text
stringlengths 265
363k
|
---|
ନୂଆପଡା ୧୩|୬: ନୂଆପଡା ଖଡ଼ିଆଳ ଥାନା ଅଞ୍ଚଳରେ ବନ୍ଧାହେଲେ ଭଣ୍ଡ ବାବା । ଝଡାଫୁଙ୍କା ନାମରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗ ପରେ ବାବାଙ୍କୁ ଗିରଫ କରିଛି ପୋଲିସ । ଗିରଫ ବାବା- ବଲାଙ୍ଗିର ଜିଲ୍ଲା ସଦର ଥାନା ଘୁଟୁପାଲି ଗାଁର ବସନ୍ତ କୁମାର ଦାସ । ଭୂତ ଛଡ଼ାଇବା ପାଇଁ ବସନ୍ତ ଜଣେ ନାବାଳିକାଙ୍କ ଘରକୁ ଆସି ଝଡ଼ାଫୁଙ୍କା କରିଥିଲେ। ଏହି ସମୟରେ ବାବା ନାବାଳିକାଙ୍କୁ କିଛି ଔଷଧ ଖାଇବାକୁ ଦେବା ସହ ବନ୍ଦ କୋଠରୀରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବସନ୍ତଙ୍କ ଘର ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଘୁଟୁପାଲି ଗାଁରେ ବୋଲି ଜଣାପଡ଼ିଛି ।
125 Views |
ଆପଣ ବ୍ରେକଫାଷ୍ଟରେ ଅବହେଳା କରୁନାହାନ୍ତି ତ? ହୋଇଯାଆନ୍ତୁ ସାବଧାନ ଭୋଗିପାରନ୍ତି ହୃଦଘାତ ଜନିତ ସମସ୍ୟା !
ସମସ୍ତେ ଶୀଘ୍ର କାମକୁ ଯିବା ପାଇଁ ସକାଳ ଖାଇବାକୁ ସବୁବେଳେ ସ୍କିପ କରିଦେଇଥାଉ । ସେହିପରି ଡେରି ରାତିରେ ଖାଦ୍ୟ ଖାଉ । ଏଭଳି କରିବା ଦ୍ୱାରା ଆପଣ ଆପଣଙ୍କ ଜୀବନ ସହ ଖେଳୁଛନ୍ତି । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଏଭଳି କରିବା ଦ୍ୱାରା ହୃଦରୋଗର ଆଶଙ୍କା ଦୃତ ଗତିରେ ବଢିଥାଏ । ଯାହାଫଳରେ ଜୀବନ ହାରିବାକୁ ପଡିଥାଏ ।
- ପ୍ରିଭେଣ୍ଟିଭ୍ କାର୍ଡିଓଲୋଜିର ୟୁରୋପୀୟ ଜର୍ଣ୍ଣାଲ 'ଦ ଫାଇଣ୍ଡିଙ୍ଗସ୍'ରେ ପ୍ରକାଶିତ ଗବେଷଣା ଫଳାଫଳ ଅନୁସାରେ ଯେଉଁ ଲୋକେ ଖାଦ୍ୟ ଖାଇବାର ଭୁଲ୍ ପଦ୍ଧତି ଅବଲମ୍ବନ କରୁଛନ୍ତି ଓ ସକାଳ ଜଳଖିଆ ଖାଉ ନାହାନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ୪ରୁ ୫ ଗୁଣା ବଢ଼ିଯାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ହୃଦ୍ଘାତ ଆଶଙ୍କା ମଧ୍ୟ ବଢ଼ିଯାଏ। ଏକ ପୁରୁଣା ଗବେଷଣା ମୁତାବକ ସକାଳ ଜଳଖିଆ କରୁ ନ ଥିବା ଲୋକଙ୍କଠାରେ ୨୭ ପ୍ରତିଶତ ହାର୍ଟ ଆଟାକ୍ ଆଶଙ୍କା ବଢ଼ିଯାଏ। ସକାଳ ଜଳଖିଆ ନ ଖାଇବା ଫଳରେ ମୋଟାପଣ ବଢ଼ିଥାଏ, ଯାହାଦ୍ବାରା ହୃତ୍ପିଣ୍ଡ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
- ଯେଉଁ ଲୋକମାନେ ସକାଳ ଜଳଖିଆ ସେବନ କରୁ ନାହାନ୍ତି, ସେମାନଙ୍କୁ ଟାଇପ୍ ୨ ମଧୁମେହ ହେବା ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ। କେବଳ ସେତିକି ନୁହେଁ, ଯେଉଁ ଲୋକମାନେ ସପ୍ତାହରେ ୪ ଦିନ ବ୍ରେକ୍ଫାଷ୍ଟ କରୁ ନାହାନ୍ତି, ସେମାନଙ୍କଠାରେ ମଧୁମେହ ହେବା ଆଶଙ୍କା ୫୫ ପ୍ରତିଶତ ବଢ଼ିଯାଏ। ତେଣୁ ନିଜ ଖାଦ୍ୟ ଖାଇବାର ଅଭ୍ୟାସକୁ ବଦଳାଇ ସ୍ବାସ୍ଥ୍ୟକର ବ୍ରେକ୍ଫାଷ୍ଟ ସେବନ କରନ୍ତୁ।
- ଅଧିକାଂଶ ଲୋକଙ୍କ କହିବାନୁସାରେ ବ୍ରେକ୍ଫାଷ୍ଟ ସ୍କିପ୍ କରିବା ଫଳରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍। ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ବ୍ରେକ୍ଫାଷ୍ଟ କରିବା ଦ୍ବାରା ଶରୀରର ଓଜନ ଠିକ୍ ରହିଥାଏ। ବ୍ରେକ୍ଫାଷ୍ଟ କରୁ ନ ଥିବା ଲୋକେ ମଧ୍ୟାହ୍ନ ଭୋଜନ ଓ ରାତ୍ରିଭୋଜନରେ ଅଧିକ ଖାଇଥାନ୍ତି। ଫଳରେ ଓଜନ ବଢ଼ିବା ଆରମ୍ଭ ହୋଇଥାଏ।
- ସକାଳ ଜଳଖିଆ ନ ଖାଇବା ଫଳରେ ଶରୀରର ମେଟାବଲିଜମ୍ ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଦୀର୍ଘ ସମୟ ଧରି ଖାଦ୍ୟ ନ ଖାଇବା ଫଳରେ ଶରୀରର କ୍ୟାଲୋରୀ କମ୍ ବର୍ଣ୍ଣ ହୋଇଥାଏ, ଯାହା ଫଳରେ ମୋଟାପଣ ବଢ଼ିଯାଏ ଓ ମେଟାବଲିଜମ୍ କମିବାରେ ଲାଗେ। ଏହା ବ୍ୟତୀତ ଏହାଦ୍ବାରା ବ୍ଲଡ୍ ସୁଗାର ସ୍ତର ମଧ୍ୟ କମ୍ ହୋଇଯାଏ।
- ଦୀର୍ଘ ସମୟ ଧରି ଭୋକରେ ରହିବା ଫଳରେ ଅନେକ ସମୟରେ ରାଗ ଲାଗିଥାଏ। ବ୍ରେକ୍ଫାଷ୍ଟ ସ୍କିପ୍ କରୁଥିବା ଲୋକଙ୍କ ତୁଳନାରେ ପ୍ରତ୍ୟେକ ଦିନ ବ୍ରେକ୍ଫାଷ୍ଟ କରୁଥିବା ଲୋକଙ୍କ ମୁଡ୍ ଠିକ୍ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
- ଗବେଷଣା ଅନୁସାରେ ସକାଳ ଜଳଖିଆ ସେବନ ନ କରିବା ଦ୍ବାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ବ୍ରେକ୍ଫାଷ୍ଟ ନ କରିବା ଫଳରେ ମସ୍ତିଷ୍କକୁ ପର୍ଯ୍ୟାପ୍ତ ମାତ୍ରାରେ ପୋଷକତତ୍ତ୍ବ ଓ ଏନର୍ଜି ମିଳି ନ ଥାଏ। ଯାହାଫଳରେ ମସ୍ତିଷ୍କ ଠିକ୍ ଭାବେ କାମ କରି ପାରେ ନାହିଁ। ଏହାଦ୍ବାରା ମଣିଷର ଚିନ୍ତା କରିବାର ଶକ୍ତି ମଧ୍ୟ ହ୍ରାସ ପାଇଥାଏ।
- ସକାଳ ଜଳଖିଆ ସେବନ ନ କରିବା ଦ୍ବାରା ଆପଣ ଅଧିକ ସମୟ ଖାଲି ପେଟରେ ରହିଥାନ୍ତି। ଏହି ସମୟରେ ଶରୀରର ଗ୍ଲୁକୋଜ ଲେବଲ ବାଲାନ୍ସ କରିବା ଲାଗି କେତେକ ହର୍ମୋନ୍ ରିଲିଜ୍ ହୋଇଥାଏ, ଯାହାଫଳରେ ରକ୍ତଚାପ ବଢ଼ିଯାଏ। ଯେତେବେଳେ ଏହି ପ୍ରୋସେସ୍ ଚାଲିଥାଏ, ମାଇଗ୍ରେନ୍ ଆଟାକ୍ ମଧ୍ୟ ଆସିପାରେ। ଏହାବ୍ୟତୀତ ଏହାଦ୍ବାରା ଚାପ, ଅବସାଦ ଭଳି ଅନେକ ରୋଗ ଆଶଙ୍କା ବଢ଼ିଯାଏ।
- ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ ସକାଳ ଜଳଖିଆ ନିହାତି ଭାବେ ସେବନ କରନ୍ତୁ। ଖାଦ୍ୟ ଖାଇବାର ଅଭ୍ୟାସରେ ସୁଧାରିବା ଲାଗି ରାତ୍ରିଭୋଜନ ଓ ଶୋଇବା ସମୟ ମଧ୍ୟରେ ଅତିକମ୍ରେ ୨ ଘଣ୍ଟା ବ୍ୟବଧାନ ରଖନ୍ତୁ। ସେମାନଙ୍କ କହିବାନୁସାରେ ସକାଳ ଜଳଖିଆରେ ଫ୍ୟାଟ୍ ଫ୍ରି କିମ୍ବା ଲୋ ଫ୍ୟାଟ୍ କ୍ଷୀର, ଦହି, ପନୀର, ଅଟା, ସେକା ବ୍ରେଡ୍, ଶସ୍ୟ ଓ ଫଳ ସାମିଲ୍ କରିବା ଉଚିତ। |
ଆଜି ସଂସଦରେ ହେବ ବଜେଟ ଉପସ୍ଥାପନ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଦେଶବାସୀ ମନରେ ଅନେକ କଳ୍ପନା ଜଳ୍ପନା ଆରମ୍ଭ ଲାଗି ରହିଛି । ଆଶା କରାଯାଉଛି ଯେ, ସୀତାରମଣଙ୍କ ଏହି ବଜେଟରେ ଆୟକର ଉପରେ ପୂର୍ବରୁ ଯେଉଁ ଦାବି ଥିଲା, ତାହା ପୂରା କରିବେ । ଏହା ବ୍ୟତୀତ ବରିଷ୍ଠ ନାଗରିକ ଓ ଭଲ ଘର ନିର୍ମାଣ କରିବାକୁ ସ୍ୱପ୍ନ ଦେଖୁଥିବା ଲୋକେ ସରକାରଙ୍କଠାରୁ ଅନେକ ଆଶା କରିଛନ୍ତି । ଲୋକେ ସେହି ସମୟକୁ ଅପେକ୍ଷା କରିଛନ୍ତି, ଯେଉଁ ସମୟରେ ସୀତରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ଗତବର୍ଷ ଭଳି ଏବର୍ଷ ମଧ୍ୟ 'ବହି-ଖାତା' ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ। ପାରମ୍ପରିକ ଭାବେ ବଜେଟ୍ ଉପସ୍ଥାପନ ଲାଗି ଅର୍ଥମନ୍ତ୍ରୀମାନେ ବ୍ରିଫ୍କେସ୍ ଧରି ଯାଉଥିଲେ । ଏହା ପୂର୍ବରୁ ପ୍ରଥମେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ପାର୍ଲାମେଣ୍ଟ୍ରେ ପହଞ୍ଚିଥିଲେ।
କ୍ୟାବିନେଟ୍ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟ କର୍ମଚାରୀମାନେ ପାର୍ଲାମେଣ୍ଟ୍ର ନର୍ଥ ବ୍ଲକ୍ରୁ ଯାଇ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିଲେ । ସେମାନେ ରାଷ୍ଟ୍ରପତିଙ୍କୁ ଭେଟି କ୍ୟାବିନେଟ୍ ବୈଠକରେ ଯୋଗ ଦେବାକୁ ପାର୍ଲାମେଣ୍ଟ୍କୁ ଫେରିବା ପରେ ବଜେଟ୍ର ଛାପା କପି ଅଣାଯାଇଥିଲା। ଏହା ପରେ ନିରାପତ୍ତା ଯାଞ୍ଚ ବ୍ୟବସ୍ଥା ଭାବେ ସନ୍ଧାନୀ କୁକୁରମାନେ ୨୦୨୦ ବଜେଟ୍କୁ ଯାଞ୍ଚ କରିଥିଲେ।
ନିର୍ମଳା ସୀତାରମଣଙ୍କ ମାମୁ, ଭାଇ ଓ ଝିଅ ସମେତ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ପାର୍ଲାମେଣ୍ଟ୍ରେ ପହଞ୍ଚିଛନ୍ତି। |
୧୭ ନଭେମ୍ବର,ମଙ୍ଗଳବାର:କଥା ଉପରେ ନିୟନ୍ତ୍ରଣ ରଖନ୍ତୁ
ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ମନ ଖୁସି ରହିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।
ବୃଷ: ନିଜ ଲୋକମାନେ ଶତ୍ରୁଭଳି ବ୍ୟବାହର କରିବେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଗାଈକୁ ଖାଇବାକୁ ଦିଅନ୍ତୁ।
ମିଥୁନ: ନୂତନ କଳ୍ପନା ଭିତରେ ଗତି କରି ଚାଲିବେ। କଳାତ୍ମକ ଦିଗରେ ମନ ବଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ହୋଇପାରେ। ଅନ୍ୟମାନଙ୍କ ପାଇଁ ଯେତେ ଭଲ କାମ କଲେ ମଧ୍ୟ ସୁନାମ ମିଳିବାରେ କଷ୍ଟ ହେବ। ମନ ବିଚଳିତ ରହିବ।
ସିଂହ: ଶୁଭ ଖବର ଶୁଣି ପାରନ୍ତି। ଦୂରେଇ ଯାଇଥିବା ଲୋକମାନେ ପୁଣି ପାଖେଇ ଆସିବେ। କମ୍ ପରିଶ୍ରମରେ ଅଧିକ ଆୟ କରି ସନ୍ତୁଷ୍ଟି ଲାଭ କରିବେ। ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ।
କନ୍ୟା: ଖାଦ୍ୟପେୟରେ ସଂଯମତା ରକ୍ଷା କରିବା ଜରୁରୀ। ପ୍ରତି କ୍ଷେତ୍ରରେ ମନ ସନ୍ଦେହ ପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।
ତୁଳା: ମାନ-ସମ୍ମାନ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ବିଛା: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ମା' ଲକ୍ଷ୍ମୀଙ୍କୁ ଆରଧନା କରନ୍ତୁ। ନୂତନ କାର୍ଯ୍ୟରେ ଯୋଗ ଦେବେ।
ଧନୁ: ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ।
ମକର: ଶତ୍ରୁମାନଙ୍କୁ ଦୃଢ ହସ୍ତରେ ବିନାଶ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କୁମ୍ଭ:ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ରାଗ ଉରପେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ମୀନ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାରରେ ହସଖୁସିର ପରିବେଶ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
ଚାଣକ୍ୟ ନୀତି : ଧନକୁ ଏପରି କରନ୍ତୁ ବ୍ୟବହାର, ସଙ୍କଟ ସମୟରେ ରହିବେ ସୁଖୀ
ଧନ ବିନା ଜୀବନ ନିର୍ବାହ କରିବା କଠିନ । ଧନ ଭଲ ମନ୍ଦ ସମ୍ପର୍କକୁ ଚିହ୍ନାଇ ଦେଇଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଯିଏ ଧନର ମୂଲ୍ୟ ବୁଝନ୍ତି ସେ ସମ୍ପନ୍ନ ଓ ସମୃଦ୍ଧ ରହିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ଧନର ବ୍ୟବହାର ତରିକା ସମ୍ପର୍କରେ କହିଛନ୍ତି,ଯିଏ ଏହାକୁ ବ୍ୟବହାର କରନ୍ତି ସେ ସୁଖରେ ଜୀବନ କଟାଇଥାନ୍ତି । ଧନର ବ୍ୟବହାର ସମ୍ପର୍କରେ ଚାଣକ୍ୟ କ'ଣ କହିଛନ୍ତି ଆସନ୍ତୁ ଜାଣିବା ।
ଧନର ବ୍ୟବହାର ତରିକା
• ଚାଣକ୍ୟ କୁହନ୍ତି, ଧନର ବ୍ୟବହାର ସୁରକ୍ଷା, ଦାନ ଓ ନିବେଶ ଅନୁଯାୟୀ କରିଥାଏ ସେ ସଂକଟ ସମୟରେ ହସିକରି ଜୀବନ ବିତାଇଥାଏ । ଧନର ଉପଯୋଗ ଠିକ୍ ଯାଗାରେ ଓ ଠିକ୍ ସମୟ ଅନୁସାରେ କରିବା ଉଚିତ୍ । ଧନର ଅନାବଶ୍ୟକ ଖର୍ଚ୍ଚ କରିବା ବାଲା ବିପଦ ସମୟରେ ଦୁଃଖ ଓ ଦାରିଦ୍ୟରେ ସମୟ କଟାଇଥାଏ ।
• ଚାଣକ୍ୟଙ୍କ ମତରେ ଧନର ସଂଚୟ ଭଲ କାମରେ, ଅଯଥା ଖର୍ଚ୍ଚକୁ ରୋକିବା, କେବେ କେତେ ପଇସା ଖର୍ଚ୍ଚ କରିବା ଏହାର ହିସାବ ରଖିବା, ଅବଶ୍ୟ ଏହାକୁ କେହି କଂଜୁସ କହି ପାରନ୍ତି, ହେଲେ ଖରାପ ସମୟରେ ଏହା ଆପଣଙ୍କୁ ବଂଚାଇ ଦେଇପାରେ ।
• ସଂଚୟର କିଛି ଭାଗ ଦାନ ପୂଣ୍ୟରେ ଖର୍ଚ୍ଚ କରିବା ଦ୍ୱାରା ଧନ ଦୁଇଗୁଣ ହୋଇଥାଏ । ଦାନ ଠାରୁ କୌଣସି ବଡ଼ ଧନ ନାହିଁ । କୌଣସି ଗରୀବ ବ୍ୟକ୍ତିକୁ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବା ଦ୍ୱାରା ମା' ଲକ୍ଷ୍ମୀଙ୍କ କୃପା ସର୍ବଦା ବନି ରହିଥାଏ । ବିପଦ ମଧ୍ୟ ତାଙ୍କର କ୍ଷତି କରି ପାରି ନଥାଏ ।
• ଯେଉଁ ପରି ସନ୍ତୁଳିତ ଆହାର ଆମର ଶରୀରକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିଥାଏ, ସେହି ପରି ଧନ ଖର୍ଚ୍ଚର ସନ୍ତୁଳନ ମନୁଷ୍ୟକୁ ବିପଦ ସମୟରେ କ୍ଷତି ପହଞ୍ଚାଇ ନଥାଏ । ଧନର ବହୁତ ସତର୍କତା ସହ ଖର୍ଚ୍ଚ ସହ ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରିବା ଦରକାର । ଯିଏ ଏପରି ନ କରେ ଜୀବନର ସବୁ ସମୟରେ ଅସୁବିଧା ଭୋଗିଥାଏ । |
ଢେଙ୍କାନାଳ: 'ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ' ପକ୍ଷରୁ ଢେଙ୍କାନାଳ ବାଲିମୀସ୍ଥିତ ଫାର୍ କାର୍ଯ୍ୟାଳୟ ପରିସରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଦୁଇ ଦିନବ୍ୟାପୀ ଶନିବାର ଓ ରବିବାରରେ ଅନୁଷ୍ଠିତ ଏହି ପାଲା-ମହୋତ୍ସବରେ ରାଜ୍ୟର ବରିଷ୍ଠ ପାଲା ଗାୟକ, ପାଲା-କଳାକାର, ବୁଦ୍ଧିଜୀବୀ, ସାହିତ୍ୟିକ ଓ ପାଲାପ୍ରେମୀଙ୍କର ମହାମିଳନ ହୋଇଥିଲା ।
ଏହି ଅବସରରେ ପାଲାର ବିକାଶ, ପ୍ରଚାର, ପ୍ରସାର ଓ ଡକ୍ୟୁମେଣ୍ଟେସନ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଢେଙ୍କାନାଳ ସାଂସଦ ମହେଶ ସାହୁ ମହୋତ୍ସବକୁ ଉଦଘାଟନ କରିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ଫାର ର ସଭାପତି ମହେଶ ମିଶ୍ର, ସାମାଜିକ କର୍ମୀ ବିଜୟ କୁମାର ବାବୁ, ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିସଦର ପୂର୍ବତନ ସମ୍ପାଦକ ସୁଦର୍ଶନ ମହାପାତ୍ର ଯୋଗଦେଇଥିଲେ ।
ଉଦଯାପନୀ ଦିବସରେ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରଶାସକ ସନାତନ ଆଚାର୍ଯ୍ୟ, ବରିଷ୍ଠ ଗାୟକ ଦାମୋଦର ଦାସ, ଗାୟକ ଡକ୍ଟର ରାଜକିଶୋର ନାୟକ, ଚକ୍ରଧର ବାରିକ ଓ ଫାର୍ ବାଲିମିର ପ୍ରକଳ୍ପ ସଂଯୋଜକ କାର୍ତିକେଶ୍ୱର ସାମଲ । ପ୍ରଥମ ଦିନ ପାଲା ପରିବେଷଣ କରିଥିଲେ ବରିଷ୍ଠ ଗାୟକ ପାର୍ଥବୀର ଅମାନ୍ତ, ବିଚିତ୍ରାନନ୍ଦ ପଟ୍ଟନାୟକ, ରବୀନ୍ଦ୍ର କୁମାର ସାମନ୍ତରାୟ ଓ ନକୁଳ ନାଥ ।
ସେହିପରି ଭାବେ ଦ୍ୱିତୀୟ ଦିବସରେ ପାଲା ପରିବେଷଣ କରିଥିଲେ ବରିଷ୍ଠ ଗାୟକ ଉଗ୍ରସେନ ପାଢୀ, ରାମଚନ୍ଦ୍ର କର, ଲକ୍ଷ୍ମଣ ଚରଣ ରାଉତ ଓ ବୈରାଗୀ ବେହେରା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ପାଲାପ୍ରେମୀ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତକଣ୍ଠାର ସହ ପାଲା ଉପଭୋଗ କରିଥିଲେ । ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଲକ୍ଷ୍ମୀଧର ସେନାପତି, ଅନ୍ନଦାଶଙ୍କର ଦାଶ, ବିପ୍ଳବ ସମ୍ବିତ କୁମାର, ଅରବିନ୍ଦ ବେହେରା, ଅମୀୟ କୁମାର ସାମଲ, ବିରେନ କୁମାର ସାମଲ ଓ ଆଶୀଷ କୁମାର ସାମଲ । |
ନ୍ୟୁୟର୍କ: ଚନ୍ଦ୍ରଗ୍ରହଣର ଅବଧି ରହିବ ପ୍ରାୟ ୩ ଘଣ୍ଟା ୨୮ ମିନିଟ୍। ଏହା ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି କୁହାଯାଉଛି। ଚଳିତ ମାସ ୧୯ ତାରିଖରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉଥିବା ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି। ୨୦୨୧ରୁ ୨୦୩୦ ମଧ୍ୟରେ ଆଂଶିକ ଏବଂ ପୂର୍ଣ୍ଣଗ୍ରାସ ମୋଟ ୨୦ଟି ସୂର୍ଯ୍ୟପରାଗ ତଥା ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ବୋଲି ସେମାନେ କହିଛନ୍ତି । ୧୯ ତାରିଖରେ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକାକୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି ।
ନାସା କହିଛି ଯେ ୩ ଘଣ୍ଟା ୨୮ ମିନିଟ ପାଇଁ ଏହି ଚନ୍ଦ୍ରଗ୍ରହଣ ପରିଦୃଶ୍ୟ ହେବ ଏବଂ ସେହି ସମୟରେ ଚନ୍ଦ୍ରର ୯୭% ଲାଲ ଦେଖାଯିବ । ୨୦୦୧ରୁ ୨୦୨୧ ମଧ୍ୟରେ ଯେତେ ସଂଖ୍ୟାରେ ଚନ୍ଦ୍ରଗ୍ରହଣ ହୋଇଛି, ଏହା ସର୍ବାପେକ୍ଷା ଦୀର୍ଘତମ ହେବ । ଏହା ଭାରତୀୟ ସମୟ ରାତି ୧.୩୦ ଆରମ୍ଭ ହେବ ବୋଲି ନାସା କହିଛି । ତେବେ ଭିନ୍ନ ଭିନ୍ନ ସ୍ଥାନୀୟ ସମୟରେ ବିଶ୍ୱବାସୀ ଏହି ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇବେ ।
ଏହା ଦକ୍ଷିଣ ଆମେରିକା, ପୂର୍ବ ଏସିଆ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଅଷ୍ଟ୍ରେଲିଆ ଆଦି ସ୍ଥାନରେ ଦୃଶ୍ୟମାନ ହେବ। ଯେଉଁମାନେ ନିଜ ଘରେ ଏହି ମହାଜାଗତିକ ଦୃଶ୍ୟ ଦେଖିପାରିବେ ନାହିଁ ସେମାନେ ଏହାକୁ ନାସାର ସିଧା ପ୍ରସାରଣ ଜରିଆରେ ମଧ୍ୟ ଦେଖିପାରିବେ। |
Vitamin-D ଅଭାବ ଲୋକଙ୍କ ମଧ୍ୟରେ ବଢ଼ାଉଛି ଚାପ
News18 Odia Digital
Vitamin D Deficiency is Increasing Stress : ଭିଟାମିନ୍ ଡି ଓ ମାନସିକ ସ୍ବାସ୍ଥ୍ୟ ମଧ୍ୟରେ ସମ୍ପର୍କ କ'ଣ ପାଇଁ ବିଶ୍ବର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି । ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ ୪୯ କୋଟି ଲୋକ ଅଛନ୍ତି, ଯାହାର ଭିଟାମିନ୍ ଡି ଅଭାବ ରହିଛି ଓ ଏହି ଅଭାବ ହେତୁ ଲୋକଙ୍କ ମଧ୍ୟରେ ଚାପ ବଢୁଛି।
ମେଡିକାଲ୍ ଜର୍ଣ୍ଣାଲ Natureରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଭାରତ, ଆଫଗାନିସ୍ତାନ ଓ ଟ୍ୟୁନିସିଆ ପରି ଦେଶର ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ଭିଟାମିନ୍ ଡି ଅଭାବରେ ପୀଡିତ। ଏଥିରେ ଯଦି ଆମେ ଭାରତ ବିଷୟରେ କହିବା, ତେବେ ପ୍ରାୟ ୪୯ କୋଟି ଲୋକ ଭିଟାମିନ୍ ଡି ଅଭାବରେ ପୀଡିତ । ଏହା ବ୍ୟତୀତ ଆମେରିକା, କାନାଡା ଓ ୟୁରୋପର ଦେଶରେ ଏହି ସଂଖ୍ୟା ଯଥାକ୍ରମେ ୫.୯ ପ୍ରତିଶତ, ୭.୪ ପ୍ରତିଶତ ଓ ୧୩ ପ୍ରତିଶତ ରହିଛି। ଭିଟାମିନ୍ ଡି ଅଭାବ ଚାପ ସହିତ ଜଡିତ ଥିବା ଜଣାପଡ଼ିଛି ।
ଅନୁସନ୍ଧାନକାରୀ ଲରେନ୍ ଆର ହରମସ୍ କହିଛନ୍ତି ଯେ ଭିଟାମିନ୍ ଡିର ଅଭାବ ସ୍ନାୟୁଗତ ରୋଗର କାରଣ ହୋଇପାରେ । କୋରିଆରେ କରାଯାଇଥିବା ଏକ ଅନୁସନ୍ଧାନରେ, ଯେଉଁମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା, ଡିପ୍ରେସନ୍ (ଚାପ) ଓ ଭିଟାମିନ ଡିର ଅଭାବ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ, କାନାଡାର ମ୍ୟାକମାଷ୍ଟର ୟୁନିଭରସିଟି ଅଧ୍ୟୟନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ।
ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ କରୋନା ସଂକ୍ରମଣ ହେତୁ ବିଶ୍ବ ବ୍ୟାପୀ ଲକଡାଉନ ପକାଇବାକୁ ପଡ଼ିଲା । ଏହି ସମୟରେ ଲୋକଙ୍କୁ ନିଜ ଘରେ କାରାଗାରରେ ରଖିବାକୁ ପଡୁଥିଲା। ଲକଡାଉନ୍ ହେତୁ ଲୋକଙ୍କ ଭିଟାମିନ୍ ଡିର ଅଭାବ ଆହୁରି ବଢ଼ିଗଲା ।
ନିଦ୍ରାର ଅଭାବ ମଧ୍ୟ ସମ୍ବନ୍ଧିତ
ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଘରେ ରହିବା, ପ୍ରଦୂଷଣ, ଜଙ୍କ ଫୁଡ ଖାଇବା ଓ ପୁଷ୍ଟିକର ଖାଦ୍ୟ ନ ପାଇବା ମଧ୍ୟ ଲୋକଙ୍କଠାରେ ଭିଟାମିନ୍ ଡି ର ଅଭାବ ବଢ଼ାଇଥାଏ। ଆହୁରି ମଧ୍ୟ ଗବେଷକମାନେ ଜାଣିବାକୁ ପାଇଲେ ଯେ ଭିଟାମିନ୍ ଡି ଅଭାବ ମଧ୍ୟ ଶୋଇବା ସହିତ ସମ୍ବନ୍ଧିତ ।
ବୈଜ୍ଞାନିକଙ୍କ ଅନୁଯାୟୀ ଭିଟାମିନ୍ ଡି ହେଉଛି ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍, ଯାହା ଆପଣଙ୍କ ଶରୀର ସୁସ୍ଥ ରହଖିଥାଏ ଓ ସଂରକ୍ଷଣ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, ଦାନ୍ତ, ମାଂସପେଶୀ ଓ ହାଡକୁ ଦୃଢ଼ କରିବା, ହୃଦଘାତ, ମଧୁମେହ ଓ କର୍କଟ ଭଳି ଗୁରୁତର ରୋଗ ପର୍ଯ୍ୟନ୍ତ ଏହା ଅନେକ ଶାରୀରିକ କାର୍ଯ୍ୟ ପୂରଣ କରିପାରିବ ।
ଅଭାବ କିପରି ଦୂର ହେବ?
ଭିଟାମିନ୍ ଡି ର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟ କିରଣ । ଏହା ବ୍ୟତୀତ ଭିଟାମିନ୍ ଡି ଅଭାବକୁ ଖାଦ୍ୟରେ ମାଛ, କମଳା ରସ, କ୍ଷୀର ଓ ଶସ୍ୟ ମଧ୍ୟ ମିଶାଇ ଦୂର କରାଯାଇପାରିବ । ଡାର୍କ ସ୍କିନ୍ ଥିବା ଲୋକଙ୍କର ମେଲାନିନରେ ଅଭାବ ଥାଏ, ଯାହା ଭିଟାମିନ୍ ଡି ର କମ୍ ଉତ୍ପାଦନ କରିଥାଏ । ସେଥିପାଇଁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ରହିବା ଉଚିତ୍ । ଏହା ବ୍ୟତୀତ ଶରୀରର ମାସ ଇଣ୍ଡେକ୍ସ (BMI) କୁ ଠିକ୍ ରଖିବା ଦ୍ୱାରା ଭିଟାମିନ୍ ଡି ର ଅଭାବ ମଧ୍ୟ ପୂରଣ ହୋଇପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ । |
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଭାରତର ବିଶାଳ ସ୍କୋର, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଲେ ଅଷ୍ଟ୍ରେଲିଆ ବୋଲର
କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ନିଜର କମାଲ ଦେଖାଇଛନ୍ତି । ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ଭାରତ ୫୦ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୦୦ରନର ଟାର୍ଗେଟ ଦେଇଛି । ଶୁଭମନ୍ ଗିଲ ଓ ଶ୍ରେୟସ ଆୟର ଉଭୟ ଶତକ କରିଛନ୍ତି । ସେହିଭଳି ଅଧିନାୟକ କେ.ଏଲ ରାହୁଲ ପ୍ରଥମ ମ୍ୟାଚ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି । |
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ରେ ପ୍ରଥମେ ବର୍ଷା ଅଭାବ ସାଙ୍ଗକୁ ରୋଗପୋକ ପ୍ରାଦୁର୍ଭାବରେ ଚାଷୀ ତଳିତଳାନ୍ତ ହୋଇଥିଲା। ଏବେ ଚାଷ ଜମିରେ ପାଣି ଅଭାବରୁ ଫସଲ ଉଜୁଡ଼ି ଯାଇଥିବାରୁ ଋଣ ଚିନ୍ତାରେ ବିଷ ପିଇ ଆତ୍ମହତ୍ୟା କରୁଛନ୍ତି ଚାଷୀ ପରମାନନ୍ଦ ଲହଜଲ (୨୮)।
ଗୁରୁବାର ସକାଳେ ପରମାନନ୍ଦ ତାଙ୍କ ଚାଷ ଜମିକୁ ବୁଲି ଆସି କୀଟନାଶକ ପିଇ ଦେଇଥିଲେ। କ୍ରମେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକଙ୍କୁ ବିଷ ପିଇଥିବା କଥା କହିଥିଲେ। ତୁରନ୍ତ ତାଙ୍କୁ କୋକସରା ଡାକ୍ତରଖାନାକୁ ଆଣିଥିଲେ ଏବ˚ ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଭବାନୀପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ବ୍ୟବେଚ୍ଛଦ ପରେ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। |
ନମସ୍କାର ବନ୍ଧୁ ଗଣ । ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ । ଆଉ ମଧ୍ୟ ପ୍ରତିଦିନ ପରି ଆଜି ମଧ୍ୟ ଏକ ସୁନ୍ଦର ବିଷୟ ରେ କଥା ହେବା । ଆଜି କାଲି ର ଦୁନିଆ ରେ ଲୋକ ମାନଙ୍କ ର ବହୁତ କିଛି ରୋଗ ରେ ପଡୁଛନ୍ତି ସେଥି ପାଇଁ । ଆପଣ ମାନେ ଙ୍କ ର ଖାଇବା ଆଉ ପିଇବା ରେ ନିୟମ ମିତତା ରହୁନାହିଁ । ଆଜି ଆମେ କହିବୁ କି କଣ କଣ କହିଲେ ଆପଣ ସୁସ୍ତ ରହିବେ ଆଉ ମଧ୍ୟ କଣ କଣ ଖାଇଲେ ଆପଣ ଙ୍କ ଦେହ ଆଉ ସୁସ୍ଥ ରହିବେ ସହିତ ଶରୀର ର ଉପକାର ହେବ । ଆଉ ମଧ୍ୟ କହିବୁ କି ଆପଣ ଯଦି କୁକୁଡ଼ା ମାଂସ ଖାଉଥିବେ କଣ କଣ ସବୁ ଧ୍ୟାନ ଦେବେ ଆଉ କୁକୁଡ଼ା ମାଂସ କହିବା ର ସବୁଠାରୁ ପାଞ୍ଚ ଟି ଉପକାର ।
ଚାଲନ୍ତୁ ଆରମ୍ଭ କରିବା । ଆଜିର ପୋଷ୍ଟ ଆଉ ଏହି ପୋଷ୍ଟ ଟିକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତି । ଆଉ ଜଣାନ୍ତୁ କି କୁକୁଡ଼ା ମାଂସ ଖାଇବାର ଫାଇଦା ସବୁ କଣ । ଆପଣ ଜାଣି ଥିବେ କି ମାଂସ ଖାଇବା ଦ୍ବାରା ଆମକୁ ସବୁ ପ୍ରୋଟିନ ମିଳି ଥାଏ ଆଉ କୁକୁଡ଼ା ମାଂସ ଖାଇଲେ ସବୁ ଠାରୁ ଅଧିକ ପ୍ରୋଟିନ ମିଳି ଥାଏ ।
କୁକୁଡ଼ା ମାଂସ ଖାଇବାର ଏହି ପାଞ୍ଚ ଟି ଉପକାର
1) କୁକୁଡ଼ା ମାଂସ ରେ ଥାଏ ସବୁଠାରୁ ଅଧିକ ପରିମାଣରେ ଭିଟାମିନ ବି – 3 ।
2) କୁକୁଡ଼ା ମାଂସ କୁ ଯଦି ଆପଣ ଖାଲି ଶିଜେଇ ଖାଉଛନ୍ତି ତେବେ ସେହି ପ୍ରୋଟିନ ଆପଣଙ୍କ ବଡ଼ି କରିବାରେ ସାହାଯ୍ୟ କରିବ ।
3)ମାଂସରେ ଥିବା ଭିଟାମିନ E ଆଉ K କେଶ ଝଡ଼ିବା ଏବଂ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
4) ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି କି ଆପଣ ପାଇଁ ମାଂସ ବେଶ ଲାଭଦାୟକ। ଚିକେନରୁ ମିଳୁଥିବା ପ୍ରୋଟିନ ଟାଇପ ୨ ଡାଇବେଟିସ ରୋଗୀଙ୍କ ଶରୀର ପାଇଁ ଭଲ ହୋଇଥାଏ।
5) ମାଂସ କଲିଜାରୁ ଶରୀରକୁ ଯଥେଷ୍ଟ ପରିମାଣର ଲୌହ ମିଳିଥାଏ। ଶରୀରରେ ଲୌହର ମାତ୍ରା ଠିକ ରହିବା ଫଳରେ ରକ୍ତହୀନତା ଆଶଙ୍କା ହ୍ରାସ ହୋଇଥାଏ। |
ଜାତିସଂଘ ବୈଠକ, ଆମେରିକା ସମରାଭ୍ୟାସକୁ ନିନ୍ଦା କରି ୨ଟି ସ୍ବଳ୍ପଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଛାଡ଼ିଲା ଉତ୍ତର କୋରିଆ
ସିଓଲ୍: ଆଜି ଉତ୍ତର କୋରିଆ ଜାପାନ ଦିଗରେ ଥିବା ସମୁଦ୍ର ମଧ୍ୟକୁ ୨ଟି ସ୍ବଳ୍ପଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଉତ୍ତର କୋରିଆର 'ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍' ଓ ଜାପାନୀ ସରକାର ରିପୋର୍ଟ କରିଛନ୍ତି।
ଆଜି ନିକ୍ଷେପ କରାଯାଇଥିବା ପ୍ରଥମ କ୍ଷେପଣାସ୍ତ୍ରଟି ୧୦୦ କିଲୋମିଟର୍ ଉଚ୍ଚରେ ଗତି କରି ୩୫୦ କିଲୋମିଟର୍ ଦୂର ଯାଇଥିବ। ସେହିପରି, ଦ୍ବିତୀୟଟି ୫୦ କିଲୋମିଟର୍ ଉଚ୍ଚରେ ଗତିକରି ୮୦୦ କିଲୋମିଟର୍ ଦୂରକୁ ଯାଇଥିବ ବୋଲି ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ ହମାଦା କହିଛନ୍ତି।
ସମରାଭ୍ୟାସ ପାଇଁ ଆମେରିକାର ବିମାନବାହୀ ଯୁଦ୍ଧପୋତ ଆସିବା ଓ ଜାତିସଂଘ ନିରାପତ୍ତା ପରିଷଦ୍ ବୈଠକରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପ ପ୍ରସଙ୍ଗକୁ ବିରୋଧ କରି ଉପରୋକ୍ତ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଥିବା ଅନୁମାନ କରାଯାଉଛି। ୧୨ ଦିନ ମଧ୍ୟରେ ଏହା ହେଉଛି ଉତ୍ତର କୋରିଆର ୬ଷ୍ଠ କ୍ଷେପଣାସ୍ତ୍ର ପ୍ରୟୋଗ।
ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଆଜି ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପକୁ ନିନ୍ଦା କରିଛି। ଆମେରିକାର ବୈଦେଶିକ ବ୍ୟାପାର ମୁଖପାତ୍ର କହିଛନ୍ତି, ଏହା ଜାତିସଂଘ ନିରାପତ୍ତା ପରିଷଦ୍ ପ୍ରସ୍ତାବନାର ଉଲ୍ଲଂଘନ ଏବଂ ଆଞ୍ଚଳକ ଦେଶ ଓ ଆନ୍ତର୍ଜାତିକ ସମୁଦାୟ ପ୍ରତି ବିପଦ। କିନ୍ତୁ, ୱାସିଂଟନ୍ କୂଟନୈତିକ ଧାରାରେ ଯିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେଥି ପାଇଁ ଆଲୋଚନା କରିବା ଲାଗି ଉତ୍ତର କୋରିଆକୁ କହିଛି। |
ମୁମ୍ବାଇ ୧୦ ଜୁଲାଇ (ଓଡ଼ିଆ ପୁଅ) ବିମାନ ସେବା ଉପଲବ୍ଧ କରାଉଥିବା ଇଣ୍ଡିଗୋ ନିଜର ଗ୍ରାହକମାନଙ୍କ ପାଇଁ ଚାରି ଦିନର ବିଶେଷ ସେଲ ଆରମ୍ଭ କରିଛି। କମ୍ପାନୀ ଅନୁଯାୟୀ ୧୨ ଲକ୍ଷ ସିଟ୍ ପାଇଁ ଏହା ଆରମ୍ଭ କରାଯାଇଛି ଏବଂ ପ୍ରାରମ୍ଭିକ ବିମାନ ଭଡ଼ା ୧,୨୧୨ ଟଙ୍କା ରଖିଛି କମ୍ପାନୀ। ଇଣ୍ଡିଗୋ ତରଫରୁ କୁହାଯାଇଛିଯେ, ଟିକଟର ବୁକିଙ୍ଗ ଆଜିଠାରୁ ଆରମ୍ଭ ଏବଂ କମ୍ପାନୀ ଅନୁଯାୟୀ ୨୫ ଜୁଲାଇରୁ ଆସନ୍ତା ବର୍ଷ ୩୦ ମାର୍ଚ୍ଚ ମଧ୍ୟରେ ଯାତ୍ରା କରାଯାଇପାରିବେ। କମ୍ପାନୀ ନିଜର ୧୨ତମ ବର୍ଷ ପୂରାଣୀ ଅବସରରେ ଏହା କରିବାକୁ ଯାଉଛି।
କଂମ୍ପାନୀ ତରଫରୁ ଇଣ୍ଡିଗୋ ନିଜର ଗ୍ରାହକମାନଙ୍କ ପାଇଁ ଚାରି ଦିବସୀୟ ବିଶେଷ ବିକ୍ରୀର ପ୍ରାରମ୍ଭ କରିଛି। ଏହା ୧୦ ଜୁଲାଇରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଚାଲିବ ଏବଂ ଏହାର ପ୍ରାରମ୍ଭିକ ଭଡ଼ା ୧,୨୧୨ ଟଙ୍କା ରଖାଯାଇଛି। କମ୍ପାନୀ ଅନୁଯାୟୀ ୧୨ ଲକ୍ଷ ସିଟ୍ ପାଇଁ ଏହାର ଶୁଭାରମ୍ଭ କରାଯାଇଛି। ଏହି ସେଲ କମ୍ପାନୀର ୬ ଇ ନେଟୱାର୍କ ଉପରେ ଦିଆଯାଉଛି। ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ରୁଟ ମଧ୍ୟ ସାମିଲ ଅଛି।
ଇଣ୍ଡିଗୋର ମୁଖ୍ୟ ରଣନୀତି ଅଧିକାରୀ ୱିଲିଯମ ବୋଲ୍ଟର କହିଛନ୍ତି ," ଆମକୁ ଭାରତୀୟ ଏୟାରଲାଇନ୍ସ ସିଟ୍ ଗୁଡ଼ିକର ସବୁଠାରୁ ବଡ଼ ବିକ୍ରୀର ଘୋଷଣା କରି ଖୁସି ଅନୁଭବ ହେଉଛି। ଚାରି ଅଗଷ୍ଟରେ ଇଣ୍ଡିଗୋ ୧୨ ବର୍ଷ ପୂରଣ କରୁଛି ଏବଂ ଏହି ଅବସରକୁ ସ୍ମୃତିରେ ରଖିବା ପାଇଁ ଆମେ ସସ୍ତା ଦରରେ ୫୭ ଟି ସହରରେ ଥିବା ନେଟୱାର୍କ ରେ ୧୨ ଲକ୍ଷ ସିଟ୍ ରେ ଏହି ଟିକେଟ ସେଲ କରାଯିବ।"
ଏହା ବ୍ୟତୀତ , ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ରେଡିଟ କାର୍ଡରେ ଅତି କମ ୩୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଟିକଟ କିଣିବା ଉପରେ ୫ ପ୍ରତିଶତର କ୍ୟାସବ୍ୟାକ (ଅଧିକତମ ୫୦୦ ଟଙ୍କା)ର ମଧ୍ୟ ଲାଭ ମିଳିପାରିବ। |
ସୁନ୍ଦରଗଡ଼, ନଭେମ୍ବର ୧୨(ଲୋକାଲ ୱାୟାର): ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଗତ ତିନି ବର୍ଷ ଧରି ରୋଗୀଙ୍କୁ ଔଷଧ ଦେଉଥିବା ଜଣେ ଡାକ୍ତର ନକଲି ବୋଲି ଧରାପଡ଼ିବା ପରେ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି ।
ଏହି ଡାକ୍ତରଖାନାରେ ତିନି ବର୍ଷ ଧରି ରୋଗୀ ସେବା କରୁଥିଲେ ପଦ୍ମନାଭନ ମୁଖି କାରୱା । ବୁର୍ଲା ଭିମସାରରୁ ଏମବିବିଏସ୍ ଡିଗ୍ରୀ ପାଇଥିବା ଦେଖାଇ ସେ ୨୦୧୬ରେ ଏଠାରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ।
ସେ ପୂର୍ବରୁ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସପିଟାଲ, ରେଳବାଇ ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରୁଥିଲେ ବୋଲି ମଧ୍ୟ ଦର୍ଶାଇଥିଲେ ।
ତେବେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ସ୍ଥାନୀୟ ଲୋକେ ସୂଚନା ଅଧିକାର ବଳରେ ତଥ୍ୟ ହାସଲ କରିବା ପରେ ଜାଣିବାକୁ ପାଇଥିଲେ ପଦ୍ମନାଭନ ଜଣେ ନକଲି ଡାକ୍ତର ।
ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ପି.କେ. ତ୍ରିପାଠୀ କହିଛନ୍ତି, ଅନେକ ବାର ଉକ୍ତ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଉପରେ ତାଙ୍କର ସନ୍ଦେହ ହେଉଥିଲା । ତେବେ ଡାକ୍ତରଙ୍କ ବାବଦରେ କହିବାକୁ ସେ ସାହସ କରି ପାରିନଥିଲେ ।
ଅପରପକ୍ଷରେ ସୁନ୍ଦରଗଡ଼ ସିଡିଏମଓ ସରୋଜ ମିଶ୍ର କହିଛନ୍ତି, ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତାର ସତ୍ୟତା ଜାଣିବାକୁ ସେ ଭିମସାର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଯେହେତୁ ବିହାର ମେଡିକାଲ କାଉନସିଲରେ ପଦ୍ମନାଭନ ନିଜ ନାମ ପଂଜିକରଣ କରିଛନ୍ତି, ସେଠାକୁ ମଧ୍ୟ ତଥ୍ୟ ପାଇଁ ଲେଖା ଯାଇଛି ବୋଲି ସେ କହିଛନ୍ତି ।
ଶିକ୍ଷାଗତ ଯୋଗ୍ୟତା ନେଇ ଲୋକମାନେ ଅବଗତ ହେବା ପରେ ପଦ୍ମନାଭନ ଅଞ୍ଚଳ ଛାଡ଼ି ପଳାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଲୋକାଲ ୱାୟାର |
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆସନ୍ତା ମାସରେ ହେବାକୁ ଥିବା ଦେଶଜ ଉତ୍ସବ ପାଇଁ ବୌଦ୍ଧ ଟାଉନହଲ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ଓଡିଶା ସଂଗିତ ନାଟକ ଏକାଡେମୀ ପକ୍ଷରୁ ବୌଦ୍ଧ ଠାରେ ଦୁଇ ଦିନିଆ ଲୋକ ସଂଗିତର ଉତ୍ସବ 'ଦେଶଜ' ଆୟୋଜିତ ହେବ । ଆସନ୍ତା ୮ ଓ ୯ ତାରିଖରେ ଦୁଇଦିନ ଧରି ହେବାକୁଥିବା ଏହି ଲୋକ ସଂଗିତ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରୁ ସଂଗିତଜ୍ଞ ଓ କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଜିଲା ସଂସ୍କୃତି ପରିଷଦ ସହ ମିଳିତ ଆନୁକୁଲ୍ୟରେ ହେବାକୁଥିବା ଏହି ଲୋକ ସଂଗିତର ଉତ୍ସବ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ସଂସ୍କୃତି ଅଧିକାରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡିଶା ସଂଗିତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ସାମିଲ ହୋଇ ଲୋକ ସଂଗିତର ଉତ୍ସବ ନେଇ ଆଲୋଚନା କରିଥିଲେ । ବୈଠକରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । |
କେନ୍ଦ୍ରାପଡା,ଜୁନ ୦୩ (ଲୋକାଲ ୱାୟାର) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ସୋମବାର ଉଦ୍ଧାର କରାଯାଇଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି ।
ରବିବାର ସକାଳେ ମଣ୍ଡପଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ(୪୭) ତାଙ୍କର ଜଣେ ସାଙ୍ଗ ସହିତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ ।
ତେବେ ସେ ଗାଧୋଉଥିବା ବେଳେ ହଠାତ୍ ପାଣି ଭିତରେ ନିଖୋଜ ହୋଇଯିବାରୁ ନଦୀରେ ବସବାସ କରୁଥିବା ୪ଟି କୁମ୍ଭୀରଙ୍କ ଆକ୍ରମଣର ଶିକାର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।
ଗ୍ରାମବାସୀ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବାରୁ କର୍ମଚାରୀମାନେ ପହଞ୍ଚି ଖୁବ ଖୋଜାଖୋଜି କରିଥିଲେ ମଧ୍ୟ ସେ ମିଳିନଥିଲେ ।
ଆଜି ସକାଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ନଦୀ ଠାରୁ କିଛି ଦୂରରୁ ଉଦ୍ଧାର କରାଯାଇଛି ।
ପଟ୍ଟାମୁଣ୍ଡାଇ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଳି ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି ।
ଅନ୍ୟପଟେ ବାଛରା ପଞ୍ଚାୟତ ସୁରକ୍ଷା ତଥା ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ ପାଇଁ ବିହିତ ପଦକ୍ଷେପ ନେବାକୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।
ଲୋକାଲ ୱାୟାର |
ଦୋଳ ରାଧାକୃଷ୍ଣଙ୍କ ପ୍ରେମର ଗାଥା
ଏହାର ରହସ୍ଯ ବୁଝିବା
କାଠିକର ପାଠ
ମାଇଁ ଭଣଞ୍ଜାର ପ୍ରେମ,ଯୁଗୋଳ ମୂରତି
ଆହା !
