text
stringlengths
265
363k
ଗୋପକୁ ଗଲେ କୃଷ୍ଣ ବରଗଡ଼ (ଦୀପକ ଶର୍ମା): ମଥୁରାନଗରୀ ସାଜିଥିବା ବରଗଡ଼ରେ ଚାଲିଛି ପ୍ରବଳ ପ୍ରତାପି ମହାରାଜ କଂସଙ୍କ ରାଜୁତି। ତାଙ୍କ ଆଦେଶ ବିନା କୌଣସି କାର୍ଯ୍ୟ ହେଉନି। ସୁସଜ୍ଜିତ ହାତୀ ପିଠିରେ ବସି ମହାରାଜ କଂସ ନଗର ଭ୍ରମଣ କରି ପ୍ରଜାଙ୍କ ସୁଖଦୁଃଖ ବୁଝୁଛନ୍ତି। ଏଥିସହ ବିଶୃଙ୍ଖଳା ଆଚରଣ ପାଇଁ ଦଣ୍ଡ ବିଧାନ କରୁଛନ୍ତି। ସାଧାରଣ ପ୍ରଜା ହେଉ ବା ପ୍ରଶାସିନକ ଅଧିକାରୀ ସମସ୍ତଙ୍କୁ ଦଣ୍ଡଦେଶ ଜାରି କରୁଛନ୍ତି ମହାରାଜ କଂସ। ଗତକାଲି ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ଓଡ଼ିଶା ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଅଭିଯୋଗର ତଦନ୍ତ ପାଇଁ ପରିବହନ ନିଗମ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ଏହାସହ ବସ୍ ଚଳାଉଥିବା ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବସ୍ଷ୍ଟାଣ୍ଡ୍ ପରିସରରେ ଅଳିଆ ଆବର୍ଜନା ପଡ଼ିଥିବାରୁ ଠିକ୍ ଭାବେ ପରିସ୍କାର କରାଯାଉ ନଥିବା କହିଥିଲେ। ବର୍ତ୍ତମାନ ମଥୁରା ରାଜ୍ୟରେ ସ୍ୱଚ୍ଛତା ଅଭିଯାନ ମହାରାଜ କଂସଙ୍କ ଦ୍ୱାରା ଚାଲିଥିବା ବେଳେ ଏହି ଅଭିଯାନର ଖିଲାପ କରାଯାଇଥିବା ମହାରାଜ କହିଥିଲେ। ବସ୍ଷ୍ଟାଣ୍ଡ ପରିସରରେ ନିର୍ମିତ ଶୌଚାଳୟକୁ ଯାତ୍ରୀଙ୍କ କାମରେ ଲଗାଯାଉନଥିବାରୁ ମହାରାଜ କଂସ ଅଧିକାରୀଙ୍କୁ ଦୁଇ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାର ଜରିମାନା ଦଣ୍ଡଦେଶ ଶୁଣାଇଥିଲେ। ଏହାସହ ବରଗଡ଼ରୁ ମାଲକାନଗିରି ଯାଉଥିବା ବସ୍ ଭିତରକୁ ଯାଇ ଯାତ୍ରୀମାନଙ୍କ ସହ ସୁଖଦୁଃଖ ହୋଇଥିଲେ। ଗତକାଲି ରାଜଦରବାରରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହାରାଜ କଂସ ମନ୍ତ୍ରୀଙ୍କୁ ମଥୁରା ରାଜ୍ୟର ଶିକ୍ଷିତ ଯୁବକମାନେ ଚାକିରି କାହିଁକି ପାଇ ନଥିବା ପ୍ରଶ୍ନ କରିଥିଲେ। ତେବେ ମଧ୍ୟରାତିରେ ମଥୁରା କାରାଗୃହରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଏହି ସମୟରେ ଘଡ଼ଘଡ଼ି, ବିଜୁଳି ଖେଳିଯାଇଥିଲା। ନିଃଶବ୍ଦ ରାତିରେ କାରାଗୃହର ସମସ୍ତ ରକ୍ଷୀ ଶୋଇପଡ଼ିଥିଲେ। ଏହି ସମୟରେ ଶିଶୁପୁତ୍ରକୁ ଧରି ଗୋପନଗରୀକୁ ଯାତ୍ରା କରିବାକୁ ଶୂନ୍ୟବାଣି ହୋଇଥିଲା। ଏହାପରେ ବସୁଦେବଙ୍କ ଶରୀରରୁ ଲୌହ ଶିକୁଳି ଖୋଲି ଯାଇଥିଲା। ବସୁଦେବ ନବଜାତ ଶିଶୁକୁ ଏକ ଟୋକେଇରେ ମୁଣ୍ଡେଇ କାରାଗୃହରୁ ବାହାରି ମଥୁରା ରାଜମାର୍ଗରେ ଗୋପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ଜଗୁଆଳି ଦାୟିତ୍ୱରେ ଥିବା ଉଗ୍ରସେନ ବସୁଦବେଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଟୋକେଇ ମଧ୍ୟରେ ଶଙ୍ଖ, ଚକ୍ର ଥିବା ଭଗବାନଙ୍କ ବିଶ୍ୱରୂପ ଦେଖି ଉଗ୍ରସେନ ବାଟ ଛାଡ଼ି ଦେଇଥିଲେ। ଏହାପରେ ବସୁଦେବ ଯମୁନା ନଦୀ ପାର ହୋଇ ଗୋପପୁର ମାଟିରେ ପାଦ ଥାପିଥିଲେ। ଶିଶୁକୁ ମୁଣ୍ଡେଇ ନନ୍ଦରାଜାଙ୍କ ଘରେ ପତ୍ନୀ ଯୋଶଦାଙ୍କ ଗର୍ଭରୁ ଜନ୍ମଲାଭ କରିଥିବା ଶିଶୁକନ୍ୟା 'ବିଜୁଳି କନ୍ୟା'ଙ୍କୁ ଆଣି ନିଜ ଶିଶୁପୁତ୍ରକୁ ତାଙ୍କ କୋଳରେ ଶୁଆଇ ଦେଇ ମଥୁରା ଫେରିଥିଲେ। ଆଜି ଧନୁଯାତ୍ରାର ତୃତୀୟ ଦିବସରେ ମଥୁରାନଗରୀ ଭ୍ରମଣ କରିବେ ମହାରାଜ କଂସ। ଏହାସହ ବିଜୁଳି କନ୍ୟାକୁ ପ୍ରହାର, ଦୈବବାଣୀ, ଶ୍ୟାମେଶ୍ୱର ମହାଦେବ ଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ସେହିପରି ଗୋପପୁର ସାଜିଥିବା ଅମ୍ୱାପାଲିରେ ନନ୍ଦୋତ୍ସବ, କୃଷ୍ଣଙ୍କ ଦୋଳି ଝୁଲା, ରାସ ନୃତ୍ୟ, କୃଷ୍ଣ-ବଳରାମ ଗୋପପୁରରେ ଭ୍ରମଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଖେଳୁଥିବା ସମୟରେ ଆକାଶରୁ ଖସିଲା ନିଆଁ, ଚାଲିଗଲା ନାବାଳକର ଜୀବନ କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଆକାଶରୁ ଖସିଲା ନିଆଁ। ଖେଳୁଥିବା ସମୟରେ ଚାଲିଗଲା ନାବାଳକର ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡ଼ିହା ଗ୍ରାମପଞ୍ଚାୟତର ପଣସଗଡ଼ିଆ ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ପଣସଗଡ଼ିଆ ଗାଁର ସୁଶାନ୍ତ ଗାଗରାଇ। ଗତକାଲି ସନ୍ଧ୍ୟା ସମୟରେ ସୁଶାନ୍ତ ଗାଁ ସ୍କୁଲ ନିକଟରେ ଖେଳୁଥିଲେ।ଏହି ସମୟରେ ହଠାତ୍ ବଜ୍ରପାତ ମାରିଥିଲା। ସୁଶାନ୍ତ ତଳେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ନମସ୍କାର ବନ୍ଧୁଗଣ ତେବେ ଧନ ତ୍ରୟୋଦଶୀ ଦିନ ପ୍ରାୟତଃ ଧନତେରସ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଧନ୍ତେରସ ସୁଖ ସମୃଦ୍ଧି ଓ ବୈଭବ ମନାଯାଏ । ଏହି ଦିନ ଧନର ଦେବତା କୁବେରଙ୍କ ପୂଜାରେ ବଡ ମହତ୍ଵ ରହିଛି । ତେବେ ଆମେ ଜାଣିଛୁ ଧନତରସ ଦିନ କିଛି କିଣା କିଣି କଲେ ବହୁତ ଶୁଭ ହୋଇଥାୟ । ଦୀପାବଳିରେ ବ୍ୟବହାର ହଉଥିବା ସାମଗ୍ରୀ ମଧ୍ୟ କିଣା କିଣି ହୋଇଥାୟ । କିନ୍ତୁ ଆଜି ଆମେ କହିବୁ ରାଶି ଅନୁସାରେ କେଉଁ ଜିନିଷ କିଣିଲେ ଘରେ ମାତା ଲକ୍ଷ୍ମୀଙ୍କ କୃପା ସବୁଦିନ ରହିବ । ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ । ୧- ପ୍ରଥମ ରେ ହେଉଛି ମେଷ ରାଶି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଏହି ଶୁଭ ଦିନ ସୁନା,ଚାନ୍ଦି ଆଦି ରେ ପ୍ରସ୍ତୁତ ଵସ୍ତୁ,ଗହଣା କିମ୍ବା ମାତା ଲକ୍ଷ୍ମୀ ଙ୍କ ମୂର୍ତି ମଧ୍ୟ ଆଣି ପାରିବେ ଏହା ଦ୍ୱାରା ଆପଣ ଙ୍କୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିବ । ୨- ଦ୍ଵିତୀୟ ରେ ହେଉଛି ବୃଷ । ତେବେ ଏହି ରାଶିର ବ୍ୟକ୍ତି ବିଶେଷ ନିଜ ଘରକୁ ଚାନ୍ଦି ଏବଂ ହୀରା ର ଯେ କୌଣସି ବି ଵସ୍ତୁ ନିଜ ଘରକୁ ଆଣନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ୩- ତୃତୀୟ ରେ ହେଉଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତି ମାନେ ସୁନା,ଚାନ୍ଦି ଏବଂ ପିତ୍ତଳ ର ଵସ୍ତୁ ଘରକୁ ଆଣନ୍ତୁ ଏହା ସହ ମାତା ଲକ୍ଷ୍ମୀ ଏବଂ ଶ୍ରୀଗଣେଶ ଙ୍କ ମୂର୍ତ୍ତି ମଧ୍ୟ ଆଣି ପାରିବେ । ୪- ଚତୁର୍ଥ ରେ ହେଉଛି କର୍କଟ ରାଶି । ତେବେ ଏହି ରାଶି ର ବ୍ୟକ୍ତି ମାନେ ଘରକୁ ସୁନା ଏବଂ ଚାନ୍ଦିର ଵସ୍ତୁ ଆଣିବା ସହ ଯଦି ଚାନ୍ଦି ର ଭଗବାନ ଙ୍କ ମୂର୍ତ୍ତି ଆଣନ୍ତି ତେବେ ବହୁତ ଲାଭ ହୋଇଥାଏ । ୫- ପଞ୍ଚମ ରେ ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଏହି ଦିନ ସୁନା ଏବଂ ତମ୍ଭା ର କୌଣସି ବି ଜିନିଷ ଆଣନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହେବେ । ୬- ଷଷ୍ଠ ରେ ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନେ ନିଜ ଘରକୁ ସୁନା,ଚାନ୍ଦି ର ଵସ୍ତୁ ସହ ଶ୍ରୀଯନ୍ତ୍ର କିମ୍ବା ଶ୍ରୀଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ ଘରକୁ ଆଣନ୍ତୁ । ୭- ସପ୍ତମ ରେ ହେଉଛି ତୁଳା ରାଶି । ତେବେ ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଏହି ଶୁଭ ଦିନରେ ନିଜ ଘରକୁ ରୂପାରେ ପ୍ରସ୍ତୁତ କୌଣସି ଵସ୍ତୁ କୁ ନିଅନ୍ତୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ୮- ଅଷ୍ଟମ ରେ ହେଉଛି ବିଛା ରାଶି । ତେବେ ଏହି ରାଶି ର ବ୍ୟକ୍ତି ମାନେ ନିଜ ଘରକୁ ଏହି ଶୁଭ ଦିନ ରୁପା,ସୁନା,ତମ୍ଭା କିମ୍ବା ଅଷ୍ଟ ଧାତୁରେ ପ୍ରସ୍ତୁତ କୌଣସି ବି ଜିନିଷ କିଣନ୍ତୁ ଏହା ଦ୍ୱାରା ବର୍ଷ ଯାକ ଆପଣ ଙ୍କ ର ଶୁଭ ହେବ । ୯- ନବମ ରେ ହେଉଛି ଧନୁ ରାଶି । ଏହି ରାଶି ର ବ୍ୟକ୍ତି ବିଶେଷ ଆପଣ ଏହି ଦିନ ସୁନା କିମ୍ବା ପିତ୍ତଳ ର ଯେ କୌଣସି ଜିନିଷ ନିଶ୍ଚିତ କିଣିକରି ଘରକୁ ଆଣନ୍ତୁ । ଦେଖିବେ ସର୍ଵଦା ଶୁଭ ହିଁ ହେବ । ୧୦- ଦଶମ ରେ ହେଉଛି ମକର ରାଶି । ଏହି ରାଶିର ବ୍ୟକ୍ତି ମାନେ ଏହି ଶୁଭ ଏବଂ ବଡ଼ ଦିନରେ ରୁପା,ସୁନା କିମ୍ବା ଅଷ୍ଟ ଧାତୁରେ ପ୍ରସ୍ତୁତ ଯେ କୌଣସି ଵସ୍ତୁ କୁ ନିଶ୍ଚିତ କିଣନ୍ତୁ । ୧୧- ଏକାଦଶ ରେ କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ମାନେ ନିଜ ଘରକୁ ଅଷ୍ଟ ଧାତୁ,ସୁନା କିମ୍ବା ପିତ୍ତଳ ର କୌଣସି ବି ଜିନିଷ ଘରକୁ ଆଣନ୍ତୁ । ଦେଖିବେ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ନିଶ୍ଚିତ ରହିବ । ୧୨- ଦ୍ୱାଦଶ ରେ ହେଉଛି ମୀନ ରାଶି । ତେବେ ଏହି ରାଶିର ବ୍ୟକ୍ତି ବିଶେଷ ଏହି ଶୁଭ ଏବଂ ବଡ଼ ଦିନରେ ନିଜ ଘରକୁ କୌଣସି ବି ଧାତୁର ଜିନିଷ କିଣନ୍ତୁ ତେବେ ସୁନାର ଜିନିଷ କିଣିବା ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ଅଟେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।
ପୁରୀ, ରାଉରକେଲା, ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧନ ଜୀବନ ରକ୍ଷା କରିବା ପୋଲିସର ଦାୟିତ୍ୱ । ଏହା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସର ସବୁଠାରୁ ଗୁରୁ ଦାୟିତ୍ୱ ମଧ୍ୟ । କିନ୍ତୁ ପୋଲିସ ସମସ୍ତ ସୀମା ସରହଦ ଡେଇଁ କାର୍ଯ୍ୟ କରୁଥିବାରୁ ଲୋକଙ୍କ ଘୃଣାର ପାତ୍ର ହେଉଛି । ଜାତୀୟ କ୍ରାଇମ୍ ବ୍ୟୁରୋ ରେକର୍ଡରେ ଓଡ଼ିଶା ସ୍ଥାନ କେଉଁଠି ତାହା କାହାକୁ ଅଛପା ନାହିଁ । ଏହା ସତ୍ୱେ ପୋଲିସର ଦାଦାଗିରି ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଆଜି ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଘଟଣା, ପୋଲିସ-ଜନତାର କେତେ ମିତ୍ର ପ୍ରମାଣିତ କରିଛି । ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ବାରମ୍ବାର ତାଗିଦ୍ ସତ୍ୱେ ଥାନାରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କ ପ୍ରକୃତି ବଦଳୁନାହିଁ । ଲୋକମାନେ ପୋଲିସଠାରୁ ନ୍ୟାୟ ପାଉନଥିବା ବାରମ୍ବାର ଅଭିଯୋଗ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ସେବାକୁ ୫ଟିରେ ସାମିଲ କରିଛନ୍ତି । ତଥାପି ପରିସ୍ଥିତିର ସୁଧାର ଆସୁନି । ଆଜି ସକାଳେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ଘଟିଛି ଅଘଟଣ । ପୁରୀ ଘଟଣାକୁ ସ୍ଥାନୀୟ ଏସପି ସ୍ୱୀକାର କରିଥିବା ବେଳେ ବୀରମିତ୍ରପୁର ଘଟଣାକୁ ସୁନ୍ଦରଗଡ଼ ଏସପି ଅସ୍ୱୀକାର କରିଛନ୍ତି ।
କଡ୍ଡଲୋର ୧୦/୧୦ : ତାମିଲନାଡୁ କଡ୍ଡଲୋରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜାଣିବା ପରେ ଯେଉଁ ବ୍ୟକ୍ତିଙ୍କର ବି ମୁଣ୍ଡ ଲଜ୍ଜାରେ ନଇଁ ଯିବ। କଡ୍ଡଲୋରରେ ପଞ୍ଚାୟତ ଅଧ୍ୟକ୍ଷଙ୍କ ବୈଠକ ବସିଥିଲା। ବୈଠକରେ ସାମିଲ ହେବାକୁ ଆସିଥିବା ଲୋକଙ୍କ ପାଇଁ ଚୌକି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବୈଠକରେ ଜଣେ ମହିଳାଙ୍କୁ ଚୌକି ଦିଆଯାଇନଥିଲା। ମହିଳା ଏଇଥିପାଇଁ ଚୌକି ଦିଆଯାଇନଥିଲା କାରଣ ମହିଳା ଦଳିତ ଥିଲେ। ସୋସିଆଲ ମିଡ଼ିଆରେ ବୈଠକର ଭିଡିଓ ଭାଇରାଲ ହେବାପରେ ପୋଲିସ ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ସୋସିଆଲ ମିଡ଼ିଆରେ କଡ୍ଡଲୋର ପଞ୍ଚାୟତ ଅଧ୍ୟକ୍ଷ ବୈଠକ ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବୈଠକରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତି ଚୌକିରେ ବସିଛନ୍ତି କିନ୍ତୁ ଦଳିତ ମହିଳା ତଳେ ବସିଛନ୍ତି। ସେଠାରେ ଅନେକ ଚୌକି ଖାଲି ପଡ଼ିଥିଲେ ସୁଦ୍ଧା ଦଳିତ ମହିଳାଙ୍କୁ ତଳେ ବସିବାକୁ କୁହାଯାଇଥିଲା। ଭିଡିଓ ଭାଇରାଲ ହେବାପରେ ସିପିଏମ ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ କରିଥିଲେ। ସିପିଏମଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରିଛି। ସୂଚନାଯୋଗ୍ୟ ଯେ, ୨୦୧୮ ମାର୍ଚ୍ଚ ୨୦ ତାରିଖରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରତି ୧୯୮୯ ମସିହାରୁ ହେଉଥିବା ଦୁରୁପଯୋଗକୁ ଦେଖି ଅତ୍ୟାଚାର ନିବାରଣ ଅଧିନିୟମ ଲାଗୁ କରିଥିଲେ। ଏହି ଅଧିନିୟମ ଅନୁସାରେ ଅଭିଯୋଗ ହେଲେ ସ୍ୱତଃ ଏଫଆଇଆର ଓ ଗିରଫ ପ୍ରାବଧାନ ରହିଛି। ସଂସଦରେ ସୁପ୍ରିମକୋର୍ଟଙ୍କ ଆଦେଶ ପରିବର୍ତ୍ତନ କରିବାକୁ ଆଇନରେ ସଂଶୋଧନ କରାଯାଇଥିଲା। ଏସସି-ଏସଟି ଆକ୍ଟରେ ରୁଜ୍ଜୁ ହୋଇଥିବା ମାମଲାରେ ଅଗ୍ରିମ ଜାମିନ ପ୍ରାବଧାନ ନାହିଁ।
ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗରେ ପୀଡିତ ହୋଇ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ନିଜ ଫ୍ୟାନ୍ ମାନଙ୍କ ସହ ଯୋଡି ରହିବା ପାଇଁ ସେ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ପରେ ସେ ଟୁଇଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅରୁଣ ଜେଟଲୀ ଏବଂ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, ମୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପେନ୍ଶନ ପାଇଁ କାର୍ଯ୍ୟ କରନ୍ତୁ। ମୁଁ ଜାଣିଛି ଏହା କଷ୍ଟକର, କିନ୍ତୁ ଦିନେ ନା ଦିନେ ଏହା ସମସତ୍କ ପାଖରେ ପହଞ୍ଚି ପାରିବ।
ଭୁବନେଶ୍ୱର/ବାଲିଅନ୍ତା ୭-୯ (ଓଡ଼ିଆ ପୁଅ) : ଆମ ସଂଗଠନ ପକ୍ଷରୁ ମହାମାୟା ଚଉଷଠୀ ଯୋଗିନୀ ପୀଠ ଗେଷ୍ଟହାଉସରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ ଏବଂ ବାଲିପାଟଣା ବ୍ଲକ୍ ଅଧ୍ୟକ୍ଷା ମନୀଷା ଚୌଧୁରୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ବ୍ଲକ୍ ଅଧ୍ୟକ୍ଷାଙ୍କ ବିନା ସ୍ୱିକୃତିରେ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ଚୟନରେ ଆବଣ୍ଟନରେ ଅନିୟମିତତା କରାଯାଇଛି। ବ୍ଲକ୍ ପରିସରରେ ସଭା କରା ନଯାଇ ବାଳକାଟିସ୍ଥ କଲ୍ୟାଣ ମଣ୍ଡପରେ ସଭା କରାଯାଇଥିଲା। ହୀତାଧିକାରୀମାନଙ୍କୁ ଆବଣ୍ଟନ କରାଯାଇଥିବା ବିଜୁ ପକ୍କାଘର ଏପରିକି ଉକ୍ତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଅର୍ଥ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ବିଡ଼ିଓ ଏବଂ ତହସିଲଦାର୍ଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ବ୍ଲକ ଅଧ୍ୟକ୍ଷାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ବ୍ଲକ ଅଧ୍ୟକ୍ଷା ଦୁଃଖ ପ୍ରକାଶ କରିଛନ୍ତି। ବ୍ଲକ ଅଧ୍ୟକ୍ଷା ମଧ୍ୟ କହିଛନ୍ତି ବିଜୁ ପକ୍କାଘରର ଅନିୟମିତତା କରାଯାଇଥିବାରୁ ଏହାର ତଦନ୍ତ କରିବା ନିମନ୍ତେ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ବ୍ଲକ ଅଧ୍ୟକ୍ଷା ଦୃଷ୍ଟି ଆକର୍ଷଣ କରିଛନ୍ତି।
ବାର୍ ରେଷ୍ଟୁରାଣ୍ଟ ଆମେ ଏହି ରେଷ୍ଟୁରାଣ୍ଟରେ "କଟ୍-ଏବଂ-ପେଷ୍ଟ-ସକ୍ଷମ ଡିଜାଇନ୍" ଧାରଣା ଗ୍ରହଣ କରିଛୁ | ମଲ୍ଟି-ରେଷ୍ଟୁରାଣ୍ଟ ଚଳାଇବା ପାଇଁ, ପ୍ରୋଟିନ ମିଶ୍ରଣ ଡିଜାଇନ୍ ର ସୂକ୍ଷ୍ମ ଖଣ୍ଡ ବ୍ୟବହାର କରିବା ଅମୂଲ୍ୟ ଅଟେ | ଉଦାହରଣ ସ୍ .ରୁପ, ସ୍ତମ୍ଭ ଏବଂ ଛାତକୁ ସଂଯୋଗ କରୁଥିବା ଆର୍-ଗଠିତ ଆକୃତି ଡିଜାଇନ୍ ର ଏକ ଖଣ୍ଡ ହୋଇଯିବ ଏବଂ ନିଶ୍ଚିତ ଭାବରେ ବେଞ୍ଚ କିମ୍ବା ବାର୍ କାଉଣ୍ଟର ଉପରେ ଭଲରେ ଯିବ | ସ୍ୱାଭାବିକ ଭାବେ, ଏହା କେବଳ ବାୟୁମଣ୍ଡଳକୁ ବିଭାଜନ କରିବା ଭଳି ବ୍ୟବହାର କରାଯାଇପାରିବ | ବାସ୍ତବରେ, ଆଉ ତିନୋଟି ରେଷ୍ଟୁରାଣ୍ଟ ସମାପ୍ତ ହୋଇସାରିଛି, ଏବଂ ଏହି "କଟ୍-ପେଷ୍ଟ-ସକ୍ଷମ ଡିଜାଇନ୍" ଏକ ଲାଭଦାୟକ ପ୍ରଭାବ ପକାଇଛି | ପ୍ରକଳ୍ପ ନାମ : IL MARE, ଡିଜାଇନର୍ମାନଙ୍କର ନାମ | : Aiji Inoue, ଗ୍ରାହକଙ୍କ ନାମ : Doyle Collection. ଏହି ଚମତ୍କାର ଡିଜାଇନ୍ ଫ୍ୟାଶନ୍, ପୋଷାକ ଏବଂ ବସ୍ତ୍ର ଡିଜାଇନ୍ ପ୍ରତିଯୋଗିତାରେ ରୂପା ଡିଜାଇନ୍ ପୁରସ୍କାରର ବିଜେତା | ଅନ୍ୟାନ୍ୟ ନୂତନ, ଅଭିନବ, ମୂଳ ଏବଂ ସୃଜନଶୀଳ ଫ୍ୟାଶନ୍, ପୋଷାକ ଏବଂ ପୋଷାକ ଡିଜାଇନ୍ କାର୍ଯ୍ୟ ଆବିଷ୍କାର କରିବାକୁ ତୁମେ ନିଶ୍ଚିତ ଭାବରେ ରୂପା ପୁରସ୍କାର ପ୍ରାପ୍ତ ଡିଜାଇନର୍ମାନଙ୍କ ଡିଜାଇନ୍ ପୋର୍ଟଫୋଲିଓ ଦେଖିବା ଉଚିତ |
ରାଜଧାନୀରେ ବି ଛାତ୍ର ନିର୍ଯାତନା, ପ୍ରେମ ପାଇଁ ଆଣ୍ଠେଇ ଦେଲେ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୈକ୍ଷିକ ବାତାବରଣରେ ଦେଖିବାକୁ ମିଳିଛି ଅସଭ୍ୟ ଆଚରଣ । ଜୁନିୟରଙ୍କୁ ସିନିୟର ଖୁଲମଖୁଲା ରାଗିଂ କରୁଥିବା ବେଳେ ନିଜ ରାଗ ଶୁଝାଇବାକୁ ବି ପଛାଉ ନାହାନ୍ତି। ଏପରିକି ବେଳେବେଳେ ଦୁଇଟି କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାର ନଜରୀ ରହିଛି । ବ୍ରହ୍ମପୁର, ଢେଙ୍କାନାଳ ପରେ ଏବେ ଖୋଦ ରାଜଧାନୀ ଛାତି ଉପରେ ଦେଖିବାକୁ ମିଳୁଛି ଏପରି ନିନ୍ଦନୀୟ ଘଟଣା। ପ୍ରେମଜନିତ ବ୍ୟାପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି । ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ଜଣେ ଛାତ୍ର ଖୁଲମଖୁଲା ଆଉ ଜଣେ ଛାତ୍ରଙ୍କୁ ଆଣ୍ଠେଇ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହା କେବେକାର ଭିଡିଓ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍ ଏହାର ଖୋଳତାଡ଼ ଆରମ୍ଭ କରିଛି। ଭୁବନେଶ୍ୱରର ଦୁଇଟି କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ବେଳର ଭିଡିଓ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖା ଯାଇଛି ଯେ, ଜଣେ ଛାତ୍ରଙ୍କୁ ଆଉ କିଛି ପିଲା ଘେରି ରହିଛନ୍ତି । ସେହି ପିଲାକୁ ଆଣ୍ଠେଇ କରି ତାକୁ ଧମକଚମକ ଦିଆଯାଉଛି । ତାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଉଛି । ଏପରିକି ପିଲାକୁ ମାଡ଼ ମରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହି ପିଲା ଜଣକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ର ବୋଲି ଜଣାପଡ଼ିଥିବା ବେଳେ ତାକୁ ଧମକ ଚମକ ଦେଉଥିବା ପିଲାଟି ଆଉ ଏକ କଲେଜର ବୋଲି ଜଣାପଡ଼ିଛି । ନିର୍ଯାତନାର ଶିକାର ହୋଇଥିବା ପିଲାଟି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।ତାଙ୍କ ବୟାନ ରେକର୍ଡକରିଛି ପୁଲିସ। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ପାକିସ୍ତାନର କରାଚି ସହରର ଅଟେ। କ'ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ କେରଳର ଅଟେ। ଏହା ସହିତ କୁହା ଯାଇଛି ଯେ "କେରଳରେ ଜିହାଡି ମାନେ ସ୍ପଷ୍ଟରୂପେ ରାଷ୍ଟ୍ରକୁ, ସନାତନ ଧର୍ମ, ସଂସ୍କୃତି ଓ ହିନ୍ଦୁ ଦେବାଦେବୀ ମାନଙ୍କୁ କଦର୍ଯ୍ୟ ଢଙରେ ଗାଳି କରିବା ସହ ରାଷ୍ଟ୍ରୀୟ ଧ୍ଵଜକୁ ପଦଦଳିତ କରି 'ନାରା-ଏ-ତକବିର' ଭଳି ଅନ୍ତିମ ସମବେତ ଚିତ୍କାର ଭରା ଆହ୍ଵାନକୁ ସରକାର ଭୟଭୀତ ଅଛି।" ଏହି ଭିଡିଓ ଫେସବୁକରେ ଭାରି ପରିମାଣରେ ସେୟାର କରା ଯାଉଛି। ଆମ ଅନୁସନ୍ଧାନ: ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓର ଏକ ଫୋଟୋ ଗୋଟିଏ ଟୁଇଟରେ ମିଳିଲା ଯାହାକି ୧୦ ମାର୍ଚ୍ଚ ୨୦୨୦ ରେ ପୋଷ୍ଟ କରା ଯାଇଥିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଭିଡିଓ ପୁରୁଣା ଅଟେ। କିନ୍ତୁ କ'ଣ ଏହା କେରଳର ଭିଡିଓ ଅଟେ? ଆସନ୍ତୁ ଜାଣିବା। ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମକୁ 'ସନମ ବୁଟିକ୍' ନାମରେ ଏକ ଦୋକାନ ଦେଖିବାକୁ ମିଳିଲା। ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଦୋକାନ ପାକିସ୍ତାନର କରାଚି ସହରର ତାରିକ ରୋଡ୍ ନାମକ ସ୍ଥାନରେ ଅବସ୍ଥିତ ଅଟେ। କରାଚି ଷ୍ଟ୍ରିଟ୍ ଭ୍ୟୁ- ପାକିସ୍ତାନ ନାମକ ୟୁଟ୍ୟୁବ ଚ୍ୟାନାଲର ୧୫ ମିନିଟ ୫୮ ସେକେଣ୍ଡ ରେ ଭାଇରାଲ ଭିଡିଓର ସ୍ଥାନ ଦେଖିବାକୁ ମିଳିଛି। ନିମ୍ନରେ ଆପଣ ମାନେ ଫୋଟୋର ତୁଳନା ଦେଖି ପାରିବେ। ଏହା ବାବଦ ଆମକୁ ଉପରୋକ୍ତ ଭିଡିଓରେ ଗୋଟିଏ ଧଳା ରଙ୍ଗ ଭ୍ୟାନ୍ ରେ 'ଦି ହୁନର ଫାଉଣ୍ଡେସନ୍' ମଧ୍ୟ ଲେଖା ହେଇଥିବା ମିଳିଲା। ଏହି ସଂସ୍ଥା ବିଷୟରେ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ପାକିସ୍ତାନର କରାଚି ସହରରେ ଅବସ୍ଥିତ ଅଟେ ଯାହାକି ଛାତ୍ର ମାନଙ୍କୁ ତେକ୍ନିକାଲ୍ ତାଲିମ ପ୍ରାଦାନ କରେ। ଭାଇରାଲ ଭିଡିଓରେ ଦେଖା ଯାଉଥିବା ଅଟୋରିକ୍ସା ମଧ୍ୟ ଭାରତର ଅଟୋ ଠାରୁ ବିଭନ୍ନ ବୋଲି ଜଣା ପଡିଛି। ଏହି ଲିଙ୍କ୍ ରେ ଆପଣ ମାନେ କେରଳର ଅଟୋର ଫୋଟୋ ଦେଖି ପାରିବେ। ଶେଷକଥା: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ପାକିସ୍ତାନର ଅଟେ। ଏହି ଭିଡିଓର କେରଳର ହେଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। Title:କ'ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।Fact Check By: Siddharth Sahu Result: False
ଗୁରୁଗ୍ରାମ୍ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଏବଂ ତେଜସ୍ବୀଙ୍କ ମଧ୍ୟରେ ଏବେ କ୍ଷମତାକୁ ନେଇ ଶୀତଳ ଯୁଦ୍ଧ ଲାଗି ରହିଛି। ଲାଲୁଙ୍କ ବଡ଼ ଝିଅ ମିସା ଭାରତୀ ମଧ୍ୟ ଏବେ ବିହାରରେ ପୁଣିଥରେ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ଲାଲୁଙ୍କ ସାନ ଝିଅ ଅନୁଷ୍କା ରାଓ ଏବେ ଗୁରୁଗ୍ରାମର ବୋହୂ ଭାବେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ମାତିଛନ୍ତି। ବିହାରରୁ ଆରମ୍ଭ କରି ପୂର୍ବ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ସେ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି। ଅନୁଷ୍କା ହରିୟାଣାର ପୂର୍ବତନ ଶକ୍ତି ମନ୍ତ୍ରୀ ଅଜୟ ଯାଦବଙ୍କ ପୁଅ ଚିରଂଜୀବ୍ଙ୍କୁ ବିବାହ କରିଛନ୍ତି। ଅନୁଷ୍କା ଘରକୁ ଘର ବୁଲି କଂଗ୍ରେସ ପାଇଁ ପ୍ରଚାର କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ଜରିମାନା କଟକ (ଓଡ଼ିଶା ରିପୋର୍ଟର): କଟକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ପୋକ୍ସ ଅଦାଲତ। ଜରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟରେ ଶୁଣାଇଛନ୍ତି। ୨୦୧୯ ମସିହା ଏପ୍ରିଲ ୨୯ ତାରିଖରେ କଟକ ଲାଲବାଗ ଥାନା ଅଞ୍ଚଳରେ ନାବାଳିକା ଜଣକ ଅଙ୍ଗନବାଡ଼ି ଯାଇଥିଲେ। ସେ ଅଙ୍ଗନବାଡ଼ିରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଦେବେନ୍ଦ୍ର ସାମଲ ଓରଫ ଫେଲୁ ଚକଲେଟ୍ ଦେବା ବାହାନାରେ ଡାକି ନେଇଥିଲା। ପରେ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ଦେବେନ୍ଦ୍ର ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କଟକ ପୋକ୍ସ ଅଦାଲତ ମାମଲାକୁ ବିଚାର କରି ସାକ୍ଷୀଙ୍କ ବୟାନ୍ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଫେଲୁକୁ ୨୦ ବର୍ଷ ଜେଲ୍ଦଣ୍ଡା ଦେଶ ସହ ଜରିମାନା ଶୁଣାଇଛନ୍ତି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
"ନୋକିଆ-୧୧୦-୨୦୧୯"ର ବଜାର ପ୍ରବେଶ, ଥରେ ଚାର୍ଜକଲେ ୨୭ଘଣ୍ଟା ପର୍ଯ୍ୟନ୍ତ ଶୁଣିପାରିବେ ଗୀତ ନୂଆଦିଲ୍ଲୀ : ଏଚଏମଡି ଗ୍ଲୋବାଲ ନୋକିଆର ଏକ ନୂଆ ଫୋନର ବଜାର ପ୍ରବେଶ କରିଛି। ଯାହାର ନାମ "ନୋକିଆ-୧୧୦-୨୦୧୯"। ଖାସକରି ସେହି ଗ୍ରାହକଙ୍କ ପାଇଁ ଏହି ଫୋନକୁ ଲଞ୍ଚ କରାଯାଇଛି। ଯେଉଁମାନେ ମୋବାଇଲରେ ଅଧିକ ସମୟ ଗୀତ ଶୁଣିବାକୁ ପସନ୍ଦ କରନ୍ତି। ଏହି ଫୋନକୁ ନେଇ ନୋକିଆର କହିବା କଥା ଯେ, ଫୋନକୁ ଥରେ ଚାର୍ଜକଲେ ୨୭ଘଣ୍ଟା ପର୍ଯ୍ୟନ୍ତ ଏଥିରେ ଗୀତ ଶୁଣି ପାରିବେ। ଏହାର ମୂଲ୍ୟ ୧୫୯୯ଟଙ୍କା। ଏହି ଫୋନର ବିକ୍ରି ନୋକିଆ ୱେବସାଇଟ୍ ଏବଂ ଅଫଲାଇନ ଷ୍ଟୋରରେ ଆରମ୍ଭ ହୋଇସାରିଛି। "ନୋକିଆ-୧୧୦-୨୦୧୯"ର ବିଶେଷତ୍ବ ବିଷୟରେ କହିଲେ ଏଥିରେ ୧.୭୭ଇଞ୍ଚର କ୍ୟୁକ୍ୟୁଭିଜିଏ ଡିସପ୍ଲେ ରହିଛି। ଏହାବ୍ୟତୀତ ଏଥିରେ ଏସପିଆରଡି ୬୫୩୧ଇ ପ୍ରୋସେସର ଏବଂ ୪ଏମବି ରାମ ଏବଂ ୪ଏମବି ଷ୍ଟୋରେଜ ରହିଛି। ଏହାବ୍ୟତୀତ ଏଥିରେ ମାଇକ୍ରୋ ୟୁଏସବି ୨.୦ ପୋର୍ଟ ଦିଆଯାଇଛି। ଏଥିରେ ଡୁଆଲ ସିମ ସପୋର୍ଟ ଦିଆଯାଇଛି। ସବୁଠାରୁ ଖାସ କଥା ହେଉଛି ଏଥିରେ ୩୨ଜିବି ପର୍ୟ୍ୟନ୍ତ ମେମୋରୀ କାର୍ଡ ସପୋର୍ଟ ରହିଛି। ଫୋନରେ ୮ହଜାର ଏମଏଚ ବ୍ୟାଟେରୀ ଦିଆଯାଇଛି।
ଲକ୍ଷ୍ମୀପୁର, ୨୩/୧୨/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଏକ ଆଦିବାସୀ ଜିଲ୍ଲା ଓ ପଛୁଆ ଅଞ୍ଚଳ ରୁପେ ସାରା ରାଜ୍ୟରେ ପରିଚିତ। ଏହି ଜିଲ୍ଲାର ବଣପାହାଡ ଘେରା ଦୁର୍ଗମ ଅଞ୍ଚଳରେ କାହିଁ କେଉଁ ଯୁଗରୁ ଆଦିବାସୀ ସମ୍ପ୍ରଦାୟ ବସତି ସ୍ଥାପନ କରି ରହି ଆସୁଛନ୍ତି। ପାହାଡ ଉପରେ ବିଭିନ୍ନ ରକମର ଚାଷ କରି ଜୀବନ ଯାପନ କରନ୍ତି। କିନ୍ତୁ ସବୁ କ୍ଷେତ୍ରରେ ତାଙ୍କ ନାମରେ ରାଜନୀତି କରାଯାଉଛି। ହେଲେ ସେମାନେ ରହୁଥିବା ସ୍ଥାନକୁ ଭଲ ରାସ୍ତାଟିଏ ନଥିବା ବେଳେ ପାନୀୟଜଳ,ବିଜୁଳି ଓ ଶିକ୍ଷା ଭଳି ମୌଳିକ ସୁବିଧା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଯେକୌଣସି ଅଞ୍ଚଳକୁ ରାସ୍ତା ଖଣ୍ଡିଏ ତିଆରି ହେଉଛି, ତାହା ବେଶି ଦିନ ଯାଉନି । ଅଳ୍ପ ଦିନ ପରେ ଖଣ୍ଡିଆ ଖାବରା ରୁପେ ପଡି ରହୁଛି।କିନ୍ତୁ ରାଜ୍ୟ ସରକାର ଆଦିବାସୀ ଅଞ୍ଚଳର ବିକାଶ ନାମରେ ମିଛିମିଛିକିଆ ବାହାବା ଗୋଟାଇବାରେ ବ୍ୟସ୍ତ।ପ୍ରକୃତ ସତ୍ୟ କଣ ଯଦି ସରକାର ଖୋଦ ଘଟଣା ସ୍ଥଳ ପରିଦର୍ଶନ କରନ୍ତେ ତେବେ ଯାଇ ପ୍ରକୃତ ସତ୍ୟ କଣ ତାହା ଜାଣି ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।ଲକ୍ଷ୍ମୀପୁର ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ ବନ୍ଦିକାର ଗ୍ରାମ ଏଇଭଳି ସମସ୍ୟା ଦେଇ ଗତି କରୁଥିବା ଏକ ଜ୍ଵଳନ୍ତ ଉଦାହରଣ ପାଲଟିଛି।ରାସ୍ତା ଖଣ୍ଡିଏ ପାଇଁ ଅଭିଷପ୍ତର ଅନ୍ଧକାରରେ ଘାଣ୍ଟି ହେଉଛି ବନ୍ଦିକାର ଗ୍ରାମ। ବ୍ଲକ ସଦରଠାରୁ ଏହି ଗ୍ରାମର ଦୂରତା ମାତ୍ର ୫କିଲୋମିଟର। ଲକ୍ଷ୍ମୀପୁର ଠାରୁ ରାୟଗଡା ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ୫ କିଲୋମିଟର ଗଲା ପରେ ସେଠାରୁ ଡାହାଣ ପଟ ଗ୍ରାମ ଭିତରକୁ ଯାଉଥିବା ଗୋଟିଏ କିଲୋମିଟର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡି ରହିଛି।୧୦ ବର୍ଷରୁ ଉର୍ଦ୍ଧ ଦିନ ହେଲାଣି ଖଣ୍ଡିଆ ଖାବରା ଅବସ୍ଥାରେ ଥିବା ରାସ୍ତା ଉପର ଦେଇ ନିଇତି ଗ୍ରାମବାସୀ ଚଳ ପ୍ରଚଳ କରୁଛନ୍ତି।ହେଲେ ଆଜିଜାଏଁ କିନ୍ତୁ ରାଜନେତାଙ୍କଠୁ ଆରମ୍ଭ କରି ପ୍ରସାଶନ ପର୍ୟ୍ୟନ୍ତ କାହାର ଦୃଷ୍ଟି ପଡି ନାହିଁ।ବହୁବାର ପୁର୍ବତନ ସରପଞ୍ଚ ଗୋଲେଖ ମିଣିଆକା,ଦୁଃଖିଶ୍ୟାମ ମିଣିଆକା,କର୍ଣ ମାଣ୍ଡିଙ୍ଗା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫରକ ପଡୁନଥିବା ସେମାନେ କହିଛନ୍ତି। ଉକ୍ତ ଗ୍ରାମରେ ଘର ସଂଖ୍ୟା ୩ଶହ ଥିବା ବେଳେ ଲୋକ ସଂଖ୍ୟା ୧୫ଶହରୁ ଉର୍ଧ।ଗ୍ରାମରେ ତିନଟି ଅଙ୍ଗନାବାଡି କେନ୍ଦ୍ର ସହ ଗୋଟିଏ ପ୍ରାଥମିକ ବିଦ୍ୟାଳୟ,ଗୋଟିଏ ସ୍ଵାସ୍ଥ୍ୟ ସେବା ସବସେଣ୍ଟର ଓ ଗୋଟିଏ ଭେଟେନାରି ସବ ସେଣ୍ଟର ରହିଛି।ସେଇ ଗୋଟିଏ କିଲୋମିଟର ରାସ୍ତା ସବୁ କ୍ଷେତ୍ରରେ ସମସ୍ତିଙ୍କ ପାଇଁ ବଡ ସମସ୍ୟା ହୋଇ ଛିଡା ହୋଇଛି।ଅନେକ ଲୋକ ସେଇ ରାସ୍ତାରେ ପଡି ଖଣ୍ଡିଆ ଖାବରା ହୋଇ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି।କିନ୍ତୁ ସରକାର କହୁଛନ୍ତି ସବୁ ଅଂଚଳକୁ ରାସ୍ତାଘାଟ ତିଆରି କରି ବ୍ଲକ ହେଡ କ୍ଵାଟର ସହ ସଂଯୋଗ କରାଯାଇଛି । ଏଠି କିନ୍ତୁ ବାସ୍ତବ ଚିତ୍ର ପୁରା ଅଲଗା।ତୁରନ୍ତ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେଇ ରାସ୍ତା ସମସ୍ୟାରେ ଘାଣ୍ଟି ହେଉଥିବା ବନ୍ଦିକାର ଗ୍ରାମ ପାଇଁ ନୁତନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଭୁବନେଶ୍ୱର ; ଆଜି ପୁଣି ବ୍ୟାଙ୍କ ଧର୍ମଘଟ । ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସର ଡାକରାରେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇଛନ୍ତି । ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେନା ବ୍ୟାଙ୍କ ସହିତ ବ୍ୟାଙ୍କ ଅଫ୍ ବରୋଦା ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ପକ୍ଷରୁ ଦିନିକିଆ ଦେଶବ୍ୟାପି ବ୍ୟାଙ୍କ ବନ୍ଦ୍ ଡାକରା ଦିଆଯାଇଛି । ଏହି ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ ମଧ୍ୟ ସାମିଲ ହେବେ । ତେବେ ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ ଭଳି କେତୋଟି ଘରୋଇ ବ୍ୟାଙ୍କ ଆଜିର ଧର୍ମଘଟରେ ସାମିଲ ହେବେ ନାହିଁ ବୋଲି କୁହାଯାଉଛି । ଗତ ୨୧ ତାରିଖରେ ଏଆଇବିଓସି ଆହ୍ୱାନରେ ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ହୋଇଥିଲା । ବେତନ ସଂଶୋଧନ ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଏମାନେ ଧର୍ମଘଟକୁ ଓହ୍ଲାଇଥିଲେ । ଏହାପରେ ୨୨ ଓ ୨୩ ତାରିଖରେ ବ୍ୟାଙ୍କ ଛୁଟି ରହିଥିବାବେଳେ ୨୪ତାରିଖରେ ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲିଥିଲା । କିନ୍ତୁ ୨୫ତାରିଖରେ ବଡ ଦିନ ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ୨୬ତାରିଖରେ ଆଜି ବ୍ୟାଙ୍କ ଧର୍ମଘଟ ବ୍ୟାଙ୍କ ସେବାକୁ ପ୍ରଭାବିତ କରିଛି । ଫଳରେ ଗ୍ରାହକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେବେ ସରକାରୀ ବ୍ୟାଙ୍କ ଗୁଡ଼ିକ ଯଦିଓ ଆଜି ବନ୍ଦ ରହୁଛି ଘରୋଇ ବ୍ୟାଙ୍କ ଗୁଡ଼ିକ ଖୋଲାଯାଉଛି।
