text
stringlengths
0
9.1k
ଏସ.ଆଇ.ଡି. ରୋଗର କାରଣ ଜଣାଯାଇ ନାହିଁ । କେତେକ ମିଶ୍ରିତ ଉପାଦାନ ଏହି ରୋଗ କରିଥାଇପାରେ ଯେପରିକି ଅନ୍ତର୍ନିହିତ ସ‌ହଜ ଆକ୍ରମଣର ଶିକାର, ନିର୍ଦ୍ଦିଷ୍ଟ ସମୟ ଓ ପରିବେଶ ଚାପ । ପରିବେଶ ସମ୍ବନ୍ଧୀୟ ଚାପ ମଧ୍ୟରେ ପେଟମାଡ଼ି ବା କଡ଼ମାଡ଼ି ଶୋଇବା, ଅତ୍ୟଧିକ ଉତ୍ତାପ ଓ ସିଗାରେଟ ଧୁମ୍ର ପ୍ରଭାବ । ଗୋଟିଏ ଶେଯରେ ଶୋଇଲେ ଦୁର୍ଘଟଣାକ୍ରମେ ମୃତ୍ୟୁ ହୋଇପାରେ । ୩୯ ସପ୍ତାହ ଗର୍ଭାଧାନ ପୂର୍ବରୁ ଜନ୍ମ ଲାଭ ମଧ୍ୟ ଏକ ସଙ୍କଟ ଜନ‌କ ଅବସ୍ଥା ହୋଇପାରେ । ମୋଟ ନବଜାତ ଶିଶୁ ମୃତ୍ୟୁର ୮୦ % ଏହି ଏସ.ଆଇ.ଡି. ଯୋଗୁ ହୁଏ ଓ ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣ, ଜେନେଟିକ ବିଶୃଙ୍ଖଳା ଓ ହୃଦରୋଗ ହୋଇପାରେ । ଶିଶୁ ଶାରୀରିକ ଓ ଯୌନ ଉତ୍ପୀଡ଼ନ ଆକାରରେ ଶ୍ୱାସରୁଦ୍ଧ ହୋଇଥିଲେ ଭୂଲକ୍ରମେ ଏସ.ଆଇ.ଡି. ରୋଗ ନିର୍ଣ୍ଣୟ କରିହୋଇଯାଏ ଓ ଏହା ୫ %ରୁ କମ ହୁଏ ।
ଏକ ବର୍ଷ ବୟସରୁ କମ ଶିଶୁକୁ ପିଠିପଟେ ଶୁଆଇବା ଏସ.ଆଇ.ଡି. ରୋଗର ସବୁଠାରୁ ପ୍ରଭାବଶାଳୀ ପ୍ରତିଷେଧକ ଉପାୟ । ଯତ୍ନ ନେଉଥିବା ଲୋକଠାରୁ ଦୂରରେ ଟାଣୁଆ ବିଛଣା, ସାମାନ୍ୟ ଥଣ୍ଡା ଆବ‌ହାୱା, ଶାନ୍ତକାରୀ ଔଷଧ ଓ ଧୁଆଁଠାରୁ ଦୂରରେ ରଖିବା ଏହାର ଅନ୍ୟାନ୍ୟ ପ୍ରତିଷେଧ ବ୍ୟବସ୍ଥା ମଧ୍ୟରେ ଯାଏ । ସ୍ତନ୍ୟପାନ ଓ ଟିକାକରଣ ଏହାର ପ୍ରତିଷେଧ କାମ କରିପାରେ । ଅବସ୍ଥାନ‌କାରୀ ଯନ୍ତ୍ର, ଶିଶୁ ମନିଟର ଓ ପଙ୍ଖା ଚାଳନା ଏହାର ଉପକାରରେ ଆସିବା ପ୍ରମାଣ ନାହିଁ । ଶିଶୁର କୌଣସି ସାକ୍ଷୀ ନ ଥାଇ, ପରୀକ୍ଷା ନ କରି ହଠାତ ମୃତ୍ୟୁ ହେଉଥିବା ଯୋଗୁ ଶୋକଗ୍ରସ୍ତ ପରିବାରକୁ ଆଶ୍ୱାସନା ଦେବା ନିତାନ୍ତ ଆବଶ୍ୟକ ।
ବିକାଶଶୀଳ ଦେଶମାନଙ୍କରେ ଏସ.ଆଇ.ଡି. ରୋଗର ହାର ଏକ ହଜାରରୁ ଦଶ ହଜାରରେ ଗୋଟିଏ ଥାଏ । ପୃଥିବୀରେ ସନ ୧୯୯୦ରେ ୨୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୧୫,୦୦୦ ମୃତ୍ୟୁ ହୋଇଛି । ଆମେରିକାରେ ସନ ୨୦୧୧ରେ ଏକ ବର୍ଷରୁ କମ ଶିଶୁ ମୃତ୍ୟୁରେ ଏସ.ଆଇ.ଡି. ରୋଗ ତୃତୀୟ ସ୍ଥାନ ଅଧିକାର କରିଥିଲା । ଏକ ମାସରୁ ଏକ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ଏହା ଏକ ସାଧାରଣ କାରଣ । ଛଅ ମାସ ବୟସ ପୂର୍ବରୁ ୯୦ % ମୃତ୍ୟୁ ହୁଏ ଓ ୨ରୁ ୪ ମାସ ମଧ୍ୟରେ ବାରମ୍ବାର ସର୍ବାଧିକ ହୁଏ । ଝିଅଙ୍କ ଅପେକ୍ଷା ପୁଅମାନଙ୍କର ଏହା ଅଧିକ ହୁଏ ।
ଅକାନବିନ୍ଧି (ପାଠା ନାମରେ ଜଣା, ବୈଜ୍ଞାନିକ ନାମ: ସିଶାମ୍ପେଲଶ ପାରେଇରା/Cissampelos pareira) ଏକ ଲତା ଗଛ । ଏହାର ସଂସ୍କୃତ ନାମ ଅମ୍ବଷ୍ଟାକୀ, କୁଳ ଗୁଡୂଚି, କୁଳ (Menispermaceae, ମେନିସ୍ପେର୍ମାସି), ପର୍ଯ୍ୟାୟ ନାମ (ସଂସ୍କୃତ) ପାଠା, ଅମ୍ବଷ୍ଠା, ବରତିକ୍ତା, ଅବିଦ୍ଧକର୍ଣ୍ଣୀ, ପିଲୁଫଳା ।
ଏହା ଉଚ୍ଚ ବୃକ୍ଷ ଶାଖା ପ୍ରଶାଖରେ କିମ୍ବା ଭୂମୀରେ ପ୍ରଶାରି ଲତା ଅଟେ l
ପତ୍ର –ଏକାନ୍ତର, ବୃତ୍ତକାର, ନଟୁ ଆକାର, ସୂକ୍ଷ୍ମ ରୋମଶାଗ୍ର, ୧-୪ଇଞ୍ଚ ଲମ୍ବ l ମୁଖ୍ୟ ପତ୍ରଶିରା ସଂଖ୍ୟା ୫-୭ ପତ୍ର ଏବଂ ଶାଖା ଗୁଡିକ ମୃଦୁ ଶ୍ଵେତ ରୋମଶ । ପୁଷ୍ପ-ଏକଲିଙ୍ଗୀ, ପୀତାଭ, ଶ୍ଵେତ । ପୂଂପୁଷ୍ପ ସଘନ ମଞ୍ଜରୀ ଗୁଡିକରେ ଗୁଚ୍ଛ ବାନ୍ଧି କୋଣପୁଷ୍ପକ ଗୁଡିକର ଅକ୍ଷରୁ ଉଦ୍ଗତ ହୋଇଥାନ୍ତି l ସ୍ତ୍ରୀ-ପୁଷ୍ପ ମଞ୍ଜରୀ-୬ଇଞ୍ଚ ଲମ୍ବ, କୋଣପୁଷ୍ପକ .୫ରୁ .୭ ଇଞ୍ଚ ବ୍ୟାସ ବିଶିଷ୍ଟ l ଫଳ-ମଟର ସଦୃଶ, ରକ୍ତବର୍ଣ୍ଣ କିମ୍ବା ନାରଙ୍ଗୀ l ବୀଜ-ବକ୍ରାକୃତି l ପୁଷ୍ପ –ଜୁନ-ନଭେମ୍ବର ତଥା ଫଳ ତତ୍ ପରେ ହୋଇଥାଏ l
ଏହାର ଭୌମିକ ପ୍ରତାରି କାଣ୍ଡ ଏବଂ ମୂଳ ଲମ୍ବା, କୋମଳ, ପ୍ରାୟ ବିବିଧ ଶାଖା ଯୁକ୍ତ ପାଖାପାଖି ୧/୨ ଇଞ୍ଚ ବ୍ୟାସ, ବାହ୍ୟ ପାର୍ଶ୍ଵ ହାଲୁକା ପାଉଁଶିଆ, ଅନ୍ତର ପୀତାଭ ପାଉଁଶିଆ ବର୍ଣ୍ଣ l ଅନୁଦୈର୍ଘ୍ୟ ଫାଟ ଯୁକ୍ତ, ଅନୁପ୍ରସ୍ତ ଦିଗରେ ସଙ୍କୋଚ ଯୁକ୍ତ, ସ୍ବାଦରେ ତିକ୍ତ l
ଜାତି (species)ପ୍ରଜାତି(variety) – ଏହାର ଅନ୍ୟ ଏକ ଜାତି ରାଜପାଠା ( Cyclia arnotii Miers ) ନାମରେ ପରିଚିତ । Stephania glabra Miers ,Stephania japonica Miers ନାମକ ବୃକ୍ଷ ମଧ୍ୟ ରାଜପାଠା ନାମରେ ପରିଚିତ । ରାଜପାଠାର ପତ୍ର ବଡ ବଡ ହୋଇଥାଏ ତଥା କନ୍ଦ ଖୁବ ବଡ ହୋଇଥାଏ l ଏସ.ଜାପୋନିକା(S.japonica)ର ଦୁଇଟି ପ୍ରଜାତି ଭାରତବର୍ଷରେ ମିଳିଥାଏ -୧. Variety (ପ୍ରଜାତି) Japonica (ଜାପୋନିକା) ୨. ପ୍ରଜାତି –Discolor ଦିଷ୍କଳର –ଏହା ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ପ୍ରଦେଶରେ ମିଳିଥାଏ।
ସମଗ୍ର ଭାରତବର୍ଷ, ଶ୍ରୀଲଙ୍କା, ଚୀନ, ମାଲୟେସିଆ, ବର୍ମା, ଥାଇଲାଣ୍ଡ, ଅଷ୍ଟ୍ରେଲିଆ l