କି ସୁନ୍ଦର
ଶିଖାଏ ଦିଏ କି
ଏମିତି ହିଁ ବୁଡି଼ବାର ବେଳ
ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ ଅବା ସମ୍ପ୍ରଦାୟ
ବୁଝି କି ବୁଝନା ବି ଆଗପଛ
ଏହା ହିଁ ତ
ବସନ୍ତର ଖେଳ
ଦୋଳର ମହିମା।
-ହୋଲିପର୍ବ-
ହୋଲି ପାଇଁ ପାଗଳ ସଭିଏଁ
ଏଠି ପୁଅ ମାରିବ ମାଆକୁ ପିଚକାରୀ
ଝିଅ ଲଗେଇବ ବାପାଙ୍କୁ ଅବିର
ମରାମରି ହେବେ ରଙ୍ଗ ରୋଷଣୀରେ।
ଏହା ତ ବସନ୍ତର ଆଗମନରେ ହିଁ
ଛୁଇଁଯାଏ ପ୍ରତିଟି ହୃଦୟେ
କାମନାର ଢେଉ ଆଉ
ମାଳମାଳ ତରଙ୍ଗରେ ଜହ୍ନ
-ଚଇତି ପର୍ବ-
ଏ ପର୍ବ
ମାଆ ଦୁର୍ଗା,ତାରିଣୀ ଅବା ବାସୁଳୀଙ୍କ
ଉଡା଼ରେ ଉଡା଼ରେ,ପଣାରେ ପଣାରେ
ବିଭୋର ବୋଲି ତ
ବସନ୍ତ ବି ଭାରି ଖୁସି
ତା'ର ଝଲକାଏ ଇସାରାରେ
ବୁଡି଼ଯାଏ ମାନବଙ୍କ ଦେହ
ଧର୍ମ ଓ କର୍ମରେ।
-ଉଦ୍ଭିଦ-
ଏମାନେ ରଙ୍ଗେଇ ହୁଅନ୍ତି
ପତ୍ର,ପୁଲ ଓ ଫଳରେ
ଧରିତ୍ରୀଙ୍କୁ ସୁସଜ୍ଜିତ କରିବାକୁ ଆଉ
ପ୍ରାଣୀଙ୍କୁ ଖୁଆଇବା
ଇଛା ଓ ଆଶାରେ
ସମ୍ମାନ ଦିଅନ୍ତି
ବସନ୍ତ ରାଣୀକୁ
ଶୁଭ ଉଦ୍ଦେଶ୍ଯରେ।
-ପ୍ରାଣୀ-
ପ୍ରାଣୀ କାମନାରେ ମସଗୁଲ
ଭବିଷ୍ଯତ ଗଢି଼ବାକୁ ସ୍ବପ୍ନ
ମାନବ ତ ବିବାହରେ
ଆବଦ୍ଧ ଓ ପାଗଳ।
ଅଥଚ ଚଢେଇ,ସରୀସୃପ ଓ ପଶୁ
ଛୁଆ ଜନ୍ମ ଦେବାକୁ ତରବର ଓ
ଆଗେଇ ବି ଆସନ୍ତି
ଏ ବସନ୍ତର ଆଗମନେ
ଶୀଘ୍ର ବଢେ଼ଇବେ ତାଙ୍କର
ବଂଶ ଲୋପ ନ ଦେବାକୁ ଶପଥ।
ସତରେ !
ବସନ୍ତ ଗଜ୍ଜରା
ନୂଆନୂଆ ଉନ୍ମାଦନା,ନୂଆନୂଆ ଚେତନା
ସେ ହୋଇପାରେ ପ୍ରାଣୀ ବା ଉଦ୍ଭିଦ
ସବୁଠି ସର୍ବଦା
ମାଳମାଳ କାମନା,ମାଳମାଳ ବାସନା
ଗୋଟେ ଗୋଟେ ଭଲ ପାଇବାର
ନିଆର ଇସାରା।
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି,ମଣତା,ଘଟଗାଁ କେଦୁଝର |
ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ପାଇଁ ଗେଟ୍ ଖୋଲା ରହିବ ।
Tag: ପର୍ଯ୍ୟଟକ
ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ ବୋଲି ଦାବି ହେଉଛି ।
ବଲାଙ୍ଗୀର ଠାରେ ଥିବା ଫୁଡ କ୍ରାପ୍ଟ ଇନଷ୍ଟିଚ୍ୟୁଟକୁ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନର ଉନ୍ନିତ ହେଉ ସେ ଦାବି କରିଛନ୍ତି।
ùijò_eò flàú_êe aò]ûdK Sò^ jòKKûu cêqò _ûAñ @û§â-IWògû aWðe ùÆgûf KcòUòe cêL_ûZâ RMa§ê eaòaûe ùZfêMêùe fòLôZ GK PòVò _VûAQ«ò û
ମଙ୍ଗଳବାର ସୁଦ୍ଧା ସରକାର ଦାବି ପୂରଣ ନକଲେ ଚରମ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି ।
ବିଦେଶୀ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ଦାସ, ଆରତୀ ମାଝି, ଶୁକ ନାଚିକା, ଚକ୍ର ତାଡ଼ିଙ୍ଗିଙ୍କୁ ଖଲାସ କରାଯିବ ।
This website uses cookies. |
ଜଗତ୍ସିଂହପୁର ଅଫିସ,୨୧।୯: ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ପ୍ରସନ୍ନପୁରର କୁନି ପ୍ରଧାନ(୮୩)ଙ୍କୁ ୨୦୧୪ ମସିହାରେ ତାଙ୍କ ନାତି ବଳରାମ ସ୍ବାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍ସିଂହପୁର ଜିଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଅଭିଯୁକ୍ତ ବଳରାମଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ଅର୍ଥ ଅନାଦେୟ ହେଲେ ଅଧିକ ୬ମାସ ଜେଲ୍ ଭୋଗିବାକୁ ପଡ଼ିବ। ଏଥିସହ ମୃତ କୁନିଙ୍କ ପରିବାରକୁ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି ବୋଲି ପବ୍ଲିକ ପ୍ରସିକ୍ୟୁଟର ନଳିନୀକାନ୍ତ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୪ ଏପ୍ରିଲ ୨୬ ତାରଖ ଅପରାହ୍ନ ୪.୩୦ରେ ଘରେ କେହି ନ ଥିବାବେଳେ କୁନି ପିନ୍ଧିଥିବା ସୁନା କାନଫୁଲ ଉପରେ ବଳରାମଙ୍କ ନଜର ପଡ଼ିଥିଲା। ସେତେବେଳେ କୁନି ରୋଷେଇ ଘରେ ଥିଲେ। ବଳରାମ କାନଫୁଲ ଛଡ଼ାଇବାକୁ ଚେଷ୍ଟା କରିବାରୁ କୁନି ଚିତ୍କାର କରିଥିଲେ। ତେଣୁ ବଳରାମ ଏକ ଠେଙ୍ଗାରେ ତାଙ୍କୁ ପିଟିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ବଳରାମ ଘରୁ ଦୌଡ଼ି ପଳାଉଥିବାବେଳେ ତାଙ୍କ ଖୁଡ଼ି ଦେଖିଥିଲେ। ସଙ୍ଗେ ସଙ୍ଗେ କୁନିଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତର ରବୀନ୍ଦ୍ରନାଥ ପାଲଙ୍କ ଅଭିଯୋଗ କ୍ରମେ ବାଲିକୁଦା ଥାନାରେ ମାମଲା ନଂ.୭୪/୧୪ ରୁଜୁ ହୋଇଥିଲା। ଦୋଷୀ ବଳରାମଙ୍କ ପିତା ଗୋକୁଳ ପ୍ରଧାନଙ୍କ ସମେତ ୧୦ଜଣଙ୍କ ବୟାନକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। |
ଦିନେ ମହାପ୍ରଭୁଙ୍କ ସେବାରେ ଲାଗୁଥିଲା, ଆଜି ଅନୁପଯୋଗୀ
ଅଇଁଠା ପତ୍ରରେ ଭର୍ତ୍ତି ଶିବଗଙ୍ଗା ପୁଷ୍କରଣୀ
ଭଦ୍ରକ (ବାସୁଦେବ ଦାସ ) : କିଛି ଦିନ ପରେ ମହା ଶିବରାତ୍ରୀ । ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ପୀଠରେ ବି ଲାଗିବ ପ୍ରବଳ ଭିଡ଼ । ଶୈବପୀଠରେ ଜାଗର ଜାଳିବେ ହଜାର ହଜାର ଶ୍ରଦ୍ଧାଳୁ । ଖାଲି ମହା ଶିବରାତ୍ରୀ ନୁହେଁ ଅନ୍ୟ ଦିନରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ଭିଡ ଜମିଥାଏ । ଶୈବ ପୀଠର ବିକାଶ ପାଇଁ ଅର୍ଥ ଆସିଛି। ହେଲେ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଜାଗର ପୂର୍ବରୁ ସବୁ କାମ ସରିଯିବ ବୋଲି ପ୍ରଶାସନ କହିଛି।
ଆଖଣ୍ଡଳମଣି ପୀଠ ନିକଟରେ ଥିବା ଶିବଗଙ୍ଗା ପୁଷ୍କରଣୀ ପାଣି ମହାପ୍ରଭୁଙ୍କ ସେବାରେ ଲାଗିଥାଏ । ବିଶ୍ୱାସ ରହିଛି ମୁଣ୍ଡନ ପରେ ଶିବଗଙ୍ଗା ପୁଷ୍କରଣୀରେ ଗାଧୋଇବା କଥା । ହେଲେ ପ୍ରଶାସନିକ ଅବହେଳାରୁ ଏହି ପୁଷ୍କରଣୀ ଆଜି ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ପୋଖରୀରେ ଦଳ ଭର୍ତ୍ତି ହୋଇଥିବାରୁ ଶ୍ରଦ୍ଧାଳୁମାନେ ବାଧ୍ୟ ହୋଇ ନଳକୂପର ପାଣି ବ୍ୟବହାର କରୁଥିବା କହିଛନ୍ତି।
ପୁଷ୍କରଣୀ ଦଳରେ ଭର୍ତ୍ତି ହୋଇ ପଡିଥିବା ବେଳେ ଭାସୁଛି କୁଢ କୁଢ ଅଇଁଠା ପତ୍ର। ଏହାବ୍ୟତୀତ ଆଖଣ୍ଡଳମଣି ପୀଠ ଶୌଚାଳୟ ଭିତରେ ମଧ୍ୟ ଅଇଁଠା ପତ୍ର ପଡିଥିବାବେଳେ ବାହାରେ ଏଣେତେଣେ କୁଢକୁଢ ମଇଳା ପଡିଛି । ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଶତାଧିକ ଭକ୍ତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ପୀଠର ବିକାଶ ପାଇଁ ସରକାର ୧୪କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଶିବଗଙ୍ଗା ପୁଷ୍କରିଣୀର ପୁନଃରୁଦ୍ଧାର ସହ ଭୋଗ ମଣ୍ଡପ ଆଦିର ବିକାଶମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କାମ ସରିନଥିବାରୁ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୀଠର ଅବ୍ୟବସ୍ଥା ନେଇ ସେବାୟତ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜାଗର ପୂର୍ବରୁ ସମସ୍ତ କାମ ସରିଯିବ ବୋଲି ନିର୍ବାହୀ ଅଧିକାରୀ ଓ ଚାନ୍ଦବାଲି ବିଧାୟକ କହିଛନ୍ତି। |
ବାଲେଶ୍ବର (ସଂକେତ ଟିଭି) : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ କାନ୍ଥ ପଡ଼ି ପୁଅର ମୃତ୍ଯୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ମୃତକ ହେଲେ ଶେଖ ଆରିଫ (୨୫)।
ସୂଚନା ଅନୁସାରେ, ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ (୪୫), ତାଙ୍କ ପତ୍ନୀ ସେକ ଆସୁନି ବିବି(୩୫) ଓ ପୁତ୍ର ସେକ ଆରିଫ(୨୫) ରାସ୍ତା ପାର୍ଶ୍ବରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ସେହି ପାଖରେ ଥିବା ସମିରୁଦ୍ଦିନଙ୍କ ସାନ ଭାଇ ସେକ ଆଇନଦ୍ଦିନଙ୍କ ଘରର ପୁରଣା ମାଟି ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେହି କାନ୍ଥ ତଳେ ତିନି ଜଣଯାକ ଚାପି ରହି ଯାଇଥିଲେ। ଗ୍ରାମବାସୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ସେଠାରେ ଆରିଫଙ୍କୁ ମୃତ ଘୋଷଣା କରାଯାଇଥିଲା। ସେପଟେ ବାପାମାଆଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। |
ହୁସିଆର କଏଦୀ ! ଝାରପଡ଼ା ଜେଲ୍ ଭିତରକୁ ଆଉ ଯାଇପାରିବନି ଆପତ୍ତିଜନକ ଜିନିଷ, ଅନେଇଛି ସିସିଟିଭି
ଭୁବନେଶ୍ୱର: ଝାରପଡ଼ା ଜେଲରେ ରହୁଛନ୍ତି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ, କୁଖ୍ୟାତ ଅପରାଧୀ ବିକ୍ରମ ମଲିକ, ଚିଟଫଣ୍ଡ ଅପରାଧୀ ଓ କୁଖ୍ୟାତ ନକ୍ସଲ। ଏମାନେ ଜେଲର ସିସିଟିଭି ସ୍କାନରରେ ରହିଛନ୍ତି। କେଉଁ ଅପରାଧୀ କଣ କରୁଛି ଓ କିଏ କାହା ସହିତ ମିଶୁଛି ଟିକିନିକି ତଥ୍ୟ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ରହିପାରିବ। କାରଣ ଜେଲରେ ଦ୍ୱିତୀୟ ଥର ପାଇଁ ଲାଗିଲା ୬୪ଟି ସିସିଟିଭି। ପୂର୍ବରୁ ୫୪ ଟି ସିସିଟିଭି ଭିତରୁ ପ୍ରାୟ ସବୁ ଅଚଳ ହୋଇଯାଇଥିଲା। ଫଳରେ ସମସ୍ତ ଓ୍ୱାର୍ଡ, ସେଲ, ଜେଲ ଭିତରେ ଓ ବାହାରେ କଣ ଘଟୁଥିଲା ତାହା ଜଣାପଡ଼ୁନଥିଲା। ଏବେ ଜେଲରେ ସିସିଟିଭି ଲାଗିଲା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଏହାଛଡା ଜେଲରେ କାମକରୁଥିବା ଓ୍ୱାର୍ଡର ପରସ୍ପର ଭିତରେ କଥା ହେବା ପାଇଁ ବ୍ୟବହାର କରୁଛନ୍ତି ୧୬ଟି ଓ୍ୱାକି ଟକି। ଅଚଳ ହୋଇପଡିଥିବା ମେଟାଲ ଡିଟେକଟର ଓ ବ୍ୟାଗ ସ୍କାନର ବି ସଚଳ କରାଯାଇଛି।
ଝାରପଡା ଜେଲରେ ମୋଟ ୬୩୫ ଜଣ ଅନ୍ତେବାସୀ ରହିଛନ୍ତି। ତେବେ ମୋବାଇଲ ଜାମର ସଠିକ ଭାବେ କାମ ନକରିବାକୁ ନେଇ ଜେଲ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ଜେଲରେ ଲାଗିଥିବା ଜାମରଟି 2G ସପୋଟ୍ କରୁଛି। 3G ସପୋଟ କଲା ପରି ଜାମର ଲାଗିଲେ ଏହାର ପ୍ରଭାବରେ ଆଖପାଖ ଅଞ୍ଚଳର ଲୋକେ ପ୍ରଭାବିତ ହେବେ। ସେମାନଙ୍କ ଫୋନ୍ ଲାଗିବନାହିଁ। ଯାହା ଫଳରେ ଜେଲ୍ କର୍ତ୍ତୃପକ୍ଷ ନାନା ଅସୁବିଧାରେ ପଡ଼ୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
ସୃଷ୍ଟି ହେଲା ଲଘୁଚାପ, ୧୬ ସୁଦ୍ଧା ନେବ ବାତ୍ୟାର ରୂପ
ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ଦେଶବାସୀ। ବାତ୍ୟା ପୂର୍ବରୁ ଆଜି ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୧୬ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହାର ପ୍ରଭାବରେ କେରଳ, ଲାକ୍ଷାଦ୍ୱୀପ, ତାମିଲନାଡ଼ୁ ସମେତ ଗୋଆ ଓ ଦକ୍ଷିଣ କୋଙ୍କଣରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି। ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଓ ରତ୍ନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତା'ହେଲେ ଏହାର ନାଁ ତଉକତେ ରଖାଯିବ। ଏହାର ନାଁ ମିଆଁମାର ଦେଇଛି।
ଆଇଏମଡି ସତର୍କ ସୂଚନା ଜାରି କରି କହିଛି, ଆଜି ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଶୁକ୍ରବାର ସକାଳ ସୁଦ୍ଧା ଏହା ଲାକ୍ଷାଦ୍ୱୀପ ଉପରେ ୱେଲମାକର୍ଡ ଲଘୁଚାପରେ ପରିଣତ ହେବ। ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବା ପୂର୍ବରୁ ଶନିବାର ଗଭୀର ଅବପାତରେ ପରିଣତ ହେବ।
ଏହାର ୨୪ ଘଣ୍ଟା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହି ବାତ୍ୟା ଭୀଷଣ ରୂପ ଧାରଣ କରି ଉତ୍ତର-ଉତ୍ତରପଶ୍ଚିମ ଗୁଜରାଟ ଆଡ଼େ ଗତି କରିବ। ପାକିସ୍ତାନ ଉପକୂଳରେ ଏହା ସମାନ୍ତରଳ ଭାବେ ଆଗକୁ ବଢ଼ିବ। ଆକଳ ଅନୁଯାୟୀ, ଏହା ମେ' ୧୮ ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳ ଛୁଇଁବ।
Significant Weather Features dated 13-05-2021 are:
♦ A Low Pressure Area has formed over Southeast Arabian Sea & adjoining Lakshadweep area today, the 13th May morning.
— India Meteorological Department (@Indiametdept) May 13, 2021
ଏହାର ପ୍ରଭାବରେ ଶନିବାର ଗୋଆ ଓ ଦକ୍ଷିଣ କୋଙ୍କଣରେ ଶନିବାର ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବ। ରବିବାର ଓ ସୋମବାର ବାତ୍ୟା ଘନୀଭୂତ ହେବାକୁ ଥିବାରୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଗୁଜରାଟରେ ମଧ୍ୟ ମେ' ୧୭ଠାରୁ ବର୍ଷା ହେବ। ସୌରାଷ୍ଟ୍ର ଓ କଚ୍ଚର କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ' ୧୯ରେ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ଆକଳନ କରିଛି।
ଅନ୍ୟପକ୍ଷରେ ଆଇଏମଡିର ସତର୍କ ସୂଚନା ପରେ ଗୁଜରାଟର ତଟରକ୍ଷୀ ବାହିନୀକୁ ଆଲର୍ଟରେ ରଖାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସାମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅବଧି ବୃଦ୍ଧି କରିଥିବା ନେଇ ବୁଧବାର ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲରେ ନାମଲେଖା ଲାଗି ଶେଷ ତାରିଖ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ନାମଲେଖା ଅବଧିକୁ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇ ଜଣାଇ ଦିଆଯାଇଛି। ପୂର୍ବରୁ ଜୁନ୍ ୮ରୁ ଜୁଲାଇ ୧୫ତାରିଖ ମଧ୍ୟରେ ନାମଲେଖା ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।
ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ରାଜ୍ୟ ମଦ୍ରାସା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ପ୍ରକ୍ରିୟା ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। |
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ କନ୍ତିଆ ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁନି ଭୋଳକୁ ଆଜି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀ ଏହି ଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟେ ଆଉ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।
୨୦୧୩ ମସିହା ଏପ୍ରିଲ୍ ମାସରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଥିଲା। ଏହି ଗ୍ରାମର ନିକିତା (ଛଦ୍ମନାମ) ବାସନ୍ତୀ ଠାକୁରାଣୀ ଛାମୁଯାତ୍ରା ଦେଖି ରାତି ସାଢ଼େ ୯ଟା ସମୟରେ ଘରକୁ ଫେରୁଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଶ୍ୟାମସୁନ୍ଦରପୁର ଗ୍ରାମର ମଦନି ଭୋଳଙ୍କ ପୁଅ ବାବୁନି ଭୋଳ ଏବଂ ଅନ୍ୟ ଦୁଇ ନାବାଳକ ତାଙ୍କୁ ବିଲ ଭିତରକୁ ଟେକି ନେଇ ଅମାନୁଷିକ ଭାବେ ଗଣଦୁଷ୍କର୍ମ କରିଥିଲେ।
ପୀଡ଼ିତାଙ୍କ ଏତଲାକୁ ଭିତ୍ତିକରି ପୁଲିସ୍ ବାବୁନି ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜିଆର୍ କେସନ୍ ନଂ ୪୯୦/୧୩ରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬(ଖ)(!)/୩୭୬(ଘ), ୬ ପୋକ୍ସ ଆଇନ୍ ଅନୁସାରେ ମାମଲା ରୁଜୁ ହୋଇଥିଲା। ପରେ ଜୁଭେନାଇଲ୍ ଅଦାଲତ ୨ ନାବାଳକଙ୍କୁ ଦୋଷମୁକ୍ତ କରିଥିଲେ। ତେବେ, ଜେଲ୍ରେ ଥିବାବେଳେ ବାବୁନିର ବିଚାର ଚାଲିଥିଲା। ଆଜି ଏହାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଘଟଣାକୁ ଜଘନ୍ୟ ଓ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ। ସରକାରଙ୍କ ପକ୍ଷରୁ ସଂଜୟ କୁମାର ଜେନା ଓ ମୁଦାଲାଙ୍କ ପକ୍ଷରୁ ଆଡଭୋକେଟ୍ ଅକ୍ଷୟ ମହାନ୍ତି ଓ ଦୁର୍ଯ୍ୟୋଧନ ସାହୁ ମକଦ୍ଦମା ପରିଚାଳନା କରୁଥିଲେ । |
ପୁରୀ,୦୭/୦୩ ବେଲେଶ୍ୱର ବେଳାଭୂମିରେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ କହୁଛନ୍ତି ଏହା ସମୁଦ୍ର ଝିଙ୍କ । ପୁରୀ-କୋଣାର୍କ ମାର୍ଗ ଡିଫେନ୍ସ ପ୍ରତିଷ୍ଠାନ ସମ୍ମୁଖ ଜଙ୍ଗଲ ପାର୍ ହୋଇ ବେଳାଭୂମିରେ ପଡ଼ିଥିଲା ଏହି ଜୀବ । ଏଭଳି ଜୀବକୁ ସ୍ଥାନୀୟ ବାସିନ୍ଦା ଆଦୌ ଦେଖିନଥିଲେ। ଏହାର ଆକୃତି ବିଚିତ୍ର । ପେଟୁଆ ଜୀବର ଦେହ ସାରା ଅସଂଖ୍ୟ କଣ୍ଟା ଭର୍ତ୍ତି ହୋଇଥିଲା । ଏହା ପଫର ଫିସ୍, ଗ୍ଲୋବ ଫିସ୍ ଓ ବ୍ଲୋ ଫିସ୍ ପ୍ରଜାତିର ବୋଲି ବିଶେଷଜ୍ଞ କହୁଛନ୍ତି ।
ପୁରୀ ସମୁଦ୍ର ବାଲିରେ ଭଳିକିଭଳି ସାମୁଦ୍ରିକ ଜୀବ ପଡ଼ିଥାନ୍ତି । କିନ୍ତୁ ଏଭଳି ବିଚିତ୍ର ଜୀବ ପ୍ରଥମ କରି ଦେଖିବାକୁ ମିଳିଛି । ଶରୀର ହାତେ ଲମ୍ବରୁ ଅଧିକ । ଦୁଇ ଚାଖଣ୍ଡ ପ୍ରାୟ ଓସାର । ମୁହଁଟି ଚେପଟା ଓ ଭୟଙ୍କର । ଝିଙ୍କ ଶରୀର ଭଳି ଦେହସାରା କଣ୍ଟା । ଲାଞ୍ଜ ଓ ପର ସାମାନ୍ୟ ଖଣ୍ଡିଆ ହୋଇଛି । ତଳପଟ ପେଟରେ କେବଳ କଣ୍ଟା ନାହିଁ । ଶରୀର ବିଭିନ୍ନ ସ୍ଥାନରେ ଧଳା ଚିହ୍ନ ରହିଛି । ସମୁଦ୍ର କୂଳିଆ ଗ୍ରାମର ବହୁ ଲୋକ ଏହି ଜୀବକୁ ଦେଖିଲେଣି । ହେଲେ ଏଭଳି ଜୀବ କେହି କେବେ ଦେଖି ନଥିବା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ସମୁଦ୍ର ବିଜ୍ଞାନୀ ସୁବଳ କୁମାର ରାଉଳ କୁହନ୍ତି ଏହା ହେଉଛି ଡାଇଡନ୍ ହାଷ୍ଟ୍ରିକ୍ସ ଲିନାୟସ-୧୭୫୮ । ସାଧାରଣରେ କୁହାଯାଏ ସ୍ପଟ୍ ଫିନ୍ ପୋରକୁପାଇନ୍ ଫିସ୍ । ଏହା ଏକ ବିଷାକ୍ତ ମାଛ । ସମୁଦ୍ରର ପଥୁରିଆ ସ୍ଥାନ, ଗୁମ୍ଫା ତଥା ପ୍ରବାଳ ଆଦି ଅଞ୍ଚଳରେ ଏମାନେ ରୁହନ୍ତି । ଏକୁଟିଆ ବୁଲନ୍ତି । ରାତିରେ ଅଧିକ ସକ୍ରିୟ ହୋଇଥାନ୍ତି । ଓଡ଼ିଶା ଉପକୂଳରେ ବହୁତ କମ୍ ଦେଖାଯାନ୍ତି । |
କନକ ବ୍ୟୁରୋ : ଓଡ଼ିଶାରୁ ଫେରିବା ଆରମ୍ଭ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଏଥିସହ ଅନୁଗୁଳ ଓ ବୌଦ୍ଧର ଅଧିକାଂଶ ସ୍ଥାନରୁ ତଥା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ସ୍ଥାନରୁ ମଧ୍ୟ ମୌସୁମୀ ଫେରିବା ଆରମ୍ଭ କରିଛି । ଆସନ୍ତା ୨ ଦିନରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଫେରିଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ପାଗ ଶୁଖିଲା ଓ ଖରାଟିଆ ରହିଛି। ମୌସୁମୀଜନିତ ବର୍ଷା ରାଜ୍ୟରେ ଆଉ ବିଶେଷ ହେବାର ନାହିଁ ବୋଲି କୁହାଯାଇଛି ।
ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ବି ସେହି ସ୍ଥାନରେ ରହିଛି । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ପ୍ରକ୍ରିୟା ବିଳମ୍ବ ହେଉଛି । ବର୍ତ୍ତମାନର ଆକଳନ କରୁଛି, ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ ତାରିଖ ଆଡ଼କୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚି ୧୫ ତାରିଖ ଆଡ଼କୁ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଯେହେତୁ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାରେ ବିଳମ୍ବ ହେଉଛି ତଥା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରି ଦେଇଛି। ତେଣୁ ଲଘୁଚାପଟି କେତେ ଘନୀଭୂତ ହେବ ଓ ଏହା ଅବପାତରେ ସୀମିତ ରହିବ କି ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସେ ନେଇ ଏବେଠାରୁ କିଛି ସ୍ପଷ୍ଟ କହି ହେଉନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । |
ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ
ନୂଆଦିଲ୍ଲୀ/ଭୁବନେଶ୍ବର: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ହଷ୍ଟେଲ ଛାତରୁ ଏମ୍ବିବିଏସ୍ ଛାତ୍ରଙ୍କ ମୃତ୍ୟୁ ଘଟଣାନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜରେ ଛାତ୍ର ମୃତ୍ୟୁ ନେଇ ପୁରୀ ଜିଲ୍ଲା ପିପିଲି ନିବାସୀ ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନ୍ଆରଏଚ୍ସିରେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ଗତମାସ ଏପ୍ରିଲ ୨୨ ତାରିଖ ଅପରାହ୍ନ ସମୟରେ ଭୀମଭୋଇ ମେଡିକାଲ କଲେଜର ଏମ୍ବିବିଏସ୍ ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାାର ହଷ୍ଟେଲରେ ମଧ୍ୟାହ୍ନ ଭୋଜନ କରିଥିଲେ। କିନ୍ତୁ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ସେ ହଷ୍ଟେଲ ଛାତ ଉପରୁ ତଳକୁ ପଡ଼ି ମୃତ୍ୟୁମୁଖରେ ପଡ଼ିଥିଲେ। ମୃତକ ହରିୟାଣାର ନିବାସୀ ଥିଲେ ଏବଂ ମେଡିକାଲ କଲେଜର ନ୍ୟୁ ବଏଜ୍ ହଷ୍ଟେଲରେ ରହୁଥିଲେ।
ତେବେ ମଧ୍ୟାହ୍ନ ଭୋଜନ ପରେ ଛାତ ଉପରକୁ କାହିଁକି ଯାଇଥିଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି। ମେଡିକାଲ୍ ଛାତ୍ର ନିଶାନ୍ତ କୁମାରଙ୍କ ଛାତରୁ ପଡି ମୃତ୍ୟୁ ହୋଇଥିଲା। ରାଗିଂକୁ ନେଇ ଛାତ୍ର ଜଣକ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା। |
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍କୁ ମିଳିଲା ଆଉ ଦୁଇଟି ଟିମ୍। ଏଥର ଆଇପିଏଲ୍ରେ ୧୦ଟି ଟିମ୍ ଖେଳିବେ। ଏହି ଦୁଇଟି ହେଲା ଟିମ୍ ଗୁଜୁରାଟର ଅହମ୍ମଦାବାଦ୍ ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ମୌ। ୨୦୨୨ ଆଇପିଏଲ୍ର ୧୫ତମ ସଂସ୍କରଣରେ ଏହି ଦୁଇଟି ଟିମ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।
ଆଇପିଏଲ୍ରେ ୨ଟି ନୂଆ ଟିମ୍ ସାମିଲ ନେଇ ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା। ଏଥିଲାଗି ସୋମବାର ଦୁବାଇରେ ଆଇପିଏଲ୍ର ବିଡିଂ ବା ନିଲାମ୍ ପ୍ରକ୍ରିୟା ହୋଇଥିଲା। ଏଥିରେ ଭାରତର ଦୁଇ ସହର ଅହମ୍ମଦାବାଦ୍ ଓ ଲକ୍ଷ୍ମୌର ଆଇପିଏଲ୍ ଦଳ ପାଇଁ ବିଡିଂ ପକ୍କା ହୋଇଛି। ଏଥିସହ ପୂର୍ବାଞ୍ଚଳରୁ କଟକକୁ ଏକ ଆଇପିଏଲ୍ ଟିମ୍ ମିଳିବାର ଯେଉଁ ଆଶା ଥିଲା ତାହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ପୂର୍ବତନ କେନ୍ଦ୍ରମନ୍ତ୍ରୀ ନବୀନ ଜିନ୍ଦଲଙ୍କ ଜିନ୍ଦଲ ଷ୍ଟିଲ, କଟକ ଟିମ୍ର ବିଡିଂ ପାଇଁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଥିଲା। ଏଥିଲାଗି ଜିନ୍ଦଲ ପକ୍ଷରୁ ଟେଣ୍ଡର ଡକ୍ୟୁମେଣ୍ଟ ମଧ୍ୟ କିଣାଯାଇଥିବା ଶୁଣିବାକୁ ମିଳିଥିଲା। ତେଣୁ ସାରା ଓଡ଼ିଶାର କ୍ରିକେଟ୍ ପ୍ରେମୀମାନେ ଆଗାମୀ ଆଇପିଏଲ୍ରେ କଟକର ସ୍ଥାନ ଦେଖିବାକୁ ଆଶାବାଦୀ ଥିଲେ। ହେଲେ ଆଜିର ବିଡିଂ ପରେ ତାହା ମଉଳି ଯାଇଛି।
ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ୍ ପାର୍ଟନର୍ସ ଗ୍ରୁପ୍ କିଣିଥିବା ବେଳେ ଲକ୍ଷ୍ନୌର ଟିମକୁ ଆର୍ପିଏସ୍ଜି ଗ୍ରୁପ୍ କିଣିଛି। ଅହମ୍ମଦାବାଦର ଟିମ୍କୁ ସିଭିସି କ୍ୟାପିଟାଲ୍ସ ୫ହଜାର ୧୬୬ କୋଟି ଟଙ୍କାରେ କିଣିଛି ଏବଂ ଲକ୍ଷ୍ନୌର ଟିମ୍ ୭ ହଜାର ୯୦ କୋଟି ଟଙ୍କାରେ ଆରପିଏସଜି ଗ୍ରୁପ୍ ହାତକୁ ଯାଇଛି। |
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଝୋଟ ବସ୍ତାରେ ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ କରାଯାଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏଥିଯୋଗୁଁ ସର୍ବାଧିକ ଝୋଟ ଉତ୍ପାଦନକାରୀ ପଶ୍ଚିମବଙ୍ଗ ସମେତ ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ରପ୍ରଦେଶର ଚାଷୀ, ଶ୍ରମିକ ଏବଂ ଝୋଟକଳ ମାଲିକମାନେ ଉପକୃତ ହେବେ।
ଦେଶରେ ହାରାହାରି ୯ ଲକ୍ଷ ମେଟ୍ରିକ ଟନର ଝୋଟ ବସ୍ତା ଉତ୍ପାଦିତ ହୁଏ। ଏହି ଉଦ୍ୟୋଗ ଭାରତର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ବିଶେଷକରି ପଶ୍ଚିମବଙ୍ଗରେ ୭୫ଟି ଝୋଟ କଳ ରହିଛି। ଝୋଟ ବସ୍ତାରେ ବାଧ୍ୟତାମୂଳକ ପ୍ୟାକେଜିଂ କାର୍ଯ୍ୟରତ ୩.୭୦ ଲକ୍ଷ ଶ୍ରମିକଙ୍କ ସହିତ ୪୦ ଲକ୍ଷ ଚାଷୀ ପରିବାରକୁ ସହାୟତା କରିବ। ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଏବଂ ଝୋଟ ଉତ୍ପାଦନ ଲାଗିଥିବା ଲୋକମାନଙ୍କ ସ୍ବାର୍ଥ ରକ୍ଷା କରିଥାଏ। ଝୋଟ ଉଦ୍ୟୋଗର ସମୁଦାୟ ଉତ୍ପାଦନର ୭୫ ପ୍ରତିଶତ ଝୋଟ ବସ୍ତା ହୁଏ। ଭାରତୀୟ ଖାଦ୍ୟ ନିଗମ ଏବଂ ରାଜ୍ୟ କ୍ରୟ ଏଜେନ୍ସିକୁ ୮୫ ପ୍ରତିଶତ ଯୋଗାଣ ହୋଇଥାଏ। ଅବଶିଷ୍ଟକୁ ସିଧାସଳଖ ରପ୍ତାନି କରାଯାଏ କିମ୍ବା ବିକ୍ରି କରାଯାଏ। ସରକାର ପ୍ରତ୍ୟେକ ବର୍ଷ ଖାଦ୍ୟଶସ୍ୟ ପ୍ୟାକେଜିଂ ନିମନ୍ତେ ପ୍ରାୟ ୯ ହଜାର କୋଟି ଟଙ୍କାର ଝୋଟ ବସ୍ତା କିଣିଥାଆନ୍ତି। ଏହା ଦ୍ବାରା ଝୋଟ ଚାଷୀ, ଶ୍ରମିକ ଉତ୍ପାଦ ବିକ୍ରି ପାଇଁ ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ। ଝୋଟ ଏକ ପ୍ରାକୃତି, ଜୈବ-କ୍ଷୟଯୋଗ୍ୟ, ନବୀକରଣ ଯୋଗ୍ୟ ଏବଂ ପୁନଃ ବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ଦୀର୍ଘସ୍ଥାୟିତ୍ବର ମାନଦଣ୍ଡକୁ ମଧ୍ୟ ପୂରଣ କରିଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l |