ଡେରାଡୁନ,୧୧ ।୧୦: ପାଖେଇ ଆସୁଛି ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ । ଏହି ସମୟରେ ସେଠାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ଶକ୍ତ ଝଟ୍କା ଲାଗିଛି ବୋଲି କୁହାଯାଉଛି । ସୋମବାର ଉତ୍ତରାଖଣ୍ଡର ଭାଜପା ନେତା ୟଶପାଲ ଆର୍ଯ୍ୟ ଓ ତାଙ୍କ ବିଧାୟକ ପୁଅ ସଞ୍ଜିବ ଆର୍ଯ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଏମାନେ କଂଗ୍ରେସ ନେତା ହରିଶ ରାୱତ ଓ କେସି ଭେନୁଗୋପାଳଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଛନ୍ତି । ୟଶପାଲ ଆର୍ଯ୍ୟ ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି କଂଗ୍ରେସ ନେତା ରଣଦୀପ ସୁରଜେୱାଲା । ଗୋଟିଏ ପଟେ ଉତ୍ତରାଖଣ୍ଡରେ ଆଗକୁ ଅଛି ବିଧାନସଭା ନିର୍ବାଚନ ଅନ୍ୟପଟେ ଭାଜପା ସେଠାରେ ସରକାର ଗଠନ କରିବାକୁ ଚାହିଁ ବସିଛି । ହେଲେ ଏପଟେ ଭାଜପା ନେତା ଦଳ ଛାଡି କଂଗ୍ରେସର ମିଶିବା ପାର୍ଟି ପାଇଁ ଏକ ଧକ୍କା ବୋଲି କୁହାଯାଉଛି ।
ରଘୁନାଥପୁର, ୧୭/୦୩/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ ଧଳତଙ୍ଗଗଡ଼ ଜଙ୍ଗଲ ପରିସରରେ ଥିବା ଇକୋ ଟୁରିଜିମ ସେଂଟର ଠାରେ ଅଲଟ୍ରାଟେକ୍ ସିମେଂଟ ପକ୍ଷରୁ ରଘୁନାଥପୁର ପଂଚାୟତ ସମିତିର ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ ଏହି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଚିକିଣିଆ ସମିତି ସଭ୍ୟ ବିଚିତ୍ର କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକ୍ ଅଧ୍ୟକ୍ଷା ଶ୍ରମତୀ ଲକ୍ଷ୍ମୀ ବେହେରା ସଭାପତିତ୍ୱ କରିଥିବାବେଳେ କମ୍ପାନୀର ବୈଷୟିକ ପରିଚାଳକ ହିମାଂଶୁ ପାଢ଼ୀ, ଟେକନିକାଲ ଆସିଷ୍ଟାଂଟ ଶ୍ରୀକାନ୍ତ ପାଢ଼ୀ, ସେଲ୍ସ ଏକଜିକ୍ୟୁଟିଭ ଆସୁତୋଷ ମହାନ୍ତି ଯୋଗଦେଇ ଏହି ସିମେଂଟର ଗୁଣବତା, ବ୍ୟବହାରିକ ଉପକାରିତା ବିଷୟରେ ନିଜ ନିଜର ମତାମତ ରଖିବା ସହିତ କମ୍ପାନୀର ବିଭିନ୍ନ ପ୍ରକାର ପ୍ରଡ଼କ୍ଟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜିଲା ପରିଷଦ ସଭ୍ୟା ରୀନା ରାଣୀ ମଲିକ, ଇତିଶ୍ରୀ ମଲିକ, ବିଦ୍ୟାଧରପୁର ସରପଂଚ ପ୍ରତିନିଧି ରହିମ ଖାଁ, ସଭ୍ୟା ସାଗରିକା ତରାଇ, ଛପଡ଼ା ସରପଂଚ ଅମିତା ଖୁଂଟିଆ, ଏରଡ଼ଙ୍ଗା ସରପଂଚ ଧର୍ମାନନ୍ଦ ସେଠି, ପୁରୁଣା ବସନ୍ତ ସରପଂଚ କାଳନ୍ଦି ମହାନ୍ତି, ସଭ୍ୟ ପ୍ରତାପ ସ୍ୱାଇଁ, ତାରପୁର ସରପଂଚ ସୁଷମା ମଲିକ, ସଭ୍ୟା ପୂଜାଲତା ଦାସ, ଚିକିଣିଆ ସରପଂଚ ବିଷ୍ଣୁ ଚରଣ ସେଠି, ତଅଁରା ସରପଂଚ ବଟକୃଷ୍ଣ ନାୟକ, ସଭ୍ୟା ଶାନ୍ତି ଲତା ଦ୍ୱିବେଦୀ, ରେଢ଼ୁଆ ସମିତି ସଭ୍ୟ ବିଶ୍ୱଜିତ ଦାସ, ରାଢ଼ଙ୍ଗ ସରପଂଚ ସୁଶିଳ କୁମାରା ବାରିକ, ସଭ୍ୟା ପ୍ରାନ୍ତରଶ୍ମି ପାଳ, ସାଦେଇପୁର ସରପଂଚ ପ୍ରଭାସିନୀ ପ୍ରଧାନ, ଅଢ଼େଇକୂଳ ସରପଂଚ ରୀନା ସ୍ୱାଇଁ, ସଭ୍ୟା ମିତାଂଜଳି ପଣ୍ଡା, ଗୁଆଳିପୁର ସରପଂଚ ମନୋଜିନୀ ସାହୁ, ସଭ୍ୟ କମଳାକାନ୍ତ ପରିଡ଼ା, ପୁରଣ ଓଡ଼ÿପଡ଼ା ସଭ୍ୟା ପ୍ରେମଲତା ରାଉତ, ଧରାଧରପୁର ସରପଂଚ ନଳିନୀ ପ୍ରଭା ମୁଦୁଲୀ, ଜଗନ୍ନାଥପୁର ସରପଂଚ ଜଗବନ୍ଧୁ ମଲିକ, ସଭ୍ୟା ପ୍ରମିଳା ବେହେରା, ବରାଗୋଳ ସରପଂଚ ଜୟନ୍ତୀ ଦାସ , ସଭ୍ୟ ରବିନ୍ଦ୍ର ମଲିକ, ଜୟଶୋଳ ସରପଂଚ ମମତା ଦାସ, ସମାଜସେବୀ ନିହାର ରଂଜନ ସାହୁୁ, ନୀରାକାର ଖୁଂଟିଆ, ଅଜୟ ସାମଲ, ପ୍ରକାଶ କୁମାର ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉଦୟନାଥ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।
ଚୀନ୍ର ନୂଆ ଚାଲ୍ ! ପାକିସ୍ତାନକୁ ପୁଣି ଥରେ ବଢାଇଲା ସହଯୋଗର ହାତ 26/02/2023 at 3:00 PM ନୂଆଦିଲ୍ଲୀ ୨୬।୦୨ : ପାକିସ୍ତାନକୁ ସାହାଯ୍ୟ କରିଛି ଚୀନ୍। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣି ଥରେ ସହଯୋଗର ହାତ ବଢାଇଛି ଡ୍ରାଗନ । ପାକିସ୍ତାନକୁ ୭୦କୋଟି ଡଲାର ଋଣ ଚୀନ ଦେଇଛି । ଚୀନ ଡେଭଲପମେଣ୍ଟ ବ୍ୟାଙ୍କ ପାକିସ୍ତାନକୁ ଏହି ଋଣ ରାଶି ପ୍ରଦାନ କରିଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡାର ଟୁଇଟ କରି ଏନେଇ ସୂଚନା ଦେବା ସହ ଏହି ଋଣ ପାକିସ୍ତାନ ପାଇଁ ଲାଇଫ ଲାଇନ ବୋଲି କହିଛନ୍ତି। ତେବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହା ଦ୍ୱାରା କିଛି ଦିନ ଆଶ୍ୱସ୍ତି ମିଳିପାରେ। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା । ଚୀନ ଜାଣିଶୁଣି ଭାରତର ପଡୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଋଣ ଦେଇ ଏକ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକା କହିଛି। ଏହା ଦ୍ୱାରା ଭାରତ ବିରୋଧରେ ଏମାନଙ୍କୁ ଛିଡା କରିବା ଉଦ୍ଦେଶ୍ୟ ହୋଇପାରେ କିମ୍ବା ଦୁଇ ଦେଶ ଉପରେ ନିଜର ଦବଦବା ଜାହିର କରିବାକୁ ଯୋଜନା ହୋଇଥାଇପାରେ। ଋଣ ବୋଝରେ ବୁଡି ରହିଥିବା ପାକିସ୍ତାନକୁ ସବୁଠୁ ଅଧିକ ଋଣ ଦେଇଛି ଚୀନ। ତଥ୍ୟ ଅନୁସାରେ ପାକିସ୍ତାନ ମୋଟ ଋଣର ୪୦ ପ୍ରତିଶତ କେବଳ ଚୀନଠୁ ନେଇଛି। ବେଶ କିଛି ଦିନ ହେବ ପାକିସ୍ତାନର ଅର୍ଥ ବ୍ୟବସ୍ଥା ବୁଡିବା ସହ ଦେଶରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି । ଦୁଇ ଓଳା ପାଇଁ ଖାଦ୍ଯ ବି ଏଠି କାଠିକାର ପାଠ ହେଲାଣି। ଦେଶର ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଲାଣି ।
ଖୋର୍ଦ୍ଧା ରେ ହଟିଲା ବିଜେଡି ପୋଷ୍ଟର.. ସବୁ ବ୍ୟାନର ପୋଷ୍ଟର ଲୋକ ଙ୍କ ଆଗରେ ଚିରାଗଲା Jan 11, 2024, 15:41 IST ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଓ ନେତା ମାନେ ସେତିକି ହିଁ ବିବାଦ ଘେରକୁ ଟାଣି ହୋଇ ଯାଉଛନ୍ତି। ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। କିଛି ଛୋଟ ଛୋଟ ଘଟଣା ମଧ୍ୟ ଖୁବ ସୋସିଆଲ ମିଡ଼ିଆ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ କରୁଛନ୍ତି। ଏବେ ସୋସିଆଲ ମିଡ଼ିଆରେ ସେଭଳି କିଛି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଖୋର୍ଦ୍ଧା ରୁ ହିଁ ଏଭଳି କିଛି ଦୃଶ୍ୟ ଏବେ ସାମ୍ନା କୁ ଆସିଛି। ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ବୁଧବାର ଦିନ ହେବାକୁ ଥିବା ନୂଆ ଓଡ଼ିଶାର କାର୍ଯ୍ୟକ୍ରମରେ ବିଜେଡି ନେତା ତଥା 5T ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଯୋଗ ଦେବାର ଥିଲା। ମାତ୍ର ସେ ଯୋଗ ଦେବା ପୁର୍ବରୁ ହିଁ ଏବେ ଏଭଳି କିଛି ଦୃଶ୍ୟ ସାମ୍ନା କୁ ଆସି ଯାଇଛି। ପାଣ୍ଡିଆନଙ୍କ ଗସ୍ତ ପୂର୍ବ ରାତିରେ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ନୂତନ ବର୍ଷର ଅଭିନନ୍ଦନ ବ୍ୟାନର ହଟାଇ ଦେଇଛି ପୌରପରିଷଦ। ଖୋଦ୍ଧାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଲାଗିବା ବଡ଼ ବଡ଼ ହୋର୍ଡି ଗୁଡ଼ିକ ହଟାଇ ଦିଆଯାଇଛି। ଏପରିକି ବିଜୁ ବାବୁ ଏବଂ ନବୀନଙ୍କ ଫଟୋ ସହିତ ଦଳୀୟ ନେତାଙ୍କ ବ୍ୟାନର ଚିରାଯାଉଥିବା ଦେଖୁବାକୁ ମିଳିଥିଲା। ଏହି ପୋଷ୍ଟର କୁ ହଟା ଯାଉଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।ଅନେକ ଲୋକ ଏହି ଭିଡିଓ କୁ ଦେଖି ସାରିଥିବା ବେଳେ ଲୋକମାନେ ମଧ୍ୟ ଏହି ଭିଡିଓ ପ୍ରତି ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।
ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକରେ ଦୁର୍ଘଟଣା । ସୂଚନା ମୁତାବକ ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଅତିକ୍ରମ କରୁଥିବା ସମୟରେ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରତର ଆହତ ହୋଇଛି । ମୃତକ ଜଣକ ହେଲେ ନିକଟସ୍ଥ ପ୍ରଥମାଖଣ୍ଡ ଗ୍ରାମର ଚାଷୀ ଅମୂଲ୍ୟ ସେଠୀ । ବାରବାଟୀ ପରିବା ବଜାରକୁ ଏମାନେ ପରିବା ଆଣୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି ।
ମେ' ଓ ଜୁନ୍ରେ ବିଦ୍ୟୁତ କାଟ୍ ନେଇ ଅନିଶ୍ଚିତତା ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଦ୍ୟୁତ ଚିନ୍ତା ଘାରିଛି । ମେ' ଓ ଜୁନ୍ ମାସରେ ପାୱାରକଟ୍ ହେବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏ ଦୁଇ ମାସରେ ପିକ୍ ଆୱାରରେ ଆବଶ୍ୟକ ବିଦ୍ୟୁତ କେଉଁଠୁ ଆସିବ ସେ ନେଇ ତର୍ଜମା ଆରମ୍ଭ କରିଛନ୍ତି ସରକାର। ଚଳିତ ମାସ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଶକ୍ତି ବିଭାଗର ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ଜଳସମ୍ପଦ ବିଭାଗ, ଓଏଚ୍ପିସି ଓ ଗ୍ରୀଡକୋର ଅଧିକାରୀମାନେ ଯୋଗ ଦେବେ। ପାୱାର ବ୍ୟାଙ୍କିଂ ମାଧ୍ୟମରେ ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରୁ ୪୦୦ମେଗାୱାଟ୍ ବିଦ୍ୟୁତ ଆଣିବା ନେଇ ବୈଠକରେ ଆଲୋଚନା ହେବ। ଏନେଇ ଶକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ କହିଛନ୍ତି,"ବିଦ୍ୟୁତ ସମସ୍ୟାକୁ ନେଇ ଏକ ବୈଠକ ଚଳିତ ମାସ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଧାର୍ଯ୍ୟ କରାଯାଇଛି। ମେ' ଓ ଜୁନ୍ ମାସରେ କେଉଁଠୁ ବିଦ୍ୟୁତ ଆଣିବୁ ସେନେଇ ଏହି ବୈଠକରେ ଆଲୋଚନା ହେବ। କିପରି ଉପଭୋକ୍ତାଙ୍କ ନିକଟରେ ୨୪x୭ ବିଦ୍ୟୁତ ପହଞ୍ଚା ଯାଇପାରିବ ସେନେଇ ଆଲୋଚନା କରାଯିବ।" ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ବି ଅନେକସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଛି। ତେବେ ଆସନ୍ତା ମାସରୁ ବିଦ୍ୟୁତ କାଟ୍ ହେବ ନା ନାହିଁ ତାକୁ ନେଇ ଆଶଙ୍କାରେ ରହିଛନ୍ତି ଉପଭୋକ୍ତା। ମେ' ଓ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପିକ୍ ଆୱାରରେ ୪୧୦୦ ମେଗାୱାଟରୁ ଅଧିକ ବିଦ୍ୟୁତର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ରାଜ୍ୟର ପିକ୍ଆୱାରରେ ୩,୭୦୦ରୁ ୪,୧୦୦ ମେଗାୱାଟ୍ ବିଦ୍ୟୁତ ଆବଶ୍ୟକ ପଡୁଛି। ସରକାର ପାୱାର ବ୍ୟାଙ୍କିଂ ମାଧ୍ୟମରେ ପଞ୍ଜାବ ଓ ଦିଲ୍ଲୀରୁ ୫୦୦ ମେଗାୱାଟ ବିଦ୍ୟୁତ ଆଣି ଚାହିଦା ମେଣ୍ଟାଉଛନ୍ତି। ତେବେ ଆଗକୁ କିଭଳି ରାଜ୍ୟ ସରକାର ବିଦ୍ୟୁତ ପରିଚାଳନା କରିବେ ତାଉପରେ ନଜର ରହିଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଆଜି ଶିଳାନ୍ୟାସ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ୩୦ ଜିଲ୍ଲା ପାଇଁ ୪୧ କ୍ରିକେଟ୍ ଏକାଡେମୀକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଷ୍ଟାଡିୟମରେ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ । ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଓସିଏ । ଏହା ପୂର୍ବରୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ପୋଲିସ ।ବାଦ ବିବାଦ ମଧ୍ୟରେ ଆଜି (ମଙ୍ଗଳବାର) ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହାର ଶିଳାନ୍ୟାସ କରାଯିବାକୁ ଥିବାବେଳେ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିଉଡ ଗାୟିକା ନେହା କକ୍କର ଓ ତାଙ୍କ ଗ୍ରୁପଙ୍କ ସହ ଓଡ଼ିଶାର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିବେ । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ପଡ଼ିଆ ଭିତରେ ଏକ ବିଶାଳ ମଞ୍ଚ ପ୍ରତିଷ୍ଠା କରାଯାଇଥିବା ବେଳେ ପଡ଼ିଆ ଭିତରେ ୫ ହାଜର ଓ ଗ୍ୟାଲେରୀରେ ୧୫ ହଜାର ଏଭଳି ପ୍ରାୟ ୨୦ ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି କମିଶନରେଟ ପୋଲିସ । ଓଡ଼ିଶାର କଳାକାରଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ୩ ବରିଷ୍ଠ କ୍ରୀଡା ସଂଗଠକଙ୍କୁ ଜୀବନବ୍ୟାପୀ ସାଧନା ସମ୍ବର୍ଦ୍ଧନା ଦିଆଯିବ । କାର୍ଯ୍ୟକ୍ରମରେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ ଇର୍ଫାନ୍ ପଠାନ , ପ୍ରଜ୍ଞାନ ଓଝା , ଦେବାଶିଷ ମହାନ୍ତି ,ଶିବ ସୁନ୍ଦର୍ ଦାସ ଆସିବାର କାର୍ଯ୍ୟକ୍ରମ ରହିଛି।
ବ୍ୟାଙ୍କିଙ୍ଗ ସହାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଭୁବନେଶ୍ବର: କୋଭିଡ୍-୧୯ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ବିଭିନ୍ନ ଦୂରଦୂରାନ୍ତ ଗାଁଗୁଡ଼ିକରେ ବ୍ୟାଙ୍କିଙ୍ଗ ସହାୟକମାନେ ପହଞ୍ଚି ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସେବା ପ୍ରଦାନ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେମାନଙ୍କ ସହାୟତା ରାଜ୍ୟରେ ଜୀବିକା କାର୍ଯ୍ୟକ୍ରମ ଏବଂ ନିରବଚ୍ଛିନ୍ନ ବ୍ୟାଙ୍କସେବା ପ୍ରଦାନକୁ ସୁଗମ କରିଛି। ରାଜ୍ୟରେ କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି କୋଭିଡ୍-୧୯ ସଂପର୍କିତ ଉଚ୍ଚ କ୍ଷମତାସଂପନ୍ନ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ଷଷ୍ଠ ବୈଠକ ଭିଡ଼ିଓ କନ୍ଫରେନ୍ସ୍ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମାନ୍ୟବର ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।
ସାରଜା,୦୭/୧୦: ଆଇପିଏଲ୍ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ସାରଜାର ମନ୍ଥର ପିଚ୍ରେ ଚମତ୍କାର ପ୍ରଦର୍ଶନ କରିବାକୁ ଉଭୟ ଦଳ ଯୋଜନା କରିଛନ୍ତି । ଉଭୟ ଦଳର ଏହା ଅନ୍ତିମ ଲିଗ୍ ମ୍ୟାଚ୍ । ନାଇଟ୍ ରାଇଡର୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରୀ । ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନ(୧୨ପଏଣ୍ଟ)ରେ ରହିଥିବା ନାଇଟ୍ ରାଇଡର୍ସ ବିଜୟ ସହ ପ୍ଲେ-ଅଫ୍ ଅଫ ଆଶା ଉଜ୍ଜ୍ୱଳ କରିବାକୁ ପ୍ରୟାସ କରିବ । ପରାଜିତ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ସୁଯୋଗ ବଢିଯିବ । ମୁମ୍ବାଇ ଇଣ୍ଡିଆନ୍ସ ୧୨ ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଶେଷ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ୧୦ ପଏଣ୍ଟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସର ପ୍ଲେ-ଅଫ୍ ସୂତା ଖିଅରେ ଝୁଲୁଛି । ରନ୍ ରେଟ୍ରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ, ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସକୁ ରନ୍ ରେଟ୍ରେ ପଛରେ ପକାଇବାକୁ ହେଲେ ରୟାଲ୍ସ ଦଳକୁ ବିଶାଳ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ । ଯାହା ଏକ ପ୍ରକାର ଅସମ୍ଭବ ମନେ ହେଉଛି । ନାଇଟ ରାଇଡର୍ସ ପୂର୍ବ ପରାଜୟର ପ୍ରତିଶୋଧକୁ ନେବାକୁ ପଛାଇବ ନାହିଁ । ଏପ୍ରିଲ ୨୪ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଇଥିଲା । ରୟାଲ୍ସ ୬ ୱିକେଟ୍ରେ ଏହି ମ୍ୟାଚ୍ ଜିତିଥିଲା । ରୟାଲ୍ସକୁ ହରାଇବା ପାଇଁ ନାଇଟ ରାଇଡର୍ସ ପ୍ରସ୍ତୁତ ରହିଛି । ଭେଙ୍କଟେଶ ଆୟର ଓପନ କରିବା ଦିନଠୁ ଦଳର ବ୍ୟାଟିଂ ବିଭାଗ ସୁଦୃଢ ହୋଇଛି । ବୋଲିଂ ବିଭାଗକୁ ନେଇ ପ୍ରଶ୍ନ କରିବା ସମ୍ଭବ ନୁହେଁ । ଦକ୍ଷ ସ୍ପିନର ଓ ପେସ୍ ବୋଲରଙ୍କୁ ନେଇ ବୋଲିଂ ବିଭାଗ ବେଶ୍ ସନ୍ତୁଳିତ ରହିଛି । ରୟାଲ୍ସ ଦଳ ଆକ୍ରମଣାତ୍ମକ ବ୍ୟାଟିଂକୁ ପ୍ରାଧାନ୍ୟ ଦେଉଥିଲେ ହେଁ ସାରଜାର ପିଚ୍କୁ ଦେଖି ରଣନୀତି ପ୍ରସ୍ତୁତ କରିବା ଜରୁରୀ । ମନ୍ଥର ପିଚ୍ରେ ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରାଏନଙ୍କ ଭଳି ସ୍ପିନର ଘାତକ ସାବ୍ୟସ୍ତ ହୋଇ ପାରନ୍ତି ।
ପିଡବ୍ଲ୍ୟୁଏଲ୍ରେ କମ୍ବ୍ୟାକ୍ କରିବା ଲକ୍ଷ୍ୟରେ କୁସ୍ତିଯୋଦ୍ଧା ଅମିତ ନୂଆଦିଲ୍ଲୀ: ଆହତ କାରଣରୁ ୨୦୧୬ରୁ କୁସ୍ତିଯୁଦ୍ଧରୁ ଦୂରରେ ଥିବା ପୂର୍ବତନ ଏସିଆନ ଚାମ୍ପିଅନ ଅମିତ ଧାୟା ପ୍ରୋ ରେସଲିଂ ଲିଗ୍ (ପିଡବ୍ଲ୍ୟୁଏଲ୍)ର ଦ୍ୱିତୀୟ ସଂସ୍କରଣରେ କମ୍ବ୍ୟାକ୍ କରିବାକୁ ଆଶା ରଖିଛନ୍ତି। ଆଘାତ କାରଣରୁ ଅମିତ ରିଓ ଅଲମ୍ପିକ୍କୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ। ଏବେ ସେ ପିଡବ୍ଲ୍ୟୁଏଲ୍ ସହ ଆସନ୍ତାବର୍ଷ ହେବାକୁ ଥିବା ଏସିଆନ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଆଇଏଏନ୍ଏସ୍କୁ ସାକ୍ଷାତକାର ଦେଇ ଅମିତ କହିଛନ୍ତି,"ଆଘାତ ମୋ ଅଲମ୍ପିକ ପ୍ରସ୍ତୁତିରେ ବାଧକ ସାଜିଥିଲା। ଏହି କାରଣରୁ ମୁଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲି। ଚଳିତବର୍ଷ ମୁଁ ଦୃଢତାର ସହ କମ୍ବ୍ୟାକ୍ କରିବା ଲକ୍ଷ୍ୟରେ ରହିଛି।"
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ସୋମବାର ଏକ ବଡ ବିବୃତ୍ତିରେ କହିଛନ୍ତି ଯେ ଲଦାଖରେ ଚୀନ୍ ସେନାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ । ଯଦି ବୁଝାମଣା ବିଫଳ ହୁଏ ତେବେ ସାମରିକ ବିକଳ୍ପ ବିଦ୍ୟମାନ । ସିଡିଏସ୍ ରାୱତ କହିଛନ୍ତି ଯେ ବାର୍ତ୍ତାଳାପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ଜାରି ରଖିଛନ୍ତି । ତେବେ ପୂର୍ବ ଲଦାଖର ସେନା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ ଦର୍ଶାଇଛନ୍ତି । ଜେନେରାଲ ରାୱତ କହିଛନ୍ତି, ସରକାର ଏହି ମାମଲାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ·ହୁଁଛନ୍ତି । ପ୍ରତିରକ୍ଷା ସେବାର କାର୍ଯ୍ୟ ହେଉଛି ଅନୁପ୍ରପେଶ ଉପରେ ନଜର ରଖିବା ଏବଂ ଏହାକୁ ରୋକିବା । ଯଦି ପ୍ରକୃତ ନିୟନ୍ତ୍ରଣ ରେଖାର ପୂର୍ବ ସ୍ଥିତିକୁ ଫେରାଇ ଆଣିବାର ଉଦ୍ୟମ ସଫଳ ହୁଏ ନାହିଁ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ବିକଳ୍ପ ଏହାକୁ ମଧ୍ୟ ବି·ର କରାଯିବ । ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପୂର୍ବପରି ଲଦାଖକୁ ଫେରିବା ପାଇଁ ସମସ୍ତ ବିକଳ୍ପ ଉପରେ ବି·ର କରୁଛନ୍ତି । ବାସ୍ତବରେ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ ନିଜ ପଛକୁ ହଟିବାକୁ ଚାହୁଁନାହିଁ । ·ଇନା ଏପର୍ଯ୍ୟନ୍ତ ପୋଙ୍ଗ୍ୟାଙ୍ଗରୁ ପଛକୁ ଫେରିନାହିଁ । ଚୀନ୍ ସୈନ୍ୟ ଫିଙ୍ଗର -୫ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ସିଡିଏସ୍ ବିପିନ ରାୱତଙ୍କ ଏହି ବିବୃତ୍ତି ଚୀନ୍ ପାଇଁ ଏକ ଦଢ଼ ବାତ୍ତା ଅଟେ । ଭାରତ ଏବଂ ଚୀନ୍ ମଧ୍ୟରେ ଏ ଏପର୍ଯ୍ୟନ୍ତ ଟି କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି । କିନ୍ତୁ ଚୀନ୍ ତା'ର ସେନାକୁ ଏ ପର୍ଯ୍ୟନ୍ତ ପଛକୁ ହଟାଉନାହିଁ ।
ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି। ଭୁବନେଶ୍ବର,୨୮/୯(ଓଡ଼ିଆ ନ୍ୟୁଜ):ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସୋମବାର ମଧ୍ୟାହ୍ନରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। କୋଭିଡ୍ ପରିପ୍ରେକ୍ଷୀରେ ବିଧାନସଭା ଭିତର ଏବଂ ବାହାର ସୁରକ୍ଷା ପାଇଁ କୋଭିଡ୍ ସ୍କ୍ବାଡ୍କୁ ନିୟୋଜିତ କରାଯାଇଛି। ଡିଜି ଶ୍ରୀ ଅଭୟଙ୍କ ସହିତ ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ, ଗୁଇନ୍ଦା ନିର୍ଦେଶକ ରାଧାକୃଷ୍ଣ ଶର୍ମା, ଏଡିଜି(ଆଇନଶୃଙ୍ଖଳା) ଯଶୋବନ୍ତ ଜେଠୁଆ, ଡିଆଇଜି(ଗୁଇନ୍ଦା) ଅନୁପ କୁମାର ସାହୁ, ଡିସିପି ଉମାଶଙ୍କର ଦାସ ଓ ଡିସିପି(ଟ୍ରାଫିକ) ସୌମ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଧାନସଭା ସୁରକ୍ଷା ବ୍ୟବସ୍ଥାରେ ମୋଟ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଯେପରି ତ୍ରୁଟି ନ ରହିବ ସେଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ବିଧାନସଭା ପାଇଁ ସହରର ପ୍ରମୁଖ ରାସ୍ତାରେ ଲାଗିଥିବା ସିସିଟିଭିଗୁଡ଼ିକ ମରାମତି କରାଯାଇଛି। ଧାରଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସଂସ୍ଥାକୁ ବିକ୍ଷୋଭ ପ୍ରଦର୍ଶନ ବା ଧାରଣା ଦେବାକୁ ଅନୁମତି ଦିଆଯାଇ ନାହିଁ। କୌଣସି ସଂସ୍ଥା ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ମାଗିଲେ ସେସମ୍ପର୍କରେ ସରକାର ନିଷ୍ପତ୍ତି ନେବେ ବୋଲି ପୁଲିସ କମିସନର ଡ. ଷଡଙ୍ଗୀ ସୂଚନା ଦେଇଛନ୍ତି। ଲୋୟର ପିଏମ୍ଜିରେ ବାରିକେଡ୍ ନାହିଁ ତଥାପି ଧାରଣାସ୍ଥଳ ଉପରେ ୨୪ ଘଣ୍ଟିଆ ପହରା ଦିଆଯିବା ସହିତ ସିସିଟିଭି ଲଗାଯାଇ ନଜର ରଖାଯାଇଛି।
ଆଜି କୁମାରସ୍ୱାମୀଙ୍କ ଶକ୍ତି ପରୀକ୍ଷା । କର୍ଣ୍ଣାଟକ ବିଧାନସଭାରେ ଆଜି ବହୁମତର ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ କନକ ବ୍ୟୁରୋ: ଆଜି କୁମାରସ୍ୱାମୀଙ୍କ ଶକ୍ତି ପରୀକ୍ଷା । କର୍ଣ୍ଣାଟକ ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ । କଂଗ୍ରେସ-ଜେଡିୟୁ ମେଂଟର ନେତା କୁମାରସ୍ୱାମୀ ବୁଧବାର କର୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଜି ତାଙ୍କୁ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ପଡିବ । କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶ ଉଠିବା ପଡିବା ପରେ, ଶେଷରେ ୟେଦ୍ୟୁରପ୍ପା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂବରୁ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ । ଆଉ ଗତ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କୁମାରସ୍ୱାମୀ । ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜେଡିଏସ ଓ କୁମାରସ୍ୱାମୀ କିଙ୍ଗମେକରରୁ କିଙ୍ଗ ପାଲଟିଥିଲେ । ଆଉ କଂଗ୍ରେସର ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପରେ ୨୫ ତାରିଖ ଅର୍ଥାତ୍ ଶୁକ୍ରବାର କ୍ୟାବିନେଟ୍ ଗଠନ ହେବ । ବାଚସ୍ପତି ହେବେ କଂଗ୍ରେସ ବିଧାୟକ କେ.ଆର. ରମେଶ । ଗତକାଲି ସେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସହ ଆସି କଂଗ୍ରେସ ବିଧାୟକ ରମେଶ କୁମାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ବନ୍ଧୁଗଣ ଜଣେ ନିର୍ଭୀକ, ସାହାସୀ ଏବଂ ରୋକଠୋକ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହି ଥିବା ନେତା ହେଉଛନ୍ତି ଜଟଣୀ ର ବର୍ତ୍ତମାନର ବିଧାୟକ ସୁର ରାଉତରାୟ। ଜଣେ ସଚ୍ଚୋଟ ନେତା ଭାବରେ ବି ସେ ପରିଚିତ ଅଟନ୍ତି। ଜନସାଧାରଣ ଙ୍କ ପାଇଁ ସେ ସବୁବେଳେ ତାଙ୍କର କର୍ମକୁ ଜାରି ରଖିଥାନ୍ତି। ତେବେ ଏହି ରାଜନେତା ଜଣଙ୍କ କୌଣସି ବି ଭୁଲ୍ କୁ ଗ୍ରହଣ ନକରି ଯେଉଁଟା ବାସ୍ତବ ଘଟଣା ତାକୁ କହିଥାନ୍ତି। ଦଳ ବଳ ନିର୍ବିଶେଷରେ ସେ ଲୋକଙ୍କ ପାଇଁ କାମ କରିବାକୁ ଆଗେଇ ଆସିଥାନ୍ତି। ଜଣେ ଟାଣୁଆ ନେତା ଭାବରେ ମଧ୍ଯ ସୁର ରାଉତରାୟ ବେଶ୍ ଜଣାଶୁଣା। କଂଗ୍ରେସ୍ ଦଳର ଏହି ନେତାଙ୍କ ଲୋକପ୍ରିୟତା ବି ବହୁତ୍ ଅଧିକ। ଜଣେ ଦୃଢ଼ ରାଜନେତା ଭାବରେ ତାଙ୍କର ଶାସନ ସାଙ୍ଗକୁ ତାଙ୍କର ଡାଇଲଗ, ତାଙ୍କର ମିଡ଼ିଆ ଆଗରେ ଦେଉଥିବା ବାଇଟ୍ ପାଇଁ ସେ ବେଶ୍ ପରିଚିତ। ସାଧାରଣ ଲୋକଙ୍କ ପାଇଁ ସେ ସେମାନଙ୍କର ସ୍ବାର୍ଥ ପାଇଁ ଅନେକ କିଛି କାମ କରିଥାନ୍ତି, ଯେଇଁପାଇଁ ଆଜି ସେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଏହା ସହ ବେଳେବେଳେ ତାଙ୍କର କିଛି ବୟାନ ମଧ୍ଯ ତାଙ୍କୁ ଅଡୁଆରେ ପକାଇ ଦେଇଥାଏ। କିନ୍ତୁ କୌଣସି ପ୍ରସଙ୍ଗ ଉଠିଲେ ଗଣମାଧ୍ୟମ ପ୍ରତିନିଧି ମାନେ ଏକ ବାଇଟ ପାଇଁ ତାଙ୍କ ପାଖକୁ ଚାଲି ଯାଇଥାନ୍ତି। ଅନେକ ବର୍ଷ ଧରି ସେ ରାଜନୀତି ରେ ପାଦ ରଖି ଜଣେ ସଫଳ ରାଜନେତା ହୋଇ ପାରିଛନ୍ତି। ଏହି ଟାଣୁଆ, ପରାକ୍ରମୀ ନେତା ଜଣଙ୍କ ଲୋକଙ୍କ ସହ ବହୁତ୍ ଜଡ଼ିତ।ଲୋକଙ୍କ କଥା ସେ ପ୍ରତ୍ୟକ୍ଷ ଭାବରେ ବୁଝନ୍ତି। ଏହି ରାଜନେତା ଜଣଙ୍କ ଏବେ ପୁଣି ଏକ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ଆଗରୁ ସେ ବର୍ଷା ଓ ଅନୁଭଵ ଙ୍କ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଥିଲେ। ଏବେ ପୁଣି ସେହି ସମାନ ପ୍ରସଙ୍ଗକୁ ନେଇ ସେ ମିଡ଼ିଆ ଆଗରେ ତାଙ୍କର ବାଇଟ ଦେଇଛନ୍ତି।ସେ କହିଛନ୍ତି ଯେ କୋର୍ଟ ଙ୍କ ନିଷ୍ପତ୍ତି ଗ୍ରହଣ ଯୋଗ୍ୟ। ସେମାନଙ୍କୁ ଏକା ସାଙ୍ଗରେ ରଖି ଦିଆ ଯାଉ ,ଆଉ ବାହାରୁ କବାଟ ବନ୍ଦ କରି ଦିଆଯାଉ। କିଛି ସମୟ ପରେ ଦେଖିବେ ସବୁ ଠିକ ହୋଇଯିବ। ସେମାନେ ରୁମ୍ ଭିତରେ ରହି ଘସା ଘସି ହେଲାପରେ ସବୁ ଠିକ୍ ହୋଇଯିବ। ତାଙ୍କୁ ଟିକେ ନିରଲା ରେ ଛାଡି ଦିଆଯାଉ। ଏହାପରେ ସେମାନେ ରମ୍ପା ରୁମ୍ପି, ଖୁମ୍ପା ଖୁମ୍ପି ହେବେ। ସ୍ବାମୀ ସ୍ତ୍ରୀଙ୍କ ଭିତରେ ସବୁକିଛି ସମାଧାନ ହୋଇଯିବ।ଗୋଟେ ରୁମ୍ ଭିତରେ ତାଙ୍କୁ ବନ୍ଦ କରିଦେଇ, ଘର ଭିତରକୁ କେହି ନଯାଇ, ଶାଶୁ ଶଶୁର କୁ ଭିତରକୁ ନଛାଡ଼ି କିଛି ସମୟ ସେମାନଂକୁ ଏକାକୀ ଛାଡ଼ିଦେଲେ ସେମାନେ ଘଶା ଘଶି ହେବେ। କିଛି ସମୟ ପରେ ସେମାନଙ୍କ ଭିତରେ ନିବିଡତା ବଢିଯିବ। ଏମିତି କହି ବହୁତ୍ ବଢିଆ ନିଷ୍ପତ୍ତି ନେଇଛନ୍ତି ସେ ଜଜ୍ ବୋଲି ସୁର କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ବନ୍ଧୁଗଣ ଆପଣ ମାନେ ନାଟକ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ ଯଦିଓ ବର୍ତ୍ତମାନ ଏହି ନାଟ୍ୟ ନାଟକ ର ଭୂମିକା ଧୀରେ ଧୀରେ ଆମ ସମାଜ ରେ କମିବା କୁ ଯାଉଛି ତଥାପି ଏହା ଆମକୁ ଖୁବ ଆକର୍ଷଣୀୟ ଲାଗିଥାଏ। କାରଣ ଏହି ନାଟକ ରେ ଆମ ଦେବଦେବୀ ଙ୍କର ଅନେକ କାହାଣୀ ବିଷୟରେ ଜାଣିବାକୁ ମିଳିଥାଏ ।ତେବେ କେଵଳ ଦେବାଦେବୀ ଙ୍କ କାହାଣୀ ନୁହେଁ ବରଂ ତା ସାଙ୍ଗରେ ଆମ ସମାଜ ରେ ହେଉଥିବା ଅନେକ ଘଟଣା କୁ ନେଇ ହୋଇଥାଏ। ତେବେ ବର୍ତ୍ତମାନ ଏହିପରି ଏକ ନାଟକ ତଥା ମହିଳା କ୍ରୀତନ ଙ୍କ ର ଗୀତ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ଭାଇରାଲ ଭିଡ଼ିଓ ଟିରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନେଇ ଏହିପରି କିଛି କୁହା ଯାଇଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହି ନାଟକ କରୁଛନ୍ତି କିଛି ଡ଼ଙ୍ଗିରିଆ ମହିଳା କ୍ରୀତନ ଦଳ ଯେଉଁ ମାନେ କି ଗ୍ରାମ ଗ୍ରାମ ବୁଲି ନାଟକ କରୁଛନ୍ତି ଆଉ ଏହିପରି ଅନେକ କାହାଣୀ ଲୋକଙ୍କୁ ଶୁଣାଉଛନ୍ତି। ତେବେ ଏହି ନାଟକ ରେ ଆପଣ ଦେଖିବା କୁ ପାଇବେ କି , ମହିଳା ଜଣ ଙ୍କ ଖୁବ ସୁନ୍ଦର ଭାବରେ ଗୀତ ର ସ୍ୱର ଦେଇ ଗାଉଛନ୍ତି। ତେବେ ଭିଡ଼ିଓ ଟି ର ଆରମ୍ଭ ରେ ଦେଖା ଯାଇଛି ଯେ ଜଣେ ଏକ ସ୍ୱର ଦେଇଛନ୍ତି ଏବଂ ଗାଇଛନ୍ତି , "କାନ୍ଦୁଛି ନବୀନ ହସୁଛି ଦାସ" ବୋଲି। ତେବେ କେଉଁ ପ୍ରତିପକ୍ଷ ରେ ସେ ଏହିପରି କହୁଛନ୍ତି କଣ ତାହା ସଠିକ ଭାବ ରେ ଆମେ କହି ପାରିବୁ ନାହିଁ ମାତ୍ର ଏହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ତେବେ ଏହା ପରେ ଦେଖା ଯାଇଛି କି ଜଣେ ମହିଳା ବେଶ ଜଣେ ପ୍ରବଚକ ଭାବରେ ନିଜକୁ ସଜେଇ ହୋଇଛନ୍ତି ଏବଂ ଭିନ୍ନ ଭିନ୍ନ କାହାଣୀ କୁ ଗୀତ ମାଧ୍ୟମ ରେ ଗାଉଛନ୍ତି ।ତେବେ ଏହାକୁ ଶୁଣି ଲୋକେ ବେଶ ଖୁସି ହେଉଥିବା ର ମଧ୍ୟ ଦେଖିବା କୁ ମିଳିଛି। ତେବେ ଏହି ମହିଳା ମାନେ ଡ଼ଙ୍ଗିରିଆ ର ଏକ କ୍ରୀତନ ଦଳ ବୋଲି କୁହାଯାଇଛି ମାତ୍ର ସେମାନେ ପୁରା ଅଞ୍ଚଳ ରେ ଚହଳ ସୃଷ୍ଟି କରି ଦେଇଛନ୍ତି।ତେବେ ତାଙ୍କର ଏହି ଭିଡ଼ିଓ ଟି କୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଏବଂ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଏହାକୁ ସମସ୍ତେ ଦେଖି ଖୁବ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଛନ୍ତି ଏବଂ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ତେବେ ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ କୁ ଦେଖନ୍ତୁ ଏବଂ ନିଜର ମତ ନିଶ୍ଚିତ ରଖନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
ବାଲିଅନ୍ତା: ଆଜି ସକାଳେ ବାଲିଅନ୍ତା ଥାନା ଅଧୀନ ଜୟଦେବ-ଫିରିଫିରା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ କାର ଧକ୍କାରେ ଏକ ନବ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଆହତ ଦମ୍ପତି ହେଲେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ଉତ୍ତାରଣ (କସର୍ଦା) ଅଞ୍ଚଳର ଭବାନୀଶଙ୍କର ମହାନ୍ତି ଓ ତାଙ୍କ ପତ୍ନୀ। ଯୁବନେତା ଅର୍ଜୁନ ଜେନାମଣି ଓ ସ୍ଥାନୀୟ ଲୋକ ଉଭୟଙ୍କୁ ଚିକିତ୍ସା ଲାଗି ପ୍ରଥମେ ଅଡ଼ଶପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲ୍କୁ ପଠାଯାଇଛି। ଏ ସଂପର୍କରେ ଖବର ପାଇ ବାଲିଅନ୍ତା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ଦମ୍ପତି ସକାଳ ପ୍ରାୟ ନ'ଟାରେ ବାଇକ୍ରେ ଭୁବନେଶ୍ୱର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର ( ଓଡି ୦୨-ଏକ୍ୟୁ-୬୮୭୯) ସହ ଧକ୍କା ଲାଗିଥିଲା। ଫଳରେ ବାଇକ୍ରୁ ଛିଟିକି ଦୁହେଁ ଗୁରୁତର ହୋଇପଡ଼ିଥିଲେ।