'ଚେର: ପେଲୋସିନ(Pelosine), ବେବୀରିନ(Bebeerine), ସାପୋନିନ(Sapponin), କ୍ଷ୍ୟାରIଭ(Alkaloids)-ସାଇକ୍ଳେଇନ(Cyclein), ପାରେଇରୁବାଇନ୍(Pareirubrine), ଡେୟାମିଟୀନ୍(Deyamittin), ସୀସାମ୍ପେରାଇନ୍(Cissampareine), ହୟାଟୀଡାଇନ(Hayatidine), ହାୟIଟିନ(Hayatine), ସିସ୍ସାମାଇନ ଏବଂ ସାଇକ୍ଲେଇନ (Cissamine and cycleanine), ଟେଟ୍ରାନଡ୍ରାଇନ(Tetrandrine), ଡାଇସେଣ୍ଟ୍ରIଇନ(Dicentrine, ଡାଇହାଇଡ୍ରୋ- ଡାଇସେଣ୍ଟ୍ରIଇନ(Dihydrodicentrine), ଇନ୍ସୁଲIରାଇନ(Insularine) ।
ଅକାନବିନ୍ଧି ଲତା ପତ୍ରରେ ଅନ୍ତଃନଳୀ ବ୍ରଣ ଆରୋଗ୍ୟ କରିବା ତତ୍ତ୍ଵ ରହିଥାଏ l ଏହା ମୂଷା ଓ ଠେକୁଆ ଆଦି ପ୍ରାଣୀମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରମାଣିତ କରାଯାଇଛି ।
କଙ୍ଗୋ ଗଣରାଜ୍ୟର କୀଭୂ ନାମକ ପ୍ରଦେଶରେ କରାଯାଇଥିବା ଏକ ଗବେଷଣା ଅନୁଯାୟୀ ଅକାନବିନ୍ଧିର କେତେକ ପ୍ରଜାତି କ୍ଳୋରୋକୁଇନ ରୋଧୀ ପ୍ଲାସ୍ମୋଡିଅମ ଫାଲସିପାରମ ମେଲେରିଆ କୀଟାଣୁ ଗୁଡିକୁ ସମ୍ପୂର୍ଣ ନିର୍ମୂଳ କରିଦେଇପାରେ l ଏହି ମ୍ୟାଲେରିଆ କୀଟାଣୁଘାତି ତତ୍ତ୍ଵ ଏହାର ଚେରରୁ ଆହରିତ ସୁରାସାର (Ethyl alcohol) ଦ୍ରବଣରେ ଥାଏ l ଟ୍ରିପାନୋସୋମା କୃଜୀ ଓ ଟ୍ରିପାନୋସୋମା ବ୍ରୁସେଇଆଦି ପରଜୀବୀ ଉପରେ ଏହାର ଘାତକ କ୍ଷମତା ରହିଛିI
ପାଠା ପତ୍ରରେ ଥିବା ସୁରାସାର ଆହରିତ ତତ୍ତ୍ଵରେ ତୀବ୍ର ବେଦନା ନାଶକ ବା ପୀଡାହାରୀ କ୍ଷମତା ଚିହ୍ନଟ କରାଯାଇଛି l
ଏହାର ପତ୍ରରେ ଅନୁର୍ଯତା ଜନିତ ରୋଗ ଯଥା କ୍ରମେ – ଶ୍ଵାସ,ପ୍ରତିଶ୍ୟାୟ ଏବଂ ଇଓସିନୋଫିଲିଆ (Eosinophil) ଅତ୍ୟାଶୟକୁ ସମନ ଓ ନିୟନ୍ତ୍ରଣ କରିଥାଏ l ପାଠାରୁ ଆହରିତ ୱାରିଫ୍ଟେଇନ ନାମକ ଆଲ୍କାଲଏଡ୍ରେ ଏହି କ୍ଷମତା ଥିବାର ଚିହ୍ନଟ ହୋଇଛି l
ଏହାର ପତ୍ର ଏବଂ ଚେରରେ ମେଲେରିଆ କୀଟାଣୁ ବାହକ ମଶା’ର ଲାର୍ଭ ଗୁଡିକୁ ମାରିବାର କ୍ଷମତା ରହିଛି । ଏହା ତାଞ୍ଜାନିୟାରେ ଏକ ପରିକ୍ଷଣରୁ ପ୍ରତିପାଦିତ ହୋଇଛି ।
ଷ୍ଟାଫାଇଲୋକୋକସ ଅଉରିଅସ (Staphylococcus aureus), ଏସ୍ଚେରେଚିଆ କୋଲାଇ Escherichia coli, ଶିଉଡୋମୋନାସ ଏରୁଜିନୋସା(Pseudomonas aeruginosa), ସାଲ୍ମୋନେଲା ଟାଇଫି(Salmonella typhi), ଭାଇବ୍ରିଓ କୋଲେରା (Vibrio cholera), ବାସିଲସ ଅନ୍ଥ୍ରାସିସ(Bacillus anthracis), ଷ୍ଟ୍ରେପ୍ଟୋକୋକସ ଫେକାଲିସ(Streptococcus faecalis) ଏବଂ ବୀଜାଣୁ କବକ ବିରୋଧି କ୍ରିୟା (antifungal activity )କାଣ୍ଡିଡା ଆଲବିକାନ (Candida albicans)ଏବଂ କ୍ରିପ୍ଟୋକୋକସ ନିଓଫୋର୍ମାନ୍ସ (Cryptococcus neoformans) ଆଦି ଅଣୁଜୀବ ଉପରେ ଦେଖାଇ ଥାଏ l
ଏକ କ୍ଷାର। ଭ (Alkaloid ଆଲ୍କାଲଏଡ) ପାରେଇରୁବାଇନ୍ (Pareirubrine)ରେ ରକ୍ତ କର୍କଟ ବା ଲ୍ୟୁକେମିୟା (Leukemia)କୁ ସମନ କରିବାର କ୍ଷମତା ରହିଛି ।
ଏହାର ପତ୍ର ଏବଂ ଚେରରେ ଅତିସାର ଓ ପ୍ରବାହିକା ଜୀବାଣୁ ଘାତି ଶକ୍ତି ଥାଏ l
ଅକୁହା କଥା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୂର୍ଣ୍ଣଚନ୍ଦ୍ର ରାଓ । ତରୁଣ ମଜୁମଦାର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଦେବୁ ବୋଷ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହେଶ୍ୱତା ରାୟ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି ଲହରୀ । ମହମଦ ଅଜିଜ୍ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଅକୁହା କଥା ଇଣ୍ଟରନେଟ ମୁଭି ଡାଟାବେସରେ
ଅକୋଲା, ମଧ୍ୟ ଭାରତରେ ଥିବା ଏକ ସହର ଏବଂ ଏହା ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ସଦର ମହକୁମା ଅଟେ । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଠାରୁ ଏହା ୫୮୪ କିମି ପୂର୍ବକୁ ଥିବାବେଳେ ଦ୍ଵିତୀୟ ରାଜଧାନୀ ନାଗପୁର ଠାରୁ ଏହା ୨୫୦ କିମି ଦୂରରେ ଅବସ୍ଥିତ ।
ଅକୋଲା ସହରଟି ୨୦.୭° ଉତ୍ତର ଅକ୍ଷାଂଶ ଓ ୭୭.୦୭° ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଏହା ସମୁଦ୍ର ପତନଠାରୁ ୯୨୫ ft (୨୮୨m) ଉଚ୍ଚତାରେ ରହିଛି ।
୨୦୧୧ ଭାରତୀୟ ଜନଗଣନା ଅନୁଯାୟୀ,
Aଅକୋଲା ସହରର ମୋଟ ଜନସଂଖ୍ୟା ୪୨୭,୧୪୬ ଅଟନ୍ତି । ଅକୋଲାର ସହରାଞ୍ଚଳରେ ଅନ୍ତର୍ଗତ ଖାଡକି (Khadki), ମଲ୍‌କାପୁର (Malkapur), ଶିବାନୀ (Shivani) ଜନସଂଖ୍ୟା ମିଶାଇଲେ ଏହା ପ୍ରାୟ ୭୨୧,୮୪୯ ହେବ । ମୋଟ ଜନସଂଖ୍ୟାରୁ ପୁରୁଷ ୫୨% ହୋଇଥିବା ବେଳେ ମହିଳା ପ୍ରାୟ ୪୮% । ସେଥିରୁ ଜନସଂଖ୍ୟାର ୧୩ ପ୍ରତିଶତ ଲୋକ ୬ ବର୍ଷ ବୟସରୁ କମ୍ ବୟସ୍କ ଅଟନ୍ତି । ଅକୋଲାର ସାକ୍ଷରତା ହାର ୨୦୧୨ ସୁଦ୍ଧା ୯୧.୩୪% ଥିଲା ।
ଅକ୍କି ଆଲୁର,  ଦକ୍ଷିଣ ଭାରତୀୟ ରାଜ୍ୟ କରଣାତକର ଏକ ଗ୍ରାମ ।  .ଏହା ହାଭେରୀ ଜିଲ୍ଲାର ହଙ୍ଗଳ ତାଲୁକରେ ଅବସ୍ଥିତ ।
2011 ଜନଗଣନା ଅନୁସାରେ ଏଠାରେ 2565 ପରିବାରରେ ସମୁଦାଯ 12,294 ଜଣ ରହନ୍ତି , ଯାହା ମଧ୍ୟରୁ ପୁରୁଷ ସଂଖ୍ୟା 6217 ଓ ମହିଳା ସଂଖ୍ୟା 6077 । 6 ବର୍ଷରୁ କମ ଆବାଦୀ ଏଠାରେ 1548  । ଏଠାରେ ସାକ୍ଷ୍ୟରତା ହାର 86.65 ଥିଲା , ଯାହା ଜାତୀୟ ହାର ଠାରୁ ବହୁ ଉର୍ଦ୍ଧରେ ରହିଥିଲା । .