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଜିଲ୍ଲା ସେରଗଡ଼ ସ୍ଥିତ ଲୋକଶକ୍ତି ଅନୁଷ୍ଠାନ ସମୂହର ବାର୍ଷିକ ଉତ୍ସବ ଏବଂ ସମାଜ ସେବୀକା ରାଗିଣୀଦେବୀଙ୍କ ୭୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଶକ୍ତି, ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ୍ ସ୍କୁଲ, ଲୋକଶକ୍ତି ଆଇ.ଟି.ଆଇ ର ମିଳିତ ଆୟୋଜନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକଶକ୍ତିର ପ୍ରତିଷ୍ଠାତ୍ରୀ ବିଶିଷ୍ଟ ସମାଜ ସେବୀକା ସ୍ୱର୍ଗିୟା ରାଗିଣୀଦେବୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଅତିଥି । ପରେ ଆୟୋଜିତ ସଭାକୁ ରାଗିଣୀଦେବୀ ସ୍ମୃତି କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ବିପ୍ଲବ ମହାନ୍ତି ସଭାପତିତ୍ତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗଦେଇ କହିଲେ, ପରିବାରର ମୁଖିଆ ଥିଲେ ରାଗିଣୀଦେବୀ, ତାଙ୍କ ଆବର୍ତ୍ତମାନରେ ଲୋକଶକ୍ତି ଓ ରାଗିଣୀଦେବୀଙ୍କ ଆଦର୍ଶରେ କାମ କରି ସମାଜର ଯୁଗାନ୍ତକାରି ପରିବର୍ତ୍ତନ ଆଣିପାରିଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ସମାଜ ଉତ୍ତର ଓଡ଼ିଶା ସଂସ୍କରଣର ଫିଚର୍ ମୁଖ୍ୟ କୁଳମଣୀ ବାରିକ ରାଗିଣୀଦେବୀଙ୍କ ଉଦ୍ୟମ ଫଳରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ପରି ଜିଲ୍ଲାରେ ଲୋକ ମାନଙ୍କ ସାମାଜିକ ଓ ଆର୍ôଥକ ପରିବର୍ତ୍ତନର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କର ଅବଦାନ ଅତୁଳନିୟ ବୋଲି ସେ କହିଥିଲେ ।
ସଭାରେ ବିଶିଷ୍ଟ ସଂଗୀତ ନିଦ୍ଦେର୍ଶକ ଅମିତାଂଶୁ ପଟ୍ଟନାୟକ, ସମାଜ ସେବୀ ଆଦିତ୍ୟ ପଟ୍ଟନାୟକ, ଯୁବ ସମାଜ ସେବୀ ସତ୍ୟ ସାଧନ ବେଜ ପ୍ରମୁଖ ଯୋଗଦେଇ ରାଗିଣୀଦେବୀଙ୍କ ବହୁମୂଖୀ ପ୍ରତିଭା ଉପରେ ବକ୍ତବ୍ୟ ରଖିଥିଲେ । ଲୋକଶକ୍ତି ସମ୍ପାଦକ ଜୟନ୍ତ କୁମାର ବାଗ୍ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ରବିନ୍ଦ୍ର ରାୟ ବିବିଧ କାର୍ଯ୍ୟକ୍ରମ ଓ ରାଗିଣୀଦେବୀଙ୍କ ମହିଳା ସଶକ୍ତିକରଣ ଉପରେ ମତ ପୋଷଣ କରିଥିଲେ । ଶ୍ରୀକ୍ରିଷ୍ଣା ସ୍କୁଲର ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବାରିକ ଓ ଲୋକଶକ୍ତି ଆଇ.ଟି.ଆଇ ର ଅଧ୍ୟକ୍ଷ ଧର୍ମେନ୍ଦ୍ର ଦାସ ମହାପାତ୍ର ନିଜ ନିଜ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭାରେ ବାଲେଶ୍ୱରର ବିଶିଷ୍ଟ ସମାଜ ସେବୀକା ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କୁ ରାଗିଣୀଦେବୀ ସ୍ମୃତି ସମ୍ମାନ, ଭଦ୍ରକ ଜିଲ୍ଲା କାଦବରାଙ୍ଗର ବାବା ଧବଳେଶ୍ୱର ମହିଳା ମହାସଂଘ, ଆଗରପଡ଼ାର ଉଦିୟମାନ ଯୁବକ ସତ୍ୟ ସାଧନ ବେଜଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପର୍ଶୁରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକୁ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ । |
ଭଞ୍ଜନଗର – କରୋନା ଯୋଗୁଁ ଗତ କିଛି ମାସ ଧରି ଜନଜୀବନ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଅନେକ କାମଧନ୍ଦା ହରାଇଛନ୍ତି । ଫୁଟପାଥର ଉଠାଦୋକାନୀ ନାନା ଯନ୍ତ୍ରଣା ଭୋଗିଛନ୍ତି । କରୋନା ଯୋଗୁଁ ଅଧିକାଂଶ ଜନସାଧାରଣ ବିଶେଷ ପ୍ରଭାବିତ ହୋଇଛନ୍ତି । ଅପରପକ୍ଷରେ କରୋନା କଟକଣା ମଧ୍ୟରେ ସମସ୍ତ ଜନସାଧାରଣଙ୍କ ମୁହଁରେ ମାସ୍କ ବାଧ୍ୟତାମୂଳକ ଭାବେ ରହିବା କାରଣରୁ ରାସ୍ତାଘାଟ ବେଶ ସଫା ରହିଛି ।
ପୂର୍ବରୁ ଲୋକମାନେ ରାସ୍ତାସାରା ପାନଛେପ ସହ ଛେପ ଖଙ୍କାର ପକାଇ ରାସ୍ତାକୁ ସଂପୂର୍ଣ୍ଣ ଅପରିଷ୍କାର କରିପକାଉଥିଲେ । ହେଲେ କରୋନା ଯୋଗୁଁ ମାସ୍କର ବହୁଳ ବ୍ୟବହାର କାରଣରୁ ଏବେ ପରିବେଶରେ ବେଶ ଉନ୍ନତି ଘଟିଛି । ଉଠାଦୋକାନ ବନ୍ଦ ଯୋଗୁଁ ପଲିଥିନ୍ ଓ ସୋଲ ପ୍ଲେଟ, ଚାହା କପ୍ ଆଦି ରାସ୍ତାଘାଟରେ ପଡୁନି ।
ଆଉ ନାଳନର୍ଦ୍ଦମାରେ ଏସବୁ ପୁର୍ବରୁ ଭର୍ତ୍ତି ହେଉଥିବା ବେଳେ ବର୍ଷା ହେଲେ ଅନେକ ସମୟରେ ବର୍ଷା ଜଳ ନର୍ଦ୍ଦମା ଜଳ ସହ ମିଶି ରାସ୍ତାରେ ଭାସିବା ସହ ଏକପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିଲା । ହେଲେ କରୋନା କଟକଣା ଯୋଗୁଁ ପଲିଥିନ, ସୋଲ ପ୍ଲେଟ, ଚାହା କପ୍ ଆଦି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ରାସ୍ତାଘାଟରେ ଏସବୁ ଆଉ ଦେଖିବାକୁ ମିଳୁନି । ସେହିପରି ନାଳନର୍ଦ୍ଦମା ବେଶ ସଫା ରହୁଥିବା ଦେଖିବାକୁ ମିଳିଛି ।
ଆଉ ଚଳିତ ଲଗାଣବର୍ଷାରେ ସହରର କୌଣସି ସ୍ଥାନରେ ଜଳବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ । ଆଉ ଏଭଳି କିଛି କାରଣରୁ ମଶାଙ୍କ ପାର୍ଦୁଭାବ ମଧ୍ୟ ବେଶ କମିଛି । କରୋନା କାଳରେ କଳାକାରଙ୍କୁ କାମଧନ୍ଦା ଯୋଗାଇବାକୁ ସରକାର ମଧ୍ୟ ବିଭିନ୍ନ ସହରାଞ୍ଚଳରେ ନୂଆଁ ଯୋଜନା ପ୍ରସ୍ତୁତ କରିଥିବାବେଳେ ଏଥିରୁ ଭଞ୍ଜନଗର ସହରର ସୌନ୍ଦର୍ଯ୍ୟ ବୃଦ୍ଧିପାଇଛି । ସହରର ବିଭିନ୍ନ ରାସ୍ତାଘାଟରେ ଥିବା ମୁକୁଳା ପାଚେରୀ କଳାକାଳଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ହୋଇଛି । ଆଉ ଏହାର ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ପରିବେଶ ଉପରେ ଏହାର ଅନୁକୂଳ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।
ଏବେ କରୋନା କଟକଣା ହଟିବା ପରେ ପୁଣିଥରେ ଦୋକାନ ବଜାର ସ୍ୱଭାବିକ ଢଙ୍ଗରେ ଖୋଲିବା ଆରମ୍ଭ କରିଛି । ଧୀରେ ଧୀରେ ବସ ଚଳାଚଳ ଆରମ୍ଭ ହୋଇଛି । ବୁଧବାର ଏଠାରୁ ବିଭିନ୍ନ ରୁଟ୍ରେ ପାଖାପାଖି ୧୦ରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ବସ ଚଳାଚଳ କରିଛି । ଦିନେ ଦୁଇଦିନ ମଧ୍ୟରେ ବସ ଚଳାଚଳ ସ୍ୱଭାବିକ ହେବା ଆଶା କରାଯାଉଛି । ସେହିପରି ଦୋକାନ ବଜାର ଖୋଲିବାସହ ଏବେ ସବୁ ଉଠାଦୋକାନ ମଧ୍ୟ ଖୋଲିବା ଆରମ୍ଭ କରିଛି ।
ଆଉ ପୁଣିଥରେ ରାସ୍ତାଘାଟରେ ଚାହା କପ୍, ସୋଲ ପ୍ଲେଟ, ପଲିଥିନ ଆଦି ପଡିବା ଆଶଙ୍କା ଦେଖାଦେଇଛି । ଏହାର ପ୍ରଭାବ ସହରର ପରିବେଶକୁ ପୁଣିଥରେ ଖରାପ କରିବ ଏଥିରେ ସନେ୍ଦହ ନାହିଁ । ଏଣୁ ସହରର ପରିବେଶକୁ ସଫା ରଖିବାକୁ ହେଲେ ପଲିଥିନ ବର୍ଜନ ଠାରୁ ଆରମ୍ଭ କରି ଉଠାଦୋକାନରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ରାସ୍ତାଘାଟରେ ନପକାଇ ଏହାକୁ ଏନଏସି ଦ୍ୱାରା ସ୍ଥିରୀକୃତ ସ୍ଥାନରେ ପକାଇବା କିମ୍ବା ଏନଏସିର ଆବର୍ଜନା ନେଉଥିବା ଗାଡିରେ ଦେବାକୁ ପ୍ରଯତ୍ନ କରାଗଲେ ସହରର ପରିବେଶ ପୂର୍ବ ଭଳି ଅତୁଟ ରହିପାରନ୍ତାବୋଲି ବହୁ ପରିବେଶବିତ୍ ନିଜ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି । |
ଟ୍ରାଙ୍କୁଲାଇଜ ବେଳେ ଧରାଦେଲାନି; ଜାଲରୁ ଖସି ପଳାଇଲା ବାଘ, ଦେଖନ୍ତୁ ଭିଡିଓ…
1/03/2023 at 8:42 PM
ସୁନ୍ଦରଗଡ଼ ୦୧/୦୩: ବାଘକୁ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହେଲା ବନବିଭାଗ। ଲୁଚିଥିବା ସ୍ଥାନରୁ ଅନ୍ୟତ୍ର ପଳାଇଲା ବାଘ। ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ପାଖରେ ଦେଖାଦେଇଥିବା ବାଘକୁ ବନ ବିଭାଗ କାବୁ କରିବାକୁ ଚେଷ୍ଠା କଲାବେଳେ ଖସି ଯାଇଛି। ସୂଚନା ଅନୁସାରେ ସକାଳେ ବାଘ ଦେଖାଯିବା ପରେ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।
ଜାଲ ବିଛାଇବା ସହ ଛେଳି ଓ କୁକୁଡ଼ା ମଧ୍ୟ ରଖାଯାଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବାଘଟି ଜାଲ ଉପରୁ ଡେଇଁ ପଲାଇଥିଲା। ତେବେ ରାତିରେ ବାଘକୁ ଠାବ କରିବା ପାଇଁ ପୁଣି ଚେଷ୍ଟା କରାଯିବ ବୋଲି ବନ ବିଭାଗ କହିଛି। ପାଣି ପିଇବାକୁ ପାଇଁ ବାଘ ପୁଣି ବାହାରିପାରେ ତେଣୁ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅନୁରୋଧ କରିଛନ୍ତି।
Related Posts
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023 |
ବାରିପଦା, ୧୩|୦୫: ନିଆଁରେ ଜଳିଗଲେ ମାଆ ଓ ଦୁଇ ସନ୍ତାନ । ରାତିରେ ଘରେ ଶୋଇଥିଲା ବେଳେ ଲାଗିଗଲା ନିଆଁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହି । ଗୁରୁବାର ରାତି ପ୍ରାୟ୨ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି।
ପରିବାର ଲୋକେ ଗଭୀର ନିଦରେ ଶୋଇ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ୱାମୀ ମଙ୍ଗଲ ମାର୍ଣ୍ଡି ପ୍ରାଥମିକ ତଦନ୍ତ ସମୟରେ ପୋଲିସ ସମ୍ମୁଖରେ ପ୍ରକାଶ କରିଛି । ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତକମାନେ ହେଲେ ମଙ୍ଗଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି ମାର୍ଣ୍ଡି (୨୪) , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି ।
ଆହୁରି ମଧ୍ୟ ଜଣା ପଡିଛି ଯେ, ସ୍ୱାମୀ ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିଲେ । ଘରୋଇ କଳି ଯୋଗୁଁ ସେ ତାଙ୍କୁ ଛାଡ଼ିଦେଇ ସୁରୁକୁନିଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଅଗ୍ନିକାଣ୍ଡରେ ମୃତ୍ୟୁ ନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ମଙ୍ଗଲକୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ବୋଲି ଡିଏସପି ଶ୍ରୀ ମୁକ୍ତି କୁମାର କୁଲୁ ସୂଚନା ଦେଇଛନ୍ତି। |
ଚେନ୍ନାଇ : ତାମିଲ୍ନାଡୁର ଶାସକ ଦଳ ଏଆଇଏଡିଏମ୍କେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଇକେ ପଲାନୀସ୍ଵାମୀ ଓ ଉପମୁଖ୍ୟମନ୍ତ୍ରୀ ଓ. ପନୀରସେଲ୍ଭମଙ୍କ ସମେତ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପଲାନୀସ୍ଵାମୀ ନିଜ ଘର ସେଲମ୍ ଜିଲ୍ଲାର ଏଡପ୍ପାଦୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିବେ। ବୋନ୍ଦିନୟାଗନୁରୁରୁ ନିର୍ବାଚନ ଲଢ଼ିବେ ଉପମୁଖ୍ୟମନ୍ତ୍ରୀ ଓ. ପନୀରସେଲ୍ଭମ।
ସେହିପରି ରୋୟାପୁରମ୍ରୁ ଡି ଜୟ କୁମାର, ଭିଲୁୁପୁରମ୍ରୁ ସିଭି ସାନ୍ମୁଗାମ୍, ଶ୍ରୀଭାଇଗୁନ୍ଦମ୍ରୁ ସାନମୁଗନାଥନ୍ ଓ ନିଲାକୋଟାଇରୁ ଏସ୍ ଥେନ୍ମୋଜି ନିର୍ବାଚନ ଲଢ଼ିବେ। ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଏପ୍ରିଲ ୬ ତାରିଖରେ ଏକକ ପର୍ଯ୍ୟାୟ ମତଦାନ ହେବ। ମେ ୨ ତାରିଖରେ ଭୋଟ୍ ଗଣନା ହେବ। |
ଭଗବାନ ଆୟାପ୍ପା ନୈଷ୍ଠିକ ବ୍ରହ୍ମଚାରୀ ବେଶରେ ଅଛନ୍ତି, ନାରୀମାନଙ୍କ ପ୍ରବେଶ ଧାର୍ମିକ ମାନ୍ୟତା ବିରୋଧୀ
ସାବ୍ରିମାଲାରେ ମହିଳା ପ୍ରବେଶ ନିଷ୍ପତ୍ତିକୁ ବିରୋଧ
ନୂଆଦିଲ୍ଲୀ : କେରଳର ସାବ୍ରିମାଲା ପୀଠରେ ନାରୀମାନଙ୍କ ପ୍ରବେଶ କଟକଣା ଉଠାଇଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିବାରୁ ଏହାକୁ ବିରୋଧ କରିଛି ମନ୍ଦିର ପ୍ରଶାସନ । ଧାର୍ମିକ ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ପିପୁଲ ଫର ଧର୍ମ ନାମକ ସଂସ୍ଥା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବି ଜେ. ସାଇ ଦୀପକ ଯୁକ୍ତି ବାଢିଛନ୍ତି ।
ଏଥିରେ ହସ୍ତକ୍ଷେପ କରିବା ସମ୍ବିଧାନର ଧାରା ୨୧ର ବିରୁଦ୍ଧାଚରଣ କରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ମନ୍ଦିରରେ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ପ୍ରବେଶ ଅନୁମତି ରହିଛି । କିନ୍ତୁ ୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳା ଏଠାକୁ ପ୍ରବେଶ କରିପାରିବେ ନାହିଁ । ମନ୍ଦିରର ପ୍ରାଚୀର ପରମ୍ପରା ଅନୁସାରେ ମନ୍ଦିରର ଅଧିଷ୍ଠାତ୍ରା ଦେବତା ଭଗବାନ ଆୟାପ୍ପା ନୈଷ୍ଠିକ ବ୍ରହ୍ମଚାରୀ ବେଶରେ ଅଛନ୍ତି । ଏହି କାରଣରୁ ମନ୍ଦିରରେ ନିର୍ଦ୍ଦିଷ୍ଟ ବୟସର ମହିଳାଙ୍କ ପ୍ରବେଶ ମନା । ଏହାକୁ ଉଲ୍ଲଙ୍ଘନ କଲେ ତାହା ମନ୍ଦିରର ଧାର୍ମିକ ମାନ୍ୟତାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି । ମୁଖ୍ୟ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠକୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନର ୨୧ ଧାରା ଅନୁସାରେ ମନ୍ଦିରର ଦେବତାଙ୍କର ମଧ୍ୟ ସାମ୍ବିଧାନିକ ଅଧିକାର ରହିଛି । |
କନକ ବ୍ୟୁରୋ: ଗାଁ କମିଟିକୁ ନଜଣାଇ ପୁଅ ବାହାଘର କରିଥିବାରୁ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି ଗାଁ ଲୋକ । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁକୁଡ଼ା ଗାଁରୁ ଆସିଛି ଏପରି ଅଭିଯୋଗ ।ବିଶ୍ୱନାଥ ସାହୁ, ଗାଁ କମିଟିକୁ ନଜଣାଇ ତାଙ୍କ ପୁଅ ବାହାଘର କରିଥିଲେ । ଯେଉଁଥି ପାଇଁ ଏହି ପରିବାରକୁ କୌଣସି ସହଯୋଗ ନକରିବା ପାଇଁ ଢୋଲ ବଜାଇ ଗାଁ ଲୋକଙ୍କୁ ଜଣାଇ ଦିଆଯାଇଛି । ଏହି ଭୁଲ ପାଇଁ ବିଶ୍ୱନାଥଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା କରିଥିଲା ଗାଁ କମିଟି । ହେଲେ ଏତେ ଟଙ୍କା ସେ ଦେବା ପାଇଁ ସମର୍ଥ ନଥିବାରୁ ୫ଶହ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ହେଲେ ଏଥିରେ ଗାଁ କମିଟି ରାଜି ହୋଇନଥିଲା ଏବଂ ତାଙ୍କୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତି ହୋଇଥିଲା । ଏମିତି କି ବିଶ୍ୱନାଥ କରିଥିବା ଚା ଦୋକାନକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ମୁତାବକ, ତୁକୁଡ଼ା ଗାଁର ବିଶ୍ୱନାଥ ସାହୁ ଓ ତାଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିଛି ଗ୍ରାମ୍ୟକମିଟି । ବିଶ୍ୱନାଥ ସାହୁଙ୍କ ପୁଅ ଶ୍ୟାମଘନ ସାହୁ ଗତ ୫ ମାସ ତଳେ ଠାକୁରଗଡ ଗାଁର ଜଣେ ଝିଅକୁ ବିବାହ କରିଥିଲେ । ଗ୍ରାମ୍ୟ କମିଟିକୁ ନଜଣାଇ କାହିଁକି ବିବାହ କଲେ ସେଥିପାଇଁ ଗ୍ରାମ୍ୟ କମିଟି ତାଙ୍କୁ ଓ ତାଙ୍କ ପରିବାରକୁ ୨୫ ହଜାର ଟଙ୍କା ଜରିମାନା ମାଗିଥିଲେ । ତେବେ ଏତେ ଟଙ୍କା ଜରିମାନା ଦେଇନପାରି ନେହୁରା ହୋଇ ସଂପୃକ୍ତ ପରିବାର ୫୦୦ଟଙ୍କା ଦେବେ ବୋଲି କହିଥିଲେ କିନ୍ତୁ ଗ୍ରାମ୍ୟକମିଟିର ସଭାପତି ତାଙ୍କୁ ଟଙ୍କା ନଦେଲେ ଗାାଁରୁ ବାସନ୍ଦ କରିଦେଇଥିଲେ ।
ଖାଲି ଏତିକି ନୁହେଁ ଶ୍ୟାମଘନ ଦେଇଥିବା ଚା ଦୋକାନକୁ ବନ୍ଦ କରିଦେବା ସହ ଡାକୁଆ ଦ୍ୱାରା ଗାଁ ସାରା ଢୋଲ ପିଟି ସମସ୍ତଙ୍କୁ କୁହାଯାଇଥିଲା କି ବିଶ୍ୱନାଥଙ୍କ ସହ କେହି ସଂପର୍କ ରଖିବେନି , ଯଦି କିଏ ରଖନ୍ତୁ ତେବେ ତାଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଏନେଇ ବିଶ୍ୱନାଥ ଙ୍କ ପରିବାର ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । |
ଦୁଇ ଦିନିଆ ଯାଜପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା !
ଆଜି ସାଂସଦ ପ୍ରବାସ ଯୋଜନା ପାଇଁ ଦୁଇ ଦିନିଆ ଯାଜପୁର ଜିଲ୍ଳା ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଆଜି ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରଥମେ ସର୍କିଟ ହାଉସରେ ପହଞ୍ଚିବା ପରେ କାର୍ଯ୍ୟକାରିତା ମାନେ ସ୍ବାଗତ କରିଥିଲେ ପରେ ଜିଲ୍ଳା ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଏକ ବୈଠକରେ ଯୋଗଦାନ କରିଛନ୍ତି
#ArgusNews #Jajpur #UnionMinister #ArjunMunda #Odisha |
କରୋନା ଅପଡେଟ: ନେପାଳ ସୀମାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଯାଞ୍ଚ କରାଯାଇଛି
ସମାଜ ପୋର୍ଟାଲ ଡେସ୍କ: କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବିଭିନ୍ନ ଦେଶକୁ ବିସ୍ତାରିତ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନେପାଳ ସୀମାରେ ଦଶ ଲକ୍ଷରୁ ଅଧିକ ଲୋକଙ୍କୁ ଯାଞ୍ଚ କରାଯାଇଥିବା ଜଣାପଡିଛି। ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପାଞ୍ଚଟି ରାଜ୍ୟ ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଏବଂ ସିକ୍କିମର ୨୧ଟି ସୀମାନ୍ତ ଜିଲ୍ଲାରେ ୩ ହଜାର ୬୯୫ରୁ ଅଧିକ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି।
ଇତି ମଧ୍ୟରେ ବିଭିନ୍ନ ବିମାନବନ୍ଦରରେ ପାଞ୍ଚ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି। ଯାତ୍ରୀମାନଙ୍କୁ ପ୍ରତିଦିନ ସମନ୍ୱିତ ରୋଗ ଯାଞ୍ଚ କାର୍ଯ୍ୟକ୍ରମ ଓ IDSP ନେଟୱାର୍କ ମାଧ୍ୟମରେ ତଦାରଖ କରାଯାଉଥିବା ଜଣାପଡିଛି। ପ୍ରାୟ ୨୫ ହଜାର ୭୩୮ ଜଣ ଯାତ୍ରୀଙ୍କୁ IDSP ନେଟୱାର୍କର ତଦାରଖରେ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, କରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ ୧୫ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ କରାଯାଇଛି ଏବଂ ଖୁବ୍ ଶୀଘ୍ର ୧୯ଟି କାର୍ଯ୍ୟକ୍ଷମ ହେବ। ସେ କହିଛନ୍ତି ଯେ କରୋନା ସଂକ୍ରମଣ ଜନିତ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏକ ମନ୍ତ୍ରୀ ଗୋଷ୍ଠୀ ଏହି ସମସ୍ୟା ଉପରେ ନଜର ରଖିଛନ୍ତି।
ଭାରତରେ ଏହି ସଂକ୍ରମଣକୁ ନେଇ ଦେଖାଦେଇଥିବା ପାଞ୍ଚଟି ମାମଲା ମଧ୍ୟରୁ କେରଳର ତିନିଜଣ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ଗତକାଲି ନୂଆଦିଲ୍ଲୀରେ ଏବଂ ତେଲେଙ୍ଗାନାରେ ଦୁଇ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସିଙ୍ଗାପୁର, ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀକୁ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ସରକାର ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଜାରି କରିଛନ୍ତି। ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀରୁ ଆସୁଥିବା କିମ୍ବା ଫେବୃଆରୀ ୧୦ ତାରିଖରୁ ଏପରି ଯାତ୍ରା ଇତିହାସ ଥିବା ଲୋକମାନେ ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ଆବଦ୍ଧ ଯାଞ୍ଚ କେନ୍ଦ୍ରରେ ରଖାଯିବ ବୋଲି ଜଣାପଡିଛି|
ୱୁହାନରୁ ବିଦେଶୀ ନାଗରିକଙ୍କ ସମେତ ୧୧୨ଜଣଙ୍କୁ ଚାୱଲାସ୍ଥିତ ଆଇଟିବିପି କ୍ୟାମ୍ପରେ ରଖାଯାଇଛି ଓ ସେମାନଙ୍କ ପ୍ରଥମ ରକ୍ତ ନମୁନା ପରୀକ୍ଷା ନକାରାତ୍ମକ ବୋଲି ଜଣାପଡିଛି। ସେହିଭଳି ଜାପାନରୁ ଭାରତ ଆସିଥିବା ୧୨୪ ଜଣଙ୍କୁ ମାନସର ସ୍ଥିତ ସେନା ଯାଞ୍ଚ କେନ୍ଦ୍ରରେ ରଖାଯାଇଛି। ଅଖିଳ ବିଜ୍ଞାନ ଆୟୁର୍ବିଜ୍ଞାନ ସଂସ୍ଥାନ ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ କହିଛନ୍ତି, ଲୋକମାନେ କିଛି ମୌଳିକ ସତର୍କତା ଅବଲମ୍ବନ କଲେ କରୋନା ଭୁତାଣୁ ବ୍ୟାପିବା ନେଇ ଯାଞ୍ଚ କରାଯାଇ ପାରିବ। |
ସୁନ୍ଦରଗଡ୧୦/୪: ଲକଡାଉନ୍ରେ ଲେଫ୍ରିପଡା ଥାନା ଅନ୍ତର୍ଗତ ଭଅରଖୋଲ ଗାଁରେ ହତ୍ୟା । ଘରୋଇ କଲହକୁ କେନ୍ଦ୍ର କରି ଶ୍ବଶୁର ବିଶେଶ୍ୱର ନାଗଙ୍କୁ ହତ୍ୟା କରିଛି ଜ୍ବାଇଁ ଲଳିତ ଓରାମ । ଗତକାଲି ବିଳମ୍ବିତ ରାତ୍ରରେ ଏହି ହତ୍ୟା ହୋଇଛି। ଏହି ଘଟଣାରେ ପୋଲିସ୍ ତଦନ୍ତ ଜାରି ରଖିଛି। ଏହି ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୌଣସି ଏକ କଥାକୁ ନେଇ ଶ୍ବଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଶ୍ବଶୁର ଓ ଜ୍ବାଇଁଙ୍କ କଳି ପୁଣି ଉଗ୍ରରୂପ ଧାରଣ କରିଥିଲା। ସାମାନ୍ୟ କଥାରେ ଜ୍ବାଇଁ ନିଜର ରାଗ ନିୟନ୍ତ୍ରଣ କରି ପାରି ନଥିଲା। ଶେଷରେ ପାଲିଟି ଯାଇଥିଲା ହତ୍ୟାକାରୀ। ଶୁଶ୍ବରକୁ ହତ୍ୟା କରିବା ପରେ ପରିବାର ଲୋକେ ପୋଲିସ୍କୁ ଫୋନ କରିଥିଲେ। ହତ୍ୟା ପଛରେ ଘରୋଇ କଳି ନା ଅନ୍ୟ କିଛି ରହସ୍ୟ ରହିଛି। ଏହାର ଛାନଭିନ୍ କରୁଛି ପୋଲିସ୍। |
୩ ବର୍ଷରେ ୩୫ କୋଟି ଟଙ୍କା ଆୟ କରିଥିଲେ ସୁଶାନ୍ତ ସିଂହ ରାଜପୁତ!
ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ଘଟଣାର ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।
ସୁଶାନ୍ତ ସିଂହ ରାଜପୁତ ୨ରୁ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରୋଜେକ୍ଟରୁ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ ବୋଲି ଇଡି ଜାଣିବାକୁ ପାଇଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଅଭିଯୁକ୍ତ ରହିଛନ୍ତି। ରିୟା ଓ ତାଙ୍କ ପରିବାରକୁ ଇଡି ଘନଘନ ଜେରା କରିଛି। ଏହି ସମୟରେ ଇଡି ସୁଶାନ୍ତଙ୍କ ଆକାଉଣ୍ଟ ମଧ୍ୟ ଖୋଳତାଡ଼ କରିଥିଲା। ଛାନିଭନ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଇଡି ଆଗରେ ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଜୟନ୍ତୀ ସାହା କହିଛନ୍ତି ଯେ ସୁଶାନ୍ତ ୨ରୁ ୩ ବର୍ଷ ମଧ୍ୟରେ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ। ବ୍ୟାଙ୍କ ଡକ୍ୟୁମେଣ୍ଟ ଓ ବିଭିନ୍ନ କାଗଜପତ୍ରରୁ ତାଙ୍କ ବୟାନରେ ସତ୍ୟତା ଥିବା ମଧ୍ୟ ସ୍ପଷ୍ଟ ହୋଇଛି। ଇଡି ଏବେ ସୁଶାନ୍ତଙ୍କ ଆୟ ସହ ତାଙ୍କର ବ୍ୟୟ ଓ ବିଭିନ୍ନ ପୁଞ୍ଜି ନିବେଶ ତଥ୍ୟକୁ ମେଳ କରାଇ ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇବ। ଏହି ଅର୍ଥ ସୁଶାନ୍ତଙ୍କ ଆକାଉଣ୍ଟରେ ରହିଛି ନା ଏହା ଅନ୍ୟ କେଉଁଠି ଓ କ'ଣ ପାଇଁ ଖର୍ଚ୍ଚ ହୋଇଛି, ତାହା ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ରିୟାଙ୍କ ଟିକସ ପରାମର୍ଶଦାତା ରିତେଶ ମୋଦି ମଧ୍ୟ ବିଭିନ୍ନ ଦସ୍ତାବିଜ ଦାଖଲ କରିଛନ୍ତି। ଏହି ଦସ୍ତାବିଜକୁ ଛାନଭିନ କରିବା ପରେ ଇଡି ସାହା ଓ ମୋଦିଙ୍କୁ ଜେରା ପାଇଁ ପୁଣି ଡାକିବ। ସେହିପରି ସୁଶାନ୍ତଙ୍କ ସିଏ ସନ୍ଦୀପ ଶ୍ରୀଧରଙ୍କୁ ବି ଇଡି ପୁଣିଥରେ ସମନ କରିବ। ଏଥିସହ ଇଡି ସୁଶାନ୍ତଙ୍କ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, ନୁଆପଡ଼ା ଓ ସୁନ୍ଦରଗଡ଼ରେ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ, କଳହାଣ୍ଡି ଓକିଲ ସଂଘର ନିଷ୍ପତ୍ତିକ୍ରମେ ସେଠାରେ ଆଂଶିକ ବନ୍ଦ ରହିବ ବୋଲି ଜଣାପଡ଼ିଛି । ସମ୍ବଲପୁରରେ ବାର ଆସୋସିଏସନ ପକ୍ଷରୁ ଉଭୟ ସିଟି ଏବଂ କ୍ଷେତରାଜପୁର ଷ୍ଟେସନରେ ରେଳରୋକ କରାଯିବ । ଏଥିସହିତ ରାଜ୍ୟ, କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଏମସିଏଲ ସମ୍ମୁଖରେ ମଧ୍ୟ ପିକେଟିଂ ହେବ ବୋଲି ସମ୍ବଲପୁର ଓକିଲ ସଂଘ ସମ୍ପାଦକ ପ୍ରବୀଣ ସିଂଦେଓ କହିଛନ୍ତି ।
ହାଇକୋର୍ଟ ବେଞ୍ଚର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆଇନଜୀବୀଙ୍କ ପକ୍ଷରୁ ମଙ୍ଗଳବାର ସମ୍ବଲପୁରରେ ଏକ ବାଇକ୍ ରାଲି ବାହାରିଥିଲା । କଚେରି ଛକରୁ ଏହା ଆରମ୍ଭ ହୋଇ ମ୍ୟୁନିସିପାଲଟି ଛକ, ବଡ଼ବଜାର, କ୍ଷେତରାଜପୁର, ରେମେଡ଼, ବରେଇପାଲି, ଅଇଁଠାପାଲି, ବୁଢାରଜା, ମୁଦିପଡ଼ା, ଜିଲ୍ଲା ସ୍କୁଲ ଛକ ଦେଇ କଚେରି ପର୍ଯ୍ୟନ୍ତ ପହଞ୍ଚିଥିଲା । |
କୋରାପୁଟ ; ତା୧୩-୦୯-୧୭(ଓଡିଆପୁଅ /ରଂଜନ କୁମାର ଦାସ) ମାତ୍ର କିଛି ଦିନ ପୂର୍ବରୁ ଜିଲାର ଦଶମନ୍ତପୁର ବ୍ଲକରେ ରାସ୍ତା ନଥିବା ହେତୁ ଗାଁକୁ ଆମ୍ବୁଲାନସ ଯାଇ ପାରିଲାନି,ଫଳରେ ଗର୍ଭବତୀ ଚାଲିକି ଆସୁଥିବାବେଳେ ନଦୀ କୂଳରେ ଏକ ମୃତ ଶିଶୁକନ୍ୟାକୁ ଜନ୍ମ କରିଥିବାବେଳେ ସେମିଲିଗୁଡା ବ୍ଲକର ଲୁମୁରୀ ଗ୍ରାମରେ ଆମ୍ବୁଲାନସ ଆସିବାରେ ବିଳମ୍ବ ହେବାରୁ ଜଣେ ଗର୍ଭବତୀଙ୍କୁ ଏକ ଅଟୋରିକ୍ସାରେ ଡାକ୍ତରଖାନା ନିଆଯାଉଥିବାବେଲେ ଅଧା ବାଟରେ ସେ ପ୍ରସବ କରିଥିଲେ । ବୁଧବାର ପୁଣି ଏପରି ଏକ ଘଟଣା ଘଟିଛି ଜିଲାର ଦଶମନ୍ତପୁର ବ୍ଲକ ଆଡମୁଣ୍ଡା-ମାଲକାନଗିରି ପଂଚାୟତରେ । ସୂଚନା ଅନୁଯାୟୀ, ବୁଧବାର ପୂର୍ବାନ୍ନରେ ବଡମୁଣ୍ଡାଗୁଡା ଗ୍ରାମର ବଳରାମ ମୁଦୁଲିଙ୍କ ସ୍ତ୍ରୀ କୁନି ମୁଦୁଲିଙ୍କ ପ୍ରସବ ଯଂନ୍ତ୍ରଣା ହେବାରୁ ଆମ୍ବୁଲାନସକୁ ଫୋନ କରା ଯାଇଥିଲା । ତେବେ ବଡମୁଣ୍ଡାଗୁଡା ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ ଗାଁକୁ ନ ଯାଇ ଆଡମୁଣ୍ଡା ଛକରେ ଗର୍ଭବତୀଙ୍କୁ ଅପେକ୍ଷା କରି ରହିଲା । ବଡମୁଣ୍ଡା ଗ୍ରାମରୁ ଆଡମୁଣ୍ଡା ଛକ ଦୀର୍ଘ ୬ କିଲୋମିଟର ବାଟ ଏକ ଖଟରେ ଭାର କରି ଦୁଇଜଣ ବ୍ୟକ୍ତି ଗର୍ଭବତୀଙ୍କୁ କାନେ୍ଧଇ ଆଣିବା ପରେ ଛକରୁ ୧୨ କିମି ଦୂର କୋରାପୁଟ ଡାକ୍ତରଖାନାକୁ ଆମ୍ବୁଲାନସରେ ଅଣାଯାଇଥିଲା । |
Sending Password Reset Link Sent to your Email ID.
Check Your Mail and Click on Password Reset link to Reset Your Password.
Note : Check Your Spam Folder Also.
Forgot Password?
Enter Password
Please fill in this form to create an account.
By creating an account you agree to our Terms & Privacy.
ଖୁସିରେ ଜୀବନ କାଟିବାକୁ ହେଲେ ଭଲ ଜୀବନସାଥୀ ଓ ତାର ଚିନ୍ତାଧାରା ସହ ଆପଣଙ୍କ ଚିନ୍ତାଧାରା ମିଳିବା ନିହାତି ଦରକାର ,ଆପଣ ନିଜ ବିଷୟରେ ଜାଣିବା ପାଇଁ ଏହି କୁଇଜ କୁ ଖେଳି ଜାଣନ୍ତୁ ,"ଜୀବନସାଥୀ ଙ୍କ ଚିନ୍ତାଧାରା ଆପଣଙ୍କ ସହ କେତେ ମିଶୁଛି ?"
ଆପଣ ଜୀବନକୁ କିପରି ବଞ୍ଚି ଆସିଛନ୍ତି?
କିଛି ନିଷ୍ପତି ନେବା ପାଇଁ ଆପଣ ବେଶୀ ହୃଦୟ ରୁ ଭାବନ୍ତି ନା ମସ୍ତିସ୍କ ରୁ !
କେଉଁ 5ଟି text ଆପଣ ଆପଣଙ୍କ ପାଟର୍ନରଙ୍କୁ ଲେଖିବା କଥା?
ଆପଣ ରାଗିଗଲେ କ'ଣ ବନିଯାଆନ୍ତି ?
ଦଶ ବର୍ଷ ପରେ ଆପଣ କେମିତି ଘରେ ରହୁଥିବେ
ଜାଣନ୍ତୁ ସମ୍ପର୍କୀୟ ଆପଣଙ୍କ ବିଷୟରେ କଣ କଥାବାର୍ତା କରନ୍ତି?
ଆପଣ ଫେସବୁକରେ କେତେ ସମୟ ନଷ୍ଟ କରିଛନ୍ତି?
ପିଲାଦିନେ ଆପଣ ସ୍କୁଲରେ କଣ ସବୁ ବଦମାସୀ କରୁଥିଲେ?
ଧନ ଆପଣଙ୍କ ଭବିଷ୍ୟତରେ କିପରି ପରିବର୍ତ୍ତନ ଆଣିପାରେ?