News18 Odia Digital ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟ (Supreme Court) ଲୋନ୍ ମୋରାଟରିୟମ୍ (Loan Moratorium) ଉପରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମୋରାଟରିୟମ୍ ସୁବିଧାର ଲାଭ ଉଠାଉଥିବା ଲୋକଙ୍କୁ ୧୫ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସୁଧ ଉପରେ ସୁଧ (Interest on Interest) ଦେବାକୁ ପଡ଼ିବ ନାହିଁ। ସୁପ୍ରିମ୍ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ନଭେମ୍ବର ୧୫ ପର୍ଯ୍ୟନ୍ତ କୌଣସି ଲୋନ୍ ଆକାଉଣ୍ଟକୁ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (NPA) ଭାବେ ଘୋଷଣା କରାଯାଇପାରିବ ନାହିଁ କାରଣ ଏହା ଉପରେ କୋର୍ଟ ରୋକ ଲଗାଇଛନ୍ତି । ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ (Central Government) ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ତଥା ବ୍ୟାଙ୍କଗୁଡ଼ିକର ଓକିଲ ହରିଶ ସାଲଭେ ଏହି ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଏହା ପରେ ମାମଲାର ଶୁଣାଣି ୨ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୁପ୍ରିମ କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଶୀଘ୍ର ସୁଧ ଉପରେ ସୁଧ ଛାଡ଼ ଯୋଜନା କାର୍ଯ୍ୟକାରୀ କରିବା ଉଚିତ । ଏଥି ପାଇଁ କେନ୍ଦ୍ର ସରକାରଙ୍କୁ ଗୋଟେ ମାସର ସମୟ କାହିଁକି ଆବଶ୍ୟକ ହେଉଛି ବୋଲି ସୁପ୍ରିମ କୋର୍ଟ ପଚାରିଛନ୍ତି । ଉଚ୍ଚତମ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ଯଦି ସରକାର ଏହା ଉପରେ ନିଷ୍ପତ୍ତି ନିଅନ୍ତି ତେବେ ଆମେ ତୁରନ୍ତ ନିର୍ଦ୍ଦେଶ ପାସ୍ କରିବୁ। ସଲିସିଟର ଜେନେରାଲ ହରୀଶ ସାଲଭେ ଏହା ଉପରେ ସଲିସିଟର ଜେନେରାଲ କହିଥିଲେ ଯେ ଯେହେତୁ ସବୁ ଋଣ ବିଭିନ୍ନ ଉପାୟରେ ଦିଆଯାଇଛି ସେଥି ପାଇଁ ସେମାନଙ୍କ ସହ ଭିନ୍ନ ଭିନ୍ନ ଭାବରେ ନିର୍ଣ୍ଣୟ ନେବାକୁ ପଡ଼ିବ । ତା'ପରେ ସୁଧ ଉପରେ ସୁଧ ଛାଡ଼ ଯୋଜନା ଉପରେ ନଭେମ୍ବର ୯ ତାରିଖ ସୁଦ୍ଧା ଏକ ସର୍କୁଲାର ଜାରି କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ସଲିସିଟର ଜେନେରାଲ କହିଥିଲେ ଯେ ସରକାର ନଭେମ୍ବର ୯ ସୁଦ୍ଧା ସୁଧ ଉପରେ ସୁଧ ଛାଡ଼ ଯୋଜନା ଉପରେ ଏକ ସର୍କୁଲାର ଜାରି କରିବେ । ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ ମାମଲାଟି କ'ଣ? କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ୍ ଜାରି କରିଥିଲେ । ସେତେବେଳେ ଶିଳ୍ପ ଅନୁଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସେଥି ପାଇଁ ବ୍ୟବସାୟୀ ଓ କମ୍ପାନୀଗୁଡ଼ିକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ଲୋକ ଚାକିରି ହରାଇଥିଲେ । ଏପରି ପରିସ୍ଥିତିରେ ଋଣର କିସ୍ତି ପରିଶୋଧ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଲୋନ୍ ମୋରାଟରିୟମର ସୁବିଧା ଦେଇଥିଲା । ଅର୍ଥାତ୍ ଋଣ ଉପରେ କିସ୍ତି ସ୍ଥଗିତ ରଖାଯାଇଥିଲା । ଯଦି ଆପଣ ଲୋନ୍ ମୋରାଟରିୟମର ସୁଯୋଗ ନେଇ କିସ୍ତି ଦେଉ ନ ଥିଲେ, ତେବେ ସେହି ସମୟ ପାଇଁ ଲାଗୁ ହେବାକୁ ଥିବା ସୁଧ ମୂଳଧନ (ପ୍ରିନ୍ସିପାଲ) ସହିତ ଯୋଡ଼ି ହୋଇଯାଉଛି । ଅର୍ଥାତ ଆପଣଙ୍କ ଠାରୁ ବ୍ୟାଙ୍କ୍ ମୂଳଧନ + ସୁଧ ଆଦାୟ କକୁଛି । ଏହି ସୁଧ ଉପରେ ସୁଧ ପ୍ରସଙ୍ଗର ଶୁଣାଣି ସୁପ୍ରିମ କୋର୍ଟରେ ହେଉଛି । ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ ଗତ ଶୁଣାଣିରେ କ'ଣ ହୋଇଥିଲା? ଏହା ପୂର୍ବରୁ ୫ ଅକ୍ଟୋବରରେ ସୁପ୍ରିମ କୋର୍ଟ ୧୨ ଅକ୍ଟୋବର ସୁଦ୍ଧା ଏହି ମାମଲା ସହ ଜଡ଼ିତ ସମସ୍ତ ଆଫିଡେଭିଟ୍ ଦାଖଲ କରିବାକୁ ସମୟ ଦେଇଥିଲେ । କୋଭିଡ-୧୯କୁ ଦୃଷ୍ଟିରେ ରଖି କେ.ଭି. କାମାଥ କମିଟିର ସୁପାରିଶ ସହିତ ଜାରି କରାଯାଇଥିବା ବିଭିନ୍ନ ପ୍ରକାରର ବିଜ୍ଞପ୍ତି ଓ ସର୍କୁଲାର ଦାଖଲ କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ (RBI) କହିଥିଲେ । ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଚକ୍ରବୃତ୍ତି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ) ଛାଡ଼ କରିବାକୁ ସରକାର ରାଜି ହୋଇଛନ୍ତି । ସରକାର ଏହି ଭାର ନିଜେ ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
କରୋନା ନ ଯାଉଣୁଁ ଆସିଲା ଆଉ ଏକ ନୂଆ ଭୂତାଣୁ ମଙ୍କି ପକ୍ସ, ଚିନ୍ତାରେ ବିଶ୍ୱବାସୀ, ଜାଣନ୍ତୁ କ'ଣ ଏହି ଭୂତାଣୁ ଏବଂ ଏହାର ଲକ୍ଷଣ… ଏବେବି ଜାରି ରହିଛି କରନା ମହାମାରୀର ପ୍ରକୋପ। ଦେଶରୁ ଏବେବି ଟଳି ନାହିଁ ସଂକ୍ରମଣର ବିପଦ। ଲୋକେ ଏବେବି ଏକ ଭୟଭୀତ ଅବସ୍ଥାରେ ରହିଛନ୍ତି। କାରଣ ଏହି ସଂକ୍ରମଣ କାରଣରୁ ଅକାରଣ ରେ ଚାଲି ଯାଉଛି ଅନେକ ଜୀବନ। ସରକାରଙ୍କ ପକ୍ଷରୁ ଏଥିପାଇଁ ଅନେକ ଦୃଢ଼ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରା ଯାଉଛି। କିପରି ଭାବରେ ଟୀକାକରଣ ପ୍ରକ୍ରିୟାକୁ ବ୍ୟାପକ କରାଯାଇ ପାରିବ ତାହାକୁ ନେଇ ଏବେ ଗୁରୁତ୍ବ ଦିଆ ଯାଉଛି।ତେବେ ଏହାରି ଭିତରେ କରନା ମହାମାରି ର ଭୟ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ମାରାତ୍ମକ ଭୂତାଣୁ ବିଶ୍ଵ ବାସୀଙ୍କୁ ଚିନ୍ତାରେ ପକାଇବାରେ ଲାଗିଛି। ତେବେ ମିଳୁଥିବା ସୁଚନା ଅନୁସାରେ ଏହି ନୂଆ ଭୂତାଣୁ ଏବେ ବ୍ରିଟେନ ରେ ଚିହ୍ନଟ ହୋଇଛି। ବ୍ରିଟେନ ର ୱେଲ୍ସ ସହରରେ ଏହି ନୂଆ ଭୂତାଣୁ ର ମାମଲା ସାମ୍ନାକୁ ଆସିଛି। ସେଠାରେ ଲୋକ ମଙ୍କିପକ୍ସ ରୋଗର ଶିକାର ହେଉ ଥିବା କୁହା ଯାଉଛି।ଏହା ଏକ ନୂତନ ଭୂତାଣୁ ଜନିତ ରୋଗ।ଏହି ରୋଗ ଲୋକଙ୍କ କରନା ଭୂତାଣୁ ଜନିତ ଚିନ୍ତାକୁ ପୁଣି ଦ୍ଵି ଗୁଣିତ କରି ଦେଇଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ୱେଲ୍ସ ପବ୍ଲିକ ହେଲ୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଖବର ଅନୁସାରେ ଦୁଇ ଜଣଙ୍କ ଶରୀରରେ ଏବେ ଏହି ଭୂତାଣୁ ଥିବା ଚିହ୍ନଟ କରା ଯାଇଛି। ଯାହା ଏକ ବିରଳ ଘଟଣା ଭଳି ଲାଗୁଛି। କାରଣ ଏହି ଦୁଇଜଣ ଗୋଟିଏ ଘରେ ହିଁ ରୁହନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସେମାନେ ବିଦେଶରେ ଥିବା ବେଳେ ହିଁ ସଂକ୍ରମିତ ହୋଇଛନ୍ତି। ତେବେ ଏହି ମଙ୍କିପକ୍ସ୍ ରୋଗ ଏକ ପୁରୁଣା ରୋଗ ଅଟେ। ଯାହା ଦକ୍ଷିଣ ଆଫ୍ରିକା ରେ ଦେଖାଯାଏ। କିନ୍ତୁ ଏବେ ବ୍ରିଟେନ ରେ ଏହାର ବିସ୍ତାର ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଏହି ଭୂତାଣୁ ଶରୀରରେ ୧୪ ରୁ ୨୧ ଦିନ ପର୍ଯ୍ୟନ୍ତ ରହିଥାଏ। ଆଉ ସଂକ୍ରମିତ ହୋଇଥିବା ଏହି ଦୁଇ ବ୍ୟକ୍ତିଙ୍କୁ ଇଂଲଣ୍ଡ ର ଏକ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଡିସ ଚାର୍ଜ ହୋଇଥିବା ବେଳେ ଆଉ ଜଣେ ଏବେବି ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ମଙ୍କିପକ୍ସ ର ଲକ୍ଷଣ- ମୁଣ୍ଡ ଅଣ୍ଟା ବ୍ୟଥା, ମାଂସପେଶୀରେ କଷ୍ଟ, ଦେହ ହାତ ଫୁଲିଯିବା, ଜ୍ଵର ହେବା ମାତ୍ରେ ଶରୀରରେ ଦାନା ଆକୃତିର ହେବା। ପ୍ରଥମେ ଏହା ମୁହଁ ତାପରେ ଶରୀରର ଅନ୍ୟ ସ୍ଥାନକୁ ଏହି ଚିହ୍ନ ବ୍ୟାପୀ ଯାଇଥାଏ। ମଙ୍କିପକ୍ସ ର ଚିକିତ୍ସା- ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ।ଏହି ଭୂତାଣୁ ଜନିତ ରୋଗର ସଂକ୍ରମଣକୁ ରୋକିବା ପାଇଁ ସିଡୋଫୋଭିର ଟୀକା ST-246 ଏବଂ ଭେକ୍ସିନିଆ ଇମ୍ୟୁନୋ ଗ୍ଲୋବୁଲିନ (VIG) ଦ୍ୱାରା ନିୟନ୍ତ୍ରଣ ଭିତରକୁ ଅଣା ଯାଇ ପାରିବ ବୋଲି ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି)ର କହିବା କଥା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ରାଉରକେଲା, ୧୫/୦୮/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ) : ସ୍ମାର୍ଟ ସିଟି ରାଉରକେଲା ଉଦିତନଗର ଅଂଚଳରେ ରହୁଥିବା କଂଗ୍ରେସ ମହିଳା ନେତ୍ରୀ ରଂଜିତା ମଲ୍ଲିକଙ୍କ ଭାତୃଙ୍କ ଅକାଳ ବିୟୋଗରେ ରାଉରକେଲାରେ ଶୋକର ଲହରୀ ଖେଳି ଯାଇଛି । ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ୪୫ ବର୍ଷିୟ ରଂଜନ କୁମାର ମଲ୍ଲିକ(ବାପି) ଏକ ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁ ହୋଇ ଯାଇଥିଲା । ଗତକାଲି ଶୁକ୍ରବାର ସକାଳ ପ୍ରାୟ ସାଢେ ୫ଟାରେ ସେ କୋଭିଡ଼ ଡ୍ୟୁଟି ସାରି ଉଦିତନଗର ଓରାମପଡ଼ା ସ୍ଥିତ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ ଆରଜିଏଚ ଚିକିତ୍ସା ପାଇଁ ନିଆଯାଇଥିା ବେଳେ, ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ । ସ୍ୱର୍ଗତ ରଂଜନ ସିଭିଲ ଡିଫେନ୍ସରେ ଜଣେ ଉତମ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟକରି ପ୍ରତିଭା ଅର୍ଜନ କରିଥିଲେ । ସେହିପଳି ଗତ ୨୦୧୩ ମସିହାରେ ସେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ପାନିତ ହୋଇଥିଲେ । ସାମାଜିକ କର୍ମୀ ବାପିଙ୍କ ମୃତ୍ୟୁରେ ପ୍ରମୁଖ ରାଜନୈତିକ ଦଳର ନେତା, ବୁଦ୍ଧଜିବୀ, ସମାଜସେବୀ ଓ ଆଇନଜିବୀ ଗଭୀର ଶୋକ ପ୍ରକଟ କରିଛନ୍ତି । ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କଂଗ୍ରେସର ବରିଷ୍ଠ ନେତା ଜର୍ଜ ତିର୍କୀ, ବୀରେନ ସେନାପତି, ପ୍ରଶାନ୍ତ ସେଠୀ, ରବି ରାୟ, ପ୍ରବୋଧ ଦାସ, ମଝିଆ ପ୍ରଧାନ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ପ୍ରମୁଖ ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସରକାର ସ୍ୱର୍ଗତ ରଂଜନ ମଲ୍ଲିକଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବା ସହିତ ପରିବାରକୁ ୫୦ ଲକ୍ଷ ବୀମା ରାଶି ପ୍ରଦାନ କରିବାକୁ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
କାନ୍ଥପଡ଼ି ଭାଇଭଉଣୀ ମୃତ ଉଦଳା(ଓଡ଼ିଶା ରିପୋର୍ଟର): କାନ୍ଥ ପଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ପୁଅ ଜ୍ୟୋତି ଶଙ୍କର ସିଂ ଓ ଯଶୋଦା ସିଂ। ଜ୍ୟୋତିଙ୍କୁ ୬ବର୍ଷ ହୋଇଥିବାବେଳେ ଯଶୋଦାକୁ୧୦ ବର୍ଷ ହୋଇଥିଲା। ଗତକାଲି ରାତିରେ ମା' ସହ ତିନି ଛୁଆ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ କାନ୍ଥଟି ୩ ଛୁଆଙ୍କ ଉପରେ ପଡ଼ିଯାଇଥିଲା। ମା' ସାନ ପୁଅକୁ ଉଦ୍ଧାର କରିଥିବା ବେଳେ ବଡ଼ ଝିଅ ଓ ମଝିଆ ପୁଅ ମାଟି ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା। ପରେ ଗାଁଲୋକେ ଆସି ୨ପିଲାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା। ଏଥିପାଇଁ ମାଟି କାନ୍ଥଟି ଓଦା ହେବା ଯୋଗୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଓଡ଼ିଶାରେ ଫୁଟବଲଠୁ ବଡ ଆକାରର ଟ୍ୟୁମରର ସଫଳ ଅସ୍ତ୍ରୋପଚାର ୩୦ ବର୍ଷ ଧରି ଏକ ଫୁଟବଲଠୁ ବଡ ଆକାରର ଟ୍ୟୁମର ଯୋଗୁ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ଓଡ଼ିଶା ଆଠଗଡ଼ର, ୬୦ ବର୍ଷ ବୟସ୍କ ପ୍ରତାପ କୁମାର ଶତପଥି । ଏହି ଟ୍ୟୁମର ଯୋଗୁ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ଢୋକିବାରେ ମଧ୍ୟ ଅସୁବିଧା ହେଉଥିଲା । ତେବେ ଭୁବନେଶ୍ୱରର ଏକ ଅଗ୍ରଣୀ ହସ୍ପିଟାଲ, ବିଆର ଲାଇଫ କଳିଙ୍ଗ ହସ୍ପିଟାଲ ପକ୍ଷରୁ ନିକଟରେ ଏହି ଜଟିଳ ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି । ଯାହାକି ଏକ ଅତ୍ୟାଧୁନିକ ଅସ୍ତ୍ରୋପଚାର ଜ୍ଞାନକୌଶଳ ପ୍ରୟୋଗ କରାଯାଇ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରୁ ୪ କି.ଗ୍ରା ଓଜନର ୩୦X୩୦X୩୦ ସେ.ମି ବିଶିଷ୍ଟ ଏକ ଟ୍ୟୁମରକୁ ସଫଳତାର ସହିତ କାଢିଦିଆଯାଇଛି । ଏହା ସର୍ଜିକାଲ ରିସେକସନରେ ସଫଳ ହୋଇଥିବାବେଳେ ଏକାଧିକ ଅଙ୍ଗ ଏବଂ ଟିସୁ ସହିତ ସଂପୃକ୍ତଥିବା ଟ୍ୟୁମରକୁ ସଫଳତାର ସହିତ କଢାଯାଇ ପାରିଛି । ଓଡ଼ିଶା ଆଠଗଡ଼ର, ୬୦ ବର୍ଷ ବୟସ୍କ ପ୍ରତାପ କୁମାର ଶତପଥିଙ୍କର ଏତେ ସମୟ ଧରି ଏହି ଟ୍ୟୁମର ଥିଲେ ମଧ୍ୟ ଗତ ଦୁଇ ମାସଧରି ଅତିଶୟ ପେଟ ଯନ୍ତ୍ରଣା ହେଉଥିବା ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ଢୋକିବାରେ ମଧ୍ୟ ଅସୁବିଧା ହେଉଥିଲା । ତାଙ୍କୁ ବିଆର ଲାଇଫ କଳିଙ୍ଗ ହସ୍ପିଟାଲକୁ ଯିବାପାଇଁ ପରାମର୍ଶ ଦିଆଯାଇଥିଲା । ଏଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣାପଡ଼ିଥିଲାଯେ, ରୋଗୀଙ୍କ ପେଟରେ ଗତ ୩୦ ବର୍ଷଧରି ଏକ ୪ କେ.ଜି ଓଜନର ଫୁଟବଲ ଆକାର ବିଶିଷ୍ଟ ଟ୍ୟୁମର ରହିଛି । ଟ୍ୟୁମରଟି ପେଟରେ ରହିଥିବାବେଳେ ଏହା ସମ୍ମୁଖ ପେଟର ୧୦ ସେ.ମି ଦୂରତାରେ ଅବସ୍ଥିତ ଥିଲା । ଟ୍ୟୁମରଟି ତଳ ଛାତି, ଉପର ପେଟ, ହୃଦୟ, ହୃତପିଣ୍ଡ ଆବରଣକାରୀ ଝିଲ୍ଲୀ, ହୃଦୟ ସହିତ ସଂଯୋଗ କରୁଥିବା ମୁଖ୍ୟ ଧମନୀ, ପେଟ ସହିତ ସଂପୃକ୍ତ ଧମନୀରେ ଅତ୍ୟଧିକ ଚାପ ସୃଷ୍ଟି କରୁଥିଲା । ଟ୍ୟୁମରଟି ଆହୁରି ମଧ୍ୟ ପିଞ୍ଚରାର ବାମ ପାଶ୍ୱର୍, ଯକୃତର ବାମପାଶ୍ୱର୍, ପାଚନଯନ୍ତ୍ର, ପେଶୀପର୍ଦା, ଇସୋଫାଗସ୍ ଏବଂ ପାକସ୍ତଳୀରେ ମଧ୍ୟ ଚାପ ପକାଉଥିଲା । ଏପରି ଏକ କଠିନ ଅସ୍ତ୍ରୋପଚାର ସମ୍ପର୍କରେ ବିଆର ଲାଇଫ କଳିଙ୍ଗ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ, ଡ଼ା. ବୃନ୍ଦାବନ ନାହାକ କହିଛନ୍ତିଯେ, "ବିଆର ଲାଇଫ କଳିଙ୍ଗ ହସ୍ପିଟାଲରେ ଆମ୍ଭେମାନେ କରିଥିବା ଅନେକ ଜଟିଳ ଅସ୍ତ୍ରୋପଚାର ଗୁଡ଼ିକ ମଧ୍ୟରୁ ଏହା ହେଉଛି ଅନ୍ୟତ୍ତମ । ଯେଉଁଠାରେ ରୋଗୀ ଏକ ୩୦ ଙ୍ଘ ୩୦ଙ୍ଘ ୩୦ ସେ.ମି ବିଶିଷ୍ଟ ବୃହତ୍ତ କଠିନ ଟ୍ୟୁମରରେ ପିଡ଼ୀତ ଥିଲେ, ଯାହାକି ଏକାଧିକ ଅଙ୍ଗ ଏବଂ ଟିସୁ ସହିତ ସଂଯୋଗହୋଇ ରହିଥିଲା । ଆମ୍ଭେମାନେ ଏନ ବ୍ଲକ ରିସେକସନ (ସର୍ଜିକାଲ ଅଙ୍କୋଲୋଜିର ପ୍ରଣାଳୀ ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମ୍ପୁର୍ଣ୍ଣ ରୂପେ ଟ୍ୟୁମରକୁ କାଢିବା)ମାଧ୍ୟମରେ ପେଟର ସମ୍ମୁଖ କାନ୍ଥ ସହିତ ସଂଶ୍ଳିଷ୍ଟ ଏବଂ ଏକାଧିକ ଅଙ୍ଗ ଏବଂ ଟିସୁ ସହିତ ସଂଯୁକ୍ତହୋଇଥିବା ଟ୍ୟୁମରକୁ କାଢିପାରିଥିଲୁ । ଏହିପରି ଅସ୍ତ୍ରୋପଚାର ସାଧାରଣତଃ ୭-୮ ଘଣ୍ଟା ସମୟ ଲାଗିଥାଏ କିନ୍ତୁ ଆମ୍ଭେମାନେ ଅତ୍ୟାଧୁନିକ ସର୍ଜିକାଲ ଏବଂ କ୍ଲିନିକାଲ ଜ୍ଞାନକୌଶଳ ପ୍ରୟୋଗକରି ଏବଂ ଆମର ପ୍ରଶିକ୍ଷିତ ମେଡ଼ିକାଲ ଟିମ୍ ସହିତ ଏହାକୁ ମାତ୍ର ୩ ଘଣ୍ଟା ମଧ୍ୟରେ ସମାପ୍ତ କରିବାରେ ସକ୍ଷମ ହୋଇଥିଲୁ । ଟ୍ୟୁମର କଢାଯିବାର ପରବର୍ତ୍ତି ସମୟରେ, ଆମ୍ଭେମାନେ ଟ୍ୟୁମର ସହିତ ସଂଯୋଗ ହୋଇଥିବା ଅନ୍ୟ ଅଙ୍ଗ ଗୁଡ଼ିକ ଠିକ୍ କରିପାରିଥିଲୁ ।" ଉକ୍ତ ଘଟଣା ସମ୍ପର୍କରେ, ବିଆର ଲାଇଫ କଳିଙ୍ଗ ହସ୍ପିଟାଲର ବରିଷ୍ଟ କନସଲଟାଣ୍ଟ – ଜେନେରାଲ ସର୍ଜରୀ, ଡ଼ା ପ୍ରଦୀପ କୁମାର ମିଶ୍ର କହିଛନ୍ତିଯେ, "ରୋଗୀଟି ଗତ ୩୦ ବର୍ଷଧରି ଟ୍ୟୁମରରେ ଆକ୍ରାନ୍ତ ଥିଲେ । ଟ୍ୟୁମରର କ୍ରମାଗତ ବୃଦ୍ଧି ଶରୀରରେଥିବା ଅନ୍ୟ ଅଙ୍ଗ ଗୁଡ଼ିକପ୍ରତି ମଧ୍ୟ ଅଧିକ ବିପଦ ସୃଷ୍ଟି କରିଥିଲା । ଯଦି ଏହିପରି ପରିସ୍ଥିତି ଆଉ କିଛିଦିନ ଲାଗିରହିଥାଆନ୍ତା, ତେବେ ରୋଗୀକୁ ଆଗକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଏବଂ ଖାଇବାରେ ଅନେକ ଅସୁବିଧା ଉପୁଜିଥାଆନ୍ତା । ପ୍ରତାପଙ୍କ କ୍ଷେତ୍ରରେ ସମୟାନୁଯାୟୀ ସ୍ୱାସ୍ଥ୍ୟ ପରାମର୍ଶରେ ଅବହେଳା ପାଇଁ ଉକ୍ତ ଘଟଣା ଆହୁରୀ ଜଟିଳ ହୋଇପଡ଼ିଥିଲା । ସ୍ୱାସ୍ଥ୍ୟଗତ ସମସ୍ୟାର ଜଟିଳତାକୁ ଏଡ଼ାଇବବା ପାଇଁ ସମୟାନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମସ୍ତଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ ହୋଇଥିବାବେଳେ ଏହିପରି ପ୍ରାଥମିକ ସ୍ୱାସ୍ଥ୍ୟଗତ ଜଟିଳତା କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।" ଅସ୍ତ୍ରୋପଚାର ପରେ ଶ୍ରୀଯୁକ୍ତ ପ୍ରତାପ କୁମାର ଶତପଥି କହିଛନ୍ତିଯେ, "ଗତ ୩୦ ବର୍ଷଧରି ମୁଁ ଏହିପରି ଏକ ବୃହତ୍ତ ଟ୍ୟୁମରରେ ଆକ୍ରାନ୍ତଥିଲି ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ, ଯାହାକି ମୁଁ ମାତ୍ର ଗତ ୨ ମାସ ତଳେ ଜାଣିବାକୁ ପାଇଥିଲି । ଯେବେକି ମୁଁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଏବଂ ଢୋକିବାରେ ଏବଂ ଏପରିକି ପାଣି ପିଇବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲି । ମୁଁ ଡ଼ା. ବୃନ୍ଦାବନ ନାହାକ ଏବଂ ଡ଼ା. ପ୍ରଦୀପ କୁମାର ମିଶ୍ରଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେକି ମୋର ଜୀବନ ରକ୍ଷା କରିବା ସହିତ ମୋତେ ଏକ ନୂତନ ଜୀବନ ଦାନ ଦେଇଛନ୍ତି । ମୋ ପରିସ୍ଥିତିକୁ ଦେଖି ମୋର ଆରୋଗ୍ୟ ହେବାନେଇ ମୁଁ ସମ୍ପୁର୍ଣ୍ଣ ଆଶା ଛାଡ଼ିଦେଇଥିଲି । ମୁଁ ବହୁତ ଭାଗ୍ୟାବାନଯେ, ସଠିକ୍ ସମୟରେ ମୁଁ ଏହି ହସ୍ପିଟାଲରେ ପହଞ୍ଚି, ସଫଳତାର ସହିତ ଅସ୍ତ୍ରୋପଚାର କରାଇପାରିଛି ।" ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆନେସ୍ଥେସିଆ ଟିମ୍ ଡା ଆଲୋକ ରଥ, ତାଙ୍କ ସହଯୋଗୀ ଡା. କରୁଣାକର ଦାସ, ଡା. ଭର୍ଗିସ ପି ଜନ, ସିଇଓ ବିଆରଲାଇଫ୍ କଳିଙ୍ଗ ହସ୍ପିଟାଲ, ଡା. ସିମନ୍ତା ଶର୍ମା, ଡା. ମଞ୍ଜିନ୍ଦର ଭାଟ୍ଟି ପ୍ରମୁଖ ଉପସ୍ଥିତ ଥିଲେ । Comments are closed.
ଖୋର୍ଦ୍ଧା, ନଭେମ୍ବର ୧୫ (ଲୋକାଲ ଓ୍ବାୟାର) ଖୋର୍ଦ୍ଧା ଗୀତା ଭବନ ପଡିଆରେ ସାତଦିନ ଧରି ଚାଲିଥିବା ସପ୍ତମ ବାର୍ଷିକ ପୁସ୍ତକ ମେଳା ସମିତିର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀ ଚନ୍ଦନଙ୍କ ଅଧ୍ଯକ୍ଷତାରେ ଉଦଯାପିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥିଭାବେ ସାଂସଦ ଡକ୍ଟର ପ୍ରଶନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ପୁସ୍ତକର ଉପଯୋଗିତା ସମ୍ପର୍କରେ କହିଥିଲେ। ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ଡକ୍ଟର ପ୍ରମୋଦ ଚନ୍ଦ୍ର ଦାଶ ଯୋଗଦେଇ ପୁସ୍ତକ ମେଳା ସାହିତ୍ୟ ପ୍ରେମୀ, ପାଠକ, କବି, କଳାକାର ଏବଂ ଅନୁରୂପ ସଂସ୍କୃତି ସଂପନ୍ନ ବ୍ୟକ୍ତିମାନଙ୍କ ପାଇଁ ଏକ ମହାମିଳନର ସ୍ଥଳ । ଗୋଟିଏ ଭଲ ବହି ଜୀବନର ମୋଡ ବଦଳାଇଦିଏ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ବହିଟିଏ କୈାଣସି ବ୍ୟକ୍ତି ବିଶେଷଙ୍କର ଧିଶକ୍ତିର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ । ଗୁରୁବାର ଏହି ଅବସରରେ ମୁଖ୍ୟ ଅତିଥି ମେଳା ସମିତିର ସଂପାଦକ ଗୋପାଳକୃଷ୍ଣ ଦାସଙ୍କ ସହଯୋଗରେ ବାର୍ଷିକ ପତ୍ରିକା 'ସବୁଜ ସ୍ୱପ୍ନ' ଉନ୍ମୋଚନ ହେବା ସହ ବିଶିଷ୍ଟ କଥାକାର ଡକ୍ଟର ପଦ୍ମଜ ପାଳ, କବି ରମେଶ ମଙ୍ଗରାଜ, ଅଧ୍ୟାପକ ମିଥୁନ ଚନ୍ଦ୍ର ଦେବ, ଡ. ପ୍ରବୀଣ ମିଶ୍ର ଏବଂ ଗ୍ରାମ ଇତିହାସ ପୁସ୍ତକର ପ୍ରତିଷ୍ଠାତା ପଙ୍କଜ ସାହୁଙ୍କୁ ଖୋର୍ଦ୍ଧା ପୁସ୍ତକ ମେଳା ୨୦୧୮ ପ୍ରଦାନ କରାଯାଇଥିଲା । ଶେଷରେ ସମସ୍ତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଡକ୍ଟର ପାଟ୍ଟଶାଣୀ ମାନପତ୍ର ସହ ପୁରସ୍କୃତ କରିଥିଲେ । ଲୋକାଲ ଓ୍ବାୟାର
ନିରଳଶ ଭାବେ ଝର ଝର ଝରେ ଝରଣା ଟିଏ ଧୀର ମୃଦୁ ଧାରେ କଳ କଳ ନାଦେ ଝରୁଛି ସିଏ । ଯେତେବେଳେ ମୋ ନିଦ ଭାଙ୍ଗିଲା ଜାଣିଲି ଏହା ଏକ ସ୍ୱପ୍ନ ଥିଲା, ସ୍ୱପ୍ନ ବି ଏତେ ଭୟଙ୍କର ସତ କହିପାରେ ମୋ ହେତୁରେ ନ ଥିଲା । ଭବିଷ୍ୟବାଣୀର ସହଚର୍ଯ୍ୟର ସ୍ଥାୟୀତ୍ୱ ଦିଗରେ ଟିପ୍ପଣୀ ନ ଥିଲା । ଅତଏବ ତାହା ଘଟିଲା ମୁହୂର୍ତ୍ତକ ପାଇଁ ଛେଳି-ମାନବ-ଜିପ୍-ଘଟିତ ବ୍ୟାପାରରେ । ଲାଗୁଛି ତମେ ଉଭେଇ ଯାଉଛ ସମୁଦ୍ର ଭିତରେ, ଭଟ୍ଟା ପରି ନୀରବରେ । ଆଖିରେ ପିନ୍ଧାଏ ରଙ୍ଗୀନ ଚଷମା କୋଇଲିର ମିଠା ସୁର ଆଣେ ଜୀବନରେ ଅନେକ ପ୍ରେରଣା ବର୍ଷରେ କେଇଦିନ ? ଆଜି ତମ ଯୁଗରେ ମୁଁ ତମ ଘରେ ତମ ସହ କେଉଁ କାଳରୁ ଖୁବ ଦୁଃଖରେ ଥିଲି । ମିଠା ବଂଶୀଟିଏ ହେବାପାଇଁ ଚାହୁଁଥିଲା ସିଏ ମୋ ସଙ୍ଗୀତର ଚାହୁଁଥିଲା ହେବାପାଇଁ ରାଜହଂସୀଟିଏ ମୋ ସ୍ଵପ୍ନର ବର୍ଷାଟିଏ ହେବାପାଇଁ ଚାହୁଁଥିଲା ସେ ମୋ ମରୁଭୂମି ଜୀବନର ଶାୟାରୀଟେ ହେବାପାଇଁ ଚାହୁଁଥିଲା... "ତୁ ଯାହା କଲୁକଲୁ, ଏବେ ବାପାଙ୍କୁ ଯାଇ ସବୁସତ କହି ନିଜଦୋଷ ସ୍ୱୀକାର କରି ଦେ' । ମୋ ସୁନାଝିଅ, ଯା' ସତ ମାନିଯା, କହିଦେ । ଜାଣେନା, ଏ ମାୟାର ସଂସାର କି ଆପଣେଇ ପାରିବ ତତେ ଏକ ଶୁଦ୍ଧ, ପ୍ରଫୁଲ୍ଲିତ ମନ ନେଇ ? - ହଁ, ତମ ନାଁ ମୁଁ ତାଙ୍କ ମୁହଁରୁ ପ୍ରଥମେ ଶୁଣିଲି ଆଉ ସେ ବାଧ୍ୟ ହୋଇଗଲେ ମୋତେ ତମ ବିଷୟରେ ସବୁ କିଛି କହିବା ପାଇଁ ।
କନକ ବ୍ୟୁରୋ : କରୋନାକୁ ପ୍ରତିହତ କରିବା ପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ବଳବତ୍ତର ରହିଥିଲା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଟେଷ୍ଟିଙ୍ଗ ଓ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି। ଆଜି ଠାରୁ ସେକ୍ଟର ୧୮ ସୋସିଆଲ ହୋମ୍ ପରିସରରେ ନୂଆ ଟିକାକରଣ କେନ୍ଦ୍ରରେ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ଯୋଗାଇ ଦିଆଯାଇଛି। ଆର ଏସ ପି ତରଫରୁ ବସିବାକୁ ତଥା ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ କୈାଣସି ବନ୍ଦୋବସ୍ତ କରା ନ ଯାଇ ନାହିଁ । ଫଳରେ ସାମାଜିକ ଦୂରତା ନିୟମକୁ ଫୁ କରି ଦେଇଥିଲେ ସମସ୍ତେ। ଟିକା ନେବାକୁ ପରସ୍ପର ମଧରେ ଚାଲିଥିଲା ଠେଲାପେଲା । ଯେମିତି କାହାରି ମଧ୍ୟରେ ସଂକ୍ରମଣ ଭୟ ନ ଥିଲା। ସ୍ଥିତି ଏମିତି ହୋଇଥିଲା ଯେ ମୁଣ୍ଡ ବୁଲାଇ ୫ରୁ ୬ ଜଣ ବୟସ୍କ ଲୋକ ତଳେ ଅଚେତ୍ ହୋଇ ପଡ଼ିଯିବାରୁ ସେମାନଙ୍କୁ ଡାକ୍ତରଖାନା ନେବା ପରେ ସେମାନଙ୍କ ଚିକିତ୍ସା କରାଯାଇଥିଲା। କୋଭିଡ ପରିଚାଳନା ନେଇ ଆର୍ ଏସ ପି ତାର ରୁଗଣ ମାନସିକତାରୁ ବାହାରକୁ ଆସୁ ନଚେତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରକୁ ଛାତ୍ର ସଙ୍ଗଠନ ତରଫରୁ ଘେରାଉ କରାଯିବ ବୋଲି ଛାତ୍ର ବିଜେଡି ସଭାପତି ରାକେଶ କୁମାର ସ୍ବାଇଁ ଜଣାଇଛନ୍ତି।
ମୋଦିଙ୍କୁ ସମାଲୋଚନା କରିବାରୁ ଭିନ୍ନକ୍ଷମଙ୍କୁ ପିଟିଲେ ବିଜେପି ନେତା।, କ୍ୟାମେରାରେ ଧରାପଡ଼ିଲା ଦୃଶ୍ୟ ଲକ୍ଷ୍ନୌ:ଭିନ୍ନକ୍ଷମଙ୍କୁ ପିଟିଲେ ବିଜେପି ନେତା। ଉତ୍ତରପ୍ରଦେଶର ଏହି ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ଶାସନକୁ ସମାଲୋଚନା କରିଥିବାରୁ ଜଣେ ବିଜେପି ନେତା ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଯେଉଁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସମ୍ଭଲର ମହମମ୍ମଦ ମିୟା ନାମକ ଜଣେ ବିଜେପି ନେତା ସମ୍ପୃକ୍ତ ଭିନ୍ନକ୍ଷମଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଭିନ୍ନକ୍ଷମ ଜଣକ ବିଜେପି ବିରୋଧରେ ସମାଲୋଚନା କରିବା ସହ ଅଖିଲେସ୍ ସରକାରଙ୍କୁ ଭୋଟ୍ ଦେବେ ବୋଲି ପାଟି କରି କହୁଥିଲେ। 'ଭୋଟ୍ ଦେଙ୍ଗା ଅଖିଲେସକୋ'। ଭିନ୍ନକ୍ଷମ ଜଣକ ଏମିତି ନାରା ଦେଇ କହୁଥିବା ବେଳେ ବିଜେପି ନେତା ମହମମ୍ମଦ ମିୟାଙ୍କ ହାବୁଡ଼ରେ ପଡ଼ିଥିଲେ। ତେବେ ତାଙ୍କ କଥା ଶୁଣି ବିଜେପି ନେତା ମହମମ୍ମଦ ମିୟା ଫିଡ଼ିକି ଯାଇ ତାଙ୍କ ପ୍ରତି ଅଭଦ୍ରୋଚିତ ବ୍ୟବହାର କରିଥିଲେ। କହିଥିଲେ ଗେଟ୍ ଆଉଟ୍। ବିଜେପି ନେତା ଜଣକର କହିବା ଅନୁଯାୟୀ, ଯୁବକ ଜଣକ ମଦ୍ୟପାନ କରି ବିଜେପି ବିରୋଧରେ ମନ ଇଚ୍ଛା ବର୍ଷୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଉଥିଲେ। ତେବେ ସେ ତାଙ୍କୁ ମାରିନାହାନ୍ତି ବରଂ ଏମିତି ମନ୍ତବ୍ୟରୁ ନିବୃତ ରହିବା ପାଇଁ କହିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ବିଲରେ ୫୦ ଫୁଟ୍ ତଳକୁ ଧସିଲା ମାଟି; ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଅନୁଗୋଳ: ତାଳଚେର ପୌରାଞ୍ଚଳର ୧୮ ନଂ ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ଚାଷୀମାନେ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ହଠାତ୍ ଧାନ ବିଲ ମଝିରେ ଧସ୍ ଧସ୍ ଆବାଜ୍ କରି ଗୋଲାକୃତି ଆକାରରେ ଏକ ବିରାଟ ଗର୍ତ୍ତ ହୋଇଗଲା। ଚାଷୀମାନେ ଯାଇ ଦେଖିଲା ବେଳକୁ ଗୋଲାକୃତି ଆକାରରେ ବିଲ ମାଟି ଧସି ଏକାଥରେ ୫୦ ଫୁଟ୍ ତଳକୁ ଗଳିପଡ଼ିଛି। ତେବେ କୋଇଲା ଖୋଳି ନେବା ପରେ ଠିକ୍ ଭାବେ ବାଲି ଫିଲିଂ ହୋଇନଥିବାରୁ ଏପରି ଗର୍ତ୍ତ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖି ସ୍ଥାନୀ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। କେଉଁ ପରିସ୍ଥିତିରେ ମାଟି ଦବିଲା, ତାହା ଜଣାପଡ଼ି ନାହିଁ। ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ପୂର୍ବରୁ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ହାଣ୍ଡିଧୂଆ ଭୂତଳ କୋଇଲାଖଣି ରହିଥିଲା। ଏଠାରେ କୋଇଲା ଉତ୍ତୋଳନ ପରେ ଏମ୍ସିଏଲ୍ ଠିକ୍ ଭାବେ ବାଲି ଫିଲିଂ କରିନାହିଁ। ଯେଉଁଥିପାଇଁ ମାଟି ତଳେ ଫମ୍ପା ରହିଥିଲା। ଯାହାଫଳରେ ମାଟି ଦବି ଯାଇ ବିରାଟକାୟ ଗର୍ତ୍ତ ସୃଷ୍ଟି ହେଉଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ଡେରା-ହାଣ୍ଡିଧୁଆ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ MCL ଅଧିକାରୀ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି। ପୂର୍ବରୁ ଠିକ୍ ସେମିତି ତାଳଚେର ଥାନା ନିକଟରେ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜିଲ୍ଲା ପ୍ରଶାସନ ଓ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଭୁବନେଶ୍ୱର – ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଏକ ପ୍ରେସବାର୍ତାରେ କହିଛନ୍ତି । ସେ କହିଛନ୍ତି ଜିଏସଟିର କ୍ଷତିଭରଣା କରିବା ପାଇଁ ରାଜ୍ୟମାନଙ୍କୁ କେବଳ ପ୍ରତିଶୃତି ଦିଆଯାଇନଥିଲା ସାମ୍ବିଧାନିକ ବ୍ୟବସ୍ଥା କରାଯାଇ ୨୦୨୨ ମସିହା ପର୍ଯ୍ୟନ୍ତ ୧୪%ରୁ କମ ଆଦାୟ ହେଲେ ତାର କ୍ଷତିପୂରଣ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେବେ । କେବଳ ଏତିକି କୁହାଯାଇ ନଥିଲା ସେଥିପାଇଁ ଗୋଟିଏ ଅଧିନିୟମ ପ୍ରସ୍ତୁତ କରାଯାଇଥିଲା । ସେସ୍ ଆଦାୟ ହେବ, ସେସ୍ ଫଣ୍ଡ ତିଆରି ହେବ ଏବଂ ସେହି ଫଣ୍ଡରୁ ସମସ୍ତଙ୍କୁ ଟଙ୍କା ବଂଟା ଯିବ । ଯେଉଁ ରାଜ୍ୟ ମାନଙ୍କରେ କମ ଆଦାୟ ହୋଇଥିବ ସେହି ରାଜ୍ୟମାନଙ୍କୁ ଟଙ୍କା ବଂଟା ଯିବ । ଏବଂ ସେଥିରେ ଏକଥା ମଧ୍ୟ କୁହାଯାଇଥିଲା ଯଦି ସବା ଶେଷରେ ଟଙ୍କା ବଳିଲା ତାହାଲେ କିପରି ରାଜ୍ୟମାନଙ୍କ ଭତିରେ ଓ କେନ୍ଦ୍ର ଭିତରେ ବଂଟନ ହେବ ସେ ବ୍ୟବସ୍ଥା ଏଥିରେ ମଧ୍ୟ କରାଯାଇଥିଲା । ସେହି ଫଣ୍ଡ କ୍ରିଏଟ କରିବା ପାଇଁ ଯେଉଁ ସେସ୍ ଆଦାୟ ହେଉଥିଲା ଆଜି ସିଏଜି ରିପୋର୍ଟରେ ଆସିଲାଣି ଯେ ଏହାକୁ ସରକାର ନେଇଯାଇଛନ୍ତି ତାଙ୍କର କନ୍ସୋଲେଡେଟେଡ ଫଣ୍ଡକୁ । ଜିଏସ୍ଟି ଚୋରି ଧରାଯିବ ବୋଲି ସାରା ଭାରତବର୍ଷରେ ଡିଣ୍ଡିମ ପିଟାଯାଉଥିଲା କିନ୍ତୁ ଲଜ୍ଜ୍ୟାଜନକ ସ୍ଥିତି ହେଉଛି କି ସରକାର ସିଏଜି ରିପୋର୍ଟ ଅନୁସାରେ ସବୁଠାରୁ ବଡ଼ ଜିଏଷ୍ଟି ଚୋର ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । ଏକଥାଟି ଆମ କଂଗ୍ରେସ ଦଳ କହୁନାହିଁ ଏକଥାଟି ନିଜେ ସିଏଜି କହିଛନ୍ତି ଏବଂ ଗତବର୍ଷ ୧୮-୧୯, ୧୭-୧୮ ଏବଂ ୧୬-୧୭ ମସିହାରେ ପାଖାପାଖି ୫୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ ଜିଏସ୍ଟି ସେସ୍ ଟଙ୍କାକୁ ଡାଇର୍ଭଟ କରିନେଇଛନ୍ତି । ତାହା ଯଦି ଥାଆନ୍ତା ତାହାଲେ ରାଜ୍ୟମାନେ ଆଜି ଯେଉଁ ବିକିଳିଆ ଅବସ୍ଥାରେ ଋଣ କରିବାକୁ ଯାଉଛନ୍ତି ହୁଏତ ସେଥିରୁ ଲାଘବ ହୋଇଥାନ୍ତା । ଏହି ଅବିଶ୍ୱାସନୀୟ ଅବସ୍ଥା ସାମ୍ବିଧାନିକ ବ୍ୟବସ୍ଥାକୁ ଲଂଘନ କରିବା, ଜିଏଷ୍ଟି ଟଙ୍କାକୁ ବାଟବାରଣା କରିବା ବା ଅନ୍ୟତ୍ର ନେଇଯିବା ଏହାକୁ ଅନ୍ୟଭାବରେ ଚୋରି ବୋଲି କୁହାଯାଇପାରେ ଏବଂ ସବୁଠାରୁ ବଡ଼ ବିଶ୍ୱାସଘାତକତା ସୃଷ୍ଟି କରି କେନ୍ଦ୍ର ସରକାର ଯାହାକି ମୋଦି ସାହାଙ୍କର ସରକାର ବା ସୀତାରମଣଙ୍କ ସରକାର ରାଜ୍ୟବାସୀଙ୍କୁ ସଂକଟକୁ ଠେଲି ଦେଇଛନ୍ତି । ଏ ସମ୍ପର୍କରେ ପ୍ରତ୍ୟେକ୍ଷ ଭାବରେ ଏକ ସ୍ପଷ୍ଟିକରଣ କେନ୍ଦ୍ରସରକାର ବା ତାଙ୍କ ଯେଉଁ ପ୍ରତିନିଧି ମାନେ ଭାରତୀୟ ଜନତାପାର୍ଟିରେ ଅଛନ୍ତି ରାଜ୍ୟମାନଙ୍କରେ ତାଙ୍କ ମନ୍ତ୍ରୀ ବା ତାଙ୍କ ଲୋକମାନେ ତାକୁ ସାଧାରଣରେ ଉପସ୍ଥାପନ କରିବା ଉଚିତ୍ ବୋଲି ଶ୍ରୀ କାନୁନଗୋ କହିଛନ୍ତି । ଜିଏସଟିକୁ ନେଇ ସେମାନେ ଆଉ କିଛି ଅଲଗା କହିପାରିବେନି କାରଣ ତାକୁ ନେଇକରି ୨୦୧୪ ମସିହାରେ ସରକାରକୁ ଆସିଥିଲେ । କେବଳ ସିଏଜି ହିଁ ତାଙ୍କର ସାହରା ଥିଲା ସାରା ଭାରତବର୍ଷରେ ସେହି ରିପୋର୍ଟକୁ ନେଇ ସେମାନେ ସରକାରକୁ ଆସିଥିଲେ । ସମସ୍ତେ ଏହା ଜାଣିଛନ୍ତି ଟେଲିକମୁନିକେସନ ହେଉ ବା କୋଇଲା ବାବଦରେ ହେଉ ସିଏଜିଙ୍କ ରିପୋର୍ଟକୁ ଆଧାର କରି ଏମାନେ ବହୁ ନାଟକବାଜି କରିଥିଲେ । ବହୁ ଅପପ୍ରଚାର କରି ସରକାରକୁ ଆସିଲେ । ଆଜି ଦିନରେ ଏହି ଚୋରୀକୁ ଓଡ଼ିଶା ସରକାର ସହାୟତ ଦେଇଛନ୍ତି ତାହା ଏକ ବିଶ୍ୱାସ ଘାତକତା । କାରଣ ଓଡ଼ିଶା ସରକାର ଏହାର ପ୍ରତିବାଦ କଲେ ନାହିଁ । କିନ୍ତୁ ଅନ୍ୟ ଯେଉଁମାନେ କେନ୍ଦ୍ର ବିଜେପି ସରକାରଙ୍କ ବିରୋଧି ସହ ଅଛନ୍ତି ସେମାନେ ତାଙ୍କ ରାଜ୍ୟର ଓ ଲୋକଙ୍କ ସ୍ୱାର୍ଥପାଇଁ ଜିଏସିଟି ବାବଦରେ ପାଟିକରି ନିଜର ହକ୍ପାଇଁ ଦାବିକରୁଥିବା ବେଳେ ରାଜ୍ୟ ସରକାର ତାହା କଲେ ନାହିଁ । ସ୍ୱଛତାର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ଚୋର ଆଉ ଚୋରିକୁ ସମର୍ଥନ ଦେଇ ନିଜେ ନିଜର ମୁଖା ଖୋଲିଦେଇଛନ୍ତି । ଜନସାଧାରଣଙ୍କୁ ଏ ସମ୍ପର୍କରେ ସ୍ପଷ୍ଟଭାବେ ଜଣାଇବା ପାଇଁ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ଦାବି କରିଛନ୍ତି ।