1977 ମସିହାରେ ଏହି ଗ୍ରାମ ହଠାତ ଜାତୀୟ ନଜରକୁ ଆସିଥିଲା ଓ ବିରାଟ ଏଇତିହାସିକ ତଥ୍ୟ ବିଷୟରେ ସମସ୍ତେ ଅବଗତ ହେଇଥିଲେ । ଏଠାରେ ଏକ ଚାଷ ଜମି ମଧ୍ୟରୁ 46ଟି " byzantine Solidi" ନାମକ ରୋମାନ ରାଜୁତି ସମୟର ସ୍ଵର୍ଣ ମୁଦ୍ରା ମିଳିଥିଲା । ସେଥିରେ ରୋମାନ ରାଜାଙ୍କ ମୁଣ୍ଡର ଚିତ୍ର  ଖୋଦିତ ଥିଲା । ଏହାଦ୍ଵାରା ଅନୁମାନ କରାଯାଏ ଯେ ଅତି ପ୍ରାଚୀନ କାଳରେ ଏହି ଅଞ୍ଚଳରେ ରୋମାନ ଉପସ୍ଥିତି ଥିଲା । ତେବେ ଏହା ଉପରେ ଅଧିକ ପୁରାତତ୍ଵିକ ଅନୁସନ୍ଧାନ ତଥା ଆହୁରି ଅନେକ ସ୍ଥାନରେ ଖନନ କାର୍ଯ୍ୟ ହେଲେ ବିଶେଷ କଥା ଜଣାପଡିବ । ସ୍ଵର୍ଣ ମୁଦ୍ରା ଗୁଡିକ କର୍ଣାଟକର ମିଉଜିଆମରେ ରଖା ଯାଇଛି ।
ଅକ୍କିନେନି ନାଗା ଚୈତନ୍ୟ୨୩ ନଭେମ୍ବର ୧୯୮୬ (1986-11-23) (୩୧ ବର୍ଷ)
‌ଅକ୍କିନେନି ନାଗା ଚୈତନ୍ୟ‌(ଜନ୍ମ ୨୩ ନଭେମ୍ବର ୧୯୮୬) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ‌ଯୋସ୍‌ ଚଳଚ୍ଚିତ୍ର ଜରିଆରେ ୨୦୦୯ରେ ନାଗା ଚୈତନ୍ୟ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ନିର୍ଦ୍ଦେଶକ ଗୌତମ ମେନନ୍‌ଙ୍କ ନିର୍ଦ୍ଦେଶତି ଚଳଚ୍ଚିତ୍ର ‌ୟେ ମାୟା ଚେସଭେ‌ରେ ଚୈତନ୍ୟ ନାୟକ ରୂପେ ଅଭିନୟ କରିଥିଲେ । ୨୦୧୦ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଚୈତନ୍ୟଙ୍କର ପିତା ନାଗାର୍ଜୁନଙ୍କର ଅଭିନୀତ ୧୯୮୯ର ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌କୁ ଲକ୍ଷ୍ୟ କରି ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କ ସ‌ହ ତାଙ୍କର ପିଉସୀ ଝିଅ ସାମନ୍ତା ମଧ୍ୟ ଚଳଚ୍ଚିତ୍ର ଜଗତରେ ନାୟିକା ରୂପେ ପ୍ରବେଶ କରିଥିଲେ ।
ଏହା ପରେ ୨୦୧୧ ମସିହାରେ ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନାର ଅଭିନେତ୍ରୀ ‌ତମନ୍ନା ଭାଟିଆ‌ଙ୍କ ସ‌ହ ଚୈତନ୍ୟଙ୍କ ‌100% ଲଭ୍‌ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହା ପରେ ପରେ ଚୈତନ୍ୟଙ୍କର ‌ଧଡ଼ା‌, ‌ବେଜ‌‌ୱାଡ଼ା‌, ‌ଅଟୋନ‌ଗର ସୁର୍ଯ୍ୟ‌, ‌ତଡ଼କା‌ ଆଦି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୨୦୧୩ରେ ଅକ୍କିନେନି ପରିବାରଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‌ମନମ୍‌ରେ ପିତା ନାଗାର୍ଜୁନ, ଜେଜେ ନାଗେଶ୍ୱର ରାଓଙ୍କ ସ‌ହ ନାଗା ଚୈତନ୍ୟ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ପିତା ନାଗାର୍ଜୁନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌ ୨୦୧୪ରେ ଚୈତନ୍ୟ ନାୟକ ଭୂମିକାରେ ଅଭିନୟ କରିଥିଲେ ।
ଚୈତନ୍ୟ ଚେନ୍ନାଇରେ ୧୯୮୬ ମସିହା ନଭେମ୍ବର ୨୩ରେ ଜନ୍ମଗ୍ରହଣ କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଅକ୍କେନେନି ନାଗାର୍ଜୁନ ତାଙ୍କର ପିତା ଏବଂ ଲକ୍ଷ୍ମୀ ଦଗୁପତି ତାଙ୍କର ମାତା ଥିଲେ । ତାଙ୍କର ଜେଜେ ଅକ୍କିନେନି ନାଗେଶ୍ୱର ରାଓ, ମାମୁଁ ଭେଙ୍କଟେଶ ଦଗୁପତି, ସୁରେଶ ଦଗୁପତି, ମାମୁଁ ପୁଅ ଭାଇ ରାଣା ଦଗୁପତି ଏବଂ ପୀଉସୀର ପିଲା, ସୁମନ୍ତ, ସୁଶାନ୍ତ ଏବଂ ସାମନ୍ତା ସଭିଏଁ ତେଲୁଗୁ କଥାଚିତ୍ର ଜଗତର ଅଭିନେତା । ତାଙ୍କର ଅଜା ରାମନାଇଡ଼ୁ ଦଗପତି ଜଣେ ପ୍ରଯୋଜକ । ଏହା ପରେ ନାଗାର୍ଜୁନ ଏବଂ ଲକ୍ଷ୍ମୀଙ୍କର ବିବାହ ବିଚ୍ଛେଦ ଘଟିଲା । ନାଗାର୍ଜୁନ ଲକ୍ଷ୍ମୀଙ୍କୁ ଛାଡ଼ପତ୍ର ଦେବା ପରେ ଅଭିନେତ୍ରୀ ଅମଲା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ନାଗାର୍ଜୁନ ଏବଂ ଅମଲାଙ୍କର ପୁଅ ହେଉଛି ଅଖିଳ ଅକ୍କିନେନି ।
ଚୈତନ୍ୟଙ୍କର ମାତା-ପିତାଙ୍କର ବିବାହ ବିଚ୍ଛେଦ ପରେ ସେ ତାଙ୍କର ମାଆ ଲକ୍ଷ୍ମୀଙ୍କ ସ‌ହ ଚେନ୍ନାଇ ଚାଲିଗଲେ । ଚୈତନ୍ୟ ସ୍କୁଲରେ ପଢ଼ୁଥିବା ବେଳେ କି'ବୋର୍ଡ଼ ବଜାଇବାକୁ ବଜାଇବାକୁ ପସନ୍ଦ କରୁଥିଲେ ଏବଂ ସ୍କୁଲ ବ୍ୟାଣ୍ଡରେ ସେ ଗୀଟାର ବାଜାଉଥିଲେ । ପରବର୍ତ୍ତୀ ସମୟରେ ସେ ଲଣ୍ଡନର ତ୍ରିନିଟୀ ମହାବିଦ୍ୟଳୟରୁ କି'ବୋର୍ଡ଼ର ଶିକ୍ଷା ମଧ୍ୟ ନେଇଛନ୍ତି । ଚେନ୍ନାଇରେ ୧୮ ବର୍ଷ ର‌ହିବା ଭିତରେ ଚୈତନ୍ୟ ତାଙ୍କର ବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରି ହାଇଦ୍ରାବାଦ ଫେରିଥିଲେ ବାଣିଜ୍ୟରେ ସ୍ନାତକ ହାସଲ କରିବା ପାଇଁ । ସେ ତାଙ୍କର ସ୍ନାତକର ୨ୟ ବର୍ଷରେ ନାଗାର୍ଜୁନଙ୍କୁ ତାଙ୍କର ଅଭିନୟ ଦୁନିଆର ଇଚ୍ଛା ବିଷୟରେ ଜଣାଇଥିଲେ । ଏହା ପରେ ସେ ମୁମ୍ୱାଇରେ ତିନିମାସ ପାଇଁ ଅଭିନୟ ଶିକ୍ଷାଗ୍ରହଣ କରିଥିଲେ ଏବଂ ତା' ପରେ ଲସ୍ ଆଞ୍ଜେଲ୍‌ସ୍‌ରେ ଅଭିନୟ ଏବଂ ସାମରୀକ ଶିକ୍ଷା କରିଥିଲେ । ଏସବୁ ବ୍ୟତୀତ ସେ ତାଙ୍କର ଅଭିନୟ ଆରମ୍ଭ କରିବା ପୂର୍ବରୁ ଦେଢ଼ ବର୍ଷ ତେଲୁଗୁ ଭାଷା ଶିକ୍ଷା କରିଥିଲେ । ଏଥିରେ ସେ କଥାଚିତ୍ରରର ଶବ୍ଦଗ୍ରହଣ କରିବା ପଦ୍ଧତି ସ‌ହ ଶୁଦ୍ଧ ତେଲୁଗୁ ଭାଷା ଶିଖୁଥିଲେ ।
ନାଗା ଚୈତନ୍ୟ ଏବଂ ସାମନ୍ତା ପରସ୍ପରଙ୍କୁ ପୂର୍ବରୁ ଭଲ ପାଉଥିଲେ । ମାତ୍ର ସେମାନେ ଏହି କଥାକୁ ଖୋଲି ଖୋଲି ସ୍ୱୀକାର କରିବା ପରିବର୍ତ୍ତେ କେବଳ ଉତ୍ତମ ବନ୍ଧୁ ବୋଲି କ‌ହୁଥିଲେ । ନାଗା ଚୈତନ୍ୟ ସାମନ୍ତା ତାଙ୍କ ପ୍ରେମ ବିଷୟରେ କ‌ହିବାକୁ ତାଙ୍କର ପିତା ନାଗାର୍ଜୁନଙ୍କର ସୀକୃତି ଚାହୁଁଥିଲେ । କାରଣ ନାଗାର୍ଜୁନ ମଧ୍ୟ ଅମଲାଙ୍କୁ ବିବାହ କରିବା ବେଳେ ତାଙ୍କର ସ୍ୱର୍ଗୀୟ ପିତା ନାଗେଶ୍ୱର ରାଓଙ୍କର ଅନୁମତି ନେଇଥିଲେ । ସେଥିପାଇଁ ନାଗାର୍ଜୁନ ସେମାନଙ୍କର ପ୍ରେମକୁ ସୀକୃତି ଦେବା ପରେ ହିଁ ସେମାନଙ୍କର ନିର୍ବନ୍ଧ ଜାନୁଆରୀ ୨୯ରେ ହୋଇଥିଲା । ଏହି ନିର୍ବନ୍ଧ ବିଷୟରେ ନାଗାର୍ଜୁନ ନିଜେ ସଭିଙ୍କୁ ସାମାଜିକ ଗଣମାଧ୍ୟମରେ ଲେଖି ଜଣାଇଥିଲେ । ନାଗାର୍ଜୁନ ଏହି ଖୁସି ଖବର ଦେବା ପାଇଁ ଟୁଇଟ୍ କରି ଲେଖିଥିଲେ: "#Chaisam It's official now. My mother is my daughter now. Couldn't be happier!!" । ନାଗାର୍ଜୁନ ମନମ୍ ଚଳଚ୍ଚିତ୍ର ସ‌ହ ତାଙ୍କ ପାରିବାରିକ ସମ୍ପର୍କ ଅନୁସାରେ ସାମନ୍ତାଙ୍କୁ ତାଙ୍କ ମାଆ ବୋଲି ସମ୍ବୋଧନ କରିଥିଲେ ।