View More |
କୋରାପୁଟ ; ତା୧୬-୧୨-୧୭(ଓଡିଆପୁଅ /ରଂଜନ କୁମାର ଦାସ)ନଦୀ ଓ ଡ୍ୟାମରେ ନକ୍ସଲ ଗତିବିଧି ତଦାରଖ କରିବାକୁ ବିଏସଏଫ ବୁଲେଟ ପ୍ରୁଫ ବୋଟ ବ୍ୟବହାର କରିବାକୁ ଯୋଜନା କରିଥିବା ଅତିରିକ୍ତ ଡିଜି ଅରୁଣ କୁମାର ଆଜି କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ଗୁରୁପ୍ରୀୟା ସେତୁ ନିର୍ମାଣ ସରିଲେ ଅପେରସନ କରିବାକୁ ସୁବିଧା ହେବ ବୋଲି ସେ ସୂଚନା ଦେଇଥିଲେ ।ବିଛିନ୍ନାଂଚଳରେ ପ୍ରଶାନିକ ଅଧିକାରୀମାନଙ୍କ ଉପସ୍ଥିତି ରହିଲେ ଅପେରସନ କରିବା ସହଜ ହେବ ବୋଲି ସେ ପ୍ରକାଶ କରିଥିଲେ ।ଯୋଗାଯୋଗ ସମସ୍ୟା ରହିଥିବା ସେ ସୂଚନା ଦେଇଥିଲେ ।ଛତିଶଗଡ ସୁକୁମାରେ ଅପେରସନ ଜୋରଦାର କରାଯାଇଥିବାରୁ ନକ୍ସଲ କ୍ୟାଡରମାନେ ଓଡିଶାର ବିଛିନ୍ନାଂଚଳରେ ପ୍ରବେଶ କରୁଥିବା ସେ ପ୍ରକାଶ କରିଥିଲେ ।ଜନପାଇରେ ଏକ ନୂତନ ପୋଷ୍ଟ ଖୋଲାଯିବ ସେ ସୂଚନା ଦେଇଥିଲେ ।ଯେଉଁ ଅଂଚଳରେ ନକ୍ସଲ ମୂଳପୋଛ ହୋଇଯାଇଛନ୍ତି ସେ ଅଂଛଳରୁ ବିଏସଏଫ ପୋଷ୍ଟ ଉଠାଇଦେବା ନିମନ୍ତେ ସମୀକ୍ଷା କରାଯାଉଥିବା ସେ ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ ସ୍ଥିତି ଭଲ ରହିଥିବା ସେ ସୂଚନା ଦେଇଥିଲେ ।ବିଏସଏଫ ଯବାନ ଓ ଅଧିକାରୀମାନଙ୍କୁ ଗ୍ରେହାଉଣ୍ଡ ପ୍ରଶିକ୍ଷଣ ଦିଆଯିବ ବୋଲି ପ୍ରକାଶ କରିଥିଲେ ।ଗତକାଲି ପୋଡାପଦରେ ନକ୍ସଲ ଓ ବିଏସଏଫ ଯବାନ ମଧୟରେ ଗୁଳି ବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିଲା ଓ ଅନେକ ସାମଗ୍ରୀ ଜବତ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଆଇଜି ଅଶ୍ୱିନୀ କୁମାର ସିଂ , ଡିଆଇଜି ଏସ .ଶ୍ରୀନିବାସ , ଜି .ସି.ନାୟକ ଓ ରାଜେଶ କୁମାର କାମ୍ପା ଉପସ୍ଥିତ ଥିଲେ । |
୨୦୧୯ ମାର୍ଚ୍ଚ ୧୦ ତାରିଖ 'ସମଧ୍ୱନି' ୱେବ୍ ପତ୍ରିକାର ପ୍ରଥମ ଜନ୍ମଦିନ । ଏଇ ଭିତରେ ବର୍ଷଟିଏ ବିତିଯାଇଛି । ଆମକୁ ମିଳିଛି ଅନେକ ସ୍ମୃତି, ଅନେକ ଅନୁଭୂତି । ପୁଣି ମିଳିଛି କାମଟିକୁ ଆଗେଇ ନେବାପାଇଁ ଅନେକ ଆଶା ଓ ସମ୍ଭାବନା । କାମ ଭିତରେ ଭୂଲ ଠିକ୍ ଦେଖିବାର ଅବସର ମିଳିନାହିଁ । ଗୋଟିଏ ଅଭିଯାନରେ ମାତିଚାଲିଛୁ ସମସ୍ତେ ଯାହା ନିନ୍ଦା ପ୍ରଶଂସାର ଅନେକ ଦୂରରେ । କିନ୍ତୁ ସମଗ୍ର ଅନୁଭୂତିରୁ ଆଗକୁ ଯିବାପାଇଁ ଅନେକ ଆଶାକୁ ଏକାଠି କରିପାରିଛୁ । ଆଶା ଗୁଡ଼ିକର ଆଧାର ହେଉଛନ୍ତି ଗାଁ ଗହଳିର ଅତି ସାଧାରଣ ମଣିଷ, ଯେଉଁମାନେ ଆମ କାମର ମୂଳ ଭିତ୍ତିଭୂମି ।
ବର୍ଷକର କାମକୁ ସମୀକ୍ଷା କରିବା ବାହାନାରେ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ 'ନିଷ୍ପେଷିତର ସଙ୍ଗୀତ' ବିଷୟରେ ଆଲୋଚନା କରାଯିବା ପାଇଁ ନିସ୍ପତ୍ତି ହୋଇଛି । ସଙ୍ଗୀତ କ୍ଷେତ୍ରରେ ସାଧାରଣ ମଣିଷର ଭୂମିକାଟି ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । ସାଧାରଣ ମଣିଷ ଓ ସେମାନଙ୍କ ଚାରିପଟେ ନିଜର କଳାତ୍ମକ ସୃଷ୍ଟିକୁ ଉପସ୍ଥାପନ କରିଆସିଥିବା ଚରୀତ୍ର ଯଦି ଶାସକ ଶ୍ରେଣୀ ବା ରାଷ୍ଟ୍ରର ପୃଷ୍ଠପୋଷକତା ପାଇ ନଥାଏ ତେବେ ଏକ ଅବହେଳିତ ଓ ନିଷ୍ପେଷିତ ଜୀବନ ବିତାଇବା ଅନିର୍ବାର୍ଯ୍ୟ ହୋଇଯାଏ । ନିଜର ସ୍ଥିତିକୁ ବା ଗ୍ରହଣୀୟତାକୁ ନେଇ ସମୀକ୍ଷା କରିବାର ସାମର୍ଥ୍ୟ ନିଷ୍ପେଷିତ କଳାକାର ପାଖରେ ନଥାଏ । ସେଇଥିପାଇଁ 'ସମଧ୍ୱନି'ର ଉଦ୍ୟମ ନିଷ୍ପେଷିତଙ୍କ କଳା, ସଙ୍ଗୀତ ଓ କଳାକାର ମାନଙ୍କୁ ବୁଝିବା ତଥା ସେମାନଙ୍କ ସମ୍ପର୍କରେ ବ୍ୟାପକ ବୁଝାମଣା ସୃଷ୍ଟିକରିବା ।
ଏତିକି କହିଲାବେଳେ ଆଉ ଗୋଟିଏ କଥା କହିବା ଉଚିତ ମନେକରିବୁ ଯେ, 'ସମଧ୍ୱନି' ଏକ ବ୍ୟବସାୟିକ ୱେବ ପତ୍ରିକା ନୁହଁ । ଗତ ଗୋଟିଏ ବର୍ଷ ଭିତରେ(ଯଦିଓ ପ୍ରିଣ୍ଟ ପତ୍ରିକାକୁ ୬ବର୍ଷ ପୁରିଗଲାଣି) 'ସମଧ୍ୱନି' ୱେବ୍ ପତ୍ରିକା ଆରମ୍ଭ ହେବାପରେ ପରେ ଅନେକ ୱେବ୍ ପତ୍ରିକା ପ୍ରକାଶ ପାଇଛି । ବଡ଼ ବଡ଼ କମ୍ପାନୀଙ୍କଠାରୁ ଆରମ୍ଭ କରି ରାଜନୈତିକ ଭିତ୍ତିଭୂମି ଉପରେ ଏହିସବୁ ପତ୍ରିକା ଦଣ୍ଡାୟମାନ । 'ସମଧ୍ୱନି' ସାଂସ୍କୃତିକ ସଙ୍ଗଠନ ସହିତ ଯେଉଁମାନେ ସବୁବେଳେ ଏକାଠି ଅଛନ୍ତି ଏବଂ ସମଧ୍ୱନିକୁ ଯେଉଁମାନେ ଦୀର୍ଘ ୧୪ବର୍ଷ ଧରି ବା ୨୦୦୫ ମସିହାରୁ ଜାଣିଛନ୍ତି ସେମାନେ କାମଟିର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ 'ସମଧ୍ୱନି'ର କର୍ମକର୍ତ୍ତାମାନେ କେଉଁସବୁ କାର୍ଯ୍ୟ ଆଯିଯାଏ କରିଆସିଛନ୍ତି ଏବଂ ଏହି କାର୍ଯ୍ୟ କେଉଁଭଳି ବିନା ଆର୍ଥିକ ଭିତ୍ତିଭୂମିରେ ଚାଲିଛି ସେ ସମ୍ପର୍କରେ ଅବଗତ ଅଛନ୍ତି ।
ଆଜି ଯେଉଁଭଳି ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସାଂସ୍କୃତିକ ଆଧିପତ୍ୟ ଆମ ଦେଶ ଭିତରେ ଚାଲିଛି ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମର ରକ୍ଷକ ବୋଲି ନିଜକୁ ଘୋଷଣା କରିଥିବା ଗୋଷ୍ଠୀ ଯେଉଁମାନେ ଆଜି ଭାରତୀୟ ସଂସ୍କୃତିର ରକ୍ଷକ ନୁହଁନ୍ତି ସମ୍ପୁର୍ଣ୍ଣ ଭକ୍ଷକ ସାଜିଛନ୍ତି ସେମାନଙ୍କ ବିରୁଦ୍ଧରେ 'ସମଧ୍ୱନି' ପୃଷ୍ଠାରେ ବାରମ୍ବାର ସ୍ୱର ଉତ୍ତ୍ୱଳନ କରିଛନ୍ତି ପ୍ରଫେସର ଭଗବତ ପ୍ରସାଦ, ପ୍ରଫେସର ବୀରେନ୍ଦ୍ର ନାୟକ, ସୁଧୀର ପଟ୍ଟନାୟକ। ବିଶେଷକରି ପ୍ରଫେସର ବୀରେନ୍ଦ୍ର ନାୟକଙ୍କର କବିତା ଓ ଗଳ୍ପ ଗୁଡ଼ିକ 'ସମଧ୍ୱନି' ପୃଷ୍ଠାକୁ ବହୁ ଚର୍ଚ୍ଚିତ କରାଇପାରିଛି ।
ପ୍ରଫେସର ଭଗବତ ପ୍ରସାଦଙ୍କର 'ମହାଭାରତ ଏକ ସତ୍ୟାନ୍ୱେଷୀ ଦୃଷ୍ଟି, ସଙ୍କଟଯୁକ୍ତ ଆଧୁନିକତା ଓ ଦଳିତ ଏନ୍ତୁଡ଼ିଶାଳାର କିଛି ଝଲକ, ପରଭକ୍ଷୀ ପରଶେଷୀ କବଳରୁ ଜୀବନ ହେଉ ଯନ୍ତ୍ରଣାମୁକ୍ତ' ଏମିତି ଭାରତୀୟ ସାଂସ୍କୃତି ଓ ଦର୍ଶନ ଉପରେ ସମୀକ୍ଷା ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ। ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣାତ୍ମକ ଲେଖା ଧାରାବାହିକ ଭାବରେ 'ସମଧ୍ୱନି'ରେ ପ୍ରକାଶ କରିଛନ୍ତି ପ୍ରଫେସର କୈଳାସଚନ୍ଦ୍ର ଦାଶ।
ଉମେଶ ଚନ୍ଦ୍ର ବିଶ୍ୱାଳ(ଶତାବ୍ଦୀ କ୍ରିଏସନ୍) ଓ ଲକ୍ଷ୍ମୀଧର ମୁର୍ମୁ(ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ) ଉଭୟ 'ସମଧ୍ୱନି' ସହିତ ଅଘୋଷିତ ଭାବରେ ଭିଡ଼ିଓ ନିର୍ମାଣରେ ସହଯୋଗ କରିଆସିଛନ୍ତି । ଖୁସି ଖବର ହେଲା 'ସମଧ୍ୱନି'ର କିଛି ଭିଡ଼ିଓର ଦର୍ଶକ ୧୦ଲକ୍ଷରୁ ଉର୍ଦ୍ଧ ଅଟନ୍ତି ବିଶେଷ କରି ଲୋକକଳା ସଂସ୍କୃତି ଉପରେ ହୋଇଥିବା ଭିଡ଼ିଓକୁ ଅଧିକ ଦର୍ଶକ ପସନ୍ଦ କରୁଛନ୍ତି । ଏହିସବୁ ଭିଡ଼ିଓ ନିର୍ମାଣ ପାଇଁ 'ସମଧ୍ୱନି' ନିର୍ମାତାମାନଙ୍କୁ ଆଜିଯାଏ କେବେବି ପାରିଶ୍ରମିକ ଦେଇପାରିନାହିଁ । ଏହି ଅକୁଣ୍ଠ ସହଯୋଗ ପାଇଁ ଲେଖକ, ଲେଖିକା ତଥା ଭିଡ଼ିଓ ନିର୍ମାତା ମାନଙ୍କ ନିକଟରେ 'ସମଧ୍ୱନି' ବିନମ୍ରତାର ସହିତ କୃତଜ୍ଞତା ଜ୍ଞାମ୍ପନ କରୁଛି ।
ଆର୍ଥିକ ସମସ୍ୟା ଯୋଗୁଁ ଅନେକ କାର୍ଯ୍ୟ ବାଧାପ୍ରାପ୍ତ ମଧ୍ୟ ହେଉଛି । ଅନେକ ଲୋକକଳା ଓ ସଂସ୍କୃତି ଯାହାର ସୁରକ୍ଷା କରାଯିବା ବର୍ତ୍ତମାନ ସମୟରେ ଜରୁରୀ ସେସବୁ ଉପରେ ଗଭୀର ଗବେଷଣା ଓ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଯାହା ଆମେ ଏକା କରିବା ସମ୍ଭବ ହୋଇପାରୁ ନାହିଁ। ଯୁବପିଢ଼ୀର କଳାକାରମାନଙ୍କୁ ନେଇ ଏବଂ ଓଡ଼ିଶାରେ ସାଙ୍ଗୀତିକ ବାତାବରଣ ସୃଷ୍ଟି କରିବାପାଇଁ ଯଦିଓ ଆମେ ଅନେକ ଗୁଡ଼ିଏ ନୂଆ କଥା ଚିନ୍ତା କରିଛୁ ସେସବୁକୁ ଆଗେଇ ନେବାପାଇଁ ସାଥୀ ଆବଶ୍ୟକ ହେଉଛନ୍ତି । ଯୁବ କଳାକାର ତଥା ସଂସ୍କୃତି ପ୍ରେମୀ ମଣିଷମାନେ ଆମର ଏହି କାମରେ ଯଦି ସ୍ୱତଃପ୍ରବୃତ ଭାବରେ ନିଷ୍ଠାର ସହ ଭାଗ ନ ନିଅନ୍ତି ତେବେ ଆଗକୁ ଯିବା କଷ୍ଟକର ହେଇପଡ଼ିବ । କଥାଟି ଉପରେ ବିଚାର କରିବାପାଇଁ ଅନୁରୋଧ । |
ଭୁବନେଶ୍ଵର: Covid cases in Odisha in last 24 hours district Wise ରାଜ୍ୟରେ କରୋନା ସଂକ୍ରମଣ (Coronavirus Odisha) ଦିନେ କମିଲେ ଦିନେ ବଢୁଛି। ଗତକାଲି ଓଡିଶାରୁ ୧୦୨୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସୋମବାର ୭୯୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୪୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୩୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କରୋନା ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡରୁ ୧୭୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୮ଜଣ, ବରଗଡ଼ରୁ ୩୦ଜଣ, ଭଦ୍ରକରୁ ୧୦ଜଣ, ବଲାଙ୍ଗୀରିରୁ ୨୮ଜଣ, ବୌଦରୁ ୩୮ଜଣ, କଟକରୁ ୨୧ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୯ଜଣ, ଢେଙ୍କାନାଳରୁ ୩ଜଣ, ଗଜପତିରୁ ୫ଜଣ, ଜଗତସିଂପୁରରୁ ଜଣେ, ଯାଜପୁରରୁ ୧୯ଜଣ, ଝାରସୁଗୁଡାରୁ ୧୯ଜଣ, କଳାହାଣ୍ଡିରୁ ୩୭ଜଣ, କନ୍ଧମାଳରୁ ୧୮ଜଣ, କେନ୍ଦ୍ରାପଡାରୁ ୫ଜଣ, କେଉଁଝରରୁ ୧୩ଜଣ, ଖୋର୍ଦ୍ଧାରୁ ୧୧୩ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୬୭ଜଣ, ନବରଙ୍ଗପୁରରୁ ୨୦ଜଣ, ନୟାଗଡରୁ ୧୭ଜଣ, ନୂଆପଡ଼ାରୁ ୧୧ଜଣ, ପୁରୀରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୧୧ଜଣ, ସମ୍ବଲପୁରରୁ ୬୬ଜଣ ଏବଂ ସୋନପୁରରୁ ୨୩ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୨୭ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୬ ଲକ୍ଷ ୬୨ ହଜାର ୪୩୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୧୩ହଜାର ୯୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୭୨ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୯୮ ହଜାର ୧୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୭୩୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
Read Also | Elephant kills man Hindol: ହାତୀ ଆକ୍ରମଣରେ ଜଣେ ମୃତ |
"ଯେଉଁ ସ୍କୁଲ ଯୋଗୁ ପ୍ରତିଷ୍ଠିତ ହୋଇଛ ସେ ସ୍କୁଲ କୁ ଭଲପାଅ " ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନ ୦୯/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ( ୭୫ ବର୍ଷ ) ମହୋତ୍ସବ ଉଦଘାଟିତ ହୋଇଯାଇଛି । କାମାକ୍ଷା ନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ,ବିଦ୍ୟାଳୟ ସମସ୍ତଙ୍କ ପାଇଁ ମୂଳଦୁଆ ( ନିଅଁ) ,ଯେଉଁ ବିଦ୍ୟାଳୟ ତୁମକୁ ଆଜି ପ୍ରତିଷ୍ଠିତ କରୁଛି ସେ ବିଦ୍ୟାଳୟ କୁ ଭଲ ପାଅ,ସେ ବିଦ୍ୟାଳୟ ର ଉନ୍ନତି ପାଇଁ କର୍ତ୍ତବ୍ୟ କର । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ "ମୋ ସ୍କୁଲ ଅଭିଯାନ" କାର୍ଯ୍ୟକ୍ରମ ଆରମ୍ଭ କରି ପୁରାତନ ଛାତ୍ର ମାନଙ୍କୁ ଏକତ୍ର କରି ସେମାନଙ୍କ ସାହାଯ୍ୟ ଓ ସରକାରଙ୍କ ସହଯୋଗ ରେ ସ୍କୁଲ ର ଉନ୍ନତି କରୁଛନ୍ତି ବୋଲି କହିଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀ ର ନିଜ ବିଦ୍ୟାଳୟ ପ୍ରତି କିଛି ଅବଦାନ ରହିବା ଉଚିତ୍ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ପୁରାତନ ଛାତ୍ର ସଂଘ ସଭାପତି ଧନେଶ୍ଵର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅଗ୍ନିଶମ ଡି ଜି ଡକ୍ତର ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ସମସ୍ତଙ୍କ ପାଇଁ ଚିର ନମସ୍ୟ ,ଭୁବନ ଉଚ୍ଚ ବିଦ୍ୟାଳୟ ଏକ ଶ୍ରେଷ୍ଠ ବିଦ୍ୟାଳୟ ବୋଲି କହିଥିଲେ। ଛୋଟ ହେଉ ଅବା ବଡ ହେଉ କୌଣସି ବୃତ୍ତି / କାର୍ଯ୍ୟ କୁ ନ୍ୟୁନ ମନେ କରିବା ଉଚିତ୍ ନୁହେଁ । ନିଷ୍ଠା ଏକାଗ୍ରତା ସହ ସେହି କାର୍ଯ୍ୟ କଲେ ସେ ହିଁ ଆପଣଙ୍କୁ ପରିଚୟ ଦେବ ଆଉ ସମାଜରେ ପ୍ରତିଷ୍ଠିତ କରାଇବ ବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଯୋଗଦେଇଥିଲେ । ଏହି ଅବସରରେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ରେ ଟପର ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ପୁରାତନ ଛାତ୍ର ସୁଦୀପ ସୁଦର୍ଶନ ରଣା ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯବାନ ଅରବିନ୍ଦ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂଘ ସଂପାଦକ ନିଶାକର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ପଣ୍ଡିତ ମାତୃ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସକାଳ ୭ ଘଟିକା ସମୟରେ ବୁଦ୍ଧେଶ୍ଵର ମନ୍ଦିର ରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିଲା । ପରେ ବିଜ୍ଞାନ ମେଳା ଓ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସମୁଦାୟ ୮୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉଦଘାଟନ ଉତ୍ସବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ପୁରାତନ ଛାତ୍ର ଯୋଗଦେଇଥିଲେ । |
କ୍ରସ୍ ଓଭର ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଚଳିତ ହକି ବିଶ୍ୱକପ୍ ରେସ୍ରୁ ବାଦ୍ ପଡ଼ି ସାରିଥିବା ଭାରତୀୟ ହକି ଦଳ ଆଜି ଏକ କ୍ଲାସିଫିକେସନ୍ ମ୍ୟାଚ୍ରେ ଜାପାନକୁ ୮-୦ ଗୋଲ୍ରେ ପରାସ୍ତ କରିଛି।
ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ର ପ୍ରଥମ ଦୁଇ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ହାପ୍ ଟାଇମ୍ ବିନା ଗୋଲ୍ରେ ଶେଷ ହୋଇଥିଲା। ତେବେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ୪ଟି ଲେଖାଏଁ ଗୋଲ୍ ଦେଇଥିଲା ଭାରତ।
ଖେଳର ୩୨ତମ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲେ ମନଦୀପ ସିଂହ। ତାଙ୍କର ଏହି ଗୋଲ୍ ପରେ ତୃତୀୟ କ୍ୱାର୍ଟରରେ ଆଉ ୩ଟି ଗୋଲ୍ ହୋଇଥିଲା। ଏହି ଉତ୍ସାହକୁ ବଜାୟ ରଖି ଦଳ ଚତୁର୍ଥ କ୍ୱାର୍ଟର ଖେଳିଥିଲା ଓ ଆଉ ୪ଟି ଗୋଲ୍ ଦେଇଥିଲା।
ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ଅଭିଷେକ ଦୁଇଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ମନଦୀପ ସିଂହ, ମନପ୍ରୀତ ସିଂହ, ସୁଖଜିତ ସିଂହ ଓ ବିବେକ ସାଗର ପ୍ରସାଦ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
ଦରଦୀ ହୃଦୟ ଲୋଡ଼ା : ଅନଗ୍ରସର ପୂର୍ବାଞ୍ଚଳ ହକ୍ ମାଗେ
ପୂର୍ବାଞ୍ଚଳ ପରିଷଦ (ଇଷ୍ଟଜୋନ୍ କାଉନ୍ସିଲ)ର ଚତୁର୍ବିଂଶ ବୈଠକ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପରିଷଦର ସଦସ୍ୟ ରାଷ୍ଟ୍ରମାନେ ଏଇ ବୈଠକ ପାଳିକରି ଆୟୋଜନ କରିଥାନ୍ତି। ଏଥିରେ ସଦସ୍ୟ ରାଜ୍ୟମାନଙ୍କର ପାରସ୍ପରିକ ସ୍ବାର୍ଥ ଜଡ଼ିତ ବିଷୟ ଉପରେ ମୁଖ୍ୟତଃ ଆଲୋଚନା ହୋଇଥାଏ ଏବଂ ନିଜନିଜର ଅଭାବ ଅସୁବିଧା ଦୂର କରିବାକୁ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନୁସାରେ ଏଥର ରାଜ୍ୟର କିଛି ଦାବି ଏଇ ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଆଗରେ ଉପସ୍ଥାପିତ କରିଛନ୍ତି। ଅନ୍ୟ ସଦସ୍ୟ ରାଷ୍ଟ୍ର ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ମଧ୍ୟ ଅନୁରୂପ ଦାବି ରଖିଥିବେ। ନବୀନବାବୁ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ(ଫୋକସ୍ଡ) ରାଜ୍ୟର ମର୍ଯ୍ୟାଦା ପ୍ରଦାନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ସାମାଜିକ ଓ ଆର୍ଥିକ ଦୃଷ୍ଟିର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ସେ ସବୁର ନିରାକରଣ ପାଇଁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟର ମର୍ଯ୍ୟାଦା ସହ ଅଧିକ କେନ୍ଦ୍ରୀୟ ଅନୁଦାନ ପାଇଁ ସେ ଯେଉଁ ଦାବି କରିଛନ୍ତି, ଯାହା ଅଯୌକ୍ତିକ ନୁହେଁ। ପଶ୍ଚିମବଙ୍ଗ ଓ ବିହାରର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅନୁରୂପ ଦାବି ରଖିଛନ୍ତି। ଏ ସର୍ମ୍ପକରେ ଶ୍ରୀ ଶାହା ଓ କେନ୍ଦ୍ର ସରକାର ସହୃଦୟତାର ସହ ବିଚାର କରିବା ଆବଶ୍ୟକ। କେନ୍ଦ୍ରକୁ ସବୁବେଳେ ରାଜ୍ୟମାନେ ସ୍ବତନ୍ତ୍ର ସହାୟତା କାହିଁକି ମାଗିବେ? ଏଥିପାଇଁ ମାନଦଣ୍ଡ ଓ ବ୍ୟବସ୍ଥା ନିର୍ଦ୍ଧାରଣ ହେଉ।
ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ କେବଳ ଭୌଗୋଳିକ ଦୃଷ୍ଟିରୁ ପରସ୍ପର ସହ ସଂପୃକ୍ତ ନୁହନ୍ତି। ଏଠାକାର ସାମାଜିକ ଓ ଆର୍ଥିକ ସମସ୍ୟା ମଧ୍ୟ ଏକା ପ୍ରକାରର। ପ୍ରଚୁର ଖଣିଜ ସଂପଦ ଓ ଲୋକଶକ୍ତିରେ ଭରପୂର ସମଗ୍ର ପୂର୍ବାଞ୍ଚଳ ଦେଶର ସବୁଠୁ ଅନଗ୍ରସର ଅଞ୍ଚଳ। ଏଠାକାର ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଓ ସାମାଜିକ ସ୍ଥିତି ମଧ୍ୟ ଅନୁନ୍ନତ। ଶିକ୍ଷାଦୀକ୍ଷାରେ ଏହି ଅଞ୍ଚଳର ଲୋକେ କିଞ୍ଚିତ ଆଗୁଆ ହେଲେ ମଧ୍ୟ ଏଠି ସେମାନଙ୍କ ରୋଜଗାର ପାଇଁ ଯଥେଷ୍ଟ ସୁବିଧାସୁଯୋଗ ଦେଶର ଅନ୍ୟାନ୍ୟ ଅଞ୍ଚଳ ଭଳି ନାହିଁ। ଆହୁରି ମଧ୍ୟ ଦେଶର ସର୍ବାଧିକ ତଫସିଲଭୁକ୍ତ ଜାତି, ଉପଜାତି ଏବଂ ଅନଗ୍ରସର ବର୍ଗର ଲୋକ ଯେଉଁମାନେ କି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ, ସେମାନେ ଏଠାରେ ବସବାସ କରନ୍ତି। ଏଇ ଅଞ୍ଚଳଟି ବାତ୍ୟା, ବନ୍ୟା, ମରୁଡ଼ି ଓ ଭୂମିକମ୍ପପ୍ରବଣ। ପ୍ରାକୃତିକ ବିପର୍ଯ୍ୟୟ ଚିରସହଚର ହୋଇଥିବାରୁ ଲୋକେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହୁଅନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଇ ଅଞ୍ଚଳର ସମସ୍ୟାସହ ବେଶ୍ ଭଲଭାବେ ଅବଗତ। ସେଥିପାଇଁ ସେ ଏହି ଅଞ୍ଚଳର ବିକାଶ ନିମନ୍ତେ ପୂର୍ବୋଦୟ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟ ଏବେ ଦ୍ରୁତ ବିକାଶ ପାଇଁ ଉଦ୍ୟମ କରୁଥିବାବେଳେ ଏଠାରେ ସଡ଼କ, ରେଳ ଓ ବନ୍ଦର ଭିତ୍ତିଭୂମିର ଉନ୍ନତି ଜାତୀୟ ହାର ଅନୁସାରେ ହୋଇପାରିନାହିଁ। ଟେଲି ଓ ବ୍ୟାଙ୍କ ସାନ୍ଦ୍ରତା ବୃଦ୍ଧି ଏବଂ ସେବାକ୍ଷେତ୍ର ପାଇଁ ଆଉ ଯେଉଁସବୁ ମୌଳିକ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା କେନ୍ଦ୍ରର ସ୍ବତନ୍ତ୍ର ଉଦ୍ୟମ ଓ ଶୁଭଦୃଷ୍ଟି ବିନା ଅସମ୍ଭବ। ଆହୁରି ମଧ୍ୟ ଦେଶର ସର୍ବାଧିକ ଖଣିଜ ପଦାର୍ଥ ଓଡ଼ିଶା, ଝାଡ଼ଖଣ୍ଡରୁ ଉତ୍ତୋଳିତ ହେଉଛି ଏବଂ ସମଗ୍ର ଦେଶର ଏହା ତାପଜ ବିଜୁଳିଘର ପାଲଟିଛି। ଏଠାକାର ଅଧିବାସୀ ପ୍ରଦୂଷଣ ଭୋଗୁଛନ୍ତି; କିନ୍ତୁୁ ଦେଶ ଆଲୋକିତ ହେଉଛି। ତେଣୁ କୋଇଲା ରୟାଲିଟି ସଂଶୋଧନ, ଉତ୍ପାଦିତ ବିଜୁଳିରୁ ପ୍ରଦୂଷଣ କ୍ଷତିପୂରଣ ବାବଦରେ ରାଜ୍ୟକୁ ଏକ ଅଂଶ ପ୍ରଦାନ, ଅନ୍ୟାନ୍ୟ ଖଣିଜ ଉପରେ ରୟାଲଟି ବୃଦ୍ଧି ଏହି ଅଞ୍ଚଳର ସବୁରାଜ୍ୟଙ୍କ ଦାବି ଏବଂ ଏହାକୁ ଅଯୌକ୍ତିକ କୁହାଯାଇ ନ'ପାରେ।
ଦେଶର ସବୁଠୁ ଗରିବ ଅଞ୍ଚଳ ହୋଇ ମଧ୍ୟର ଖଣିଜ, ବିଜୁଳି ଓ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ଜାତୀୟ ରାଜକୋଷକୁ ଉଲ୍ଲେଖନୀୟ ରାଜସ୍ବ ଦେଉଥିବା ଗରିବ ରାଜ୍ୟମାନେ ସେମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ସୁବିଧାସୁଯୋଗ ଓ ସ୍ବତନ୍ତ୍ର ସହାୟତା ମାଗିବା ଏକ ହକ୍। ଏକଦା ଉତ୍ତର-ପୂର୍ବାଞ୍ଚଳ ଦେଶର ସବୁଠୁର ଦରିଦ୍ର ଓ ଅନଗ୍ରସର ଅଞ୍ଚଳ ଥିଲା। କେନ୍ଦ୍ରର ସହଯୋଗ ଓ ସଦିଚ୍ଛା ବଳରେ ଏବେ ତାହା ଅନ୍ୟତମ ବିକଶିତ ଅଞ୍ଚଳରେ ପରିଣତ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ସ୍ବତନ୍ତ୍ର ଉତ୍ତର ପୂର୍ବାଞ୍ଚଳ ପରିଷଦ ଓ ମନ୍ତ୍ରଣାଳୟ ଗଠନ କରି ସେ ଅଞ୍ଚଳକୁ କେନ୍ଦ୍ରୀୟ ଅନୁଦାନର ସ୍ରୋତ ଛୁଟାଇଛନ୍ତି। ମୋଦୀ ଜାଣିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉପଯୁକ୍ତ ଯୋଜନା, କେନ୍ଦ୍ରୀୟ ସହାୟତା ଓ ରାଜନୈତିକ ଇଚ୍ଛାଶକ୍ତି ଦରକାର। ତେଣୁ ସେ ଅଞ୍ଚଳର ଭାଗ୍ୟ ବଦଳିବାକୁ ଯାଉଛି।
ସେଇ ନ୍ୟାୟରେ ଓଡ଼ିଶା ସମେତ ପୂର୍ବାଞ୍ଚଳ ପରିଷଦର ଦରିଦ୍ର ରାଜ୍ୟମାନଙ୍କର ସ୍ଥିତିରେ ଉନ୍ନତି ଆଣିବାକୁ କେନ୍ଦ୍ର ସରକାରଙ୍କର ସ୍ବତନ୍ତ୍ର ନଜର ଓ ବିଚାରର ଆବଶ୍ୟକତା ରହିଛି। ଦୀର୍ଘକାଳ ଧରି ଅବହେଳିତ ଏଇ ଅଞ୍ଚଳର ଅର୍ଥନୈତିକ ବିକାଶ ଘଟିଲେ ଏହା ଭାରତର ଜିଡିପି ବୃଦ୍ଧିରେ ସହାୟକ ହୋଇ ଦେଶର ଅର୍ଥନୀତିକୁ ପାଞ୍ଚଟ୍ରିଲିୟନ ବିଶିଷ୍ଟ କରିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବ। ପ୍ରକାରାନ୍ତରେ ଏହା ମଧ୍ୟ ମୋଦୀଙ୍କ ନ୍ୟୁ ଇଣ୍ଡିଆର ଏକ ପ୍ରୟୋଗଶାଳା ହେବ। ଏଥିପାଇଁ କେନ୍ଦ୍ରର, ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କ ଦରଦୀ ହୃଦୟ ଓ ଉଦ୍ୟମ ଲୋଡ଼ା। |
ନୂଆଦିଲ୍ଲୀ : ମେରଠର ଜିଲ୍ଲା ହସ୍ପିଟାଲରୁ ଏକ ଲଜ୍ଜାନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ଚାଲିଥିବା ବେଳେ ଚକୋଲେଟ ଡେ'ରେ ଜଣେ ଡାକ୍ତରାଣୀଙ୍କୁ ଚକୋଲେଟ ଦେଇ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ପୀଡିତା ମହିଳା ଡାକ୍ତରଙ୍କ ସେଦିନ ରାତି ଡିୟୁଟି ପଡ଼ିଥାଏ। ସେ ରାଉଣ୍ଡରେ ରୋଗୀଙ୍କୁ ଦେଖୁଥିବା ବେଳେ ଲେବର ରୁମକୁ ଯାଇଥିଲେ। ଡାକ୍ତରାଣୀଙ୍କୁ ଲେବର ରୁମକୁ ଯିବା ଦେଖି ସେହି ହସ୍ପିଟାଲର ବିବେକ ନାମକ ଜଣେ ଡାକ୍ତର ତାଙ୍କ ପିଛା କରିଥିଲେ।
ରାତି ହୋଇଥିବାରୁ ଲେବର ରୁମ ନିକଟରେ କେହି ନଥିବାର ସୁଯୋଗ ନେଇ ଡାକ୍ତର ବିବେକ ପ୍ରଥମେ ଡାକ୍ତରାଣୀଙ୍କ ସହିତ କଥା ହୋଇଥିଲେ। କଥା ହେବା ଆଳରେ ସେ ମହିଳା ଡାକ୍ତରଙ୍କୁ ଚକୋଲେଟଟିଏ ବଢ଼ାଇ ଦେଇଥିଲେ। ଯେମିତି ହିଁ ଡାକ୍ତରାଣୀ ଉକ୍ତ ଚକୋଲେଟକୁ ଧରିଥିଲେ ବିବେକ ତାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।
ଡାକ୍ତରାଣୀ କଳେବଳେ କୌଶଳ ଘଟଣାସ୍ଥଳରୁ ଖସି ଆସି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଉକ୍ତ ଡାକ୍ତରଙ୍କୁ ଖୋଜୁଥିବା ବେଳେ ସେ ଫେରାର ରହିଛନ୍ତି। ଜିଲ୍ଲା ହସ୍ପିଟାଲ ପରିଚାଳକଙ୍କ କହିବାନୁସାରେ, ଡାକ୍ତରଙ୍କ ଉପରେ ବିଭାଗୀୟ ତଦନ୍ତ କରାଯାଉଛି। ଯଦି ସେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତୁ ତେବେ ଉକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। |
୨୦୨୦ ମସିହା, ଡିସେମ୍ବର ମାସ ୧୨ତାରିଖ, ଶନିବାର, ବିଛାମାସ ୨୭ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି, ସକାଳ ୭ଟା ୨ମିନିଟ୍ ଗତେ ତ୍ରୟୋଦଶୀ ତିଥି କ୍ଷୟ, ସ୍ଵାତୀନକ୍ଷତ୍ର, ସକାଳ ୬ଟା ୨୯ମିନିଟ୍ ଗତେ ବିଶାଖା ନକ୍ଷତ୍ର, ତୁଳାରାଶିରେ ଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। ପୋଇ, ମସୁରଡାଲି ନ ଖାଇଲେ ଭଲ, ସକାଳ ୭ଟା ୨ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ।
ଶୁଭସମୟ- ପ୍ରାତଃ ୭ଟା ୪୩ମିନିଟ୍ ରୁ ୮ଟା ୫୭ମିନିଟ୍, ଦିବା ୧୨ଟା ୩ମିନିଟ୍ ରୁ ୧ଟା ୧ମିନିଟ୍, ଦିବା ୨ଟା ୨୩ମିନିଟ୍ ରୁ ୨ଟା ୫୪ମିନିଟ୍, ଦିବା ୩ଟା ୩୯ମିନିଟ୍ ରୁ ୩ଟା ୪୩ମିନିଟ୍।
ମେଷ:-
ସ୍ୱାସ୍ଥ୍ୟରେ ସୁଧାର ଆସିବ। ସରକାରୀ ସାହାଯ୍ୟ ମିଳିପାରେ। ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ। ଯାନବାହାନ ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ। କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ରାଜନୀତିରେ କୃତକାର୍ଯ୍ୟ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ପରିଶ୍ରମ କରି ପ୍ରଶଂସିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବୃଷ:-
ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରି ପାରିବେ। ଅଧିକ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ। ପରିବାରରେ କଳହ ମେଣ୍ଟିଯିବା ଫଳରେ ବେଶ୍ ଆନନ୍ଦ ପାଇବେ। ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହେବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ମିଥୁନ:-
ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଉନ୍ନତି କରି ପାରିବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଆଶାତୀତ ଲାଭକରି ଖୁସିହେବେ। ରାଜନୀତିରେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ପ୍ରତିଯୋଗିତା ପରୀକ୍ଷା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। ପ୍ରେମିକ ପ୍ରେମିକାମାନଙ୍କର ଆମୋଦପ୍ରମୋଦ, ମନୋରଞ୍ଜନରେ ଆଗ୍ରହ ବଢିବ। ପିଲାମାନେ ପରୀକ୍ଷାରେ ସଫଳତା ପାଇବେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।
କର୍କଟ:-
ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ। କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବା ସହ ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ଦୂର ସ୍ଥାନକୁ ଯାତ୍ରା କରି ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। କୋର୍ଟ-କଚେରୀ ଓ ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ଭ୍ରମଣ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ସିଂହ:-
ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଆୟ ଅପରିବର୍ତ୍ତିତ ରହିଲେ ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-
ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ଆଦାୟ ହୋଇ ପାରିବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ରାଜନୀତିରେ କଠିନ ପରିଶ୍ରମ କରି ପ୍ରଶଂସା ମିଳିବ। ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇ ପାରନ୍ତି। ମାନହାନୀର ସମ୍ଭାବନା ଅଧିକ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ତୁଳା:-
ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ। ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ହେବ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-
ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ, ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ଧନୁ:-
ଶତୃମାନେ ଦୂରେଇ ଯିବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ଜୟଯୁକ୍ତ ହେବେ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ସରକାରୀ କାମରେ ସଫଳତା ପାଇବେ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମକର:-
ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ମାନସିକ ଶାନ୍ତି ମିଳିବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରି ପାରନ୍ତି। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା' ହେଲେ ଆଗେଇ ନବା ଉଚିତ୍। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।
କୁମ୍ଭ:-
ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ। ଆର୍ଥୀକ ଅବସ୍ଥାରେ ପରିବର୍ତ୍ତନ ଆସିବ। ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ମୀନ:-
ସକ୍ରିୟ ହୋଇ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ପରିବାରରେ ବା କୁଟୁମ୍ବରେ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ। ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟ ସହନ ଶୀଳତା ଯୋଗେ ଯଶ ମିଳିବ ଓ ସାମାଜିକ ପତିଆରା ଅମଳିନ ରହିବ। ଯେକୌଣସି ଯନ୍ତ୍ରଚାଳନା, ଯାନବାହନ ଓ ଜଙ୍ଗଲ ବିପଦ ସଙ୍କୁଳ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
Jyotirbid Dr. Pramod Satapathy
Jantra Jyotisha, Cuttack
For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746 |
ପ୍ରଥମ ପର୍ଯ୍ୟାୟରେ 10ଟି ଜିଲ୍ଲାରେ ଭିସି କ୍ୟାବିନ୍ ପ୍ରତିଷ୍ଠା କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଓଡ଼ିଶା ହାଇକୋର୍ଟ ରାଜ୍ୟର ୩୦ଟି ଜିଲ୍ଲାଜଜ୍ଙ୍କ ଅଦାଲତ ପରିସରରେ ଏଭଳି ଭର୍ଚୁଆଲ୍ ହାଇକୋର୍ଟ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବଲାଂଗୀର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କୋରାପୁଟ ଜିଲ୍ଲାର ଜୟପୁର, ଗଂଜାମ ଜିଲ୍ଲାର ବ୍ରହ୍ମପୁର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ସହିତ ପୁରୀ, ବାଲେଶ୍ବର ଏବଂ ଭଦ୍ରକଠାରେ ଏହି ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟକ୍ଷମ ହେବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ । |
ଲମତାପୁଟ ୦୧।୧୨: ଗଞ୍ଜେଇ ଚୋରାଚାଲାଣ ବେଳେ ୫୦କେଜି ଗଞ୍ଜେଇ ସହ ଅଟୋ ଜବତ । ରାତିରେ ପାଟ୍ରୋଲିଂ ସମୟରେ ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ ପୋଲିସ ମିଳିତ ଭାବେ ତୁସୁବା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଓଟୋ କୁ ଅଟକାଇଥିଲେ , ପରେ ଅଟୋକୁ ଯାଞ୍ଚ କରିବାରୁ ପ୍ରାୟ ୫୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।ଗଞ୍ଜେଇ ଜବତସହ ଅଟୋରେ ଥିବା ୪ ଜଣ ଯୁବକକୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ଏନୁଗୁ ଗ୍ରାମରୁ ଜୟପୁର ଚୋରା ଚାଲାଣ କରାଯାଉଥିଲା ।
ଗଞ୍ଜେଇର ମୂଲ୍ୟ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ହେବାର ଅନୁମାନ କରୁଛି ପୋଲିସ । ଅଟକଥିବା ଯୁବକ ଜଣେ ମାହାଡା ଏବଂ ୩ ଜଣ ଏନୁଙ୍ଗୁ ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଥିବା ଯୁବକଙ୍କୁ ପଚରାଊଚାର କରୁଛି ପୋଲିସ । ଏମାନେ ଜୟପୁରରେ କାହାକୁ ଏହି ଗଞ୍ଜେଇ ଦେବାର ଥିଲା ଏବଂ ସେଠାରୁ କେଉଁଠିକୁ ଚାଲାଣ ହୋଇଥାନ୍ତା ଏହାକୁ ନେଇ ତଦନ୍ତ ଜାରି ରଖିଛନ୍ତି । ଚଳିତ ମାସ ଗଞ୍ଜେଇ ଚାଷ ଅମଳ ସମୟ ତେଣୁ ଗଞ୍ଜେଇ ଚୋରା ଚାଲାଣ ବିପୁଳ ପରିମାଣ ହେବାର ଆଶଙ୍କା ଥିବାରୁ ପୋଲିସ ପେଟ୍ରୋଲିଂ କୁ କଡାକଡି କରିଛି । |
କନକ ବ୍ୟୁରୋ : ଦିନ ଯେତିକି ବଢୁଛି, ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା ସେତିକି ବଢିବାରେ ଲାଗିଛି । ଗଣତନ୍ତ୍ରର ଏହି ମହାପର୍ବରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ସହ ନେତା ବାଛୁଛନ୍ତି ଜନତା । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଭୋଟିଂ ହେଉଥିବା ବେଳେ ଦିନ ୧୧ଟା ସୁଦ୍ଧା ମୋଟ ୧୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
୫ଟି ଲୋକସଭା ଆସନରେ ଭୋଟିଂ ଜୋରଦାର ଚାଲିଥିବା ବେଳେ ବରଗଡ ଓ ଆସ୍କାରେ ଦିନ ୧୧ଟା ସୁଦ୍ଧା ୨୦ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ସେହିଭଳି ସୁନ୍ଦରଗଡରେ ୧୮ ପ୍ରତିଶତ, ବଲାଙ୍ଗୀରରେ ୧୫ ପ୍ରତିଶତ ଓ କନ୍ଧମାଳରେ ୧୬ ପ୍ରତିଶତ ଭୋଟିଂ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇ୍ଥିବା ୨୭୯ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ଲୋକସଭାରେ ୩୫ ଓ ବିଧାନସଭାରେ ଲଢୁଥିବା ୨୪୪ ପ୍ରାର୍ଥୀଙ୍କ ଭାଗ୍ୟ ୯୧୧୭ଟି ବୁଥରେ ନିର୍ଣ୍ଣୟ ହେବ। ୭୬ଲକ୍ଷ ୯୩ହଜାର ୧୨୩ଜଣ ମତଦାତା ଏହି ପ୍ରକ୍ରିୟାରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ୩୯,୪୫,୦୨୫ଜଣ ପୁରୁଷ, ୩୭ଲକ୍ଷ ୪୭ହଜାର ୪୯୩ଜଣ ମହିଳା ଏବଂ ୬୦୫ଜଣ ତୃତୀୟ ଲିଙ୍ଗ ଭୋଟ୍ ଦେବେ। ୭ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ େଭାଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। |
ନୂଆଦିଲ୍ଲୀ,୧୫/୦୬: ମାତ୍ର ୨୦ ହଜାର ଟଙ୍କା ଦେଲେ ଘରକୁ ଆଣିପାରିବେ ବୁଲେଟ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରୟାଲ ଏନଫିଲ୍ଡ ଏପରି ଏକ ଖାସ୍ ଅଫର୍ ଗ୍ରାହକଙ୍କ ପାଇଁ ଆଣିଛି । ରୟାଲ ଏନଫିଲ୍ଡ ଚଳାଇବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ଅଧିକ ଦାମ୍ କାରଣରୁ ଏହାକୁ ଅନେକ ଏହାକୁ କିଣି ପାରନ୍ତି ନାହିଁ । ଯଦି ଆପଣ କ୍ଲାସିକ୍ ୩୫୦ କିଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ କମ୍ପାନୀ ତରଫରୁ ଏକ ଅଫର୍ ଦିଆଯାଛି ।
ଏହି ବାଇକ୍ କ୍ରୟ ଉପରେ କମ୍ପାନୀ ତରଫରୁ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ଦିଆଯାଉଛି । ଫଳରେ ଆପଣ କମ୍ ଖର୍ଚ୍ଚରେ ଏହି ବାଇକ୍ ଘରକୁ ଆଣିପାରିବେ । ନିକଟରେ କମ୍ପାନୀ ଏହି ବାଇକର ଅପଡେଟ୍ ଭର୍ସନ ବଜାରକୁ ଆଣିଥିଲା । ନୂଆ ଭର୍ସନରେ ୩୪୬ ଇଞ୍ଜିନ୍ ସହ ୧୯.୩ ପିଏସ ପାଓ୍ୱାର, ୨୮ ଏନଏମ ଟର୍କ ମିଳୁଛି । ଏହାସହ ୫ ସ୍ପିଡ୍ ଗିଅର୍ ବକ୍ସ ମଧ୍ୟ ଦିଆଯାଇଛି । ବ୍ରେକିଂ ପାଇଁ ଡୁଆଲ ଚ୍ୟାନେଲ୍ ଏବିଏସ ଓ ଅକ୍ସିଜେନ ସେନସର୍ ମଧ୍ୟ ବାଇକରେ ରହିଛି । ପୂର୍ବ ଭର୍ସନ ତୁଳନାରେ ନୂଆ ଭର୍ସନ ବାଇକର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ବାଇକର ଦାମ୍ ୧ଲକ୍ଷ ୭୨ ହଜାରରୁ ୧ ଲକ୍ଷ ୯୮ ହଜାର ମଧ୍ୟରେ ରହିଛି ।
କମ୍ପାନୀର ଓ୍ୱେବସାଇଟ୍ ଅନୁସାରେ, ୨୦ ହଜାର ଟଙ୍କାର ଡାଉନପେମେଣ୍ଟ ଦେଇ ଆପଣ ବାଇକ୍ ଫାଇନାନ୍ସ କରିପାରିବେ । ୩୬ ମାସର ଲୋନ୍ କରିବାକୁ ମାସିର ୬୨୭୫ ଟଙ୍କା ପଡିବ । ସେହିପରି ୪୮ ମାସର ଲୋନ୍ ପାଇଁ ମାସିକ ୫୦୭୮ ଟଙ୍କା ଖର୍ଚ୍ଚ କରିବାକୁ ହେବ । ସେହିପରି ୫ ବର୍ଷ ପାଇଁ ଲୋନ୍ କଲେ ଆପଣଙ୍କୁ ମାସିକ ୪୩୭୪ ଟଙ୍କା କିସ୍ତୀ ଆକାରରେ ଦେବାକୁ ହେବ । ଯଦି ଆପଣ ଏହି ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ ଅତିଶୀଘ୍ର ଅଫରର ଲାଭ ଉଠାନ୍ତୁ । |
ଗିରଫ ହେଲେ ବାହୁବଳୀ ବିଜେପି ବିଧାୟକ
ଇନ୍ଦୋର : ନଗର ନିଗମ ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ଆକ୍ରମଣ କରିବା ଘଟଣାରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଗିରଫ କରିଛି ପୋଲିସ । ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ସେହି ଭାଇରାଲ ଭିଡିଓ ଆଧାରରେ ପୋଲିସ ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ସମେତ ୧୦ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ଏବଂ ପରେ ସେମାନଙ୍କୁ ଗିରଫ କରିଛି।
ସୂଚନା ଯୋଗ୍ୟ ,ଇନ୍ଦୋରରେ ନିଗମ ଅଧିକାରୀ ମାନେ ଏକ ଜବରଦଖଲ କୋଠାକୁ ଭାଙ୍ଗିବାକୁ ଆସିଥିବା ବେଳେ ବିଧାୟକ ଏବଂ ତାଙ୍କ ସମର୍ଥକ ସେମାନଙ୍କୁ ଆକ୍ରମଣ କରିଥିଲେ । |
ଇଡି ରେଡି କଲା ୫୦ ଜଣିଆ ତାଲିକା!
ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିର ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଏଯାଏଁ ଏହା ୫୦ରେ ପହଞ୍ଚିଲାଣି। ଆଗକୁ ଏହି ତାଲିକା ଆହୁରି ବଢ଼ିପାରେ। ଆଉ କିଛି ଦିନ ପରେ ଜଣେ ପରେ ଜଣେ ସମନ ପାଇ ଇଡି ଆଗରେ ହାଜର ହୋଇ ସଫେଇ ଦେବେ। ଇଡିର ତାଲିକାରେ ଅଛନ୍ତି ବଡ଼ ବଡ଼ ରାଜନେତା, ଅମଲା, ଶିଳ୍ପପତି, ବିଲଡର ଓ ସିନେ ତାରକା। |
ଆବଶ୍ୟକ ସାମଗ୍ରୀ- ବାଇଗଣ, ଦହି, ପଞ୍ଚ ଫୁଟଣ, ରିଫାଇନ୍ ତେଲ, ଶୁଖିଲା ଲଙ୍କା, ଲୁଣ, ହଳଦୀ, ଭେସୁଙ୍ଗା ପତ୍ର , ରସୁଣ, କଞ୍ଚାଲଙ୍କା, ହଳଦୀ
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବାଇଗଣକୁ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାଇ ଗୋଳାଇ ତେଲରେ ଟିକିଏ ଲାଲ ହେବା ଯାଏଁ ଛାଣନ୍ତୁ। ଏହା ପରେ ଏକ ପାତ୍ରରେ ଦହି ନିଅନ୍ତୁ। ଏଥିରେ ଅଳ୍ପ ପାଣି ଗୋଳାଇ ଦିଅନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁଯାୟୀ ଲୁଣ ଓ କାଟି ରଖିଥିବା କଞ୍ଚାଲଙ୍କା ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଛଣା ଯାଇଥିବା ବାଇଗଣ ପକାନ୍ତୁ। ପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ପଞ୍ଚ ଫୁଟଣ ଓ ଭେସୁଙ୍ଗା ପତ୍ର ପକାନ୍ତୁ। ପରେ ସେଥିରେ ଶୁଖିଲା ଲଙ୍କା ଓ ରସୁଣ ପକାଇ ଛୁଙ୍କ କରନ୍ତୁ। ଗୋଳାଇ ରଖିଥିବା ଦହି ବାଇଗଣକୁ ସେଥିରେ ପକାନ୍ତୁ। ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ। ବାସ୍ ଏଥର ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଦହି ବାଇଗଣ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
କରୋନା କଟକଣାକୁ ମାନୁନାହାନ୍ତି ଲୋକେ, ବ୍ଲକ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୁନ
ବେଗୁନିଆ : ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର କରୋନା କଟକଣାକୁ କଡାକଡି ପାଳନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦେଶ ମଧ୍ୟ ଦିଆଯାଇଛି । ଏପରିକି କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ନିର୍ଦେଶ ରହିଛି। ହେଲେ ବେଗୁନିଆ ବ୍ଲକର ବିଭିନ୍ନ ହାଟ, ବଜାର ମାନଙ୍କରେ ଲୋକମାନେ କରୋନା କଟକଣା ମାନୁନଥିବା ଦେଖିବାକୁ ମିଳୁଛି। କିନ୍ତୁ ବେଗୁନିଆ ବ୍ଲକ ପ୍ରଶାସନ ତରଫରୁ କରୋନା କଟକଣା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଦେଖିବାକୁ ମିଳିଛି। ଫଳରେ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ବେଗୁନିଆ ବ୍ଲକ ଅଂଚଳରେ ବିଭିନ୍ନ ଛକରେ ଥିବା ଦୋକାନ ମାନଙ୍କରେ ଦୋକାନୀ ଓ ଗ୍ରାହକ ବିନା ମାସ୍କରେ ସାମାଜିକ ଦୂରତା ନରଖି ଦୋକାନ ବଜାର ଖୋଲି କିଣାବିକା କରୁଛନ୍ତି । ତେଣୁ ପୋଲିସ ପ୍ରଶାସନ ଲୋକମାନଙ୍କୁ ସଚେତନ କରାଇବାରେ ସେତେଟା ସଫଳ ହୋଇଥିବା ଦେଖିବାକୁ ମିଳୁନାହିଁ । ସ୍ଥାନୀୟ ପୋଲିସ ପ୍ରଶାସନ ଏ ଦିଗରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି । ବ୍ଲକର ବିଡିଓ, ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ କରୋନା କଟକଣା ଓ ଯାଞ୍ଚ ଉପରେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି। ସେହି ଦୃଷ୍ଟିରୁ ଅଧିକାରୀମାନେ ଅମାନିଆମାନଙ୍କୁ ସାବାଡ଼ କରିବା ଜରୁରୀ ହୋଇପଡିଛି ବୋଲି ସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡିଛି। ଅନ୍ୟପଟେ ବେଗୁନିଆ ତହସିଲ କାର୍ୟ୍ୟାଳୟ ପକ୍ଷରୁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ବିଭିନ୍ନ ସମୟରେ କର୍ମଚାରୀମାନଙ୍କୁ ଧରି ଛକ ଜାଗା ଏବଂ ରାସ୍ତା ଉପରେ ମାସ୍କର ଘନ ଘନ ଚେକିଂ ସହିତ ଲୋକମାନଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳୁଛି। ବେଗୁନିଆ ପୋଲିସ କେତେବେଳେ କେମିତି ମାସ୍କ ଚେକିଂ କରୁଥିବାବେଳେ ଗ୍ରାମାଞ୍ଚଳରେ ମଧ୍ୟ କଡାକଡି ଚେକିଂ ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି । |
ସୁକେଶ ଚନ୍ଦ୍ରଶେଖରଙ୍କ ଆବେଦନ ଉପରେ କୋର୍ଟଙ୍କ ବୟାନ, 'ବରଦାସ୍ତ କରାଯିବନାହିଁ ବିଚାରପତିଙ୍କ ଉପରେ ଅଭିଯୁକ୍ତଙ୍କ ଟିପ୍ପଣୀ'
କନକ ବ୍ୟୁରୋ : ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପଟିଆଲା ହାଉସ କୋର୍ଟ ତାଗିଦ୍ କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ତାଙ୍କ ମାମଲାକୁ ଅନ୍ୟ ଜଣେ ବିଚାରପତିଙ୍କ ନିକଟକୁ ବଦଳି କରିବାକୁ ଆବେଦନ କରିଥିଲେ । ଏହାସହ ସେ ବିଚାରପତିଙ୍କ ଉପରେ ପକ୍ଷପାତ ଅଭିଯୋଗ ମଧ୍ୟ ଆଣିଥିଲେ । ଏହି ଆବେଦନ ଉପରେ ପଟିଆଲା ହାଉସ କୋର୍ଟ କହିଥିଲେ କି କୌଣସି ବିଚାରପତିଙ୍କ ଉପରେ ଅଭିଯୁକ୍ତମାନେ ଟିପ୍ପଣୀ କରିପାରିବେ ନାହିଁ । ଏହାସହ ସୁକେଶ ଚନ୍ଦ୍ରଶେଖରଙ୍କ ହେପାଜତକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଶନିବାର (ମାର୍ଚ୍ଚ ୧୮) ଦିନ ପଟିଆଲା ହାଉସ କୋର୍ଟ ୨୦୦କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଅଭିଯୋଗକାରୀ ଜପନା ସିଂଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ । ଏହି କ୍ରମରେ କୋର୍ଟ କହିଥିଲେ କି ତାଙ୍କୁ ସୁକେଶଙ୍କର ଏକ ଆବେଦନ ମିଳିଛି । ଏହାସହ ଏହି ଆବେଦନକୁ ନେଇ କୋର୍ଟ ସୁକେଶଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କୋର୍ଟ ସୁକେଶଙ୍କୁ କଟାକ୍ଷ କରି କହିଛନ୍ତି କି, ଯେତେବେଳେ ଅଭିଯୁକ୍ତ ସପକ୍ଷରେ ନ୍ୟାୟ ଯାଉଛି ସେତେବେଳେ ଅଭିଯୁକ୍ତମାନେ କୋର୍ଟକୁ ପ୍ରଶଂସା କରୁଛନ୍ତି । ହେଲେ ଯେତେବେଳେ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାୟ ଯାଉଛି ସେତେବେଳ କୋର୍ଟ ପକ୍ଷପାତ କରୁଥିବା ଅଭିଯୋଗ ଆସୁଛି । ଏହାସହ ସୁକେଶଙ୍କର ଆବେଦନ ଆଧାରହୀନ ବୋଲି କୋର୍ଟ କହିଛନ୍ତି । ଏହି ଆବେଦନ ଉପରେ ଶୁଣାଣି ହୋଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି । |
ଓସ୍ଲୋ : କୋରନା ମୁକାବିଲା ଲାଗି ବିଶ୍ୱର ଅନେକ ଦେଶରେ ଟିକାକରଣ ଆରମ୍ଭ ହୋଇଗଲାଣି। ଏହି କ୍ରମରେ ନରୱେ ଗତ ଡିସେମ୍ବର ୨୭ ତାରିଖରେ ଟିକାକରଣ ଅଭିଯାନ ହାତକୁ ନେଇଥିଲା। ଏପର୍ଯ୍ୟନ୍ତ ଅନୁନ୍ୟ ୩୦ ହଜାରରୁ ଅଧିକ ଲୋକେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ତେବେ ଟିକାକରଣ ପରେ ୨୩ ଜଣଙ୍କ ମୃତ୍ୟୁ ଏବେ ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ଟିକାକରଣ ପରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବା ସହ ଜଟିଳ ହୋଇଯାଇଥିଲା। ସ୍ୱାସ୍ଥ୍ୟଗତ ଜଟିଳତାକାରଣରୁ ଲୋକେ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି। ରୋଗୀ ଓ ବୟସ୍କଙ୍କ ଲାଗି ଟିକାକରଣ ବିପଦଜନକ ବୋଲି ନରୱେ ସରକାର କହିଛନ୍ତି।
ମୃତକଙ୍କ ମଧ୍ୟରୁ ୧୩ଜଣ ଟିକା ନେବାପରେ ପରେ ପ୍ରାଣ ହରାଇଥିବା କୁହାଯାଇଛି। ଅନ୍ୟମାନଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଟିକାର ସାମାନ୍ୟ କୁ ପ୍ରଭାବ ମଧ୍ୟ ଲୋକଙ୍କ କ୍ଷେତ୍ରରେ ଗୁରୁତର ସାବ୍ୟସ୍ତ ହେଉଥିବା ନରୱେ ପବ୍ଲିକ ହେଲଥ ଏଜେନ୍ସୀ କହିଛନ୍ତି। ଏପର୍ଯ୍ୟନ୍ତ ଟିକାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କିତ ୨୯ଟି ଅଭଯୋଗ ମିଳିଛି।
ଟିକାକରଣ ପରେ ମୃତକଙ୍କ ମଧ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ମୃତ୍ୟୁ ସଂଖ୍ୟା ଅଧିକ। ସେହିପରି ୯୦ ବର୍ଷର ସୁସ୍ଥ ଲୋକେ ଟିକା ନେବା ପରେ ପ୍ରାଣ ହରାଇଥିବା କୁହାଯାଇଛି। ଟିକା ନେବାପରେ ଲୋକଙ୍କଠାରେ ସାମାନ୍ୟ ଜ୍ୱର ଦେଖାଯାଇଥିଲା। ପରେ ତାହ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ପାଲଟିଥିବାର ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି।
ନରୱେ ଫାଇଜର ଟିକା ଲୋକଙ୍କଠାରେ ଉପଯୋଗ କରୁଛି। ଏଣୁ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ନେଇ ଦେଶରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଫାଇଜର ଟିକାକୁ ନେଇ ଚୀନ୍ ବିଶେଷଜ୍ଞଙ୍କ ମତାମତ ମିଳିଛି। ଆମେରିକୀୟ କମ୍ପାନୀ ପ୍ରସ୍ତୁତ ଏହି ଟିକା ବୟସ୍କଲୋକଙ୍କ ଠାରେ ପ୍ରୟୋଗ କରାଯିବା ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। |
କନକ ବ୍ୟୁରୋ : ଆସନ୍ତା ୧୨ ତାରିଖ ଠାରୁ ଝାରସୁଗୁଡା ଠାରୁ ବେଙ୍ଗାଳୁରୁ ଓ ମୁମ୍ବାଇକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା । ସ୍ପାଇସ ଜେଟ ପକ୍ଷରୁ ଏହି ଉଡାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଉଭୟ ସ୍ଥାନକୁ ସପ୍ତାହକୁ ୪ ଦିନ ବିମାନ ଚଳାଚଳ କରିବ । ବିମାନ ବନ୍ଦରରେ ଆବଶ୍ୟକିୟ ସଂଖ୍ୟକ ଫାୟାରମ୍ୟାନ ନିଯୁକ୍ତି ହେବା ପରେ ଏହା ୬ ରୁ ୭ କ୍ୟାଟାଗୋରୀ ଯାଇଛି ।
ଫଳରେ ଏଠାରୁ ବୋଇଂ ଉଡାଣ ପଥ ପରିଷ୍କାର ହୋଇଛି । ସେହିପରି ଆସନ୍ତା ୧୧ ତାରିଖରୁ ଦିଲ୍ଲୀ ଓ ଝାରସୁଗୁଡା ମଧ୍ୟରେ ବଡ ବିମାନ ଚଳାଚଳ ଆରମ୍ଭ କରିବ । ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ଚଳାଚଳ ଖବର ପ୍ରକାଶ ହେଲା ପରେ ଝାରସୁଗୁଡା ବାସୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି ।
ଝାରସୁଗୁଡାକୁ ନୂଆବର୍ଷ ଭେଟି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଏବଂ ବାଙ୍ଗାଲୋରକୁ ଉଡାଣ ଭରିବ ସ୍ପାଇସ ଜେଟ୍ । ସ୍ପାଇସଜେଟ ପକ୍ଷରୁ ୧୪୪ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ କରିବ । ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ସେବା, ସପ୍ତାହରେ ୪ ଦିନ ମିଳିବ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଛି । ପ୍ରତି ମଙ୍ଗଲବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବେଙ୍ଗଳୁରୁକୁ ଉଡିବ ବିମାନ । ସେହିଭଳି ବେଙ୍ଗଳୁରରୁୁ ଝାରସୁଗୁଡା ଦେଇ ମୁମ୍ବାଇକୁ ବିମାନ ଚଳାଚଳ କରିବ ।
ଶିଳ୍ପ ବହୁଳ ଝାରସୁଗୁଡାରେ ବିମାନ ବନ୍ଦର ପ୍ରତିଷ୍ଠା ହେବା ପରେ ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ସେବା ପାଇଁ ଦାବି ହୋଇଥିଲା । ଲୋକଙ୍କ ଦାବିକୁ ନଜରରେ ରଖି ଉଡାଣ ସ୍କିମରେ ଝାରସୁଗୁଡାରୁ ବିମାନ ଚଳାଚଳ ପାଇଁ ଯୋଜନା କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ହେଲେ କରୋନା କାଳରେ ଯାତ୍ରୀଙ୍କ ଯାତାୟତ କମ ଥିବାରୁ ବିମାନ ଚଳାଚଳ ପାଇଁ ଅରାଜି ଥିଲେ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ।
ଆଉ ଏବେ ସ୍ଥିତିରେ ଟିକେ ସୁଧାର ଆସିବା ପରେ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନ ଚଳାଚଳ ହେଲେ ପଶ୍ଚିମ ଓଡିଶାବାସୀ ସମେତ ପଡୋଶୀ ଛତିଶଗଡ ଓ ଝାରଖଣ୍ଡର ଯାତ୍ରୀ ଉପକୃତ ହେବେ । ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ଚଳାଚଳ କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଲୋକେ ଲାଭବାନ ହେବେ ବୋଲି ମତ ପ୍ରକାଶ କରିଛନ୍ତି । |
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଠିକାଦାର ଆଶିଷ କୁମାର ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁ, ସହକାରୀ ଯନ୍ତ୍ରୀ ଆଶିଷ କୁମାର ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଏତଲା ଦେବା ପରେ ହଠାତ୍ ଦୁଇ ଯନ୍ତ୍ରୀ ଏବଂ ଠିକାଦାର କେଉଁଆଡ଼େ ଚାଲି ଯାଇଥିବା ଜଣାପଡ଼ିଛି। ସେମାନଙ୍କ ପତ୍ତା ମିଳୁ ନ ଥିବାବେଳେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଉମରକୋଟରେ ଡେରା ପକାଇ ଘଟଣା ଉପରେ ନଜର ରଖିଥିଲେ।
ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଥିଲେ ଯେ, ମୃତକ ବ୍ୟକ୍ତିଙ୍କ ପରିବାରକୁ ୪୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ମୃତକ ୱାର୍କ ସରକାର ହୋଇଥିବାରୁ ପରିବାରକୁ ୧୦ଲକ୍ଷ ଟଙ୍କା ବୀମା ରାଶି ମିଳିବ। ସେହିପରି ନିର୍ବାହୀ ଯନ୍ତ୍ରୀଙ୍କ ଅଜଣାତରେ ଛାତ ପଡ଼ିଥିବାରୁ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। |
ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ୍ଙ୍କର ପରଲୋକ
ବେର୍ଣ୍ଣ,୧୮/୮(ଓଡ଼ିଆନ୍ ନ୍ୟୁଜ୍) : ମିଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ୍ଙ୍କର ପରଲୋକ ହୋଇଯାଇଛି । ୮୦ ବର୍ଷ ବୟସରେ ସୁଇଜରଲାଣ୍ଡର ଏକ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଥିବା ପରିବାର ତଥା ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି । ସାମନ୍ୟ ଅସୁସ୍ଥତା ଯୋଗଁ ତାଙ୍କୁ ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଶନିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି ।
୧୯୯୭ ରୁ ୨୦୦୬ ପର୍ୟ୍ୟନ୍ତ କୋଫି ଆନନ୍ ମିଳିତ ଜାତିସଂଘର ମହାସଚିବ ଥିଲେ। ମୂଳତଃ ଘାନାର ବାସିନ୍ଦା ଆନନ୍ ଦୁଇଟି କାର୍ୟ୍ୟକାଳ ଅର୍ଥାତ ୧୦ ବର୍ଷ ପର୍ୟ୍ୟନ୍ତ ଏହି ପଦରେ ଅଧିଷ୍ଠିତ ହୋଇ ସଫଳତାର ସହିତ କାର୍ୟ୍ୟ କରିଥିଲେ। ୨୦୦୧ ମସିହାରେ ତାଙ୍କୁ ସମ୍ମାନ ଜନକ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଆଫ୍ରିକାରେ ସବୁଜ ବିପ୍ଳବ ଏବଂ ବିକାଶ ଓ ସିରିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ବିଶେଷ ଅବଦାନ ରହିଛି। ଜାତିସଂଘର ମହାସଚିବ ପଦରୁ ଅବସର ନେବା ପରେ ସେ ସୁଜରଲାଣ୍ଡର ଏକ ଗାଁରେ ବସବାସ କରୁଥିଲେ। |
ରାଜ୍ୟର ବିଭିନ୍ନ ସ୍ଥାନରେ 'ୟାସ୍' କ୍ଷତ
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ,କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ଦେବାକୁ ମନ୍ତ୍ରୀଙ୍କ ନିର୍ଦେଶ
ଭଦ୍ରକ/ବାଲେଶ୍ବର : ବାତ୍ୟା 'ୟାସ୍'ପରେ ଉତ୍ତର ଓଡ଼ିଶାର ବହୁ ଅଞ୍ଚଳ ଜଳଘେରରେ ରହିଛି। ଏଥିସହିତ, ଶହ ଶହ ଚାଳଘର ମାଟିରେ ମିଶିଯିବା ସହ ହଜାର ହଜାର ଗଛବୃକ୍ଷ ଭାଙ୍ଗିଯାଇଛି। ଚାଷବାସ ସବୁ ବି ଉଜାଡ଼ି ଦେଇଛି 'ୟାସ୍'।
ବାଲେଶ୍ବର ଜିଲ୍ଲାର ସମସ୍ତ ବ୍ଲକରେ ବାତ୍ୟାର ପ୍ରଭାବ ପଡ଼ିଥିବାବେଳେ ସମୁଦ୍ର ତଟବର୍ତ୍ତୀ ବାହାନଗା, ବାଲେଶ୍ବର ସଦର, ବାଲିଆପାଳ ଓ ଭୋଗରାଇ ବ୍ଲକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯୋଗୁଁ ସମୁଦ୍ରରୁ ହଠାତ୍ ଜୁଆର ମାଡ଼ି ଆସିବା ଫଳରେ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇ ଯାଇଥିଲା। ତା' ସାଙ୍ଗକୁ ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ମାଟିରେ ଲୋଟି ପଡ଼ିଥିଲା ଶହଶହ ଗଛ ଓ କଚାଘର। ପ୍ରକୃତି କୋପରେ ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ତ ଆଉ କେଉଁଠି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ଗତକାଲି 'ୟାସ୍' ତାଣ୍ଡବ ରଚିବା ପରେ ସରକାରଙ୍କ ତରଫରୁ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବାତ୍ୟା ପରବର୍ତ୍ତୀ ସ୍ଥିତି ତଦାରଖ ପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ବାଲେଶ୍ବରରେ ପହଞ୍ଚିଥିବା ବେଳେ ବାତ୍ୟା ପୂର୍ବଦିନଠାରୁ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବାଲେଶ୍ବରରେ ରହି ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ବାଇଁ ବାତ୍ୟା ସ୍ଥିତି ସମୀକ୍ଷା କରିବା ପରେ କ୍ଷୟକ୍ଷତି ଆକଳନ ଚାଲିଥିବା କହିଥିଲେ।
ବାତ୍ୟା ବିପତ୍ତି ବେଳେ ଦରଦାମ୍ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ନଷ୍ଟ ହୋଇଥିବା ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରୟାସ ଜାରି ରହିଛି। ସପ୍ତାହେ ମଧ୍ୟରେ ସବୁ ସ୍ଥିତିରେ ସୁଧାର ଆସିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରକାଶ କରିବା ସହ ପ୍ରଭାବିତଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇଏଏସ୍ ବିଶାଲ ଦେବ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଓ ଜଳଯୋଗାଣକୁ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଥିବା କହିଥିଲେ।
ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ସହ ୭ଟି ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁଇ ଦିନ ହେଲା ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକର ଶତାଧିକ ଗାଁ ପାଣି ଘେରରେ ରହିଥିବା ବେଳେ ଜିଲ୍ଲାର ୨୧୮ ପଞ୍ଚାୟତରୁ ପ୍ରାୟ ୧୫୦ ପଞ୍ଚାୟତ ଏବେ ଜଳମଗ୍ନ ହୋଇରହିଛି। ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସମେତ ଜିଲ୍ଲାର ପ୍ରାୟ ୪୦ଟି ଗ୍ରାମ୍ୟ ରାସ୍ତା ବୁଡ଼ିଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବାସୁଦେବପୁର-ଇଚ୍ଛାପୁର, ଜାମୁଝାଡ଼ି-ବାସୁଦେବପୁର, ଭଦ୍ରକ-ଆରଡ଼ି ରାସ୍ତା କାଟି ଜଳ ନିଷ୍କାସନ କରାଯାଇଥିଲା। |
ଏଥର ତୋରଣରେ ପ୍ରାଚୀନ ଶୈବ ମନ୍ଦିର
ଉତ୍ତରଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କୋରଡ଼କଣ୍ଟା ଦୁର୍ଗାପୂଜା ୭ମ ବର୍ଷରେ ପଦାର୍ପଣ କରୁଛି। ଚଳିତବର୍ଷ କମିଟି ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛି। ଏଥିପାଇଁ ୩୦ ସ୍ୱେଚ୍ଛାସେବୀ ଓ ପୁଲିସ ମୁତୟନ ସମ୍ପର୍କରେ କମିଟି ସୂଚନା ଦେଇଛି । ଏହାବ୍ୟତୀତ ସିସି କ୍ୟାମେରା ଲଗାଯିବ। କଲକାତା କାରିଗର ଓ ଅନ୍ୟ ୨୫ ଜଣ ସହଯୋଗୀଙ୍କ ଦ୍ୱାରା ପ୍ରାଚୀନ ଶୈବପୀଠ ଢାଞ୍ଚାରେ ତୋରଣ ନିର୍ମାଣ ଚାଲିଛି । ତୋରଣର ଉଚ୍ଚତା ୭୦ଫୁଟ, ଚଉଡ଼ା ୬୦ପୁଟ୍ ରଖାଯାଇଛି। ମଣ୍ଡପରେ ଲୋକଙ୍କ ଯିବା ଆସିବାପାଇଁ ୩ଟି ଗେଟ୍ କରାଯାଇଛି। ପୂଜାକୁ ଅଧିକ ଆକର୍ଷଣ କରିବା ଲକ୍ଷ୍ୟରେ ୨ଟି ଏଲ୍ଇଡି ଆଲୋକଗେଟ୍ ହେବ। ବିଭିନ୍ନ ସ୍ଥାନରେ ପୌରାଣିକ ଓ ଆଧୁନିକ ମେକାନିକାଲ ଷ୍ଟ୍ରକ୍ଚରରେ ଲାଇଟ୍ ଷ୍ଟାଣ୍ଡ ସ୍ଥାନିତ କରାଯିବ। ଭିଙ୍ଗାରପୁର ଅଞ୍ଚଳର କାରିଗର ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରୁଛନ୍ତି। ଉଚ୍ଚତା ୧୫ଫୁଟ୍ ରହିଛି। ଚୋ÷ଦ୍ୱାର କାରିଗର ମା'ଙ୍କ ପାଇଁ ୨୦ଫୁଟ୍ ଉଚ୍ଚର ସୁନେଲି ମେଢ଼ କରୁଛନ୍ତି। ଷଷ୍ଠୀ ତିଥିରୁ ବେଲବରଣ ଓ କଳସ ଯାତ୍ରା କରାଯାଇ ସପ୍ତମୀରେ ମା'ଙ୍କ ଚକ୍ଷୁଦାନ, ଅଷ୍ଟମୀରେ ସନ୍ଧିପୂଜା, ନବମୀରେ ନବମୀପୂଜା, ଦଶମୀ ଅପରାଜିତା ପୂଜା କରାଯିବା ସହ ମା'ଙ୍କ ନିକଟରେ ଘୃତଯଜ୍ଞ କରାଯିବ। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଭଜନ ସମାରୋହ ଏବଂ ମେଲୋଡ଼ି ଅନୁଷ୍ଠିତ ହେବ। ଦଶମୀ ଦିନ ରାବଣ ପୋଡ଼ି କରାଯିବ। ଏଥିପାଇଁ ୮୦ ଫୁଟ୍ର ରାବଣ କରାଯାଉଛି।
ଆକର୍ଷଣୀୟ ଭସାଣି: ସହିଦନଗର ଭସାଣି ଉତ୍ସବରେ ମା' ସାମିଲ ହେଉଥିବାରୁ କମିଟି ଏଥିପ୍ରତି ଅଧିକ ଧ୍ୟାନ ଦେଉଛି। ଏହି ଭସାଣ ଶୋଭାଯାତ୍ରାରେ ଶିଙ୍ଗବାଜା, ମାଦଳ, ଘଣ୍ଟୁଆ ଏବଂ ଡିଜେର ବ୍ୟବସ୍ଥା ହୋଇଥିବା ଆୟୋଜକ ସୂଚନା ଦେଇଛନ୍ତି । |
୫ ବର୍ଷ ପରେ ଗାଁରେ ପଡିଲା ବାଘର ପାଦଚିହ୍ନ, ଭୟରେ ଗ୍ରାମବାସୀ
9/03/2023 at 2:16 PM
କଣ୍ଟାବାଞ୍ଜି ୯।୩: ଦୀର୍ଘ ୫ ବର୍ଷ ପରେ ଗାଁରେ ଦେଖିବାକୁ ମିଳିଲା ବାଘର ପାଦଚିହ୍ନ । ବୁଧବାର ରାତିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଖ କୁର୍ଲି ଗାଁକୁ ବାଘ ଆସିଥିବା ଗାଁ ଲୋକ କହୁଛନ୍ତି । ଗାଁରେ ପଡିଥିବା ପାଦ ଚି଼ହ୍ନକୁ ଦେଖି ଗାଁ ଲୋକ ବାଘ ଆସିଛି କହୁଛନ୍ତି । ତେବେ ପ୍ରକୃତରେ ବାଘ ଆସିଛି ନା ତାହା ଆଉ କେଉଁ ଚିହ୍ନ ବର୍ତ୍ତମାନ ସୁଦ୍ଧା ଠିକ୍ରେ ଜଣାପଡ଼ିନାହିଁ । ସେପଟେ ପାଦଚିହ୍ନ ଦେଖାଯିବା ପରେ ଗାଁରେ କୋକୁଆ ଭୟ ଦେଖିବାକୁ ମିଳିଛି ।
୫ ବର୍ଷ ପୂର୍ବରୁ ଏହି ଗାଁକୁ ବାଘ ଆସିଥିଲା । ବନ ବିଭାଗ ବାଘକୁ ଆୟତ୍ତ କରିବାକୁ ନାକେଦମ ହୋଇଥିଲା । ଏବେ ମଧ୍ୟ ଗାଁକୁ ବାଘ ଆସିଥିବ ବୋଲି ଗାଁ ଲୋକ କହୁଛନ୍ତି । କଣ୍ଟାବାଞ୍ଜି ବନ ବିଭାଗ କୁର୍ଲି ଗାଁରେ ପହଞ୍ଚି ଲୋକଙ୍କୁ ଭୟଭୀୟ ନହେବାକୁ ପରାମର୍ଶ ଦେଇଛି । ବନ ବିଭାଗ ରାତି ତମାମ ପାଟ୍ରୋଲିଂ କରି ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି । ପାଦ ଚିହ୍ନି ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । |
ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା'ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ ।
Published By: Manoranjan Behera
Last updated: 04 October 2022, 01:35 PM IST
ଢୋଲର ତାଳେ ତାଳେ ଧୁନୁଚି ଲୋକନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ
କୋଲକାତାର ବାଗ୍ବଜାର ପୂଜା ମଣ୍ତପରେ ପୂଜା ପାଉଛନ୍ତି ମା'ଦଶଭୂଜା
ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା'ଦୁର୍ଗତୀନାସିନୀ
ମା'ଙ୍କ ଦର୍ଶନ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ |
ମୁକୁଳା ଡ୍ରେନ ରେ ପଡ଼ି ଗଲେ ଦକ୍ଷିଣ କୋରିଆ ର ଫୋଟ ସାମ୍ବାଦିକ। ଏ ଖବର ବର୍ତ୍ତମାନ ସମୟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି।ତେବେ ହକି ବିଶ୍ଵକପ ଲାଗି ଭୁବନେଶ୍ୱର ଆସି ଥିବା ଦକ୍ଷିଣ କୋରିଆର ଫୋଟ ସାମ୍ବାଦିକ ଗତ କାଲି ଡୁମ୍ ଡୁମା ଅଞ୍ଚଳରେ ଚା ପିଇବା ପାଇଁ ଅପେକ୍ଷା କରି ଥିଲେ। ଆଉ ରାସ୍ତା କଡରେ ଥିବା ଚା ଦୋକାନ ରୁ ସେ ଚା ପିଇବା ବେଳେ ହଠାତ୍ ରାସ୍ତା କଡରେ ଥିବା ନାଳ କୁ ଖସି ପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକ ମାନେ ଧାଇଁ ଆସିଥିଲେ ଆଉ ଏହା ପରେ ଆହାତ ହୋଇଥିବା ବିଦେଶୀ ସାମ୍ୱାଦିକ ଙ୍କୁ ସ୍ଥାନୀୟ ମେଡିକାଲ ନିଆ ଯାଇଥିଲା।
ହେଲେ ଏଠାରେ ପ୍ରଶ୍ନ ଉଠିଛି ବିଶ୍ଵକପ ହକି ପାଇଁ ଭୁବନେଶ୍ୱର ରେ ଏତେ ସବୁ ଆୟୋଜନ କରା ଯାଇଛି। ଚିକ୍ ମିକ ଆଲୋକରେ ରାଜଧାନୀ ଝଲସି ଉଠୁଛି। ରାସ୍ତା ଘାଟ ରଙ୍ଗ ଦେବା ସହ ମରାମତି ମଧ୍ୟ ହୋଇଛି। କିନ୍ତୁ ଏବେ ବି ଡ୍ରେନ ମୁକୁଳା ପଡିଛି। ଗତ ବର୍ଷ ଡ୍ରେନ ରେ ପଡ଼ି ଜଣେ ସ୍କୁଲ୍ ଛାତ୍ର ପ୍ରାଣ ହରାଇ ଥିଲେ। କିନ୍ତୁ ତଥାପି ଚେତିଲେ ନି କି ସରକାର୍ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହା ସହିତ ବାହାରୁ ଯେଉଁ ବିଦେଶୀ ମାନେ ଆସିଛନ୍ତି ସେ ସାମ୍ୱାଦିକ ହୁଅନ୍ତୁ କି ଖେଳାଳି ହୁଅନ୍ତୁ କି ଖେଳାଳି ମାନଙ୍କ ସହିତ ଆସିଥିବା କେହି ହୁଅନ୍ତୁ ଅନ୍ୟମାନେ ହୁଅନ୍ତୁ କି ଦର୍ଶକ ମାନେ ହୁଅନ୍ତୁ ସେମାନେ ଆସି ରାଜଧାନୀ ରେ ଯେଉଁ ଆତିଥ୍ୟ ଆଶା ସେମାନେ କରିଛନ୍ତି ସେ ଆତିଥ୍ୟ ସେମାନଙ୍କୁ ମିଳୁଛି କି ନାହିଁ ତାହା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ସେମାନେ ଯେତେବେଳେ ବାହାରକୁ ବାହାରୁ ଛନ୍ତି ମୁକୁଳା ଡ୍ରେନ ସେମାନଙ୍କ ପାଇଁ କାଳ ସାଜିଲାଣି।
ତେବେ ଆପଣ ମାନେ ସ୍କ୍ରିନ୍ ରେ ଦେଖି ପାରୁଥିବା ଦକ୍ଷିଣ କୋରିଆ ର ସାମ୍ୱାଦିକ ଜଣଙ୍କ ଯେଉଁ ଡ୍ରେନ କୁ ଖସି ପଡିଥିଲେ ସେ ଡ୍ରେନ ର ଅବସ୍ଥା କିପରି ହୋଇଛି। ତେବେ ରାଜଧାନୀ ଭୁବନେଶ୍ଵରରେ ଏତେ ସବୁ ସୁ ବ୍ୟବସ୍ଥା କରା ଯାଇଥିବା ବେଳେ ଏପରି ଏକ ସ୍ଥିତି କାହିଁକି ଉପୁଜିଛି ତାକୁ ନେଇ ପ୍ରଶ୍ନ ଉଠୁଛି। ଡ୍ରେନ୍ ରେ ପଡି ଲୋକଙ୍କ ପ୍ରାଣ ଯାଉଥିବା ବେଳେ ସରକାର ଏଥି ପାଇଁ କାହିଁକି ଦୃଷ୍ଟି ଦେଉ ନାହାଁନ୍ତି ବୋଲି ପ୍ରଶ୍ନ ଉଠିଛି। ଏ ଘଟଣା ବର୍ତ୍ତମାନ ସମୟରେ ଏକ ଚିନ୍ତା ର ବିଷୟ ପାଲଟିଛି। ହକି ବିଶ୍ଵକପ ପାଇଁ ଭବ୍ୟ ଆୟୋଜନ କରା ଯାଇଥିବା ବେଳେ e ଯେଉଁ ଦୃଶ୍ୟ ସାମ୍ନାକୁ ଆସୁଛି ନିଶ୍ଚିତ ଭାବରେ ଏହା ଏକ ଅତ୍ୟନ୍ତ ବିଡମ୍ବନାର ଖବର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । |
ରାୟଗଡ,୬/୩ : ସହଜ ଉପାୟରେ ଅଧିକ ଟଙ୍କା ରୋଜଗାର ଆଶାରେ ଗଂଜେଇ କାରବାର ଭଳି ଚୋରାଚାଲାଣ ବ୍ୟବସାୟକୁ ଆପଣେଇ ଅପରାଧରେ ଜଡିତ ହୋଇ ଯାଉଛନ୍ତି ବର୍ତମାନ ଯୁବପୀଢି । ତେବେ ଏଥିରେ ସଫଳ ହେବା ପରିବର୍ତେ ବିଫଳ ହୋଇ ହେପାଜତର ଚାରିକାନ୍ଥ ମଧ୍ୟରେ କାଟୁଛନ୍ତି ନିଜ ଭବିଷ୍ୟତ । ଗଂଜେଇ ଚୋରା ଚାଲାଣ ନେଇ ବର୍ତମାନ ଅନେକ ସମୟରେ ଗଣମାଧ୍ୟମର ଶୀର୍ଷକ ଖବରରେ ଏବେ ରହୁଛି ରାୟଗଡ ଜିଲ୍ଳା । ଏହି ନିଶା କାରବାରକୁ ନେଇ ରାୟଗଡ ଜିଲ୍ଳାକୁ ଗଂଜେଇ ମାଫିଆମାନେ ନିଜର ଆଡ୍ଡାସ୍ଥଳୀ କରି ସାରିଛନ୍ତିି । ବିଭିନ୍ନ ଗଣମାଧ୍ୟମରେ ଗଂଜେଇ ଚୋର ଚାଲାଣ ନେଇ ଖବର ପ୍ରକାଶିତ ହେଉଥିବା ବେଳେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗର ପଦକ୍ଷେପ ଉପରେ ଏବେ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି ।
ରାୟଗଡରୁ ଦିଲ୍ଳୀକୁ ୨୧କେଜି ୯୦୦ଗ୍ରାମ ଗଂଜେଇ ଚୋରଚାଲାଣ ହେଉଥିବା ବେଳେ ପୁଣି ବୁଧବାର ଦିନ ରେଳ ଷ୍ଟେସନର ୩ନମ୍ବର ପ୍ଳାଟଫର୍ମରୁ ରେଳବାଇ ସୁରକ୍ଷା ବଳ(ଆରପିଏଫ) ଓ ସରକାରୀ ରେଳବାଇ ପୋଲିସ(ଜିଆରପି)ର ପେଟ୍ରୋଲିଂ ବେଳେ ଧରାପଡିଛି ଜଣେ ଯୁବକ । ଏତେ ପରିମାଣର ଗଂଜେଇ ମିଳିବା ପରେ ଯୁବକକୁ ଗିରଫ କରାଯାଇଛି । ଗରିଫ ଯୁବକ ଜଣକ ହେଲେ ଛତିଶଗଡର ମହାସମୁଦ ଜିଲ୍ଳା ଅର୍ନ୍ତଗତ ଗାଝିପଡାର ପୁରାନୀ ଧାନମଣ୍ଡି ଅଂଚଳର ମହମ୍ମଦ ମୁଜାଇଦ କୁରେସୀ(୩୨) ।
ଷ୍ଟେସନରେ ଆହୁରି କଡା ପେଟ୍ରୋଲିଂ କରାଯିବ – ଡିଏସପି କୈଳାଶ ଚନ୍ଦ୍ର ବୁର୍ଦ୍ଦା
ଏ ନେଇ ରେଳବାଇ ସୁରକ୍ଷା ବଳ ଥାନାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଆରପିଏସ ଡିଏସପି କୈଳାଶଚନ୍ଦ୍ର ବୁର୍ଦ୍ଦା ଦେଇଥିବା ସୂଚନା ପ୍ରକାରେ ବୁଧବାର ସକାଳେ ପ୍ଳାଟଫର୍ମ ନମ୍ବର ୩ରେ ବିଶାଖାପାଟଣାମ୍-ନିଜାମୁଦ୍ଦିନ ସୁପରଫାଷ୍ଟ ସମତା ଏକ୍ସପ୍ରେସରେ ଦିଲ୍ଳୀକୁ ଯିବା ପାଇଁ ଯୁବକ କୁରେସୀ ନିଜ ସାଥିରେ ଦୁଇଟି ଟ୍ରଲି ବ୍ୟାଗ ନେଇ ଅପେକ୍ଷା କରିଥିବା ବେଳେ ପ୍ରତିଦିନ ଭଳି ଆରପିଏଫ ଓ ଜିଆରପି ପୋଲିସ ପକ୍ଷରୁ କରାଯାଉଥିବା ପେଟ୍ରୋଲିଂ ସମୟରେ ଯାତ୍ରୀମାନଙ୍କ ବ୍ୟାଗଗୁଡିକ ଯାଂଚ ବେଳେ କୁରେସୀର ବ୍ୟାଗରୁ ଗଂଜେଇ ଜବତ ହୋଇଥିଲା । ଏହାପରେ କୁରେସୀକୁ ଆରପିଏଫ ଥାନାରେ ଅଟକ ରଖାଯାଇ ଜେରା କରିବା ବେଳେ ସେ ଦିଲ୍ଳୀକୁ ଏହା ଚୋରାଚାଲାଣ କରିବାକୁ ନେଉଥିବା ସ୍ୱୀକାର କରିଥିଲା । ଜବତ ହୋଇଥିବା ଗଂଜେଇକୁ ମାଜିଷ୍ଟ୍ରେଟ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ସମ୍ମୁଖରେ ଖୋଲାଯାଇ ଓଜନ କରାଯାଇଥିବା ବେଳେ ୨୧କେ.ଜି.୯୦୦ଗ୍ରାମର ଗଂଜେଇ ବାହାରି ଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ବୋଲି ଆକଳନ କରାଯାଇଥିବା ବେଳେ ଅଭିଯୁକ୍ତ କୁରେସୀଙ୍କ ବିରୋଧରେ କେସ ନମ୍ବର ୬/୧୯/୨୦(ବି)/୨(ସି)ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏବଂ ଷ୍ଟେସନ ପରିସରରେ ଆରପିଏଫ ଓ ଜିଆରପି ଦ୍ୱାରା କଡା ପେଟ୍ରୋଲିଂ କରାଯାଇ ଏଭଳି ଗଂଜେଇ କାରବାରକୁ ରୋକାଯିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।
ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ଜିଆରପି ଥାନାଧିକାରୀ ଶୁଭେନ୍ଦୁ ଶବର,ଆରପିଏଫ ଥାନଧିକାରୀ ଡି.ଏନ.ତ୍ରିଲୋକ, କେସର ତଦନ୍ତ ଅଧିକାରୀ ଜିଆରପି ଏସ.ଆଇ.ଉମାଚରଣ ନାୟକ, ଏସ.ଆଇ.ଆଲୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ମିଳିଥିବା ସୂଚନା ପ୍ରକାରେ ଗତ ସେପ୍ଟେମ୍ବର ମାସରୁ ମାର୍ଚ୍ଚ ୬ତାରିଖ ସୁଦ୍ଧା ୫ଟି ଗଂଜେଇ ଚୋରାଚାଲାଣ କେସ ରୁଜୁ ହୋଇଥିବା ବେଳେ ୮୩କେ.ଜି ୪୦୦ଗ୍ରାମ ଗଂଜେଇ ଜବତ କରାଯାଇଛି ଏବଂ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । |
Be the first to know any news. You will get latest stories and video updates
through
the day. You can turn them off anytime.
