମର ବସଗୁଡ଼ିକୁ ସଫା କରିବା, ଆଉ ଦିଲ୍ଲୀରେ ରାସ୍ତାକଡ଼ରେ ଥିବା ଢ଼ାବାଗୁଡ଼ିକରେ ୱେଟର ଭାବେ କାମ କଲେ ।
ତାଙ୍କ ପିତା ଜଣେ ଶ୍ରମିକ ଆଉ ମା ମାଛ ବିକ୍ରି କରନ୍ତି ।
ଦେଶର ଭିନ୍ନ-ଭିନ୍ନ ଷ୍ଟାଡ଼ିୟମରେ 12 ଲକ୍ଷରୁ ଅଧିକ ଲୋକ ଫୁଟବଲ ଖେଳକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଏପରିକି ଆଜି ଆମ ଭାରତବର୍ଷ ମଧ୍ୟ ଉକ୍ତ ସମସ୍ୟା ସହିତ ଅପରିଚିତ ନୁହେଁ ।
ବିଶେଷକରି ବୃକ୍ଷଗୁଡ଼ିକରେ ସୁରକ୍ଷା ଦିଗରେ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ବରଂ ପ୍ରସ୍ତୁତ, କିନ୍ତୁ ଗୋଟିଏ ବି ବୃକ୍ଷର କ୍ଷତି କରିବା ସେମାନଙ୍କୁ ସ୍ୱୀକାର୍ଯ୍ୟ ନୁହେଁ ।
କିନ୍ତୁ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଭାଇ ଗୁରବଚନ ସିଂହ ଯିଏକି ଜଣେ ସିଧା-ସାଧା କୃଷକ ଥିଲେ, ସେ କନ୍ୟା ପିତାଙ୍କ ସମ୍ମୁଖରେ ଯେଉଁ ସର୍ତ୍ତ ଉପସ୍ଥାପିତ କଲେ,ତାହାହିଁ ଆମ ସମାଜର ପ୍ରକୃତ ଶକ୍ତି ।
ଶ୍ରୀମାନ ଗୁରବଚନ ସିଂହ ମହାଶୟଙ୍କ ପରିବାର ମଧ୍ୟ ଆମମାନଙ୍କ ସମ୍ମୁଖରେ ଏପରି ଏକ ଦୃଷ୍ଟାନ୍ତ ରଖିଛନ୍ତି ।
ମୁଁ ପଞ୍ଜାବର ନାଭା ନିକଟରେ ଥିବା ଅନ୍ୟ ଗୋଟିଏ ଗ୍ରାମ ‘କଲ୍ଲର ମାଜରା’ ସମ୍ପର୍କରେ ପଢ଼ିଛି ।
ମୋ ପ୍ରିୟ ଦେଶବାସୀଗଣ, ଆମର ଉତ୍ତର-ପୂର୍ବାଞ୍ଚଳ କଥା କିଛି ଭିନ୍ନ ।
ଆପଣମାନଙ୍କୁ ଏହାଜାଣି ଖୁସି ଲାଗିବ ଯେ ଏ କ୍ଷେତ୍ରରେ ଶ୍ରେଷ୍ଠ ନୀତି ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସେହି କ୍ଷେତ୍ରରେ ଓସ୍କାର ସହ ସମକକ୍ଷ ।