ଚୈତନ୍ୟ ୨୦୦୯ରେ ନିର୍ଦ୍ଦେଶକ ବସୁ ବର୍ମା ତାଙ୍କର ଚଳଚ୍ଚିତ୍ରରେ ‌ଯୋସ୍‌ରେ ଚୈତନ୍ୟଙ୍କୁ ନାୟକ ରୂପେ ପ୍ରଥମ ସୁଯୋଗ ଦେଇଥିଲେ, ଯେଉଁଥିରେ ସେ ଜଣେ କଲେଜ ଛାତ୍ର ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ Rediff.comରେ ଲେଖାଯାଇଥିଲା "As a debutant, Naga Chaitanya has performed well. He has his moments where he's proven himself. There is always scope for improvement and one hopes that he will hone his skills in the years to come." ଚୈତନ୍ୟ ତାଙ୍କର ପ୍ରଥମ ଅଭିନୟ ପାଇଁ ଦକ୍ଷୀଣ ଭାରତୀୟ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ପାଇଥିଲେ ।
ଏହା ପରେ ସେ ଗୌତମ ମେନନ୍‌ଙ୍କ ରୋମାଣ୍ଟିକ ଚଳଚ୍ଚିତ୍ର ‌ୟେ ମାୟା ଚେସଭେ‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସମାନ୍ତରାଳ ଭାବରେ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହୋଇଥିଲା । ମାତ୍ର ତାମିଲରେ ଏହାର କଳାକାର ଏବଂ କାହାଣୀର ଅନ୍ତ କିଛିଟା ଅଲଗା ପ୍ରକାରର ଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜଣେ ହିନ୍ଦୁ ତେଲୁଗୁ କଥାଚିତ୍ର ସ‌ହ ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିଥିଲେ ଯାହାଙ୍କ ସ‌ହ ଜଣେ ଖ୍ରୀଷ୍ଟିଆନ ମଲାୟୀ ଝିଅ ସ‌ହର ପ୍ରେମ ଗଢ଼ି ଉଠିଥିବ । Sify.comର ଜଣେ ଅଲୋଚକ ନାଗା ଚୈତନ୍ୟଙ୍କର ଏହି ଅଭିନୟ ପାଇଁ ଲେଖିଥିଲେ: "Naga Chaitanya is at home in romantic scenes. his asset is his voice and his casual acting style. Chaitanya has improved much better in performance from his first film. He can now confidently act in more romantic films and strengthen his position." ଏଥି ସ‌ହିତ ଚୈତନ୍ୟଙ୍କୁ ତାଙ୍କର ରୂପ ଉପରେ ବିଶେଷ ଧ୍ୟାନ ଦେବା ଦରକାର ବୋଲି ଅଲୋଚକମାନେ ମତ ଦେଇଥିଲେ, କାରଣ ସେ ଅତ୍ୟନ୍ତ ଛୋଟ ଥିଲେ ଏବଂ ତାଙ୍କୁ ଦେଖିଲେ ସମସ୍ତଙ୍କୁ ଛୋଟ ପିଲା ଭଳି ଲାଗୁଥିଲା । ଏହି ଚଳଚ୍ଚିତ୍ରଟି ଅଶ୍ଚର୍ଯ୍ୟଜନ‌କ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କର ଅଭିନୟ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ତାଙ୍କୁ ମଧ୍ୟ ନାମାଙ୍କିତ କରାଯାଇଥିଲା ।
‌ୟେ ମାୟା ଚେସଭେ‌ ପରେ ସେ ନିର୍ଦ୍ଦେଶକ ସୁକୁମାରଙ୍କ ସ‌ହ ଅନ୍ୟ ଏକ ପ୍ରେମ କାହାଣୀ ‌100% ଲଭ୍‌ରେ ନାୟିକା ତମନ୍ନା ଭାଟିଆଙ୍କର ନାୟକ ସାଜିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଉତ୍ତମ ପାଠ ପଢ଼ି ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଗର୍ବୀ ଛାତ୍ର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ IndiaGlitz ମନ୍ତବ୍ୟରେ ଲେଖିଥିଲା: "Naga Chaitanya's action has improved from his previous films. Though his expressions fall flat at places, the music, characterisation, camera and the look covers it all. His timing and grasping of his role is commendable. Though he didn't impress with his action, he didn't depress either. His best is perhaps yet to come." ଏତଦ୍ ବ୍ୟତୀତ ସେ ତାଙ୍କର ନୃତ୍ୟ ଶୈଳୀରେ ସୁଧାର ଆଣିବା ପାଇଁ ଆଲୋଚକମାନେ ମତ ପ୍ରକାଶ କରିଥିଲେ ।
ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‌ଧଡ଼ା‌ର ନିର୍ଦ୍ଦେଶନା ଦେଇଥିଲେ ନବାଗତ ନିର୍ଦ୍ଦେଶକ ‌ଅଜୟ ଭୁୟାଁ‌ । ଏହି ଚଳଚ୍ଚିତ୍ରର କାହାଣୀରେ ନାୟକ ଏବଂ ତା'ର ଭାଇ ଦୁଇଜଣ ଅନାଥ ବିଦେଶରେ ଥିଲେ । ବଡ଼ଭାଇ ଅନେକ କଷ୍ଟ କରିବା ସ‌ହ କିଛି ଖଳ ପ୍ରକୃତିର ଲୋକଙ୍କ ସ‌ହ କାର୍ଯ୍ୟ କରି ସାନ ଭାଇକୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରାଉଛି ଏବଂ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟ ଦେଇ ସେମାନେ ସେହି ଖଳ ପ୍ରକୃତିର ଲୋକଙ୍କୁ ହତ୍ୟା କରି ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ନାୟିକା କାଜଲ ଅଗ୍ର‌ୱାଲ ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟଙ୍କର ଅଭିନୟ ପାଇଁ ‌The Times of India‌ ଲେଖିଥିଲା: "After good performances in his last two films, Naga Chaitanya doesn't live up to expectations. He has the same expression stuck on his face throughout the movie."
ଏହା ପରେ ପରେ ନାଗା ଚୈତନ୍ୟ ନିର୍ଦ୍ଦେଶକ ବିବେକ କୃଷ୍ଣଙ୍କ ନିର୍ଦ୍ଦେଶନାରେ ‌ବେଜ‌‌ୱାଡ଼ା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜନେ କଲେଜ ପଢ଼ୁଆ ଛାତ୍ର ଭୂମିକରେ ଅଭିନୟ କରିଥିଲେ, ଯିଏ ତା'ର ବଡ଼ଭାଇର ହତ୍ୟାର ପ୍ରତିଶୋଧ ନେବା ପାଇଁ ଗୋଟିଏ ଗୁଣ୍ଡା ପାଲଟିଯାଏ । ଏହି ଚଳଚ୍ଚିତ୍ରଟି ସମାଲୋଚକ ବିପରୀତ ମନ୍ତବ୍ୟର ଶିକାର ହୋଇଥିଲା । କେତେକ ମତ ଦେଲେ କି ଏହି ଚଳଚ୍ଚିତ୍ରଟି ନାଗା ଚୈତନ୍ୟଙ୍କର ଜୀବନର ସବୁଠାରୁ ଖରାପ ଚଳଚ୍ଚିତ୍ର । ଏହା ‌ଧଡ଼ା‌ଠାରୁ ମଧ୍ୟ ଆହୁରି ଖରାପ ହୋଇଥିଲା । ତାଙ୍କର ଏହି ଚରିତ୍ରରେ ଅଭିନୟ ପାଇଁ ସମୀକ୍ଷକମାନେ ଅନେକ କଟୁ ସମାଲୋଚନା କଲେ । ‌The Times of India‌ରେ ତାଙ୍କର ଏହି ଅଭିନୟ ପାଇଁ ବାହାରିଥିଲା: "This film might have even outdone "Dhada", in being called the worst film of Naga Chaitanya's career. While the young actor still needs to work on his facial expressions, he was saddled with a poorly sketched character in this film, devoid of all heroism, and he fails to rise above it."