ଆଙ୍କାରା,୧୨ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି। ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଉଭୟ ଦେଶରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ସମୟରେ ଅନେକ ମୃତଦେହ ବାହାରକୁ ଅଣାଯାଉଛି। କିନ୍ତୁ ରବିବାର ଦେଶରେ ଏକ ଚମତ୍କାର ଘଟଣା ଘଟିଛି। ଆଜି ବିପର୍ଯ୍ୟୟର ଠିକ୍ ୧୪୯ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ ଭଙ୍ଗା କୋଠାତଳୁ ଉଦ୍ଧାର କରିଛନ୍ତି। ତୁର୍କୀର ଦକ୍ଷିଣ ପୂର୍ବ ପ୍ରଦେଶର ହାଟାରେ ରୋମାନିଆର ଏକ ଉଦ୍ଧାରକାରୀ ଦଳ ମୁସ୍ତାଫା ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ବିଲ୍ଡିଂର ଆବର୍ଜନା ଭିତରୁ ବାହାର କରିଛନ୍ତି। ଉଦ୍ଧାରକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ସେ କଥାବାର୍ତ୍ତା କରୁଛନ୍ତି। ସେ କହୁଥିଲେ, ମୋତେ ଶୀଘ୍ର ଏଠାରୁ ବାହାର କର, ମୋର କ୍ଲାଷ୍ଟ୍ରୋଫୋବିୟା ଅଛି। ଏହା ପରେ ଦଳ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।
ଦୂରଦର୍ଶନ ଟିଭିରେ ପୁଣି ଥରେ ସିରିଏଲ ଶକ୍ତିମାନ ଟେଲିକାଷ୍ଟ ହେଉଛି । ଯାହାକୁ ଲୋକ ବହୁତ ବେଶୀ ପସନ୍ଦ କରୁଛନ୍ତି । ଶକ୍ତିମାନ ଶୋ ସେତେବେଳେ ଆସୁଥିଲା ଯେତେବେଳେ ସୋନପାରି ଜୁନିଅର ଜି ଆସିଥିଲା । ଷ୍ଟାର ପ୍ଲସ ର ଶୋ ସୋନ ପରି ଭି ଶକ୍ତିମାନ ପରି ଛୁଆ ମାନଙ୍କ ବହୁତ ପସନ୍ଦୀୟ ସେରିଏଲ ଥିଲା । ଏହି ଶୋରେ ସୋନୋପରି ର ଚରିତ୍ର ଅଭିନେତ୍ରୀ ମାରିନଲ କୁଲକର୍ଣି ଥିଲେ । ମରିନଲ ଆଜି ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଏବଂ ନିଜ ପରିବାରର ଫଟୋ ସେୟାର କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଟିଭି ର ସୋନପରୀ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା । ଟିଭି ସିରିଏଲ ସୋନପରି ରେ ହୋଇଥିବା ସୋନା ଆଣ୍ଟି ମାନେ ମରିନଲ ସେରିଏଲରେ ସୋନପରୀ ରେ ଫ୍ରୁଟି ସହିତ ଦୋସ୍ତି କରିନେଇଥିଲେ ଏବଂ ଏହି ଶୋ ରେ ସୋନପରି ଛୁଆ ମାନଙ୍କ ଅସୁବିଧା ସବୁ ଦୁର କରୁଥିଲେ । ୨୦୦୦ ମସିହାରେ ଏହି ଶୋ ଆରମ୍ଭ ହୋଇଥିଲା । ଏହି ଶୋ ଛୁଆ ମାନଙ୍କ ପସନ୍ଦିତ ଶୋ ହୋଇଯାଇଥିଲା । ଯାହାର ପପୂଲାରିଟି କୁ ଦେଖି ଏହି ଶୋ ଅଲଗା ଅଲଗା ଭାଷାରେ ମଧ୍ୟ ଡବିଂ ହୋଇଥିଲା । ସୋନପରି ପରେ ଅଭିନେତ୍ରୀ ମରୀନଲ ଦ୍ରୋପଦି ଶୋ ଦ୍ଵାରା ମଧ୍ୟ ବହୁତ ପ୍ରସିଦ୍ଧ ହୋଇଥିଲେ । ଏହି ସିରୁଏଲରେ ସେ ଦୌପଦୀ ର ଚମତ୍କାର ଭୂମିକା ତୁଲାଇ ଥିଲେ । ଏହା ପରେ ସେ ଟିଚର, ମିରାବାଇ, ଖେଲ, ଶିକାର ରେ ମଧ୍ୟ ନିଜର ଜବରଦସ୍ତ କଳାକାରି ଦେଖାଇଥିଲେ । ଏବଂ ନିଜ ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଥିଲେ । ମରିନଲ ୧୬ ବର୍ଷ ବୟସରୁ ହିଁ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ପ୍ରୋଜେକ୍ଟ ମରାଠୀ ଟିଭି ଶୋ ସ୍ବାମୀ ଥିଲା । ଯେଉଁଥିରେ ସେ ନିଜର ଅଭିନୟ ଦ୍ଵାରା ଚର୍ଚ୍ଚାରେ ଆସିଥିଲେ । ଟିଭି ଛଡା ମରିନଲ କେତେ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ମରାଠୀ ସିନେମା ରେ ମଧ୍ୟ ସେ ଜଣା ଶୁଣା ନାମ ଅଟେ । ମରିନଲ ସବୁବେଳେ ଡିରେକ୍ସଂରେ ଯିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ଅଭିନୟ ର ଅଫର ଆସିଥିଲା ତ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ବର୍ତମାନ ସେ ମରାଠୀ ଫିଲ୍ମ ଗୁଡିକକୁ ଡାଇରେକ୍ଟ କରୁଛନ୍ତି । ମରିନଲ ୧୯୯୦ ରେ ନିଜ ପିଲାବେଳ ସାଙ୍ଗ ରୁଚିରଲ କୁଲକର୍ଣୀ ଙ୍କୁ ବିବାହ କରିଥିଲେ । ଏବଂ ଏହା ପରେ ସେ କାମରୁ ବ୍ରେକ ମଧ୍ୟ ନେଇଥିଲେ । ସୋନପରି ଆଜି ବହୁତ ବଦଳି ଯାଇଛନ୍ତି । ସେ ପୂର୍ବପରି ଆଜି ମଧ୍ୟ ବହୁତ ସୁନ୍ଦର ଦେଖାଯାଉନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।
ମହିଳା ବ୍ଲାକମେଲର ସୁନ୍ଦରୀ ଅର୍ଚନା ଙ୍କ ନାଁ ଧରା ପଡିବା ପରେ ତାଙ୍କ କଳାକାରନାମା ର ଫଟୋ ଗୋଟିଏ ପରେ ଗୋଟିଏ ଭାଇରାଲ ହେବାରେ ଲାଗିଛି | ଆଉ ବହୁ ବଡ଼ ବଡ଼ିଆ ତାଙ୍କ ସାନିଧ୍ୟ ଲାଭ କରୁ ଥିଲେ ବୋଲି କୁହା ଯାଉଛି | ସ୍ୱାମୀ ସ୍ତ୍ରୀ ମିଶି ଯେଉଁ ଚକ୍ରବିହ୍ଵ ରଚି ଥିଲେ ତାହାକୁ ଯିଏ ବି ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇ ଯିବ | ଟଙ୍କା ଧନ ଲୋଭ ରେ ସ୍ୱାମୀ ନିଜ ସ୍ତ୍ରୀ କୁ ହିଁ ବେଶ୍ୟା ସଜାଇ ଦେଇ ଥିଲା ଆଉ ଗୋଟିଏ ବେଡ଼ରୁମ ରେ ନିଜ ସ୍ତ୍ରୀ କୁ ଅନ୍ୟ ଏକ ପୁରୁଷ ସହିତ ଛାଡ଼ି ଦେଇ ଚାଲି ଯାଉ ଥିଲା | ବଡ଼ ବଡ଼ିଆ ଅନେକ ନେତା, ମନ୍ତ୍ରୀ ଠାରୁ ଆରମ୍ଭ କରି ରାଜା ପର୍ଯ୍ୟନ୍ତ ସମସ୍ତେ ନିଶାଶକ୍ତ ଅବସ୍ଥା ରେ ଅର୍ଚନା ଙ୍କ ପାଖକୁ ଆସୁ ଥିଲେ | ଆଉ ଅର୍ଚନା ବେଡ଼ରୁମ ରେ ସିକ୍ରେଟ କ୍ୟାମେରା ଲଗାଇ ସେ ଶାରୀରିକ ସମ୍ପର୍କ ରଖୁ ଥିବାର ସମସ୍ତ ମୁହୂର୍ତ୍ତ କୁ ରେକର୍ଡ କରୁ ଥିଲେ | ଆଉ ପରେ ପରେ ଯେଉଁ ବଡ଼ ବଡ଼ିଆ ମାଛ ଙ୍କୁ ନିଜ ଜାଲ ରେ ଫସାଇ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇ ତାଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିଲେ | ଅର୍ଚ୍ଚନା କୁଆଡ଼େ ପ୍ରଥମେ ପ୍ରଥମେ ଧନୀ ଲୋକଙ୍କୁ ଫେସବୁକ ରେ ଫେଣ୍ଡ ହେଇ ତାଙ୍କ ଆଗରେ ନିଜର ଏକାକୀ ପଣ ବ୍ୟକ୍ତ କରୁଥିଲେ | ଆଉ ପରେ ଅର୍ଚ୍ଚନା ର ସଂସ୍କାରି ରୂପ ସମସ୍ତଙ୍କୁ ଆକର୍ଷଣ କରୁଥିଲା ତେବେ କେହି ଜାଣି ପାରୁ ନଥିଲେ ତାହା ଏକ ମାୟାବୀର ଜାଲ ଥିଲା | ଆଉ ସେଠାରେ ଥରେ ଯିଏ ଫସି ଯାଉଥିଲା ଆଉ ମୁକୁଳି ପାରୁ ନଥିଲା, କାରଣ ଥରେ ଅର୍ଚ୍ଚନା ସେକ୍ସ ରୁମ କୁ କେହି ବ୍ୟକ୍ତି କୁ ନେଇ ଗଲା ପରେ ସେହି ଲୋକ ସବୁକିଛି ହରେଇ ଦେଉଥିଲା | ତେବେ ଏହାକୁ ନେଇ ଏକ ବରିଷ୍ଠ ବ୍ୟକ୍ତି ତାଙ୍କ ନାଁ ରେ କିଛି ନୂଆ କଥା କହିଛନ୍ତି | ସେ କହିଛନ୍ତି କି ଏହା ସତ ଯେ ଅର୍ଚନା ବ୍ୟବସାୟ କରୁ ଥିଲେ କିନ୍ତୁ ସେ ଯାହାଙ୍କୁ ନେଇ ବ୍ଲାକମେଲ କରୁ ଥିଲେ ସେମାନେ କଣ ଛୋଟ ପିଲା ଥିଲେ କି କିଛି ବୁଝି ପାରୁ ନଥିଲେ | ତେବେ ଅର୍ଚନା ଦୋଷୀ ଅଟନ୍ତି କିନ୍ତୁ ସେହି ଦୋଷୀ ରେ ଅନ୍ୟ ମାନେ ମଧ୍ୟ ଭାଗିଦାର ଅଟନ୍ତି | ଯେପରି କମ୍ବଳ ରୁ ବାଳ ବାହାର କରିବାକୁ ଗଲେ ସବୁ ବାଳ ସଫା ହୋଇଯିବ ଠିକ ସେହିଭଳି ଏହି ଘଟଣା ରେ ମଧ୍ୟ ସମସ୍ତେ ଦୋଷୀ ଅଟନ୍ତି | ଆଉ ଏହି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି କିନ୍ତୁ କିଛିଦିନ ପରେ ସବୁକିଛି ସ୍ଥିର ହେଇଯିବ ଆଉ ସେତେବେଳେ କାହାର ବି ମୁହଁ ଖୋଲିବ ନାହିଁ ।କାରଣ ଆଗରୁ ଏମିତି ଘଟଣା ବହୁତ ବାର ଘଟିଛି ଯାହାର ପରିଣାମ କିଛି ହୁଏ ନାହିଁ | ତେବେ ବ୍ୟକ୍ତି ଙ୍କର ଏହି କଥାକୁ ଶୁଣି ସୋସିଆଲ ମିଡ଼ିଆ ରେ ପ୍ରାୟ ଲୋକ ସମର୍ଥନ କରିଛନ୍ତି ଯାହାକୁ ନେଇ ଏବେ ବେସ ଚର୍ଚ୍ଚା ଧରିଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ପତି ଏବଂ ପତ୍ନୀଙ୍କ ସମ୍ପର୍କ ମଧ୍ୟରେ ବେଳେବେଳେ ଝଗଡା ହେବା ଏକ ସାଧାରଣ କଥା ହୋଇଥାଏ । ହେଲେ କିଛି କ୍ଷେତ୍ରରେ ଏହି ଛୋଟ ଝଗଡା ବହୁତ ବଡ଼ ରୂପ ନେଇଥାଏ । ବେଳେବେଳେ ଏହି ଝଗଡା ଛାଡପତ୍ର ଯାଏଁ ପହଞ୍ଚି ଯାଇଥାଏ । କିଛି କ୍ଷେତ୍ରରେ ବାରମ୍ବାର ଝଗଡା କରିବା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀଙ୍କର ମୁଣ୍ଡ ଖରାପ ହୋଇଯାଏ, ଯାହାଫଳରେ ସେମାନଙ୍କ ମଧ୍ୟ ଥିବା ପ୍ରେମ ଏବଂ ବୁଝାମଣା ବିଚାର ଚିର ଦିନ ପାଇଁ ସମାପ୍ତ ହୋଇ ଯାଇଥାଏ । କିଛି ଲୋକ ତ ମାନସିକ ରୋଗଗ୍ରସ୍ତରେ ପୀଡିତ ହୋଇ ଯାଇଥାନ୍ତି । ଯଦି ଆପଣଙ୍କ ସହ ଏମିତ କିଛି ହେଉଛି; ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏମିତ ଉପାୟ କହିବାକୁ ଯାଉଛୁ; ଯାହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ କେବେ ବି ଝଗଡା ହେବ ନାହିଁ । ଏହି କାମକୁ କରିବା ପରେ ଆପଣଙ୍କ ବିବାହିତ ଜୀବନ ବହୁତ ଖୁସିରେ କଟିବ । ସ୍ତ୍ରୀ ସହିତ ମଧ୍ୟ ସମ୍ପର୍କ ମଜବୁତ ରହିବ, ସେ ଆପଣଙ୍କର ସବୁ କଥା ମାନିବ ଏବଂ ଆପଣଙ୍କ ସହ ବିଶ୍ୱସ୍ତ ରହିବ । ସ୍ୱାମୀ ଶୋଇବା ପୂର୍ବରୁ ଏହି କାମ କରନ୍ତୁ :- ମିଠା ଏବଂ ରୋମାଣ୍ଟିକ କଥା :- ସ୍ୱାମୀ ନିଜ ଵ୍ୟସ୍ତ ବହୁଳ ଜୀବନ କାଳ ମଧ୍ୟରେ ସବୁବେଳେ ନିଜ କାମ କଥା ହିଁ ସ୍ତ୍ରୀ ସହିତ ଆଲୋଚନା କରିଥାଏ । ତାଙ୍କ ସ୍ତ୍ରୀ ସହିତ ଟିକେ ଭଲ ସେ କଥା ହେବାକୁ ତାଙ୍କ ପାଖରେ ସମୟର ଅଭାବ ଥାଏ । ଚାଲନ୍ତୁ ମାନିନେବା ଯେ, ଦିନସାରା କାର୍ଯ୍ୟ ବ୍ୟସ୍ତତା ଲାଗି ରହିଥାଏ, ହେଲେ ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି; ତେବେ ନିଜ ସ୍ତ୍ରୀ ସହ କିଛି ରୋମାଣ୍ଟିକ କଥା ବାର୍ତ୍ତା କରନ୍ତୁ, ତାଙ୍କର ଦିନ କେମିତ କଟିଲା ସେହି ବିଷୟରେ ପଚାରନ୍ତୁ ଏବଂ ଏହା ମଧ୍ୟ ପଚାରନ୍ତୁ କି ତାଙ୍କୁ କିଛି କଷ୍ଟ ଅନୁଭବ ହେଉ ନାହିଁ ତ ! ଏହି ସବୁ କଲେ ଆପଣଙ୍କ ଭିତରେ ପ୍ରେମ ଭାବ ଜାଗ୍ରତ ହେବ ଓ ଆପଣଙ୍କ ପ୍ରେମ ମଧ୍ୟ ମଜବୁତ ହୋଇ ରହିବ ଏବଂ ସେ ଆପଣଙ୍କୁ ଧୋକା ଦେବ ବୋଲି କେବେ ବ ଭାବିବେ ନାହିଁ । ପ୍ରେମର ସହିତ ଆଲିଙ୍ଗନ କରିବା:- ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି ସ୍ୱାମୀ ସ୍ତ୍ରୀ ରାତିରେ ଆଲିଙ୍ଗନ କରି ଶୋଇବେ; ତେବେ ତାଙ୍କ ମଧ୍ୟରେ ସମ୍ପର୍କ ବହୁତ ଦିନ ଯାଏଁ ତିଷ୍ଟି ରହିବ । ଏହାର କାରଣ ଏହା ଯେ, ଆଲିଙ୍ଗନ କରିବା ଦ୍ଵାରା ମନକୁ ଏକ ପ୍ରକାର ଆରାମ ମିଳିଥାଏ । ନିଜ ଭିତରେ ପ୍ରେମ ଏବଂ ଭରସା ବଢିଥାଏ । ଏଥିପାଇଁ କୁହାଯାଇଛି ଯେ, ଆପଣ ଯେବେ ବି ରାତିରେ ଶୋଇବାକୁ ଯାଉଛନ୍ତି ନିଜ ପତ୍ନୀକୁ ନିଶ୍ଚୟ ଭାବେ ପ୍ରେମର ସହିତ ଆଲିଙ୍ଗନ କରନ୍ତୁ । କେବଳ ଶାରୀରିକ ସମ୍ବନ୍ଧ ଦ୍ଵାରା ପତ୍ନୀକୁ ଖୁସି କରାଯାଇପାରିବ ଏହା ନୁହେଁ ବରଂ ପ୍ରେମର ସହିତ କିଛି କଥା କହିଲେ ଓ ଆଲିଙ୍ଗନ କରିବା ମଧ୍ୟ ମହତ୍ଵ ଭୂମିକା ରହିଛି । ଏହା ଦ୍ଵାରା ଏକ ପ୍ରକାର ଇମୋସନ ରହିଥାଏ । ସ୍ତ୍ରୀର ସେବା:- ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ, ତେବେ ସେ ଦିନ ସାରା କାମ କରି ଥକି ଯାଇଥାନ୍ତି । ଆପଣ ତାଙ୍କୁ ଆରମ ଦେବା ପାଇଁ ତାଙ୍କ ଗୋଡ଼, ହାତ ଆଦି ଦବେଇ ଦେବା ଆବଶ୍ୟକ ହୋଇଥାଏ ଏବଂ ମାଲିସ ମଧ୍ୟ କରିଦିଅନ୍ତୁ । ଏଥିରେ ସେ ରିଲାକ୍ସ ହେବ ଏବଂ ଆପଣଙ୍କ ଉପରେ ଭଲ ପାଇବା ବଢିଥାଏ । ଯଦି ଆପଣଙ୍କ ସ୍ତ୍ରୀ ଜୋବ ବା ଚାକିରି କରୁଥାନ୍ତି, ତେବେ ସେ ଘର ସହିତ ଅଫିସର ମଧ୍ୟ କାମ କରିବାକୁ ପଡିଥାଏ, ଏମିତରେ ଆପଣ ଯେକୌଣସି ଉପାୟରେ ମଧ୍ୟରେ ବି ତାଙ୍କ ମୂଡ଼ ଭଲ ରଖିବାକୁ ଚେଷ୍ଟା କରନ୍ତୁ । ହସ ମଜ଼ା:- ଲାଇଫରେ କିଛି ପରିମାଣରେ ହସମଜ଼ା ରହିବା ଆବଶ୍ୟକ ହୋଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ହସ ମଜ଼ା ପୂର୍ଣ୍ଣ କଥାବାର୍ତ୍ତା ହୁଅନ୍ତୁ । ସ୍ତ୍ରୀକୁ ଜୋକ କୁହନ୍ତୁ ଏବଂ କିଛି ହସ ମଜ଼ାକ ଭଳି ଫିଲ୍ମ ଦେଖାଇ ନିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ମଧ୍ୟରେ ତାଳମେଳ ବଜାୟ ରହିବ ଏବଂ ପରସ୍ପର ମଧ୍ୟରେ ଝଗଡା ହେବାର ସମ୍ଭାବନା କମ ହୋଇଥାଏ । ଆଶା କରୁଛୁ ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ କମେଣ୍ଟ ଜରିଆରେ ପ୍ରଦାନ କରନ୍ତୁ । ହଁ, ଅନୁଛେଦଟି ଭଲ ଲାଗିଲେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !
ଚମ୍ପୂ ରଚନା ଯଦିଓ ଆକାରରେ କ୍ଷୁଦ୍ର ଓ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନାରେ ଭରି ହୋଇଛି ଏହା ଓଡ଼ିଶାର ପୁରପଲ୍ଲୀର ଜନଜୀବନରେ ସ୍ଥାନ ପାଇଆସିଛି। ଓଡ଼ିଶାର ଲୋକମାନେ ଧର୍ମ ପରାୟଣ ହୋଇଥିବାରୁ ଚମ୍ପୂର ଗଭୀର ବୈଷ୍ଣବୀୟ ପ୍ରେମତତ୍ତ୍ୱ ଓ ସରଳ ଭାଷା ଓଡ଼ିଶାର ସାଧାରଣ ଲୋକଙ୍କ ଭିତରେ ଚାମ୍ପୁର ଆଦରକୁ ବହୁତ ଭାବରେ ବଢାଇପାରିଛି । ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଏହା ଉଚ୍ଚସ୍ଥାନ ଗ୍ରହଣ କରିଆସିଛି । ଓଡ଼ିଶୀ ସଙ୍ଗୀତରେ ରାଗାଙ୍ଗ ପର୍ଯ୍ୟାୟ ପରେ ପରେ ଚମ୍ପୂ ଗାୟନ ପ୍ରକ୍ରିୟା ଆସିଥାଏ । ଚମ୍ପୂର ବିଶେଷତ୍ୱ ହେଲା ଏହାର ଭାଷା, ଭାବ, ରସ ଓ ଭକ୍ତି । ଲେଖିକା ଗବେଷିକା ଡ. ହିମାଦ୍ରୀ ତନୟା ମିଶ୍ର "କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ପରିକ୍ରମା" ଶୀର୍ଷକରେ ଚମ୍ପୂ ସମ୍ପର୍କରେ ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରିଛନ୍ତି । – ସମ୍ପାଦକ ସଙ୍ଗୀତ ଯୁଗ ଭାବରେ ଅଭିହିତ ରୀତିଯୁଗର ଶେଷ ଭାଗରେ ରଚିତ ଚମ୍ପୂ ସଙ୍ଗୀତ ଓ ସାହିତ୍ୟର ସମନ୍ୱିତ ରୂପ । ଉକ୍ତି-ପ୍ରତ୍ୟୁକ୍ତି ଶୈଳୀରେ ରଚିତ ହେତୁ ଚମ୍ପୂ କାବ୍ୟରେ ନାଟ୍ୟ ଧର୍ମିତା ସଂରକ୍ଷିତ । ରାଧା-କୃଷ୍ଣ ମଧ୍ୟରେ ଗଢ଼ି ଉଠିଥିବା ଅପ୍ରାକୃତ ପ୍ରେମ ସହ ବୈଷ୍ଣବତତ୍ତ୍ୱର ବୈଶିଷ୍ଟ୍ୟ ରହିଛି । ଆକାରରେ କ୍ଷୁଦ୍ର ଏବଂ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନାରେ ଏହା ପ୍ରାଣବନ୍ତ ହୋଇଛି । ଗଭୀର ବୈଷ୍ଣବୀୟ ପ୍ରେମତତ୍ତ୍ୱକୁ ବର୍ଣ୍ଣନା କଲାବେଳେ ଚମ୍ପୂକାରମାନେ ସରଳ ଭାଷା ଓ ସଙ୍ଗୀତର ମଧୁର ସମନ୍ୱୟକୁ ପ୍ରାଧାନ୍ୟ ଦେଇଛନ୍ତି । ମହାକାବ୍ୟ, ଦୂତକାବ୍ୟ, ଶତକ, ମୁକ୍ତକ, ନାଟକ ପ୍ରଭୃତି ପରି ଚମ୍ପୂ ମଧ୍ୟ ସଂସ୍କୃତ ସାହିତ୍ୟରେ ଏକ ଲୋକପ୍ରିୟ ରଚନା । ଏହା ଗଦ୍ୟ-ପଦ୍ୟ ଉଭୟର ସମିଶ୍ରଣରେ ରଚିତ । ସଂସ୍କୃତ ଆଳଙ୍କାରିକମାନେ ଏହାର ଲକ୍ଷଣ ନିର୍ଦ୍ଦେଶ କରିବାକୁ ଯାଇ ଲେଖିଛନ୍ତି- 'ଗଦ୍ୟପଦ୍ୟମୟଂ କାବ୍ୟଂ ଚମ୍ପୂରିତ୍ୟଭିଧୀୟତେ' । ଏଥିରେ ପଦ୍ୟର କୋମଳତା ଓ ସାଙ୍ଗୀତିକତା ସହିତ ଗଦ୍ୟର ଗୁରୁଗମ୍ଭୀରତା ପାଠକୀୟ ଦୃଷ୍ଟି ଆକର୍ଷଣ କରିଛି । ପଦ୍ୟ ଭାବରେ ମୂଳଭାବ ବା କଥାବସ୍ତୁର ଅବତାରଣା କରିଥିବା ବେଳେ ଗଦ୍ୟ ଭାଗରେ ବର୍ଣ୍ଣନା ବା ବିବରଣୀ କରିଥାଏ । ଚମ୍ପୂର ଆକାର କରିବା ବେଳେ ଗଦ୍ୟ ଭାଗରେ ବର୍ଣ୍ଣନା ବା ବିବରଣୀ ରହିଥାଏ । ଚମ୍ପୂର ଆକାର ସମ୍ପର୍କରେ କୌଣସି ଆଳଙ୍କାରିକ ଅନୁଶାସନ ନାହିଁ । ଏହା କ୍ଷୁଦ୍ର ବା କିଛି ସ୍ଥଳରେ ବୃହତ ହୋଇପାରେ ମାତ୍ର ଏହା ବିଭିନ୍ନ ଉଚ୍ଛ୍ୱାସରେ ବିଭକ୍ତ ହେବା ବିଧେୟ । ମୁଖ୍ୟତଃ ଶୃଙ୍ଗାର ବା ବୀର ରସର ଉଦ୍ବୋଧନ ପାଇଁ ଚମ୍ପୂ କାବ୍ୟରେ ଉଦ୍ୟମ କରିଥାନ୍ତି । ସ୍ଥଳ ବିଶେଷରେ ଶାନ୍ତ ରସର ବର୍ଣ୍ଣନା ମଧ୍ୟ ରହିଥାଏ । ଚମ୍ପୂର ଅନ୍ୟାନ୍ୟ ସବୁ ଲକ୍ଷଣ ଖଣ୍ଡକାବ୍ୟର ଲକ୍ଷଣ ସଦୃଶ । ଅର୍ଥାତ୍ ଏହାର ଘଟଣା, ଚରିତ୍ର ଚିତ୍ରଣ, ଦୃଶ୍ୟ- ରୂପାଦିର ବର୍ଣ୍ଣନା ଖଣ୍ଡକାବ୍ୟର ସେହି ସେହି ବିଭାବ ଭଳି ହୋଇଥାଏ । ପ୍ରଥମେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଚମ୍ପୂ ରଚନା ଆରମ୍ଭ ହୋଇଥିଲା । ବିଶେଷତଃ ଭକ୍ତି ଆନ୍ଦୋଳନ ଚମ୍ପୂ କାବ୍ୟର ଉନ୍ମେଷ ଓ ବିକାଶ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛି । ପରେ ସମ୍ପୂର୍ଣ୍ଣ ସାହିତ୍ୟିକ ଅଭିମୁଖ୍ୟରୁ ଏହାର ସୃଷ୍ଟି ସମ୍ପଦ ସମୃଦ୍ଧ ହୋଇଛି । ଖ୍ରୀଷ୍ଟୀୟ ୬ଷ୍ଠ-୭ମ ଶତାବ୍ଦୀରୁ ଧାରାବହିକ ଭାବରେ ଶତାଧିକ ଚମ୍ପୂ ରଚିତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ ଉତ୍ତର ଭାରତରେ ପ୍ରାୟ ୪୨ ଖଣ୍ଡ ଚମ୍ପୂ ରଚିତ ଏବଂ ବାକି ସମସ୍ତ ଦକ୍ଷିଣ ଭାରତରେ ରଚିତ ହୋଇଛି ଗବେଷକ ଓ ପଣ୍ଡିତ ଗଣଙ୍କ ମତ । ଏହି ଅଞ୍ଚଳଗୁଡ଼ିକରେ ଭକ୍ତିଧାରାର ସୁପ୍ରସାର ଏବଂ ରାଜା ମହାରାଜା ପ୍ରମୁଖଙ୍କର କବିମାନଙ୍କ ପ୍ରତି ପୃଷ୍ଠପୋଷକତା ପ୍ରଦର୍ଶନ । ସଂସ୍କୃତ ଚମ୍ପୂମାନଙ୍କ ମଧ୍ୟରେ ୯ମ ଓ ୧୦ମ ଶତାବ୍ଦୀରେ ରଚିତ 'ନଳ ଚମ୍ପୂ' ପ୍ରାଚୀନତମ ଚମ୍ପୂ ଭାବେ ଆଲୋଚକମାନେ ଗ୍ରହଣ କରିଛନ୍ତି । ଚମ୍ପୂ ରଚନାର ଲକ୍ଷ୍ୟ ଶ୍ରୀ ବେଙ୍କଟାଧ୍ୱରୀ ସ୍ୱୀୟ 'ବିଶ୍ୱଗୁଣାଦର୍ଶ' ଚମ୍ପୂର ଉପୋଦଘାତରେ ଅତି ଚମତ୍କାର ବର୍ଣ୍ଣନା କରିଛନ୍ତି । "ପଦ୍ୟଂ ଯଦ୍ୟପି ବିଦ୍ୟତେ ହୃଦ୍ୟଂ ବିଗଦ୍ୟଂ ନ ତତ୍ ଗଦ୍ୟ ଚ ପ୍ରତିପଦ୍ୟତେ ନ ବିଜହତ୍ ପଦ୍ୟଂ ବୁଧାସ୍ପାଦ୍ୟତାମ୍ ଆଦତ୍ତେ ହି ତୟୋଃ ପ୍ରୟୋଗ ରୁଭୟୋ-ରାମୋଦଭୂମୋଦୟଂ ସଙ୍ଗଃ କସ୍ୟ ହି ନ ସ୍ୱଦେତ ମନସେ ମା ଧ୍ୱୀକମୃଦ୍ବୀକୟୋଃ" ଅର୍ଥାତ୍ ଯଦିଓ ପଣ୍ଡିତମାନଙ୍କର ମନୋହରିଣୀ ପଦ୍ୟକାବ୍ୟ ରହିଛି ତଥାପି ସେଗୁଡ଼ିକ ଗଦ୍ୟ ରହିତ ହେତୁ ରସିକମାନଙ୍କର ହୃଦ୍ୟ ହୋଇପାରୁ ନାହିଁ । ଗଦ୍ୟ ମଧ୍ୟ ପଦ୍ୟ ରହିତ୍ୟ ହେତୁ ପଣ୍ଡିତମାନଙ୍କର ମନୋରଞ୍ଜନ କରିପାରୁ ନାହିଁ । ତେଣୁ ସେହି ଗଦ୍ୟ ଓ ପଦ୍ୟର ସମ୍ମିଶ୍ରଣରେ ଏହି ଚମ୍ପୂ ରଚନା କରିବା ପାଇଁ ମୁଁ ଚେଷ୍ଟା କରି ଅଛି । ମଧୁ ଓ ଦ୍ରାକ୍ଷାର ସମନ୍ୱୟ ଯେପରି ରୁଚିକର ସେହିପରି ପଦ୍ୟ ଗଦ୍ୟ ମିଶ୍ରଣରେ ଚମ୍ପୂ ସାହିତ୍ୟ ଭିନ୍ନ ସ୍ୱାଦ ପାଠକକୁ ପ୍ରଦାନ କରିଥାଏ । ତ୍ରିବିକ୍ରମ ଭଟ୍ଟଙ୍କ ଚରିତ ସାତଗୋଟି ଉଚ୍ଛ୍ୱାସ-ବିଶିଷ୍ଟ 'ନଳଚମ୍ପୂ' ପ୍ରଣୟ କାହାଣୀ ଉପରେ ଆଧାରିତ । ତ୍ରିବିକ୍ରମ ଭଟ୍ଟଙ୍କ ଅନ୍ୟ ଏକ ଚମ୍ପୂ କାବ୍ୟ 'ମଦାଳସା ଚମ୍ପୂ' ଦିଗମ୍ବର ଜୈନ ସୋମଦେବଙ୍କ ପ୍ରଣୀତ 'ଯଶସ୍ତିଳକ ଚମ୍ପୂ' (ଏଥିରେ ଅଦ୍ଭୁତ ଯଜ୍ଞର ବର୍ଣ୍ଣନା ରହିଛି), ଭୋଜରାଜଙ୍କ ଦ୍ୱାରା ରଚିତ 'ଭୋଜଚମ୍ପୂ' ବା 'ରାମାୟଣ ଚମ୍ପୂ' ଖୁବ୍ ଉଚ୍ଚକୋଟୀର ସୃଜନ ସୃଷ୍ଟି । ଅଭିନବ କାଳିଦାସଙ୍କ ରଚିତ 'ଭାଗବତ ଚମ୍ପୂ' ଛଗୋଟି ଉଚ୍ଛ୍ୱାସରେ ବିଭକ୍ତ । ନାଗକନ୍ୟା ଉଦୟସୁନ୍ଦରୀ ଏବଂ ରାଜପୁତ୍ର ମଳୟ ବାହନଙ୍କ ପ୍ରଣୟ ଭିତ୍ତିକ) । ଅନନ୍ତ ଭଟ୍ଟଙ୍କର 'ଭାରତ ଚମ୍ପୂ' (ମହାଭାରତର କଥାବସ୍ତୁ ଆଧାରିତ) । ଶେଷକୃଷ୍ଣଙ୍କ ଦ୍ୱାରା ରଚିତ 'ପାରିଜାତ ହରଣ ଚମ୍ପୂ' (ପାଞ୍ଚଟି ଅଧ୍ୟାୟ ବିଶିଷ୍ଟ) ସ୍ୱର୍ଗରୁ ପାରିଜାତ ହରଣ ଘଟଣା ଉପରେ ଆଧାରିତ, ଜୀବ ଗୋସ୍ୱାମୀଙ୍କର 'ଗୋପାଳ ଚମ୍ପୂ', କର୍ଣ୍ଣପୁରଙ୍କ ରଚିତ 'ଆନନ୍ଦ ବୃନ୍ଦାବନ ଚମ୍ପୂ' (ବୈଷ୍ଣବମାନଙ୍କ ଆଦରଣୀୟ କାବ୍ୟ), ନୀଳକଣ୍ଠ ଦୀକ୍ଷିତଙ୍କର 'ନୀଳକଣ୍ଠ ବିଜୟ ଚମ୍ପୂ' (ପାଞ୍ଚ ଅଧ୍ୟାୟ ବିଶିଷ୍ଟ ଶିବଙ୍କର ମହତ୍ତ୍ୱ ଏଥିରେ ପ୍ରତିପାଦିତ), ଜୈନକବି ଜୀବନ୍ଧରଙ୍କ 'ଜୀବନ୍ଧର ଚମ୍ପୂ' ସୋମେଶ୍ୱର ଦେବଙ୍କ 'କୀର୍ତ୍ତି କୌମୁଦୀ ଚମ୍ପୂ', ବାସୁଦେବ ରଥଙ୍କ 'ଗଙ୍ଗବଂଶାନୁ ଚରିତ ଚମ୍ପୂ' ତିରୁମଲ୍ଲାମ୍ବାଙ୍କ 'ବରଦାମ୍ବିକା ପରିଣୟ ଚମ୍ପୂ', ମିତ୍ର ମିଶ୍ରଙ୍କର 'ଆନନ୍ଦକନ୍ଦ ଚମ୍ପୂ' ଚିଦାମ୍ବରଙ୍କର ଭାଗବତ ଚମ୍ପୂ' ଚକ୍ର କବିଙ୍କର 'ଦ୍ରୌପଦୀ ପରିଣୟ ଚମ୍ପୂ', ବେଙ୍କଟାଧ୍ୱରୀଙ୍କର 'ବରଦାଭ୍ୟୁଦୟ ଚମ୍ପୂ, ଉତ୍ତର ଚମ୍ପୂ, ଶ୍ରୀନିବାସ ଚମ୍ପୂ, ବାଣେଶ୍ୱରଙ୍କର 'ଚିତ୍ର ଚମ୍ପୂ', ସଦାଶିବ କାବ୍ୟକଣ୍ଠଙ୍କର 'ଚନ୍ଦନ ଚମ୍ପୂ', ଚକ୍ରପାଣି ପଟ୍ଟନାୟକଙ୍କର 'ଗୁଣ୍ଡିଚା ଚମ୍ପୂ' ଆଦି ଧାରାବାହିକ ଭାବେ ସଂସ୍କୃତ ସାହିତ୍ୟରେ ଚମ୍ପୂ ରଚିତ ହୋଇ ଆସିଥିବାର ଜଣାଯାଏ । ସଂସ୍କୃତ ସାହିତ୍ୟର ଏହି ପ୍ରକାର ଚମ୍ପୂ ରଚନାଶୈଳୀ ଦ୍ୱାରା ପ୍ରଭାବିତ ହୋଇ କେତେକ ଉତ୍କଳୀୟ ସଂସ୍କୃତଜ୍ଞ ପଣ୍ଡିତ ମଧ୍ୟ ବିଭିନ୍ନ ଚମ୍ପୂ ରଚନା କରିଥିବା ଦେଖାଯାଏ । ପ୍ରାଥମିକ ଚମ୍ପୂ ରଚୟିତାମାନଙ୍କ ମଧ୍ୟରେ ଅଷ୍ଟାଦଶ ଶତାବ୍ଦୀର ଗଞ୍ଜାମ ଅଞ୍ଚଳସ୍ଥ କବି ଚକ୍ରପାଣି ପଟ୍ଟନାୟକ ଅନ୍ୟତମ । ତାଙ୍କ ରଚନାରେ କଥନ ରୀତିରେ ବକ୍ରୋକ୍ତି ପୁରି ରହିଥିବାରୁ ତାକୁ 'ବକ୍ରବାକ୍' ନାମରେ ଅଭିହିତ କରାଯାଇଥିଲା । ଏଥି ସହିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ରଚିତ 'ଗୁଣ୍ଡିଚା ଚମ୍ପୂ' ସେ ସମୟର ଏକ ଚମତ୍କାର ଚମ୍ପୂ ରଚନା ଭାବେ ପରିଚିତ । ଏହା ବ୍ୟତୀତ ଓଡ଼ିଶାର ଅନ୍ୟାନ୍ୟ ସଂସ୍କୃତ ଚମ୍ପୂ ରଚନା ମଧ୍ୟରେ ବାସୁଦେବ ରଥ ସୋମଯାଜୀଙ୍କ ଦ୍ୱାରା ଲିଖିତ 'ଗଙ୍ଗବଂଶାନୁ ଚରିତ ଚମ୍ପୂ' (୧୮ଶ ଶତାବ୍ଦୀ), ନୀଳକଣ୍ଠ ମିଶ୍ରଙ୍କ ରଚିତ 'ଭଞ୍ଜ ମହୋଦୟ ଚୂମ୍ପ' (୧୮ଶ ଶତାବ୍ଦୀ), କବିରାଜ ଭଗବାନ ବ୍ରହ୍ମାଙ୍କ ରଚିତ 'ମୃଗୟା ଚମ୍ପୂ' ଏବଂ 'ଗୁଣ୍ଡିଚା ବିଜୟ ଚମ୍ପୂ' (୧୮ଶ ଶତାବ୍ଦୀ), ନୀଳାମ୍ବର ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ 'ଚନ୍ଦନ ଯାତ୍ରା ଚମ୍ପୂ' (୧୮ଶ ଶତାବ୍ଦୀ), ଭୁବନେଶ୍ୱର ମିଶ୍ର ବଡ଼ପଣ୍ଡାଙ୍କ ଦ୍ୱାରା ରଚିତ 'ଆନନ୍ଦ ବୃନ୍ଦାବନ ଚମ୍ପୂ (୧୯ଶ ଶତାବ୍ଦୀ), ପୁରୁଷୋତ୍ତମ ରଥଙ୍କ ଦ୍ୱାରା ଲିଖିତ ବାମନ ଚମ୍ପୂ (୧୮୯୬ ଶତାବ୍ଦୀ), ଯଦୁନାଥ ସିଂହଙ୍କ 'ପ୍ରେମସାଗର ଚମ୍ପୂ (୧୮୯୬ ଶତାବ୍ଦୀ), ସଦାଶିବ ମିଶ୍ରଶର୍ମାଙ୍କ ରଚିତ 'ଚନ୍ଦନ ଚମ୍ପୂ' (୧୯୦୦), ସୁଦର୍ଶନ ମିଶ୍ର ନ୍ୟାୟରତ୍ନଙ୍କ ପରିଣୟ ଚମ୍ପୂ (୧୯୧୩), ଭାଗୀରଥୀ ମିଶ୍ରଙ୍କ ପ୍ରଣୀତ ନବକିଶୋର ଚମ୍ପୂ (୧୯୧୩) ଆଦି ରଚିତ ଚମ୍ପୂଗୁଡ଼ିକ ସଂସ୍କୃତ ଚମ୍ପୂ ରଚନାର ଶ୍ରେଷ୍ଠ ନିଦର୍ଶନ । ଓଡ଼ିଆ ସାହିତ୍ୟରେ ଚମ୍ପୂ ରଚନାର ପରମ୍ପରା ସଂସ୍କୃତ କାବ୍ୟ ଶୈଳୀର ଆଂଶିକ ଅନୁସରଣରେ ରଚିତ ହୋଇଥିଲେ ମଧ୍ୟ ମାତୃଭାଷାକୁ ଗୁରୁତ୍ୱ ଦେଇଛନ୍ତି ପ୍ରାଚୀନ କବିମାନେ । ଓଡ଼ିଆ ଚମ୍ପୂର ଆଦି ପ୍ରବର୍ତ୍ତକ ରୂପେ କବିସୂର୍ଯ୍ୟ ବଳଦେବ ରଥ (୧୭୮୯-୧୮୪୫) ହିଁ ଗ୍ରହଣୀୟ । ଲୋକପ୍ରିୟତା ଏହାଙ୍କ ରଚିତ 'କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ' ପ୍ରଥମ ଓଡ଼ିଆ ଜାତୀୟ ଚମ୍ପୂ ରଚନା ଭାବରେ ଆଲୋଚକମାନେ ମତ ଦିଅନ୍ତି । ମାତ୍ର କବିସୂର୍ଯ୍ୟ ବଳଦେବଙ୍କ ପୂର୍ବରୁ ଏବଂ ପରେ ରଚିତ ହୋଇଥିବା ବିଭିନ୍ନ ଓଡ଼ିଆ ଚମ୍ପୂର ସୂଚନା । କବି ଉପେନ୍ଦ୍ର ଭଞ୍ଜଙ୍କ (ଚଉପଦୀ ଭୂଷଣ ୧୮ଶ ଶତାବ୍ଦୀ), ବନମାଳୀଙ୍କ (ରାମାୟଣ ଚମ୍ପୂ, ୧୭୫୪), କିଶୋର ଚନ୍ଦ୍ରଙ୍କ (ଝୁଲଣ ଚମ୍ପୂ, ୧୯ଶ), ଗୋବିନ୍ଦ ରାୟଗୁରୁ (ବୃନ୍ଦାବନ ଚନ୍ଦ୍ରାନନ୍ଦ ଚମ୍ପୂ, ୧୯ଶ), ଦାମୋଦର ପଟ୍ଟନାୟକ (ଜୀବନ ଚମ୍ପୂ, ୧୮୮୮), ମହେନ୍ଦ୍ର ସିଂହ ସାମନ୍ତ (ବୃନ୍ଦାବନ ଚନ୍ଦ୍ର ବିନୋଦ ଚମ୍ପୂ, ୧୮୯୫), ସାମନ୍ତ ଶ୍ୟାମବନ୍ଧୁ ଦାସ (ଜାତୀୟ ଚମ୍ପୂ, ୧୯୦୮), ନିତ୍ୟାନନ୍ଦ ପ୍ରକାଶ ବ୍ରହ୍ମଚାରୀଙ୍କ (ମୋହନାନନ୍ଦ ଚମ୍ପୂ, ୧୯୭୩), ଅନନ୍ତ ଚରଣ ବାବା (ମହିମା ଭଜନ ଚମ୍ପୂ, ୧୯୩୨), ନବକିଶୋର ମହାନ୍ତି (କିଶୋର ବିଳାସ ଚମ୍ପୂ, ୧୯୩୩), ନିର୍ଧୂମ ଧୂମକେତୁଙ୍କ (ସାମନ୍ତ ସମ୍ବାହନ ଚମ୍ପୂ, ୧୯୩୬), ହନୁମନ୍ତ ନବିସ୍ (କାନ୍ତକବି ଲକ୍ଷ୍ମୀକାନ୍ତ)ଙ୍କ (ଚଟକ ଚନ୍ଦ୍ରହାସ ଚମ୍ପୂ, ୧୯୪୩), ଲାଲ ମୋହନ ପଟ୍ଟନାୟକଙ୍କ (ଜୀବନ ଚମ୍ପୂ, ୧୯୪୩), ସୁନ୍ଦରମଣି ପଟ୍ଟନାୟକଙ୍କ (କିଶୋରୀ ଚନ୍ଦ୍ରାନନ୍ଦ ଚମ୍ପୂ, ୧୯୫୩) ପ୍ରଭୃତି ରଚିତ, ଓଡ଼ିଆ ସାହିତ୍ୟରେ ଚଉପଦୀ, ଚଉତିଶା, ଷୋଡ଼ଶା, କୋଇଲି ବୋଲି, ପୋଈ, ପଦିଆ ପ୍ରଭୃତି ପରି ଚମ୍ପୂ ପ୍ରାଚୀନତମ ରଚନା ନୁହେଁ । ଓଡ଼ିଆ ଚମ୍ପୂ ଗୁଡ଼ିକ ସାଧାରଣତଃ ଉଚ୍ଛ୍ୱାସ । ଅଧ୍ୟାୟ ଭାବରେ ବିଭକ୍ତ ହୋଇ ନାହିଁ । ଅଧିକାଂଶ ଚମ୍ପୂ ପଦ୍ୟମୟ ରଚନା। ଏହାର ବ୍ୟତିକ୍ରମରେ 'ବୃନ୍ଦାବନ ଚନ୍ଦ୍ର ବିନୋଦ ଚମ୍ପୂ'ରେ ରାଧା, କୃଷ୍ଣ, ଲଳିତା, ମଧୁମଙ୍ଗଳ ପ୍ରମୁଖଙ୍କର ଉକ୍ତି-ପ୍ରତ୍ୟୁକ୍ତି ସହ ୩୪ଗୋଟି ସଙ୍ଗୀତ ରହିଛି ଏବଂ ସଂଗୀତ ପୂର୍ବରୁ ପଦ୍ୟାଂଶ ମଧ୍ୟ ରହିଛି । ସେହିପରି 'ଚଟକ ଚନ୍ଦ୍ରହାସ ଚମ୍ପୂ' ତଥା 'ସାମନ୍ତ ସମ୍ବାହନ ଚମ୍ପୂ'ରେ ପାତ୍ର-ପ୍ରାତ୍ରୀ ଭିନ୍ନ ହେଲେ ହେଁ ଗଦ୍ୟାଂଶ ସ୍ଥାନ ପାଇଛି ଚମ୍ପୂ କାବ୍ୟରେ । କବିସୂର୍ଯ୍ୟ ବଳଦେବ ରଥ ଓ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ : ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର ୮ମ-୯ମ ଶତକ ମଧ୍ୟରେ କବିସୂର୍ଯ୍ୟଙ୍କ ଜନ୍ମ । ଊନବିଂଶ ଶତାବ୍ଦୀର ପଞ୍ଚମ ଦଶକ ମଧ୍ୟରେ ଇହଧାମ ତ୍ୟାଗ କରିଥିଲେ । 'କବିସୂର୍ଯ୍ୟ ଗ୍ରନ୍ଥାବଳୀ'ର ସମ୍ପାଦକ ପଣ୍ଡିତ କୁଳମଣି ଦାସ କବିସୂର୍ଯ୍ୟଙ୍କ ସମୟସୀମା (୧୩୮୯-୧୮୪୫) ମସିହା ଭାବେ ନିରୂପଣ କରିଛନ୍ତି ମାତ୍ର ଗବେଷକ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ତାଙ୍କ ଜନ୍ମ ସମୟକୁ (୧୭୭୯-୧୮୪୦) ମସିହା ଭାବେ ଉପସ୍ଥାପନ କରିଛନ୍ତି । କବିସୂର୍ଯ୍ୟଙ୍କ ପୂର୍ବପୁରୁଷ ବାଣପୁରସ୍ଥ ମଣିପୁର ଗ୍ରାମରୁ ଆସି ଗଞ୍ଜାମ ଅଞ୍ଚଳରେ ବ୍ରାହ୍ମଣ-କର୍ମାନୁଷ୍ଠାନ ଦ୍ୱାରା ଜୀବିକା ନିର୍ବାହ କରି ଆସୁଥିଲେ । ଗଞ୍ଜାମର ବଡ଼ଖେମୁଣ୍ଡି ମଠ ଠାରେ ପଣ୍ଡିତ ଉଜ୍ଜ୍ୱଳ ରଥଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବହୁଶାସ୍ତ୍ରଦର୍ଶୀ ସଂସ୍କୃତ ପଣ୍ଡିତ ଥିଲେ । 'ସଜ୍ଜନାନନ୍ଦ ଚମ୍ପୂ' ଓ 'ରାମଚମ୍ପୂ' ରଚନା କରି ବଡ଼ଖେମୁଣ୍ଡି ରାଜ ସଭାରେ ସଭାପଣ୍ଡିତ ସ୍ଥାନ ଅଳଙ୍କୃତ କରି ରାଜାଙ୍କ ଠାରୁ 'କବିରାଜ ବ୍ରହ୍ମା' ଉପାଧି ପାଇଥିଲେ । କବିସୂର୍ଯ୍ୟ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପିଲାଟି ବେଳରୁ ଶାସ୍ତ୍ର ଜ୍ଞାନ ଅଧ୍ୟୟନରେ ମନ ରଖିଥିଲେ । ମାତାଙ୍କୁ ହରାଇବା ପରେ ଅଜା ତ୍ରିପୁରାରୀ ହୋତାଙ୍କ ପାଖରେ ରହି ଶିକ୍ଷାଦୀକ୍ଷା ପ୍ରାପ୍ତ କରିଥିଲେ । କବିସୂର୍ଯ୍ୟ ଓଡ଼ିଆ ବଙ୍ଗଳା ଏବଂ ସଂସ୍କୃତ ଭାଷାରେ ଧୂରୀଣ ଥିଲେ । ସାଙ୍ଗୀତିକ ଛନ୍ଦରେ ବହୁ କବିତା ଜଳନ୍ତର ରାଜାଙ୍କ ନାମରେ ଭଣିତା କରିବା ସହ ଭଞ୍ଜୀୟ ରୀତିରେ 'ଚନ୍ଦ୍ରକଳା' କାବ୍ୟ ରଚନା କରି ସେ ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ଠାରୁ କବିସୂର୍ଯ୍ୟ ଉପାଧି ପାଇଥିଲେ । ପରବର୍ତ୍ତୀ ସମୟରେ କବିସୂର୍ଯ୍ୟ ଗଞ୍ଜାମର ଆଠଗଡ଼ ରାଜ୍ୟକୁ ଯାଇ ସେଠାରେ ରାଜା ବାଲୁଙ୍କେଶ୍ୱର ହରିଚନନ୍ଦନ ଜଗଦେବଙ୍କ ପୃଷ୍ଠ ପୋଷକତାରେ ରାଧା-କୃଷ୍ଣ ଲୀଳାକୁ ଭିତ୍ତି କରି ବହୁ ଚଉପଦୀ ଓ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଭଳି ସୁପ୍ରସିଦ୍ଧ ପଦାବଳୀ ସାହିତ୍ୟ ରଚନା କରିଥିଲେ । ଏହା ବ୍ୟତୀତ ବ୍ୟଙ୍ଗ କବିତା, ଡୁମ୍ପା, ଚଉତିଶା, ମନାସ ଗୀତ, ହାସ୍ୟ କଲ୍ଲୋଳ ମଧ୍ୟ ରଚନା କରିଛନ୍ତି । ଶେଷରେ ସେ ପୁରୀ ଯାଇ ତତ୍କାଳୀନ ରାଜା ଦ୍ୱିତୀୟ ମୁକୁନ୍ଦଦେବଙ୍କ ରାଜ ସଭାରେ ସମ୍ମାନ ଓ ସ୍ୱୀକୃତି ଲାଭ କରି 'କବିସୂର୍ଯ୍ୟ ରାୟଗୁରୁ ମହପାତ୍ର' ଉପାଧିରେ ଭୂଷିତ ହୋଇଥିଲେ । କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର କଥାବସ୍ତୁ : ଏହାର କଥାବସ୍ତୁ କୃଷ୍ଣ ସାହିତ୍ୟ ଅନ୍ତର୍ଗତ । ଶ୍ରୀଚୈତନ୍ୟଙ୍କର ବହୁ ପୂର୍ବରୁ ଓଡ଼ିଶାରେ କୃଷ୍ଣ-ଉପାସନା ପ୍ରବର୍ତ୍ତିତ ହୋଇଥିବାରୁ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀ ଠାରୁ ଓଡ଼ିଆରେ ବିଧିବଦ୍ଧ ଭାବରେ କୃଷ୍ଣ-ସାହିତ୍ୟ ସୃଷ୍ଟି ହୋଇଥିବାର ଦେଖାଯାଇଛି । ଦ୍ୱାଦଶ ଶତାବ୍ଦୀର କବି ଶ୍ରୀଜୟଦେବଙ୍କ ରଚିତ 'ଶ୍ରୀ ଗୀତଗୋବିନ୍ଦ' ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ । ମହାଭାରତ, ଭାଗବତ, ପଦ୍ମପୁରାଣ ପ୍ରଭୃତିରେ ବର୍ଣ୍ଣିତ କୃଷ୍ଣ ଚରିତର ବିଭିନ୍ନ ଲୀଳା-ଗୋପ, ମଥୁରା ଓ ଦ୍ୱାରିକା ଲୀଳା ଇତ୍ୟାଦିରୁ ବିଭିନ୍ନ ଘଟଣା ବା ଉପାଖ୍ୟାନକୁ ଆଧାର କରି କବିସୂର୍ଯ୍ୟ କିଶୋର ଚନ୍ଦ୍ରନନ୍ଦ ଚମ୍ପୂର କାହାଣୀ କରିଛନ୍ତି । କୃଷ୍ଣ-ସାହିତ୍ୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କର ମୁଖ୍ୟତଃ ଦୁଇଟି ରୂପ ପ୍ରକାଶିତ- ଐଶ୍ୱର୍ଯ୍ୟମୟ ରୂପ (ଶ୍ରୀକୃଷ୍ଣ ଚକ୍ରଧର ଏବଂ ଦୁଷ୍ଟ ବିନାଶକାରୀ) ପୂତନା, ଅଘାସୁର, ବକାସୁର, କଂସ, ଜରାସନ୍ଧ, ଶିଶୁପାଳ, ପ୍ରଭୃତିକ ନାମ ରହିଥିବା ବେଳେ ଅନ୍ୟ ରୂପଟି ମାଧୁର୍ଯ୍ୟମୟ ରୂପ (ମୂରଲୀଧର ଓ ରାଧାବଲ୍ଲବ) ବିଭିନ୍ନ ଭଙ୍ଗୀରେ ବଂଶୀ ବାଦନ କରି ସେ ରାଧା ତଥା ଗୋପୀମାନଙ୍କ ମନ ମୋହିଛନ୍ତି ଏବଂ ପ୍ରତ୍ୟେକ ଜୀବମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଛନ୍ତି । ଶ୍ରୀକୃଷ୍ଣ ଆବିର୍ଭାବର ମୂଳ ତାତ୍ପର୍ଯ୍ୟ ହେଉଛି ପ୍ରେମରସ ଆସ୍ପାଦନ ଏବଂ ରାଗାନୁଗା ଭକ୍ତିର ପ୍ରଚାର । କୃଷ୍ଣ-ସାହିତ୍ୟର କବିମାନେ ଶ୍ରୀକୃଷ୍ଣଙ୍କ ମାଧୁର୍ଯ୍ୟ ଲୀଳାର ଅଧିକ ବର୍ଣ୍ଣନା କରିଛନ୍ତି ଯେଉଁ ପରମ୍ପରାକୁ କବିସୂର୍ଯ୍ୟ ମଧ୍ୟ ଅନୁସରଣ କରିଛନ୍ତି ତାଙ୍କ ସୃଜନ ସୃଷ୍ଟି ସମ୍ଭାରରେ । ଏହି କଥାବସ୍ତୁରେ କବି ସୂର୍ଯ୍ୟ ରାଧାକୃଷ୍ଣଙ୍କ ଲୀଳାକୁ ଦେବାୟିତ କରିବା ସହିତ ଶ୍ରୀକୃଷ୍ଣଙ୍କୁ ପରମବ୍ରହ୍ମ ପୁରୁଷ ଏବଂ ରାଧାଙ୍କୁ ପ୍ରକୃତି ଭାବରେ ନେଇ ଶ୍ୟାମ-ଗୌରୀ ମହାତେଜର ମିଳନ କରାଇଛନ୍ତି । ଏଥିରେ ନାୟକ-ନାୟିକା ଭାବରେ ରାଧା-କୃଷ୍ଣ ଲୀଳାକୁ ମାନବୀୟ ଲୌକିକ ଓ ସ୍ୱାଭାବିକ କରାଇଛନ୍ତି । ଏଥି ସହିତ ଲଳିତା ଓ ମଧୁମଙ୍ଗଳ ଚରିତ୍ରଙ୍କ ମାଧ୍ୟମରେ ହାସ-ପରିହାସର ସାନ୍ନିଧ୍ୟ ମଧ୍ୟ ପାଠକକୁ ଆକର୍ଷିତ କରିଛି । ଚମ୍ପୂର କଥାବସ୍ତୁ ଅତ୍ୟନ୍ତ ସରଳ । ଘଟଣାର ବିସ୍ତୃତ ବର୍ଣ୍ଣନା ନାହିଁ । ଉପ-କହାଣୀର ସ୍ଥାନ ରହି ନାହିଁ । ସରଳ କଥାବସ୍ତୁ ଚମତ୍କାରିତା ବେଶ୍ ଅନୁଭବ ରହିଛି । ପ୍ରାରମ୍ଭରେ କବିସୂର୍ଯ୍ୟ ରାଧା-କୃଷ୍ଣଙ୍କୁ ନମସ୍କାର ଜଣାଇ ମଙ୍ଗଳାଚରଣ କରି କବିସୁଲଭର ବିନମ୍ରତା ପ୍ରକାଶ କରିଛନ୍ତି । ଚଉତିଶା ରୀତିରେ ବ୍ୟଞ୍ଜନ ବର୍ଣ୍ଣାଗୁଡ଼ିକର କ୍ରମାନ୍ୱୟ ପରିଲକ୍ଷିତ ହୋଇଛି । କେବଳ ମାତ୍ର ଶ-ଷ-ସ ବର୍ଣ୍ଣ ପ୍ରୟୋଗରେ ବ୍ୟତିକ୍ରମ ସ୍ୱଳ୍ପ ଦେଖାଯାଇଛି ମାତ୍ର କଥାବସ୍ତୁର ଗତି ଅକ୍ଷୁର୍ଣ୍ଣ ରହିଛି । 