ଅର୍ଗସବ୍ୟୁରୋ: ବୋଡା, ଆଇଡିଆକୁ ପଛରେ ପକାଇ ଜିଓ ହେଲା ସବୁଠାରୁ ବଡ ଦୁରଚଞ୍ଚାର କମ୍ପାନୀ । ମୁକେଶ ଅମ୍ବାନୀଙ୍କ ରିଲାୟନ୍ସ ଜିଓ ୩ବର୍ଷ ଭିତରେ ଦେଶର ସବୁଠାରୁ ବଡ ଦୁରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀ ହୋଇଛି । ଜିଓର ଉପଭୋକ୍ତା ସଂଖ୍ୟା ୩୩.୧୩ କୋଟି ରହିଛନ୍ତି । ସେହିପରି ବୋଡାଫୋନ ଏବଂ ଆଇଡିଆର ଉପଭୋକ୍ତା ୩୨ କୋଟି ରେ ସିମିତ ରହିଛି ।
ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ତରଫରୁ ଗତ ସପ୍ତାହ ଜରି ହୋଇଥିବା ପ୍ରଥମ ଚଉଠର ଫଳାଫଳ ଅନୁସାରେ ଜିଓ ଗ୍ରାହକଙ୍କ ସଂଖ୍ୟା ଜୁନ୍ ୨୦୧୯ ରେ ୩୩.୧୩ କୋଟି ଅଛି । ଭାରତୀୟ ଦୁରସଞ୍ଚାର ନିୟାମକ ର ଅନୁସାରେ ଜିଓ ମେ ମାସରେ ଏୟାରଟେଲ୍କୁ ପଛରେ ପକାଇ ଦେଶର ଦ୍ୱିତୀୟ ସବୁଠାରୁ ବଡ ଦୁରସଞ୍ଚାର ସେବା ହୋଇଥିଲା । ବର୍ତ୍ତମାନ ରିଲାୟନ୍ସ ଇଣ୍ଡଷ୍ଟ୍ରି ଆର୍ଥିକ ବର୍ଷରେ ପ୍ରଥମ ଚଉଠର ଫଳାଫଳ ପ୍ରକାଶ କରିଥିଲା । ସେହି ହିସାବରେ କମ୍ପାନୀର ଲାଭ ସାତ ପ୍ରତିଶତ ବଢି ଯାଇଛି । ସେହିପରି ଆୟରେ ୨୧.୨୫ ପ୍ରତିଶତ ବଢିଛି । ତେବ ସୂଚନା ଅନୁସାରେ କମ୍ପାନୀ ତେଲଠାରୁ ନେଇ ଟେଲିକମ୍ ବ୍ୟବସାୟରେ ସଂଯୋଗ ଅଛି ।
ଅର୍ଗସ ବ୍ୟୁରୋ: ପର୍ଯ୍ୟଟନରେ ରେକର୍ଡ କଲା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର । ଚଳିତ ବର୍ଷ ୧୧ ମାସ ମଧ୍ୟରେ ଆସିଛନ୍ତି ୨ କୋଟି ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି । ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତି ଶିକ୍ଷାନୁଷ୍ଠାନରେ "ଯୁବ ପର୍ଯ୍ୟଟନ କ୍ଲବ" ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି ।
ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର କ୍ଲବ ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି । ପୂର୍ବରୁ ଉତ୍ତର-ପୂର୍ବରେ ରେଳ, ସଡ଼କ ଓ ବିମାନ ସଂଯୋଗ ପର୍ଯ୍ୟାପ୍ତ ନଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଉତ୍ତର-ପୂର୍ବରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୯ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ। |
ହେ ଭଗବାନ ! 'ଚୀନକୁ ଭାରତର ଜମି ଦେଇଦେଲେ ପ୍ରଧାନମନ୍ତ୍ରୀ'ମୋଦୀ ! ପୋଷ୍ଟଟି ପଢନ୍ତୁ ସତ୍ୟତା ଜାଣନ୍ତୁ..ଏବଂ .ମନରେ ଦେଶଭକ୍ତି ଥିଲେ ସେୟାର ନିଶ୍ଚିତ କରନ୍ତୁ
ଭାରତ ଏବଂ ଚୀନ ମଧ୍ୟରେ ଯେଉଁ ପ୍ରକାର ସୀମା ବିବାଦ ଲାଗି ରହିଥିଲା ତାହା ଉପରେ ଏବେ ପୂର୍ବତନ କଂଗ୍ରେସ ଅଧକ୍ଷ୍ୟ ରାହୁଲ ଗାନ୍ଧି ନିଜର ଭୟାଳୁ ଅଟନ୍ତି ମତ ପ୍ରକାଶ କରି ପ୍ରଧାନ ମନ୍ତ୍ରୀକୁ କହିଛନ୍ତି ଏପରି ଏକ କଥା । ଆପଣ ମାନେ ଚ ଜାଣିଛନ୍ତି ଭାରତ ଏବଂ ଚୀନ ସୀମା ବିବାଦ ପ୍ରତ୍ୟେକ ସମୟରେ ଲାଗି ରହିଛି ବୋଲି ତେବେ ଏପରି ଏକ ପରିସ୍ଥିତିରେ ତାହାର ସମାଧାନ ପାଇଁ ବା ଏହି ସୀମା ବିବାଦକୁ ରୋକିବା ପାଇଁ ଆମର ସରକାର ବହୁତ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ।
ଏପରିକି ଦେଶ ଦେଶ ମଧ୍ୟରେ ଅନେକ ଥର ଶାନ୍ତପୂର୍ଣ୍ଣ ବୈଠକ ମଧ୍ୟ ହୋଇଛି । ଏହା ପରେ ସେହିପରି ସୀମା ବିବାଦରେ କିଛି ପରିବର୍ତ୍ତନ ଦେଖାଦେଇଛି ଏବଂ ଏବେକା ସମୟରେ ତାହା ଟିକେ ଥମିଯାଇଛି ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରସରକାରଙ୍କର ଉପରେ ବର୍ଷିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ଆମ ଦେଶର ପ୍ରଧାନମନ୍ତ୍ରୀ ଭୟାଳୁ ଅଟନ୍ତି ସେ ଚୀନ ବିରୋଧରେ ଛିଡା ହେବା ପାଇଁ ସାହସ କରିପାରନ୍ତି ନାହିଁ । ଏପରିକି ଏହି ଭୟ କାରଣରୁ ସେ ଭାରତର କିଛି ଜମି ଚୀନ ହାତକୁ ଦେଇ ଦେଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି କି ଭାରତୀୟ ଜମି ଫିଙ୍ଗର 4 ପର୍ଯ୍ୟନ୍ତ ରହିଛି ମାତ୍ର ପ୍ରଧାନମନ୍ତ୍ରୀ ଫିଙ୍ଗର 4 ରୁ ଚୀନ ହାତକୁ ଟେକି ଦେଇଛନ୍ତି । କାରଣ ଆମର ସେନାଙ୍କୁ ଫିଙ୍ଗର 3 ଅର୍ଥାତ କୈଳାଶ ରେଞ୍ଜରୁ ପଛକୁ ଫେରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି , ଯାହାକୁ ରାହୁଲ ଗାନ୍ଧି ବିରୋଧ କରିଛନ୍ତି ।
ମାତ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ରାଜ୍ୟସଭାରେ କହିଛନ୍ତି କି ଚୀନ ଏବଂ ଭାରତ ମଧ୍ୟରେ ଯେଉଁ ସୀମା ବିବାଦ ଲାଗି ରହିଥିଲା ତାହା ମଧ୍ୟରେ ଏବେ ବୁଝାବଣା ହୋଇଛି । ଯେଉଁଥିପାଇଁ କି ଉଭୟ ଦେଶର ସେନା ମାନେ ନିଜ ସୀମାରୁ ପଛକୁ ଫେରିଛନ୍ତି । ମାତ୍ର ରାହୁଲ ଗାନ୍ଧି ଏହି କଥା ମାନିବା ପାଇଁ ନାରାଜ ଅଛନ୍ତି ଏବଂ ସେ ଏହି ବାବଦରେ ପ୍ରଧାନମନ୍ତ୍ରୀକୁ ଜବାବ ମାଗିଛନ୍ତି । ଏହା ସହିତ ଗୁରୁବାର ଦିନ ହୋଇଥିବା ରାଜ୍ୟସଭା ବୈଠକରେ ଅନେକ ପ୍ରକାର ବିଦ୍ରୋହ ଦେଖାଦେଇଛି
ଆପଣ ମାନେ ତ ଜାଣିଛନ୍ତି କି ଆମ ଦେଶରେ ଅନେକ ସମୟରେ ବିଦ୍ରେହ ଲାଗି ରହିଥାଏ ଏପରିକି ଅନେକ ସମୟରେ ସୀମାକୁ ନେଇ କରି ଦେଶ ଦେଶ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଥାଏ । ତେବେ ଏପରି ଏକ ସମୟରେ ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ଉଚିତ ଏବଂ ଆମ ଦେଶ କିପରି ସମସ୍ତଙ୍କ ଠାରୁ ଆଗରେ ରହିବ ସେ ନେଇ ଚିନ୍ତା କରିବା ଉଚିତ । ମାତ୍ର ନିଜ ନିଜ ମଧ୍ୟରେ ଏପରି ବିବଦ କରିଲେ ଆମ ଦେଶ କେବେବି ଉନ୍ନତି କରିପାରିବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । |
କନକ ବ୍ୟୁରୋ: ରାଜଧାନୀର ପଥୋତ୍ସବରେ ମହାରାଜ କଂସ । ଆଜି ସକାଳୁ ସକାଳୁ ପଥୋତ୍ସବରେ ଗହଳି ଜମିଛି । ଆଉ ଏଥିରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ମହାରାଜ କଂସ । ମଥୁରାର ମହାରାଜ ନିଜ ମନ୍ତ୍ରୀ ଓ ପରିଷଦ ବର୍ଗଙ୍କ ସହ ପଥୋତ୍ସବ ବୁଲିଦେଖୁଛନ୍ତି ।
ମହାରାଜ କଂସଙ୍କୁ ପାଖରୁ ଦେଖିବା ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଏହାଛଡା ମହାରାଜଙ୍କ ସହ ଯୁବପୀଢି ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାପରେ ପଥୋତ୍ସବର ମଂଚରେ ମହାରାଜଙ୍କ ଅଭିନୟ ରାଜଧାନୀବାସୀଙ୍କ ମନ ମୋହିଛି । |
ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି। ବିଜେଡି , ବିଜେପି ଠାରୁ ଆରମ୍ଭ କରି ସ୍ଵାଧୀନ ପ୍ରାର୍ଥୀ ପର୍ଯ୍ୟନ୍ତ ସମସ୍ତେ ଭୋଟ ହାତେଇବା ପାଇଁ ଆରମ୍ଭ କରିଦେଇଛନ୍ତି ରଣନୀତି। ନିର୍ବାଚନ ପାଇଁ ୫ ଜଣ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
ଏଥିରେ ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧି ଦଳ ବିଜେପି ଦିବଙ୍ଗତ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ନେତା ସୁର୍ଯ୍ୟବଂଶି ସୁରଜଙ୍କୁ ମଇଦାନକୁ ଆଣିଛି। ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ତାର ପଲା ଭାରି କରିବା ପାଇଁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ ଭାବେ ମନୋନିତ କରିଛି। ଏହାପରେ ମଧ୍ୟ ସ୍ୱାଧୀନ ଭାବେ ପବିତ୍ର ମୋହନ ଦାସ ଏବଂ ବିଜେଡିର ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦେଇଛନ୍ତି।
ଧାମନଗର ପ୍ରଚାର ଆଗରେ ଥିବା ଶାସକ ବିଜେଡି ବିଜୟକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ଦଳ ଯୁକ୍ତି ବାଢିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଜଣେ ମିଶନ ଶକ୍ତି ସଦସ୍ୟା। ତେଣୁ ସେ ବିଜୟୀ ହେବା ନିଶ୍ଚିତ ବୋଲି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି । ବିକାଶକୁ ମନ୍ତ୍ର କରି ରାଜ୍ୟ ସରକାର କାମ କରୁଥିବାରୁ ବିଜେଡି ସହ ଛାତ୍ର, ଯୁବ, ମହିଳା ରହୁଛନ୍ତି।ତେଣୁ ଅନୁକମ୍ପା ନୁହେଁ, ବରଂ ବିକାଶ ସହ ଧାମନଗରବାସୀ ରହିବେ ବୋଲି ସେ କହିଛନ୍ତି।
ସେହିଭଳି ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ବିଜେଡି ନିଶ୍ଚୟ ଭାବରେ ଧାମନଗର ସିଟ୍ ହାତେଇବ ବୋଲି କହିଛନ୍ତି। ସେ କହିଛନ୍ତି , ସାଧାରଣ ଲୋକଙ୍କ ପାଇଁ ନବୀନ ସରକାର ଯେଉଁ କାମ କରିଛନ୍ତି ତାକୁ ଲୋକ ମାନେ ଗ୍ରହଣ କରିଛନ୍ତି। ନିଶ୍ଚିତ ଭାବରେ ବିଜେଡି ୩୦୦୦୦ ରୁ ଅଧିକ ଭୋଟ ରେ ଜିତିବ ବୋଲି ବିଶ୍ୱାସ ରଖିଛନ୍ତି। ଏହା ସହିତ ସେ ସ୍ଵାଧୀନ ପ୍ରାର୍ଥୀ କୁ ମଧ୍ୟ ସମାଲୋଚନା କରିଥିଲେ।
ତେବେ ସୂଚନା ଯୋଗ୍ୟ ଯେ, ଧାମନଗର ନିର୍ବାଚନ ମଣ୍ଡଳୀରେ ମୋଟ୍ ୨,୩୮, ୪୧୭ ଭୋଟର ଥିବାବେଳେ ୨୫୩ଟି ବୁଥ ରହିଛି। ଏହା ମଧ୍ୟରୁ ୧୦୭ଟି ବୁଥ ସମ୍ୱେଦନଶୀଳ ରହିଛି। ଏହି ବୁଥରେ ଯେପରି କିଛି ବିଶୃଙ୍ଖଳା ନହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନରେ ୨୬ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଛନ୍ତି। ମତଦାନ ଦିନ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି |
ବାହୁବଳୀ ଷ୍ଟାର ଏବଂ ତେଲୁଗୁ ଷ୍ଟାର ପ୍ରଭାସ ଏକ ବିଗବଜେଟ ଫିଲ୍ମ କରିବାକୁ ଯାଉଛନ୍ତି ଯାହାର ନାମ ହେଉଛି 'ଆଦିପୁରୁଷ' । କିଛି ଦିନ ହେବ ଫିଲ୍ମର ଫିମେଲ ଲିଡକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ମେକର୍ସ ମାନେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ନାମରେ ମୋହର ମାରିଛନ୍ତି । ଫିଲ୍ମମରେ କ୍ରିତି ସୀତା ଭୂମିକାରେ ନଜର ଆସିବେ , ପ୍ରଭାସ ରାମ ଭୂମିକାରେ ଏବଂ ସୈଫ ଅଲ୍ଲୀ ଖାନ ରାବଣ ଭୂୁମିକାରେ ନଜର ଆସିବେ । । ଫିଲ୍ମର ପୋଷ୍ଟରକୁ ଅଗଷ୍ଟ ମାସରେ ଲକଡାଉନ ସମୟରେ ରିଲିଜ କରାଯାଇଥିବା ବେଳେ । ଫିଲ୍ମକୁ ୨୦୨୨ରେ ରିଲିଜ କରାଯିବା ନେଇ ସୂଚନା ମିଳିଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା |
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ୬,୭୯୪ ଜଣ ଗ୍ରାମ ପଞ୍ଚାୟତ ଚତୁର୍ଥଶ୍ରେଣୀ କର୍ମଚାରୀ (ପିଅନ)ମାନଙ୍କର ଏକ ରାଜ୍ୟସ୍ତରୀୟ ଜରୁରୀ ବୈଠକ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି ଓ ରାଜ୍ୟ ସଂଘ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ତତ୍ତ୍ୱାବଧାନରେ ଭୁନେଶ୍ୱରସ୍ଥିତ ଡାଲମିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ତୃଣମଳସ୍ତରରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବହୁବିଧ ଉନ୍ନୟନ ଯୋଜନା ରାଜ୍ୟ ସରକାରଙ୍କ କାର୍ଯ୍ୟ ଗୁଡ଼ିକରେ ସହଯୋଗ କରି ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ନିକଟରେ ସେବା ପ୍ରଦାନ କରି ଆସୁଛନ୍ତି ମାତ୍ର ଖୁବ୍ କମ୍ ପାରିଶ୍ରମିକ ପାଇ ଏହା ଯଥେଷ୍ଟ କମ୍ ସର୍ବନିମ୍ନ ମଜୁରୀ ଠାରୁ । ଯାହାଫଳରେ କର୍ମଚାରୀ ସଂଘ ତରଫରୁ ସେଥିପାଇଁ ବିଗତ ଦିନମାନଙ୍କରେ ବିଭିନ୍ନ ସମୟରେ କର୍ମଚାରୀ ସଂଘ ତିରିଶ ଜିଲ୍ଲାର ବିଧାନସଭା ସମ୍ମୁଖରେ ରାଲି ଧାରଣା, ସଭା ସମିତି କରିଥିଲେ ଏବଂ ନିକଟରେ ମଧ୍ୟ ୫-ଟି ଅଧ୍ୟକ୍ଷକଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଅଭିଯୋଗ ଅଭିଯୋଗ ଦରଖାସ୍ତ ଗ୍ରହଣ କରିବା ସମୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ତରଫରୁ ଭିନ୍ନ ଭିନ୍ନ ଜିଲ୍ଲାରେ କର୍ମଚାରୀ ମାନଙ୍କ ପକ୍ଷରୁ ଦାବି ପୂରଣ ପାଇଁ ସ୍ମାରକପତ୍ର, ଦରଖାସ୍ତ ପ୍ରଦାନ କରାଯାଇଥିଲା ଏବଂ ଏ ବାବଦରେ ବିଗତ ଦିନମାନଙ୍କରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ସମ୍ମାନୀୟ ମୁଖ୍ୟ ଶାସନ ସଚିବ ମହୋଦୟଙ୍କୁ, ମାନ୍ୟବର ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ତଥା ମାନ୍ୟବର ଅର୍ଥମନ୍ତ୍ରୀ, ସମସ୍ତ କମିଟି ସଦସ୍ୟ ବୃନ୍ଦ ଓ ମାନ୍ୟବର ଆଇନ ଓ ଶ୍ରମ ନିୟୋଜନ ବିଭାଗ ମନ୍ତ୍ରୀ ମହୋଦୟଙ୍କୁ ଏବଂ ମାନ୍ୟବର ବିଭାଗୀୟ ପଞ୍ଚାୟତିରାଜ ମନ୍ତ୍ରୀ ମହୋଦୟ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ଏବଂ ମାନ୍ୟବର ବିଧାୟକ ଯାଜପୁର ତଥା ସଂଘ ସାଂଗଠନିକ ସମ୍ପାଦକ (ବିଜେଡ଼ି) ଦଳ ମହୋଦୟଙ୍କୁ ଦାବି ଦରଖାସ୍ତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବି ପୂରଣ ଦରଖାସ୍ତ ଉପରେ ରାଜ୍ୟ ସରକାର ଶୁଭ ଦୃଷ୍ଟି ଦେଇ ଯାହାକିଛି ହେଉନା କାହିଁକି ସରକାରଙ୍କ ଠାରୁ କର୍ମଚାରୀ ସହାୟତା ଅନୁଦାନ (ଗ୍ରାଣ୍ଟ-ଇନ-ଏଡ୍) ଆକାରେ ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଥିବା ପଞ୍ଚାୟତିରାଜ ବିଭାଗରେ, ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ସରକାରୀ ଆଦେଶ ପତ୍ର ବାହାରିବାରେ ବିଳମ୍ବ ହେଉଥିବା ଯୋଗୁଁ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ମନୋଭାବ ସୃଷ୍ଟି ହେଉଛି । ଏପଟେ କିଛି ଦିନ ମଧ୍ୟରେ ସାଧାରଣ ନିର୍ବାଚନ ଆଚରଣବିଧି ଘୋଷଣା ହୋଇପାରେ କୋଉ ମୁହୂର୍ତ୍ତରେ ସରକାରୀସ୍ତରରେ । ଏଣୁ କର୍ମଚାରୀ ମାନଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମହୋଦୟଙ୍କୁ କର୍ମଚାରୀ ପକ୍ଷରୁ ଗୁହାରି ଶିଘ୍ର ପଦକ୍ଷେପ ନେବା ସହ କର୍ମଚାରୀମାନଙ୍କ ପାଇଁ ପଞ୍ଚାୟତି ବିଭାଗରୁ କିପରି ଶୀଘ୍ର ଆଦେଶନାମା ପତ୍ର ଇସ୍ୟୁ ହେବ ସେ ଦିଗରେ ଶୁଭ ଦୃଷ୍ଟି ଦେବାକୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଜିର ରାଜ୍ୟ ଜରୁରୀ ବୈଠକରେ ପ୍ରସ୍ତାବ ରଖିବା ସହିତ ଦୃଢ ଦାବି ଉପସ୍ଥାପନ କରାଯାଇଛି ।ଏହି ସଭାରେ ବିଭିନ୍ନ ଜିଲ୍ଲା ସଂଘ କମିଟି ଓ ବ୍ଲକ ସଂଘ କମିଟିର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ମାନଙ୍କ ସମେତ ସଂଘର ନେତୃତ୍ୱ ନେଉଥିବା ସମସ୍ତ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ । ସହ ସମ୍ପାଦକ ସନାତନ ପ୍ରଧାନ ଓ କୋଷାଧ୍ୟକ୍ଷ ଅରୁପାନନ୍ଦ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
- ← ଦୁର୍ଗମ ଆଦିବାସୀ ପଲ୍ଲୀରେ ଉଡ଼ିଲା ତ୍ରିରଙ୍ଗା
- ମହାନ ସ୍ୱାଧୀନତା ସଂଗ୍ରାମୀ ଓ ନୀତିନିଷ୍ଠ ଥିଲେ ସ୍ବର୍ଗତ ନୀଳମଣି ସାମଲ → |
ସ୍ୱର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନ୍ ଙ୍କ ମୃତ୍ୟୁ ଜଡ଼ିତ ଥିବା ଚର୍ଚ୍ଚା ରେ ରହିଛି । ଏହି ଦୁଇଟି ମାମଲା ର ତଦାରଖ ଚାଲିଥିବା ବେଳେ ମହାରାଷ୍ଟ୍ର ର ବିଜେପି ବିଧାୟକ ନୀତିଶ ରାଣେ ଗୁରୁବାର ଦିନ ଏହି ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି । ସେ କହିଛନ୍ତି ମୃତ୍ୟୁ ର ଠିକ୍ ପୂର୍ବ ରୁ ସୁଶାନ୍ତ ଙ୍କ ପୂର୍ବତନ ମ୍ୟାନେଜର ଦିଶା ୧୦୦ ନମ୍ୱର୍ ରେ କଲ୍ କରିଥିଲେ ।
ନୀତିଶ ରାଣେ ଦାବୀ କରି କହିଛନ୍ତି ଯେ ଦିଶା ମୃତ୍ୟୁ ପୂର୍ବରୁ ପୋଲିସ କୁ କଲ୍ କରି ସାହାଯ୍ୟ ପାଇଁ ବିନତି କରିଥିଲେ । ଏହା ଛଡ଼ା ବିଜେପି ବିଧାୟକ ଆହୁରି ଅନେକ ପ୍ରଶ୍ନ ମଧ୍ୟ ଉଠେଇଛନ୍ତି । ଆସନ୍ତୁ ଜାଣିବା ସେ କଣ କଣ କହିଛନ୍ତି ।
କାହିଁକି ବଦଳିଗଲା ତଦାରଖ ଅଧିକାରୀ?
ନୀତିଶ ରାଣେ ପ୍ରଶ୍ନ କରିଛନ୍ତି ଯଦି ଦିଶା ଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ଅଟେ ତେବେ ମୁମ୍ବାଇ ପୋଲିସ ତରଫରୁ କାହିଁକି ଦୁଇ ଦୁଇଥର ତଦାରଖ ଅଧିକାରୀ ବଦଳି କରଗଲା ? ଏହି ଘଟଣାରେ ମୁମ୍ବାଇ ପୋଲିସ ମିଳିତ ଥିବା ସେ କହିଛନ୍ତି ।
ମୁମ୍ବାଇ ପୋଲିସ ଉପରେ ଉଠାଇଲେ ସନ୍ଦେହଜନକ ପ୍ରଶ୍ନ…
ବିଜେପି ବିଧାୟକ କହିଲେ ଦିଶାଙ୍କ ମୃତ୍ୟୁ ୮ ଜୁନ କୁ ହୋଇଯାଇଥିଲା, କିନ୍ତୁ ତାଙ୍କ ଶବ ବ୍ୟବଚ୍ଛେଦ ୧୧ ଜୁନ କୁ କାହିଁକି କରାଗଲା? ଦିଶାଙ୍କ ଫୋନ କଲ୍ ଡିଟେଲ୍ସ ଅନୁଯାୟୀ ତାଙ୍କ ଫୋନ ରୁ ଶେଷ କଲ୍ ୮ ଜୁନ ରାତି ୮:୩୦ ରେ କରା ଯାଇଥିଲା ଓ ତା ପରେ ପାଖାପାଖି ୪-୫ ଘଣ୍ଟା ଧରି ତାଙ୍କ ଫୋନ ବନ୍ଦ ଥିଲା । ତାପରେ ତାଙ୍କ ଫୋନ ଆଉ ଥରେ ଅନ୍ ହୋଇଥିଲା ଏବଂ ୧୭ ଜୁନ ଯାଏ ଆକ୍ଟିଭ ରହିଥିଲା । ଏହାର ଅର୍ଥ ଦିଶା ଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଫୋନ ବ୍ୟବହାର କରା ଯାଉଥିଲା । ନୀତେଶ ରାଣେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ ଏହାର ସଠିକ୍ ଭାବେ ତଦନ୍ତ କରା ଯାଉ ।
ବିଜେପି ବିଧାୟକ କହିଲେ ଦିଶାଙ୍କ ସହ ପାର୍ଟିରେ…
ନୀତେଶ ରାଣେଙ୍କ ଅନୁସାରେ ଦିଶାଙ୍କ ସହ ପାର୍ଟିରେ କିଛି ଅସଙ୍ଗତ ହେଇଥିଲା ଯାହାଦ୍ଵାରା ସେ ପାର୍ଟି ରୁ ବାହାରି ୧୦୦ ନମ୍ବର ରେ କଲ୍ କରି ସାହାଯ୍ୟ ମାଗିଥିଲେ କିନ୍ତୁ ମୁମ୍ବାଇ ପୋଲିସ ସାହାଯ୍ୟ କରି ପାରି ନ ଥିଲା । ଯେହେତୁ ଦିଶା ପୋଲିସକୁ ଏହି ବିଷୟରେ ଅବଗତ କରାଇଥିଲେ ପୋଲିସ ପାଖରେ ଏହାର ସୂଚନା ରହିବା କଥା ।
ନୀତେଶ ରାଣେ କହିଲେ ମୁମ୍ବାଇ ପୋଲିସର ଭୂମିକା ସନ୍ଦେହଜନକ…
ନୀତେଶ ରାଣେ କହିଲେ ଯେ ମୁମ୍ବାଇ ପୋଲିସ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ମୁଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଲିଡ୍ ଦଉଛି ସିବିଆଇ ଏହାକୁ ତଦାରଖ କରିବା ଉଚିତ୍ । ଆହୁରି ମଧ୍ୟ କହିଛନ୍ତି କି ସେ ସିବିଆଇ କୁ ତଦାରଖରେ ମଧ୍ୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ।
ଆହୁରି ମଧ୍ୟ ନୀତେଶ ରାଣେ ବୁଧବାର ଦିନ ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କୁ ଏହି ବିଷୟରେ ପତ୍ର ଲେଖି ତାଙ୍କ ଧ୍ୟାନ ଆକୃଷ୍ଟ କରିଛନ୍ତି । ତା ସହିତ ଦିଶାଙ୍କ ସହିତ ଲିଭ୍ ଇନ୍ ରେ ରହୁଥିବା ତାଙ୍କ ପାର୍ଟନର ରୋହନ ରାୟଙ୍କ ପାଇଁ ମଧ୍ୟ ସୁରକ୍ଷା ମାଗିଛନ୍ତି ।
କହି ରଖୁଛି ଯେ ୮ ଜୁନ ରେ ୧୪ମହଲା ରୁ ପଡି ଦିଶା ସାଲିୟନ୍ ଙ୍କ ମୃତ୍ୟୁ ହୋଇଥିଲା । ସେପଟେ ରିୟା ଚକ୍ରବର୍ତ୍ତୀ ମଧ୍ୟ ସେଇଦିନ ହିଁ ସୁଶାନ୍ତ ଙ୍କ ଘର ଛାଡିଥିଲେ । ତାପରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ । ଜଣାଇ ରଖୁଛି ଯେ ସୁଶାନ୍ତ ଙ୍କ କେସ୍ ର ତଦାରଖ ସିବିଆଇ, ଏନ୍.ସି.ବି ଓ ଇଡି କରୁଛନ୍ତି । କିଛିଦିନ ପୂର୍ବ ରୁ ସୁଶାନ୍ତ ଙ୍କ ମାମଲା ରେ ଡ୍ରଗ୍ ଆଙ୍ଗେଲ୍ ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଙ୍କୁ ଏନ୍.ସି.ବି ଗିରଫ କରିଛି । ସେପଟେ ସିବିଆଇ ଦିଶାଙ୍କ ସହ ଜଡ଼ିତ ଥିବା ଲୋକଙ୍କୁ ମଧ୍ୟ ପଚରଉଚରା ପାଇଁ ଡକାଇଛି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । |
ଭାରତୀୟ କ୍ରିକେଟର ଅନେକ ମ୍ୟାଚରେ ରୋଚକ ବିଜୟ ଦେଇ ଦର୍ଶକଙ୍କୁ ଖୁସି କରାଇବା ସହ ଭାରତକୁ ଗୌରବ ଦେଉଥିବା ବେଳେ ସେମାନଙ୍କ ଜୀବନର ଅନେକ ବିଶେଷ ମୁହୁର୍ତକୁ ସେମାନେ ହାତଛଡା କରିଥାନ୍ତି । ପଡିଆରେ ଦର୍ଶକଙ୍କୁ ମନଭରି ଦେଉଥିବା ଖୁସି ପଛରେ ବି ଥାଏ ଅନେକ ଅବିଶ୍ୱାସନୀୟ ସତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଧୋନି ଯେତେବେଳେ ଦେଶ ପାଇଁ ଅଷ୍ଟ୍ରେଲିଆରେ କ୍ରିକେଟ ଖେଳୁଥିବା ବେଳେ ଜାଣିଥିଲେ କନ୍ୟାସନ୍ତାନର ବାପା ହୋଇଥିଲେ ।
ଯେତେବେଳେ ଅଷ୍ଟ୍ରେଲିଆରେ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପରେ ଭାରତର ନେତୃତ୍ୱ ନେଉଥିଲେ ତାଙ୍କ ପତ୍ନୀ ଆସନ୍ନପ୍ରସବା ଥିଲେ । ଅଷ୍ଟ୍ରେଲିଆ ବିରୋଧରେ ଭାରତର ଫାଇନାଲ ୱାର୍ମଅପ ମ୍ୟାଚର ଦୁଇ ଦିନ ପୂର୍ବରୁ ଅର୍ଥାତ ୬ଫେବୃୟାରୀ ୨୦୧୫ରେ ତାଙ୍କର ଝିଅ ଜନ୍ମ ହୋଇଥିଲା । ପ୍ରସଦ୍ଧ ସାମ୍ବାଦିକ ରାଜଦୀପ ସରଦେଶାଇ ନିକଟରେ 'ଡେମୋକ୍ରାସିସ ଇଲେଭେନ: ଦ ଗ୍ରେଟ ଇଣ୍ଡିଆନ କ୍ରିକେଟ ଷ୍ଟୋରୀ'ର ଉନ୍ମୋଚନ କରିଥିଲେ । ଧୋନିଙ୍କ ଝିଅ 'ଜିଭା' ଜନ୍ମ ଖୁସି ଖବର ଦେବାକୁ ସାକ୍ଷୀ ସୁରେଶ ରାଇନାଙ୍କୁ ଯୋଗାଯୋଗ କରିଥିଲେ କାରଣ ଧୋନି ମୋବାଇଲ ଫୋନ ନେଇନଥିଲେ ।
ଆଇସିସି ବିଶ୍ୱକପ -୨୦୧୫ ସମୟର ଏହି ଘଟଣା ବିଷୟରେ ପବ୍ଲିସର ଯୁଗରନଟ ବୁକସ ଟ୍ୱିଟ କରି ଜଣାଇଛନ୍ତି । ଜିଭାଙ୍କ ଜନ୍ମ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଧୋନି କହିଥିଲେ 'ମୁଁ ବର୍ତମାନ ଭାରତର ସେବା କରୁଛି, ସେଥିପାଇଁ ମୋତେ ସବୁୁ ଅପେକ୍ଷା କରିବାକୁ ପଡିବ' । ଏଥିରୁ ଅଧିନାୟକ ଧୋନିଙ୍କ କ୍ରିକେଟ ଓ ଭାରତ ପ୍ରତି ଥିବା ତାଙ୍କର ନିଷ୍ଠା ଦେଖାଇଥିଲେ । ସଫଳତମ ଅଧିନାୟକ ଧୋନି ଭାରତକୁ ୨୦୧୧ ବିଶ୍ୱକପ ବିଜୟୀ କରାଇବା ସହ ପ୍ରଥମ ଟି-୨୦ ବିଶ୍ୱକପ ଜିତାଇଥିଲେ । ୨୦୧୫ ବିଶ୍ୱକପରେ ଭାରତ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା କିନ୍ତୁ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୯୫ ରନରେ ହାରି ଯାଇଥିଲା । |
ବଡ଼ ବଡ଼ ମହାନଗରରୁ ପ୍ରବାସୀ ଲୋକଙ୍କ ପ୍ରସ୍ଥାନ ନେଇ ସବୁ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଛୋଟ ସହର ଏପରିକି ଗ୍ରାମାଞ୍ଚଳର ଆଭ୍ୟନ୍ତରୀଣ ଇଲାକାର ସମ୍ବାଦିକମାନେ ଫେରି ଆସୁଥବା ଶ୍ରମିକମାନଙ୍କ ଅସୁବିଧା ଉପରେ ଆଲୋକପାତ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରେ ବିଳାସପୁରର ଜଣେ ବରିଷ୍ଠ ଫଟୋ ସାମ୍ବାଦିକ ସତ୍ୟପ୍ରକାଶ ପାଣ୍ଡେ ହେଉଛନ୍ତି ଜଣେ ସମ୍ବାଦିକ ଯିଏ କି ଦୂର ଦୂରାନ୍ତରୁ ଦୁଃଖର ସହ ଫେରୁଥବା ପ୍ରବାସୀ ଲୋକଙ୍କ ନିକଟରେ ପହଂଚିବା ସହ ସେମାନଙ୍କ ଖବର ସଂଗ୍ରହ କରୁଛନ୍ତି। ଏହି ରିପୋର୍ଟରେ ତାଙ୍କ ଫଟୋରେ ଥିବା ବ୍ୟକ୍ତିମାନେ ଛତିଶଗଡ଼ର ରାୟପୁରରୁ ଝାଡ଼ଖଣ୍ଡର ଗରୱା ଜିଲ୍ଲାର ବିଭିନ୍ନ ଗ୍ରାମକୁ ଫେରୁଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କ ଗୋଷ୍ଠୀ ରହିଛନ୍ତି।
ରାୟପୁର ଏବଂ ଗରୱା ମଧ୍ୟରେ ଦୂରତା ହେଉଛି ୫୩୮ କିଲୋମିଟର
ସେ କୁହନ୍ତି, "ସେମାନେ ପାଦରେ ଚାଲି ଚାଲି ଆସିଥିଲେ।" "ସେମାନେ ୨-୩ ଦିନ ମଧ୍ୟରେ ୧୩୦ କିଲୋମିଟର (ରାୟପୁର ଏବଂ ବିଳାସପୁର ମଧ୍ୟରେ ଦୂରତା) ଅତିକ୍ରମ କରିସାରିଛନ୍ତି। ଏବଂ ଆଗାମୀ ୨ରୁ ୩ଦିନ ମଧ୍ୟରେ ସେମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ବୋଲି ବିଶ୍ୱାସ ରଖିଛନ୍ତି।" (ସତ୍ୟପ୍ରକାଶଙ୍କ ଏକ ଫେସବୁକ୍ ପୋଷ୍ଟ ସେମାନଙ୍କ ଦୁଃଖ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ଏହାର ପ୍ରତିକ୍ରିୟାରେ କର୍ମକର୍ତ୍ତାମାନେ ଅମ୍ବିକାପୁରରୁ ଆଗକୁ ସେମାନଙ୍କ ପରିବହନ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ସେମାନେ ଘରକୁ ଯିବାପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି, ଏପରିକି ଏହି ଯାତ୍ରା ପାଦରେ ଚାଲି ଚାଲି ଶେଷ କରିବାକୁ ହେଲେ ମଧ୍ୟ ସେମାନେ ଏହା କରିବେ ବୋଲି ମନେହେଉଛି) ।
ଫେରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣେ, ରାଫିକ୍ ମିଆଁ ତାଙ୍କୁ କହିଥିଲେ: "ସାର୍, ଏହି ଦେଶରେ ଦାରିଦ୍ର୍ୟ ଏକ ଅଭିଶାପ।"
ପ୍ରଚ୍ଛଦ ଫଟୋ: ସତ୍ୟପ୍ରକାଶ ପାଣ୍ଡେ ହେଉଛନ୍ତି ବିଳାସପୁରର ଜଣେ ବରିଷ୍ଠ ସାମ୍ବାଦିକ ତଥା ବନ୍ୟଜୀବ ଫଟୋଗ୍ରାଫର ।
ଅନୁବାଦ: ଓଡ଼ିଶାଲାଇଭ୍ |
ଅମୃତସର : ପଞ୍ଜାବର ବର୍ଷୀୟାନ ସୁଫି ଗାୟକ ପ୍ୟାରେଲାଲ ୱାଡାଲିଙ୍କ ହୃଦ୍ଘାତରେ ଶୁକ୍ରବାର ପରଲୋକ ଘଟିଛି । ପ୍ୟାରେଲାଲ ଦେଶରେ ସୁଫି ସଂଗୀତ ପାଇଁ ବେଶ ଲୋକପ୍ରିୟ ହୋଇଥିଲେ । ନିଜ ବଡ଼ ଭାଇ ପୁରନଚନ୍ଦ ୱାଡାଲିଙ୍କ ସହ ମିଶି ସେ ସୁଫି ସଂଗୀତ ଗାନ କରୁଥିଲେ । ପ୍ୟାରେଲାଲ ବଡ଼ ଭାଇ ପୁରନଚନ୍ଦକୁ ନିଜ ଗୁରୁ ମାନୁଥିଲେ । ଏହି ଦୁଇ ଭାଇଙ୍କ ଯୋଡ଼ି ବିଶ୍ୱରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲେ । ନିକଟରେ ସେ କଙ୍ଗନା ରଣାୱତଙ୍କ ଚଳଚ୍ଚିତ୍ର 'ତନୁ ୱେଡସ୍ ମନୁ'ରେ ରଂଗରେଜ ମେରେ… ଗୀତ ଗାଇଥିଲେ । ଏହି ଗୀତ ବେଶ ଲୋକପ୍ରୟ ହୋଇଥିଲା । ପ୍ୟାରେଲାଲ ଗତ କିଛି ଦିନ ଧରି ଅୁସୁସ୍ଥ ଥିଲେ । ତେଣୁ ତାଙ୍କ ବଡ଼ ଭାଇ ପୁରନଚନ୍ଦ ନିଜ ପୁଅ ଲଖବିନ୍ଦର ସହ ମିଶି ମଞ୍ଚରେ ଗୀତ ଗାଉଥିଲେ । ପ୍ୟାରେଲାଲଙ୍କ ପରଲୋକ ସହ ୱାଡାଲି ବ୍ରଦର୍ସ ଭାବେ ଜଣାଶୁଣା ଓ ପ୍ରସିଦ୍ଧ ଯୋଡ଼ି ଭାଙ୍ଗିଯାଇଛି। ୱାଡାଲି ବ୍ରଦର୍ସଙ୍କୁ ୧୯୯୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଗୀତ ନାଟକ ସମ୍ମାନ, ୧୯୯୮ରେ ତୁଳସୀ ସମ୍ମାନ, ୨୦୦୩ରେ ପଞ୍ଜାବ ସଂଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା । |
ବିନିକା ୨୦।୦୧ : ପେଟ୍ରୋଲ ପମ୍ପରୁ ଲୁଟ୍ । ସିଗାରେଟ୍ ଟାଣିବାକୁ ମନା କରିବାରୁ ଦୁର୍ବୃତ୍ତଙ୍କ ଉନ୍ମୁତ୍ତକାଣ୍ଡ । ମେସିନ ଭାଙ୍ଗିବା ସହ ୨୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବୈଦପାଳି ଠାରେ ମିଶ୍ର ଆଣ୍ଡ ମିଶ୍ର ଭାରତ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ କାର୍ ଆସି ପେଟ୍ରୋଲ ପକାଇଥିଲା । ଏହି ସମୟରେ ସେହି ସ୍ଥାନରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣିବାକୁ ଆରମ୍ଭ କରିଥିଲେ । କିନ୍ତୁ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା କର୍ମଚାରୀ ଏହାକୁ ବାରଣ କରିଥିଲେ ।ଏହା କଥାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ମ୍ୟାନେଜରଙ୍କୁ ଧକ୍କା ଦେଇ ତାଙ୍କ ପକେଟରୁ ୨୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ରାତି ସାଢେ ୧୨ ଟାରେ ପୁଣି ୬ଜଣ ଦୁର୍ବୃତ୍ତ ଆସି ପେଟ୍ରୋଲ ମେସିନ୍ ସହ ଅଫିସ କାଚ ଭାଙ୍ଗି ସଙ୍ଗେ ସଙ୍ଗେ ଫେରାର ମାରିଥିଲେ ।
ସେପଟେ ମ୍ୟାନେଜର ତୁରନ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଁଚିବା ପୂର୍ବରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ l ଏନେଇ ଡୁଙ୍ଗୁରିପାଲି ଥାନାରେ ମାଲିକ ଲିଖିତ ଭାବେ ଅଭିଯୋଗ କରିଛନ୍ତି l |
ନ୍ୟୁୟର୍କ୬|୧୨: ଆପଣମାନେ ଯେତେବେଳେ ବାହାରକୁ ଯାଉଛନ୍ତି, ଯାତ୍ରାକୁ ଆରାମଦାୟକ କରିବା ପାଇଁ କେଉଁଠି ନା କେଉଁଠି ରାତ୍ରୀଯାପନ ପାଇଁ ହୋଟେଲର ସାହାରା ନେଉଛନ୍ତି । ଆପଣଯଦି ପୁରୁଷ ହୋଇଛନ୍ତି ତାହେଲେ ବିଶେଷକିଛି ଅସୁବିଧା ନାହିଁ । କିନ୍ତୁ ଆପଣ ଯଦି ମହିଳା କିମ୍ଵା କୌଣସି ମହିଳାଂକ ସହ ଯାତ୍ରା କରୁଛନ୍ତି ତାହେଲେ ହୋଟେଲରେ ରହିବାବେଳେ ସାବଧାନ ରହିବା ନିହାତି ଜରୁରୀ । ସାଧାରଣ ହୋଟେଲରେ ଯେମିତି ଭୟ ଥାଏ , ପଂଚତାରକା ହୋଟେଲରେ ମଧ୍ୟ ସେମିତି ଭୟ ରହିଛି । ଆପଣମାନେ ଭୂଲିଯିବା ଉଚିତ ନୁହେଁଯେ, ଆପଣ ମାତ୍ର କିଛିଦିନ ବା କିଛିଘଣ୍ଟା ପାଇଁ ହୋଟେଲରେ ରହିବାକୁ ପସନ୍ଦ କରିଛନ୍ତି । ତା ମାନେ ନୁହେଁ ଆପଣ ଘର ଭଳି ସେଠାରେ ଚଳିବେ । ପଞ୍ଚତାରକା ହୋଟେଲ ଭାବି ନିଜକୁ ଗୋପନୀୟତା ଦୃଷ୍ଟିରୁ ସୁରକ୍ଷା ମଣିବା ଆଦୌ ଠିକ ନୁହେଁ ।
ଯଦି ଆପଣ ସାବଧାନ ନୁହଁନ୍ତି, ତାହେଲେ ନିଶ୍ଚିତଭାବେ ହଇରାଣରେ ପଡ଼ିପାରନ୍ତି । ସେମିତି ଏକ ଘଟଣା ଘଟିଛି ଚିକାଗୋର ଏକ ପଂଚତାରକା ହୋଟେଲରେ । ମହିଳା ଜଣଂକୁ ସେମିତି ଏକ ଅଭାବନୀୟ ଘଟଣାର ସାମନା କରିବାକୁ ପଡ଼ିଛି । ମହିଳା ଜଣକ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ସ୍ପାଇ କ୍ୟାମରାରେ ତାଂକ ଅଜାଣତରେ ଭିଡ଼ିଓ ସୁଟିଂ କରାଯାଇଥିଲା । ସେଇ ଭିଡ଼ିଓକୁ ଆଡ଼ଲ୍ଟ ସାଇଟରେ ଅପଲୋଡ଼ କରିଦିଆଯାଇଥିଲା । ମହିଳା ଜାଣିବା ବେଳକୁ ବହୁତ ଡ଼େରି ହୋଇଯାଇଥିଲା ।
ମହିଳା ଏହା ଜାଣିବା ବେଳକୁ ହଜାର ହଜାର ଲୋକ ସେ ଭିଡ଼ିଓ ଦେଖିସାରିଥିଲେ । ମହିଳା ଜଣକ ସେ ହୋଟେଲ ବିରୋଧରେ ୧୦୦ନିୟୁତ ଡ଼ଲାରର ମାନହାନୀ ମକଦ୍ଦମା ରୁଜୁ କରିଥିଲେ ।
ନ୍ୟୁୟର୍କରେ ଥିବା ହିଲଟନ ଓ୍ଵାଲଡ଼ଓ୍ଵାଇଡ଼ ହୋଟେଲ ବିରୋଧରେ ମହିଳା ଜଣକ ସାଂଘାତିକ ଅଭିଯୋଗ ଆଣିଥିଲେ । ସେ ବାଥରୁମରେ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ହିଡ଼େନ କ୍ୟାମରାରେ ହୋଟେଲରେ ତାଂକର ଭିଡ଼ିଓ ସୁଟିଂଗ କରାଯାଇଥିଲା । ଯାହାକୁ ତାଂକ ନାଁରେ ଭିଡ଼ିଓ ତିଆରି କରି ଆଡ଼ଲ୍ଟ ସାଇଟରେ ଛଡ଼ାଯାଇଥିଲା । ସେଥିପାଇଁ ସେ ମାନସିକ ଅଶାନ୍ତିରେ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ମହିଳା ରୁଜୁ କରିଥିବା ମକଦ୍ଦମାରୁ ଜଣାଯାଇଛି,ସେ ଗାଧୋଉଥିବା ସମୟରେ ଭିଡ଼ିଓ ସୁଟିଂ କରାଯାଇଛି ,ଯେଉଁଥିରେ ସେ ପୁରା ନଗ୍ନ ଅବସ୍ଥାରେ ଥିଲେ । ସେଇ ନଗ୍ନ ଭିଡ଼ିଓକୁ ଏଡ଼ିଟିଂ କରାଯାଇ ତାଂକ ନାଁରେ ଅପଲୋଡ଼ କରାଯାଇଛି । ସେ ଏବାବଦରେ ଆପତ୍ତି କଲାପରେ ହୋଟେଲ ତରଫରୁ ମଧ୍ୟ ଫେକ ଇ-ମେଲ ଆଇଡ଼ରୁ ଧମକ ମିଳିଥିବା କହିଛନ୍ତି ମହିଳା । ଯେଉଁ ଇ-ମେଲରେ ତାଂକ ସାଙ୍ଗସାଥୀ ,ପରିବାର, ପଡ଼ୋଶୀଂକୁ ଏ ଭିଡ଼ିଓ ପଠାଇଦେବାକୁ ମଧ୍ୟ ଧମକ ମଧ୍ୟ ଦିଆଯାଇଥିଲା । ଏପରିକି ସେଇ ମେଲ୍ ରେ ଆଡ଼ଲ୍ଟ ସାଇଟରେ ଅପଲୋଡ଼ ହୋଇଥିବା ଭିଡ଼ିଓ ଲିଙ୍କ୍ ମଧ୍ୟ ପଠାଯାଇଥିଲା ।
ତା ପରେ ସେଇ ମହିଳା ଜଣକର ଅଶ୍ଳୀଳ ଭିଡ଼ିଓ ସମସ୍ତ ସଂପର୍କୀୟମାନଂକୁ ପଠାଇ ଦିଆଯାଇଥିଲା । ହୋଟେଲ ତରଫରୁ ଅନେକଥର ଧମକ ପାଇବା ସହିତ ବ୍ଲାକମେଲିଂ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ମହିଲା ।
ଆପଣମାନେ ଯଦି କେବେ ବାହାରକୁ ଯାଉଥାନ୍ତି, ତାହେଲେ ସଚେତନ ଥାନ୍ତୁ । ନହେଲେ ଆପଣ ବି ହୋଇପାରନ୍ତି ଏ ଭଳି ଶିକାର । |
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିଡନୀ ବିଫଳତା ପରେ କ'ଣ ହୁଏ ଆପଣ ଜାଣିଛନ୍ତି କି?