ଚୈତନ୍ୟଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ‌ତଡ଼କା‌ ଯେଉଁଟାକି ‌ଏନ. ଲିଙ୍ଗୁସ୍ୱାମୀ‌ଙ୍କ ତାମିଲ ଚଳଚ୍ଚିତ୍ର ‌ବେଟ୍ଟାଇ‌ର ପୁନଃନିର୍ମିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ପାଇଁ ଖବରକାଗଜ ‌ The Hindu‌ ଲେଖିଥିଲେ: "Naga Chaitanya shows tremendous improvement over his last outing, the debacle called ‌Bejawada‌. He is in sync with his role, exudes confidence and seems to have had fun both during the stunt sequences and comic portions. Reprising a role played by an established actor like Arya is no mean task and Chaitanya pulls it off rather well." ଏହି ଚଳଚ୍ଚିତ୍ରଟି ଉତ୍ତମ ବ୍ୟବସାୟ କରିବା ସ‌ହ ଚୈତନଙ୍କୁ ଆଗକୁ ଭଲ ଭଲ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ସୃଷ୍ଟି କଲା ।
୨୦୧୪ରେ ଚୈତନ୍ୟ ଅକ୍କିନେନି ପରିବାରଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‌ମନମ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍କିନେନି ପରିବାରର ନାଗେଶ୍ୱର ରାଓ, ନାଗାର୍ଜୁନ ଏବଂ ସାମନ୍ତା ଚୈତନ୍ୟଙ୍କ ସ‌ହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥି ସ‌ହ ତାଙ୍କ ସାବତ ଭାଇ, ଅଖିଳ ଅକ୍କିନେନି ଏବଂ ସାବତ ମାଆ ଅମଲା ଅକ୍କିନେନି ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ନାଗା ଚୈତନ୍ୟଙ୍କର ‌100% ଲଭ୍‌ ଚଳଚ୍ଚିତ୍ରର ସଫଳତା ପରେ ନାଗେଶ୍ୱର ରାଓ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା କରିଥିଲେ । ମାତ୍ର ସେହିଭଳି ମନଲାଖି କାହାଣୀଟିଏ ନ ମିଳିବାରୁ ସେମାନଙ୍କୁ ଅନେକ ସମୟ ଲାଗିଥିଲା । ମାତ୍ର ଅନେକ କାହଣୀ ଶୁଣିବା ପରେ ନିଜେ ନାଗେଶ୍ୱର ରାଓ ଏହି କାହାଣୀଟିକୁ ପସନ୍ଦ କରିବା ପରେ ଏହାର ଶୀର୍ଷକ ନିଜେ ରଖିଥିଲେ ‌ମନମ୍‌ ଯାହାର ଓଡ଼ିଆ ଅର୍ଥ ହେଉଛି ‌ଆମେ‌ । ଏହି ଚଳଚ୍ଚିତ୍ରଟି ପୁନର୍ଜନ୍ମର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ Deccan Chronicle ଲେଖିଥିଲେ: "Naga Chaitanya has done a decent job and compared to his earlier films he matured a lot as an actor." Sify.com ମଧ୍ୟ ଲେଖିଥିଲେ: "There is lot of improvement in Naga Chaitanya`s acting. He looks natural and has done justice to his role."
ତାଙ୍କର ପରବର୍ତ୍ତୀ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି ଏକ ରାଜନୈତିକ ନାଟକ, ‌ଅଟୋନ‌ଗର ସୂର୍ଯ୍ୟ‌ । ଏହି ଚଳଚ୍ଚିତ୍ରଟି ଦେବ କଟ୍ଟାଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଯେଉଁଥିରେ ଚୈତନ୍ୟ ଜଣେ ଦକ୍ଷ ମେକାନିକ ରୂପେ ଅଭିନୟ କରିଥିଲେ, ଯିଏକି ଛୋଟ ବେଳୁ ଏକ ଅପରାଧରେ ଜେଲ୍ ଜାଇଥିଲେ ଏବଂ ପରେ ପରେ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ସାମନ୍ତା ୩ୟ ଥର ପାଇଁ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରଟି ଅଲୋଚକ ଏବଂ ସମୀକ୍ଷକଙ୍କଦ୍ୱାରା ମିଶ୍ରିତ ମନ୍ତବ୍ୟ ପାଇଥିଲା । ସମୀକ୍ଷକମାନେ ଏହି ଚଳଚ୍ଚିତ୍ରଟିକୁ ସମାଲୋଚନା କରିଥିବା ବେଳେ ଅଲୋଚକ ବୃନ୍ଦ ନାଗା ଚୈତନ୍ୟଙ୍କର ଅଭିନୟକୁ ଖୁବ୍ ପ୍ରସଂଶା କରିଥିଲେ ଏବଂ ଏହା ତାଙ୍କର ଶ୍ରେଷ୍ଠ ଅଭିନୟ ବୋଲି ଦର୍ଶାଇଥିଲେ । ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରର ଅଭିନୟ ପାଇଁ ‌The Hindu‌ ଲେଖିଥିଲେ: "One rarely gets to see Naga Chaitanya smiling in this film. Chaitanya brings in the right amount of grit and intensity required for his role and shows that he can carry a film on his shoulders with the help of an able director."
ଏହା ପରେ ନାଗାର୍ଜୁନଙ୍କର ପ୍ରଯୋଜନାରେ ରୋମାଣ୍ଟିକ ଚଳଚ୍ଚିତ୍ର ‌ଓକ୍କା ଲୈଲା କୋସମ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ନାୟକ ଏବଂ ତାଙ୍କର ଅଭିନୟ ପାଇଁ ସଭିଙ୍କୁ ଆକର୍ଷିତ କରିଥିଲା । ଏହା ପରେ ସୁଧୀର ବର୍ମାଙ୍କ ନିର୍ଦ୍ଦେଶିତ ‌ଦୋହଚାୟ‌ରେ ଚୈନତ୍ୟଙ୍କ ସ‌ହ କୀର୍ତ୍ତୀ ସନନ୍‌ଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ୨୦୧୫ର ମଧ୍ୟ ଭାଗରେ ମୁକ୍ତିଲାଭ କରିଥିଲା ।
ସେହି ବର୍ଷ ଗୌତମ ମେନନ୍‌ଙ୍କର ଦ୍ୱିଭାଷୀ ଚଳଚ୍ଚିତ୍ର ‌ସାହାସମ୍ ସୋସଗ ସାଗିପୋ‌ର ତାମିଲ ଭାଷାରେ ସିଲାମ୍ବରସନ୍ (ସିମ୍ବୁ) ଏବଂ ତେଲୁଗୁରେ ଚୈତନ୍ୟ ନାୟକ ସାଜିଥିଲେ । ଏହା ପରେ ଚୈତନ୍ୟ ମାଲାୟଲମ୍ ଚଳଚ୍ଚିତ୍ର ‌ପ୍ରେମମ୍‌ର ତେଲୁଗୁ ପୁନଃନିର୍ମାଣରେ ନାୟକ ସାଜିଥିଲେ । ଅକ୍ଟୋବର ୭ ୨୦୧୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟଙ୍କର ନାୟିକା ସାଜିଥିଲେ ଶୃତି ହାସନ, ଯାହାକି ଅନେକ ସଫଳତା ସାଉଣ୍ଟିବା ସ‌ହ ସଫଳ ବ୍ୟବସାୟ ମଧ୍ୟ କରିଥିଲା ।
ଅକ୍ଟୋବର ୨୦୧୬ରେ କଲ୍ୟାଣ କୃଷ୍ଣଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରରେ ନାୟିକା ରକୁଲ୍ ପ୍ରୀତ୍ କୌରଙ୍କ ସ‌ହ ଚୈନତ୍ୟ ନାୟକ ରୂପେ ଅଭିନୟ କରିବା କଥା ଘୋଷଣା କରାଯାଇଥିଲା ।
୨୯ ଅଗଷ୍ଟ ୧୯୫୯ (1959-08-29) (୫୮ ବର୍ଷ)
‌ଅକ୍କିନେନି ନାଗାର୍ଜୁନ‌ (ଜନ୍ମ ୨୯ ଅଗଷ୍ଟ ୧୯୫୯) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ ଏବଂ ଦୂରଦର୍ଶନର ଉପସ୍ଥାପକ । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କିନ୍ତୁ ସେ ଏବେଯାଏ ପାଖାପାଖି ୯୦ଟିରୁ ଅଧିକ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ, ସ‌ହକାରୀ ଭୂମିକାରେ ଏବଂ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ସେ ୯ଟି ରାଜ୍ୟ ନନ୍ଦି ପୁରସ୍କାର, ୩ଟି ଦକ୍ଷିଣ ଫିଲ୍ମ‌ଫୟାର ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଥରେ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ । ୧୯୯୬ରେ ମୁକ୍ତିଲାଭ କରିଥିବା ନାଗାର୍ଜୁନଙ୍କ ପ୍ରଜୋଜିତ ଏବଂ ଅଭିନୀତ ଚଳଚ୍ଚିତ୍ର ‌ନିନ୍ନେ ପେଲ୍ଲାଦାତା‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେହି ବର୍ଷର ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ଘୋଷିତ ହୋଇଥିଲା ।
ନାଗାର୍ଜୁନ ୧୯୮୬ରେ ‌ବିକ୍ରମ‌ ଚଳଚ୍ଚିତ୍ର ମାଧ୍ୟମରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୯ରେ ‌ମଣିରତ୍ନମ୍‌ଙ୍କଦ୍ୱାରା ନିର୍ଦ୍ଦେଶିତ ରୋମାଣ୍ଟିକ ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌ରେ ଅଭିନୟ କରିଥିଲେ, ଯାହାକି ଲୋକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ବିବେଚିତ ହୋଇଥିଲା । ସେହି ବର୍ଷ ନାଗାର୍ଜୁନ ‌ରାମ ଗୋପାଳ ବର୍ମା‌ଙ୍କ ନିର୍ଦ୍ଦେଶିତ ‌ଶିବା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଟା ୧୩ତମ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ଚାଲିଥିଲା ଏବଂ ସେହି ଚଳଚ୍ଚିତ୍ରର ହିନ୍ଦୀ ରିମେକରେ ନାଗାର୍ଜୁନ ୧୯୯୦ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କଲେ ।