'ଷ'-ଗୀତରେ ଏହି ବର୍ଣ୍ଣ ଥରେ ମାତ୍ର ବ୍ୟବହାର ହୋଇଥିବା ବେଳେ 'ସ'-ଗୀତରେ 'ସ' ବର୍ଣ୍ଣଟି ଆଦ୍ୟରେ ରହି ପରେ 'ଶ' ବର୍ଣ୍ଣର ବହୁଳ ବ୍ୟବହାର ରହିଛି । କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ନାମକରଣ ଓ ଚରିତ୍ର ଚିତ୍ରଣ : କାବ୍ୟଟି ଶ୍ରୀକୃଷ୍ଣଙ୍କର ଆନନ୍ଦ ପ୍ରଦାନକାରୀ ହୋଇଥିବାରୁ ଏହାର ଏପରି ନାମକରଣ ଯଥାର୍ଥ ମନେ ହୁଏ । ଚରିତ୍ର ଚିତ୍ରଣ ଅପେକ୍ଷା ରସର ପ୍ରାଧାନ୍ୟ କାବ୍ୟର ଉପଜୀବ୍ୟ ହୋଇଛି । ନାରୀ ଓ ପରୁଷ ଚରିତ୍ରଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଛନ୍ତି । ଧୀରୋଦାତ୍ତ, ଧୀର-ଲଳି ତ, ଧୀର-ପ୍ରଶାନ୍ତ, ଧୀରୋଦ୍ଧତ-ଏହି ଚାରିପ୍ରକାର ନାୟକ ଚରିତ୍ର । ଶୃଙ୍ଗାରିକ ଦୃଷ୍ଟି କୋଣରୁ ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ପୁଣି ଦକ୍ଷିଣ, ଧୃଷ୍ଟ, ଅନୁକୂଳ ଓ ଶଠ – ଏହିପରି ଚାରି ଭାଗରେ ବିଭକ୍ତ ହୋଇପାରନ୍ତି । ସେହିପରି ନାରୀ ଚରିତ୍ର ସ୍ୱୀୟା, ପରକ୍ରୀୟା ଓ ସାଧାରଣୀ ଭେଦରେ ତିନି ପ୍ରକାର ଅବସ୍ଥା ଭେଦରେ ସ୍ୱାଧୀନ-ଭର୍ତ୍ତୃକା, ଖଣ୍ଡିତା, ଅଭିସାରିକା, ବିପ୍ରଲବ୍ଧା, ବାସକସଜ୍ଜା ଏହିପରି ଆଠ ଭାଗରେ ବିଭକ୍ତ ହୋଇଥାନ୍ତି । ପ୍ରାଚୀନ କବିମାନେ ଏହି ରୀତି ଅନୁସାରେ କାବ୍ୟର ଚରିତ୍ର ଚିତ୍ରଣ କରିଥାନ୍ତି । ତେଣୁ ଚରିତ୍ରଗୁଡ଼ିକ ଏକ ନିର୍ଦ୍ଧାରିତ ସୀମା ଭିତରେ ଆତଯାତ କରିଛନ୍ତି । ଚମ୍ପୂର ଚରିତ୍ର ଚିତ୍ରଣରେ କବିସୂର୍ଯ୍ୟ ମଧ୍ୟ ମଧ୍ୟଯୁଗୀୟ ସାହିତ୍ୟର ରୀତିକୁ ଅନୁସରଣ କରିଛନ୍ତି ଏବଂ ନିଜସ୍ୱ ଶୈଳୀରେ ଗତାନୁଗତିକତାକୁ ବହୁ ପରିମାଣରେ ପରିହାର କରିଛନ୍ତି । କାବ୍ୟର କଥାବସ୍ତୁରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଭାବରେ ଲଳିତାଙ୍କ ରଚିତ୍ର ରୂପାୟନ ହୋଇଛି । ଚମ୍ପୂର 'ଭ' ଭଣିତା ପର୍ଯ୍ୟନ୍ତ ଲଳିତାଙ୍କ ଚରିତ୍ରର ଚମତ୍କାର ଚିତ୍ରଣ ରହିଛି । ଅତ୍ୟନ୍ତ ଜୀବନ୍ତ ଓ ପ୍ରଭାବଶାଳୀ ତାଙ୍କ ଚରିତ୍ର ଚିତ୍ରଣ ହୋଇଛି । ରାଧାଙ୍କ ଚରିତ୍ରର ଅନୁରୂପ ଗୁରୁତ୍ୱ ଉପଲବ୍ଧ କରିହୁଏ ନାହିଁ । ରାଧା ପ୍ରଣୟିନୀ ନାୟିକା ଭାବରେ ମାନବୀୟ ରୂପରେ ଆସିଛନ୍ତି । କେବଳ 'ମ' ଗୀତରେ ତାଙ୍କର ଦେବାୟିତ ଓ ତାତ୍ତ୍ୱିକ ରୂପ ସୂଚୀତ ହୋଇଛି । ରାଧାଙ୍କର ବିଦଗ୍ଧ ପ୍ରେମିକ ଭାବରେ ଶ୍ରୀକୃଷ୍ଣଙ୍କ ଚରିତ୍ର ରୂପାୟନ ସାର୍ଥକ ହୋଇଛି । ମଧୁମଙ୍ଗଳ ଏବଂ ସଖୀଗଣ ଗୌଣ ଚରିତ୍ର ଭାବରେ ଆସିଛନ୍ତି । ରାଧା ଓ ଶ୍ରୀକୃଷ୍ଣଙ୍କ ଚରିତ୍ରକୁ ସୁପରିସ୍ଫୁଟ କରିବା ପାଇଁ ଉଭୟଙ୍କ ମିଳନକୁ ବୈଚିତ୍ରମୟରେ ମଣ୍ଡିତ କରିବା ଉଦ୍ଦେଶ୍ୟରେ ଏମାନଙ୍କର ଅବତାରଣା କରାଯାଇଛି । ଥଟ୍ଟା ଓ ପରିହାସ ଭିତରେ କାବ୍ୟର ଗତିଶୀଳାତା ଅଧିକ ରସାଣିତ କରିଅଛି । ରସ ଉଦ୍ବୋଧନ ଓ ଆଳଙ୍କାରିକତା : କବିସୂର୍ଯ୍ୟ ରାଧାକୃଷ୍ଣ ପ୍ରଣୟ-ଲୀଳା ପରିବେଷଣରେ ବିରହ ଓ ମିଳନର ଚିତ୍ର ଅଙ୍କନ କରିବା ସହ ଅଧିକନ୍ତୁ ସମ୍ଭୋଗ ଶୃଙ୍ଗାର ଏବଂ ସଂକ୍ଷିପ୍ତ ଭାବରେ ବିପ୍ରଲମ୍ଭ ଶୃଙ୍ଗାର ବିଷୟରେ ଧ୍ୟାନ ଦେଇଛନ୍ତି । ଅଳଙ୍କାରର ପ୍ରୟୋଗ ଆଧିକ୍ୟ ପ୍ରାୟ ବର୍ଣ୍ଣନା କବିସୂର୍ଯ୍ୟ କରିନାହାନ୍ତି । କାବ୍ୟକୁ ସରସ ସୁନ୍ଦର କରିବା ପାଇଁ ଯେତିକି ଆଳଙ୍କାରିକତା ଆବଶ୍ୟକ ସେ ପ୍ରୟୋଗ କରିଛନ୍ତି । ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ସୁଷମ ବ୍ୟବହାର ଚମ୍ପୂର କାବ୍ୟିକ ମର୍ଯ୍ୟାଦା ବୃଦ୍ଧି କରିଛି । ଉଦାହରଣ ସ୍ୱରୂପ : – ଖରାପ ତୁ ହେଲୁରେ, ଗଙ୍ଗାରୁ ବିଶଦ ଗଭୀର ତୋ ହୃଦ, ଡାଳିମ୍ବ ମଞ୍ଜି ଦଶନା, ବଲ୍ଲୀ-ନିଳୟ ବିହାର ଲୋଳା, ତରା ଭରା-କିରଣ ବରାବର ଚରଣ-ନଖାଂଶୁ ସୁରଗଣ ଶିଖା ଭରଣ ପ୍ରଭୃତି ବହୁ ଅଳଙ୍କାରର ମଧୁର ପ୍ରୟୋଗ ରହିଛି । ଏଥି ସହିତ କବିସୂର୍ଯ୍ୟ ଚମ୍ପୂର ବିଭିନ୍ନ ସଙ୍ଗୀତରେ ଭାବୋପଯୋଗୀ ରାଗ-ରାଗିଣୀମାନ ସନ୍ନିବେଶିତ କରିଛନ୍ତି । ସଙ୍ଗୀତ ଶାସ୍ତ୍ର ନିୟମକୁ ଧରି ରଖି କବିସୂର୍ଯ୍ୟ ସାବେରୀ, ତୋଡ଼ି, ପରଜ, କେଦାର, ଶଙ୍କରାଭରଣ, କାଫି ଆଦି ରାଗରେ ଚମ୍ପୂର ବିଭିନ୍ନ ଗୀତ ରଚନା କରିଛନ୍ତି । ଭାଷା ବିନ୍ୟାସ ଓ ବର୍ଣ୍ଣନା ଶୈଳୀ : ଓଡ଼ିଆ ଶବ୍ଦମାନଙ୍କୁ ସଂସ୍କୃତ ଶବ୍ଦମାନଙ୍କ ସଙ୍ଗେ ବ୍ୟବହାର କରି ସେ ଭାଷାକୁ ନୂତନ ଭାବରେ ଗଢ଼ି ତୋଳିଛନ୍ତି ଉଦାହରଣ ସ୍ୱରୂପ :- ଖମଣିମଣ୍ଡଳ, ଗତାଳସନାଟପଟୁ, ଘସ୍ରନାଥ ନନ୍ଦନା, ଆନୀଳଶତ ପତ୍ରନେତ୍ରା, ଜମ୍ଭାରାତିମଣି, ଟଷଧ୍ୱଜପୀଡ଼ା, ଢବାତନାବି, ନିର୍ଦ୍ଧୁମଶିଖ, ମୃଢନୟନ ସଂଖ୍ୟକ, ବିରୂପାକ୍ଷ ଦେବ ବିଷୟ ପ୍ରଭୃତି ବହୁ ପଦ ବିନ୍ୟାସର ଶବ୍ଦର ବର୍ଣ୍ଣାଢ଼୍ୟ ସୂଚନା ମିଳେ । ଏଥି ସହିତ ବହୁ ଯାବନିକ ଶବ୍ଦର ପ୍ରୟୋଗ ମଧ୍ୟ ରହିଛି : ଖିଆଲ (ଆରବୀ), ଦରଦୀ (ଫାରସୀ) । ବାଦସା (ଫା), ହୁକୁମ (ଆ), ଜହର (ଫା), ନଜର (ଆ), ଫରସମାସ (ଫା), ଆବୁର (ଫା), ତାଜ (ଫା), ଫତୁରିଖୋର (ଆ), ଆଖର (ଆ), ଫରିଆଦ (ଫା), ସରଦାର (ଫା) ପ୍ରଭୃତି ଶବ୍ଦର ସୁନ୍ଦର ସଂଯୋଜନା ଚମ୍ପୂରେ ଦୃଶ୍ୟମାନ ରହିଛି । ଚମତ୍କାର ବର୍ଣ୍ଣନା ଶୈଳୀ କବିସୂର୍ଯ୍ୟଙ୍କ ଚମ୍ପୂକାବ୍ୟକୁ ରୁଦ୍ଧିମନ୍ତ କରିଛି । ଦୃଶ୍ୟ, ଘଟଣାର ସୁନ୍ଦର ବର୍ଣ୍ଣନା କବିଙ୍କର ପରିବେଷଣ ଶୈଳୀକୁ ସ୍ୱତନ୍ତ୍ର କରିଛି । 'ଙ' ଗୀତ ତଥା 'ଭ' ଗୀତରେ ଲଳିତାଙ୍କ କଣ୍ଠରେ କୃଷ୍ଣଙ୍କ ରୂପ ବର୍ଣ୍ଣନା, 'ମ' ଗୀତରେ ରାଧାକୃଷ୍ଣଙ୍କର ମିଳନ ବର୍ଣ୍ଣନା, 'ଷ' ଗୀତ ଏବଂ 'ହ' ଗୀତରେ ଗୋପୀମାନଙ୍କ ମୁଖରେ ଯମୁନା କୂଳର ସଖା-ପରିବେଷ୍ଟିତ ଶ୍ରୀକୃଷ୍ଣଙ୍କ ବର୍ଣ୍ଣନା ବେଶ୍ ମନମୁଗ୍ଧ କରିଛି । ଉ:- ସଞ୍ଚରଣଶୀଳ ନବ ତମାଳଭୂରୁହ / ସଙ୍ଗେ ଘେନି ଆସୁଅଛି ସଖା-ଶାଖି ବ୍ୟୂହ । ରୀତିକବି କବିସୂର୍ଯ୍ୟଙ୍କର ଚମ୍ପୂ ରଚନା ହେଉଚି ଅମର କୃତି । ଓଡ଼ିଶୀ ସଙ୍ଗୀତରେ ଏହାର ଉଚ୍ଚସ୍ଥାନ ରହିଛି । ଓଡ଼ିଶୀ ସଙ୍ଗୀତ ପଦ୍ଧତିର ରାଗାଙ୍ଗ ପର୍ଯ୍ୟାୟ ପରେ ପରେ ଚମ୍ପୂ ଗାୟନ ପ୍ରକ୍ରିୟା ଆସିଥାଏ । ଭକ୍ତି ତତ୍ତ୍ୱର ସମ୍ପୂର୍ଣ୍ଣ ପରିପ୍ରକାଶ ହୋଇଥାଏ ଚମ୍ପୂର ପ୍ରତିଟି ସ୍ଥଳ ବିଶେଷରେ । ମହାନ କାବ୍ୟ ଚମ୍ପୂ ହେଉଛି ଅପ୍ରାକୃତ ବିଭୂଲୀଳାର ଅପୂର୍ବ ସମାବେଶ । ସାହିତ୍ୟ ଦୃଷ୍ଟିରୁ ଏହାର କାହାଣୀ ଚଳଚଞ୍ଚଳ ହୋଇଛି ଉପଯୁକ୍ତ ଚରିତ୍ର ଚିତ୍ରଣ ମାଧ୍ୟମରେ । ଭାବର ଗଭୀରତା, ବର୍ଣ୍ଣନାର ଐଶ୍ୱର୍ଯ୍ୟରେ ସୁଲଳିତ ଛନ୍ଦର ଝଙ୍କାରରେ କବିସୂର୍ଯ୍ୟଙ୍କ ଏହି କାବ୍ୟ ଅତୁଳନୀୟ ସାହିତ୍ୟିକ ବିଶେଷତ୍ୱ ରଖିଥିବାବେଳେ ରାଗ ଏବଂ ତାଳବଦ୍ଧ ଭାବେ ଗାୟନ ପ୍ରକ୍ରିୟା ମାଧ୍ୟମରେ ସାଙ୍ଗୀତିକ ବିଶେଷତ୍ୱ ପ୍ରକାଶ କରିଛି । ଏହା ନିର୍ଦ୍ଦିଷ୍ଟ ପାରମ୍ପରିକ ସ୍ୱରରେ ଗାୟନ କରାଯାଇଥାଏ । ଆଳାପ ଓ ପଦବିନ୍ୟାସ ବ୍ୟତୀତ ରାଗାଙ୍ଗ ପର୍ଯ୍ୟାୟର କୌଣସି କ୍ରିୟା ଅନୁସୃତ ହୋଇ ନ ଥିଲେ ମଧ୍ୟ ସଙ୍ଗୀତ କ୍ଷେତ୍ରକୁ ଯେତିକି ପ୍ରଭାବଶାଳୀ କରିଛି ସାହିତ୍ୟ କ୍ଷେତ୍ରରେ ସେତିକି ଭାବଗର୍ଭକ ଓ ସୁମଧୁର ସ୍ୱର ସମ୍ବଳିତ ରଚନା ଶୈଳୀ ମାଧ୍ୟମରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଳକୃତ କରିପାରିଛି ।
ଜଗତସିଂହପୁର(ସୁମନ ଜେନା): ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଫସଫେଟସ୍ ଲିମିଟେଡ଼ (ପି ପି ଏ ଲ) ରେ କାମକରୁଥିବା ଶ୍ରମିକ ମନେ ୪ଦିନ ଧରି ଆନ୍ଦୋଳନ ରେ ବସିଛନ୍ତି ,P.P.D.M.U.ଶ୍ରମିକ ମାନେ ,ଦୀର୍ଘ ଦିନ ଧରି କାମ କରି ଆସୁଥିବା ବେଳେ, କିଛି ଲୋକାଲ ସଙ୍ଗଠନ କୁ ଧରି ୨୦୦ ଶ୍ରମିକ ଙ୍କୁ କାମ ଯୋଗାଇ ଦେଇଥିବାରୁ ଏହାର ଦୃଢ ପ୍ରତିବାଦ କରିଛି ପାରାଦ୍ୱୀପ ପୋର୍ଟ ଅଣ୍ଡ ଡକ ମଜଦୁର ୟୁନିଅନ,ପୃର୍ବରୁ ଏହି ସଂଘର ଶତାଧିକ ଶ୍ରମିକ ପିପିଏଲ ପରିସରରେ ଧାରଣାରେ ବସିଛନ୍ତି।କରୋନା ସମୟରେ ସରକାର ସର୍ବନିମ୍ନ ଲୋକଙ୍କୁ ନେଇ କାମକରିବା ପାଇଁ ନିର୍ଦେଶ ଦେଇଛନ୍ତି।ମାତ୍ର କମ୍ପାନୀ ଏହି ସମୟରେ ବାହାରୁ କିପରି ଲୋକ ଆଣି କାମ କରୁଛନ୍ତି, ଏହା ଏକ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି।ଏହା ସହ ଶିଳ୍ପ ଯୋଗୁ ଜମି ହରାଇଥିବା ଓ ବେକାର ହୋଇ ବୁଲୁଥିବା ଲୋକମାନଙ୍କୁ ଅଣଦେଖା କରାଯାଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି।ଏଣୁ ଏହା ବିରୋଧ ରେ P.P.D.M.U ସଂଘ ଜୋରଦାର ଆନ୍ଦୋଳନ କରିବ ବୋଲି ଶ୍ରମିକ ମାନେ କହିଛନ୍ତି। ଅନ୍ୟ ପଟେ କାମ ଆମେ ବନ୍ଦ କରିନୁ ,ସେ ମନେ ବନ୍ଦ କରିଛନ୍ତି,କାମ ବଢିଲେ ଆମେ ପିଲାଙ୍କୁ ରଖିବୁ ,ନୂଆ ପିଲାଙ୍କୁ ଟେଷ୍ଟ କରି ନିଯୁକ୍ତି ଦେଉଛୁ ଏଥିରେ କୌଣସି ସଙ୍ଗଠନ ର କିଛି ନାହିଁ ବୋଲି ଆମ ପ୍ରତିନିଧି ଙ୍କ ସହ ଟେଲି ଫୋନ ମାଧ୍ୟମରେ H.R.ଶ୍ରୀ ଖୁଣ୍ଟିଆ ମତ ରଖିଛନ୍ତି । Share with
କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ନେଲେ ଥାୱରଚାନ୍ଦ ଗେହଲଟ୍ ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୭୩ ବର୍ଷୀୟ ଗେହଲଟ୍ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ ଏବଂ ଦକ୍ଷିଣ ରାଜ୍ୟରେ ନୂଆ ଭୂମିକା ଗ୍ରହଣ କରିବା ପୂର୍ବରୁ ରାଜ୍ୟସଭାରେ ଗୃହର ନେତା ଥିଲେ। ସେ ୨୦୦୬ରୁ ୧୪ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ଭାବରେ କାର୍ୟ୍ୟ କରିଥିଲେ।
ଭୁବନେଶ୍ବର ୨|୭: ପୋଲାଭରମ୍ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବାକୁ କଂଗ୍ରେସ କଡା ସମାଲୋଚନା କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ନବୀନଙ୍କର ଏହା ଭୁଆଁ ବୁଲା ରାଜନୀତି । ଏତେ ବର୍ଷ ଧରି ରାଜ୍ୟ କ୍ଷମତାରେ ଥାଇ ବି ପୋଲାଭରମ ପ୍ରକଳ୍ପକୁ ନେଇ କିଛି ଠୋସ୍ ପଦେକ୍ଷପ ନେଇନାହାନ୍ତି । ନବୀନ ବାବୁ କେବଳ ଚିଠିରେ ସୀମିତ ଥିବା ନିରଞ୍ଜନ କହିଛନ୍ତି । ସୋମବାର ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପ୍ରକଳ୍ପ ଉପରେ ଥିବା ବନ୍ଦ ନିର୍ଦ୍ଦେଶାନାମାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପ୍ରତ୍ୟାହାର କରିନେଇଛି । କୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ସତ୍ତ୍ବେ କାମ ପାଇଁ କେମିତି ଅନୁମତି ମିଳିଛି । ଏହା ଦ୍ବାରା ଆଦିବାସୀମାନେ କ୍ଷତିଗ୍ରସ୍ତ ହେବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ ।
ସ୍ପର୍ଶ ହସ୍ପିଟାଲ ପକ୍ଷରୁ ଜାତୀୟ କ୍ୟାନ୍ସର ପରାଜିତ ଦିବସ ପାଳିତ ହୋଇଯାଇଛି । ମଦ, ପାନ ଓ ଗୁଟଖା ଭଳି ତମାଖୁ ଜିନିଷ ସେବନ ପ୍ରତି ସଚେତନ ରହିବା ପାଇଁ ବାର୍ତ୍ତା ଦିଆଯାଇଛି । #NationalCancerDay #awareness #SparshHospital #ArgusNews Be the first to know any news. You will get latest stories and video updates through the day. You can turn them off anytime.
ଇଟାନଗର(ଓଏନଏ) :ନିର୍ବାଚନ ଠିକ ପୂର୍ବରୁ ବିଜେପିକୁ ଅରୁଣାଚଳ ପ୍ରଦେଶରେ ବଡ଼ ଝଟକା ଲାଗିଛି । ଅରୁଣାଚଳ ପ୍ରଦେଶରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପିର ୨ ଜଣ ମନ୍ତ୍ରୀ ଏବଂ ୧୨ଜଣ ବିଧାୟକ ଦଳ ତ୍ୟାଗ କରି ମେଘାଳୟ ମୁଖ୍ୟମନ୍ତ୍ରୀ କେ.ଏମ ସାଂଗମାଙ୍କ ଦ୍ୱାରା ଗଠିତ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି)ରେ ଯୋଗ ଦେଇଛନ୍ତି । ସୂଚନାନୁଯାୟୀ ରାଜ୍ୟ ଗୃହ ମନ୍ତ୍ରୀ କୁମାର ୱାଇ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜାରକାର ଗାମଲିନ ଏବଂ ଅନ୍ୟ ବିଧାୟକଙ୍କୁ ବିଜେପି ଟିକେଟ ଦେବାକୁ ମନା କରିଦେଇଥିଲା । ଏହା ପରେ ମନ୍ତ୍ରୀ ଓ ବଧାୟକମାନେ ବିଦ୍ରୋହକୁ ଓହ୍ଲାଇଥିଲେ । ୱାଇ ଅଭିଯୋଗ କରିଥିଲେ ଯେ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇଛି । ଲୋକଙ୍କ ମନରେ ବିଜେପି ପାଇଁ ଆଉ ସମ୍ମାନ ନାହିଁ ଓ ବିଜେପି ତାର ପ୍ରତିଷ୍ଠା ହରାଇ ସାରିଲାଣି । କେବଳ ନିର୍ବାଚନ ଲଢିବେ ନାହିଁ ବରଂ ଅରୁଣଚଳରେ ସେ ଏନପିପି ସରକାର ଗଠନ କରି ଦେଖାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ(ପିପିଏ)ର ଜଣେ ବିଧାୟକ ଏବଂ ବିଜେପିର ଅନ୍ୟ ୧୯ ନେତା ଏନପିପିରେ ସାମିଲ ହୋଇଛନ୍ତି । https://www.onakhabar.com/two-akshay-entry-to-bjp-party/
କମ୍ ମାତ୍ରାରେ ଟିକାକରଣ ଥିବା ଜିଲ୍ଲା ଗୁଡ଼ିକରେ ସମୀକ୍ଷା କରିବେ ମୋଦି ନୂଆଦିଲ୍ଲୀ: ଦେଶରେ କମ୍ ଟିକାକରଣ କମ୍ ଥିବା ଜିଲ୍ଲାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିବେ। ବୁଧବାର ଏହି ବୈଠକ ବସିବ। ପିଏମଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି -20 ସମ୍ମିଳନୀ ଏବଂ COP26ରେ ଯୋଗଦେଇ ଫେରିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବେ। ଏହି ବୈଠକରେ ପ୍ରଥମ ଡୋଜର ୫୦ ପ୍ରତିଶତରୁ କମ୍ କଭରେଜ୍ ଏବଂ ଅତି ଅଳ୍ପ କଭରେଜ ଥିବା ଦ୍ୱିତୀୟ ଡୋଜ୍ ଜିଲ୍ଲାଗୁଡିକ ଅନ୍ତର୍ଭୁକ୍ତ ହେବ। ବିଶେଷ କରି ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟାନ୍ୟ ରାଜ୍ୟରେ ୪୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ସହ ଆଲୋଚନା କରିବେ ମୋଦି । ଏହି ଅବସରରେ ଏହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ଦୁଇ ଦିନିଆ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବେ ରୋମ ଗସ୍ତରେ ଅଛନ୍ତି। ଏହି ବୈଠକରେ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ମୁଖ୍ୟ ଏଜେଣ୍ଡା ରହିଛି। ଜି୨୦ ଶିଖର ସମ୍ମିଳନୀରେ ଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡିକ ଉପରେ ଅନ୍ୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ । ଏଥିସହିତ ରୋମରେ ରହଣି ଅବସରରେ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । କୋଭିଡ ମହାମାରୀରୁ ଆରୋଗ୍ୟ ଲାଭ କରିବା ଏବଂ ବିଶ୍ୱ ଅର୍ଥନୀତି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ । ଜି୨୦ ଶିଖର ସମ୍ମିଳନୀ ଅବସରରେ ସେ ବିଶ୍ୱର ଅନ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କୁ ଭେଟି ସେମାନଙ୍କ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାଯାଇଛି । ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
କାର୍ତ୍ତିକ ଆରୀୟନଙ୍କ ନୂଆ ଚଳଚ୍ଚିତ୍ର 'କ୍ୟାପଟେନ୍ ଇଣ୍ଡିଆ' ର ପ୍ରଥମ ଲୁକ ଆଜି ଶୁକ୍ରବାର ପ୍ରକାଶ ପାଇଛି | ଯେଉଁଥିରେ ଅଭିନେତା କାର୍ତ୍ତିକ ଆରୀୟନ ପାଇଲଟଙ୍କ ପୋଷାକ ପିନ୍ଧିଛନ୍ତି ଏବଂ ମୁହଁ କ୍ୟାପଟେନଙ୍କ କ୍ୟାପରେ ଲୁଚି ରହିଛି । ଚଳଚ୍ଚିତ୍ରର ପୋଷ୍ଟରରେ କ୍ୟାପଟେନ ଇଣ୍ଡିଆକୁ ଜଣେ ସାଧାରଣ ମଣିଷ, ଏକ ଅସାଧାରଣ ମିଶନ ବୋଲି ବର୍ଣ୍ଣନା କରାଯାଇଛି। ଏହି ଚଳଚ୍ଚିତ୍ରଟି ଭାରତର ଏକ ସଫଳ ଐତିହାସିକ ଉଦ୍ଧାର କାର୍ଯ୍ୟ (rescue operations) ଉପରେ ପରିଵେର୍ଶିତ | ଏହି ଚଳଚ୍ଚିତ୍ରଟି ପ୍ରେରଣାଦାୟକ ଏବଂ ରୋମାଞ୍ଚକର ଅଟେ |ଏହି କାହାଣୀ ଭାରତର ସବୁଠାରୁ ବଡ ତଥା ସଫଳ ଯୁଦ୍ଧ ମିଶନରୁ ଅନୁପ୍ରାଣିତ ହୋଇଛି | କ୍ୟାପଟେନ୍ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାତା ହାନସାଲ ମେହେଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱେଜାଙ୍କ ଦ୍ୱାରା ପ୍ରଯୋଜିତ | ରୋନି ସ୍କ୍ରୁଭାଲା ଫିଲ୍ମ ବିଷୟରେ କହିଛନ୍ତି ଯେ ,"କ୍ୟାପଟେନ ଇଣ୍ଡିଆ କେବଳ ସବୁଠୁ ବଡ ମାନବିକ କାର୍ଯ୍ୟର କାହାଣୀ ନୁହେଁ ବରଂ ଅବିସ୍ମରଣୀୟ ମାନବ ଆତ୍ମା ବିଷୟରେ ମଧ୍ୟ କାହାଣୀ ଅଟେ, ଯାହା ଅସୁବିଧା ସତ୍ୱେ ସଫଳତାଠାରୁ ଉପରକୁ ଉଠିଥାଏ। ହାନସାଲ ମେହେଟ୍ଟା ଆମ ସମୟର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ ଏବଂ ମାନବ କାହାଣୀର ପ୍ରକୃତ ମହତ୍ତ କୁ ସର୍ବଦା ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି | କାର୍ତ୍ତିକ ଆର୍ଯ୍ୟନ୍ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ହାନସାଲ ମେହେଟ୍ଟାଙ୍କ ସହ ସହଯୋଗ (collaborate) କରି ସେ ବହୁତ ଖୁସି | କ୍ୟାପଟେନ୍ ଇଣ୍ଡିଆ ନିଶ୍ଚିନ୍ତ ଭାବରେ ପ୍ରେରଣାଦାୟକ ଏବଂ ରୋମାଞ୍ଚକର ଅଟେ ଏବଂ ଆମ ଦେଶର ଏପରି ଐତିହାସିକ ଅଧ୍ୟାୟର ଅଂଶ ହୋଇଥିବାରୁ ମୁଁ ଗର୍ବିତ । ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱାଜାଙ୍କ ଦ୍ୱାରା ପ୍ରଯୋଜିତ, ବାୱେଜା ଷ୍ଟୁଡିଓର ସହ-ଉତ୍ପାଦକ ଭାବରେ ଏବଂ ଆରଏସଏଭିର ସୋନିଆ କାନୱାର ଆସୋସିଏଟ୍ ପ୍ରଡ୍ୟୁସର ଭାବରେ କାର୍ଯ୍ୟ କରୁଥିବା 'କ୍ୟାପଟେନ୍ ଇଣ୍ଡିଆ' ଆସନ୍ତା ବର୍ଷ ଆରମ୍ଭରେ Release ହେବ | କ୍ୟାପଟେନ ଇଣ୍ଡିଆ ର ଲେଖକ ତଥା ନିର୍ମାତା ହରମାନ ବାୱେଜା କହିଛନ୍ତି ଯେ, କ୍ୟାପଟେନ୍ ଇଣ୍ଡିଆ ଯାହା ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଛି | ମୋର ବିଶ୍ୱାସ ଅଛି ଯେ ଭାରତୀୟ ସେହି ମୁହୂର୍ତ୍ତକୁ ପୁନର୍ବାର ଦେଖିଵେ ଯେଉଁଠାରେ ଜଣେ ବ୍ୟକ୍ତି ନିଜର ଯନ୍ତ୍ରଣା ଏବଂ କଷ୍ଟରୁ ଅତିକ୍ରମ କରି ହଜାର ହଜାର ଲୋକଙ୍କୁ ବଞ୍ଚାଇ ପାରିଛି | ମୋର ବିଶ୍ୱାସ ଅଛି ଯେ ଏହି କାହାଣୀ ପ୍ରତ୍ୟେକ ଭାରତୀୟଙ୍କୁ ପସନ୍ଦ ଆସିବ |
ଶ୍ରୀକ୍ଷେତ୍ର ଗଲେ ୫ ପ୍ରୋବେସନର ଆଇଏଏସ୍ ଅଫିସର ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟରେ ଏମାନେ ସହଯୋଗ କରିବେ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ପୁରୀ ଗଲେ ୫ ପ୍ରୋବେସନର ଆଇଏଏସ୍ ଅଫିସର। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନତୀକରଣ କାର୍ଯ୍ୟରେ ଏମାନେ ସହଯୋଗ କରିବେ। ଏହି ୫ ଅଫିସର ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି, ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦାସ ପାଟିଲ। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି। ଏଥିଲାଗି ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କରାଯାଉଛି। ଏହି ସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ ୫ ଅଫିସର। ବିକାଶ ଲାଗି କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ଏହି ୫ IAS ଅଫିସର ରହିବବେ।
କନକ ବ୍ୟୁରୋ : କୋଭିଡ କଟକଣା ପାଳନ କରୁନଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ କଠୋର ହୋଇଛି କମିଶନରେଟ ପୋଲିସ । ଭୁବନେଶ୍ୱର ସମସ୍ତ ଜୋନର ଏସିପି ଓ ଆଇଆଇସି ପିସିଆର ଭ୍ୟାନରେ ସହର ପରିକ୍ରମା କରି ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଲକଡାଉନ ସମୟରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଜରିମାନା ବି ଆଦାୟ କରାଯାଉଛି । ବର୍ତ୍ତମାନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଇ କୌଣସି ଦୋକାନ ଖୋଲିବନି ବୋଲି ନିର୍ଦ୍ଦେଶ ରହିଛି । କିନ୍ତୁ କିଛି ଅମାନିଆ ଅନ୍ୟ ଦୋକାନ ଖୋଲା ରଖି ଚୋରା ବେପାର କରୁଥିବା ବେଳେ ପୋଲିସ ଦୋକାନ ଗୁଡିକୁ ସିଲ୍ କରି ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିଛି । ଏପରିକି ମୋବାଇଲ ଦୋକାନ ସହିତ, ମଦ ଦୋକାନ ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ତୁରନ୍ତ ଚଢାଉ କରି ଦୋକାନଗୁଡିକୁ ସିଲ୍ କରିଛି । ରବିବାର କୋଭିଡ ନିୟମ ଉଲଂଘନ ଯୋଗୁଁ ଦୁଇଟି ପ୍ରମୁଖ ବଜାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ୪ ନଂବର ମାଛ ବଜାରକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରିଛି ବିଏମସି । ସେହିପରି ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ବଜାର ବାପୁଜୀନଗର ମାର୍କେଟ୍କୁ ଜୁଲାଇ ୧ ଯାଏଁ ସିଲ୍ କରାଯାଇଛି ।
କଟକ : ରାଜ୍ୟରେ କରୋନା (କୋଭିଡ-୧୯)ର ମୁକାବିଲା ପାଇଁ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରିବା ନିଷ୍ପତ୍ତି ବିରୋଧରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି। ମାମଲାର ଶୁଣାଣି ସମୟରେ ଆୟୁଷ ନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଆୟୁଷ ମେଡିକାଲ ଅଫିସର ଓ ହୋମିଓପାଥିକ ମେଡିକାଲ ଅଫିସରଙ୍କ ନିୟୋଜନ ପରେ ସରକାରୀ ଆୟୁର୍ବେଦିକ ଡିସପେନସରି ଓ ହୋମିଓପାଥିକ ଡିସପେନସରି ଗୁଡିକ ବନ୍ଦ ହୋଇନାହିଁ। ଆୟୁଷ ଆସିଷ୍ଟାଣ୍ଟମାନେ ଡିସପେନସରି ଖୋଲି ମେଡିକାଲ ଅଫିସରଙ୍କ ପ୍ରେସକ୍ରିପସନ୍ ଅନୁସାରେ ଔଷଧ ବିତରଣ କରୁଛନ୍ତି। ଜରୁରୀ କ୍ଷେତ୍ରରେ ଏମାନେ ରୋଗୀଙ୍କୁ ସ୍ଥାନୀୟ ପିଏଚସି/ସିଏଚସିକୁ ପଠାଉଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ବିଭାଗର ମେ ୧୫ର ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଡିସପେନସରିରେ ଖାଲି ପଡିଥିବା ପଦବିରେ ୧୫୮ଜଣ ନୂଆ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ନବ ନିଯୁକ୍ତ ଡାକ୍ତରମାନେ ସେମାନଙ୍କ ଦାୟିତ୍ବ ନିର୍ବାହ କରୁଛନ୍ତି। ଆୟୁଷ ନିର୍ଦ୍ଦେଶକଙ୍କ ଏପରି ସତ୍ୟପାଠ ପରେ ହାଇକୋର୍ଟ ଏ ସଂପର୍କିତ ମାମଲାକୁ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରମୋଦ କୁମାର ଲେଙ୍କା, ବନବିହାରୀ ମୁଦୁଲି, ଅଭିମନ୍ୟୁ ବାରିକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
କୋଲକାତା,୫।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମମତା ବାନାର୍ଜୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଡିଜିପି ଏବଂ ଏଡିଜିଙ୍କୁ ବଦଳି କରିବା ସହିତ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟରେ କଟକଣା ଜାରି କରିଛନ୍ତି। ରାଜ୍ୟରେ ଘଟୁଥିବା ହିଂସା ରୋକିବା ପାଇଁ ସେ ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଡିଜିପି ନୀରଜ ଜୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି। ସେହିପରି ଏଡିଜି ଜଗମୋହନଙ୍କୁ ସିଭିଲ୍ ଡିଫେନ୍ସକୁ ପଠାଇ ଦିଆଯାଇଛି। ବିରେନ୍ଦ୍ରଙ୍କୁ ନୂଆ ଡିଜିପି ଏବଂ ଜାଭେଦ୍ ଶମିମ୍ଙ୍କୁ ଏଡିଜି ନିଯୁକ୍ତ କରାଯାଇଛି। Posted inଜାତୀୟ
ସଡକ ଦୁର୍ଘଟଣାରେ ୨ ମୃତ, ୩ ଆହତ ମାଲକାନଗିରି: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୈପାରିଗୁଡାର ବ୍ୟବସାୟୀ ଚୈତନ୍ୟ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶ୍ରୀ ମହାନ୍ତିଙ୍କ ପୁଅ, ଝିଅ ଓ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କ ପୁଅର ଅବସ୍ଥା ଗୁରୁତର ଅଛି। ତାଙ୍କୁ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝିଅ ଓ ଡ୍ରାଇଭର ବୈପାରୀଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ଚୈତନ୍ୟ ମହାନ୍ତି ଓ ତାଙ୍କ ପରିବାରର ଲୋକେ କାର ଯୋଗେ ଭୁବନେଶ୍ୱରରୁ ଫେରୁଥିବା ସମୟରେ ଡ୍ରାଇଭର ଭାରସମ୍ୟ ହରାଇବାରୁ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଶ୍ରୀ ମହାନ୍ତି ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କ ପୁଅ, ଝିଅ ଓ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
'ପିଲାଙ୍କ ସୁରକ୍ଷା ଅଭିଭାବକଙ୍କ ଦାୟିତ୍ୱ, କିଛି ଲୁଚାନ୍ତୁ ନାହିଁ' ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ ସ୍କୁଲରୁ ୩୪ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖବର ପ୍ରଚାରିତ ହେବା ପରେ ଅଭିଭାବକମାନେ ଆଶଙ୍କିତ ହୋଇ ପଡ଼ିଛନ୍ତି। ହେଲେ ସ୍କୁଲ ଖୋଲାଯିବା ଦିନଠୁ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏନେଇ ସେ କହିଛନ୍ତି, କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, ସେମାନଙ୍କ ମଧ୍ୟରୁ କେତେ ଜଣ ଗୁରୁତର ଅଛନ୍ତି ଦେଖିବାକୁ ପଡ଼ିବ। ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅଲଗା ବାଟ ନାହିଁ । ଯଦି ଶିଶୁଙ୍କ ପାଖରେ ଲକ୍ଷଣ ରହୁଛି ସ୍କୁଲ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ଅଛି ସେମାନେ ଘରେ ରୁହନ୍ତୁ। ଅଭିଭାବକ ସେମାନଙ୍କ ଯତ୍ନ ନିଅନ୍ତୁ। ସବୁବେଳେ ଆମ ଉପରେ ବିପଦ ରହିଛି। ତେଣୁ ଆମେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର। ICUରେ ୦.୨% ଶିଶୁ ଚିକିତ୍ସାଧୀନ ଥିବା ବେଳେ ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ, ଟ୍ୱିନ୍ସିଟିରେ ଆର୍ ଭ୍ୟାଲୁ ୧ ପ୍ରତିଶତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ପିଲାମାନେ କରୋନା କଟକଣା କଡ଼ାକଡ଼ି ପାଳନ କରିବା କଷ୍ଟକର। ସେମାନଙ୍କୁ ଶିକ୍ଷକ ତଥା ଅଭିଭାବକ ଏଥିନିମନ୍ତେ ପରାମର୍ଶ ଦେବା ଉଚିତ। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବାକୁ ସବୁବେଳେ ଚେତାଇ ଦେବା ଉଚିତ। ପରିସ୍ଥିତି ବିଗିଡ଼ିଲେ ସ୍କୁଲ ବନ୍ଦ ହେବ। ପିଲାଙ୍କ ଭବିଷ୍ୟତ ପାଇଁ ଅଭିଭାବକ ଓ ଶିକ୍ଷକ ଯତ୍ନବାନ ହେବା ଉଚିତ। ଏଥିସହ ସେ କହିଛନ୍ତି, ପିଲାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରାଥମିକ ଦାୟିତ୍ୱ ହେଉଛି ଅଭିଭାବକଙ୍କର। ସେମାନେ କିଛି ଲୁଚାଇବା କଥା ନୁହେଁ। ପିଲାଙ୍କ କାଶ, କଫ, ଥଣ୍ଡା ହେଲେ ତୁରନ୍ତ ଜଣାନ୍ତୁ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ଅଛି । ବହୁ ଜାଗାରେ ଅକ୍ସିଜେନ ପ୍ଲାଟ କାମ ଚାଲିଛି। ତୃତୀୟ ଲହର ଆସିଲେ ତାହାର ମୁକାବିଲା କରିହେବ। ସୂଚନାଯୋଗ୍ୟ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲର କେବଳ ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଶିକ୍ଷକ ଓ ଜଣେ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, କୌଣସି ସ୍କୁଲ୍ରୁ ଦିଆଯାଉଥିବା ଦଶମ ସାର୍ଟିଫିକେଟରୁ ଜନ୍ମ ତାରିଖ ନିର୍ଧାରଣ କରାଯାଏ । ଜନ୍ମ ତାରିଖ ସ୍ଥିର କରିବା ପାଇଁ ଦଶମ ସାର୍ଟିଫିକେଟ ହେଉଛି ଯଥେଷ୍ଟ ଆଇନଗତ ପ୍ରମାଣ । ଯେଉଁଠାରେ ଏହି ସାର୍ଟିଫିକେଟର ତଥ୍ୟ ଠିକ ରହିଛି, ସେଠି ଡିଏନ୍ଏ ଟେଷ୍ଟର ଆବଶକ୍ୟତା ନାହିଁ । ଏହି ନିଷ୍ପତିକୁ ଅଜିଙ୍କ୍ୟ ଫିରୋଦିୟାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଦର୍ଶାଇ ଜଷ୍ଟିସ ସୌରଭ ଶ୍ୟାମ ଶମସେର ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯେଉଁଭଳି ଭାବରେ ଅପର୍ଣା ଅଜିଙ୍କ୍ୟ ଫିରୋଦିୟା ମାମଲାରେ କୁହାଯାଇଛି, ଯେ ଊଘଇ ଟେଷ୍ଟ୍ ପାଇଁ ନିୟମିତ ଭାବରେ ଅନୁମତି ଦିଆଯାଇ ପାରିବ ନାହିଁ । କେବଳ ଜରୁରୀକାଳୀନ ସମୟରେ ଏହା ବ୍ୟବହାର ହୋଇପାରିବ । ଯଦି ବ୍ୟକ୍ତିଙ୍କ ମାତା ପିତାଙ୍କ ଚିହ୍ନଟ ପାଇଁ ଅନ୍ୟ କୌଣସି ସଂସାଧନ କିମ୍ବା ସାର୍ଟିଫିକେଟ ନଥିବ ତେବେ ଊଘଇ ଟେଷ୍ଟ ପାଇଁ ଅନୁମତି ଦିଆଯିବ । ଦଶମ ସାର୍ଟିଫିକେଟକୁ ଜନ୍ମତିଥି ନିର୍ଦ୍ଧାରଣ ପାଇଁ ଯଥେଷ୍ଟ ଆଇନଗତ ପ୍ରମାଣ ବୋଲି ଗଣନା କରାଯାଉଛି । ମାମଲା ଅନୁଯାୟୀ ୟାକୁଲ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଜମି ବିବାଦ ରହିଥିଲା । ତାଙ୍କ ତିନି ପୁଅ ସକିଲ, ଜମିଲ ଓ ଫୁରକାନ ଅଟନ୍ତି । ବଡ଼ ପୁଅ ସକିଲଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ବିବାହିତ ସ୍ତ୍ରୀ ୟାଚୀ ମୁବିନ ଓ ପୁତ୍ର ସନ୍ତାନ ରହିଛନ୍ତି । କିନ୍ତୁ ଅଭିଯୋଗ ଅନୁଯାୟୀ ସେ ପୁତ୍ର ସନ୍ତାନ ସକିଲଙ୍କର ନୁହେଁ । ୟାଚୀଙ୍କର ଦ୍ୱିତୀୟ ବିବାହ ପରେ ପୁତ୍ର ସନ୍ତାନ ହୋଇଥିବା ଅଭିଯୋଗକାରୀ କହିଛନ୍ତି । ତେବେ ଏନେଇ ତର୍କ ବିତର୍କ ହୋଇଥିଲା । ପରେ ଡିଏନ୍ଏ ଟେଷ୍ଟ ମାଧ୍ୟମରେ କଥାର ସତ୍ୟାସତ୍ୟ ଜାଣିବା ପାଇଁ ଅପିଲ କରାଗଲା । ତେବେ କୋର୍ଟ ତାଙ୍କ ନିର୍ଣ୍ଣୟରେ କହିଲେ ସାର୍ଟିଫିକେଟରୁ ଜନ୍ମ ତାରିଖ ତଥା ମାତା ପିତା ଚିହ୍ନଟ ପାଇଁ ମଧ୍ୟ ବ୍ୟବହାର କରାଯାଏ । କେବଳ ଆବଶ୍ୟକ ସମୟରେ ଡିଏନ୍ଏ ଟେଷ୍ଟର ଅନୁମତି ଦିଆଯାଏ । ଯେହେତୁ ୟାଚୀ ଦ୍ୱିତୀୟ ବିବାହ କରିଛନ୍ତି, ତେଣୁ ପ୍ରଥମ ସ୍ୱାମୀଙ୍କ ସମ୍ପତ୍ତିରେ ତାଙ୍କର କୌଣସି ଅଧିକାର ନାହିଁ । ଜଣେ ବ୍ୟକ୍ତିଙ୍କ ଜନ୍ମ ତାରିଖ ନିର୍ଦ୍ଧାରଣ କିମ୍ବା ମାତା ପିତାଙ୍କ ଚିହ୍ନଟ ପାଇଁ ସ୍କୁଲରୁ ଦିଆଯାଉଥିବା ଦଶମ ସାର୍ଟିପିକେଟ ଯଥେଷ୍ଟ ଆଇନଗତ ପ୍ରମାଣ । ତେବେ ସବୁ କ୍ଷେତ୍ରରେ ଡିଏନ୍ଏ ଟେଷ୍ଟ କରିବା ସମ୍ଭବ ନୁହେଁ ।