କିଡନୀ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ | କିଡନୀ ଶରୀରରେ ପୋଟାସିୟମ ଏବଂ ଲୁଣର ପରିମାଣକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ | ଅଧିକନ୍ତୁ, ଏହାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଲାଲ ରକ୍ତ କଣିକା ଉତ୍ପାଦନ | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି କୌଣସି କାରଣରୁ ଜଣେ ବ୍ୟକ୍ତିଙ୍କର କିଡନୀ ସମସ୍ୟା ଥାଏ, ତେବେ ସେହି ବ୍ୟକ୍ତି ଅନ୍ୟ କିଡନୀ ସାହାଯ୍ୟରେ ସାଧାରଣ ଜୀବନଯାପନ କରିପାରେ | ଏଥିପାଇଁ ଅଧିକ ସ୍ୱାସ୍ଥ୍ୟ ସେବା ଆବଶ୍ୟକ |
ଶରୀରକୁ ସୁସ୍ଥ ରଖିବା ପାଇଁ କିଡନୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ | ଏଥିସହ କିଡନୀ ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ଶରୀରର ତରଳ ପଦାର୍ଥକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ଏବଂ ପରିସ୍ରା ସୃଷ୍ଟି କରେ | ଏଭଳି ପରିସ୍ଥିତିରେ କିଡନୀ ସ୍ୱାସ୍ଥ୍ୟର ହୃଦୟ ସ୍ୱାସ୍ଥ୍ୟ କିମ୍ବା ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ |
ପ୍ରାୟତଃ ସମୟରେ ବୃକକ୍ ସମସ୍ୟା ହେତୁ କିଡନୀ ସମସ୍ୟା ହେଉଛି ତଳ ପିଠି ଯନ୍ତ୍ରଣା, ଶରୀରରେ ଯନ୍ତ୍ରଣା, କୁଣ୍ଡେଇ ହେବା ଏବଂ ଗୋଡ ଫାଟିଯିବା |କିଡନୀ ଯୋଗୁଁ ହୋଇଥାଏ ତେଣୁ କିଡନୀ ର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତକୁ ଶୁଦ୍ଧ କରିବା | ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |
୧. କିଡନୀ ବିଫଳତାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ କ'ଣ?
– ଭୋକ ନଷ୍ଟ ହେବା | (ଭୋକ ନଷ୍ଟ)
ଓଜନ ହ୍ରାସ ପରେ ଥକାପଣ ଏବଂ ନିରନ୍ତର ଥକାପଣ ହେବ |
– ଗୋଡ ଏବଂ ଗୋଡର ଫୁଲା | (ଗୋଡ ଏବଂ ଗୋଡର ଫୁଲା)
– ଚର୍ମର ଶୁଷ୍କତା ଏବଂ କୁଞ୍ଚନ | (ଚର୍ମର ଶୁଷ୍କତା ଏବଂ କୁଞ୍ଚନ)
– ଦୁର୍ବଳ ଏବଂ କ୍ଳାନ୍ତ ଅନୁଭବ କରିବା | (ଦୁର୍ବଳ ଏବଂ କ୍ଳାନ୍ତ ଅନୁଭବ କରିବା)
ବାରମ୍ବାର ପରିସ୍ରା କରିବା ସମସ୍ୟା | (ବାରମ୍ବାର ପରିସ୍ରା କରିବା ସମସ୍ୟା)
କିଡନୀକୁ ମଜବୁତ କରିବା ପାଇଁ କ'ଣ ଖାଇବା ଉଚିତ୍?
୨.ଲାଲ ସିମଳା ମର୍ଚ ଖାଆନ୍ତୁ
୩. ଫୁଲ ଖାଇବା ଲାଭଦାୟକ ଅଟେ | (ଫୁଲର ବ୍ୟବହାର ଉପକାରୀ)
୪. ଖାଦ୍ୟରେ ପିଆଜ ଅନ୍ତର୍ଭୂକ୍ତ କରାଯିବା ଉଚିତ୍ |
୫. ପ୍ରଚୁର ଷ୍ଟ୍ରବେରି ଖାଆନ୍ତୁ | (ଷ୍ଟ୍ରବେରି ଖାଆନ୍ତୁ)
୬. ଅଣ୍ଡାର ଧଳା ରଙ୍ଗ ଖାଆନ୍ତୁ |
* କିଡନୀ ପରୀକ୍ଷା କିପରି କରିବେ?
ଅନେକ କିଡନୀ ରୋଗର ନିରାକରଣ ପାଇଁ କିଡନୀ ବାୟୋସିସ ଏକ ଜରୁରୀ ପରୀକ୍ଷା | ବୃକକ୍ ର ଅବସ୍ଥା ଜାଣିବା ପାଇଁ ଅଲଟ୍ରାସାଉଣ୍ଡ କିମ୍ବା ସିଟି ସ୍କାନ୍ କରାଯାଏ | ଏହା ଆପଣଙ୍କୁ କିଡନୀ ବାୟୋପସିର ସଠିକ୍ ସ୍ଥାନ ନିର୍ଣ୍ଣୟ କରିବାକୁ ଅନୁମତି ଦିଏ ଯେଉଁଠାରୁ ଛୁଞ୍ଚି ଭର୍ତ୍ତି କରାଯାଇପାରେ |
* କିଡନୀ ରୋଗୀ କ୍ଷୀର ପିଇ ପାରିବେ କି?
ପ୍ରୋଟିନ୍ ମୁଖ୍ୟତ କ୍ଷୀର, ଶସ୍ୟ, , ଅଣ୍ଡା ମିଳିଥାଏ | ସେହି ପର୍ଯ୍ୟାୟରେ ବୃକକ୍ ବିଫଳତା ଥିବା ରୋଗୀମାନଙ୍କୁ ଡାଏଲିସିସ୍ ଆବଶ୍ୟକ ନହେବାବେଳେ ସାମାନ୍ୟ କମ୍ ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦିଆଯାଏ | ତେଣୁ କିଡନୀ ରୋଗୀମାନେ ଦୁଗ୍ଧଜାତ ଦ୍ରବ୍ୟରୁ ଦୂରେଇ ରହିବା ଉଚିତ୍ |
* ଯକୃତ ଏବଂ କିଡନୀ ମଧ୍ୟରେ ପାର୍ଥକ୍ୟ କ'ଣ?
କିଡନୀ ମୂତ୍ର ପ୍ରଣାଳୀର ଏକ ଅଂଶ ଏବଂ ଯକୃତ ହେଉଛି ଏକ ହଜମ ପ୍ରକ୍ରିୟା | ମାନବ ଶରୀରରେ ଦୁଇଟି କିଡନୀ ଏବଂ ଗୋଟିଏ ଯକୃତ ଅଛି | ଯକୃତରେ ଗ୍ଲୁକୋଜ ଏବଂ ଚର୍ବି ଗଚ୍ଛିତ ହେବା ବ୍ୟତୀତ କିଡନୀରେ କିଛି ନାହିଁ | କିଡନୀ ହେଉଛି ଏକ ଜଟିଳ ଅଙ୍ଗ ଯାହାକି ହଜାର ହଜାର ଛୋଟ ୟୁନିଟ୍ ଦ୍ୱାରା ଗଠିତ, ଯାହାକୁ ନେଫ୍ରନ୍ କୁହାଯାଏ |
* କିଡନୀ ଫେଲ୍ ହେଲେ କଣ କରିବା ଉଚିତ୍?
– ନିୟମିତ ବ୍ୟାୟାମ କରନ୍ତୁ |
ଦୁଇରୁ ତିନି ଲିଟର ପାଣି ନିଅନ୍ତୁ |
ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ |
– ଧୂମପାନ କରନ୍ତୁ ନାହିଁ |
– ରକ୍ତଚାପ, ରକ୍ତ ଶର୍କରାକୁ ନିୟନ୍ତ୍ରଣ କରନ୍ତୁ |
କ୍ରନିକ୍ ସମସ୍ୟାଗୁଡ଼ିକ କିଡନୀ ପ୍ରତିରୋପଣ କିମ୍ବା ଡାୟଲିସିସ୍ ସହିତ ଚିକିତ୍ସା କରାଯାଏ | କିଡନୀ ରେ ସେପରି ସଂକେତ ଦେଉଥିଲେ ହୋଇଯାଆନ୍ତୁ ସତର୍କ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । |
୭ଟି ଖପୁରୀ ଜବତ, ରହସ୍ୟ ଘେରରେ ଘଟଣା
ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଘୋଡ଼ା ବଜାର ନିକଟ କମଳା ହସ୍ପିଟାଳ ପଛପଟୁ ୭ଟି ମଣିଷ ଖପୁରୀ ଜବତ ତରାଯାଇଛି। ଖପୁରୀଗୁଡିକ ଏକ ହଳଦିଆ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ଜବତ୍ କରାଯାଇଛି।
କେହି ଦୁର୍ବୃତ୍ତ ଏଠାରେ ଖପୁରୀଗୁଡିକୁ ପକାଇ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ଜଣାପଡ଼ିବା ପରେ ପୁରୀ ସହରରେ ଚାଞ୍ଚଳ୍ୟ ଖେଳି ଯାଇଛି। କିଏ ଏହି ଖପୁରୀ ପକାଇଲା ? ଖପୁରୀ କେଉଁଠୁ ଆସିଲା ? ମୃତ ବ୍ୟକ୍ତିମାନେ କିଏ ଓ କେଉଁ ଅଞ୍ଚଳର ଆଦି ପ୍ରଶ୍ନ ଉଠିବାରେ ଲାଗିଛି।
କମଳା ହସ୍ପିଟାଲ କର୍ମଚାରୀ କମଳାକାନ୍ତ ଦାସ କହିଛନ୍ତି, "ଏକ ଅଖା ବସ୍ତାରେ କିଛି ଜିନିଷ ବାନ୍ଧି ଜଣେ ବ୍ୟକ୍ତି ସ୍କୁଟିରେ ଆସି ଏଠି ଛିଡ଼ା ହୋଇଥିଲା। ଏହାପରେ ଗଳିରେ ପଶି ବସ୍ତାଟିକୁ ପକାଇ ଥିଲା। ଶବ୍ଦ ଶୁଣି ସେଠାରେ ପହଞ୍ଚି କ'ଣ ପକାଇଲୁ ବୋଲି ପଚାରିବାରୁ କିଛି ନାହିଁ କହି ସେଠାରୁ ପଳାଇଥିଲା। ପରେ ସେ ଅଖା ବସ୍ତାରୁ ଖପୁରୀ ବାହାରିଲା।"
ସମୁଦ୍ରକୂଳ ଥାନା ଆଇଆଇସି ବିଶ୍ୱଜିତ୍ ସେନାପତି କହିଛନ୍ତି, "କେଉଁ ପରିସ୍ଥିତିରେ ଏହା ଆସିଲା ଓ କିଏ ଆଣିଲା ତାର ତଦନ୍ତ ଚାଲିଛି। ଜଣେ ପିଲା ଆଣି ବସ୍ତାରେ ଏସବୁ ଖପୁରୀ ପକାଇଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
ତେବେ ପୁରୀ ଅଞ୍ଚଳରୁ ଖପୁରୀ ମିଳିବା କିଛି ନୂଆ କଥା ନୁହେଁ। ପୂର୍ବରୁ ୨୦୧୪ ନଭେମ୍ବରରେ କୋର୍ଣାକ ମେରାଇନ୍ ଡ୍ରାଇଭ ରାସ୍ତାର କୁଶଭଦ୍ରା ନଦୀ ତଟରୁ ପୋଲିସ ୨୧ରୁ ଅଧିକ ଖପୁରୀ ଜବତ କରିଥିଲା। ପରେ ଗୋପ ଅଞ୍ଚଳର ପଦ୍ମପଡା ଗ୍ରାମର ପଦିଆ ବାବା ଖପୁରୀ ଫୋପାଡିଥିବା ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥଲା।
ସେହିପରି ୫ ସେମ୍ବେର ୨୦୧୫ରେ ପୁରୀ ମନୁଭାଇ ଆଶ୍ରମରୁ ୨୭ଟି ଖପୁରୀ ଜବତ କରାଯାଇଥିଲା। ସେଥିରେ କିଛି ପ୍ଲାଷ୍ଟିକ ଖପୁରୀ ଥିବା ବେଳେ କିଛି ଖପୁରୀ ମଣିଷର ଥିଲା। ତଦନ୍ତ ପରେ ଖପୁରୀ ଗୁଡିକୁ କଟକୀ ପେଣ୍ଠରୁ ଆଣିଥିବା ମନୁଭାଇ ସ୍ୱୀକାର କରିଥିଲେ। |
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ , ବନ୍ଧୁଗଣ କଲେଜ୍ ପଛ ପଟେ ପ୍ରେମୀ ଯୁଗଳ କରୁ ଥିଲେ ରାସ ଲୀଳା ଏବଂ ଧରି ନେଲେ କିଛି ପିଲା ମାନେ ଏବଂ ତା ପରେ ପରେ କଣ ସବୁ ଘଟଣା ହୋଇଛି ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ପୋଷ୍ଟ କୁ ପଢନ୍ତୁ ନିଶ୍ଟିତ ଭାବେ ଜାଣି ପାରିବେ , ଯଧି ଆପଣ ମାନେ ଝିଅ ହେଉ ପୁଅ ହେଉ କାହାକୁ ବି କଲେଜ୍ ପଠାଉଛନ୍ତି ତେବେ ନିଶ୍ଚିତ ଭାବେ ଏହାକୁ ପଢି ସାବଧାନ ହୋଇ ଜାଆନ୍ତୁ। ବର୍ତମାନ ସମୟ ରେ ଆପଣ ମାନେ ଜାଣି ଥିବେ କଲେଜ୍ ର ଯୁବକ ଯୁବତୀ ମାନେ ପାଠ ପଢିବାରୁ ଦୂରେଇ ଜାଇଛନ୍ତି ।
ସେମାନେ କେବଳ ବିପରିତ ଲିଙ୍ଗ ପ୍ରତି ଆକର୍ଶିତ ହୋଇ ସେମାନେ ସଂମ୍ପର୍କ ଲିପ୍ତ ହେବାରେ ଲାଗିଛନ୍ତି । ସେମାନେ ସେମାନଙ୍କ ବାପା ମାଆ ଙ୍କ ଇଜ୍ଜତ୍ ଙ୍କୁ ମଧ୍ୟ ଭୁଲି ଜାଉଛନ୍ତି , ଏମିତି ଘଟଣା ଜାହାକୁ ସୁଣି ଆଶ୍ଟର୍ଯ୍ୟ ହେବେ ଏବଂ ଏହି ସବୁ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି , ଆଜିର ଦିନରେ ବିଭିନ୍ନ ପ୍ରକାରର ଲଭର୍ ରହି ଥିବା ବେଳେ କେଉଁ ମାନେ ନେଇ କରି ପଳାଉଛନ୍ତି ଏବଂ ଆଉ କିଛି ଜଣ ରାସ ଲୀଳା କରି ଛାଡି ଦେଉଛନ୍ତି ବୋଲି ଆପଣ ମାନେ ସୁଣିବା ପାଇଁ ପାଉ ଥିବେ। ଆମେ ଯେଉଁ ଘଟଣା ଟି ଆପଣ ମାନଙ୍କୁ କହୁଛୁ ତାହା ମଧ୍ୟ ପ୍ରଦେଶ ର ଅଶୋକ ନଗର ଗେଟ୍ ନିକଟସ୍ଥ ରେ ରହି ଥିବା ।
ଏକ କଲେଜ୍ ମଧ୍ୟ ରୁ ଏହି ଦିନରେ ଗୋଟିଏ ପ୍ରେମୀ ଯୁଗଳ ମାନେ ଯୁବକ ଏବଂ ଯୁବତୀ ଦୁହେଁ ପଛ ପଟେ ପ୍ରେମ କରୁ ଥିବାର ନେଇ ଦେଖି ଦେଇ ଥିଲେ ଏବଂ ପରେ ସେହି କଲେଜ୍ ର ଛାତ୍ର ମାନେ ଯୁବକ ଙ୍କୁ ବହୁତ ମାଡ ମାରି ଥିଲେ ଏବଂ ଏହି ବିଷୟ ରେ ସେମାନଙ୍କୁ ସଂମ୍ପର୍ଣ୍ଣ ଭାବେ ପଚରା ଉଚୁରା କରି ଥିଲେ ଘଟଣା ଅନୁସାରେ ବନ୍ଧୁଗଣ ଏହି ଦିନ ରେ କଲେଜ୍ ବନ୍ଧ ରହି ଥିବା ବେଳେ ସେମାନେ ଘରୁ ଏକ୍ସଟ୍ରା କ୍ଲାସ୍ ରହିଛି ବୋଲି କହି ଆସି ଥିଲେ ଏବଂ ପରେ କଲେଜ୍ ର ପଛ ପଟେ ଚାଲୁ ହୋଇ ଜାଇ ଥିବା ବେଳେ ସେମାନଙ୍କୁ କିଛି ଯୁବକ ମାନେ ଅଶ୍ଲିଳ ଅବସ୍ଥା ରେ ଦେଖିବା ପାଇଁ ପାଇ ଥିଲେ ।
ତେବେ ଆପଣ ମାନେ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣି ପାରି ଥିବେ ତେଣୁ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କ ଘରେ ଯୁବକ ବା ଯୁବତୀ ମାନେ କଲେଜ୍ ରେ ପାଠ ପଢୁଛନ୍ତି ତେବେ ସେମାନଙ୍କ ଉପରେ ଟିକିଏ ନଜର ରଖନ୍ତୁ ଜାହା ଫଲ ରେ ସେମାନେ ଏହି ପରି କାମ ରେ ମନ ଯେମିତି ନ ଲଗାନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । |
ଭୁବନେଶ୍ୱର,(ଏସ୍ଏନ୍ୟୁଜ):ଭିନ୍ନକ୍ଷ୍ୟମଙ୍କୁ ଭତ୍ତା କରାଇ ଦେବାକୁ ନେଲେ ଟିପ ଚିହ୍ନ । ଆଉ ସେହି ବାହାନାରେ ଭିନ୍ନକ୍ଷ୍ୟମଙ୍କ ନାମରେ ଋଣକରି ଲୁଟ କରିନେଲେ ଲକ୍ଷ ଲକ୍ଷ ଟଙ୍କା । ଏମିତି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ । ବ୍ୟାଙ୍କ ତରଫରୁ ୧୪ ବର୍ଷ ପରେ ନୋଟିସ ଲାଗିବାରୁ ଭିନ୍ନକ୍ଷ୍ୟମଙ୍କ ମନରେ ଛାନିଆ ପସି ଯାଇଛି ।
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଝରଣାଘାଟୀ ଗାଁର ଇନ୍ଦୁମଣୀ ସିଂ ହେଉଛନ୍ତି ଦିବ୍ୟାଙ୍ଗ । ଦିନରାତି ବିଛଣାରେ ପଡ଼ି ପଡ଼ି ତାଙ୍କର ଦିନ କଟିଯାଏ । ହେଲେ ତାଙ୍କ ନାଁରେ ନଭେମ୍ବର ୧୧ରେ ଗ୍ରାମ୍ୟ ବ୍ୟାଙ୍କରୁ ନୋଟିସ୍ ଆସିଛି । ନୋଟିସ୍ ଅନୁସାରେ ଇନ୍ଦୁମଣୀ ୧୬ ହଜାର ୭୭୨ ଟଙ୍କା ଋଣ ନେଇଛନ୍ତି। ଯାହାକୁ ଦେଖି ସେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଏଥିରେ ୨୦୧୫ ମସିହା ମାର୍ଚ୍ଚ ମାସ ସୁଦ୍ଧା ସୁଧ ବାବଦକୁ ୧୩ ହଜାର ୩୨୩ ଟଙ୍କା ହିସାବ କରାଯାଇଛି। କେବଳ ସେ ନୁହଁନ୍ତି ସୁକ ସିଂ ନାମକ ଆଉଜଣେ ଦିବ୍ୟାଙ୍ଗଙ୍କର ମଧ୍ୟ ସମାନ ସ୍ଥିତି। ସୁକ ସିଂଙ୍କ ଆଖି ଖରାପ ଥିବାରୁ ସେ ମଧ୍ୟ ଦିବ୍ୟାଙ୍ଗ ତାଲିକା ଭୁକ୍ତ ହୋଇଛନ୍ତି। ତାଙ୍କ ନାମରେ ମଧ୍ୟ ମୂଳ ୯ ହଜାର ୨୯୮ ଟଙ୍କା ଓ ସୁଧ ୬ ହଜାର ୮୮୦ ଟଙ୍କା ବାକି ଥିବା ବ୍ୟାଙ୍କ୍ ନୋଟିସ୍ରେ ଦର୍ଶା ଯାଇଛି। ସୁକଙ୍କ ନାମରେ ଆବାସ ଯୋଜନାରେ ଟଙ୍କା ଆସିଥିବାରୁ ଏହି ଟଙ୍କା ନଦେବା ଧମକ ଦେଇ ତାଙ୍କ ଠାରୁ ୯ ହଜାର ୨୯୮ ଟଙ୍କା ଆଦାୟ କରାଯାଇଛି। ଋଣ ନେଇ ନଥିଲେ ମଧ୍ୟ ସୁକ ଏହି ଟଙ୍କା ସୁଝିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଚାପଲସାହିର ସୀତାମଣୀ କିସ୍କୁ ମଧ୍ୟ ଜଣେ ଦିବ୍ୟାଙ୍ଗ। ତାଙ୍କ ନାମରେ ମଧ୍ୟ ୩୪ ହଜାର ୭୯୧ ଟଙ୍କାର ଋଣ ବାକି ଥିବା ବ୍ୟାଙ୍କ ନୋଟିସ୍ରୁ ଜଣାପଡ଼ିଛି। କେବଳ ଏହି 3ଜଣ ଭିନ୍ନକ୍ଷ୍ୟମ ନୁହଁନ୍ତି । ନୀଳଗିରି ବ୍ଲକ୍ ଝରଣାଘାଟୀ, ଚାପଲସାହି, ରିସିଆ ପ୍ରଭୃତି ୫ଟି ପଞ୍ଚାୟତର ପ୍ରାୟ ସମସ୍ତ ଦିବ୍ୟାଙ୍ଗଙ୍କ ନାମରେ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରାଯାଇଥିବା ବ୍ୟାଙ୍କ୍ ନୋଟିସ୍ରୁ ଜଣାପଡ଼ିଛି।
ମିଳିଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ଦିବ୍ୟାଙ୍ଗଙ୍କୁ ଭତ୍ତା କରାଇଦେବା କହି ଗତ ୨୦୦୭-୦୮ ମସିହାରେ ତତ୍କାଳୀନ ସରପଞ୍ଚ ଅନ୍ତର୍ଜ୍ୟାମୀ ବୁଗୁଡ଼ାଇ ଓରଫ ବାବୁଲି ବୁଗୁଡ଼ାଇ ଟିପ ଚିହ୍ନ ଓ କାଗଜପତ୍ର ସଂଗ୍ରହ କରିଥିଲେ। ସେହି ସୁଯୋଗରେ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିଛି ସତ। ହେଲେ ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଯାଇଛି। ସମ୍ପୃକ୍ତ ଗ୍ରାମ୍ୟ ବ୍ୟାଙ୍କର ଶାଖାରେ ଏସମ୍ପର୍କରେ ତଥ୍ୟ ନେବାରୁ ଦିବ୍ୟାଙ୍ଗଙ୍କ ନାମରେ JLG(Joint Libility Group) ଓ SC-ST Devlopment Scheme ଭଳି ଏକାଧିକ ଯୋଜନାରେ ଦିବ୍ୟାଙ୍ଗଙ୍କୁ ଟାର୍ଗେଟ୍ କରାଯାଇଛି। |
ରାମ୍ପରେ ସୁନ୍ଦରୀ ମଡ଼େଲଙ୍କ ସହ ଚାଲୁଛନ୍ତି ରୋବୋ । ଗୋଟେ କି ଦୁଇଟି ନୁହେଁ, ଏକାଧିକ ରୋବୋ ମଡ଼େଲ ସହ ରାମ୍ପ କରୁଛନ୍ତି । ଏହାସହିତ ଉପସ୍ଥିତ ଦର୍ଶକଙ୍କୁ ଅଭିବାଦନ ମଧ୍ୟ ଜଣାଉଛନ୍ତି । ପୃଥିବୀର ଫ୍ୟାଶନ ସେଣ୍ଟର କୁହାଯାଉଥିବା ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ଏଭଳି ରୋବୋଙ୍କ ରାମ୍ପ ଶୋ ଅନୁଷ୍ଠି ହୋଇଥିଲା, ଯାହାକୁ ନେଇ ସାରା ବିଶ୍ୱରେ ଢେର ଚର୍ଚ୍ଚା । ବିଶେଷକରି ରୋବୋଙ୍କ ଏହି ମଡ଼େଲିଂ ସମ୍ପର୍କିତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଛାଇ ହୋଇଯାଇଛି । ନିକଟରେ ପ୍ୟାରିସ୍ରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ଫ୍ୟାଶନ୍ ଉଇକ୍ । ଏଥିରେ ନାମିଦାମୀ ସୁନ୍ଦରୀ ମଡ଼େଲମାନେ ତ ଚାଲିଲେ, ତାଙ୍କ ହାତ ଧରି ରାମ୍ପରେ ଚାଲୁଥିଲେ କିଛି ରୋବୋ । ଅଭିଜ୍ଞ ମଡ଼େଲଙ୍କ ପରି ରୋବୋଗୁଡ଼ିକ ଏହି ଶୋରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ବିଶ୍ୱର ଅନ୍ୟତମ ପ୍ରସିଦ୍ଧ କୋପର୍ନି ଫ୍ୟାଶନ୍ ବ୍ରାଣ୍ଡ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ରାମ୍ପ ଶୋ । ତେବେ ଏହାର ମୂଳ ଉଦେଶ୍ୟ ଥିଲା ରାମ୍ପରେ ଦର୍ଶକଙ୍କୁ ଭିନ୍ନ ଅନୁଭବ ଦେବା । ବିଶେଷକରି ଆଗାମୀ ସମୟରେ ମଣିଷର ଜୀବନ କେତେ ମେକାନିକାଲ ହୋଇଯିବ ତାହା ଏହି ରାମ୍ପ ଶୋରେ ଦର୍ଶାଯାଇଥିଲା । ଫ୍ରାନ୍ସର ଜଣେ ନାମିଦାମୀ ମଡ଼େଲ କହିଛନ୍ତି, ଧୀରେ ଧୀରେ ମଣିଷ ଯନ୍ତ୍ରଚାଳିତ ହେବାରେ ଲାଗିଛି । ଆଗରୁ କେବଳ ମେକାନିକ କାମ ଗୁଡ଼ିକ ରୋବୋଟ ଜରିଆରେ କରାଯାଉଥିଲା । କିନ୍ତୁ ଏବେ ସମୟ ବଦଳିଛି । ମଣିଷର ଅଧିକାଂଶ କାମ ରୋବୋ କରିବାରେ ସକ୍ଷମ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆମେ ମଡ଼େଲ ସହ ରୋବୋକୁ ରାମ୍ପରେ ଚଲାଇଥିଲୁ । ଆଶ୍ଚର୍ଯ୍ୟର କଥା ହେଲା, ରୋବୋଗୁଡ଼ିକ ମଧ୍ୟ ଅବିକଳ ମଡ଼େଲ ଭଳି ପରଫମ କରିଛନ୍ତି । ଅବଶ୍ୟ ଏଥିରେ ଆଡ଼ଭାନ୍ସ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । କିନ୍ତୁ ଆଗକୁ ମଣିଷର ସ୍ଥାନ ନେଇପାରେ ରୋବୋ । |
ଫଟୋ କହୁଛି ତୁର୍କୀ ଭୂକମ୍ପର କାହାଣୀ, ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ
ଇସ୍ତାନବୁଲ: ତୁର୍କୀ ପାଇଁ ଆଜି ଥିଲା କଳାଦିନ। ଗୋଟିଏ ଦିନରେ ୩ଥର ଥରିଛି ତୁର୍କୀ । ପ୍ରଥମ ୭.୮, ପରେ ୭.୬ ଏବଂ ସନ୍ଧ୍ୟାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଥିଲା ବୋଲି କୁହାଯାଉଛି। ମୃତ୍ୟୁସଂଖ୍ୟା ୧୫୦୦ ପାର ହୋଇଥିବା ବେଳେ ବାରମ୍ବାର ହେଉଥିବା ଭୂମିକମ୍ପ ପାଇଁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏ ମଧ୍ୟରେ ତୁର୍କୀ ଭୂମିକମ୍ପର ଅନେକ ଫଟୋ ଜାତୀୟ ଗଣମାଧ୍ୟମ 'ଆଜ୍ ତକ୍' ସେୟାର କରିଛି, ଯେଉଁଥିରେ ଲୋକେ କିଭଳି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି, ତାହା ଦେଖିବାକୁ ମିଳିଛି।
ପ୍ରଥମ ଭୂମିକମ୍ପ ହେବା ସମୟରେ ଲୋକେ ଶୋଇଥିବାରୁ ମୃତ୍ୟୁସଂଖ୍ୟା ଅଧିକ ହୋଇଥିବା କୁହାଯାଉଛି।
ସୋମବାର ଭୋର ୪ଟା ବେଳେ ହୋଇଥିବା ପ୍ରଥମ ଭୂମିକମ୍ପରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଅଧିକ କ୍ଷୟକ୍ଷତି ହୋଇଥିଲା ।
ତୁର୍କୀ ଓ ସିରିଆରେ ଏବେ ପ୍ରବଳ ଥଣ୍ଡା ଓ ବରଫପାତ ଚାଲିଥିବାବେଳେ ଏହି ଭୂମିକମ୍ପ ଲୋକଙ୍କ ଦୂର୍ଦ୍ଦଶାକୁ ବଢାଇଦେଇଛି । ରାସ୍ତାଘାଟରେ ବରଫ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି ।
ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏଏଫଏଡି ଅନୁଯାୟୀ ଲେବାନନ୍, ସିରିଆ ଏବଂ ସାଇପ୍ରସରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।
ଯଦିଓ ତୁର୍କୀ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ କିମ୍ବା ଆଘାତ ବିଷୟରେ ଜଣାଇ ନାହାନ୍ତି, ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଶର ଦକ୍ଷିଣ ପୂର୍ବରେ ଥିବା ଅନେକ ସହରରେ ନଷ୍ଟ ହୋଇଥିବା କୋଠାଦେଖାଯାଇଛି। |
ପଞ୍ଜାବରେ ଜଣେ ଗର୍ଭବତୀ ମହିଳା ଧୋକାରେ ଜଣେ ଯୁବକଙ୍କୁ ବାହା ହୋଇଥିଲେ। କିନ୍ତୁ ବାହାଘରର କିଛିଦିନ ପରେ ହିଁ ମହିଳା ଜଣଙ୍କର ରହସ୍ୟ ଖୋଲି ଯାଇଥିଲା ଏବଂ ତାଙ୍କ ସ୍ବାମୀଙ୍କୁ ତାଙ୍କ ଚାରି ମାସର ଗର୍ଭବତୀ ହେବାକଥା ଜଣା ପଡି ଯାଇଥିଲା।ଯାହାପରେ ମହିଳାଙ୍କ ଶଶୁରଘର ଲୋକ ଏବଂ ସ୍ବାମୀ ତାଙ୍କ ଘରଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ। ଯେତେବେଳେ ମହିଳାଙ୍କ ପରିବାର ଲୋକମାନେ ତାଙ୍କୁ ସତକଥା ପଚାରିଥିଲେ ତ ସେ କହିଥିଲେ କି ତାଙ୍କ ସହିତ ଭାଉଜଙ୍କ ଭାଇ ଦୁଷ୍କର୍ମ କରିଥିଲେ। ଯେଉଁ କାରଣରୁ ସେ ଗର୍ଭବତୀ ହୋଇ ଯାଇଛନ୍ତି। ଏହି କଥା ଜଣା ପଡ଼ିବା ପରେ ମହିଳାଙ୍କ ପରିବାର ଲୋକମାନେ ତାଙ୍କ ବାହାଘର ଭାଉଜଙ୍କ ଭାଇ ସହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କୁ ମୁକ୍ତି ଦେଇଥିଲେ। ଏହି ପୂରା ଘଟଣାଟି ପଞ୍ଜାବର ଲୁଧିୟାନା ସହରର ଅଟେ।
ମହିଳା ନିଜ ସ୍ବାମୀଙ୍କୁ ମୁକ୍ତିଦେଇ ଆରୋପୀଙ୍କୁ ବାହା ହେବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ। ମୁକ୍ତି ହେବାର କିଛି ମାସ ପରେ ମହିଳା ଜଣଙ୍କ ଏକ ଛୁଆକୁ ମଧ୍ୟ ଜନ୍ମ ଦେଇଥିଲେ। କିନ୍ତୁ ଆରୋପୀ ଜଣଙ୍କ ମହିଳା ଏବଂ ସେହି ଛୁଆକୁ ଆପଣେଇ ନେବା ପାଇଁ ମନା କରିଦେଇଥିଲେ।ଯାହାପରେ ମହିଳା ଜଣଙ୍କ ପୋଲିସକୁ ସାହାଯ୍ୟ ମାଗିଥିଲେ ଏବଂ ଆରୋପୀଙ୍କ ବିରୋଧରେ ଦରଖାସ୍ତ ଜମା କରିଥିଲେ। ପୋଲିସଙ୍କ ଅନୁସାରେ ପିଡିତ ଯୁବତୀ ଜଣଙ୍କ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଦରଖାସ୍ତ ଜମା କରିଛନ୍ତି। ଥାନାର ମହିଳା ପୋଲିସ ଏହି ଘଟଣାରେ ତିନି ଜଣଙ୍କ ବିରୋଧରେ ଦରଖାସ୍ତ ଜମା କରାଇଛନ୍ତି ଏବଂ ସେହି ତିନିଜଣଙ୍କୁ ଖୋଜିବାରେ ପୋଲିସ ଲାଗି ପଡିଛନ୍ତି।
ଏହି ପୂରା ଘଟଣା ବିଷୟରେ ଏଏସଆଈ ବଳଜୀତ ସିଂହ ଜଣାଇଛନ୍ତି କି ଆରୋପୀର ପରିଚୟ ଟିବ୍ବା ରୋଡର ପ୍ରେମ ବିହାର ନିକଟସ୍ଥ ଗୁରୁ ନାମକ ଆସ୍ଟେଟ ନିବାସୀ ରୂପରେ ହୋଇଥିଲା। ପୋଲିସ ଟିବ୍ବା ରୋଡର ନ୍ୟୁ ଷ୍ଟାରର କଲୋନୀ ନିବାସୀ ୨୧ବର୍ଷର ଯୁବତୀଙ୍କ କଥା ଅନୁସାରେ ତାଙ୍କ ବିରୁଦ୍ଧରେ କେସ ଜମା କରାଯାଇଛି। ନିଜ ବୟାନରେ ଯୁବତୀ ଜଣଙ୍କ କହିଛନ୍ତି କି ତାଙ୍କ ସହିତ ଭାଉଜଙ୍କ ଭାଇ ଏହି ଦୁଷ୍କର୍ମ କରିଛନ୍ତି।ମଇ ୨୦୧୯ରେ ତାଙ୍କ ଭାଉଜଙ୍କ ସାନ ଭଉଣୀର ବାହାଘର ଥିଲା ଏବଂ ସେ ବାହାଘରରେ ସାମିଲ ହେବା ପାଇଁ ଭାଉଜଙ୍କ ଘରକୁ ଯାଇଥିଲେ। ସେହି ସମୟରେ ହିଁ ଭାଉଜଙ୍କ ଭାଇ ତାଙ୍କୁ ଧମକାଇ ଥିଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।
ସଂପର୍କ ରଖିବା ପରେ ତାଙ୍କୁ ଆରୋପୀ ଧମକ ଦେଇଥିଲେ କି ସେ ନିଜ ମୁହଁ ବନ୍ଦ ରଖିବେ ଏବଂ କାହାକୁ ବି ଏହି ବିଷୟରେ ଜଣାଇବେ ନାହିଁ। ଘରକୁ ଫେରିବା ପରେ ପିଡିତା ମହିଳା ଜଣଙ୍କ ଚୁପ ଥିଲେ ଏବଂ ସେ କାହାକୁ ବି କିଛି ଜଣାଇ ନଥିଲେ। ହେଲେ ଏହି ସମୟରେ ସେ ଗର୍ଭବତୀ ହୋଇ ଯାଇଥିଲେ। ଏହା ମଧ୍ୟରେ ୯ଜୁଲାଇ ୨୦୧୯ରେ ପିଡିତାଙ୍କ ପରିବାର ଲୋକେ ତାଙ୍କ ବାହାଘର ବି ସ୍ଥିର କରି ଦେଇଥିଲେ।
ପିଡିତାଙ୍କ ପରିବାର ଲୋକଙ୍କ ଦ୍ଵାରା ଦିଲ୍ଲୀର ଜଣେ ଯୁବକଙ୍କ ସହିତ ତାଙ୍କ ସଂପର୍କକୁ ପକ୍କା କରାଯାଇଥିଲା।ପିଡିତା ଜଣଙ୍କ କାହାକୁ ବି ଗର୍ଭବତୀ ହେବା କଥା ଜଣାଇ ନଥିଲେ ଏବଂ ବାହା ହୋଇ ଯାଇଥିଲେ। କିନ୍ତୁ ବାହାଘରର କିଛିଦିନ ପରେ ହିଁ ସ୍ବାମୀଙ୍କୁ ଜଣା ପଡିଥିଲା କି ସେ ୪ମାସର ଗର୍ଭବତୀ ଅଛନ୍ତି। ସ୍ବାମୀଙ୍କ ପରିବାର ଲୋକେ ପିଡିତାଙ୍କ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ସେମାନେ ଝିଅଟି ଗର୍ଭବତୀ ହେବା ବିଷୟରେ ଜଣାଇ ଥିଲେ।
ପରିବାର ଲୋକେ ଯେତେବେଳେ ନିଜ ଝିଅଠାରୁ ଏହି ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ ତ ସେ କହିଥିଲେ କି ତାଙ୍କ ସହିତ ବଳତ୍କାର କରାଯାଇଛି।ଝିଅଟିର ଘରଲୋକେ ଆରୋପୀର ପରିବାର ଲୋକଙ୍କ ସହିତ ଏହି ବିଷୟରେ କଥା ହୋଇଥିଲେ। ଯାହାପରେ ଏହା ସ୍ଥିର ହୋଇଥିଲା କି ଝିଅଟି ନିଜ ସ୍ବାମୀଙ୍କୁ ମୁକ୍ତି ଦେଇ ଆରୋପୀଙ୍କ ସହିତ ବାହା ହେବେ। କିନ୍ତୁ ଯୁବତୀ ଜଣଙ୍କ ଯେତେବେଳେ ନିଜ ସ୍ବାମୀଙ୍କୁ ମୁକ୍ତିଦେଇ ଦେଇଥିଲେ ତ ଆରୋପୀ ବାହାହେବା ପାଇଁଁ ସଫାସଫା ମନା କରିଦେଇଥିଲେ। ଏହା ମଧ୍ୟରେ ଝିଅଟି ପୁଅଟିଏ ଜନ୍ମ କରିଥିଲେ। କିନ୍ତୁ ଆରୋପୀ ଜଣଙ୍କ ଏହାପରେ ବି ସ୍ବୀକାର କରିନଥିଲେ। ଏମିତି ଚାଲିବାରୁ ଝିଅଟି ପୋଲିସଙ୍କ ପାଖରେ କେସ ଜମା କରାଇ ଥିଲେ।ବଳଜୀତ ସିଂହ କହିଥିଲେ କି ଆରୋପୀଙ୍କୁ ଖୋଜା ଚାଲିଛି। ବହୁତ ଶୀଘ୍ର ତାଙ୍କୁ ଗିରଫ କରି ନିଆଯିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ। |
ଫିଲିପିନ୍ସ୍ର ରାଜଧାନୀରେ ପାଉଁଶ ଉଦ୍ଗାରିଲା ଆଗ୍ନେୟଗିରି; ୧୭୨ଟି ବିମାନ ଉଡ଼ାଣ ବାତିଲ
ମାନିଲା: ରବିବାର ଦିନ ଫିଲିପିନ୍ସ୍ର ରାଜଧାନୀ ମାନିଲା ନିକଟରେ 'ତାଲ୍' ନାମକ ଆଗ୍ନେୟଗିରି ବିପୁଳ ପରିମାଣର ପାଉଁଶ ଉଦ୍ଗାରି ପକାଇବାରୁ ଅନେକ ବିମାନ ବାତିଲ ହେବା ସହ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରଖାଯାଇଥିଲା। ଉଦ୍ଗୀରଣ ହୋଇଥିବା ପାଉଁଶ ସବୁ ସମଗ୍ର ରାଜଧାନୀକୁ ଆଚ୍ଛାଦନ କରି ପକାଇବାରୁ ଆଗ୍ନେୟଗିରିରୁ ବିସ୍ଫୋରଣଜନିତ ଗଳିତଧାତୁ ନିର୍ଗତ ହୋଇପାରେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ସତର୍କ କରାଇ ଦେଇଥିଲେ।
ହଠାତ୍ 'ତାଲ୍' ଆଗ୍ନେୟଗିରିରୁ ଆକାଶକୁ ପ୍ରାୟ ୧୫ କିଲୋମିଟର୍ ଉଚ୍ଚ ପାଉଁଶ ଓ ବାମ୍ଫର ଗୋଟାଏ ସ୍ତମ୍ଭ ଉଠିପଡ଼ିବାରୁ ହଜାର ହଜାର ଲୋକଙ୍କୁ ସେ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନେୟଗିରିରୁ ନିର୍ଗତ ଧୂଅାଁ କୁଣ୍ଡଳୀ ମଧ୍ୟରେ ବିଜୁଳି ଝଟକିବା ସହ ଭୂଇଁ ଦୁଲୁକି ଯାଇଥିଲା।
ଆକାଶରେ ପାଉଁଶ ଉଡୁଥିବାରୁ ରବିବାର ଦିନ ୧୭୨ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ରନ୍େଓ୍ଵରେ ପାଉଁଶ ଗଦା ହୋଇଥିବାରୁ ଆଜି ମଧ୍ୟ ସେଠାରେ ବିମାନ ଉଡ଼ାଣ ବାତିଲ କରାଯିବ।
ବିଶ୍ୱରେ ଥିବା କ୍ଷୁଦ୍ର ସକ୍ରିୟ ଆଗ୍ନେୟଗିରିଗୁଡ଼ିକ ମଧ୍ୟରୁ 'ତାଲ୍' ଅନ୍ୟତମ, କିନ୍ତୁ ବିପଜ୍ଜନକ ବୋଲି 'ଦ ଫିଲିପିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭଲ୍କାନୋଲଜି ଆଣ୍ଡ୍ ସିସ୍ମୋଲଜି'ର ମୁଖ୍ୟ ରିନାଟୋ ସଲିଡିୟମ୍ କହିଛନ୍ତି। ଏହି ଆଗ୍ନେୟଗିରିଟି ଅନ୍ୟ ଗୋଟାଏ ଆଗ୍ନୟଗିରି ମଧ୍ୟରେ ଥିବାରୁ ଏହାର ସ୍ୱତନ୍ତ୍ରତା ରହିଛି।