ଭାରତୀୟ ଚଳଚ୍ଚିତ୍ର ଜଗତର ୧୦୦ବର୍ଷ ପୂର୍ତ୍ତି ଅବସରରେ ୨୦୧୩ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଚଳଚ୍ଚିତ୍ର ଉତ୍ସବରେ ନାଗାର୍ଜୁନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତା ରମେଶ ସିପ୍ପି ଏବଂ ବିଶାଲ ଭରଦ୍ୱାଜଙ୍କ ଦକ୍ଷିଣ ଭାରତର ଚଳଚ୍ଚିତ୍ରକୁ ଉପସ୍ଥାପିତ କରିଥିଲେ । ୧୯୯୫ ମସିହାରେ ନାଗାର୍ଜୁନ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । ସେ ଆମେରିକାର ଏମ୍ମି ପୁରସ୍କାର ବିଜୟୀ ଏକ ଆନିମେସନ କମ୍ପାନୀର ମଧ୍ୟ ସ‌ହ ନିର୍ଦ୍ଦେଶକ ଥିଲେ । ନାଗାର୍ଜୁନ ତାଙ୍କ ଭାଇ ‌ଅକ୍କିନେନି ଭେଙ୍କଟ ରତ୍ନ‌ମ୍‌‌ଙ୍କ ସ‌‌ହ ଏକ ପ୍ରଡ଼କ୍ସନ କମ୍ପାନୀର ସ‌ହ ମାଲିକ ଅଛନ୍ତି । ନାଗାର୍ଜୁନଙ୍କ ବାପା ନାଗେଶ୍ୱର ରାଓଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓ ଏବଂ ଅନ୍ନପୂର୍ଣ୍ଣା ଆନ୍ତର୍ଜାତୀୟ ଫିଲ୍ମ ଏବଂ ମିଡ଼ିଆ ସ୍କୁଲର ସଭାପତି ଅଛନ୍ତି ।
ଅକ୍କିନେନି ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତେଲୁଗୁ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ତାରକା ଅକ୍କିନେନି ନାଗେଶ୍ୱର ରାଓ ଏବଂ ଅନ୍ନପୂର୍ଣ୍ଣା ଅକ୍କିନେନି । ଏହା ପରେ ତାଙ୍କ ପରିବାର ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଯାଇଥିଲେ, ଯେଉଁଠାରେ ସେ ହାଇଦ୍ରବାଦ ପବ୍ଲିକ ସ୍କୁଲ ଏବଂ ଲିଟଲ୍ ଫ୍ଲାୱାର ଜୁନିଅର କଲେଜରେ ପଢ଼ିଥିଲେ । କଲେଜ ଅଫ ଇଞ୍ଜିନିୟରିଂରୁ ସେ ତାଙ୍କର ଯନ୍ତ୍ରଶାସ୍ତ୍ର ସ୍ନତକ ଶେଷ କରିଥିଲେ । ନାଗାର୍ଜୁନ ଇଷ୍ଟର୍ଣ୍ଣ ମିଚିଗାଁ ବିଶ୍ୱବିଦ୍ୟାଳୟରୁ ଅଟୋମୋବାଇଲ ଯନ୍ତ୍ରଶାସ୍ତ୍ରରେ ମଷ୍ଟର ଡିଗ୍ରୀ ହାସଲ କରିଥିଲେ । ନାଗାର୍ଜୁନ ୧୯୮୪ରେ ତେଲୁଗୁ ଚଳଚ୍ଚିତ୍ର ଜଗତର ଅନ୍ୟତମ ନାୟକ ଭେଙ୍କଟେଶ ଦଗୁପତ୍ତିଙ୍କ ‌ଭଉଣୀ ଲକ୍ଷ୍ମୀ ଦଗୁପତ୍ତି ରାମନାୟିଡ଼ୁଙ୍କୁ ବିବାହ କରିଥିଲେ ମାତ୍ର ୧୯୯୦ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅକ୍କିନେନି ନାଗ ଚୈତନ୍ୟ ଏହି ଦୁଇଜଣଙ୍କର ପୁଅ । ଏହାପରେ ନାଗାର୍ଜୁନ ପୁଣିଥରେ ୧୯୯୨ରେ ଅଭିନେତ୍ରୀ ଆମଲା ଅକ୍କିନେନିଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ଅଖିଳ ଅକ୍କିନେନି ।
୧୯୬୭ ମସିହାରେ ଜଣେ ଶିଶୁ କଳାକାର ଭାବରେ ନାଗାର୍ଜୁନ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଭେତରନ୍ ଅଦୁର୍ଥି ସୁବାରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ସୁଡ଼ିଗୁଣ୍ଡାଲୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାଗାର୍ଜୁଙ୍କର ବାପା ଅକ୍କିନେନି ନାଗେଶ୍ୱର ରାଓ ଅଭିନୟ କରୁଥିବା ବେଳ ନାଗାର୍ଜୁନଙ୍କୁ ଏକ ଶିଶୁ କଳାକାରର ଭୂମିକା ନିଭେଇବାର ସୁଯୋଗ ମିଳିଥିଲା । ଏହାପରେ ୧୯୮୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‌ବିକ୍ରମ‌ରେ ନାଗାର୍ଜୁନ ନାୟକ ରୂପେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୧୯୮୩ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‌ହିରୋ‌ର କାହାଣୀ ଉପରେ ପୁନଃ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଭି. ମଧୁସୂଦନ ରାଓଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଅନେକ ସଫଳତା ପାଇଥିଲା ଏବଂ ନାଗାର୍ଜୁନଙ୍କ ସଫଳତାର ସିଡ଼ି ଚଢ଼ା ଆରମ୍ଭ ହୋଇଥିଲା ।
ପରେ ପରେ, ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଦାସରୀ ନାରାୟଣ ରାଓଙ୍କ ନିର୍ଦ୍ଦେଶିତ ‌ମଞ୍ଜୁ‌ ଚଳଚ୍ଚିତ୍ରରେ ନାଗାର୍ଜୁନଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ନାଗାର୍ଜୁନଙ୍କୁ ଅନେକ ସାକାରତ୍ମକ ସମୀକ୍ଷା ମିଳିଥିଲା । ଏହା ପରେ ନିର୍ଦ୍ଦେଶକ ଦେବୁତାନ୍ତ ଗୀତା କ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ଏବଂ ଇଲାୟାରାଜାଙ୍କ ସଂଗୀତ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‌ସଂକୀର୍ତ୍ତନ‌ରେ ନାଗାର୍ଜୁନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତା'ର କାହାଣୀ ଏବଂ ଗୀତ ପାଇଁ ପ୍ରଶଂସିତ ହୋଇଥିଲା ।
ଏହା ପରେ ୧୯୮୮ରେ ନାଗାର୍ଜୁନ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀ ଏବଂ ସୁଭାସିନୀଙ୍କ ସ‌ହ ‌ଆଖାରୀ ପୋରତମ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ବର୍ଷ କେ. ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶନାରେ ବିଜୟଶାନ୍ତିଙ୍କ ସ‌ହ ନାଗାର୍ଜୁନଙ୍କ ‌ଜାନ‌କୀ ରାମୁଡ଼ୁ‌ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୧୯୮୯ରେ ‌ମଣି ରତ୍ନମ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌ଗୀତାଞ୍ଜଳୀ‌ରେ ନାଗାର୍ଜୁନଙ୍କ ଅଭିନୟ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲୋକପ୍ରିୟ କରାଇଥିଲା । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଚଳଚ୍ଚିତ୍ର ଥିଲା ।
ଏହା ପରେ କଲେଜରେ ଚାଲୁଥିବା ରାଜନୀତିକୁ ନେଇ ‌ରାମ ଗୋପାଳ ବର୍ମା‌ଙ୍କ ନିର୍ଦ୍ଦେଶନାରେ ନାଗାର୍ଜୁନ ‌ଶିବା‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୦ରେ ସେହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ପୁନଃ ନିର୍ମାଣ କରାଗଲା ଏବଂ ନାଗାର୍ଜୁନ ନାୟକ ଭାବରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କଲେ । ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୧୯୯୪ରେ ନାଗାର୍ଜୁଙ୍କର ଅଭିନୀତ ଚଳଚ୍ଚିତ୍ର ‌ହେଲୋ ବ୍ରଦର‌ ପରବର୍ତ୍ତୀ ସମୟରେ ୧୯୯୬ରେ ହିନ୍ଦୀରେ ପୁନଃ ନିର୍ମିତ ହୋଇ ‌ଜୁଡ଼ୁଆ‌ ମୁକ୍ତିଲାଭ କରିଥିଲା । ପରେ ପରେ ତାଙ୍କର ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ମନ୍‌ମଥୁଡ଼ୁ, ଶିବମଣୀ, ସନ୍ତୋସମ୍, ମାସ୍, ସୁପର, ଡନ୍ ନଂ ୱାନ, ଶ୍ରୀ ହରି, କିଙ୍ଗ, ତ୍ରୀଶା କ୍ରୀଷ୍ଣନ୍, ରଗ୍ଡ଼ା, ଗ‌ଗନମ୍, ଶିରିଡ଼ି ସାଇ, ଗ୍ରୀକୁଭିରୁଡ଼ୁ, ଭାଇ ପ୍ରଭୃତି ।