ବର୍ତ୍ତମାନ ବଜାରରେ ପିଆଜର ଦର ଯାହା ଲୋକମାନେ ସୁନା ସହ ପିଆଜକୁ ତୁଳନା କରୁଛନ୍ତି । ଲୋକଙ୍କୁ ନାକରେ କନ୍ଦାଉଥିବା ପିଆଜ କେଉଁଠି ଚୋରୀ ହେଲାଣି ତ ଆଉ କେଉଁଠି ପିଆଜକୁ ନେଇ ଝଗଡା ଦେଖାଗଲାଣି । ନିକଟରେ ପିଆଜକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ କଥା ଏତେ ବଢିଗଲା ଯେ ଦେଖୁ ଦେଖୁ ୫ ଜଣ ମହିଳା ଏହି ଝଗଡାରେ ଆହତ ହୋଇଗଲେ । ଘଟଣାଟି ହେଉଛି ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର । ଏଠାକାର ଏକ ଗାଁରେ ପିଆଜକୁ ନେଇ ୨ ମହିଳାଙ୍କ ଝଗଡା ହେଲା । ଜଣେ ମହିଳା ଆରଜଣଙ୍କୁ ପିଆଜ କିଣିବାକୁ ସମର୍ଥ ନଥିବା କଥା କହିଥିଲେ । ପ୍ରଥମେ ତ ଏହି କଥାକୁ ନେଇ ୨ ମହିଳା ଲଢୁଥିଲେ କିନ୍ତୁ କିଛି ସମୟ ପରେ ଆଉ ୩ ଜଣ ଏଥିରେ ସାମିଲ୍ ହୋଇଗଲେ । ଦେଖୁ ଦେଖୁ ଏହି ବିବାଦ ହିଂସାତ୍ମକ ରୁପ ନେଲା , ତା'ପରେ ଚାଲିଲା ଗାଳି । ଏଭଳି ସ୍ଥିତି ହେଲା ଯେ ଏବେ ୫ ଜଣ ମହିଳା ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ବିବାଦକୁ ନେଇ ୨ ଗୋଷ୍ଠୀର ଲୋକଙ୍କ ନାଁରେ ଏତଲା ଦିଆଯାଇଛି ।
ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକଙ୍କ ବୟସ ୭୫ ବର୍ଷ ବୟସ ହୋଇଥିବା ବେଳେ ସେ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ମିଳିଛି । Sorry to inform that a 75 year old patient of Cuttack suffering from severe comorbidities and chronic pulmonary disease was admitted to AIIMS Bhubaneswar Emergency and unfortunately passed away within a few hours. He was later tested and found to be positive for #COVID19. — H & FW Dept Odisha (@HFWOdisha) May 19, 2020
ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ଠକେଇ ଅଭିଯୋଗରେ ବିଲଡର ଗିରଫ । ଫ୍ଲାଟ୍ ଦେବା ନାଁରେ ଠକେଇ କରିଥିବା ବିଲଡର ନିରଂଜନ ରଣାଙ୍କୁ ଗିରଫ କରିଛି ପୋଲିସ । ମା ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଠକେଇ କରିଥିଲେ ନିରଂଜନ । ଗ୍ରାହଙ୍କ ଠାରୁ ଫ୍ଲାଟ ଦେବା ନାଁରେ ୧୦ କୋଟିରୁ ଅଧିକ ଟଂକା ଠକେଇ କରିଥିବା ଅଭିଯୋଗ ହୋଇଛି । ତାଂକୁ ସହିଦନଗର ଥାନା ପୋଲିସ ପଚରାଉଚୁରା କରିବା ପରେ ଗିରଫ କରିଛି । ଲୋକଙ୍କ ଟଂକାରେ କରୁଥିଲେ ଓଲିଉଡ୍ ଫିଲ୍ମ । ଲୋକଙ୍କ କଷ୍ଟ ଉପାର୍ଜିତ ଟଂକା ଠକି ବିଲଡର କରୁଥିଲେ ଅଏସ୍ । ନିରଂଜନ ରଣାଙ୍କ ଗିରଫଦାରୀ ପରେ ପଦାକୁ ଆସିଛି ଅନେକ ଗୁମର କଥା । ନିରଜଂନ ଥିଲେ ଜଣେ ବିଲଡର ଆଉ ଚଳଚିତ୍ର ପ୍ରଯୋଜକ । ହେଲେ ଲୋକଙ୍କୁ ଘର ନଦେଇ ସେହି ଟଂକା ଖର୍ଚ କରୁଥିଲେ ସିନେମା ତିଆରିରେ । ବଡ ବଡ ଅଭିନେତା, ଗ୍ଲାମର ଅଭିନେତ୍ରୀଙ୍କୁ ନେଇ ତିଆରି କରୁଥିଲେ ଫିଲ୍ମ ।
ମାସର ଶେଷ ଦିନରେ ହିଁ ମିଳିବ ଦରମା ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଦରମା ଓ ପେନ୍ସନ୍ ପାଇଁ ସେମାନଙ୍କୁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡିବ ନାହିଁ। କାରଣ ଏବେ ଦରମା ମାସର ଶେଷ କାର୍ଯ୍ୟ ଦିବସରେ ହିଁ ମିଳିବ। ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ନୂଆ ବ୍ୟବସ୍ଥା ଚଳିତ ମାସରୁ ଲାଗୁ ହେବ। ଏନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏକ ନିୟମାବଳୀ ଜାରି କରାଯାଇଛି। ଯଦି ମାସର ଶେଷଦିନ ବ୍ୟାଙ୍କ ଛୁଟି ଥାଏ ତେବେ ଦିନକ ପୂର୍ବରୁ ଦରମା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବଜେଟ୍ ଓ ଆଲଟମେଣ୍ଟ ବ୍ୟବସ୍ଥା ନ ଥିଲେ ଡିଡିଓ ମାନଙ୍କ ଦ୍ୱାରା ମାର୍ଚ୍ଚ ୩୧ ପରେ ମଧ୍ୟ ବେତନ ବିଲ୍ ଦାଖଲ କରାଯାଇପାରିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। — ଓଟିଭି (@otvkhabar) September 25, 2019
ନୂଆଦିଲ୍ଲୀ: ନିଜ ବିବାହକୁ ସ୍ବତନ୍ତ୍ର କରିବା ସହିତ ଅଭୁଲା କରିବା ପାଇଁ ଯୁବକ ଓ ଯୁବତୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିବା ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କ ସହିତ ମଝି ଆକାଶରେ ରୋମାଣ୍ଟିକ ଶୈଳୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ଯୁବକ ଓ ଯୁବତୀଙ୍କ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓରେ ଦେଖିବାକୁ ମିଳୁଥିବା ଯୁବତୀଙ୍କ ନାମ ଶ୍ରୁତିକା ଓ ଯୁବକଙ୍କ ନାମ ଶୁଭମ ରହିଛି। ଏଇ ଦୁହିଁଙ୍କୁ ବିବାହ ସ୍ଥିର ହୋଇଯାଇଛି। ବିବାହ କରିବା ପାଇଁ ଦୁହେଁ ବିମାନ ଯାତ୍ରାରେ ଅଛନ୍ତି। ଏହି ସମୟରେ ଏହି ପ୍ରେମୀଯୁଗଳ ଏକ ଚାର୍ଟର ବିମାନରେ ସାଙ୍ଗସାଥିଙ୍କ ସହ ଆକାଶରେ ଉଡ଼ି 'ତୁ ମାନ୍ ମେରି ଜାନ' ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। View this post on Instagram ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଜୟ କର୍ମାନୀ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓକୁ ୪୦ଲକ୍ଷରୁ ଅଧିକ ଥର ଲୋକେ ଦେଖି ସାରିଲେଣି। ପୋଷ୍ଟର କ୍ୟାପସନ ମୁତାବକ, ଉକ୍ତ ପ୍ରେମୀଯୁଗଳ ୩୬ହଜାର ଫୁଟ ଉଚ୍ଚରେ ନୃତ୍ୟ କରୁଛନ୍ତି।'
ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ଗତ ୨ ସପ୍ତାହ ହେବ ବର୍ଷା ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଜୁଲାଇ ଶେଷହେବାକୁ ବସିଥିବା ବେଳେ ରାଜ୍ୟରେ ସ୍ବାଭାବିକ ବର୍ଷା ହେଉନାହିଁ। ଧାନବିଲ ଫାଟି ଆଁ କଲାଣି। ଚାଷୀ ମୁଣ୍ଡରେ ହାତ ଦେଲେଣି। ବିଧାନସଭାରେ ମଧ୍ୟ ରାଜ୍ୟରେ ମରୁଡ଼ି ପରିସ୍ଥିତିକୁ ନେଇ ବିଧାୟକମାନେ ଆଶଙ୍କା କଲେଣି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୃଷି ବିଶେଷଜ୍ଞମାନେ ଆକଳନ କଲେଣି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍ ପହିଲାରୁ ଏ ପର୍ଯ୍ୟନ୍ତ ୨୩ ପ୍ରତିଶତ କମ୍ ବର୍ଷା ହୋଇଛି। ୪ଟି ଜିଲାରେ ୪୦ ପ୍ରତିଶତରୁ କମ୍ ବର୍ଷା ହୋଇଥିବା ବେଳେ ଅନ୍ୟ ଜିଲାଗୁଡିକରେ ମଧ୍ୟ ପରିସ୍ଥିତି ଅସମ୍ଭାଳ ହେଲାଣି। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।
ପୁଲିସ-ଜନତା ଖଣ୍ଡଯୁଦ୍ଧ : ଭଦ୍ରକ ଦୋଳମେଳଣରେ ଡିଜେ ବାଜିବାକୁ ନେଇ ଗଣ୍ଡଗୋଳ । ପୁଲିସ ମାଡରେ ୩ ଆହତ, ୨ ଡିଜେ ଗାଡି ଜବତ କନକ ବ୍ୟୁରୋ : ଭଦ୍ରକରେ ଡିଜେ ବଜାଇବା ଘଟଣାକୁ ନେଇ ଗଣ୍ଡଗୋଳ । ଧାମନଗର ଚୂଡାକୁଟି ମେଳଣର ଶୋଭାଯାତ୍ରା ବାହାରିବା ବେଳେ ଡିଜେକୁ ନେଇ ପୁଲିସ ଓ ଜନତା ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି । ବିନା ଅନୁମତିରେ ଡିଜେ ବାଜୁଥିବା ସମୟରେ ଧାମନଗର ପୋଲିସ ପହଂଚି ଡିଜେ ବନ୍ଦ କରିବାକୁ ଉଦ୍ୟମ କରିଥିଲା । ଏହାକୁ ନେଇ ପୁଲିସ ଓ ଜନତା ମଧ୍ୟରେ ଧସ୍ତା ଧସ୍ତି ହୋଇଛି । ପୁଲିସ ୨ଟି ଡିଜେକୁ ଜବତ କରିଥିବା ବେଳେ ପୁଲିସ ମାଡରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛି ।
ଅନୁଗୁଳ: ସାରା ଦେଶରେ ଅକ୍ସିଜେନ୍କୁ ନେଇ ହାହାକାର ସ୍ଥିତି । ଏହି ଅକ୍ସିଜେନ୍ ଅଭାବରୁ ହିଁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମସ୍ତ କୋଭିଡ୍ କେୟାର୍ ସେଣ୍ଟର୍ରେ ଆବଶ୍ୟକ ପରିମାଣର ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦେଶ ଦେଇଛନ୍ତି। ଅନୁଗୁଳରେ କରୋନା ସ୍ଥିତି ବିଗିଡି ଚାଲିଥିବା ବେଳେ ଜିଲ୍ଲାପାଳ ସୋମବାର ଅପରାହ୍ନରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବାରୁ କୋଭିଡ୍ କେୟାର ସେଣ୍ଟରର ସୁପରିଚାଳନା ପାଇଁ ବିଡ଼ିଓ ଓ ତହସିଲଦାରଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲାରେ ଉଚ୍ଚା ସଂକ୍ରମଣର ନିୟନ୍ତ୍ରଣ ପାଇଁ ସରକାରୀ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। Angul TV Bureau 922 posts 0 comments Prev Post Next Post
ଲୋକେ ସାରା ଜୀବନର ସଞ୍ଚୟ ଘର କିଣାରେ ଲଗାଇଦିଅନ୍ତି। ଘର ସହିତ ଗ୍ରାହକଙ୍କ ଭାବପ୍ରବଣତା ଜଡ଼ିତ। ସେମାନଙ୍କୁ ଇମୋଶନ ଓ ହାପିନେସ୍ ଡେଲିଭର କରିବା ପାଇଁ ମେଟ୍ରୋ ବିଲ୍ଡର୍ସ ଉଦ୍ୟମ ଜାରି ରଖିଛି। ଠିକ୍ ସମୟରେ ଘର ଯୋଗାଇବା ସହ ଗୁଣବତ୍ତାକୁ ପ୍ରାଥମିକତା ଦେଉଥିବାରୁ ମେଟ୍ରୋ ବିଲ୍ଡର୍ସ ଓଡ଼ିଶା ପ୍ରାଇଭେଟ ଲିଃ ସଫଳତାର ଶୀର୍ଷକୁ ସ୍ପର୍ଶ କରିପାରିଛି ବୋଲି ଧରିତ୍ରୀକୁ କହିଛନ୍ତି ଏହି ପ୍ରତିଷ୍ଠିତ ରିୟଲ ଇଷ୍ଟେଟ୍ ସଂସ୍ଥାର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ସୋଫିଆ ଫିର୍ଦୋସ। ରାଜ୍ୟ ରିୟଲ ଇଷ୍ଟେଟ୍ କ୍ଷେତ୍ରର ଅଭିବୃଦ୍ଧିକୁ କେମିତି ଦେଖୁଛନ୍ତି? ସଙ୍ଗଠିତ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଅଭିବୃଦ୍ଧିର ଅନେକ ସୁଯୋଗ ରହିଛି। ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଆକ୍ଟ ଲାଗୁହେବା ପରେ ଏହି କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ବିତ ହୋଇଛି। ପ୍ଲେୟରମାନେ ଭଲ ଭଲ ପ୍ରକଳ୍ପ ଶୁଭାରମ୍ଭ କରୁଛନ୍ତି। ମାତ୍ର ବଡ଼ ବଡ଼ ସହରର ଜନସଂଖ୍ୟା ଅଭିବୃଦ୍ଧି ହାର ଏକ ସୀମାରେ ରହୁଥିବାରୁ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଭଳି ସହରରେ ଚାହିଦା ଅଧିକ ରହିଲେ ମଧ୍ୟ ଅଭିବୃଦ୍ଧି ସୁଯୋଗ ସୀମିତ ରହିବ। ମଧ୍ୟବିତ୍ତଙ୍କ ଘର କିଣା ଚାହିଦା ପୂରଣ ଲାଗି ଆପଣଙ୍କ ପ୍ରସ୍ତୁତି ? ଲୋକଙ୍କ ଚାହିଦା ହିସାବରେ ପ୍ରକଳ୍ପ ଆଣିବା ଲାଗି ଆମେ ଉଦ୍ୟମ ଜାରି ରଖିଛୁ। ଆମ ପାଖରେ ବଡ଼ ଲାଇଫ୍ ଷ୍ଟାଇଲର ପ୍ରକଳ୍ପ ମଧ୍ୟ ରହିଛି। ଟାଉନ୍ଶିପ ପ୍ରୋଜେକ୍ଟ କରୁଛୁ। ତା' ସହିତ ସହର ଭିତରେ ପ୍ରାଇମ୍ ପ୍ରୋଜେକ୍ଟ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଗ୍ରାହକ ଆମ ପାଖରେ ବିସ୍ତୃତ ବର୍ଗରେ ବିକଳ୍ପ ଲାଭ କରିପାରିବେ। କିଛି ନୂଆ ପ୍ଲାନ୍ ରଖିଛନ୍ତି କି? ଆମ କମ୍ପାନୀ ବର୍ତ୍ତମାନ ଗୁଣବତ୍ତା ଉପରେ ଫୋକସ୍ କରୁଛି। ମେଟ୍ରୋ ୧୦୦ ଏକର ଟାଉନ୍ଶିପ ପ୍ରୋଜେକ୍ଟ ପର୍ଯ୍ୟାୟ ଭିତ୍ତିରେ ଆସିବ। ଏହା ସହିତ କଟକ ସହରରେ ଏକ ବଡ଼ ପ୍ରକଳ୍ପ ଆଣିବା ପାଇଁ ଯୋଜନା ରଖାଯାଇଛି। ତ୍ରିଶୂଳିଆରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ହାତକୁ ନିଆଯାଇଛି। କରୋନା ମହାମାରୀରେ କାମ କିଭଳି ପ୍ରଭାବିତ ହୋଇଛି? ଲକ୍ଡାଉନ୍ରେ କାମ ଉପରେ ପ୍ରଭାବ ପଡ଼ିଥିଲା। ଏବେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। କରୋନା ସମୟରେ ଆମ ପ୍ରକଳ୍ପ ସାଇଟ୍ଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ରହିଯାଇଥିଲେ। କୋଭିଡ୍ ନିୟମ ପାଳନକରି ସେମାନଙ୍କୁ ଖାଦ୍ୟ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଦେଇଥିଲୁ। ସେହିଭଳି ମୁକିମ୍ ଫାଉଣ୍ଡେଶନ ଅଧୀନରେ ଦୈନିକ ରାଶନ ଏବଂ ଶୁଖିଲା ଖାଦ୍ୟ ପ୍ୟାକେଟ୍ ଲୋକଙ୍କ ନିକଟରେ ପହଞ୍ଚାଇଥିଲୁ। ରିୟଲ ଇଷ୍ଟେଟ୍ କ୍ଷେତ୍ର ଆଗରେ ଚ୍ୟାଲେଞ୍ଜ କ'ଣ? ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଥାଏ। ଜମି ସଂଗ୍ରହଠାରୁ ପ୍ରକଳ୍ପ ସାଇଟ୍ର ସମସ୍ୟା, ଶ୍ରମିକ ପରିଚାଳନା, ବିଭିନ୍ନ ବିଭାଗ ସହ ସମନ୍ବୟ, ମଞ୍ଜୁରୀ ଏବଂ ଅକ୍ୟୁପାନ୍ସି ଭଳି ପ୍ରକ୍ରିୟା ଦେଇ ଯିବାକୁ ପଡ଼େ। ସରକାର ୨୦୨୦ରେ ଓଡିଏ ନିୟମ ଆଣି ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଉତ୍ସାହିତ କରିଛନ୍ତି। ଏହି କ୍ଷେତ୍ର ଲାଗି ସିଙ୍ଗଲ ଓ୍ବିଣ୍ଡୋ, ଠିକ୍ ସମୟରେ ମଞ୍ଜୁରୀ, ଷ୍ଟାମ୍ପ୍ ଡ୍ୟୁଟି ହ୍ରାସ, ଉଚିତ ସମୟରେ ରେରା ପଞ୍ଜୀକରଣ ଗ୍ରାଣ୍ଟ କରିବା ଭଳି ପ୍ରସଙ୍ଗ ନେଇ ସରକାରଙ୍କୁ ରିୟଲ ଇଷ୍ଟେଟ୍ ଶିଳ୍ପର ପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି। ସରକାର ଏସବୁ ପ୍ରସଙ୍ଗକୁ ଧ୍ୟାନ ଦେଲେ ରିୟଲ ଇଷ୍ଟେଟ୍ କ୍ଷେତ୍ରର ଅଭିବୃଦ୍ଧି ସମ୍ଭବ। ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ଯୁବବର୍ଗଙ୍କୁ ପରାମର୍ଶ? ଯଦି ଆପଣ କରୁଥିବା କାମ ପ୍ରତି ଭଲ ପାଇବା ଏବଂ ଅନୁରାଗ ରହିବ ତେବେ କିଛି ବି ଜିନିଷ ଅସମ୍ଭବ ନୁହେଁ। ସଫଳତା ଲାଗି କିଛି ଶର୍ଟକଟ୍ ନାହିଁ। କଠିନ ପରିଶ୍ରମ କରିବାକୁ ହିଁ ପଡ଼ିବ। ମୁଁ ଏହି କ୍ଷେତ୍ରରେ ୭ ବର୍ଷ ହେବ କାମ କରୁଛି। ଏହାକୁ ନେଇ ଅତ୍ୟନ୍ତ ଖୁସି। ରିୟଲ ଇଷ୍ଟେଟ୍ ପାଇଁ ରାଜ୍ୟରେ ଆଉ କିଛି ସ୍ବତନ୍ତ୍ର ନୀତି ଆସିବାର ଆବଶ୍ୟକତା ରହିଛି କି? ରିୟଲ ଇଷ୍ଟେଟ୍ ପାଇଁ ଡେଭେଲପ୍ମେଣ୍ଟ ଅଥରିଟି ରହିଛି। ପ୍ରକଳ୍ପ ମଞ୍ଜୁରୀ ଏବଂ ନୋ ଅବ୍ଜେକ୍ସନ ସାର୍ଟିଫିକେଟ ପ୍ରଦାନ ଭଳି ବିଭିନ୍ନ ନିୟାମକ କାମକୁ ଏହା ତଦାରଖ କରୁଛି। ସେହିଭଳି ୫୦୦ ବର୍ଗ ମିଟରର ପ୍ରକଳ୍ପ କିମ୍ବା ୮ ଫ୍ଲାଟ୍ର ପଞ୍ଜୀକରଣ ବ୍ୟବସ୍ଥା ରେରାରେ ରହିଛି। ଘର କିଣିବା ବେଳେ ଗ୍ରାହକ କେଉଁ ଦିଗ ପ୍ରତି ବେଶି ଧ୍ୟାନଦେବା ଉଚିତ? ଘର କିଣିବା ପୂର୍ବରୁ ବଜାରରେ ବିଲ୍ଡରଙ୍କ କ'ଣ ସ୍ଥିତି ରହିଛି ତାହା ଗ୍ରାହକମାନେ ଜାଣିବା ଦରକାର। ରେରା ପଞ୍ଜୀକୃତ ପ୍ରକଳ୍ପରେ ନିବେଶ କରିବାକୁ ଆମେ ପରାମର୍ଶ ଦେଉଛୁ। ବର୍ତ୍ତମାନ ମିଡିଲ ଇନ୍କମ୍ ଗ୍ରୁପ୍ର ଫ୍ଲାଟ୍ ବିକ୍ରି ବେଶି ରହିଛି। ୪୦ରୁ ୬୦ ଲକ୍ଷ ଟଙ୍କାର ଫ୍ଲାଟ୍ କ୍ରୟକୁ ଲୋକେ ପସନ୍ଦ କରୁଛନ୍ତି।
ନିଆଁ ଲାଗି ଘର ଭସ୍ମୀଭୂତ ଖଡ଼ିଆଳ: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରେ ନିଆଁ ଲାଗି ସାରୁ ବାଗଙ୍କ ଘର ଭସ୍ମୀଭୂତ ହୋଇଛି। ସାରୁଙ୍କ ପରିବାର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସୋମବାର ଅପରାହ୍ନ ୧୨ଟାରେ ସମସ୍ତେ କାମ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ଖଡ଼ିଆଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଆସବାବପତ୍ର ସହ ଘର ପୋଡ଼ି ଭସ୍ମୀଭୂତ ହୋଇଥିଲା। ସାରୁଙ୍କ ପରିବାର ନିହାତି ଗରିବ ହୋଇଥିବାରୁ ତୁରନ୍ତ ତାଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
କନକ ବ୍ୟୁରୋ : କଥାରେ ଅଛି ଚାଷ ଅଛି ଯାହାର, କେଡେ ଖୁସି ତାହାର । ସାରା ଦେଶକୁ ଖାଦ୍ୟ ଯୋଗାଏ ଚଷା ପୁଅ । ହଳବଳଦ ଧରି ବିଲକୁ ଯାଏ , ମାଟି ସହ ମାଟି ହୋଇ କାମ କରେ ଆଉ ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଏ । ହେଲେ ଏସବୁ ଉକ୍ତିିର ଆଜି କିଛି ମୂଲ୍ୟ ନାହିଁ । ବିଦ୍ୟାଳୟରେ କୃଷକର ଆତ୍ମକାହାଣୀ ରଚନା ଲେଖିବା ପାଇଁ ଏସବୁ ଠିକ ଅଛି କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ହଳବଳଦର ସ୍ଥାନ ନେଇଥିବା ଟ୍ରାକ୍ଟର, ପାୱା ଟ୍ରିଲର ଅବା ଯନ୍ତ୍ରାଂଶ ପାଇଁ ଋଣ କରିବାକୁ ପଡେ ଚାଷୀକୁ । ଘର ପୋଷିବା ପୂର୍ବରୁ ଦାଉ ସାଧେ ମରୁଡି, ଅନାବୃଷ୍ଟି କିମ୍ବା ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ । ଯାହାକୁ ପରିଶୋଧ କରିବା ପାଇଁ ତାକୁ ନିଜ ଜୀବନ ଦେବାକୁ ପଡେ । ଆତ୍ମହତ୍ୟା କରେ ଋଣ ସୁଝି ନପାରି । ତେବେ ଓଡିଶାର ଚାଷୀଙ୍କ ହାରାହାରି ଆୟ କେତେ । ମାସକୁ ନା ବର୍ଷକୁ ହିସାବ ହୁଏ ତାର ଆୟ । ଆୟ ଟଙ୍କାରେ କଣ କରେ ଚାଷୀ । ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିବା ବେନ୍ତେ୍ୱିଧାନସଭାରେ ଏହାର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ୨୦୧୨-୧୩ର ଏକ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଜଣେ ଚାଷୀର ବାର୍ଷିକ ମୁଣ୍ଡପିଛା ଆୟ ହେଉଛି ୫୯ ହଜାର ୭୧୨ ଟଙ୍କା । ଯାହା ଜନ୍ମ ଦେଇଛି ଅସୁମାରୀ ପ୍ରଶ୍ନକୁ । ଗତକାଲି ଏ ସଂପର୍କିତ ଏକ ତାରକା ପ୍ରଶ୍ନ ପଚାରିଥିଲେ ସଭ୍ୟ ଦିଲିପ ରାୟ । ରାଜ୍ୟରେ ଶେଷ ସରକାରୀ ତଥ୍ୟ ଅନୁଯାୟୀ ଜଣେ ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ କେତେ ବୋଲି ଜାଣିବାକୁ ଚାହିଁଥିଲେ । ଏହାସହ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏହାର ତୁଳନାତ୍ମକ ଚିତ୍ର ବି ଦେଖିବାକୁ ଚାହିଁଥିଲେ । ଯାହାର ଉତ୍ତର ଦେଇଛନ୍ତି ମନ୍ତ୍ରୀ । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଦାମୋଦର ରାଉତ ଲିଖିତ ଉତ୍ତରରେ ଏନେଇ ସବିଶେଷ ବିବରଣୀ ଦେଇଛନ୍ତି । ଦେଶର କୃଷକମାନଙ୍କର ରୋଜଗାର ସମ୍ବନ୍ଧୀୟ ତଥ୍ୟ ଆକଳନ କରିବା ନିମେନ୍ତ କୌଣସି ବିଧିବଦ୍ଧ ଓ ନିୟମିତ ତଥ୍ୟ ସଂଗ୍ରହ ପ୍ରଣାଳୀ ନାହିଁ । ଏ ସମ୍ବନ୍ଧରେ ମୁଖ୍ୟ ତଥ୍ୟ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ପରିସ୍ଥିତି ଆକଳନ ସର୍ବେକ୍ଷଣର ସର୍ଭେ ରିପୋର୍ଟ ଅନୂଯାୟୀ ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ଯେଉଁଥିରେ କୁହାଯାଇଛି, ୨୦୧୨ ଜୁଲାଇରୁ ୨୦୧୩ ଜୁନ ପର୍ଯ୍ୟନ୍ତ କରାଯାଇଥିବା ପରିକ୍ରମା ଅନୁସାରେ ଓଡିଶାରେ କୃଷକଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୫୯ ହଜାର ୭୧୨ ଟଙ୍କା । ଏହି ରିପୋର୍ଟ ଅନୁଯାୟୀ ନିରୋଳା କୃଷି, ପଶୁପାଳନ, ଅଣକୃଷି, ମଜୁରୀ ଓ ଦରମା ଏବଂ ଅନ୍ୟାନ୍ୟ ସୁତ୍ରରୁ ହେଉଥିବା ଆୟର ହିସାବ ଦିଆଯାଇଥିଲା । ରାଜ୍ୟର ଚାଷୀ ମଜୁରୀ ଓ ଦରମା ବାବଦକୁ ୨୦ ହଜାର ୫୯୨, ଚାଷକାର୍ଯ୍ୟ ବାବଦକୁ ୧୬ ହଜାର ୮୮୪, ପଶୁପାଳନ ବାବଦକୁ ୧୫ ହଜାର ୭୬୮, ଅଣଚାଷ ସମ୍ବନ୍ଧୀୟ ବ୍ୟବସାୟ ବାବଦକୁ ୬ହଜାର ୪୬୮ ହୋଇ ମୋଟ ୫୯ ହଜାର ୭୧୨ ଟଙ୍କା ଆୟ ହେଉଛି । ମାନେ ନିରୋଳା କୃଷିକାର୍ଯ୍ୟରୁ ମାତ୍ର ୧୬ ହଜାର ୮୮୪ ଟଙ୍କା ବାର୍ଷିକ ଆୟ ହେଉଛି ଚାଷୀର । ଅନ୍ୟପଟେ ଓଡିଶାର ଚାଷୀଙ୍କ ଆୟ ଓ ଜାତୀୟ ଆୟ ମଧ୍ୟରେ ତିବା ତାରତମ୍ୟ ୨୦୦୨-୦୩ ମସିହାରେ ୫୩ ପ୍ରତିଶତ ଥିବା ବେଳେ ୨୦୧୨-୧୩ ମସିହା ବେଳକୁ ଏହା ୨୪ ପ୍ରତିଶତରେ ପହଂଚିଛି । ତେବେ ଚଳିତବର୍ଷ କୃଷକଙ୍କ ବାର୍ଷିକ ଆୟ ସମ୍ବନ୍ଧୀୟ କୌଣସି ପ୍ରତ୍ୟକ୍ଷ ତଥ୍ୟ ନାହିଁ ବୋଲି ମନ୍ତ୍ରୀ କହିଛନ୍ତିି । ମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଆୟ ବୃଦ୍ଧି ପଛରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏକ କାରଣ । ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରଗତିଶୀଳ କୃଷି ନୀତିରେ ଜଳସେଚନ, କୃଷି ଯାନ୍ତ୍ରୀକରଣ,ବିହନ ପ୍ରତିବଦଳ ହାର, ସୁଷମ ସାର ବ୍ୟବହାର ଆଦି ଗୁରୁତ୍ୱ ଦେବା ଯୋଗୁ ରାଜ୍ୟରେ କୃଷି ଉତ୍ପାଦନ ଏବଂ କୃଷକଙ୍କର ଆୟରେ ବୃଦ୍ଧି ପରିଲକ୍ଷିତ ହେଉଥିବା ସେ କହିଛନ୍ତି । ତେବେ ସରକାର ବିଧାୟକମାନଙ୍କର ଦରମା ମାସକୁ ଲକ୍ଷେ ଟଙ୍କା ଘୋଷଣା କରିଥିବା ବେଳେ କୃଷିଋଣ ଛାଡ ପାଇଁ ବାରମ୍ବାର ଦାବୀ କରିବା ସତ୍ୱେ ବି ଏଥିପ୍ରତି ଦୃଷ୍ଟି ଦିଆଯାଉନି । ଏଯାବତ ୧ ପ୍ରତିଶତ ହାରରେ ସରକାର କୃଷିଋଣ ଯୋଗାଇଦେଉଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଜମି ମାଲିକ ମାନେ ହିଁ ଏହି କୃଷିଋଣ ପାଇଥାନ୍ତି । ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କ କ୍ଷେତ୍ରରେ ଏହା ସେଭଳି କୌଣସି ସୁବିଧାଜନକ ହୋନଥାଏ । ତେବେ ଚାଷୀଙ୍କ ପାଇଁ କେବେ ସରକାରଙ୍କ ହୃଦୟ ତରଳିବ ତାହା ଦେଖିବାକୁ ବାକି ରହିଲା ।
ନୌସେନାର ଅଭ୍ୟାସ ବେଳେ ମିଜାଇଲ ମାଡ଼, ୧୯ ସୈନ୍ୟ ମୃତ ତେହେରାନ: ଶତ୍ରୁପକ୍ଷକୁ ମାତ ଦେବା ପାଇଁ ଗଲ୍ଫ ୱାଟରରେ ସମରାଭ୍ୟାସ କରୁଥିବା ଇରାନର ସୈନ୍ୟମାନଙ୍କ ସହ ବଡ଼ ଅଘଟଣ ଘଟିଛି। ନିଜ ତରଫରୁ ମାଡ଼ କରାଯାଇଥିବା ମିଜାଇଲରେ ଇରାନର ଏକ ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ମିଜାଇଲ ମାଡ଼ରେ ୧୯ ଜଣ ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା କୋନାରକ ଜାହାଜ ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ଥିବା ବେଳେ ଏଭଳି ମିଜାଇଲ ମାଡ଼ର ଶିକାର ହୋଇଛି। ଯୁଦ୍ଧ ଜାହାଜ ନିଜ ଲକ୍ଷ୍ୟ ସ୍ଥଳକୁ ଟାର୍ଗେଟ କରି ମିଜାଇଲ ମାଡ଼ର ଅଭ୍ୟାସ କରୁଥିଲା। ହେଲେ ଭୁଲବଶତଃ ଲକ୍ଷ୍ୟ ସ୍ଥଳରୁ ଉପଯୁକ୍ତ ଦୂରତା ଅବଲମ୍ବନ କରିପାରି ନଥିଲା। ଫଳରେ ମଜାଇଲ ମାଡ଼ରେ ଜାହାଜଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ। ମିସାଇଲ ମାଡ଼ରେ ୧୯ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଇରାନ ଟିଭି ଚ୍ୟାନେଲ ଏଭଳି କଥା କହିଥିବା ବେଳେ ଆଉ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇରାନର ଅନ୍ୟ ଏକ ଜାହାଜ ମାଡ଼ କରିଥିବା ମିଜାଇଲ ଯୋଗୁ କୋନାରକ ଜାହାଜ ଏତେବଡ଼ କ୍ଷତି ସହିଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ କିଛି ବି କୁହାଯାଇ ନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋନାରକ ଜାହାଜ ମିସାଇଲ ମାଡ଼ର ଶିକାର ହୋଇଛି ଓ ୧୯ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ନ୍ୟୁୟର୍କ: ବିଶ୍ୱର ସବୁ ପ୍ରଭାବଶାଳି ବ୍ୟକ୍ତିଙ୍କ ଠାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଆଗରେ । ଟାଇମସ୍ ମାଗାଜିନ ପକ୍ଷରୁ ଚଳିତ ବର୍ଷର 'ପର୍ସନ ଅଫ ଦ ଇୟର' ସମ୍ମାନ ପାଇଁ ହୋଇଥିବା ଏକ ଅନଲାଇନ ସର୍ଭେରେ ଏକଥା ପ୍ରମାଣିତ ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପଛରେ ପକାଇ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ସମ୍ମାନ ପାଇଁ ମୋଦିଙ୍କୁ ୨୧ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ପୁଟିନଙ୍କୁ ୬, ଓବାମାଙ୍କୁ ୭ ଓ ଟ୍ରମ୍ପ୍ଙ୍କ ୬ ପ୍ରତିଶତ ଭୋଟ ମିଳିଛି। ପ୍ରତିବର୍ଷ ବିଭିନ୍ନ କାରଣରୁ ସମଗ୍ର ବିଶ୍ୱରେ ଖବରରେ ଥିବା ବିଶ୍ୱର ପ୍ରମୁଖ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଗତବର୍ଷ ଜର୍ମାନ ଚାନସେଲ ଆଞ୍ଜେଲା ମାର୍କେଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ଉତ୍ତରପ୍ରଦେଶ ୧୦/୦୭: ୟୁପିରେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ହୋଇଛି ବିଧେୟକ ଡ୍ରାଫ୍ଟ । ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରୀ । ଯୋଗୀ ସରକାର ଉତ୍ତରପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମ୍ବନ୍ଧରେ ଏକ ସୂତ୍ର ପ୍ରସ୍ତୁତ କରିଛନ୍ତି । ଯେଉଁମାନଙ୍କ ଅଧୀନରେ ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନେ ସରକାରୀ ଚାକିରୀ ପାଇଁ ଯୋଗ୍ୟ ହେବେ ନାହିଁ କିମ୍ବା ସେମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । କେବଳ ଏତିକି ନୁହେଁ, ଏହି ସଂକଳ୍ପରେ ଅନେକ ପ୍ରତିବନ୍ଧକକୁ ସୁପାରିଶ କରାଯାଇଛି । ବାସ୍ତବରେ, ଉତ୍ତରପ୍ରଦେଶ ରାଜ୍ୟ ଆଇନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଡ୍ରାଫ୍ଟରେ ଏଭଳି ଅନେକ ପ୍ରସ୍ତାବ ଦେଇଛନ୍ତି । ଏହି ଡ୍ରାଫ୍ଟ ଉପରେ ଆୟୋଗ ଲୋକଙ୍କ ଠାରୁ ଆପତ୍ତି ଏବଂ ପରାମର୍ଶ ଲୋଡିଛନ୍ତି । ଯାହା ଜୁଲାଇ ୧୯ ସୁଦ୍ଧା ଇ-ମେଲ ([email protected]) କିମ୍ବା ଡାକ ମାଧ୍ୟମରେ ଆୟୋଗକୁ ପଠାଯାଇପାରିବ । ଯଦି ଯୋଗୀ ସରକାର ଏହି ସୂତ୍ରକୁ ସବୁଜ ସଙ୍କେତ ଦିଅନ୍ତି, ତେବେ ୟୁପିରେ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଏହା ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯିବ । ରାଜ୍ୟ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଏନ୍ ମିତ୍ତଲଙ୍କ ନିର୍ଦ୍ଦେଶରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଆପତ୍ତି ଏବଂ ପରାମର୍ଶ ଅଧ୍ୟୟନ କରିବା ପରେ ଏକ ସଂଶୋଧିତ ଡ୍ରାଫ୍ଟ ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ । ଦେଶର ଅନ୍ୟ ରାଜ୍ୟରେ ପ୍ରଯୁଜ୍ୟ ନିୟମ ଅଧ୍ୟୟନ କରିବା ପରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଏହା ଉତ୍ତରପ୍ରଦେଶ ଜନସଂଖ୍ୟା (ନିୟନ୍ତ୍ରଣ, ସ୍ଥିରତା ଏବଂ କଲ୍ୟାଣ) ଅଧିନିୟମ ୨୦୨୧ ଭାବରେ ଜଣାଶୁଣା । ଏହା ୨୧ ବର୍ଷରୁ ଅଧିକ ଯୁବକ ଏବଂ ୧୮ ବର୍ଷରୁ ଅଧିକ ବାଳିକାମାନଙ୍କ ପାଇଁ ଲାଗୁ ହେବ । ଏହି ଡ୍ରାଫ୍ଟ ଆୟୋଗର ୱେବସାଇଟ୍ (upslc.upsdc.gov.in) ରେ ଅପଲୋଡ୍ ହୋଇଛି ।
କନକ ବ୍ୟୁରୋ : ଚୋରିର ନୂଆ ତରିକା । ସ୍କର୍ପିଓ ଗାଡ଼ିରେ ଆସୁଛନ୍ତି, ମୁଖ୍ୟ ରାସ୍ତା କଡ଼ରେ ଥିବା ଛେଳି ଗୁହାଳରୁ ଛେଳି ଚୋରି କରି ଫେରାର ହୋଇଯାଉଛନ୍ତି ଲୁଟେରା । ୧୫ ଦିନ ହେବ ଏଭଳି ଘଟଣା ଗଂଜାମ ଜଗନ୍ନାଥପ୍ରସାଦ ଅଚଂଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାରମ୍ବାର ଅଭିଯୋଗ ପରେ ଲୁଟେରାଙ୍କ ଟେର ପାଉନାହିଁ ପୁଲିସ । ରାତି ହେଲେ ଗୁହାଳ ଜଗି ବସୁଛି ଚାଷୀ । ବନ୍ଧୁକ ମୁନରେ ଛେଳି ଚୋରି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ, ବଡଗାଁରେ ଘଟିଛି ଏଭଳି ଘଟଣା । ଗାଁର ଉଦୟ ଗଉଡଙ୍କ ଗୁହାଳରୁ ୬୦ରୁ ଅଧିକ ଛେଳି ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ । ବୁଧବାର ବିଳମ୍ବିତ ରାତିରେ ୪ ଜଣ ଦୁବୃର୍ତ ପଶୁପାଳକ ଉଦୟଙ୍କ ଗୁହାଳେ ପଶିଥିଲେ । ଏହି ସମୟରେ ଉଦୟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଏବଂ ବେକରେ ମାରଣାସ୍ତ୍ର ଲଗାଇ ଛେଳି ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦାମୀ ଗାଡିରେ ଆସିଲେ.. । ୫ ମିନିଟରେ ଗୁହାଳ ଖାଲି କଲେ । ସ୍କର୍ପିଓ ଗାଡିରେ ଆସିଥିଲେ ଛେଳି ଚୋର । ଉଦୟଙ୍କ ଗୁହାଳରୁ ଦୁର୍ବୃତ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ପିଛା କରଥିଲେ । ଗାଁ ଠାରୁ କିଛି ଦୂର ଯିବା ପରେ ଦୁର୍ବୃତମାନେ ଏକ ଜଙ୍ଗଲ ନିକଟରେ ସ୍କର୍ପିଓ ଗାଡିକୁ ଛାଡି ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ଗ୍ରାମବାସୀ ସ୍କର୍ପିଓଟିକୁ ଜବତ କରି ଜଗନ୍ନାଥପ୍ରସାଦ ପୁଲିସର ଜିମା ଦେଇଛନ୍ତି । ଜବତ ଗାଡିଟି ଖୋର୍ଦ୍ଧା ଅଂଚଳର ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି, ହେଲେ ଏଯାଏଁ କାହାରି ଟେର ପାଇନାହିଁ । ଗତ ୨ ସପ୍ତାହ ହେବ ଏହି ଅଞ୍ଚଳରେ ଛେଳି ଚୋର ମାତିଛନ୍ତି । ୧୫ ଦିନରେ ପ୍ରାୟ ୧୫୦ ଶହ ଛେଳି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ୪ ଦିନ ପୂର୍ବରୁ ଅଢ଼େଇ ଗାଁରୁ ୪୦ରୁ ଉର୍ଦ୍ଧ ଛେଳି ଚୋରି ହୋଇଥିବା ବେଳେ ୭ ଦିନ ତଳେ ମଙ୍ଗଳପୁର ଗାଁରୁ ୨୨ଟି ଛେଳି ଚୋରି ଘଟଣା ସାମ୍ନାକୁ ଆସିଥିଲା ।
ସାଧାରଣତଃ ଲୋକେ ଫିଟ୍ ରହିବା ପସନ୍ଦ କରନ୍ତି। ଆଜିକାଲି ଖୁବ ଶୀଘ୍ର ଲୋକମାନେ ନିଜ ଅସଲ ବୟସରୁ ଅଧିକ ବୟସ୍କ ଦେଖାଯାଆନ୍ତି।ଏପରିକି ଯୁବାବସ୍ଥାରେ ମଧ୍ୟ ଲୋକେ ଅଧିକ ବୟସ୍କ ଦେଖାଯାଆନ୍ତି। କେବଳ ସେତିକି ନୁହେଁ ପ୍ରାୟତଃ ଲୋକେ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଆଜିକାଲିର ଧାଁ ଦୌଡ ଜୀବନରେ ୫୦ ବର୍ଷ ବୟସରେ ମଧ୍ୟ ମଣିଷ ଦୁର୍ବଳ ହୋଇଯାଏ। ଏହାର ମୁଖ୍ୟ କାରଣ ହେଉଛି ଅପମିଶ୍ରିତା ଖାଇବା ପିଇବା । ତେବେ ଜାଣନ୍ତୁ ଏମିତି ଏକ ଜିନିଷ ଯାହା ଖାଇଲେ ବ୍ୟକ୍ତି ସମୟ ପୂର୍ବରୁ ଦୁର୍ବଳ ହୋଇନଥାଏ। ଏହା ଦ୍ବାରା ସର୍ବଦା ସମସ୍ତେ ଫିଟ୍ ମଧ୍ୟ ରୁହନ୍ତି। ଏହି ପରିବାର ନାଁ ହେଉଛି କାଙ୍କଡ। କାଙ୍କଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ମିଠା କଲରା ମଧ୍ୟ କୁହାଯାଏ। କାଙ୍କଡରେ ପ୍ରୋଟିନ, ଫାଇବର ଓ କାର୍ବୋହାଇଡ୍ରେଟ୍ସ ଭରପୁର ମାତ୍ରାରେ ଥାଏ। କାଙ୍କଡରେ ଥିବା ପ୍ରୋଟିନ୍ଯୁକ୍ତ ତତ୍ବ ଶରୀରକୁ ସୁସ୍ଥ ରଖେ। ଏଥିରେ ଥିବା ଭିଟାମିନ ସି, କ୍ୟାଲସିଅମ୍, ଫାଇବର, ଓ ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ରୋଗମୁକ୍ତ କରାଇଥାଏ। ରୋଗକୁ ନିୟନ୍ତ୍ରଣ କରିବାରେ ସହଯୋଗ କରେ କାଙ୍କଡ। ଏହି ପରିବାରେ ଥିବା ପ୍ରଚୁର ମାତ୍ରାର ଭିଟାମିନ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଏ । ଏହା ଦ୍ବାରା ମଣିଷ କୌଣସି ରୋଗରେ ଶୀଘ୍ର ପିଡୀତ ହୋଇନଥାଏ। ଉଚ୍ଚ ରକ୍ତଚାପର ସମସ୍ୟା ଥିଲେ ପ୍ରତିଦିନ କାଙ୍କଡ ଖାଇବା ଉଚିତ୍। କାରଣ ଏହି ପରିବା ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।ଏପରିକି କ୍ୟାନସର ଭଳି ରୋଗ ପାଇଁ ମଧ୍ୟ ଏହା ରାମବାଣ ଭଳି ଉପଯୋଗୀ ହୋଇଥାଏ । 701 Views