ଗତ ୫୦୦ ବର୍ଷ ହେବ 'ତାଲ୍' ୩୦ ଥର ଉଦ୍ଗୀରଣ ହେଲାଣି। ଶେଷଥର ଏଠାରେ ୧୯୭୭ରେ ଉଦ୍ଗୀରଣ ହୋଇଥିଲା। ୧୯୧୧ରେ ହୋଇଥିବା ଉଦ୍ଗୀରଣ ଯୋଗୁଁ ୧୫୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୭୫୪ ମସିହାରେ ଏଥିରୁ କିଛି ମାସ ଧରି ଉଦ୍ଗୀରଣ ଚାଲିଥିଲା। |
ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତପସ୍ୱିନୀ ଗତ କିଛିଦିନ ହେବ ତାଙ୍କ ଡାକ୍ତର ସ୍ୱାମୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ସହ ମାର୍ଗଶିର ମାସ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିବା ଘଟଣା ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲା ।
କୋର୍ଟଙ୍କ ରାୟ ପରେ ଆସିକା ଥାନା ପୋଲିସ ତପସ୍ୱିନୀ ଓ ସୁମିତଙ୍କୁ ନେଇ ଆସିକା ଚିନି କଳ ଅତିଥି ଭବନରେ ରଖିଛନ୍ତି । ଏହାପରେ ସେମାନଙ୍କୁ ଆସିକା ଅଞ୍ଚଳରେ ଏକ ଭଡ଼ା ଘରେ ରଖାଯିବ । ଆଗାମୀ ୭ ଦିନ ଯାଏଁ ସବୁ ଘଟଣାର ତଦାରଖ କରିବ ଆସିକା ଥାନା ପୋଲିସ । ଉଭୟଙ୍କ ରହିବା, ଖାଇବା, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ସ୍ୱାମୀ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି ।
ଏକାଠି ୭ ଦିନ ରହଣି ସମୟରେ କୌଣସି ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ ନାହିଁ କିମ୍ବା ଫୋନ୍ ଯୋଗେ ଯୋଗାଯୋଗ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆସିକା ପୋଲିସ ଉଭୟ ତପସ୍ୱିନୀ ଓ ସୁମିତଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ ।
ତେବେ ବର୍ତ୍ତମାନ ବ୍ରହ୍ମପୁର ପରେ ତାଳଚେର ରେ କିଛି ଏହି ଭଳି ଦୃଶ୍ୟ କୁ ଦେଖିବାକୁ ମିଳୁଛି । ତେବେ ଡ଼ଲି ସାହୁ ନାମକ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମରେ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ୱାମୀ ତାଙ୍କୁ ବର୍ତ୍ତମାନ ଗ୍ରହଣ କରୁ ନାହାନ୍ତି ଏଵଂ ଶାଶୂ ଘର ଲୋକ ମଧ୍ୟ ଆପଣାଉ ନାହାନ୍ତି । ତେବେ ତାଙ୍କ ସ୍ୱାମୀ ଙ୍କ ନାମ ହେଉଛି ଅକ୍ଷୟ ସାହୁ ତେବେ ଦୁଇଜଣଙ୍କ ବିବାହ ତିନିବର୍ଷ ତଳେ ହୋଇ ଯାଇଥିଲା ଏବଂ ଡ଼ଲି ଙ୍କ ବାପ ଘର ହେଉଛି ଅନୁଗୁଳ ରେ ।
ତେବେ କୌଣସି କାରଣ ପାଇଁ ଡ଼ଲି ଙ୍କୁ ତାଙ୍କ ଶାଶୂ ଘର ଲୋକେ ବାହାର କରି ଦେଇଥିଲେ ଏବଂ ଏହା ପରେ ସେ ଘରକୁ ଫେରିଲେ ତାଙ୍କୁ ଗ୍ରହଣ ନ କରି ଧକା ଦେଇ ବାହାର କରି ଦେଉଥିଲେ । ତେବେ ଡ଼ଲି ଙ୍କ କହିବା ଅନୁସାରେ ନା ହୋଇଛି ଛାଡ଼ପତ୍ର ନା ସେ ରାଗିକି ବାପ ଘର ପଳେଇ ଥିଲେ କିନ୍ତୁ ତଥାପି ତାଙ୍କ ଶାଶୂ ଘର ଲୋକେ ମିଶି ତାଙ୍କ ସ୍ୱାମୀ ଙ୍କ ବ୍ରେନ ୱାସ୍ କରିଛନ୍ତି ଏବଂ ତାଙ୍କୁ ଶିଖେଇଛନ୍ତି ଯାହା ଦ୍ୱାରା ସେ ବର୍ତ୍ତମାନ ମୋତେ ଗ୍ରହଣ କରୁ ନାହାନ୍ତି ।
ତେବେ ନ୍ୟାୟ ପାଇବାର ଆଶା ରେ ବର୍ତ୍ତମାନ ଡ଼ଲି ଶାଶୂ ଘର ପିଣ୍ଡା ରେ ବସି ରହିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ଏଠୁ ହଟିବେନି ବୋଲି ମଧ୍ୟ କହୁଛନ୍ତି । ତେବେ ଦେଖାଯାଉ ଡ଼ଲିଙ୍କୁ ନ୍ୟାୟ ମିଳୁଛି କିମ୍ବା ନାହିଁ । ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ । |
– ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଲୋକମାନେ ଆପକୁ ଆଇନା ଦେଖାଇବେ
– ସମସ୍ତଙ୍କୁ ଠକିବାରେ ଆପ୍ ସରକାର ଧୂରନ୍ଧର
– କୁମ୍ଭୀର କାନ୍ଦଣା କାନ୍ଦୁଥିବା ଆପ୍ ନେତା ବଞ୍ଚିତ ବର୍ଗଙ୍କ ସହ କେବଳ ଧୋକା କରିଛନ୍ତି
– ଶିକ୍ଷକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ସବୁଠୁ ବଡ ଦାୟିତ୍ୱ
ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୩ (ଓଡ଼ିଆ ପୁଅ) – ଦିଲ୍ଲୀରେ ଆମ ଆଦମି ପାର୍ଟି ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି। ଆପ୍ ସରକାର ପ୍ରାଧ୍ୟାପକ ମାନଙ୍କୁ ଦରମା ଦେଇପାରୁନାହାନ୍ତି। ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଲୋକମାନେ ଆପକୁ ଆଇନା ଦେଖାଇବେ ବୋଲି ବୁଧବାର ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଦୂଷଣ ମୁକାବିଲା ନକରିବା, ଅବକାରୀ ନୀତି, ପିଡବ୍ଲୁଡିରେ ଅବ୍ୟବସ୍ଥା, ସ୍କୁଲକୁ ଆସୁଥିବା ଅନୁଦାନ ଅର୍ଥକୁ ଅନ୍ୟ କାମରେ ଲଗାଇବା ତଥା ନିଜର କାର୍ଯ୍ୟକର୍ତ୍ତାଙ୍କୁ ଠକିବାରେ ଆପ୍ ସରକାର ଧୂରନ୍ଧର। ଅନ୍ୟପଟେ ଏସସି, ଏସଟି, ଓବିସିଙ୍କ ବ୍ୟତିତ ଗରିବଙ୍କୁ ଏକ ସାମାଜିକ ବର୍ଗ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଚାକିରି ଏବଂ ଶିକ୍ଷାରେ ବଞ୍ଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯେଉଁମାନେ ଲମ୍ବା ସମୟ ଧରି ଶାସନ କରିଛନ୍ତି ଏବଂ ଆଜି ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ବଞ୍ଚିତ ବର୍ଗଙ୍କ ସହ କେବଳ ଧୋକା କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୦ ଲକ୍ଷ ସରକାରୀ ପଦବୀରେ ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ମୋଦି ସରକାର ମିଶନ ମୋଡରେ କାମ କରୁଛନ୍ତି। ସେହିପରି ଶିକ୍ଷକ ସମୁଦାୟ, ପ୍ରାଧ୍ୟାପକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ପ୍ରାଥମିକତା। ମୋଦି ସରକାର ସମସ୍ତଙ୍କୁ ନେଇ ସାଙ୍ଗରେ ଚାଲୁଥିବା ସରକାର। ଏହାବ୍ୟତିତ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ବେଞ୍ଚମାର୍କ ସ୍ଥାପନ କରିବା ସହ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରୁଛି।
ଏକ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଭ୍ରଷ୍ଟାଚାର ଏବଂ ଖରାପ ବ୍ୟବସ୍ଥାକୁ ସୁଧାରିବାରେ ଶିକ୍ଷକ ସମୁଦାୟକୁ ଦାୟିତ୍ୱ ନେବାକୁ ନେବ। ଏହାବ୍ୟତିତ ଦେଶକୁ ଆଗକୁ ନେବାର ଦାୟିତ୍ୱ ଆମ ସମସ୍ତଙ୍କର। କିନ୍ତୁ ଏଥିରେ ଶିକ୍ଷକ ମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଶିକ୍ଷକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ସବୁଠୁ ବଡ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। |
ଭୁବନେଶ୍ୱର : ବନ୍ଦ ହେବନି ଯାତ୍ରା, ଯଥାବତ୍ ଚାଲୁ ରହିବ। ଆସନ୍ତା ଯାତ୍ରା ବର୍ଷରୁ ଯାତ୍ରା ପରିବେଷଣ ବନ୍ଦ ରଖିବା ପାଇଁ ଯାତ୍ରା ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ପୂନର୍ବିଚାର କରାଯାଇଛି। ପରିଚାଳନାରେ ସମସ୍ତ ସହଯୋଗର ପ୍ରତିଶ୍ରୁତି ସହିତ ଯାତ୍ରା କଳାକାର ଏବଂ କର୍ମଚାରୀମାନେ ଯାତ୍ରା ଚଳାଇ ରଖିବା ପାଇଁ ମାଲିକ ସଂଘକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ମାଲିକ ସଂଘର ଏକ ଜରୁରୀ ବୈଠକ ଗତ ୨୯ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଜସଜ୍ଜାକୁ ସଂକୁଚିତ କରିବା, ଯାତ୍ରା ପରିଚାଳନାକୁ ଶୃଙ୍ଖଳିତ କରିବା ସହିତ ଅନୁଷ୍ଠାନର କ୍ଷତି ଭରଣା ପାଇଁ ଖର୍ଚ୍ଚକାଟ କରି ଯାତ୍ରା ପରିବେଷଣ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଯାତ୍ରା କଳାକାର ଏବଂ ଯାତ୍ରା ଶିଳ୍ପ ସହିତ ସଂପୃକ୍ତ କର୍ମଚାରୀମାନଙ୍କ ସହଯୋଗ ପାଇଁ ମାଲିକ ସଂଘ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଯାତ୍ରା ପରିବେଷଣରେ ଯାତ୍ରା କମିଟିମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଯାତ୍ରା ଶିଳ୍ପକୁ ସଂକଟର ଉଦ୍ଧାର କରିବା ପାଇଁ ସେମାନଙ୍କର ସହଯୋଗ କାମନା କରାଯାଇଛି। ଏଥିପାଇଁ ଖୁବ୍ଶୀଘ୍ର ଓଡ଼ିଶାର ଯାତ୍ରା କମିଟିମାନଙ୍କର ଏକ ବୈଠକ ଆୟୋଜନ କରାଯାଇ ଅନ୍ୟ ବିଷୟରେ ଆଲୋଚନା କରାଯିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ମାଲିକ ସଂଘ ସଭାପତି ସୌମ୍ୟରଂଜନ ପଟ୍ଟନାୟକ, ଉପଦେଷ୍ଟା ପ୍ରଦୀପ ମହାରଥୀଙ୍କ ସମେତ ସମସ୍ତ ଯାତ୍ରା ପ୍ରଯୋଜକମାନେ ଉପସ୍ଥିତ ଥିଲେ। |
ହଷ୍ଟେଲ୍ରେ ରାତ୍ରି ଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ର ତଳ କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ ଜଣ ଅନ୍ତେବାସିନୀ ରାତ୍ରି ଭୋଜନ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ରୀ ଅଛନ୍ତି।
ଅନ୍ୟପକ୍ଷରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ୫ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ହଷ୍ଟେଲ ପଠାଇ ଦିଆ ଯାଇଛି।
ଏହି ସ୍କୁଲର ହଷ୍ଟେଲରେ ୩୮୫ ଜଣ ଛାତ୍ରୀ ରହିଛନ୍ତି । ହଷ୍ଟେଲରେ ପାଣି ସମସ୍ୟା ଲାଗି ରହିଥିବାରୁ ଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣେ ଶିକ୍ଷୟିତ୍ରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ। |
ଫ୍ରେଣ୍ଡସ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ତରଫରୁ ସ୍ବାଗତମ୍ । ଆପଣ ମାନେ ଜାଣିଥିବେ 2019 ଲୋକସଭା ନିର୍ବାଚନ ପରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଦିନ ପରେ ଦିନ ଗରିବ ସାଧାରଣ ଲୋକମାନଙ୍କ ପାଇିଁ କରିଚାଲିଛନ୍ତି ବିକାଶର ଉନ୍ମୋଚନା ଯାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତ ସରକାର ସବୁବେଳେ ଦେଶର ଆର୍ଥିକ ବିକାଶ ଏବଂ ସ୍ବଚ୍ଛତାକୁ ନେଇ ପ୍ରତିପ୍ରଗତି ରହିଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥାକୁ ଦୃଡିଭୂତ କରିବା ପାଇିଁ ଭାରତ ସରକାର ସଦାସର୍ବଦା ଚେଷ୍ଟିତ । ପୁଣି ମାନ୍ୟବର ସରକାର ଗରିବ ରାଶନ କାର୍ଡଧାରୀ ମାନଙ୍କ ପାଇିଁ ଲାଗୁ କରିଛନ୍ତି ନୂଆ ନିୟମ ।
କିପରି ଗରିବ ସାଧାରଣ ଜନତା ଏହି ନିୟମ ରେ ଲାଭବାନ ହୋଇପାରିବେ ସେଥି ପ୍ରତି ଦୃଡପ୍ରତିକ୍ଷିପ୍ତ ରହିଛନ୍ତି । ଅନେକ ସରକାରୀ ସ୍କିମ ଗୁଡିକ ବାହାରୁଛି କିନ୍ତୁ ଜନତାଙ୍କ ପାଖରେ ତାହାର ସୁବିଧା ପହଞ୍ଚିପାରୁ ନାହିଁ ଯୋଜନା ନାରେ ରାଜ୍ୟ ସରକାର ନାରା ଦେଉଛନ୍ତି ହେଲେ ଜନତା ଏହାର ଲାଭ ପାଇପାରୁ ନାହାଁନ୍ତି ।
ତାହାକୁ ପାଥେୟ କରି ଭାରତ ସରକାର ଏବେ ନୂଆ ସ୍କିମ ବାହାର କରିଛନ୍ତି ରାଶନ କାର୍ଡଧାରୀ ମାନଙ୍କ ପାଇିଁ । ତେବେ ଏହି ମହତ୍ତୂପୂର୍ଣ୍ଣ ଯୋଜନା କଣ ତାହା ବିଷୟ ରେ ଆମେ ଆପଣ ମାନଙ୍କୁ ପୁରା ଡାଟା ଦେବୁ , ସେଥେ ପର୍ଯ୍ୟନ୍ତ ଆମର ଏହି ଆର୍ଟିକିଲ କୁ ପଡିଚାଲନ୍ତୁ ।
ବନ୍ଧୁଗଣ ଆପଣ ଙ୍କ ପାଖର୍ ରାଶନ କାର୍ଡ ଅଛିକି ? ଯଦି ଆପଣ ଙ୍କ ପାଖରେ ରାଶନ କାର୍ଡ ଅଛି କିମ୍ବା ନୂଆ ଏପ୍ଲାୟ କରିଛନ୍ତି ତେବେ ଆପଣ ମାନଙ୍କ ପାଇିଁ ଭାରତ ସରକାର ତରଫରୁ ବଡ ଧରଣର ଖୁସି ଖବର । ଆପଣ ମାନଙ୍କୁ ସରକାର ତାଙ୍କର ଯୋଗାନ୍ତକାରୀ ଯୋଜନା ମାଧ୍ୟମରେ ଏକ ଲାଭାଂଶ ଦେବାକୁ ଯାଉଛନ୍ତି , ଯେଉଁ ଯୋଜନା ମାଧ୍ୟମରେ ଆପଣ ମାଗଣାରେ ନିଜର ଆବଶ୍ୟକତା ଉପଲବ୍ଧି କରିପାରିବେ ।
ତେବେ ଏହି ନୂଆ ସ୍କିମ କୋଟି କୋଟି ଭାରତୀୟ ଙ୍କ ପାଇିଁ କହିଲେ ଯର୍ଥାତ ହେବ । ଯଦି ରାସନ କାର୍ଡ ଅଛି ତେବେ ଯୋଜନାରେ ଆଜି ହିଁ ଭାଗ ନିଅନ୍ତୁ । ତେବେ ଆପଣ ମାନଙ୍କୁ ସର୍ବ ପ୍ରଥମେ ସେହି ଯୋଜନା ସମ୍ପର୍କରେ କହିବୁ ।
ଭାରତର ସରକାର ଙ୍କର ଯୋଜନା ଅନୁସାରେ ଯେଉଁ ଗରିବ ବ୍ୟକ୍ତିଙ୍କ ପାଖରେ ରାଶନ କାର୍ଡ ଅଛି ସେମାନଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ଉପଲବ୍ଧି ହେବ । ରାଶନ କାର୍ଡଧାରୀ ମାନଙ୍କୁ ମାଗଣାରେ ଗ୍ୟାସ ସହିତ ଚୁଲା ଏବଂ ଲାଇଟର ମଧ୍ୟ ଫ୍ରି ରେ ପ୍ରଦାନ ହେବ ବୋଲି କେନ୍ଦ୍ର ସରକାର ବଡ ଘୋଷଣା ଜାରି କରିଛନ୍ତି ।
କେମିତି ଗରିବ ଲୋକଏହାର ଫାଇଦା ପାଇପାରିବେ ସେଥି ପ୍ରତି ଦୃଷ୍ଟି ଦେବା ସହିତ କାର୍ଯ୍ୟକ୍ରମ ହାସ୍ତକ୍ଷେପ କରାଯାଇଛି ।
ପାଖରେ ରାଶନ କାର୍ଡ ଥିବା ସ୍ବତେ ଆପଣ ଗ୍ୟାସ କେନକେସ୍ନ ପାଇପାରୁ ନାହାଁନ୍ତି ତେବେ ଆଜି ହିଁ KYC ଫ୍ରମ ଭରି ନିକଟସ୍ଥ ଗ୍ରାହକ ରେ ଦିଅନ୍ତୁ । ଏହା ଦ୍ବାରା ଆପଣ ପୁରା ମାଗଣାରେ ଗ୍ୟାସ କନେକସନ ପାଇପାରିବେ ଏଥିରେ କୌଣସି ଦିମ୍ମତ ନାହିଁ । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । |
ଶ୍ରୀପତି ଆଚାର୍ଯ୍ୟ
ବୃହସ୍ପତି ଚଳନ – ଏକ ବୃହତ ମହାଜାଗତିକ ପରିବର୍ତ୍ତନ, ତା୧୩.୦୪.୨୦୨୨ ରାତ୍ର ୧ଟା ୪୬ମି ଠାରେ ବୃହସ୍ପତି କୁମ୍ଭ ରାଶିରୁ ପୂର୍ବଭାଦ୍ର ନକ୍ଷତ୍ର ମୀନ ରାଶିକୁ ସ୍ବଚାର ଗମନ କରିବେ । ଏହି ସମୟରେ ଜୀବଜଗତ ସହିତ ମାନବ ଜୀବନରେ ଅନେକ ପ୍ରଭାବ ପରିଲିକ୍ଷିତ ହେବ ॥
ଏହାଦ୍ବାରା କେଉଁ ରାଶିର ବ୍ୟକ୍ତି କି ଫଳ ଭୋଗିବେ ଜାଣନ୍ତୁ –
• ବୃହସ୍ପତି ଗୋଚରେ ଶୁଭ – ବୃଷ, କର୍କଟ, କନ୍ୟା, ବିଛା ଓ କୁମ୍ଭ ରାଶିର ।
• ଚଳନ ସମୟେ ଚନ୍ଦ୍ରଶୁଦ୍ଧି ହେତୁ ସମଫଳ – ମେଷ, ମିଥୁନ, ସିଂହ, ତୁଳା, ଧନୁ ଓ ମୀନ ରାଶିର ।
• ଅତିଶୁଭ – ବିଛା ଓ କୁମ୍ଭ ରାଶିର
ମେଷ – ଦ୍ବାଦଶସ୍ଥ ବୃହଷ୍ପତି
– ଅଧିକ ଖର୍ଚ୍ଚାନ୍ତ ସହିତ ଋଣ କରିବାର ସ୍ଥିତି ରହିବ, ଅଯଥା ବାଦବିବାଦ ମାଲି ମକଦ୍ଦମା ଭଳି ପରିସ୍ଥିତିର ସମ୍ମୁଖୀନ ହେବେ, ପାରିବାରିକ ଜୀବନରେ ବିଶୃଙ୍ଖଳା ସ୍ଥିତି ରହିବ ।
– ଯାନବାହାନ ଚଳେଇବାରେ ସତର୍କ ରହିବେ
– ପ୍ରତି ଗୁରୁବାର ତାରିଣୀ ମନ୍ଦିର ଦର୍ଶନ ସହିତ ପୋଖରାଜ ରତ୍ନ ଧାରଣ କରିବେ ॥
ବୃଷ – ଏକାଦଶ ବା ଲାଭ ଗୃହସ୍ଥ ବୃହସ୍ପତି
– ଏକାଦଶ ବା ଲାଭ ଗୃହସ୍ଥ ବୃହସ୍ପତି ମାନବକୁ ଅନେକ ପ୍ରକାର ସଫଳତା ସହିତ ପ୍ରତି କାର୍ଯ୍ୟରେ ମନ ମୁତାବକ ଲାଭ ପ୍ରଦାନ କରିବେ, ଗୃହରେ ଶୁଭକର୍ମ କରାଇବେ, ଟଙ୍କାପଇସା ରୋଜଗାର କ୍ଷେତ୍ରରେ ସବୁଠାରୁ ଶୁଭ ॥
– ପ୍ରତି ଗୁରୁବାର ଭୋକିଲାକୁ ପେଟଭରି ହଳଦିଆ ଅନ୍ନ ଏବଂ ମିଠା ଖାଇବାକୁ ଦେଲେ ଅଧିକ ଶୁଭ ହେବ ॥
ମିଥିନ – ଦଶମ ବା କର୍ମ ଗୃହସ୍ଥ ବୃହଷ୍ପତି
– ଦଶମ ବା କର୍ମ ଗୃହସ୍ଥ ବୃହସ୍ପତି ପ୍ରତି କାଯ୍ୟରେ ସାହାର୍ଯ୍ୟ ସହଯୋଗ ସହିତ ମାନ ସମ୍ମାନ ପ୍ରଦାୟକ ହେବେ ॥
– ଅଯଥା ବ୍ୟୟପ୍ରତି ସତର୍କତା ଅବଲମ୍ବନ କରିବେ॥
– ପ୍ରତିଦିନ ସ୍ନାନସାରି ଐଶାନ୍ୟ ଦିଗକୁ ମୁଖକରି ୨୭ଥର ଓଁ ବୃଂ ବୃହସ୍ପତୟେ ନମଃ ଜପ କରିବେ ॥
କର୍କଟ – ନବମ ବା ଭାଗ୍ୟ ଗୃହସ୍ଥ ବୃହସ୍ପତି
– ଭାଗ୍ୟଦେବଙ୍କର ଆର୍ଶିବାଦ ରହିବ । ଧନ ଟଙ୍କାପଇସା, ପଦପଦବୀ, କର୍ମୋର୍ଣ୍ଣତି, ମାନସମ୍ମାନ, ନୂତନ ଗାଡି ଭୂମି ଦ୍ରବ୍ୟାଦି କ୍ରୟ, ବାଦବିବାଦରୁ ମୁକ୍ତି, ଶତୃ ଜୟ ଏବଂ ଆଧ୍ୟାତ୍ମୀକତା ବୃଦ୍ଧି॥
– ଗାଇଙ୍କୁ ଚଣାଡାଲି ଏବଂ ପାରାଙ୍କୁ ଖାଇବାକୁ ଦେବେ ଅଧିକ ଶୁଭ ॥
ସିଂହ – ଅଷ୍ଟମ ବୃହସ୍ପତି
– ଆର୍ଥିକ ଅଭାବ, ମାନସମ୍ମାନ ଓ ଲୋକ ସମ୍ପର୍କ କ୍ଷୁଣ୍ଣ, ଚାକିରି ବ୍ୟବସାୟରେ ବାଧାବିଘ୍ନ ଏବଂ ସ୍ବାସ୍ଥ୍ୟଗତ ବାଧା ଉପୁଜିବ ॥
– ଗୁରୁବାର ହଳଦିଆ ବସ୍ତ୍ର ପରିଧାନ କରି ତାରିଣି ମାଙ୍କୁ ଦର୍ଶନ ଏବଂ ପୋଖରାଜ ରତ୍ନ ୫ରତିର ଧାରଣ କରିବେ ॥
କନ୍ୟା – ସପ୍ତମ ବୃହସ୍ପତି
– ବବାହ ଭଳି ଶୁଭକର୍ମ, ମାନସମ୍ମାନ ଓ ବ୍ୟବସାୟରେ ଲାଭ ବୃଦ୍ଧି, ଆତ୍ମବଳ ଦୃଢ କରାଇବେ, ଆର୍ଥିକ ଉର୍ଣ୍ଣତି ପ୍ରାପ୍ତ କରାଇବେ ଏବଂ ଚାକିରିରେ ପଦୋନ୍ନତି ଓ ଦରମା ବୃଦ୍ଧି ହେବ ।
– ଗୁରୁବାର ରୁଟିଗୁଡ ଗାଇକୁ ଖୁଆଇବେ ଏବଂ ଶାକଦ୍ବୀପ ବ୍ରାହ୍ମଣଙ୍କୁ ହଳଦି, ଗୁଡ, ପୁଷ୍ପରାଗ ମଣି ଏବଂ ଲୁଣ ଦାନ ।
ତୁଳା – ଷଷ୍ଠ ବୃହସ୍ପତି
– ଷଷ୍ଠ ବୃହସ୍ପତି ଶାରିରିକ ଏବଂ ମାନସିକ ଦୁର୍ବଳତା ପ୍ରଦାନ କରିବେ, କର୍ମକ୍ଷେତ୍ର ଓ ପାରିବାରିକ ପରିବେଷରେ ଶତୃବୃଦ୍ଧି ହେବେ ॥
– ପୋଖରାଜ ରତ୍ନ ୫ରତିର କିମ୍ବା ବ୍ରହ୍ମଜଷ୍ଠି ଚେର ଧାରଣ ଏବଂ ପ୍ରତି ଗୁରୁବାର କଦଳୀଗଛ ମୂଳରେ ହଳଦୀଜଳ ଅର୍ପଣ ।
ବିଛା – ପଞ୍ଚମରେ ବୃହସ୍ପତି
– ପଞ୍ଚମ ବୃହସ୍ପତି ମାନ ସମ୍ମାନ ଧନ ଓ ଆତ୍ମବଳ ବୃଦ୍ଧି ସହିତ ପ୍ରତି କ୍ଷେତ୍ରରେ ମାତ୍ରାଧିକ ଶୁଭଫଳ ପ୍ରଦାୟକ ହେବେ ଏବଂ ପ୍ରତି କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ, ସର୍ବବିଧ ସୁବିଧା ସୁଯୋଗ ପ୍ରାପ୍ତ ହେବ ।
– ପ୍ରତିସମୟରେ ହଳଦି ଖଣ୍ଡେ ପାଖରେ ରଖି ଘରୁ ବାହାରିବେ ପ୍ରତି କାଯ୍ୟରେ ସଫଳ ହେବେ ॥
ଧନୁ -ଚତୁର୍ଥ ବୃହସ୍ପତି
– ଏହି ଚଳନ ଏତେ ଶୁଭ ନୁହେଁ ମୂଖ୍ୟତଃ ଆର୍ଥିକ ପରିସ୍ଥିତି ଦୁର୍ବଳ କରିବେ ମାତ୍ର ପାରିବାରିକ ପରିବେଶ ଭଲ ରହିବ, ବିବାହାଦି ଶୁଭକର୍ମରେ ସହାୟକ ହେବେ ।
– ଯାନବାହାନ ଓ ଅଗ୍ନିଜନିତ ସତର୍କତା ଅବଲମ୍ବନ କରିବେ ॥
– ତାରା ପିଠ ଘଟଗାଁ ତାରିଣୀ କିମ୍ବା ଗଞ୍ଜାମ ପୁରୁଷୋତ୍ତମପୁରସ୍ଥ ତାରା ତାରିଣୀ ଦର୍ଶନ, ବ୍ରହ୍ମଜଷ୍ଠି ଚେର ଧାରଣ କରିବେ॥
ମକର – ତୃତିୟ ଗୃହସ୍ଥ ପଦୋନ୍ନତି
-ତୃତୀୟ ଗୃହସ୍ଥ ବୃହସ୍ପତି ଆତ୍ମବଳ ବୃଦ୍ଧି ସହିତ ସବୁ ସ୍ଥଳରେ ସମ୍ପର୍କ ସୁଦୃଢ କରାଇବେ ଏବଂ ମାନସମ୍ମାନ ସହିତ ମାଲିମକୋଦ୍ଦମାରେ ଜୟ ଓ କର୍ମକ୍ଷେତ୍ରରେ ଶୁଭଫଳ ଦେବେ, ସହଯୋଗର ହାତ ସବୁ ଦିଗରୁ ମିଳିବ ॥
– ହଳଦିଆ ବସ୍ତ୍ର ଅଧିକାଶଂ ସମୟ ପିନ୍ଧିବେ ଏବଂ ଖଣ୍ଡେ ହଳଦୀ ପାଖରେ ରଖିବେ ॥
କୁମ୍ଭ – ଦ୍ଵିତୀୟ ବୃହସ୍ପତି
– ଦ୍ଵିତୀୟ ବା ଧନ ଗୃହରେ ବୃହସ୍ପତି ରହିବେ ତେଣୁ ରୋଜଗାର ବୃଦ୍ଧି ସହିତ ନୂତନ କର୍ମ ସଂସ୍ଥାନ ଷୃଷ୍ଟି କରିବେ, ଆଧ୍ୟାତ୍ମିକ ଭାବନା ବୃଦ୍ଧି ଏବଂ ପ୍ରତି କାଯ୍ୟରେ ଶୁଭ ପ୍ରଭାବ ପ୍ରଦାୟକ ହେବେ, ରୋଗଶୋକରୁ ମୁକ୍ତି ମିଳିବ ॥
– ଶାକଦ୍ବୀପ ବ୍ରାହ୍ମଣଙ୍କୁ ସୁନା, ବସ୍ତ୍ର ଏବଂ ଗୁଡ ଦାନ ଦେବେ ଅଧିକ ଶୁଭ, ପୋଖରାଜ ରତ୍ନ ଧାରଣ କରିବେ ॥
ମୀନ – ଜନ୍ମ ପଦୋନ୍ନତି ବା ସ୍ବ- ରାଶିରେ ରହିବେ
– ପ୍ରତି କାର୍ଯ୍ୟ ବିଳମ୍ବରେ ବାଧାବିଘ୍ନରେ ପୁରଣ ହେବ, ସମ୍ପର୍କ ଖରାପ ହେବ, ଟଙ୍କାପଇସା ନିବେଷରେ କ୍ଷତି ସହିବେ ॥
– କାହାକୁ ହତାଦାର କରନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ଶୁଭ କାଯ୍ୟ ଏବଂ ନୂତନ କାର୍ଯ୍ୟ କରନ୍ତୁ ନାହିଁ ॥
– ପ୍ରତିଦିନ ସ୍ନାନ ପରେ ଓଁ ବୃଂ ପଦୋନ୍ୟେ ନମଃ ୨୧ଥର ଜପ ସହିତ ଶିବଙ୍କର ରୁଦ୍ରାଭିଷେକ ପୂଜା କରାଇବେ । |
ନୂଆପଡ଼ା: ନୂଆପଡ଼ା ସହରରେ ପୁଣି ଭାଲୁ ଆତଙ୍କ । ଶୁକ୍ରବାର ସଂଧ୍ୟାରେ ନୂଆପଡ଼ା ନେସନାଲ କଲେଜ ପରିସରରେ ଆତଙ୍କ ଖେଳାଇଥିଲା ଭାଲୁ । କଲେଜ ନିକଟ ସାଲିହା ପାହାଡ଼ରୁ ୩ଟି ଭାଲୁ ଆସି ଦୀର୍ଘ ସମୟ ଧରି କଲେଜ ପରିସରରେ ବୁଲୁଥିଲେ ।
ପରେ ଭାଲୁ ଜଙ୍ଗଲକୁ ପଳାଇଥିଲା । କିଛି ଦିନ ତଳେ ଖରିଆର ରୋଡ ସହରରେ ଏକ ଭାଲୁ ଦୀର୍ଘ ସମୟ ଧରି ସହରରେ ଆତଙ୍କ ଖେଳାଥିଲା ।
ପରେ ବନବିଭାଗ ବହୁ କଷ୍ଟରେ ଭାଲୁକୁ ଆୟତ କରି ଜଙ୍ଗଲରେ ଛାଡିଥିଲା । |
ନୂଆଦିଲ୍ଲୀ:କୋ ଆପ୍ – ହୋମଗ୍ରାଉଣ୍ଡ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସହ-ପ୍ରତିଷ୍ଠାତା ଆପ୍ରାମେୟା ରାଧାକୃଷ୍ଣନା ଘୋଷଣା କରିଛନ୍ତି ଯେ ଏହାର ଚାଇନାର ନିବେଶକ ଶୁନୱାଇ କ୍ୟାପିଟାଲ କମ୍ପାନୀରୁ ବିଦାୟ ନେଉଛି। ନିବେଶ ସଂସ୍ଥା କମ୍ପାନୀର ପୂର୍ବ ବ୍ରାଣ୍ଡ – ଭୋକାଲରେ ବିନିଯୋଗ କରିଥିଲା | କମ୍ପାନୀ ଦାରା ଅଂଶୀଦାର ହୋଇଥିବା ଏକ ବିବୃତ୍ତିରେ ଏହା କୁହାଯାଇଛି ଯେ ବୁକ୍ ମାଇ ଶୋ'ର ସହ-ପ୍ରତିଷ୍ଠାତା ତଥା ସିଇଓ ଆଶିଷ ହେମରାଜାନୀଙ୍କ ପରି ଭାରତୀୟ ଉଦ୍ୟୋଗୀଙ୍କ ଏକ କ୍ଲଚ୍; ବିବେକାନନ୍ଦ ଏଚ୍, ସହ-ପ୍ରତିଷ୍ଠାତା ତଥା ସିଇଓ, ବାଉନ୍ସ; ସହ-ପ୍ରତିଷ୍ଠାତା ତଥା ସିଇଓ ନିଖିଲ କାମାଥ ଜିରୋଡା କମ୍ପାନୀରେ ପୁଞ୍ଜି ବିନିଯୋଗ କରିଛନ୍ତି
ଏବଂ କମ୍ପାନୀର କ୍ୟାପ୍ ଟେବୁଲରେ ପ୍ରବେଶ କରୁଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ କମ୍ପାନୀରେ ଅଧିକରୁ ଅଧିକ ଭାରତୀୟ ଟଙ୍କା ମିଳୁଛି। ୪.୧ ମିଲିୟନ ଡ଼ଲାରର ଅର୍ଥ ସ୍ୱତନ୍ତ୍ର ଭାରତୀୟ ଇଞ୍ଜିନିୟରିଂ ଚ୍ୟାଲେଜଗୁଡିକର ସମାଧାନ ପାଇଁ କ୍ଷମତା ବୃଦ୍ଧି ପାଇଁ ଏବଂ ମାର୍କେଟିଂ ବିଷୟରେ ଆପ ବିଷୟରେ ସଚେତନତା ପାଇଁ ବ୍ୟବହୃତ ହେବ | ଟ୍ୱିଟର ପାଇଁ ଭାରତର ବିକଳ୍ପ ଭାବରେ ବିଲ୍ ହୋଇଥିବା କୋ ଆପ୍ ଭାରତୀୟ ସରକାର ଘୋଷଣା କରିଥିବା ଅଟମାନୀର ଆପ୍ ଚ୍ୟାଲେଞ୍ଜରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
ଏହାକୁ ୨୦୨୦ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରର ସର୍ବଶ୍ରେଷ୍ଠ ଦୈନିକରୁରୀ ଆପ୍ ଭାବରେ ମଧ୍ୟ ନାମିତ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ କି ବାଟ୍ ଠିକଣାରେ ଏକ ବିଶେଷ ଉଲ୍ଲେଖ କରିଥିଲେ। ଗୁଗୁଲ୍ ପ୍ଲେ ଷ୍ଟୋର୍ରେ ଏହି ଆପରେ ଏକ ମିଲିୟନରୁ ଅଧିକ ଡାଉନଲୋଡ୍ ଅଛି | ଆପ୍ରେମିଆ ଏକ ଟୁଇଟ୍ରେ କହିଛନ୍ତି ଯେ କୋ'ର ୯୫ ପ୍ରତିଶତ ଉପଭୋକ୍ତା ମୋବାଇଲ୍ ଫୋନ୍ ମାଧ୍ୟମରେ ଲଗ୍ଇନ୍ କରନ୍ତି। |
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲା ଓ ସୁରେନ୍ଦ୍ରପୁର ଗାଁରେ ଆଜି ତାଣ୍ଡବ କରିଛି ଘୂର୍ଣ୍ଣିଝଡ଼। ଗାଁର ଅନେକ ପରିବାରକୁ ବେଘର କରିଦେଇଥିବା ବେଳେ ବଡବଡ ଗଛଗୁଡିକୁ ଭାଙ୍ଗି ଦେଇଥିଲା। କିଛି ଘରର ଆଜବେଷ୍ଟସ୍ ମଧ୍ୟ ଉଡ଼ି ଯାଇଥିଲା।
ଆଜି ଦିନ ପ୍ରାୟ ୨ଟା ବେଳେ ହସ୍ତୀଷଣ୍ଢା ପରି ଏକ ବିରଳ ଦୃଶ୍ୟ ଆକାଶରେ ଦେଖାଦେଇଥିଲା। ଏହି ହସ୍ତୀଷଣ୍ଢା କିଛିକ୍ଷଣ ମଧ୍ୟରେ ଧାମରା ନଦୀର ପାଣିକୁ ଘୁରେଇ ଘୁରେଇ ଆକାଶକୁ ଉଠାଇନେଇଥିଲା। ଏହାପରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା। ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲା ଓ ସୁରେନ୍ଦ୍ରନଗର ଗାଁ ମଝିରେ ସୃଷ୍ଟି କରିଥିଲା ବିତ୍ପାତ। କ୍ଷଣିକ ମଧ୍ୟରେ ଝଡ ବର୍ଷା ଛାତି ଥରାଇ ଦେଇଥିଲା। ମଡମଡ ହୋଇ ଘରର ଆଜବେଷ୍ଟସ ଉଡାଇନେଇ ଚୁନା କରିଦେଇଥିଲା। ଚାଳଛପର ଉଡାଇନେଇଥିଲା। ଆଖପାଖରେ ଥିବା ଗଛଗୁଡିକୁ ମୋଡି ଭାଙ୍ଗି ପକାଇଥିଲା। ପ୍ରାୟ ୪ରୁ ୫ ମିନିଟ୍ ମଧ୍ୟରେ ସବୁ ଶୁନଶାନ୍ ହୋଇଗଲା।
ଏହି ଘୂର୍ଣ୍ଣିଝଡରେ ଚାଆଁରାକୋଲା ଓ ସୁରେନ୍ଦ୍ରପୁର ଗାଁର ପ୍ରାୟ ୧୦ ବଖରା ଘର ଭାଙ୍ଗିଯାଇଛି। କାଳିପଦ ମୁର୍ମୁ, ଗଣେଶ ମୁର୍ମୁ, ଦେବେନ୍ଦ୍ର ମୁର୍ମୁ, ମହେନ୍ଦ୍ର ମୁର୍ମୁ, ବାସୁଦେବ ଜେନା, ରଜନୀ ଗିରୀଙ୍କ ପରିବାର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।
କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଖବର ପାଇ ରାଜନଗର ତହସିଲଦାରଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ବିସ୍ଥାପିତଙ୍କ ପାଇଁ ସୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ, ଘର ଭାଙ୍ଗିଥିବା ପରିବାରକୁ ପଲିଥିନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାଛଡା ଏହି କ୍ଷତିଗ୍ରସ୍ତ ପରିବାର ଲୋକମାନଙ୍କୁ ରାତିରେ ମାଗଣା ରନ୍ଧାଖାଦ୍ୟ ଯୋଗାଇଦେବାକୁ କହିଛନ୍ତି। ତହସିଲଦାରଙ୍କ ରିପୋର୍ଟ ମିଳିବାପରେ ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ତାଳଚୂଆ ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ପହଞ୍ଚି ବିପନ୍ନମାନଙ୍କୁ ବିସ୍କୁଟ ଓ ପାଣି ବୋତଲ ବଣ୍ଟନ କରିଛନ୍ତି। |