ନାଗାର୍ଜୁଙ୍କର ବଡ଼ ପୁଅ ଅକ୍କିନେନି ନାଗା ଚୈତନ୍ୟଙ୍କ ଚଳଚ୍ଚିତ୍ର ‌୧୦୦% ଲଭ୍‌ର ସଫଳତା ପରେ ନାଗାର୍ଜୁଙ୍କର ପିତା ଅକ୍କିନେନି ନାଗେଶ୍ୱର ରାଓ ତାଙ୍କର ପରିବାରର ସମସ୍ତେ ମିଶି ଏକ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ନାଗାର୍ଜୁଙ୍କୁ ଦେଇଥିଲେ । ଏହା ପରେ ଭଲ କାହାଣୀଟିଏ ଖୋଜିବାକୁ ସମୟ ଲାଗିଥିଲା । ପରେ ଅଭିନେତା ନିତୀନ୍‌ଙ୍କର ପିତାଙ୍କର ପରାମର୍ଶ କ୍ରମେ ‌ବିକ୍ରମ କୁମାର‌ଙ୍କର କାହାଣୀ ଶୁଣିଥିଲେ । ସେତେବେଳ ବିକ୍ରମ କୁମାରଙ୍କର କାହଣୀ ଉପରେ ନିତୀନ୍ ଏବଂ ନିତ୍ୟା ମେନନ୍‌ଙ୍କର ‌ଇସ୍କ‌ ଚଳଚ୍ଚିତ୍ରରେ ସୁଟିଂ ଚାଲିଥିଲା । ନାଗାର୍ଜୁନଙ୍କୁ ଏହି କାହାଣୀ ପସନ୍ଦ ଆସିଥିଲେ ମଧ୍ୟ ସେ ଇସ୍କ ଦେଖିସାରିବା ପରେ ନୂଆ ଚଳଚ୍ଚିତ୍ରରେ କାମ କରିବେ ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ନିର୍ଦ୍ଦେଶକ କେ. ରାଘବେନ୍ଦ୍ର ରାଓଙ୍କ ହସ୍ତକ୍ଷେପରେ କୁମାର ପୂର୍ବ କାହାଣୀରେ ଟିକେ ପରିବର୍ତ୍ତନ କରିଥିଲେ । ଏହା ପରେ ନାଗାର୍ଜୁନ ଏବଂ ନାଗେଶ୍ୱର ରାଓଙ୍କର ସ‌ହମତିରେ ନିର୍ମାଣା ହୋଇଥିଲା ‌ମନମ୍‌ । ନାଗେଶ୍ୱର ରାଓ ଏହି ଚଳଚ୍ଚିତ୍ରଟିର ନାମ ରଖିଥିଲେ ‌ମନମ୍‌ ଯାହାର ଅର୍ଥ ହେଉଛି ‌ଆମେ‌ । ଏହି ଚଳଚ୍ଚିତ୍ରରେ ଅକ୍କିନେନି ପରିବାରର ନାଗେଶ୍ୱର ରାଓ, ନାଗାର୍ଜୁନ, ନାଗା ଚୈତନ୍ୟ ଏବଂ ସାମନ୍ତା ମୁଖ୍ୟ ଭୂମିକାରେ ଥିବା ବେଳେ ନାଗାର୍ଜୁନଙ୍କର ସାନ ପୁଅ ଅଖିଳ ଅକ୍କିନେନି ଏବଂ ପତ୍ନୀ ଆମଲା ଅକ୍କିନେନି ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ । ନାଗେଶ୍ୱର ରାଓଙ୍କ ଅନୁରୋଧ କ୍ରମେ ଅମିତାଭ ବଚନ ମଧ୍ୟ ଏହି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ମଧ୍ୟ ଅଭିନୟ କରିଥିଲେ । ୨୦୧୪ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ବେଳକୁ ‌ନାଗେଶ୍ୱର ରାଓ‌ଙ୍କର ଦେହାନ୍ତ ହୋଇସାରିଥିଲା ।
୨୦୦୯ରେ ନାଗାର୍ଜୁନ ସୋପ ଅପରା ‌ୟୁଭା‌ ପାଇଁ ପ୍ରଥମ କରି ଦୂରଦର୍ଶନରେ ପ୍ରଯୋଜନା କରିଥିଲେ । ମାଆ ଟିଭିର ମାଲିକ ହେଉଛନ୍ତି ନାଗାର୍ଜୁନ । ‌କୋନ୍ ବନେଗା କରୋଡ଼ପତି‌ର ତେଲତୁଗୁ ସଂସ୍କରଣ ‌KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁ‌ରେ ନାଗାର୍ଜୁନ ସୁତ୍ରଧର ଭୂମିକାରେ ଟିଭିରେ ପ୍ରଥମ କରି ଦେଖାଦେଇଥିଲେ । ଏହାର ଦୁଇଟି ସଂସ୍କରଣ ମାଆ ଟିଭିରେ ପ୍ରସାରିତ ହୋଇସାରିଛି । KBC- ମିଲ୍ଲୁ ଏବୁରୁ କୋଟିସ୍ୱରୁଡ଼ୁ ପାଇଁ ନାଗାର୍ଜୁନ ୨୦୧୫ରେ ଦୂରଦର୍ଶନର ମନୋରଞ୍ଜନର ସରଦାର ଭାବେ ସମ୍ମାନିତ ହୋଇଥିଲେ ।
୨୦୧୩ରେ ନାଗାର୍ଜୁନ ଭାରତୀୟ ବ୍ୟଡ଼ମିଣ୍ଟନ୍ ଲିଗ୍‌ରେ ‌ସୁନୀଲ ଗାଭାସ୍କର‌ଙ୍କ ସ‌ହ ‌ମୁମ୍ବାଇ ମାଷ୍ଟର୍ସ‌ର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ସ‌ହ ‌ମାହି ରେସିଙ୍ଗ ଟିମ୍ ଇଣ୍ଡିଆ‌ର ସ‌ହ-ମାଲିକ ହୋଇଥିଲେ । ବର୍ତ୍ତମାନ ନାଗାର୍ଜୁନ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ‌କଲ୍ୟାଣ ଜୁଏଲାର୍ସ‌ର ପ୍ରଚାରକ ଅଟନ୍ତି ।
ନାଗାର୍ଜୁନ ତାଙ୍କ ପତ୍ନୀ ଆମଲାଙ୍କ ସ‌ହ ହାଇଦ୍ରାବାଦରେ ଅବସ୍ଥାପିତ ଭାରତୀୟ ପଶୁ କଲ୍ୟଣ ବୋର୍ଡ଼ର ମାନ୍ୟତା ପ୍ରାପ୍ତ ‌ବ୍ଲୁ କ୍ରସ୍‌ ସଂସ୍ଥାର ସ‌ହ-ସଂସ୍ଥାପକ ଅଟନ୍ତି । ହାଇଦ୍ରାବାଦରେ ଥିବା ଏହା ଏକ ବେସରକାରୀ ସଂସ୍ଥା, ଯାହା ପଶୁମାନଙ୍କର ସଂରକ୍ଷଣ ଏବଂ ଅଧିକାର ପାଇଁ କାମ କରୁଛି । ମାଆ ଟିଭି ଆନୁକୂଲ୍ୟରେ ଅନୁଷ୍ଠିତ ଜନ-ଜାଗରଣ ସଭାମାନଙ୍କରେ ନାଗାର୍ଜୁନ ପ୍ରତକ୍ଷ ଭାବରେ ଯୋଗଦେଇଥାନ୍ତି । ସେ ଏଚଆଇଭି/ଏଡସ ସୁରକ୍ଷା ଅଭିଯାନର ପ୍ରମୁଖ ପ୍ରଚାରକ । ଷ୍ଟାନସ୍‌ଫୋର୍ଡ଼ ବିଶ୍ୱବିଦ୍ୟାଳୟ ସଂସ୍ଥାପିତ ଏକ ବିନାଲାଭକାରୀ ସଂସ୍ଥା ‌TeachAIDS‌ଦ୍ୱାରା ନିର୍ମାଣ କରାଯାଇଥିବା ଆନିମେଟେଡ଼ ସଫ୍ଟଓୱାରରେ ୨୦୧୦ ମସିହାରେ ନାଗାର୍ଜୁନ ଅଭିନୟ କରିଥିଲେ ।
ନାଗାର୍ଜୁନ ଦୁଇଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର, ୯ଟି ନନ୍ଦି ପୁରସ୍କାର ଏବଂ ୩ଟି ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ।
ଅକ୍ଟୋପସ , ସମୁଦ୍ରରେ ବାସକରୁଥିବା ଏକ ନିଆରା ଜଳଜ ଜୀବ । ଦୁଇଶହରୁ ଅଧିକ ପ୍ରଜାତିର ଅକ୍ଟୋପସ ସାରା ବିଶ୍ଵରେ ଦେଖିବାକୁ ମିଳନ୍ତି । ୨ ଇଞ୍ଚରୁ ୩୨ ଫୁଟ୍ ପର୍ଯ୍ୟନ୍ତ ଆକୃତିର ଅକ୍ଟୋପସ ବିଶ୍ଵରେ ଥିବା ଜଣାଯାଏ । ଏମାନେ ସାଧାରଣତଃ ସମୁଦ୍ରର ତିନିମାଇଲ୍ ବା ୪୮୦୦ମିଟର ଗଭୀରତାରେ ଆତଯାତ ହୋଇଥାନ୍ତି । ବିଶ୍ଵର ସବୁଠୁ ବଡ ଅକ୍ଟୋପସ ପ୍ରଶାନ୍ତ ମହାସାଗରରେ ଦେଖାଯାଆନ୍ତି । ଏମାନଙ୍କ ଆକାର ୧୬ ଫୁଟ ଓ ଓଜନ ୧୧୦ ପାଉଣ୍ଡରୁ ଅଧିକ ହୋଇଥାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଅକ୍ଟୋପସ ମାଂସ ଭୂମଧ୍ୟସାଗରୀୟ ଓ ଏସିଆ ମହଦେଶର କିଛିଅଞ୍ଚଳରେ ସୁସ୍ଵାଦୁ ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
ଅକ୍ଟୋପସର ଦୁଇଟି ଆଖି ଏବଂ ଆଠଟି ହାତ । ଏମାନେ ସାଧାରଣତଃ ଧୀର, ସ୍ଥିର ଓ ନିଜ ଜାଗାରେ ନିସ୍ତେଜ ଭାବରେ ପଡ଼ି ରହିଥାନ୍ତି । ଜଳରେ ବିଚରଣ କଲାବେଳେ ସେମାନଙ୍କ ହାତ ଗୁଡିକ ଖାଲି ଯାହା ମେଲିଥାନ୍ତି । ସିଲ, ୱ୍ଏଲସ୍ ବା ସାର୍କ ଆଦି ମାଛଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ ଅକ୍ଟୋପସ କାଳି ଭଳି ଏକ ତରଳ ପଦାର୍ଥ ବେଳେ ବେଳେ ପାଣିରେ ଛାଡିଥାଏ । ପ୍ରାଶାନ୍ତ ମହାସାଗରରେ ଦେଖାଯାଉଥିବା ବିରାଟ ଅକ୍ଟୋପସ ଗୁଡିକ ବେଶୀରୁ ବେଶୀ ଏଭଳି ତରଳ ପଦାର୍ଥ ଛାଡି ପାଣିକୁ ଗୋଳିଆ କରିଥାନ୍ତି । ଗୋଳିଆ ପାଣିର ସୁଯୋଗ ନେଇ ଆକ୍ରମଣକାରୀ ଜୀବ ଠାରୁ ଅକ୍ଟୋପସ ସହଜରେ ଖସିଯାଏ । ଏହି ଗୋଳିଆ ପାଣିରେ ଏକ ଛାଇ ସୃଷ୍ଟି ହୁଏ,ଯାହାକି ଅବିକଳ ଅକ୍ଟୋପସର ଭ୍ରମ ସୃଷ୍ଟି କରିଥାଏ ଅନ୍ୟ ଜୀବଙ୍କ ପାଇଁ । ଆକ୍ରମଣକାରୀ ଜୀବ ଏହି ଛାଇକୁ ଅକ୍ଟୋପସ ଭାବି ଆକ୍ରମଣ କରିବା ଭିତରେ ଅସଲ ଅକ୍ଟୋପସ କିନ୍ତୁ ଖସିସାରିଥାଏ ଆକ୍ରମଣକାରୀର ପଞ୍ଝାରୁ ।
ସେହି ପରି ନୀଳ ବଳୟଧାରୀ ଅକ୍ଟୋପସ ଗୁଡିକ ଦକ୍ଷିଣ ଅଷ୍ଟ୍ରେଲିଆ ଉପକୂଳରେ ଦେଖାଯାଆନ୍ତି । ଏମାନଙ୍କ ଆକାର ମାତ୍ର ୪ରୁ୬ ସେଣ୍ଟିମିଟର ହୋଇଥାଏ । ଆକାରାରେ ଛୋଟ ହେଲେ ବି ଏହି ପ୍ରଜାତିର ଅକ୍ଟୋପସ ଅନ୍ୟ ଅକ୍ଟୋପସଙ୍କ ଠାରୁ ବେଶୀ ଭୟଙ୍କର ଓ କ୍ଷତିକାରକ । କାଳି ଭଳି ତରଳ ପଦାର୍ଥ କେବଳ ଏହା ଜଳରେ ଛାଡିନଥାଏ ଏହାର ଲାଳରେ ଏକ ମାରାତ୍ମକ ବିଷ ମଧ୍ୟ ଥାଏ । ଏହି ଅକ୍ଟୋପସ କୈଣସି ଜୀବକୁ ଆଘାତ କରିବା କ୍ଷଣି ସେହି ଆଘାତ ସ୍ଥାନରେ ବିଷ ସଞ୍ଚରି ଯାଏ । ବିଷର ପ୍ରଭାବରେ ଆଘାତ ପାଇଥିବା ଜୀବ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ମରିଯାଏ । ନୀଳବଳୟ ଅକ୍ଟୋପସ ତାର ତୀବ୍ର ବିଷର ପ୍ରଭାବରେ ମଣିଷକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇ ପାରେ ।
ଅକ୍ଟୋପସ ସାଧାରଣତଃ ଗଭୀର ଜଳରେ ବାସ କରେ । କିନ୍ତୁ କିଛି ପ୍ରଜାତିର ଅକ୍ଟୋପସ ଗଭୀର ଜଳରୁ ବାହାରି ଇତସ୍ତତଃ ଘୂରି ବୁଲିଥାଆନ୍ତି । ଶିଶୁ ଅକ୍ଟୋପସ ମାନେ ମଧ୍ୟ ଅନ୍ୟ ଜୀବଙ୍କ ଭଳି ମାଆ ଅକ୍ଟୋପସଦ୍ଵାରା ଯତ୍ନ ସହକାରେ ପାଳିତ ହୁଅନ୍ତି ନାହିଁ । ଜନ୍ମ ହେବା କ୍ଷଣି ମାଆ ଅକ୍ଟୋପସ ଶିଶୁ ଅକ୍ଟୋପସକୁ ବାହାରେ ବିଚରଣ କରିବା ପାଇଁ ଛାଡିଦିଏ । ଶିଶୁ ଅକ୍ଟୋପସ ଅନ୍ୟ କ୍ଷୁଦ୍ର ଜଳଜୀବମାନଙ୍କ ସହ ମେଳି ହୋଇ ବିଚରଣ କରନ୍ତି । କିଛି ମାସ ଏଭଳି ବିଚରଣ କରି ଖାଦ୍ୟ ସଂଗ୍ରହ କରିବା ପରେ ଅକ୍ଟୋପସ ଶାବକ ପରିପକ୍ଵ ହୋଇଥାଏ ।