ମଧ୍ୟାହ୍ନ ଭୋଜନ ଯୋଜନା ବର୍ତ୍ତମାନ ପିଏମ ପୋଷଣ ଯୋଜନା ! ନୂଆଦିଲ୍ଲୀ :30/09/2021(ବ୍ୟୁରୋ): କେନ୍ଦ୍ର ସରକାର ଆଣିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷଣ ଯୋଜନାକୁ ନେଇ ବିବାଦ ଲାଗି ରହିଛି। ଏହି ଯୋଜନାର ଲାଭ କେନ୍ଦ୍ର ଦ୍ୱାରା ଗଣନା କରାଯାଉଥିବାବେଳେ ବିରୋଧୀମାନେ ଏହାକୁ ପୁରୁଣା ଯୋଜନାର ନାମ ବଦଳାଇ ଉପସ୍ଥାପନ କରିଥିବା ଅଭିଯୋଗ କରିଛନ୍ତି। କାହାଣୀ ହାଇଲାଇଟ୍ | କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ ଅନୁମୋଦନ କରିଛନ୍ତି | ଏହି ଯୋଜନା 5 ବର୍ଷ ଚାଲିବ |1.31 ଲକ୍ଷ କୋଟି ଖର୍ଚ୍ଚ ହେବ | ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ସରକାରୀ ତଥା ସହ-ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ବର୍ତ୍ତମାନ ଏକ ନୂତନ ରୂପ ଦିଆଯାଇଛି | ଏହି ଯୋଜନା ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା ଭାବରେ ପରିଚିତ ହେବ | ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାରେ 1.31 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। କେନ୍ଦ୍ର ସରକାର ଏହି ଯୋଜନାରେ ନାମ ବଦଳାଇବା ପରେ ରାଜନୈତିକ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି। ଅନେକ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ପରିସ୍ଥିତିରେ ଏହି ବିବାଦର କାରଣ କ'ଣ, ଯୋଜନାରେ କ'ଣ ପରିବର୍ତ୍ତନ ହୋଇଛି ଏବଂ ବିରୋଧୀ କ'ଣ କହୁଛନ୍ତି? | ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା କ'ଣ? କେନ୍ଦ୍ର କ୍ୟାବିନେଟ୍ ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନାକୁ ଅନୁମୋଦନ କରିଛ, ଯାହା ଅଧୀନରେ ଦେଶର ପ୍ରାୟ 11.5 ଲକ୍ଷ ସରକାରୀ ଏବଂ ସହ-ସରକାରୀ ବିଦ୍ୟାଳୟରେ ଚାଲୁଥିବା ମଧ୍ୟ-ଦିନ ଭୋଜନ ଯୋଜନାର ରୂପ ପରିବର୍ତ୍ତନ କରାଯାଇଛି। ସରକାର କହିଛନ୍ତି ଯେ ଏହି ଯୋଜନା ଅଧୀନରେ ପ୍ରାୟ 11.80 କୋଟି ପିଲା ପ୍ରତ୍ୟକ୍ଷ ସୁବିଧା ପାଇବେ। ବିଶେଷ କଥା ହେଉଛି ଏହି ସମୟ ତାରିଖ ଖାଦ୍ୟ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି | ଯାହା ଅଧୀନରେ ଲୋକଙ୍କୁ ସମ୍ପ୍ରଦାୟର ପିଲାମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ଅନୁମତି ଦିଆଯିବ | କେନ୍ଦ୍ରର ଏହି ଯୋଜନା 2021-22 ରୁ 2025-26 ବର୍ଷ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ | ଯେଉଁଥିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ | ସମଗ୍ର ଯୋଜନାର ଅର୍ଥନୈତିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ପଡ଼ିବ |ଯଦିଓ କେନ୍ଦ୍ର ସରକାର ନିଜେ ରାସନ ଖର୍ଚ୍ଚ ବହନ କରିବେ । ଏହି ଯୋଜନା ଅଧୀନରେ ସମୟ ସମୟରେ ଅଡିଟ୍, ଖାଦ୍ୟ ଯାଞ୍ଚ, ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଭୂକ୍ତ କରାଯିବ | କେଉଁ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରି ରହିଥିଲେ? ସରକାରଙ୍କ ଏହି ଯୋଜନାକୁ ବିରୋଧୀ ବିରୋଧ କରିଛନ୍ତି |ବିରୋଧୀ ଅଭିଯୋଗ କରିଛନ୍ତି ଯେ କେବଳ ପୁରୁଣା ଯୋଜନାର ନାମ ପରିବର୍ତ୍ତନ କରାଯାଇଛି | ଏହାକୁ ବ୍ୟକ୍ତିଗତ ହସ୍ତାନ୍ତର କରିବାକୁ ଚେଷ୍ଟା କରାଯାଇଛି। କଂଗ୍ରେସ ସାଂସଦ ମହୁଆ ମିତ୍ର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନର ନାମ ବଦଳାଇବା ପରିବର୍ତ୍ତେ ସରକାର ସିଧାସଳଖ କହିବା ଉଚିତ ଯେ ଆଦାନୀ ସମସ୍ତ ଭିତ୍ତିଭୂମି ଗ୍ରହଣ କରୁଛନ୍ତି।
ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ସେଥିରେ ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ ଫିଲ୍ମ। ବାପୁ ୧୯୪୪ରେ ପ୍ରଥମେ ହଲିଉଡ୍ ଫିଲ୍ମ 'ମିଶନ୍ ଟୁ ମସ୍କୋ' ଦେଖିଥିଲେ। ଏହା ୟୁଏସ୍ ଆମ୍ବାସେଡର୍ ଜୋସେଫ୍ ଡେଭିସ୍ଙ୍କ ଜୀବନ ଉପରେ ଆଧାରିତ। ବାପୁଙ୍କୁ ଏହି ଫିଲ୍ମ ଦେଖିବାକୁ ତାଙ୍କ ସହିତ କାମ କରୁଥିବା ମୀରା ବେହନ୍ ରାଜି କରାଇଥିଲେ। ହେଲେ ଫିଲ୍ମରେ ଛୋଟ ଛୋଟ ଡ୍ରେସ୍ରେ ମହିଳାମାନଙ୍କୁ ଦେଖି ସେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ତାଙ୍କୁ ଏହି ଫିଲ୍ମ ଆଦୌ ପସନ୍ଦ ଆସି ନଥିଲା। ଏହାପରେ ଆର୍ଟ ଡାଇରେକ୍ଟର କନୁ ଦେଶାଇ ବାପୁଙ୍କୁ ଏକ ହିନ୍ଦୀ ଫିଲ୍ମ ଦେଖାଇବାକୁ ବିଚାର କରିଥିଲେ। ଏହି ଫିଲ୍ମର ନାଁ ଥିଲା 'ରାମ ରାଜ୍ୟ'। ତେବେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତି କୁମାର ତାଙ୍କୁ କହିଥିଲେ ଯେ ଏ ଫିଲ୍ମଟି ଗାନ୍ଧିଜୀଙ୍କୁ ପସନ୍ଦ ଆସିବନି। ତଥାପି କନୁ ଦେଶାଇ ଆଗକୁ ବଢ଼ିଲେ ଓ ଗାନ୍ଧିଜୀଙ୍କୁ ଫିଲ୍ମଟିକୁ ଦେଖିବାକୁ ଅନୁରୋଧ କରିଥିଲେ। ଗାନ୍ଧିଜୀ ତାଙ୍କ କଥାରେ ରାଜି ହୋଇଥିଲେ। ସେତେବେଳେ କୁଆଡ଼େ ସେ କନୁଙ୍କୁ କହିଥିଲେ ଯେ ସେ ଏକ ଇଂରାଜୀ ଫିଲ୍ମ ଦେଖି ଗୋଟିଏ ଭୁଲ୍ କରିସାରିଛନ୍ତି। ତେଣୁ ଏବେ ଏକ ହିନ୍ଦୀ ଫିଲ୍ମ ଦେଖିବାକୁ ହେବ। ଏହାପରେ ୧୯୪୪ ଜୁନ୍ ୨ରେ ଫିଲ୍ମଟିର ସ୍କ୍ରିନିଂ କରାଯାଇଥିଲା। ପ୍ରଥମେ ଏହି ଫିଲ୍ମକୁ ମାତ୍ର ଅଧାଘଣ୍ଟା ଦେଖିବାକୁ ଗାନ୍ଧିଜୀ ଯୋଜନା କରିଥିଲେ। ହେଲେ ସେ ଫିଲ୍ମଟିକୁ ପୂରା ଦେଖିଥିଲେ। କିନ୍ତୁ ଶାନ୍ତି କୁମାରଙ୍କ ଅନୁଯାୟୀ, ବାପୁଙ୍କୁ ଏହି ଫିଲ୍ମ ଆଦୌ ପସନ୍ଦ ଆସି ନଥିଲା। ଫିଲ୍ମରେ ଜୋର୍ ଆୱାଜ୍ ଓ ଚିତ୍କାରକୁ ସେ ନାପସନ୍ଦ କରିଥିଲେ। କୁହାଯାଏ, ଗାନ୍ଧି ସେହି ସମୟରେ ଫିଲ୍ମର କନ୍ସେପ୍ଟକୁ ଗ୍ରହଣ କରିପାରି ନଥିଲେ। ସେ କେବେ ବି ମାନି ନଥିଲେ ଯେ ଫିଲ୍ମ ଜରିଆରେ ସମାଜକୁ ଶିକ୍ଷା ମଧ୍ୟ ଦିଆଯାଇପାରିବ। ଫିଲ୍ମ ଜଗତର ଜାକଜମକକୁ ସେ ଆଦୌ ପସନ୍ଦ କରୁ ନଥିଲା। ସେ ଖବରକାଗଜରେ ଗ୍ଲାମରସ୍ ଷ୍ଟାରଙ୍କ ଫଟୋକୁ ବି ପସନ୍ଦ କରୁ ନଥିଲେ। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ନୂଆଦିଲ୍ଲୀ, ୯ା୧୧(ଆଇଏଏନ୍ଏସ୍): ସିବିଆଇ ପକ୍ଷରୁ ଉତ୍ତରପ୍ରଦେଶ ଓ କର୍ନାଟକର ୧୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବହୁ କୋଟି ଟଙ୍କାର ଆଇଏମ୍ଏ(ଆଇ ମନେଟାରୀ ଆଡଭାଇଜରି) ଦୁର୍ନୀତି ମାମଲାର ତଦନ୍ତ ଲାଗି ସ୍ବତନ୍ତ୍ର ଭାବେ ଗଠିତ ତଦନ୍ତକାରୀ ଟିମ୍ ବହୁ ସରକାରୀ ଅଧିକାରୀଙ୍କ ବାସଭବନରେ ଶୁକ୍ରବାର ଚଢ଼ାଉ କରିଛନ୍ତି। କର୍ନାଟକର ବେଙ୍ଗାଲୁରୁ ସମେତ ୧୪ଟି ଓ ଉତ୍ତରପ୍ରଦେଶର ମିରଟ୍ରେ ଏଭଳି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ସିଆଇଡିର ଅର୍ଥନୈତିକ ଅପରାଧ ଶାଖା ଆଇଜି ହେମନ୍ତ ନିମ୍ବଲ୍କର, ଡେପୁଟି ଏସ୍ପି ଇ.ବି. ଶ୍ରୀଧର ପ୍ରମୁଖଙ୍କ ଘରେ ଚଢ଼ାଉ କରାଯାଇଛି।
ନୂଆଦିଲ୍ଲୀ ୧୯।୦୭: ସାରାଦେଶରେ ମହାମାରୀ କରୋନା ନେଇ ଲଢେଇ ଚାଲିଛି । କିନ୍ତୁ ପାକିସ୍ତାନ ତା ନାପାକ ହରକତରୁ ତିଳେ ମାତ୍ର ସୁଧୁରୁନାହିଁ । ବରଂ ପ୍ରତିଦିନ ସୀମାରେ ଅସ୍ତ୍ରବିରତି ଉଲଂଘନ କରୁଛି । ଯାହାକୁ ନେଇ ଭାରତ କଡା ମନୋଭାବ ଦେଖାଇଛି । ପାକିସ୍ତାନ ପକ୍ଷରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଲଗାତର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ମାମଲାରେ ଭାରତୀୟ ବିୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ତଲବ କରି ଏହି ଘଟଣାରେ ଆପତ୍ତି ଉଠାଇଛି । ଭାରତ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ସୀମାରେ ନିର୍ଦ୍ଦୋଶ ନାଗରିକ ମାନଙ୍କୁ ଟାର୍ଗେଟ କରିବା ବନ୍ଦ କରିବା ଉଚିତ୍ । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ୧୮ଜୁଲାଇରେ ପାକିସ୍ତାନ ଉଚ୍ଚାୟୁକ୍ତର ପ୍ରମୁଖଙ୍କୁ ତଲବ କରାଯାଇଥିଲା । ୧୭ଜୁଲାଇ ରାତିରେ ପାକିସ୍ତାନ ସେନା ପକ୍ଷରୁ ବିନା କୌଣସି କାରଣରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ । ଏହି ଗୁଳିମାଡରେ ଜଣେ ଶିଶୁ ସମେତ ତିନି ଜଣ ନିର୍ଦ୍ଦୋଶ ନାଗରିକଙ୍କ ଜୀବନ ଚାଲିଯାଇଥିଲା । ଏହାକୁ ଭାରତ ବିରୋଧ କରିଥିଲା । ଜାମ୍ମୁ-କାଶ୍ମୀରର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ତରଫରୁ ହୋଇଥିବା ଗୁଳିମାଡର ଶିକାର ହୋଇଥିବା ସମସ୍ତ ମୃତାହତ ଗୋଟିଏ ପରିବାରର ଥିଲେ । ଭାରତ ଏହାକୁ ନେଇ କଡ଼ା ଆପତ୍ତି ଉଠାଇଥିଲା । ପାକିସ୍ତାନ ସେନା ପକ୍ଷରୁ ଜାଣିଶୁଣି ଭାରତୀୟ ନାଗରିକ ମାନଙ୍କୁ ଟାର୍ଗେଟ କରାଯାଉଛି । ଏହାସହିତ ପାକିସ୍ତାନୀ ସୈନ୍ୟମାନେ ମଧ୍ୟ ଭାରତୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ସହଯୋଗ କରୁଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ କହିଛି। ସୀମାରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସୈନ୍ୟଙ୍କ ସମର୍ଥନ ରହିଛି। ସୀମାରେ ପାକିସ୍ତାନ କରୁଥିବା ଅସ୍ତ୍ରବିରତି ଉଲ୍ଲଂଘନ ଆଡରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଯୋଜନା ଚାଲୁଛି । ଗୁଳିମାଡ ଆଡରେ ସୀମାରେ ଆତଙ୍କାବାଦୀଙ୍କୁ ସହଯୋଗ କରୁଛି ପାକିସ୍ତାନୀ ସେନା । ବିଦେଶ ମନ୍ତ୍ରାଳୟ ଅନୁଯାୟୀ, ୨୦୨୦ରେ ପାକ୍ ସେନା ଏପର୍ଯ୍ୟନ୍ତ ୨୭୧୧ରୁ ଅଧିକ ଥର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲାଣି । ଯେଉଁଥିରେ ୨୧ଭାରତୀୟଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୯୪ଜଣ ଆହତ ହୋଇଛନ୍ତି । ପାକିସ୍ତାନ-ଭାରତ ମଧ୍ୟରେ ୨୦୦୩ରୁ ସୀମା ସଂଘର୍ଷ ବିରାମ ଲୁାଗୁ ରହିଛି ।କିନ୍ତୁ ପାକିସ୍ତାନ ତରଫରୁ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି । ଯାହାକି ନିୟମର ଉଲ୍ଲଂଘନ ବୋଲି କୁହାଯାଉଛି ।
ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଚଳିତ ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍ର ବୁଧବାରଠାରୁ ଆରମ୍ଭ ହୋଇଥିବା କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟର ଅତି ଉତ୍କଣ୍ଠାପୂର୍ଣ୍ଣ ପ୍ରଥମ ମୁକାବିଲାରେ ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନି (୬ ଟ୍ରଫି ବିଜୟୀ) ସୁଟ୍ଆଉଟ୍ରେ ୩-୧ (୨-୨) ଗୋଲ୍ରେ ସ୍ପେନ୍କୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛି। ଏହି ବିଜୟ ସହ ଜର୍ମାନି ଦଶମ ଥର ପାଇଁ ସେମିଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ସ୍ପେନ୍ ଦ୍ବିତୀୟ ଥର ପାଇଁ ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି। ଆଜିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସ୍ପେନ୍ ତୁଳନାତ୍ମକ ଭାବେ ଅଧିକ ଆକ୍ରମଣାତ୍ମକ ହକି ଖେଳିଥିଲା। ଏହି ଦଳ ଜର୍ମାନି ସର୍କଲକୁ ଅଧିକ ଥର ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା। ହେଲେ ଗୋଲ୍ ରୂପାନ୍ତରରେ ପଛୁଆ ରହି ଜିତିବା ମ୍ୟାଚ୍କୁ ହାରିଥିଲା। ତଥାପି ନିର୍ଦ୍ଧାରିତ ୬୦ ମିନିଟ୍ ଖେଳରେ ଚତୁର ଓ କୁଶଳୀ ଜର୍ମାନିକୁ ରୋକିବାକୁ ସକ୍ଷମ ହୋଇଥିଲା। ମ୍ୟାଚ୍ର ପଞ୍ଚମ ମିନିଟ୍ରେ ଅବଶ୍ୟ କ୍ରିଷ୍ଟୋଫର କୁଟର ପ୍ରଥମ ଗୋଲ୍ ଦେଇ ଜର୍ମାନିକୁ ଆଗୁଆ କରି ଦେଇଥିଲେ। ୬ ମିନିଟ୍ ପରେ ସ୍ପେନ୍ର ପ୍ରତିଭାବାନ୍ ଯୁବ ତାରକା ଇଗ୍ନାସିଓ ଆବାଜୋ ଏହି ଗୋଲ୍ଟିକୁ ସଫଳତାର ସହ ଶୁଝି ଦେଇଥିଲେ। ପରବର୍ତ୍ତୀ ୩୮ ମିନିଟ୍ ପର୍ଯ୍ୟନ୍ତ କିନ୍ତୁ ଆଉ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ହେଲେ ଶେଷ ଦୁଇ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ମ୍ୟାଚ୍କୁ ୨-୨ ଗୋଲ୍ରେ ଶେଷ କରିଥିଲେ। ଫଳରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ଗୋଲ୍ରକ୍ଷକ ଜିନ୍ ଡାନେବର୍ଗଙ୍କ ଜବରଦସ୍ତ ପ୍ରୟାସ ବଳରେ ଜର୍ମାନି ୩-୧ରେ ବାଜି ମାରି ନେଇଥିଲା। ଜର୍ମାନି ପକ୍ଷରୁ ମିଚେଲ ଷ୍ଟ୍ରଥଫ, ହାନ୍ସ ମୁଲର, ପଲ୍ ସ୍ମିଥ୍ ଗୋଲ୍ କରିବାକୁ ସକ୍ଷମ ହୋଇଥିଲେ। ସ୍ପେନ୍ ପାଇଁ ଜେରାଡ୍ କ୍ଲେପ୍ସ ସଫଳ ହୋଇଥିଲେ। ତେବେ ଏଡୁୱାର୍ଡ ଡି' ଇଗ୍ନାସିଓ ସିମୋ, ଇଗ୍ନାସିଓ ଆବାଜୋ ଓ ଗୁଲେର୍ମୋ ଫର୍ତୁନୋଙ୍କ ପ୍ରୟାସକୁ ଡାନେବର୍ଗ କୌଶଳର ସହ ନିଷ୍ଫଳ କରି ଦେଇ ଜର୍ମାନିକୁ ସେମିଫାଇନାଲ୍ରେ ପହଞ୍ଚାଇ ଦେଇଥିଲେ। ଆଶା ଜନକ ଭାବେ ସେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କଠାରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହା ପୂର୍ବରୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂହ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଏହି ମ୍ୟାଚ୍ରେ ଓଡ଼ିଶାର ବିଶ୍ବରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇଥିଲେ। ଅଟକିଲା ଅପରାଜେୟ ନେଦରଲାଣ୍ଡ୍ସ ପୁଲ୍ ପର୍ଯ୍ୟାୟର ତିନିଟି ଯାକ ମ୍ୟାଚ୍ରେ ଆଧିପତ୍ୟଭରା ବିଜୟ ହାସଲ କରିଥିବା ଶକ୍ତିଶାଳୀ ନେଦରଲାଣ୍ଡ୍ସର ପ୍ରଥମ କନିଷ୍ଠ ପୁରୁଷ ବିଶ୍ବକପ୍ ଜିତିବା ସ୍ବପ୍ନ ପୁଣି ଥରେ ମଉଳି ଯାଇଛି। ପୁଲ୍-ସିର ପ୍ରଥମ ସ୍ଥାନରେ ରହି କ୍ବାର୍ଟର ଫାଇନାଲ୍ ଯାଇଥିବା ନେଦରଲାଣ୍ଡ୍ସ ବୁଧବାରର ତୀବ୍ର ସଂର୍ଘପୂର୍ଣ୍ଣ ଦ୍ବିତୀୟ କ୍ବାର୍ଟର ଫାଇନାଲ୍ରେ ପୁଲ-ଡି'ର ଦ୍ବିତୀୟ ସ୍ଥାନ ଦଳ ଆର୍ଜେଣ୍ଟିନାଠାରୁ ୧-୨ ଗୋଲ୍ରେ ହାରି ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି। ଅନ୍ୟପକ୍ଷରେ ମ୍ୟାଚ୍ ୧-୧ରେ ଥାଇ ସୁଟ୍ଆଉଟ୍ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଲାଟିନ୍ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଶେଷ ଦୁଇ ମିନିଟ୍ରେ ଦେଇଥିବା ଗୋଲ୍ ବଳରେ ରୋମାଞ୍ଚକର ବିଜୟ ହାସଲ କରିବା ସହ ସେମିଫାଇନାଲ୍ ଟିକେଟ୍ ହାସଲ କରି ନେଇଛି। ତା ସହ ନିଜ ଦ୍ବିତୀୟ କନିଷ୍ଠ ବିଶକପ୍ ଜିତିବା ଦିଗରେ ଅଗ୍ରସର ହୋଇଛି। ଏହି ଘଟଣା ବହୁଳ ମୁକାବିଲାର ପ୍ରଥମ କ୍ବାର୍ଟରରେ ଉଭୟ ଦଳ ପରସ୍ପରର ବଳ ତଉଲିବାରେ କଟାଇଥିଲେ। ଫଳରେ ଏଥିରେ ଗୋଟିଏ ହେଲେ ବି ଗୋଲ୍ ଦେଖିବାକୁ ମିଳି ନଥିଲା। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ଉଭୟ ଦଳ ଦୁଇ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍ରେ ରୋମାଞ୍ଚ ଭରି ଦେଇଥିଲେ। ଆର୍ଜେଣ୍ଟିନା ମ୍ୟାଚ୍ର ପ୍ରଥମ ଗୋଲ୍ ଫିଲ୍ଡ ଗୋଲ୍ ମାଧ୍ୟମରେ ୨୪ ମିନିଟ୍ରେ ଦେଇଥିଲା। ଏହି ଗୋଲ୍ଟିକୁ ଜୋଆକିନ୍ କ୍ରୁଗର କରିଥିଲେ। ୨୫ ମିନିଟ୍ରେ ପ୍ରତିଆକ୍ରମଣରୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରି ନେଦରଲାଣ୍ଡ୍ସର ତାରକା ଖେଳାଳି ମାଇଲ୍ସ ବୁକେନ୍ସ ସ୍ଥିତି ବରାବର କରି ନେଇଥିଲେ। ତୃତୀୟ କ୍ବାର୍ଟର ପୁଣି ଥରେ ଗୋଲ୍ ଶୂନ୍ୟ ରହିଥିଲା। ତେବେ ୫୯ ମିନିଟ୍ରେ ଫ୍ରାଙ୍କୋ ଅଗସ୍ତିନିଙ୍କ ଫିଲ୍ଡ ଗୋଲ୍ ବଳରେ ଆର୍ଜେଣ୍ଟିନା ମ୍ୟାଚ୍ ଜିତିନେବା ସହ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ମ୍ୟାଚ୍ ପୂର୍ବରୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କି ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ପରେ ସୂଚନା ପ୍ରଯୁକ୍ତି ଏବଂ ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଅତିଥି ଭାବେ ଯୋଗଦେଇ ଆର୍ଜେଣ୍ଟିନାର ଟାଡିଓ ମାର୍ଗୋସିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ତିମୋଥିଙ୍କ ହ୍ୟାଟ୍ରିକ୍ରେ ମାଲେସିଆକୁ ମାତ୍ ଦେଲା ଫ୍ରାନ୍ସ ବୁଧବାରର ତୃତୀୟ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ଫ୍ରାନ୍ସ-ମାଲେସିଆ ମୁହାଁମୁହିଁ ହୋଇଥିଲେ। ଏଥିରେ ଫ୍ରାନ୍ସ ୪-୦ ଗୋଲ୍ର ଆଧିପତ୍ୟଭରା ବିଜୟ ହାସଲ କରି ୮ ବର୍ଷ ପରେ ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ଏହି ଏକତରଫା ମ୍ୟାଚ୍ରେ ଫ୍ରାନ୍ସ ପ୍ରଥମ କ୍ବାର୍ଟରର ଚତୁର୍ଦଶ ମିନିଟ୍ରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରି ନିଜ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ୨୪, ୨୧ ଓ ୬୦ ମିନିଟ୍ରେ ଆଉ ତିନିଟି ଗୋଲ୍ ଦେଇ ଆତ୍ମବିଶ୍ବାସର ସହ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଫ୍ରାନ୍ସର ସବୁ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା। ଅନ୍ୟପକ୍ଷରେ ମାଲେସିଆ ଏକାଧିକ ସୁଯୋଗ ହାତଛଡ଼ା କରି ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଥିଲା। ତାଳମେଳର ଅଭାବ ପାଇଁ ଏହି ଦଳ ଗୋଟିଏ ହେଲେ ବି ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। ଫ୍ରାନ୍ସ ପକ୍ଷରୁ ଗୋଲ୍ଗୁଡ଼ିକ ଅଧିନାୟକ ତିମୋଥି କ୍ଲେମେଣ୍ଟ (ହ୍ୟାଟ୍ରିକ୍ ଗୋଲ୍) ଓ ମାଥିସ୍ କ୍ଲେମେଣ୍ଟ ଦେଇଥିଲେ। ଆୟୋଜକ ଭାରତ ବିପକ୍ଷ ପ୍ରଥମ ପୁଲ୍ ମ୍ୟାଚ୍ରେ ମଧ୍ୟ ତିମୋଥି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ୨୦୧୮ ବରିଷ୍ଠ ପୁରୁଷ ହକି ବିଶ୍ବକପ୍ରେ ମଧ୍ୟ ସେ ନିଜ ଯାଦୁ ଦେଖାଇଥିଲେ। ବୁଧବାର ଏହି ମ୍ୟାଚ୍ରେ ମଧ୍ୟ ଓଡ଼ିଶାର ବିଶ୍ବ ରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇଥିଲେ। ମ୍ୟାଚ୍ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମର କମିସନର ସଂଜୟ କୁମାର ସିଂହ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ଶେଷରେ ଭୁବନେଶ୍ବର-କଟକ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅତିଥି ଭାବେ ଯୋଗ ଦେଇ ତିମୋଥିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।
ପିଲାଙ୍କୁ ଖାତା କଲମ ବାଣ୍ଟି ଜନ୍ମଦିନ ପାଳିଳେ ସ୍ୱେଚ୍ଛାସେବୀ ଫୁଲବାଣୀ: କନ୍ଧମାଳ ଜିଲା ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଂଚାୟତର ସାରଙ୍ଗଧରପୁର ଗ୍ରାମର ସମାଜସେବୀ ହୃଷିକେଶ ପ୍ରଧାନ କନ୍ଧମାଳ ଅନ୍ତରଙ୍ଗର ଜିଲା ସଂପାଦକ ଭାବେ କାର୍ଯ୍ୟକରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ୍ କରିଛନ୍ତି। ନିଜର ସାମାଜସେବୀ ପାଇଁ ସେ ବିଭିନ୍ନ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଆଜି ତାଙ୍କର ଜନ୍ମଦିନ ଅବସରରେ ଝିମାଙ୍ଗିଆ, ଧାଙ୍ଗଡ଼ାମାହା ଓ ତଡ଼ାପଡ଼ା ଗ୍ରାମର ୭ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହିତ ୩୪ ଜଣ ସ୍କୁଲ ପିଲାଙ୍କୁ ଖାତା, ପେନ୍, ବହି, ପେନ୍ସିଲ୍ ଆଦି ବଣ୍ଟନ କରି ଏକ ଉଦାହାରଣ ସୃଷ୍ଟି କରିଛନ୍ତି। ଏଥି ସହିତ ଗ୍ରାମାଞ୍ଚଳର ପିଲାଙ୍କ ସହିତ ସାମିଲ୍ ହୋଇ କେକ୍ କାଟିବା ସହିତ ଚକଲେଟ୍, ବିସ୍କୁଟ୍ ଆଦି ମଧ୍ୟ ବଣ୍ଟନ କରିଛନ୍ତି। ହୃଷିକେଶଙ୍କ ଏଭଳି କାର୍ଯ୍ୟକୁ ବିିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍ସି ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ ସପ୍ତାହରୁ ଭୁବନେଶ୍ବରରେ ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯିବ େବାଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଭୁବନେଶ୍ବରରେ ପ୍ରାୟ ୨୦୦୦ରୁ ୨୫୦୦ ପର୍ଯ୍ୟନ୍ତ ରାପିଡ୍ ଆଣ୍ଟିବଡ଼ି ଟେଷ୍ଟ କରାଯିବା ପାଇଁ ଟାର୍ଗେଟ୍ ରହିଛି। କେଉଁ ଅଞ୍ଚଳରେ କିଭଳି ଆଣ୍ଟିବଡ଼ି ଟେଷ୍ଟ କରାଯିବ ସେଥିପାଇଁ ଯୋଜନା ଚାଲିଛି। ତେବେ ଭୁବନେଶ୍ବରକୁ ସଟ୍ଡାଉନ୍ କରାଯିବା ନେଇ କୌଣସି ଆଲୋଚନା କରାଯାଇନାହିଁ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।
ଜୟପୁର ୪/୧- ରାଜସ୍ଥାନ ଜୟପୁରରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ ଯୁବତୀଙ୍କ ପରିବାର ଲୋକ । ଏହି ଅନରକିଲିଂ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଜୟପୁରର ସେରୁଓ୍ଵା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ରଣବୀର ନାମକ ଜଣେ ଯୁବକ ସେହି ଗାଁରେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ମଧ୍ୟ ଜିଦ୍ ଧରିଥିଲେ । କିନ୍ତୁ ଉଭୟ ପରିବାର ଲୋକ ଏହି ବିବାହରେ ରାଜି ନଥିଲେ । ବିଶେଷକରି ଯୁବତୀଙ୍କ ପରିବାର ଲୋକ ଏହି ସଂପର୍କକୁ ବିରୋଧ କରୁଥିଲେ । ସବୁଦିନ ପାଇଁ ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ରଣବୀର ରାତିରେ ଘରେ ଶୋଇଥିବା ସମୟରେ ଯୁବତୀଙ୍କ ପରିବାର ଲୋକ ତାଙ୍କ ଘର ଭିତରେ ପଶିଥିଲେ । ରଣବୀର ଶୋଇଥିବା ସମୟରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା କଥା ଥାନାରେ ଏତାଲା ଦେଇଛନ୍ତି ରଣବୀର ବାପା । ଯୁବତୀଙ୍କ ପରିବାର ଲୋକ ରଣବୀରକୁ ମାରିଦେଲା ପରେ ଯୁବତୀଙ୍କ ଉପରେ ମଧ୍ୟ କରିଥିଲେ ଅକଥନୀୟ ଅତ୍ୟାଚାର । ଯୁବତୀଙ୍କୁ ମଧ୍ୟ କରିଥିଲେ ମରଣାନ୍ତକ ଆକ୍ରମଣ । ଏହି ଘଟଣାରେ ପୋଲିସ ମୂଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି ।
ଅର୍ଗସ ବ୍ୟୁରୋ : ରଥଯାତ୍ରାର ଆୟୋଜନ ସମ୍ପର୍କରେ ଆଜି ଏକ ବଡ଼ ନିଷ୍ପତ୍ତି ଆସିପାରେ। ଏଥିପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା ହେଉଛି। ଏହି ବୈଠକରେ ଜିଲ୍ଲାପାଳ ଓ ସଦସ୍ୟ, ଭୁବନେଶ୍ୱର ସ୍ଥିତ OCACରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବ ଉପସ୍ଥିତ ଅଛନ୍ତି। ତେବେ ଏନେଇ ଗତକାଲି ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜଙ୍କୁ ଭେଟି ଆଲୋଚାନା କରିଛନ୍ତି ମୁଖ୍ୟ ପ୍ରଶାସକ । କୋରୋନା କଟକଣା ମଧ୍ୟରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଚନ୍ଦନ ଯାତ୍ରା ହେବ ସେନେଇ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ପରିଚାଳନା କମିଟି ବୈଠକ ହେବ । ରଥଯାତ୍ରା ହେବ କି ନାହିଁ, ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ବର୍ଗ ସହିତ ଆଲୋଚନା କରିବେ ସରକାର । ଆସନ୍ତା ଦୁଇ ତିନି ମଧ୍ୟରେ ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବା ସମ୍ଭାବନା ଅଧିକ ବୋଲି ସୂଚନା ମିଳୁଛି।
ବିଶ୍ୱ ମହିଳା ଦିବସ ସ୍ୱତନ୍ତ୍ର : ଜ୍ଞାନର ଦୀପ ପ୍ରଜ୍ୱଳନ ସହିତ ସମାଜସେବାରେ ନିଜକୁ ଉର୍ତ୍ସଗୀକୃତ କରିଛନ୍ତି ଅନିତା ସମ୍ବଲପୁର : ଭାରତରେ ନାରୀକୁ ଶକ୍ତି ରୂପେ ପୂଜା କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ମହିଳା ମାନେ ପୁରୁଷ ମାନଙ୍କ ସହିତ ତାଳ ଦେଇ ଆଗକୁ ବଢ଼ି ଚାଲିଛନ୍ତି। ଆଜିର ନାରୀ ପରିବର୍ତ୍ତିତ ସମୟ ସହିତ ନିଜକୁ ଢ଼ାଳି ଆଗକୁ ମାଡି ଚାଲିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ସ୍ଥାନ ଅଧିକାର କରି ସଫଳତାର ସହିତ ଦାୟିତ୍ୱ ନିର୍ବାହ କରୁଛନ୍ତି। ସମ୍ବଲପୁର ଜିଲାରେ ଅନେକ ମହିଳା ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସମାଜରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପ୍ରେରଣାର ଉତ୍ସ ହୋଇଛନ୍ତି। ବିଭିନ୍ନ ବାଧାବିଘ୍ନ ସତ୍ୱେ ନିଜର ଦୁଃଖକଷ୍ଟକୁ ଭୁଲି ଆଗକୁ ଆସି ସମାଜସେବାରେ ନିଜକୁ ବ୍ରତି କରିଥିବା ଦଲଦଲିପଡାର ନିବାସୀ ଅନୀତା ବାଗ । ସମ୍ବଲପୁରର ସହରରେ ଅନେକ ସମାଜସେବୀ ସ୍ୱେଚ୍ଛାକୃତ ଭାବରେ ନିଜର ଦାୟିତ୍ୱ ନିର୍ବାହ କରି ଆସୁଥିବା ବେଳେ କ୍ଷେତରାଜପୁର ଅଞ୍ଚଳର ପଛୁଆ ବସ୍ତି ଗୁଡିକରେ କୌଣସି ସମାଜସେବୀ ମହିଳାଙ୍କ ନାମ ମନେ ପଡେ, ତାହା ହେଲେ ସେ ହେଉଛନ୍ତି ଦଲଦଲିପଡାର ନିବାସୀ ଅନୀତା ବାଗ। ଅନୀତା ଏକ ଗରିବ ପରିବାରରୁ ଆସିଥିବା ବେଳେ ଗରିବ ମାନଙ୍କ ପାଇଁ କିଛି ଲକ୍ଷ୍ୟ ନେଇ ବିଗତ ପ୍ରାୟ ୧୦ ବର୍ଷ ହେବ ତାଙ୍କର ସେବା କାର୍ଯ୍ୟ ଜାରି ରଖିଛନ୍ତି। ୨୦୧୨ରୁ ସେ ଅଞ୍ଚଳର କିଛି ମହିଳାଙ୍କୁ ସାଥିରେ ନେଇ ବସ୍ତି ବାସିନ୍ଦା ମାନଙ୍କର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୨୦୧୫ ମସିହାରେ ସମସ୍ତଙ୍କ ସହାୟତାରେ 'ଆୱାର ହେଲପିଂ ହେଣ୍ଡ' ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଠନ କରିଛନ୍ତି। ଏହି ସଂସ୍ଥା ମାଧ୍ୟମରେ ସେ ସହରର ବିଭିନ୍ନ ବସ୍ତି ମାନଙ୍କ ଗରିବ ପରିବାର ଗୁଡିକର ପୁଅ ଝିଅ ମାନେ ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ପାଠ ପଢ଼ା ମଝିରେ ଛାଡି ଦେଉଥିବା ବେଳେ ସେମାନଙ୍କୁ ପୁର୍ନବାର ସ୍କୁଲ ଯିବାର ବ୍ୟବସ୍ଥା କରୁଛନ୍ତି। ଏହା ସହିତ ସେ ଓ ଅନୁଷ୍ଠାନର ସଦସ୍ୟ ମାନେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୯ ଜଣ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ନିୟମିତ ଶିକ୍ଷାଦାନ କରୁଛନ୍ତି। ଏହା ସହିତ ଅନୁଷ୍ଠାନର ସଂଯୋଜିକା ଭାବରେ ସଦସ୍ୟ ମାନଙ୍କ ସହିତ ମିଳିତ ଭାବରେ ସହରର ବିଭିନ୍ନ ବସ୍ତି ମାନଙ୍କୁ ନିୟମିତ ଯାଇ କିଶୋରୀ ବାଳିକା ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ତାର ସମାଧାନ, ସେମାନଙ୍କ ଅଧିକାର ଓ ସରକାରୀ ସହାୟତା ଗୁଡିକ ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ପଛୁଆ ବର୍ଗ ଓ ବସ୍ତିବାସିନ୍ଦା ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କର ଅନୁଷ୍ଠାନ ପକ୍ଷରୁ ମାଗଣାରେ ସିଲେଇ ପ୍ରଶିକ୍ଷଣ, ମହମବତି, କାଗଜ ଠୁଙ୍ଗା ଆଦି ନିର୍ମାଣର ସ୍ୱତନ୍ତ୍ର ତାଲିମ ଦେଉଛନ୍ତି। ଏହା ସହିତ ପ୍ରଶିକ୍ଷିତ ମହିଳା ମାନଙ୍କ ପାଇଁ ଅର୍ଡର ଆଣିବା ସହିତ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବଜାରରେ ସୁଲଭ ଦରରେ ବିକ୍ରି କରି ସେମାନଙ୍କୁ ଉଚିତ ପ୍ରାପ୍ୟ ପାଇବାରେ ମଧ୍ୟ ସହାୟତା କରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ ଅନୁଷ୍ଠାନ ତରଫରୁ ଅସହାୟ ମାନଙ୍କୁ ସାହାଯ୍ୟ କରିବା ସହିତ କରୋନା ସଚେନତା କାର୍ଯ୍ୟକ୍ରମ, ମାସ୍କ ବଣ୍ଟନ ଆଦି କରାଯାଇଛି। ନିସ୍ୱାର୍ଥପର ଭାବରେ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଅନୀତାଙ୍କୁ ଏମସିଏସଲ, ଜିଲା ପ୍ରଶାସନ ସମେତ ଅନ୍ୟ ଅନୁଷ୍ଠାନ ଗୁଡିକରୁ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ କରାଯାଇଛି। ବସ୍ତିବାସିନ୍ଦା ଓ ଗରିବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜ୍ଞାନର ଦୀପ ପ୍ରଜ୍ୱଳନ ଓ ସମାଜସେବା କାର୍ଯ୍ୟ ପଛରେ ଅନୀତାଙ୍କ ନିଜସ୍ୱ ଏକ ଦୁଃଖଦ କାରଣ ରହିଛି। ଏ ସର୍ମ୍ପକରେ ଅନୀତା କହନ୍ତି ଯେ, ୨୦୦୫ ମସିହା ମେ ମାସରେ ତାଙ୍କର ସ୍ୱାମୀ ନିଖୋଜ ହୋଇଯାଇଥିଲେ। ସେ ସମୟରେ ତାଙ୍କର ଦୁଇଟି ଝିଅ ଛୋଟ ଥିବା ବେଳେ ସ୍ୱାମୀଙ୍କୁ ଖୋଜିବା ପାଇଁ ସେ ପୁଲିସ, ଥାନା ଓ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ। ସ୍ୱାମୀ ନିଖୋଜ ହେବା ପରେ ତାଙ୍କର ପରିବାର ଉପରେ ଦୁଃଖର ପାହାଡ ପଡିଥିବା ବେଳେ ଅନେକ ଦୁଃଖକଷ୍ଟ କରି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ ଏକୁଟିଆ ମହିଳା ହୋଇଥିବାରୁ ଅନେକ ପ୍ରକାରର ବାଧାବିଘ୍ନର ସମ୍ମୁଖୀନ ହେବା ପରେ ଆଗାମୀ ଦିନରେ ତାଙ୍କର ଦୁଇ ଝିଅ ସମେତ ସମାଜରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଓ ପରିବାର ମାନଙ୍କ ପାଇଁ କିଛି କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲେ। ୨୦୧୦ ପରଠାରୁ ସେ ଏକାକୀ ତାଙ୍କର ସମାଜସେବା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ତାଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଠାରୁ ପ୍ରେରଣା ପାଇ ଅନେକ ମହିଳା ଆଗକୁ ଆସି ତାଙ୍କୁ ସହାୟତା କରିଥିଲେ ଏବଂ ସେହି ନିରନ୍ତର ପ୍ରୟାସ ଏବେ ମଧ୍ୟ ଜାରି ରହିଛି। ସମାଜର ଗରିବ ଓ ଅବହେଳିତ ମାନଙ୍କ ପାଇଁ କିଛି କରିବାର ଉଦ୍ୟମ ଯୋଗୁଁ ଆଜି ଅନୀତା ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।
ନୂଆଦିଲ୍ଲୀ, ୩୧।୭: ଝାଡ଼ଖଣ୍ଡ ଧାନବାଦ ଜିଲାର ଅତିରିକ୍ତ ଜିଲା ଓ ଦୌରା ଜଜ୍ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ଘଟଣାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ରିପୋର୍ଟ ତଲବ କରିଛନ୍ତି। ସପ୍ତାହେ ମଧ୍ୟରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଦେଶରେ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟୁଥିବାରୁ ସର୍ବୋଚ୍ଚ ଅଦାଲତ ଏହାର ଏସ୍ଆଇଟି ତଦନ୍ତ ଉପରେ ନଜର ରଖିବେ ବୋଲି ପ୍ରଧାନ ବିଚାରପତି ଏନ୍.ଭି. ରମାନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ତେବେ ବିଚାରପତି ମୃତ୍ୟୁ ଘଟଣାର ତଦନ୍ତ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ମର୍ନିଂ ଓ୍ବାକ୍ରେ ଯାଇଥିବା ବିଚାରପତିଙ୍କୁ ଏକ ଅଟୋ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟରୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା କରାଯାଇଥିବା ଜଣାପଡ଼ିଥିଲା। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହୋଇଥିଲା। ଆଉ ଜଣେ ବିଚାରପତିଙ୍କ କାର୍କୁ ଧକ୍କା ଝାଡ଼ଖଣ୍ଡରେ ଜଣେ ଅତିରିକ୍ତ ଜିଲା ଓ ଦୌରା ଜଜ୍ଙ୍କୁ ଅଟୋ ମଡ଼ାଇ ହତ୍ୟା କରିବା ଘଟଣାର ଦିନକ ପରେ ଉତ୍ତରପ୍ରଦେଶର ଫତେପୁରରେ ଜଣେ ଅତିରିକ୍ତ ଜିଲା ଜଜ୍ (ଏଡିଜେ)ଙ୍କ କାର୍କୁ ଉଦ୍ଦେଶ୍ୟମୂଳକ ଭାବେ ଏକ ଏସ୍ୟୁଭି ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଏଡିଜେ କୌଶମ୍ବି ଜିଲା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଚକ୍ୱାନ ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏସ୍ୟୁଭି ଏଡିଜେଙ୍କ କାର୍କୁ ଧକ୍କା ଦେଇଥିଲା। ଏହା ଜଣେ ଅଭିଯୁକ୍ତଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ଏଡିଜେ ସନ୍ଦେହ କରିଛନ୍ତି। ତାଙ୍କୁ ଜାମିନ ଦେବାକୁ ଏଡିଜେ ମନା କରିଦେବା ପରେ ଏହାର ପରିଣାମ ଭୋଗିବ ବୋଲି ଅଭିଯୁକ୍ତ ଜଣକ ଧମକ ଦେଇଥିଲା।
ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ । ମେଷ ରାଶି : ବ୍ୟବସାୟ କ୍ଷେତ୍ର ରେ କୌଣସି ପ୍ରାକାର ପ୍ରୟୋଗ କରନ୍ତୁ ନାହି । ପରିଜନ ମାନଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ପରିଜନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ ଓ ଏକତା ତିଷ୍ଠି ରହିବ । ମେହନତ ଅଧିକ ହୋଇପାରେ । ପରିବାରରେ ସ୍ତ୍ରୀ ଓ ସନ୍ତାନ ସହ ସୁଖର ସମୟ ବ୍ଯତୀତ କରିବେ । ଚାକିରି କ୍ଷେତ୍ରରେ ବଡ ସଫଳତା ମିଳିବାର ଯୋଗ ରହିଛି । ଆପଣଙ୍କର ପ୍ରମୋଶନ ହୋଇପାରେ । ମିତ୍ର ମାନଙ୍କ ସହ ଭେଟ ହେବ କାରଣରୁ ଆନନ୍ଦ ହେବେ । ବୃଷ ରାଶି : ପାରିବାରିକ ଜୀବନ ସୁଖୀ ରହିବ । ପରିଜନଙ୍କ ସ୍ନେହ ଓ ସହଯୋଗ ପ୍ରାପ୍ତ ହେବ । ଅନ୍ୟ ମାନଙ୍କ ସହ ମିଶି କାମ କରିବେ । ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ଅଯଥା ଖର୍ଚ୍ଚ କରନ୍ତୁ ନାହି । ଯଦି ଆପଣ ବିବାହିତ ତେବେ ଜୀବନ ସାଥିଙ୍କ ସହ ତାଳମେଳ ଠିକ ରଖିବା ପାଇଁ ପ୍ରୟାସ କରନ୍ତୁ । ଅଫିସରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ମିଥୁନ ରାଶି : ଆଜି ଆପଣଙ୍କୁ ଆପଣଙ୍କ ଜୀବନରେ ଅଚାନକ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କପଡା ବ୍ୟବସାୟ କରୁଥିଲେ ଲାଭବାନ ହେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । କୌଣସି ପୁରୁଣା ମିତ୍ର ଙ୍କ ଠାରୁ ସାହାଜ୍ଯ ମିଳିପାରେ । ନିରାଶାର ବାଦଲ ଆପଣଙ୍କ ଜୀବନରୁ ସବ ଦିନ ପାଇଁ ଦୂରେଇ ଯିବ । ଅଚାନକ ଧନ ଲାଭ ହେବ । ସନ୍ତାନ ସୁଖ ଲାଭ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କର୍କଟ ରାଶି : ମାନସିକ ଶାନ୍ତିର ଆନନ୍ଦ ନେବେ । ପରିବାରର ସହଯୋଗ ଓ ସୁଖ ମିଳିବ । ଜରୁରୀ କାମରେ ଅପାନ ବେହତର ପ୍ରଦର୍ଶନ କରିବେ । ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଆଜି ଆପଣଙ୍କ ମନରେ ସାକାରାତ୍ମକ ଊର୍ଜା ଭାରି ରହିବ । ଅଚାନକ ବିଗିଡି ଯାଇଥିବା କାମ ଆପଣଙ୍କ ପାଇଁ ସଠିକ ହେବାରେ ଲାଗିବ । କାର୍ଯ୍ୟ ସ୍ଥଳରେ ପଦ ଉନ୍ନତି ହେବାର ସମ୍ଭାବନା ରହିଛି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସିଂହ ରାଶି : ଆଜି ଆପଣଙ୍କୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ । ଜୀବନ ସାଥି ଆଜି ଆପଣଙ୍କ ପାଇଁ କିଛି ଖାସ କରିବେ । କାମ କାର୍ଯ୍ୟ ଶେଷ କରିବା ପାଇଁ ଆପଣ ନୂଆ ଯୋଜନା ଚିନ୍ତା କରିବେ । ମିତ୍ର ମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ । ନିବେଶ କରିବା ପାଇଁ ସମୟ ଭଲ ରହିବ । ଆଜି ଆପଣ ଅଳ୍ପ କ୍ରୋଧ କରିବେ ଯାହା କାରଣରୁ କିଛି କାମ ବିଗିଡି ଯାଇପାରେ । ତେଣୁ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । କନ୍ୟା ରାଶି : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ କାବୁ ରଖିବା ଉଚିତ । କାମ ବିଗିଡି ଯାଇପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଜୀବନ ସାଥି ଙ୍କ ସହ ତାଳମେଳ ଠିକ ରହିବ । ଅଫିସରେ କୌଣସି ବଡ କାମ ପୁରା କରିବା ପାଇଁ ଅବସର ମିଳିପାରେ । କୌଣସି କାମ ପାଇଁ ଆପଣଙ୍କୁ ଅଧିକ ସମୟ ଲାଗିପରେ । ଆପଣଙ୍କ ପ୍ରୟାସରେ କିଛି କମି ଆସିପାରେ । ପରିବାର ସହ କୌଣସି କାମରେ ଆପଣ ବ୍ୟସ୍ତରେ ରହିବେ । ତୁଳା ରାଶି : ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ । ବ୍ୟବସାୟରେ ସବୁ କାମ ପୁରା ହେବ । ପରିବାରରେ ଗୁରୁଜନ ଆବ ସନ୍ତାନ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ । ଚାକିରି କ୍ଷେତ୍ରରେ କମ ସଫଳତା ପାଇଁ ଆପଣ ନିରାଶା ହେବେ । ଆପଣଙ୍କ ଜୀବନରେ କିଛି ଖାସ ପରିବର୍ତ୍ତନ ହୋଇପାରେ । କୌଣସି ବଡ କାମ ପାଇଁ ଧର୍ଯ୍ୟ ସହକାରେ ନିସ୍ପତି ନିଅନ୍ତୁ । ବିଦେଶ ସହ ଜଡିତ କାମ ପାଇଁ ଅଯଥା ଖର୍ଚ୍ଚ ହୋଇପାରେ । ବିଛା ରାଶି : ଟଙ୍କା ସହ ଜଡିତ ମାମଲା ଆରେ ଭାବି ଚିନ୍ତି ନିସ୍ପତି ନିଅନ୍ତୁ । ଆଜି ଦିନ ଟି ନିଶ୍ଚିନ୍ତ ଫଳଦାୟକ ହେବେ । ଚାକିରି ଓ ବେପାର କ୍ଷେତ୍ର ରେ ଆପଣଙ୍କୁ ଲାଭ ମିଳିପାରେ । ଜୀବନରେ କିଛି ବେହତର କରିବା ପାଇଁ ଚିନ୍ତା କରିବେ । ସନ୍ତୁଷ୍ଟି ଆପଣଙ୍କୁ ପ୍ରାପ୍ତ ହୋଇପାରେ । ଜରୁରୀ କାମ ପ୍ରତି ଆପଣ ଅଧିକ ଧ୍ୟାନ ଦେବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଅଚାନକ ଧନ ଲାଭ ହେବ । ସନ୍ତାନ ସୁଖର ଯୋଗ ରହିଛି । ଧନୁ ରାଶି : ଆଜି ଆପଣଙ୍କ ପାଇଁ ସମୟ ଭଲ ରହିବ । ଆଜି କିଛି ସମସ୍ଯା ରହିପାରେ କିନ୍ତୁ ଏହାର ସମାଧାନ ମଧ୍ୟ ହେବେ । ପରିବାରର ସଦସ୍ୟଙ୍କ ସହ ଆନନ୍ଦଦାୟକ ଓ ଆରମଦାୟକ ସମୟ ବ୍ଯତୀତ କରିବେ । ପେମୀ ଯୁଗଳଙ୍କ ପାଇଁ ସମୟ ଅଭୁତ ଭଲ ରହିବ । ଅଟକି ରହିଥିବା କାମ ପୂରଣ ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ମକର ରାଶି : ରାଜ କାର୍ଯ୍ୟ ସହ ଜଡିତ ଲୋକଙ୍କ ପାଇଁ ସମୟ ମିଶ୍ରିତ ରହିବ । ଆଜି ଆପଣ ଅନ୍ୟ ର ସାହାଜ୍ଯ କରିବେ । ପରିଶ୍ରମର ଫଳ ପାଇବେ । ସନ୍ତାନଅମାନଙ୍କ ତରଫରୁ ଶୁଭ ଖବର ମିଳିପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ ହେବେ । ସନ୍ତାନ ମାନଙ୍କର ବିବାହକୁ ନେଇ ଆପଣ ଚିନ୍ତାରେ ରହିବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । କୁମ୍ଭ ରାଶି : ଆଜି କାମ କାର୍ଯ୍ୟ ଭଲ ରହିବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଅନାୟାସ ଭାବେ ଖର୍ଚ୍ଚ ବଢିପାରେ । ସାମାଜିକ କାର୍ଯ୍ୟ ରେ ଭାଗ ନେବେ । ଜୀବନରେ ନୂଆ ସ୍ଵପ୍ନ ପୁରା କରିବା ପାଇଁ ଯୋଜନା କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରେମୀ ଯୁଗଳ ମାନେ ରୋମାନ୍ସ କରିବାର ସୁଯୋଗ ପାଇବେ । ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ମୀନ ରାଶି : ଆଇଆଇଟି ଓ ମିଡିଆ କ୍ଷେତ୍ରରେ ଥିଲେ ସମସ୍ଯା ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । ରାଜନୀତି କ୍ଷେତ୍ର ରେ ଥିଲେ ସମୟ ଭଲ ରହିବ । ସମାଜରେ କୀର୍ତ୍ତି ସ୍ଥାପନ ହେବେ । ଆପଣ ନିଜର ଅଲଗା ପରିଚୟ ସମାଜରେ ସୃଷ୍ଟି କରିବା ପାଇଁ ସକ୍ଷମ ହେବେ । ଅଫିସରେ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
କଟକ : ଆଉ ଦିନ କେଇଟା ପରେ ଦୀପାବଳି। ଭଳି କି ଭଳି ରଙ୍ଗୀନ ଦୀପ ଓ ଲାଇଟ ଲଗାଇ ସହରବାସୀ ନିଜ ଘରକୁ କରିଥାନ୍ତି ଚକ୍ମକ୍। ଫ୍ୟାନ୍ସି ଦୀପକୁ ସହରବାସୀ ଖୁବ ପସନ୍ଦ କରୁଥିବାବେଳେ ଏବେ ଲୋକଙ୍କ ବିଶ୍ବାସ ଓ ପବିତ୍ରତାକୁ ଆଧାର କରି ନିଆରା ଢଙ୍ଗରେ ରବୀନ୍ଦ୍ର ଓଝା ପ୍ରସ୍ତୁତ କରୁଛନ୍ତି ଗୋବର ଦୀପ। ଚଳିତବର୍ଷ ସହରରେ ପ୍ରଥମ ଥର ଏଭଳି ଦୀପ ତିଆରି ହେଉଥିବା କୁହାଯାଉଛି। କଟକ ନୂଆପଡ଼ାସ୍ଥିତ କୁଞ୍ଜବିହାରୀ ରୋଡ୍ରେ ବାସ କରୁଥିବା ରବୀନ୍ଦ୍ର ପେସାରେ ଜଣେ ବୀମା କର୍ମଚାରୀ ହୋଇଥିବା ବେଳେ ଗୋମାତାଙ୍କ ପ୍ରଚାର ପ୍ରସାର କରିବା ତାଙ୍କର ନିଶା। ପଞ୍ଚ ଦ୍ରବ୍ୟ, ଯଥା:-ଗୋବର ପାଉଡର୍, ଘିଅ, ଗୋମୂତ୍ର, ଦହି ଓ କ୍ଷୀରରେ ତିଆରି ହୋଇଛି ଏହି ଗୋବର ଦୀପ। ଦର ଗୋଟା ୨ଟଙ୍କା ୫୦ ପଇସା। ଗୋବର ଦୀପ ସମ୍ପର୍କରେ ରବୀନ୍ଦ୍ର ନିଜ ଫେସ୍ବୁକ୍ ପେଜ୍ରେ ଅପଲୋଡ୍ କରିବା ପରେ ଲୋକ ଏହାକୁ ପସନ୍ଦ କରିବା ସହ କିଣିବା ପାଇଁ ଅର୍ଡର ମଧ୍ୟ କରୁଛନ୍ତି। ରବୀନ୍ଦ୍ରଙ୍କ କହିବା ଅନୁଯାୟୀ, ତାଙ୍କୁ ଏହି କାର୍ଯ୍ୟରେ ଗୋଶାଳାର ୪ଜଣ ସଦସ୍ୟ ସହଯୋଗ କରୁଛନ୍ତି। ସେମାନେ ମିଶି ଘଣ୍ଟାକ ଭିତରେ ପ୍ରାୟ ୬ ଶହ ଦୀପ ତିଆରି କରି ପାରୁଛନ୍ତି।
କାର୍ ଭିତରୁ ଜବତ ହେଲା ୨ କୋଟିରୁ ଊର୍ଧ୍ବ ଟଙ୍କା, ୮ ଜଣ ଗିରଫ ନୂଆଦିଲ୍ଲୀ : (ସଂକେତ୍ ଟିଭି) ନୋଇଡ଼ାର ସେକ୍ଟର ୫୮ ଅଞ୍ଚଳରେ ଏକ କାର୍ ଭିତରୁ ପୋଲିସ ୨ କୋଟିରୁ ଊର୍ଧ୍ବ ଟଙ୍କା ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଏହି ଟଙ୍କା ସବୁ ହୱାଲା ବ୍ୟବସାୟର ବୋଲି ପୁଲିସ୍ ପ୍ରଥମିକ ତଦନ୍ତ କରି ସନ୍ଦେହ କରୁଛି। ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଅହମ୍ମଦାବାଦର ଜୟନ୍ତୀ ଭାଇ, ଦିଲ୍ଲୀର ସନ୍ଦୀପ ଶର୍ମା, ବିଜୟ କୁମାର, ଭିପୁଲ୍, ଉତ୍ତର ପଶ୍ଚିମବଙ୍ଗର ଅଭିଜିତ ହାଜରା, ନୋଇଡ଼ା ସେକ୍ଟର ୫୬ର ରୋହିତ ଜୈନ୍, ମୁମ୍ବାଇର ମିନେଷ ଶାହା ଓ ଇନ୍ଦୋରର ଅନୁଜ। ସୂଚନା ଅନୁସାରେ, ସେକ୍ଟର ୫୮ ପୁଲିସ୍କୁ ଗୁରୁବାର ସଂଧ୍ୟାରେ ଖବର ମିଳିଥିଲା ଯେ ହୱାଲା ବ୍ୟବସାୟର କିଛି ଲୋକ ସେକ୍ଟର ୫୫ରେ ଏକ ଡିଲ୍ କରିବାକୁ ଟଙ୍କା ନେଇ ଆସୁଛନ୍ତି। ତେବେ ସେକ୍ଟର ୫୫ର ପୁଲିସ୍ ଟିମ୍କୁ ଏ ସଂପର୍କରେ ଖବର ଦିଆଯିବା ପରେ ତୁରନ୍ତ ଚଢ଼ାଉ କରିଥିଲା ପୁଲିସ୍। ପୁଲିସ୍ ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି। ତଦନ୍ତ ପରେ ଆୟକର ବିଭାଗ ଏହି ଟଙ୍କା ଗଣନା କରିବ।
ଆରପାରିରେ ଗୋଲ୍ଡେନ୍ ବାବା ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀସ୍ଥିତ ଗାନ୍ଧିନଗରରେ ରହୁଥିବା ସୁଧୀର କୁମାର ମକ୍କର ଅର୍ଥାତ୍ ଗୋଲ୍ଡେନ ବାବାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗୋଲ୍ଡେନ ବାବାଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଥିଲା। ଗୋଲ୍ଡେନ ବାବା ହେଉଛନ୍ତି ମୁଳରୂପରେ ଗାଜିଆବାଦର ବାସିନ୍ଦା। ସନ୍ନ୍ୟାସୀ ହେବା ପୂର୍ବରୁ ସେ ଏକାଧିକ ଅପରାଧରେ ସାମିଲ୍ ଥିଲେ। ଏହାଛଡ଼ା ଗୋଲ୍ଡେନ୍ ବାବା ତଥା ସୁଧୀର କୁମାର ମକ୍କର ଦିଲ୍ଲୀରେ ଗାର୍ମେଣ୍ଟର ବ୍ୟବସାୟ କରୁଥିବା କୁହାଯାଉଛି। ତେବେ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ସେ ଗୋଲ୍ଡେନ ବାବାରେ ପରିଣତ ହୋଇଥିଲେ। ଗାନ୍ଧିନଗର ସ୍ଥିତ ଅଶୋକ ଲେନରେ ତାଙ୍କର ଆଶ୍ରମ ରହିଛି। ୧୯୭୨ ମସିହାରୁ ହିଁ ତାଙ୍କୁ ସୁନା ପିନ୍ଧିବା ବହୁତ ଥିଲା। କୁହାଯାଉଛି ଯେ ସୁନାକୁ ନିଜର ଇଷ୍ଟଦେବତା ମାନୁଥିଲେ। ବାବା ସବୁବେଳେ କେଜି କେଜି ସୁନା ପିନ୍ଧୁଥିଲେ। ବାବାଙ୍କର ୧୦ଟି ଯାକ ଅଙ୍ଗୁଳିରେ ସୁନାର ମୁଦି, ବାଜୁ ଓ ସୁନାର ଲକେଟ୍ ରହିଥାଏ। ବାବା ନିଜର ସୁରକ୍ଷା ପାଇଁ ୨୫-୩୦ ଜଣ ବଡ଼ିଗାର୍ଡ ମଧ୍ୟ ରଖିଥିଲେ। ତେବେ ଗୋଲ୍ଡେନ ବାବା ହେବା ପୂର୍ବରୁ ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିଲା। ଏହି କାରଣରୁ ପୋଲିସ୍ ଷ୍ଟେସନରେ ତାଙ୍କ ନାଁରେ ଏକ ଆକାଉଣ୍ଟ ଖୋଲାଯାଇଥିଲା, ଯାହା ନାଁ ହିଷ୍ଟ୍ରି-ସିଟର୍ ଥିଲା। ଏଥିରେ ବାବାଙ୍କ ସବୁ ଛୋଟବଡ଼ ଅପରାଧର ପୂର୍ଣ୍ଣ ତଥ୍ୟ ରହିଛି। ଏହି ମୋକଦ୍ଦମା ମଧ୍ୟରେ ଅପହରଣ, ମାରପିଟ୍, ଧମକାଇବା ଆଦି ସାମିଲ୍ ଅଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଳ୍ଲାର ବେଲଗୁଣ୍ଡା, ଧରାକୋଟ, ପାତ୍ରପୁର ଓ କୁକୁଡ଼ାଖଣ୍ଡି ବ୍ଲକ୍ ଗସ୍ତ କରିଛନ୍ତି। ସେ ବିଭିନ୍ନ ଡ୍ୟାମ, ଵ୍ୟାରେଜ୍ ଏବଂ ଜଳସେଚନ ପ୍ରକଳ୍ପ ଆଦି ପାଇଁ ୧୩୦୦ କୋଟି ଟଙ୍କାର ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାରେ ୧,୮୪,୦୦୦ ଏକର ଜମିରେ ଜଳସେଚନ ହେବ। ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପ୍ରମୁଖ ନିଷ୍ପତ୍ତି ବିଷୟରେ ସୂଚନା ଦେଇ ସେ କହିଛନ୍ତି, ସମସ୍ତ ବର୍ଗରେ ସାମାଜିକ ସୁରକ୍ଷା ପେନସନକୁ ୫ଶହ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଏହାଦ୍ବାରା ୫୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ୫- ଟି ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଥିବା ଉନ୍ନୟନମୂଳକ ପଦକ୍ଷେପର ହିସାବ ଦେଇଛନ୍ତି। ନୂତନ ଓଡ଼ିଶାର ବିକାଶର ବାର୍ତ୍ତା ଦେବା ସହ ଲୋକଙ୍କୁ ଭତ୍ତା ବୃଦ୍ଧି ବାବଦରେ ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ଶୀଘ୍ର ଲୋକଙ୍କୁ ଆହୁରି ଖୁସି ଖବର ମିଳିବ। ସମସ୍ତେ ମିଳିମିଶି ଭଲ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା। ଜନସାଧାରଣଙ୍କ ସହ କଥାବାର୍ତ୍ତା ସମୟରେ ପାଣ୍ଡିଆନ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ ଗ୍ରହଣ କରିଛନ୍ତି। ସେ ସବୁର ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ନୂଆଦିଲ୍ଲୀ: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି, ଆଉ ଅନ୍ୟ ପଟେ ତାଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ସୁରକ୍ଷିତ ନାହାନ୍ତି ଦେଶର ପ୍ରଧାନମନ୍ତ୍ରୀ। ୫୦୦ ଟଙ୍କିଆ ନୋଟରେ ମୋଦୀଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି। ନୋଟରେ ମାଲାୟଲାମ ଭାଷାରେ କିଛି ଲେଖାହୋଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ସୁରକ୍ଷା ଏଜେନ୍ସି ଗୁଡ଼ିକ ଆକ୍ସନରେ ଆସିଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ କେରଳର ତ୍ରିଶୁରର ଗୁରୁବାୟୁର ମନ୍ଦିରର କାର୍ଯ୍ୟାଳୟକୁ ଏକ ସନ୍ଦିଗ୍ଧ ଚିଠି ଆସିଥିଲା। ଲଫାପା ଭିତରେ ଥିଲା ଗୋଟିଏ ୫୦୦ ଟଙ୍କିଆ ନୋଟ୍। ନୋଟରେ ମାଲାୟଲାମ ଭାଷାରେ ମୋଦୀଙ୍କୁ ଜୀବନରେ ମାରିଦିଆଯିବ ବୋଲି ସନ୍ଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯିବା ବୋଲି ସ୍ପଷ୍ଟ ଭାବରେ ନୋଟରେ ଲେଖାହୋଇଛି। ସୂଚନାଯୋଗ୍ୟ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନରେ ଯାଇଥିଲେ ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷାବ୍ୟସ୍ଥା କଡ଼ାକଡ଼ି କରି ଦିଆଯାଇଛି। କିଏ ଚିଠି ପଠାଇଛି ତାହାର ଛାନଭିନ୍ ଆରମ୍ଭ ହୋଇଯାଇଛି। କେଉଁ ଉଦ୍ଦେଶ୍ୟ ତଥା କେଉଁଠାରୁ ଚିଠି ଆସିଛି ଖୋଳତାଡ଼ ଚାଲିଛି। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ମୋଦୀଙ୍କୁ ହତ୍ୟା ଧମକ ମିଳିଛି। ଲୋକସଭା ର୍ନିବାଚନା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏପରି ଧମକ ମିଳିଥିଲା।
ବଲିଉଡରେ ରାଜକୁମାରୀ ମୁମ୍ବାଇ: ବଲିଉଡ ହିରୋଇନଙ୍କ କ୍ରେଜ୍ କାହିଁରେ କେତେ। ଆମ ଦେଶରେ ବଲିଉଡ ପରି ରଙ୍ଗିନ ଦୁନିଆକୁ ପ୍ରାୟ ସବୁ ବର୍ଗରୁ ଝିଅମାନେ ଆସିଥାନ୍ତି। ଏଠାରେ ବଡ଼, ସାନ ଦେଖାଯାଇ ନଥାଏ। ଦେଖା ଯାଇଥାଏ ତ କେବଳ ସୌନ୍ଦର୍ଯ୍ୟ ଆଉ ଅଭିନୟ। ସାଧାରଣ ପରିବାରର ଝିଅଙ୍କୁ ଯେ ଏହି ରଙ୍ଗିନ ଦୁନିଆ ଆକର୍ଷିତ କରିଥାଏ ତାହା ନୁହେଁ। ଆମ ଦେଶର ଏକାଧିକ ରାଜ ପରିବାରର ଲାଡଲୀ ମଧ୍ୟ ଏହି ମୋହରେ ପଡିଛନ୍ତି। ଖାଲି ପଡି ନାହାନ୍ତି ଏଠାରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଆସନ୍ତୁ ଜାଣିବା ବି-ଟାଉନର ଏମିତି କିଛି ରାଜକୁମାରୀଙ୍କ ସମ୍ପର୍କରେ। ସେ।ହା ଅଲ୍ଲୀ ଖାନ: ବଲିଉଡରେ ଏକ ସମୟରେ ନିଜ ଅଭିନୟ କଳା ଦେଖାଇ ସାରିଥିବା ସେ।ହା ଅଲ୍ଲୀ ଖାନ କୌଣସି ମାମୁଲି ପରିବାରର ଝିଅ ନୁହଁନ୍ତି। ସେ ପଟୌଦିର ନୱାବ ସୈଫଅଲ୍ଲୀ ଖାନଙ୍କ ଭଉଣୀ। ସାହି ପରିବାରରୁ ଆସିଥିବା ସୋହା କୌଣସି ରାଜକୁମାରୀଙ୍କ ଠାରୁ କମ୍ ସୁନ୍ଦରୀ ନୁହନ୍ତି। ଅଦିତି ରାଓ ହୈଦ୍ରୀ: ଆମିର ଖାନଙ୍କ ପତ୍ନୀ କିରଣ ରାଓଙ୍କ ଭଉଣୀ ହେଉଛନ୍ତି ଅଦିତି ରାଓ ହୈଦ୍ରୀ। ସେ ମଧ୍ୟ ରାଜ ପରିବାର ସହ ଜଡିତ। ଗୋଟିଏ ରାଜ ପରିବାର ନୁହେଁ ଦୁଇ ଦୁଇଟି ରାଜ ପରିବାର ସହ ତାଙ୍କର ରହିଛି ସମ୍ପର୍କ। ଅଦିତିଙ୍କ ଅଜା ତେଲଙ୍ଗାନା ଅଞ୍ଚଳରେ ରାଜ କରିଥିବା ବେଳେ ଜେଜେ ଓ ଦାଦାଙ୍କୁ ହୈଦ୍ରୀର ବଡ ନୱାବ କୁହାଯାଇଥାଏ। ସେ।ନଲ ଚୌହାନ: 'ଜନ୍ନତ'ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୋନଲ ରାଜପୁତ ଘରର ଝିଅ। ତାଙ୍କ ପରିବାର ମୋନପୁରୀ ଅଞ୍ଚଳରେ ରାଜ କରୁଥିଲେ। ଏହି ଅଞ୍ଚଳ ଏବେ ଉତ୍ତରପ୍ରଦେଶରେ ଅବସ୍ଥିତ। କିରଣ ରାଓ: କିରଣ ରାଓଙ୍କ ଜେଜେବାପା ଅର୍ଥାତ ଅଦିତି ରାଓ ହୈଦ୍ରୀଙ୍କ ଅଜା ତେଲେଙ୍ଗାନା ଅଞ୍ଚଳରେ ରାଜ କରୁଥିଲେ। ଯେଉଁଠାରେ ଆଜି ମଧ୍ୟ ତାଙ୍କ ପରିବାକୁ ବହୁତ ସମ୍ମାନ ଦିଆଯାଇଥାଏ। କିରଣ ଆଗଧାଡିର ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ। ସେ ମିଷ୍ଟର ପରଫେକ୍ଟ ଆମୀର ଖାନ୍ଙ୍କ ଦ୍ୱିତୀୟ ପତ୍ନୀ। ଭାଗ୍ୟଶ୍ରୀ: 'ମେନେ ପ୍ୟାର କିୟା'ରୁ ବଲିଉଡରେ ଧୁମ ମଚାଇଥିଲେ ଭାଗ୍ୟଶ୍ରୀ। ନିଜ ଅଭିନୟ ଓ ସୌନ୍ଦର୍ଯ୍ୟର ଯାଦୁରେ ସେ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିଲେ। ଭାଗ୍ୟଶ୍ରୀଙ୍କ ପିତା ବିଜୟ ସିଂ ରାଓ ସାଙ୍ଗଲୀର ସମ୍ରାଟ ଥିଲେ। ଆଜି ମଧ୍ୟ ତାଙ୍କ ପରିବାରର ଖୁବ ସମ୍ମାନ ରହିଛି।
ଦୁନିଆର ପ୍ରତ୍ୟେକ ମା ନିଜ ପିଲାକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଆନ୍ତି। ଅନେକ ଥର ଆମେ ବନ୍ୟ ଜଗତରେ କିଛି ସମାନ ଦୃଶ୍ୟ ଦେଖିବାକୁ ପାଇଥାଉ ଯାହା ପ୍ରମାଣ କରେ ଯେ ପଶୁମାନଙ୍କ ପାଖରେ ମଧ୍ୟ ମଣିଷ ପରି ସମାନ ପ୍ରକୃତି ଅଛି । ଆଜିକାଲି ଏପରି ହୃଦୟବିଦାରକ ଭିଡି଼ଓ ଦେଖିବାକୁ ମିଳୁଛି ଯାହା ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରୁଛି । କିନ୍ତୁ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ହାତୀ ନିଜ ସନ୍ତାନର ଶବ ଶୁଣ୍ଢରେ ଧରି ବୁଲୁଛି । ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ନିଶ୍ଚିତ ଭାବରେ ଝରି ଆସିବ । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିବ ଯେ ଗୋଟିଏ ହାତୀ ନିଜ ଛୋଟ ପିଲାକୁ ଶୁଣ୍ଢରେ ନେଇଯାଉଛି। ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ ଏକ ହାତୀ ମା ନିଜ ମୃତ ସନ୍ତାନକୁ ନେଇ ଯାଉଛି । ଏହିପରି ମା ହାତୀଟି ନିଜ ଦୁଃଖ ପ୍ରକାଶ କରିବାର ଏକ ଉପାୟ ବୋଲି ବୋଲି କୁହାଯାଉଛି ।ବାସ୍ତବରେ, ଅନେକ ପ୍ରାଣୀ ଏହି ଉପାୟରେ ନିଜ ପିଲାମାନଙ୍କ ପ୍ରତି ପ୍ରେମକୁ ପ୍ରକାଶ କରୁଥିବାର ଦେଖିବାକୁ ମିଳେ। A mother elephant carrying her dead calf! It's a common behavior in elephants to carry their dead calves until they completely decay as way of mourning. Baboons are also known to carry dead young ones on their journeys. via: Fay Amon pic.twitter.com/4jC8xUvHb7 — Science & Nature (@ScienceIsNew) September 14, 2021 ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଲୋକମାନେ ଭାବପ୍ରବଣ ହୋଇଗଲେ। ଏହା ପରେ ଲୋକମାନେ ଭିଡିଓରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଜଣେ ୟୁଜର୍ସ କହିଛନ୍ତି ଯେ ଏହା ମଣିଷ ହେଉ କି ପଶୁ, ସମସ୍ତେ ନିଜ ପିଲାଙ୍କ ପାଇଁ ସମାନ ଅନୁଭବ କରନ୍ତି | ଏଥି ସହିତ, ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ ମଣିଷମାନେ ପଶୁମାନଙ୍କର ଏପରି ଆଚରଣକୁ ଅନେକ ସମୟରେ ଭୁଲ ବୁଝନ୍ତି କିନ୍ତୁ ଏହା ପଛରେ ଏକ ଯନ୍ତ୍ରଣା ଲୁଚି ରହିଥାଏ | ଏହି ଭିଡିଓକୁ ସୋସିଆଲ ମିଡିଆରେ @ ScienceIsNewଙ୍କ ଦ୍ୱାରା ସେୟାର କରାଯାଇଛି । ଅନେକ ଲୋକ ଏହି ଭିଡିଓରେ ହାତୀର ଦୁଃଖ ଦେଖି ସେମାନେ ମଧ୍ୟ ନିରାଶ ହୋଇଥିଲେ । ପ୍ରୟାତଃ ଏହିପରି ଭିଡିଓ ଇଣ୍ଟରନେଟ୍ ଘୁରିବୁଲିଥାଏ , ଯେଉଁଥିରେ ଏହା ଦେଖାଯାଏ ଯେ ପଶୁମାନେ ମଧ୍ୟ ନିଜ ପିଲାମାନଙ୍କୁ ମଣିଷ ପରି ଭଲ ପାଆନ୍ତି । ଏଭଳି ପରିସ୍ଥିତିରେ, ଯେତେବେଳେ କେହି ସେମାନଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି, ସେତେବେଳେ ଲୋକମାନେ ସେମାନଙ୍କୁ ଦେଖିବା ପରେ ଦୁଃଖ ପ୍ରକାଶ ମଧ୍ୟ କରନ୍ତି ।
ଓଡିଶାରେ ଖାପ୍ ପଂଚାୟତ ! ନବରଙ୍ଗପୁରରେ ମହିଳା ଓ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ଲଣ୍ଡା କରି ବୁଲାଇଲେ ଗ୍ରାମବାସୀ କନକ ବ୍ୟୁରୋ : ଓଡିଶାରେ ଖାପ ପଂଚାୟତ । ନବରଙ୍ଗପୁର ଝରିଗାଁ ବ୍ଲକ ବୁଆଲିବେଡା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ । ଜଣେ ଯୁବକ ଓ ଅଙ୍ଗନବାଡି କର୍ମୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରି ଗାଁରେ ବୁଲାଇଛନ୍ତି । ଆଉ ଓଡ଼ିଶାରେ ଏଭଳି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶାଳିନତା, ଅଶାଳୀନତାର ଫଏସଲା ଯେତେବେଳେ ଆତ୍ମ ଘୋଷିତ ସମାଜ ରକ୍ଷକମାନେ କରନ୍ତି ସେତେବେଳେ ଜଣେ ଅସହାୟ ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାଜରାସ୍ତାରେ ଚାଲିବାକୁ ପଡ଼େ । ଅନୈତିକ ସଂପର୍କ ରଖିବା ଅଭିଯୋଗରେ ଜଣେ ବିବାହିତ ମହିଳା ଏବଂ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କୁ କିଭଳି ଅକଥନୀୟ ଅତ୍ୟାଚାର ଶିକାର ହେବାକୁ ପଡ଼ିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଖବର ଅନୁସାରେ ବୁଆଲିବେଡା ଗାଁର ଜଣେ ଅଙ୍ଗନବାଡି କର୍ମୀଙ୍କ ପାଖକୁ ଯୁବକ ଜଣକ ଅଧିକାଂଶ ସମୟରେ ଆସି ରାତିରେ ରହୁଥିଲେ ।ଆଉ ଗୁୁରୁବାର ରାତିରେ ଯେତେବେଳେ ଏହି ଦୁଇଜଣ ଏକାଠି ଥିଲେ, ଗାଁ ଲୋକ ଅଚାନକ୍ ସେମାନଙ୍କୁ ଧରିଥିଲେ । ଯାହାକୁ ପ୍ରତିବାଦ କରିବାକୁ ଯାଇ ଆରମ୍ଭ କରିଦେଲେ ତାଲିବାନୀ ଜୁଲୁମ୍ । ଏହା ପରେ ଗ୍ରାମବାସୀଙ୍କ ଖାପ ପଂଚାୟତ ବସିଥିଲା ।ଖାପ ପଂଚାୟତ ନିଷ୍ପତି ଅନୁସାରେ ଉଭୟଙ୍କୁ ଗାଁ ଲୋକେ ଦୌଡିରେ ବାନ୍ଧି ମାଡ ମାରିଥିଲେ । ମହିଳାଙ୍କ ଚୁଟି ମଧ୍ୟ କାଟିଦେଇଥିଲେ ।ଏହା ସହ ଯୁବକ ଜଣକ ଆସିଥିବା ସ୍କ୍ରପିଓ ଗାଡିକୁ ମଧ୍ୟ ଭାଙ୍ଗିଦେଇଥିଲେ । ପୁଲିସ ପଛରେ ଖବର ପାଇ ଆସି ଉଭୟ ମହିଳା ଓ ଯୁବକଙ୍କୁ ଉଦ୍ଧାର କରିଛି । ଏଠି ପ୍ରଶ୍ନ ଉଠୁଛି- -ଗାଁ ଲୋକଙ୍କୁ ଆଇନକୁ ହାତକୁ ନେବା ପାଇଁ ଅଧିକାର ଦେଲା କିଏ ? – କାହାକୁ କେଉଁ ଦଣ୍ଡ ମିଳିବ ଗାଁ ପଂଚାୟତ ନିଷ୍ପତି ନେଇ ପାରିବ କି ? – ସଂପର୍କର ପରିଭାଷାକୁ ବ୍ୟାଖ୍ୟା କରିବାକୁ ଯାଇ କିଏ କାହାକୁ ନିର୍ଯ୍ୟାତନା ଦେଇ ପାରିବ କି ?
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି ଏଯାଏଁ କଣ ପାଇଁ ରାହୁଲ ଗାନ୍ଧୀ ବିବାହ କରି ନାହାନ୍ତି। ରାଜନୀତି ଜଗତରେ ସବୁ ଠାରୁ ବଡ ନେତା ହେଉଛନ୍ତି ରାହୁଲ ଗାନ୍ଧୀ। ଆଉ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ବିବାହ କରି ନାହାଁନ୍ତି। ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ମଧ୍ୟ ଉଠିଥାଏ। ଆଉ ପ୍ରତ୍ୟେକ ଲୋକ ମାନଙ୍କ ମନରେ ସେହି ଗୋଟେ ହିଁ ପ୍ରଶ୍ନ ରହିଛି କି ରାହୁଲ୍ ଗାନ୍ଧୀ କେବେ ବିବାହ କରିବେ। ତାଙ୍କୁ ଏନେଇ ଅନେକ ପ୍ରଶ୍ନ କରାଯାଇଥିବା ବେଳେ କେତେକ ସମୟରେ ସେ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତି ତ ଆଉ କେତେବେଳେ ସେ ଏହି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। ହେଲେ କେବେ ହେଲେ ମଧ୍ୟ ସେ ଏହି ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇ ନାହାଁନ୍ତି। ହେଲେ ଏବେ ରାହୁଲ ଗାନ୍ଧୀ ତାଙ୍କର ବିବାହ କୁ ନେଇ ଥିବା ସସ୍ପେନ୍ସ ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି କି କାହିଁକି ଏଯାଏଁ ବିବାହ କରି ନାହାନ୍ତି। ନିକଟରେ ଜୟପୁର ଗସ୍ତରେ ଯାଇଥିଲେ ରାହୁଲ ଗାନ୍ଧୀ। ସେଠାକାର ମହାରାଣୀ କଲେଜ୍ ରେ ଆୟୋଜିତ ଏକ ସମ୍ମିଳନୀ ରେ ସେ ଯୋଗ ମଧ୍ୟ ଦେଇଥିଲେ। ଆଉ ଏହି ସମୟରେ ମଧ୍ୟ ସେ କଲେଜ୍ ଛାତ୍ରୀ ମାନଙ୍କ ସହ ମିଶି ଅନେକ ଆଲୋଚନା ମଧ୍ୟ କରିଥିଲେ। ଏଯାଏଁ ସେ କାହିଁକି ବିବାହ କରି ନାହାଁନ୍ତି ଏନେଇ ଜଣେ ଛାତ୍ରୀ ମଧ୍ୟ ତାଙ୍କୁ ପ୍ରଶ୍ନ କରିଥିଲେ। ରାହୁଲ ଗାନ୍ଧୀ କହିଥିଲେ କି ସେ ତାଙ୍କର କାମ ଓ କଂଗ୍ରେସ ଦଳ କୁ ନେଇ ବ୍ୟସ୍ତ ଅଛନ୍ତି। ଆଉ ଏହି ସବୁ ଚିନ୍ତା ରେ ସେ ବିବାହ କରିବା ପାଇଁ ଚିନ୍ତା କରି ପାରିଲେ ନାହିଁ। ଆଉ ଆଗକୁ ମଧ୍ଯ ବିଧାନ ସଭା ନିର୍ବାଚନ ଆସିବାକୁ ଯାଉଛି ଆଉ ଏହାକୁ ନେଇ ରାଜନୈତିକ ମହଲରେ ମଧ୍ଯ ହଲଚଲ ଜାରୀ ରହିଛି। ସବୁ ନେତାମାନେ କିଭଳି ରାଜସ୍ଥାନ କୁ ନିଜ ଅକ୍ତିଆର କୁ ଆଣିବେ ସେନେଇ ଏବେ ଚିନ୍ତାରେ ମଧ୍ଯ ଅଛନ୍ତି। ଆଉ ସେଥିପାଇଁ ଏବେ ଚେଷ୍ଟା କରିବା ମଧ୍ୟ ସେ ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ମଧ୍ୟ ତାର ଚେଷ୍ଟା ଚଳାଇଛି।
ଅଭିନେତ୍ରୀ ନେରା ଫତେହୀଙ୍କ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ । ଏବେ ନୋରାଙ୍କ ନୂଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଛାଇ ରହିଛି । ଭିଡିଓରେ ନୋରା ଧମାକାଦାର ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ନୋରା ଫତେହୀ ଏହି ଡ୍ୟାନ୍ସ ଭିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ନୋରାଙ୍କ ସହିତ କୋରିଓଗ୍ରାଫର ଶାଜିୟା ସାମଜୀ ମଧ୍ୟ ନଜର ଆସିଛନ୍ତି । ଦୁହେଁ ଖୁବ ଶୀଘ୍ର ବଡ ଧମାକା କରିବାକୁ ଯାଉଛନ୍ତି ବୋଲି ଭିଡିଓର କ୍ୟାପସନ ଜରିଆରେ ଇସାରା କରିଛନ୍ତି । ଦେଖନ୍ତୁ ଭିଡିଓ- View this post on Instagram ଏହା ପୂର୍ବରୁ ମଧ୍ୟ ନୋରା ଅନେକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଏବଂ ଏହା ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଗର ଷ୍ଟ୍ରୀଟ ଡ୍ୟାନ୍ସରରେ ନଜର ଆସିବେ । ଫିଲ୍ମରେ ତାଙ୍କ ବ୍ୟତିତ ଶ୍ରଦ୍ଧା କପୁର ଏବଂ ବରୁଣ ଧୱନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ବପ୍ପି ଲାହିରୀ ଙ୍କୁ ବା ଭାରତରେ କିଏ ନଜାଣେ । ତାଙ୍କ ସଙ୍ଗୀତ ପାଇଁ ସେ ଯେତେ ପରିଚିତ ବ୍ୟକ୍ତିତ୍ୱ ମଧ୍ୟ ସେହିପରି । କିନ୍ତୁ ଦୁଃଖର କଥା ଏହା ଯେ ଗତକାଲି ସକାଳୁ ବପ୍ପି ଲାହିରୀ ଙ୍କ ନିଧନ ହୋଇଛି ଯାହାକି ସମସ୍ତଙ୍କ ପାଇଁ ଦୁଃଖର ବିଷୟ ହୋଇଛି । ସେ ତାଙ୍କର ଗୀତ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥିଲେ । ତାଙ୍କ ଗୀତ ର ସ୍ୱତନ୍ତ୍ରତା କହିବାକୁ ଗଲେ ସେ ଏପରି ଡିସ୍କୋ ମ୍ୟୁଜିକ ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ସମୟରେ ବି ଲୋକଙ୍କ ପସନ୍ଦ ଅଟେ । ଯାହାଦ୍ୱାରା ୮୦ – ୯୦ ଦଶକ ର ଗୀତ କୁ ବି ଲୋକେ ଏବେବି ବହୁତ ପସନ୍ଦ କରନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ବପ୍ପି ଲାହିରୀ ଖୁବ ସୁନା ପ୍ରିୟ ଥିଲେ ବୋଲି । ସେ ହାତରେ ଏକାଧିକ ସୁନା ମୁଦି ସହିତ ଏକାଧିକ ସୁନା ଚେନ ପିନ୍ଧିଥିବାର ଆପଣ ମାନେ ଦେଖିଥିବେ । ତେବେ ଏହା ପଛରେ ଲୋକେ ଏପରି କାରଣ ଦର୍ଶାନ୍ତି ଯେ ସେ ଶୋ ଅପ ପାଇଁ ଏପରି କରୁଥିଲେ ବୋଲି । କିନ୍ତୁ ବପ୍ପି ଦା କାହାର କଥାକୁ ମନକୁ ନେଉ ନଥିଲେ ଏବଂ ସେ ଏହାର ଅସଲ କାରଣ ମଧ୍ୟ କହିଛନ୍ତି । ବପ୍ପି ଦା ଙ୍କ ଅସଲ ନାମ ଆଲୋକେଶ ଲାହିରୀ । କିନ୍ତୁ ଲୋକେ ତାଙ୍କୁ ସ୍ନେହରେ ବପ୍ପି ଦା ଡାକୁଥିଲେ । ସେ କହିଛନ୍ତି ଯେ ଆମେରିକା ର Elvis Presley ନିଜ ଶୋ ରେ ବହୁତ ସୁନା ପିନ୍ଧନ୍ତି ତେଣୁ ତାଙ୍କ ଦ୍ୱାରା ହିଁ ଅନୁପ୍ରାଣିତ ହୋଇ ବପ୍ପି ଦା ଏତେ ମାତ୍ରାରେ ସୁନା ପିନ୍ଧୁଥିଲେ । ଅନେକ ଲୋକ ତାଙ୍କୁ ଏପରି ବି କହିଛନ୍ତି ଯେ ବପ୍ପି ଦା ଫ୍ୟାଶନ ପାଇଁ ଏତେ ସୁନା ପିନ୍ଧନ୍ତି । କିନ୍ତୁ ବପ୍ପି ଦା ବାସ୍ତବରେ କାହାରି କଥାକୁ ଖାତିର କରି ନିଥିଲେ । ସେ କହିଥିଲେ ଯେ ତାଙ୍କୁ ତାଙ୍କ ମା ପ୍ରଥମ ସୁନା ଚେନ ଉପହାର ସ୍ୱରୂପ ଦେଇଥିଲେ ଏବଂ ଦ୍ୱିତୀୟ ସୁନା ଚେନ ତାଙ୍କ ସ୍ତ୍ରୀ ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ଏସବୁ ସତ୍ତ୍ୱେ ବି ସେ ଏକାଧିକ ସୁନା ଚାନ୍ଦି ଚେନ ପିନ୍ଧୁଥିଲେ । ବପ୍ପି ଦା ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ମଧ୍ୟ ଥିଲେ । ୨୦୧୪ ରେ ବିଜେପି ତରଫରୁ ପାର୍ଥୀ ଭାବରେ ଛିଡ଼ା ହୋଇଥିଲେ । ତାଙ୍କ ପାଖରେ ଉପଲବ୍ଧ ଥିବା ସୁନା ପରିମାଣ ବିଷୟରେ ଅନୁମାନ ରୁ ଏହା ଜଣା ଯାଇଛି ଯେ ତାଙ୍କ ପାଖରେ ୭୫୪ ଗ୍ରାମ ସୁନା ଏବଂ ୪.୫ କିଲୋ ଓଜନର ଚାନ୍ଦି ଅଛି ଏବଂ ଏହା ସହିତ ମୃତ୍ୟୁ ବେଳକୁ ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ଥିବା କଥା ମଧ୍ୟ ଅନୁମାନ କରାଯାଉଛି ।