ଅକ୍ଟୋବର ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଦଶମ ମାସ । ଲାଟିନ୍‌ ଶବ୍ଦ 'ଆକ୍ଟୋ'ରୁ ଏହି ମାସର ନାମକରଣ ହୋଇଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଅକ୍ଟୋବର ବର୍ଷର ୨୭୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୯୧ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଅକ୍ଟୋବର ବର୍ଷର ୨୮୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ଅକ୍ଟୋବର ବର୍ଷର ୨୮୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୧ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୨ ଅକ୍ଟୋବର ବର୍ଷର ୨୮୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୦ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୩ ଅକ୍ଟୋବର ବର୍ଷର ୨୮୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୯ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ଅକ୍ଟୋବର ବର୍ଷର ୨୮୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୮ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୫ ଅକ୍ଟୋବର ବର୍ଷର ୨୮୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୭ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଅକ୍ଟୋବର ବର୍ଷର ୨୮୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୬ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଅକ୍ଟୋବର ବର୍ଷର ୨୯୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୫ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୮ ଅକ୍ଟୋବର ବର୍ଷର ୨୯୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୪ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଅକ୍ଟୋବର ବର୍ଷର ୨୯୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୩ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ଅକ୍ଟୋବର ବର୍ଷର ୨୭୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୯୦ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଅକ୍ଟୋବର ବର୍ଷର ୨୯୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ଅକ୍ଟୋବର ବର୍ଷର ୨୯୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୧ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ଅକ୍ଟୋବର ବର୍ଷର ୨୯୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୦ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଅକ୍ଟୋବର ବର୍ଷର ୨୯୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୯ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୪ ଅକ୍ଟୋବର ବର୍ଷର ୨୯୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୮ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୫ ଅକ୍ଟୋବର ବର୍ଷର ୨୯୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୯୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୭ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୬ ଅକ୍ଟୋବର ବର୍ଷର ୨୯୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୦୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୬ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୭ ଅକ୍ଟୋବର ବର୍ଷର ୩୦୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୦୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୫ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ଅକ୍ଟୋବର ବର୍ଷର ୩୦୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୦୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୪ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୯ ଅକ୍ଟୋବର ବର୍ଷର ୩୦୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୦୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୩ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ଅକ୍ଟୋବର ବର୍ଷର ୨୭୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୯ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୦ ଅକ୍ଟୋବର ବର୍ଷର ୩୦୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୦୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୨ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୧ ଅକ୍ଟୋବର ବର୍ଷର ୩୦୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୦୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୬୧ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଅକ୍ଟୋବର ବର୍ଷର ୨୭୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୮ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ଅକ୍ଟୋବର ବର୍ଷର ୨୭୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୭ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୬ ଅକ୍ଟୋବର ବର୍ଷର ୨୭୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୬ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ଅକ୍ଟୋବର ବର୍ଷର ୨୮୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୫ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ଅକ୍ଟୋବର ବର୍ଷର ୨୮୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୪ ଦିନ ବାକି ଅଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ଅକ୍ଟୋବର ବର୍ଷର ୨୮୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୩ ଦିନ ବାକି ଅଛି ।
ବିରାମ ଚିହ୍ନସବୁ
ଅକ୍ଷର କଳା ବା ଟାଇପୋଗ୍ରାଫି (ଗ୍ରୀକ ଶବ୍ଦ τύπος(ଟାଇପୋସ/typos) = ଆଧାର/ରୂପ ଓ γραφή(ଗ୍ରାଫି/graphy) = ଲେଖନ) ଟାଇପସଜାଣି ପ୍ରକାରର କଲା ଓ କାରିଗରିକୁ ବୁଝାଇଥାଏ । ଏହି ସଜାଣି ଟାଇପଫେସ ବଛା, ବିନ୍ଦୁ ଆକାର, ଧାଡ଼ି ଲମ୍ଚ, ଲିଡ଼ିଙ୍ଗ (ଧାଡ଼ି ସ୍ପେସିଙ୍ଗ), ଅକ୍ଷର ଧାଡ଼ି ଭିତରେ ଥିବା ଖାଲି ଜାଗା ସଜାଣି (ଟ୍ରାକିଙ୍ଗ) ଓ ଅକ୍ଷରଯୋଡ଼ା ଭିତରେ ଥିବା ଖାଲି ଜାଗା ସଜାଣି (କର୍ଣ୍ଣିଙ୍ଗ) ଆଦିକୁ ବୁଝାଇଥାଏ। ଟାଇପ ଡିଜାଇନ ଏକ ପ୍ରକାରର ହାତକାମ, ଯାହାକୁ କେହି କେହି ଅଲଗା ଓ କେହି କେହି ଅକ୍ଷର କଳା ବା ତାଇପୋଗ୍ରାଫିର ଏକ ଭାଗ ମନେକରିଥାନ୍ତି; ଅଧିକାଂଶ ଟାଇପକାର ଟାଇପଫେସ ତିଆରି କରିନଥାନ୍ତି ଓ କେତେକ ଟାଇପ ଡିଜାଇନର ନିଜକୁ ଟାଇପୋଗ୍ରାଫର ମନେକରି ନଥାନ୍ତି ।
ଅକ୍ଷରା ହାସନ (ଜନ୍ମ: ୧୨ ଅକ୍ଟୋବର ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ସ‌ହକାରୀ ନିର୍ଦ୍ଦେଶକ । ସେ ଅଭିନେତା କମଳ ହାସନଙ୍କ ଏବଂ ଅଭିନେତ୍ରୀ ସାରିକା ଠାକୁରଙ୍କର ସାନ ଝିଅ । ସେ ଅଭିନେତ୍ରୀ ସୃତି ହାସନଙ୍କର ସାନ ଭଉଣୀ । ଅକ୍ଷରା ୨୦୧୫ ମସିହାରେ ହିନ୍ଦୀ କଥାଚିତ୍ର ଶମିତାଭରେ ଧନୁଷ ଏବଂ ଅମିତାଭ ବଚ୍ଚନଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।